Posts tagged Naveen Patnaik

ପାଣ୍ଡିଆନଙ୍କ ଧମକ, ନବୀନଙ୍କ ବିଷୟରେ ପଚାରିଲେ ପିଟିକି ବିଦା କରିଦେବେ

ବିଜୁ ଜନତା ଦଳର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଭୈରବ ପାଣ୍ଡିଆନଙ୍କ ଧମକ । VRS ନେଇଥିବା ଏହି ଅଣଓଡ଼ିଆ ଅଫିସର ଭୈରବ ପାଣ୍ଡିଆନ, ନାଲିଆଖି ଦେଖାଇ BJD ନେତାଙ୍କୁ କହିଲେ..

  • I am Down, Not Out
  • ଦରକାର ପଡିଲେ ଏଇଠୁ ପିଟି ପିଟି ବିଦା କରିଦେବି
  • ନବୀନଙ୍କ ଭାଇ(ପ୍ରେମ ପଟ୍ଟନାୟକ)ଙ୍କୁ କହି BJDରୁ ସସ୍‌ପେଣ୍ଡ କରିଦେବି।
    ଆପଣଙ୍କୁ ଏକଥା ସବୁ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏକଥା ଆମେ କହୁନାହୁଁ ବରଂ ଏହି ଶବ୍ଦ ଗୁଡ଼ିକ ଭୈରବ ପାଣ୍ଡିଆନଙ୍କର । ଯିଏ ଏବେ BJD ମୁଣ୍ଡରେ ବସି ତାଣ୍ଡବ କରୁଛନ୍ତି । ନବୀନ ନିବାସ କି ଶଙ୍ଖଭବନରେ ନୁହେଁ, ସମ୍ ହସ୍ପିଟାଲ କରିଡରରେ BJD ନେତାଙ୍କୁ ପିଟିବେ ବୋଲି କହିଛନ୍ତି ଭୈରବ ।
    ତେବେ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କୁ ଟାର୍ଗେଟ କରିଥିଲେ ଭୈରବ । କିନ୍ତୁ ରାଜା ସ୍ୱାଇଁଙ୍କୁ ନପାଇ କ୍ରୀତଦାସ ମାର୍କା BJD ନେତା ପ୍ରଣବ ପ୍ରକାଶ ଦାସଙ୍କ ସମେତ ସଞ୍ଜୟ ଦାସବର୍ମା, ପ୍ରଣବ ବଳବନ୍ତ ରାୟଙ୍କ ଦେଖାଇ ଭୀଷଣ ଗାଳି ଦେଲେ ଭୈରବ। ଆଉ ସେଠି ଉପସ୍ଥିତ ଥିଲେ BJD ବିଧାୟକ ଅରୁଣ ସାହୁ, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ବିଶ୍ୱରଞ୍ଜନ ମଲ୍ଲିକ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ସହ ଅନେକ ଯୁବଛାତ୍ର ସଂଗଠନର ସଦସ୍ୟ।

ତେବେ ଘଟଣାର ମୂଳ ବିନ୍ଦୁ ହେଉଛନ୍ତି BJD ସଭାପତି ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱର ସମ୍ ଅଲଟି-ମେଟ୍ ମେଡିକାଲରେ ରବିବାର ସଂଧ୍ୟାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବା ପାଇଁ BJDର ବରିଷ୍ଠ ନେତାମାନେ ସେଠାରେ ପହଞ୍ଚିଥିଲେ। ହେଲେ ସେଇଠି ନବୀନଙ୍କୁ ଭେଟିବେ କ’ଣ ଓଲଟା ପାଣ୍ଡିଆନଙ୍କ ଠାରୁ ଗାଳି ମନ୍ଦ ଶୁଣିଥିଲେ।
ଡାକ୍ତରଙ୍କ ସୂଚନା ଅନୁସାରେ 2 ଦିନ ହେବ ନବୀନଙ୍କର ଝାଡ଼ାବାନ୍ତି ହେଉଥିଲା । କିନ୍ତୁ ତାଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇନଥିଲା। ଏକଥା ଶୁଣି ରାଜା ସ୍ୱାଇଁ ହସ୍ପିଟାଲରେ ଉପସ୍ଥିତ ଥିବା ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ପଚାରିଲେ, ଯଦି ନବୀନ ବାବୁ‌ଙ୍କ ଦେହ 2 ଦିନ ହେବ ଖରାପ ହେଲାଣି ତେବେ ତାଙ୍କୁ ତୁରନ୍ତ ମେଡିକାଲ କାହିଁକି ଅଣା ଯାଇନଥିଲା? ହେଲେ ସୁଜତା ଉତ୍ତର ଦେଇନଥିଲେ । ସେଠାରୁ ରାଗ ତମତମ ହୋଇ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଭୈରବ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ରାଜା ସ୍ୱାଇଁ ହସ୍ପିଟାଲରୁ ବାହାରି ଯାଇଥିଲେ।
     ରାଜା ସ୍ୱାଇଁଙ୍କୁ ନପାଇ, ହସ୍ପିଟାଲରେ ଥିବା ଅନ୍ୟ BJD ନେତାଙ୍କୁ ଧମକାଇ ପାଣ୍ଡିଆନ କହିଲେ ‘I am Down, Not Out’। ମୁଁ ଚାହିଁଲେ ନବୀନ ପଟ୍ଟନାୟକଙ୍କ ବଡ ଭାଇଙ୍କୁ କହି ବିଜୁ ଜନତା ଦଳରୁ ସସ୍‌‌ପେଣ୍ଡ କରିଦେବି । ଏଇଠୁ ପିଟି ପିଟି ବିଦା କରିଦେବି’।
ତେବେ ଏଠି ପ୍ରଶ୍ନ,

