Posts tagged Naveen Patnaik

୨୦୨୭ ପରେ ନୂଆ ଜିଲ୍ଲା ଘୋଷଣା

ନୂଆ ଜିଲ୍ଲା ନିଷ୍ପତ୍ତିରେ ବିଳମ୍ବ । ପୂର୍ବ ସରକାର ଭଳି ନୂଆ ସରକାର ବି ନୂଆ ଜିଲ୍ଲା ଘୋଷଣାକୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଳମ୍ବ କରୁଛନ୍ତି। ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା ଘୋଷଣା କରିବାର ପ୍ରତିଶ୍ରୁତି ଦେଇ ନବୀନ ପଟ୍ଟନାୟକ ଠକି ଦେଇଥିଲେ । ନବୀନଙ୍କ ବାପା ବିଜୁ ପଟ୍ଟନାୟକ 13 ରୁ 30 ଜିଲ୍ଲା କରିଥିବା ବେଳେ ନବୀନ କିନ୍ତୁ 24 ବର୍ଷର ଶାସନକାଳ ଭିତରେ ଗୋଟାଏ ବି ଜିଲ୍ଲା ଘୋଷଣା କରିବାକୁ ସମର୍ଥ ହୋଇ ନଥିଲେ । ସେହିପରି  ବିଜେପି ସରକାରକୁ ଆସିବାକୁ ପୂର୍ବରୁ ପ୍ରଚାରରେ ଜିଲ୍ଲା ଘୋଷଣାକୁ ପ୍ରସଙ୍ଗ କରିଥିଲା । ମାତ୍ର ସରକାରକୁ ବର୍ଷେ ପରେ ବିତିଯାଇଥିଲେ ବି ସେ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଉଭୟ ସରକାର ଜିଲ୍ଲା ଗଠନକୁ ନେଇ ଦେଇଥିବା କଥା ରଖିବାରେ ବିଫଳ ହୋଇଛନ୍ତି।

୨୦୨୭ ପରେ ନିଷ୍ପତ୍ତି..
ନୂଆ ଜିଲ୍ଲା, ବ୍ଲକ୍, ତହସିଲ ଏବେ ଘୋଷଣା ହେବନାହିଁ । ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହେଉଛି। ବିଜେଡି ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ ବି କଥା ରଖି ପାରି ନଥିଲେ। ବିଜେପି ନିର୍ବାଚନ ପୂର୍ବରୁ ଜିଲ୍ଲାକୁ ପ୍ରସଙ୍ଗ କରିଥିଲେ ବି ଏଯାବତ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ। ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।  
       ପୂର୍ବରୁ ୨୮ଟି ଏନ୍‌ଏସି, ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା ହୋଇଛି । ନୂଆ ୱାର୍ଡ, ବ୍ଲକ୍ କିମ୍ବା ତହସିଲ କରିବାକୁ ହେଲେ ତା’ର ରିପୋର୍ଟ ଓ ନୋଟିଫିକେସନ୍ ଜନଗଣନା ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା , ୨୦୨୭ଫେବ୍ରୁଆରି ୧ରୁ ଫେବ୍ରୁଆରି ୨୮ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ସମୟରେ କେଉଁ ଗାଁ, ପଞ୍ଚାୟତ, ବ୍ଲକ୍, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କ‘ଣ ଅଛି ତା’ର ଅନୁଧ୍ୟାନ ହେବ । ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ । ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍‌ ଗଠନ ଯୋଜନା ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି

ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାର : ନବୀନ କରିବେ କାଉଣ୍ଟର

ନୂଆପଡ଼ାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ରାଜୁ ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାରକୁ କରିବେ କାଉଣ୍ଟର ।ବିଧାନସଭା ଯାଉନଥିବା ନବୀନ ଯିବେ ନୂଆପଡ଼ା ।ଥରେ ନୁହେଁ ୨ ଥର ଯିବେ ବିଜେଡି ସୁପ୍ରିମୋ ।ନୂଆପଡ଼ା ଉପନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ନୂଆପଡ଼ା ଯିବାର ଅଛି । BJD ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସାଧାରଣ ସଭା ସହ ରୋଡ ସୋ କରିବେ । ଆସନ୍ତା ନଭେମ୍ବର 3’ରେ ନବୀନଙ୍କ ପ୍ରଥମ ପ୍ରଚାର ସଭା ହେବ କୋମନା ବ୍ଲକରେ । ଆଉ ଦ୍ୱିତୀୟ ଥର ନଭେମ୍ବର 7’ରେ ନୂଆପଡ଼ାରେ ଡେରା ପକାଇବେ BJD ସୁପ୍ରିମୋ। ଖରିଆର ରୋଡ ଠାରୁ ନୂଆପଡ଼ା ଯାଏଁ ରୋଡ ସୋ କରିବେ ନବୀନ ପଟ୍ଟନାୟକ ।

