Posts tagged Puri

ନୂଆ ରତ୍ନପଲଙ୍କରେ ଶୋଇବେ ଶ୍ରୀ ଜଗନ୍ନାଥ

 ଓଡ଼ିଆ ନବବର୍ଷରୁ ବଦଳିବ ପରମ୍ପରା। ନୂଆ ରତ୍ନପଲଙ୍କରେ ନିଦ୍ରା ଯିବେ ମହାପ୍ରଭୁ । ପୁରୁଣା ପଲଙ୍କରୁ ବାହାରି ନୂଆରେ ଲାଗିଛି ହାତୀଦାନ୍ତ । ବର୍ମା ଟିକ୍ କାଠ ଓ ରୁପା ଚାଦରରେ ଝଲସୁଛି ‘ଗଜଦନ୍ତ ପଲଙ୍କ’ ଆସନ୍ତା ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏଣିକି ପୁରୁଣା ପଲଙ୍କ ନୁହେଁ, ବରଂ ନୂତନ ଭାବେ ନିର୍ମିତ ଭବ୍ୟ ‘ରତ୍ନପଲଙ୍କ’ରେ ନିଦ୍ରା ଯିବେ ଚତୁର୍ଦ୍ଧାମୂର୍ତ୍ତି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏହି ଗଜଦନ୍ତ ପଲଙ୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।  ମୋଟ ୩ଟି ପଲଙ୍କ ନିର୍ମାଣ କରାଯାଇ ଏହା ସମ୍ପୂର୍ଣ୍ଣ ରୂପା ଆଚ୍ଛାଦିତ ହୋଇଛି। ପୂର୍ବରୁ ବ୍ୟବହୃତ ହେଉଥିବା ପଲଙ୍କଟି ଶାଳ କାଠରେ ନିର୍ମିତ ହୋଇଥିବାରୁ ଏହା ବେଶ୍ ଭାରି ଥିଲା, ଯାହାଫଳରେ ସେବାୟତମାନଙ୍କୁ ଏହାକୁ ବୋହିବାରେ ଅସୁବିଧା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ‘ବର୍ମା ଟିକ୍’ କାଠରେ ଏହି ହାଲୁକା ତଥା ମଜଭୁତ ପଲଙ୍କ ପ୍ରସ୍ତୁତ କରାଯାଇଛି।

ତେବେ ଏହି ପଲଙ୍କର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏଥିରେ ଖଞ୍ଜା ଯାଇଥିବା ହାତୀଦାନ୍ତ। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଓ କଟକଣା ଯୋଗୁଁ ନୂଆ ହାତୀଦାନ୍ତ ବ୍ୟବହାର ନକରି, ପୁରୁଣା ଜରାଜୀର୍ଣ୍ଣ ପଲଙ୍କରୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ହାତୀଦାନ୍ତକୁ ହିଁ ଏହି ନୂଆ ପଲଙ୍କରେ ସଂଯୋଗ କରାଯାଇଛି। ସେଥିପାଇଁ ଏହାକୁ ‘ଗଜଦନ୍ତ ପଲଙ୍କ’ ମଧ୍ୟ କୁହାଯାଏ। ଜଣେ ବଦାନ୍ୟ ଦାତାଙ୍କ ସହଯୋଗରେ ଏହି ପଲଙ୍କରେ ରୁପା ଛାଉଣି କରାଯାଇଛି। କେବଳ ପଲଙ୍କ ନୁହେଁ, ମହାପ୍ରଭୁଙ୍କ ସହ ସାତ ମୂର୍ତ୍ତି ନାରାୟଣ, ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ପ୍ରଭା ମଧ୍ୟ ନୂତନ ଭାବେ ରୁପାରେ ନିର୍ମିତ ହୋଇଛି।  ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ନବବର୍ଷରୁ ମହାପ୍ରଭୁ ନୂଆ ପଲଙ୍କରେ ଶୟନ କରିବେ। ପୁରୁଣା ପଲଙ୍କଟିକୁ ଏକ ସ୍ୱତନ୍ତ୍ର ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯିବ।ପୁରୁଣା ଡିଜାଇନ୍‌କୁ ଅକ୍ଷୁର୍ଣ୍ଣ ରଖି ଏହାକୁ ଏକ ପାରମ୍ପରିକ ରୂପ ଦିଆଯାଇଛି। ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ବଡ଼ଦାଣ୍ଡରେ ମଦ ମନା