ଧାମନଗରକୁ ଯାଇନଥିଲେ
ତେବେ ନୂଆପଡ଼ା  ଉପନିର୍ବାଚନ ପାଇଁ ଦୁଇ ଦିନ ନବୀନଙ୍କ ପ୍ରଚାର ପ୍ରୋଗ୍ରାମକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଧାମନଗର ଉପନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ। ଭିଡିଓ କନଫରେନ୍ସିଂରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ ସାରି ଦେଇଥିଲେ। ସେଥିପାଇଁ BJDକୁ ଦବାକୁ ପଡ଼ିଥିଲା ବହୁମୂଲ୍ୟ। BJD ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ବାଜି ମାରି ନେଇଥିଲେ BJPର ଯୁବନେତା ସୁରଜ ସୂର୍ଯ୍ୟବଂଶୀ। BJDର ବଡ଼ ଲସ ପରେ ବାଧ୍ୟ ହୋଇ ନବୀନ ପଟ୍ଟନାୟକ ପଦମପୁର ଉପନିର୍ବାଚନରେ BJDର ମଙ୍ଗ ଧରିଥିଲେ। ଆଉ ସେଠାରେ ତତ୍କାଳୀନ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷାଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ନବୀନ।

BJDର ଟେନସନ୍ କଳ୍ପନା
ଆଉ ଏବେ ପଦମପୁରର ପଡ଼ୋଶି ନିର୍ବାଚନ ମଣ୍ଡଳୀ ନୂଆପଡ଼ାରେ ହେଉଛି ଉପନିର୍ବାଚନ। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ ଆଉ ନାହାନ୍ତି BJD ସୁପ୍ରିମୋ। ଏପରିକି ନୂଆପଡ଼ାର ପୂର୍ବତନ ବିଧାୟକ ରାଜୁ  ଢୋଲକିଆଙ୍କ ପରିବାର ଏବେ BJP ଶିବିରରେ । ଏବେ BJD ପାଖରେ ନା’ ଅଛି ସିମ୍ପାଥୀ କାର୍ଡ ନା’ ସରକାରରେ ଅଛି ବିଜୁ ଜନତା ଦଳ । ଅନ୍ୟପଟେ ରାଜୁ ଢୋଲକିଆଙ୍କ ସ୍ତ୍ରୀ କଳ୍ପନା ଢୋଲକିଆ, ପୁଅ ଜୟଙ୍କ ପାଇଁ କଲେଣି ମାରାଥନ ପ୍ରଚାର ।

ଗୋଟାଏ ପଟେ ସରକାରରେ BJP, ତା’ ସହ ମା’ଙ୍କ ପ୍ରଚାର ଜୟଙ୍କ ପାଇଁ ସ୍ଥିତି ସହଜ କରୁଛି । ଅନ୍ୟପଟେ ବିଜୁ ଜନତା ଦଳର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ମାନଙ୍କର ଘେରାବନ୍ଦୀ ଧିରେ ଧିରେ ଦୁର୍ବଳ ହେଉଛି । ଏଥିପାଇଁ ନବୀନ ପଟ୍ଟନାୟକ ନିଜେ ପ୍ରଚାରର ମଙ୍ଗ ଧରିବାକୁ ଯାଉଛନ୍ତି । ତେବେ ବିଧାନସଭାରେ ସମ୍ପୂଣ୍ଣ ଅନୁପସ୍ଥିତ ରହୁଥିବା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଓଡ଼ିଶା ପଲିଟିକ୍ସରେ ପ୍ରାସଙ୍ଗିକତାକୁ ହୁଏତ ନୂଆପଡ଼ା ଉପନିର୍ବାଚନ ବଜାୟ ରଖିପାରେ ।
ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ

ବଦଳୁଛି ନବୀନଙ୍କ ଆଭିମୁଖ୍ୟ, ଅଭିଯୁକ୍ତଙ୍କ ସପକ୍ଷରେ BJD

ବଦଳୁଛି BJDର ଆଭିମୁଖ୍ୟ । ବଦଳିଗଲେଣି ନବୀନ ପଟ୍ଟନାୟକ । ପ୍ରଶ୍ନଘେରରେ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ ଥିୟୋରି। ଅଭିଯୁକ୍ତଙ୍କ ସପକ୍ଷରେ ଓକିଲାତି କରୁଛି ବିଜେଡି । ସ୍ୟାଡୋ କରପସନ ଅଭିଯୋଗରେ ଦଳର ତୁଙ୍ଗ ନେତାଙ୍କୁ ବହିସ୍କାର କରିଥିବା ବିଜେଡି ସୁପ୍ରିମୋ ଏବେ ଭିନ୍ନ ମୁଦ୍ରାରେ। ପିତବାସ ପଣ୍ଡାଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ନିଲମ୍ବନ ତ ଦୂରର କଥା ଓଲଟା ତାଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି ବିଜେଡି ଲିଡର। କେବଳ ସେତିକି ନୁହେଁ କ୍ଷମତାରୁ ଯିବା ପରଠୁ ବିଭିନ୍ନ ଅଭିଯୋଗରେ ଗିରଫ ହୋଇଥିବା ନେତାଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିପାରୁନି ବିଜେଡି।

ବିଜେଡିର ଇତିହାସ କହୁଛି ନେତାଙ୍କ ବିରୁଦ୍ଧରେ ସାମାନ୍ୟ ଅଭିଯୋଗ ଆସିଲେ ଦଳ ବାହାରର ରାସ୍ତା ଦେଖାଉଥିଲେ ନବୀନ । ନେତା ଯେତେ କ୍ଷମତାଶାଳୀ ଏବଂ ଉପକାରି ହୋଇଥିଲେ ବି କଠୋର ଆଭିମୁଖ୍ୟ ରଖୁଥିଲା ବିଜେଡି । ଦୁର୍ନୀତି ତ ଦୂରର କଥା ଛାୟା ଦୁର୍ନୀତିରେ ବି କଠୋର ହେଉଥିଲେ ନବୀନ । 2002ରେ ନଳିନୀ ମହାନ୍ତି, କମଳା ଦାସ ଏବଂ ପ୍ରଶାନ୍ତ ନନ୍ଦଙ୍କୁ ଦଳ ବାହାରର ରାସ୍ତା ଦେଖାଇଥିଲେ ନବୀନ ପଟ୍ଟନାୟକ । ମନ୍ତ୍ରୀମଣ୍ଡଳରୁ ବହିଷ୍କାର ବି କରିଥିଲେ । ସେହିପରି ନବୀନଙ୍କ ଏକାନ୍ତ ଅନୁଗତ ଥିବା ରାଜନୈତିକ ପରାମର୍ଶଦାଦା ପ୍ୟାରି ମହାପାତ୍ରଙ୍କୁ ମଧ୍ୟ ଦଳ ବିରୋଧୀ ଅଭିଯୋଗରେ ବହିସ୍କାର କରିଛନ୍ତି ।  ଦିନ ଥିଲା ନେତାଙ୍କ ବିରୋଧରେ ସାମାନ୍ୟ ଅଭିଯୋଗ ଆସିଲେ, ପାର୍ଟି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇଥିଲା । କିନ୍ତୁ କ୍ଷମତାରୁ ହଟିବା ପରେ ବିଜେଡିରେ ଆଉ ଏମିତି ହଉନି । ଗତ ୮ ମାସରେ ବିଜେଡିର ୪ ଟାଣୁଆ ନେତା ଗିରଫ ହୋଇଛନ୍ତି । ମାତ୍ର କେବଳ ଅମରେଶ ଜେନା ଓରଫ ବାଇଁଆଙ୍କୁ ଛାଡ଼ିଦେଲେ ବାକି ୩ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନି ବିଜେଡି ।