  • ବନ୍ଦ ହେବ ମଦ ହୋମ ଡେଲିଭରି
  • ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଖୋଲା ରହିବ ନାହିଁ 
  • ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ନୂଆ ଅବକାରୀ ନୀତି ଉପସ୍ଥାପନ କରିଛନ୍ତି। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି।ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି କ୍ଷେତ୍ରରେ ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି। ଏହି ନୀତି ଅଧୀନରେ ଏକ ଗୁରୁତ୍ବପୂର୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ । ଏହି ସେସ୍‌ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ।
  • ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବୃଦ୍ଧି ହେବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ।
  • IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ବଢିଛି। ଏକ ମୁଖ୍ୟ ସଂରଚନାତ୍ମକ ସଂଶୋଧନ ଭାବେ Minimum Guaranteed Quantity (MGQ) ପ୍ରଣାଳୀରୁ Minimum Guaranteed Excise Revenue (MGER) ପ୍ରଣାଳୀକୁ ଆଣାଯାଇଛି। ସରକାରୀ ରାଜସ୍ୱ ସୁରକ୍ଷିତ ହେବା ସହିତ ବ୍ୟବସାୟୀ ମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ ।
  • ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂତନ OFF, CL କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ। ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ON ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ, କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍‌ ଓ କ୍ଲବ୍‌ରେ ଛାଡ଼ ରହିବ ।
  • ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ‌ଞ୍ଚାଇବାକୁ ଅନୁମତି ଦିଆଯିବ ନାହିଁ। Out-Still (OS) ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନ‌ତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
  • FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ । ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ସରକାର ENA ଗତିବିଧ‌ି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ Track & Trace ପ୍ରଣାଳୀ ପ୍ରବର୍ତନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି ।
  • ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ Iଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନ‌ତ କରାଯିବ।

୪୮ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଗଣତି

୪୮ ବର୍ଷ ପରେ କାଳିଆ ସାଆନ୍ତଙ୍କ ରତ୍ନର ହିସାବ ହେଉଛି। ୧୯୭୮ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲିକି ରତ୍ନର ହିସାବ ହୋଇଥିଲା । ସେତେବେଳେ ଆଇନମନ୍ତ୍ରୀ ଥିଲେ ବିଶ୍ୱଭୁଷଣ ହରିଚନ୍ଦନ ଏବେ ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ସମାନ ଦାୟିତ୍ୱରେ। ୧୯୭୮ ମସିହା ମେ ୧୩ରୁ ଜୁଲାଇ ୨୩ ଯାଏଁ ୭୨ ଦିନ ଲାଗିଥିଲା । ଆଜିଠୁ ଗଣତି ଆରମ୍ଭ ହେଇଛି। ୧୯୭୮ରେ ଥିଲା ୧୨,୮୩୮ ଭରି ସୁନା, ରତ୍ନଖଚିତ ଅଳଙ୍କାର ଥିଲା । ୪୮ ବର୍ଷ ଭିତରେ ବିଭିନ୍ନ ଭକ୍ତଙ୍କ ଦ୍ୱାରା ବିଭିନ୍ନ ସମୟରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଳଙ୍କାର ଦିଆଯାଇଛି । ଏଥର ମାତ୍ରା ଅଧିକ ଥିବ ବୋଲି ଆଶା କରାଯାଉଛି ।

ଏଥର ସୁପରଭାଇଜିଂ ଟିମ୍‌ ଓ ହାଣ୍ଡେଲିଂ ଟିମର ସମସ୍ତ ସଦସ୍ୟ ରହିଛନ୍ତି। ସୁପରଭାଇଜିଂ ଟିମ୍‌ର ଅଧ୍ୟକ୍ଷ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ଅଛନ୍ତି, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ସଦସ୍ୟ ଓ ଜଣେ ସେବାୟତ ଏଥିରେ ଅଛନ୍ତି। ହ୍ୟାଣ୍ଡଲିଂ ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ରତ୍ନବିଜ୍ଞାନୀ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଉପସ୍ଥିତ  ଅଛନ୍ତି । ତେବେ କେବଳ ଗଣା ଯିବ ମୁଲ୍ୟାଙ୍କନ କରାଯିବ ନାହିଁ ।
୧୯୭୮ ମସିହାର ତାଲିକା ସହ ମେଳକ ହେବରତ୍ନଭଣ୍ଡାରରେ କଣ ରତ୍ନ ଅଛି, ଏ କଥା ଜାଣିବାକୁ ଭକ୍ତଙ୍କ ଭିତରେ ପ୍ରବଳ ଆଗ୍ରହ ଅଛି। ଆଗରୁ ଭାରତ ବର୍ଷର ବିଭିନ୍ନ ଅଞ୍ଚଳର ରାଜା, ମହାରାଜା, ଜମିଦାର ମହାପ୍ରଭୁଙ୍କୁ ବହୁ ଅଳଙ୍କାର ଦେିଛନ୍ତି ଏବେବି ଅନେକ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା ରୁପା ଦାନ କରନ୍ତି।ଏ ସବୁର ହିସାବ ସାମ୍ନାକୁ ଆସିବ ।
୧୯୭୮ ମସିହାରେ ଥିଲା ୪୫୪ ପ୍ରକାର ଅଳଙ୍କାର ଥିଲା
ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ରାଜା ଦିବ୍ୟସିଂହ ଦେବ, ଡ. ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନଗୋ ଆଦି ଉପସ୍ଥିତ ଥିଲେ ।ସେତେବେଳେ ମୋଟ୍ ୪୫୪ ପ୍ରକାରର ସୁନା ଅଳଙ୍କାର ଥିଲା। ଯାହାର ଓଜନ ଥିଲା ୧୨,୮୩୮ ଭରି ୧ ଅଣା। ୨୯୩ ପ୍ରକାରର ରୁପା ସାମଗ୍ରୀ ଭଳିଥିଲା। ଯାହାର ଓଜନ ଥିଲା ୨୨,୧୫୩ ଭରି।
ଭିତର ଅଳଙ୍କାର
ଏ ତାଲିକାରେ ୩୫୭ ପ୍ରକାରର ସୁନା ଅଳଙ୍କାର ଥିଲା ଯାହାର ଓଜନ ଥିଲା ୪୩୬୪ ଭରି ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ଏହାର ଓଜନ ଥିଲା ୧୪,୮୭୮ ଭରି ।

ବାହାର ଭଣ୍ଡାର ଅଳଙ୍କାର
୭୯ ପ୍ରଚାରର ସୁନା ଅଳଙ୍କାର ଥିଲା। ଏହାର ଓଜନ ଥିଲା ୮୧୭୫ ଭରି, ୪୬୭୧ ଭରି ଓଜନର ୩୯୯ ପ୍ରକାରର ରୁପା ଅଳଙ୍କାର ଥିଲା । ଦୈନନ୍ଦିନ ନୀତି ପାଇଁ ୮ ପ୍ରକାରର ସୁନା ଅଳଙ୍କାର ଏହାର ଓଜନ ଥିଲା ୨୫୯ ଭରି ୧ ଅଣା ୨୩ ପ୍ରକାରର ରୁପା ସାମଗ୍ରୀ ରହିଥିଲା ଏହାର ଓନନ ଥିଲା ୨୬୦୩ ଭରି ୮ ଅଣା ୨୦୧୮ ମସିହା ମାର୍ଚ୍ଚରେ  ଚାବି ହଜିବା ହେତୁ ରତ୍ନ ଭଣ୍ଡାର ଗଣତି ମଣତି ହେଇ ପାରିନଥିଲା । ୨୦୨୪ ମସିହା ଫେବ୍ରୁଆରିରେ ପୁଣି ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବେ ଏ କାମକୁ ତ୍ୱରାନ୍ୱୀତ କରାଯାଉଛି।