ମାର୍ଚ୍ଚ 13ରେ ବିଜେଡିର ଯୁବ ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେପ୍ଟେମ୍ବର 20ରେ ନିମାପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀଲିପ ନାୟକଙ୍କୁ ଗିରଫ କରିଥିଲା EOW । ପାଖାପାଖି 13 କୋଟି ଟଙ୍କାର ଠକେଇ ମାମଲାରେ ଜେଲ୍ ଯାଇଥିଲେ ବି କୌଣସି ପଦକ୍ଷେପ ନେଇ ନଥିଲା ବିଜେଡି । ନିଲମ୍ବନ କିମ୍ବା ବହିଷ୍କାର ହୋଇନଥିଲେ ବିଜେଡି ନେତା। ଓଲଟା ପଲିଟିକାଲ ଇଣ୍ଟେନସନ୍ ରଖି  ଆରେଷ୍ଟ କରାଯାଇଛି ବୋଲି କହିଥିଲେ । ସେହିପରି ଆଇନଜାଦୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ଦଳରୁ ବାହାର କରିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ବିଜେଡି ଯୁକ୍ତି ବାଢୁଛି। ଯଦିଓ ନବୀନ ପଟ୍ଟନାୟକ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରି ବିକ୍ରମଙ୍କ ସପକ୍ଷରେ କହୁଛନ୍ତି । ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା (ବିଏମ୍‌ସି)ର କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ବିଦା କରିଥିବା ବେଳେ ରାଜା ଚକ୍ର, ବିକ୍ରମ ପଣ୍ଡା ଏବଂ ଦିଲିପ ନାୟକଙ୍କୁ ଅଣ୍ଟିରେ ପୁରାଇଛି ବିଜେଡି । କ୍ଷମତାରୁ ହଟିଲା ପରେ ନବୀନଙ୍କ ଆଭିମୁଖ୍ୟ ବଦଳିଯାଇଥିବା ଚର୍ଚ୍ଚା ।

ନୂଆପଡ଼ାରେ ପୋଷ୍ଟର ପଲିଟିକ୍ସ : BJD,BJP ପୋଷ୍ଟରରେ ରାଜେନ୍ଦ୍ର ଢୋଲକିଆ

ପୋଷ୍ଟର ରାଜନୀତିରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ  । ଉଭୟ ବିଜେଡି ଏବଂ ବିଜେପି ପୋଷ୍ଟରରେ ରହିଛି ରାଜୁ ଢୋଲକିଆଙ୍କ ଫଟ ।ସିମ୍ପାଥୀ ଭୋଟ୍ ପାଇଁ ରାଜୁଙ୍କୁ ୟୁଜ୍ କରୁଛନ୍ତି ଦୁଇ ଦଳ । ରାଜୁଙ୍କୁ ନେଇ ବିଜେଡ଼ି ଏବଂ ବିଜେପିରେ ଟଣା ଓଟରା ଚାଲିଛି । କେବଳ ନୂଆପଡ଼ା ନୁହେଁ ଓଡ଼ିଶା ସାରା ଗୋଟାଏ ଚର୍ଚ୍ଚା ରାଜୁ ଢୋଲକିଆ କାହାର? 2009ରୁ 2024 ନିର୍ବାଚନ ଯାଏଁ ବିଜେଡି ଟିକେଟରେ ଲଢିଥିଲେ ରାଜେନ୍ଦ୍ର । କେବଳ 2014 ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଥିଲା ବେଳେ 2009,2019 ଏବଂ 2024 ରେ ସେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମଧ୍ୟ ପାଇଛନ୍ତି । 15 ବର୍ଷ ଯାଏଁ ବିଜୁ ଜନତା ଦଳର ମଙ୍ଗ ଧରିଥିଲେ ରାଜୁ ଢୋଲକିଆ । ମାତ୍ର ତାଙ୍କର ଦେହାନ୍ତ ପରେ ରାଜେନ୍ଦ୍ରଙ୍କ ପରିବାର ବିଜୁ ଜନତା ଦଳ ସହ ସମ୍ପର୍କ କାଟି ବିଜେପି କ୍ୟାମ୍ପରେ ।

ନବୀନଙ୍କ ନୂଆପଡ଼ା ଯୋଦ୍ଧା ବ୍ୟାନରରେ ରାଜେନ୍ଦ୍ର
ଅକ୍ଟୋବର 11 ରେ ବିଜେପିରେ ଜଏନ୍ କରିଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଜୟ ବିଜେପିରୁ ପ୍ରାର୍ଥୀ ହୋଇଥିଲାବେଳେ ଅତାବିରାର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସ୍ନେହାଙ୍ଗିନୀ 2024 ନିର୍ବାଚନରେ 28 ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି । ବାହାରିଆ ନେତା ହିସାବରେ ସ୍ନେହାଙ୍ଗିନୀଙ୍କ ଅପେକ୍ଷା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥକ ବେଶୀ । ସେ ଦୃଷ୍ଟିରୁ ରାଜୁଙ୍କ ଅନୁଗତଙ୍କୁ ବିଜେଡି ହାତେଇବାକୁ ପୋଷ୍ଟରରେ ରାଜୁ ଢୋଲକିଆଙ୍କ ଫଟୋ ରଖିଛି ।

ନବୀନଙ୍କ ନୂଆପଡ଼ା ଯୋଦ୍ଧା ପୋଷ୍ଟରରେ ରାଜେନ୍ଦ୍ରଙ୍କ ଫଟୋ ଥିବାବେଳେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରଖିଛନ୍ତି ବାପାଙ୍କ ଫଟୋ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ଉପନିର୍ବାଚନକୁ ଆଉ ଅଳ୍ପ କେଇଟା ଦିନ ବାକି ଥିଲାବେଳେ  ନୂଆପଡ଼ାର ଏ  ରୋଚକ ଦୃଶ୍ୟ ଏବେ ଚର୍ଚ୍ଚାରେ ।ରାଜୁଙ୍କୁ ପାର୍ଟି ମେମ୍ବର ହିସାବରେ ବିଜେଡି ୟୁଜ୍ କରୁଥିଲା ବେଳେ ବଜେପି ସହ ରାଜୁ ଢୋଲକିଆଙ୍କର ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପୁଅକୁ ପ୍ରାର୍ଥୀ କରୁଥିବାରୁ ରାଜେନ୍ଦ୍ରଙ୍କ ଫଟକୁ ବିଜେପି ପୋଷ୍ଟରରେ ରଖାଯାଇଛି । ତେବେ ଏ ପୋଷ୍ଟର ରାଜନୀତିରେ କାହାକୁ କେତେ ପ୍ରଫିଟ ମିଳୁଛି ତାହା ଇଲେକ୍ସନ୍ ରେଜଲ୍ଟ କହିବ ।

ଖାତିର କରୁନାହାନ୍ତି ପାଣ୍ଡିଆନ… ସାବାଡ଼ କରିପାରିବେ କି ବରିଷ୍ଠ!

  • ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଟାର୍ଗେଟରେ ପାଣ୍ଡିଆନ
  • ଭୈରବ ପାଣ୍ଡିଆନଙ୍କ ନାଁ ନେଲେ ନାହିଁ, କିନ୍ତୁ ଗଣେଶ ପୂଜାରେ ଅଣଓଡ଼ିଆ ରିଟାୟର୍ଡ ଅଫିସରଙ୍କୁ ନିର୍ଧୁମ ଧୋଇଛନ୍ତି ବଦ୍ରି ପାତ୍ର
  • ଆଉ ସୀମା ନଟପିବାକୁ ବି ଦେଇଛନ୍ତି ଚେତାବନୀ
    କେବଳ ବଦ୍ରି ପାତ୍ରଙ୍କଠି ଏ ଅସନ୍ତୋଷ ଅସୀମିତ ହେଇ ରହିନାହିଁ। ଗଣେଶ ପୂଜା ପରଦିନ, ନୂଆଁଖାଇରେ, ପାଣ୍ଡିଆନଙ୍କୁ ଛିଗୁଲାଇଛନ୍ତି ଅଶୋକ ପଣ୍ଡା। ନବୀନ ପଟ୍ଟନାୟକ ଓଡ଼ିଶାର ସମ୍ପତ୍ତି, କାହାର ବ୍ୟକ୍ତିଗତ ନୁହଁନ୍ତି। ଲକ୍ଷ୍ମଣରେଖା ଭିତରେ ରହିବାକୁ ଭୈରବଙ୍କୁ ଇନ୍‌ଡାଇରେକ୍ଟେଲି ଚେତାଇ ଦେଇଛନ୍ତି ଏକାମ୍ର ବିଧାୟକ ଅଶୋକ ।