 

ସେବାୟତଙ୍କ ପରିବାରରେ କମୁଛି ଝିଅ ସଂଖ୍ୟା

ସେବାୟତ ପରିବାରଙ୍କୁ  ଘାରିଲାଣି କନ୍ୟାରତ୍ନଙ୍କ ଚିନ୍ତାପୁଅଙ୍କ ସଂଖ୍ୟା ତୁଳନାରେ କନ୍ୟାରତ୍ନଙ୍କ ସଂଖ୍ୟା କମୁଛି । ବିଭିନ୍ନ ଯୋଜନା ସତ୍ତ୍ୱେ କନ୍ୟାରତ୍ନଙ୍କ ସଂଖ୍ୟାର ଅନୁପାତ ସମାନ ହେଉନାହିଁ। ତଥ୍ୟ ଅନୁସାରେ ହଜାରେ ପୁଅରେ ଅଛନ୍ତି ୮୭୩ ଝିଅ କନ୍ୟାରତ୍ନଙ୍କ ସଂଖ୍ୟା ବଢ଼ାଇବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ବିଭିନ୍ନ ନିଯୋଗ ଏଥିପାଇଁ ପଦକ୍ଷେପ ମଧ୍ୟ ନେଉଛନ୍ତି ଉଚ୍ଚଶିକ୍ଷାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସଂଖ୍ୟା ବହୁନାହିଁ । ଏଣୁ ପୁଅ ବିବାହକୁ ନେଇ ଚିନ୍ତାରେ ସେବାୟତ ପରିବାର

୨୦୦୫ରେ ହୋଇଥିବା ସେବାୟତ ଗଣନା ଅନୁଯାୟୀ ସେବାୟତ ପରିବାର ସଂଖ୍ୟା ୧୩୨୧ ରହିଥିବା ବେଳେ ସେବାୟତଙ୍କ ଜନସଂଖ୍ୟା ଥିଲା ୮୧୮୩ ।୨୦୧୩ରେ ପରିବାର ସଂଖ୍ୟା ୧୪୬୨କୁ ବୃଦ୍ଧି ପାଇଥିବା ବେଳେ ଜନସଂଖ୍ୟା ୮୧୧୦କୁ ହ୍ରାସ ପାଇଥିଲା। ଅର୍ଥାତ୍ ୭୦ ଜଣ ସଦସ୍ୟ କମି ଯାଇଥିଲେ । ୨୦୦୫ରେ ଲିଙ୍ଗ ଅନୁପାତ ୧୦୦୦ ପୁରୁଷରେ ୮୬୩ ମହିଳା ଥିବା ବେଳେ ୨୦୧୩ରେ ୧୦୦୦ ପୁରୁଷରେ ଥିଲେ ୮୭୩ ମହିଳା । ଏବେ ସୁଦ୍ଧା ଏ ଅନୁପାତରେ ଏତେଟା ପରିବର୍ତ୍ତନ ହୋଇନାହିଁ । ଖୁଣ୍ଟିଆ, ରୋଷ କୋଠଭୋଗ ପାଣିଆ, ପାଣିଆ, ରାଜଗୁରୁ, ପୁଷ୍ପାଳକ,ପ୍ରତିହାରୀ, ଆପଟ, ଦତ୍ତମହାପାତ୍ର, ଘଟୁଆରୀ, ଚୁନରା, ଯୋଗାଣିଆ ମେକାପ, ମହାଭୋଇ, ଦଳବେହେରା ବିମାନବଡୁ, ପ୍ରଧାନୀ, କୋଠସୁଆଁସିଆ ସେବାୟତ ପରିବାରରେ ସମାନ ଅବସ୍ଥା ।ଗରାବଡୁ ପରିବାରରେ କନ୍ୟାରତ୍ନ ଜନ୍ମ ନେଲେ, ପ୍ରଥମ ଜନ୍ମ ଦିନରେ ତାକୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି । ଖୁଣ୍ଟିଆ ପରିବାରରେ କନ୍ୟାରତ୍ନ ହେଲେ  ନିଯୋଗ ତରଫରୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ପୁଜାପଣ୍ଡା ନିଯୋଗ ମଧ୍ୟ ବର୍ଷକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛି। ତଥାପି ସଂଖ୍ୟା କମୁଛି ।