ନବୀନଙ୍କୁ ରାଜା ସ୍ୱାଇଁଙ୍କ ଚିଠି, ଦଳ ହାଇଜାକ୍ ନ ହେଉ
ପାଣ୍ଡିଆନଙ୍କୁ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ରିଆକ୍ଟିଭ । ସହଜେ ଆଠଗଡ଼ର ରାଜା ବାବୁ, ସେ ତ 8 ଥରର ବିଧାୟକ। ସେ କାହିଁକି ପାଣ୍ଡିଆନଙ୍କୁ ଖାତିରି କରିବେ । ଗତ ଏପ୍ରିଲ 9 ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ରାଜା ସ୍ୱାଇଁ। ପାଣ୍ଡିଆନଙ୍କ କୋଟରୀକୁ ଟାର୍ଗେଟ କରି କିଛି ବ୍ୟକ୍ତିଙ୍କ ଦ୍ୱାରା ବିଜେଡି ହାଇଜାକ୍ ନହେଉ ବୋଲି ନବୀନଙ୍କୁ ଜଣାଇଥିଲେ। ଆଉ ଏବେ ପାଣ୍ଡିଆନଙ୍କୁ ଚିଡ଼ାଇବା ପାଇଁ ଆଇ ଆମ ଡାଉନ, ନଟ୍ ଆଉଟ ବୋଲି ଆଠଗଡ଼ର ଏକ ଜନସଭାରେ କହିଛନ୍ତି।

ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌ ଡ୍ୟାମେଜ୍‌
କିନ୍ତୁ ଅଣ ଓଡ଼ିଆ ପାଣ୍ଡିଆନ, କିଚକେ ବାହୁବଳେ ବିରାଟ ରାଜା ପରି, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ମାତିଛନ୍ତି। ଅସୁସ୍ଥ ନବୀନଙ୍କୁ ମେଡିକାଲରେ ଭେଟିବାକୁ ଆସିଥିବା ରାଜା ସ୍ୱାଇଁଙ୍କ ଉପରେ ତୋଢ଼ ଦେଖାଇଥିଲେ। ରାଜା ସ୍ୱାଇଁ ମେଡିକାଲରୁ ଗଲା ପରେ, ତାଙ୍କୁ ଦଳରୁ  ସସ୍‌ପେଣ୍ଡ କରିଦେବେ ବୋଲି ପାଣ୍ଡିଆନ ଧମକ ଦେଇଥିଲେ । ଯାହାକି ଏବେ ବୁମେରାଂ ହେଲାଣି । ଆଉ ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌କୁ ଡ୍ୟାମେଜ୍‌ କଲାଣି।
ପାଣ୍ଡିଆନ ଦମ୍ପତ୍ତିଙ୍କୁ ବରିଷ୍ଠ ନେତାଙ୍କ ବିରୋଧ
ବିଜୁ ଜନତା ଦଳର ସଦସ୍ୟ ନହୋଇ ଦଳୀୟ ବ୍ୟାପାରରେ ମୁଣ୍ଡ ପୁରାଉଛନ୍ତି ଭୈରବ ପାଣ୍ଡିଆନ । ଏପରିକି ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ପରାଜିତ ନେତା ବବି ଦାସ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ଅତନୁ ସବ୍ୟସାଚୀଙ୍କ ସହ ବୈଠକ କରୁଛନ୍ତି। ପାଣ୍ଡିଆନ ଦମ୍ପତ୍ତିଙ୍କର ଏଭଳି କାର୍ଯ୍ୟକଳାପକୁ ଘୋର ବିରୋଧ କରୁଛନ୍ତି ବିଜେଡିର ବରିଷ୍ଠ ନେତାଏ।

ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ ସହ ସ୍ୱର ମେଳାଇଛନ୍ତି BJD ସାଂସଦ ଦେବାଶିଷ ସାମନ୍ତରାୟ। ଓଡ଼ିଆ ଖବର କାଗଜ ସମ୍ବାଦକୁ ସାକ୍ଷାତକାର ଦେଇ, ପାଣ୍ଡିଆନଙ୍କୁ ଜଣେ ଅହଂକାରୀ ବୋଲି କହିଛନ୍ତି। ଓଡ଼ିଶା ପାଇଁ ପାଣ୍ଡିଆନଙ୍କର ଅବଦାନ କିଛି ନାହିଁ। କିନ୍ତୁ କ୍ଷମତା ଲୋଭରେ ପାଣ୍ଡିଆନ ଏତେ ମସୁଗୁଲ୍ ଯେ ସେ ଭୁଲି ଯାଉଛନ୍ତି, ସରକାରୀ ଚାକିରୀ ଏବଂ ରାଜନୀତି ସମାନ ନୁହେଁ । ସେ ନବୀନ ପଟ୍ଟନାୟକଙ୍କର ପ୍ରିୟ ହୋଇପାରନ୍ତି, କିନ୍ତୁ ବିଜୁ ଜନତା ଦଳର ନୁହଁ…