ତେବେ ସେବାୟତ ପରିବାରରେ ଅନ୍ୟ କୌଣସି ପରିବାର ବା ଜାତିରେ  ବିବାହ ଗ୍ରହଣୀୟ ହୋଇ ନଥିବାରୁ ଚିନ୍ତା ବଢୁଛି । ଯେଉଁଥିପାଇଁ ଝିଅ ଅଭାବରୁ ଅନେକ ଯୁବକ ଅବିବାହିତ ରହିପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦି ଏମିତି ହୁଏ ହୁଏତ ଆଗକୁ ସେବାୟତ ସମସ୍ୟା ସୃଷ୍ଟି ହୋଇପାରେ।

ପୁରୀରେ ମାଟି ତଳେ ହେବ ଚିଡ଼ିଆଖାନା

ପୁରୀରେ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ଟେରିୟମ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏନେଇ ପଦକ୍ଷେପ ନେଇଛି। ପ୍ରକଳ୍ପର ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ସମୁଦ୍ରକୂଳ ନିକଟରେ ଏ ପ୍ରୋଜେକ୍ଟ କରିବାକୁ ପ୍ଲାନ୍ କରାଯାଇଛି। ନଭେମ୍ବର ୪ ତାରିଖରେ ପ୍ରୋଜେକ୍ଟ  ଅନୁଧ୍ୟାନ କରାଯିବ ଓ ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ପ୍ଲାନ୍ କରୁଛି।

ପ୍ରକଳ୍ପ ନିମନ୍ତେ ସରକାର କମ୍ ମୂଲ୍ୟରେ ଜମି ଯୋଗାଇଦେବେ। ଘରୋଇ ସଂସ୍ଥା ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ଖର୍ଚ୍ଚ ଉଠାଇବ। ପ୍ରକଳ୍ପ କରିବାରେ ଆବଶ୍ୟକ ପାଣ୍ଠି ଯୋଗାଡ଼ରେ ମଧ୍ୟ ଆଗ୍ରହୀ ସଂସ୍ଥାକୁ ସରକାର ସାହାଯ୍ୟ କରିବେ। ପରିବେଶ ନିୟମକୁ ପାଳନ ସହ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଦର୍ଶନ ବ୍ୟବସ୍ଥା କରିବାକୁ ହେବ ।
ପୁରୀ ରେଲୱେ ଷ୍ଟେସନ ପାଖ ନୀଳାଚଳ ଅର୍ବାନ ହାଟ ସାମ୍ନା ଜମିରେ ଏ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା । ୨୦୦୯ରେ ସେ ସମୟର ମୁଖ୍ୟମନ୍ତ୍ରୀ ତତା ଏବେକାର ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର କରିଥିଲେ। ଦୁବାଇ ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ ଭଳି ଓଡ଼ିଶାରେ କରିବାକୁ ଯୋଜନା ହୋଇଥିଲା । ସି ବିଚ୍ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏ ପ୍ରୋଜେକ୍ଟ ପ୍ଲାନ୍ କରାଯାଇଥିଲା । ଏଥିପାଇଁ ନବୀନ ପଟ୍ଟନାୟକ  ୫ କୋଟି ଟଙ୍କା ସାଙ୍କସନ୍ ମଧ୍ୟ କରିଥିଲେ । ମାତ୍ର 15 ବର୍ଷ ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ସରକାର ଏ ପ୍ରକଳ୍ପ କାମ ଆଗକୁ ବଢାଇ ପାରିନଥିଲେ।