  • ଭୈରବ ପାଣ୍ଡିଆନ କିଏ ? ଏବେ ବି କଣ ସେ BJDରେ ଅଛନ୍ତି? ନା’ ସେ ଜଣେ ନେତା ନା’ ସେ ଜଣେ BJD କର୍ମୀ ? ଦଳର କିଛି ପଦରେ ନଥାଇ ଏଭଳି ଧମକ ଦେବାକୁ ସାହସ ପାଉଛନ୍ତି କେମିତି ?
  • ଓଡ଼ିଶାର 24 ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ କ’ଣ କେବଳ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କର ?
    କଥା ଏଇଠି ସରି ନାହିଁ… ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଧ୍ୟ ନବୀନଙ୍କୁ ଭେଟିବାକୁ ମେଡିକାଲରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଦେଇନଥିଲେ ଭୈରବ । ବରଂ ଅତି ଅସମ୍ମାନନୀୟ ଢଙ୍ଗରେ ଭକ୍ତ ଦାସଙ୍କୁ କହିଲ, ଡାକ୍ତର ମାନଙ୍କୁ କାହିଁକି ପଚାରୁଛ । ଏହାପରେ ଭକ୍ତ ଦାସ ପାଣ୍ଡିଆନଙ୍କୁ କହିଥିଲେ. ‘ତମେ ସେହି ଲୋକ ନା, ଯିଏ ମୋ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପ-ଜିଲ୍ଲାପାଳ ଥିଲ’। BJDକୁ ପକେଟ୍ ପୂରାଇ ଥିବା ଭୈରବ ଭକ୍ତଙ୍କୁ ଜବାବ ଦେଇଥିଲେ, ‘ସେତେବେଳେ ଆପଣ ପରାଜିତ ହୋଇଥିଲେ’ । ପୁଣି ଭକ୍ତ ପଚାରିଥିଲେ.. ବିଜୁ ବାବୁ ଯେତେବଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ ତାଙ୍କୁ ସମସ୍ତେ ଭେଟି ପାରୁଥିଲେ, କିନ୍ତୁ ନବୀନଙ୍କୁ କାହିଁକି ନୁହେଁ?

ପଲିଟିକାଲ୍ ସିଷ୍ଟମକୁ ହତ୍ୟା କରି ଓଡ଼ିଶାରେ ଅଫିସର ରାଜ ଚଳାଉ ଥିବା ପାଣ୍ଡିଆନଙ୍କୁ ତ ଓଡ଼ିଶାବାସୀ ଭୋଟ ମାଧ୍ୟମରେ ପ୍ରତ୍ୟାଖାନ କଲେ। କ୍ରୀତଦାସ ମାନସିକତା ରଖିଥିବା BJD ନେତାମାନେ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ଗୋଲାମୀରୁ ନିଜକୁ ମୁକ୍ତ କରାଇବେ ?

BJP ପାଇଁ ଝିଅ ଅସୁରକ୍ଷିତ

ନାରୀ ମାନେ ନିଆଁରେ ଜାଳିହୋଇ ମୃତ୍ୟୁବରଣ କରିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। 4 ସପ୍ତାହରେ ଗଲାଣି ଚାରି ନାରୀଙ୍କ ଜୀବନ। ଜୁଲାଇ 12 ରୁ ଅଗଷ୍ଟ 12 ଅର୍ଥାତ ଗୋଟାଏ ମାସରେ ଚାରିଜଣ ନାରୀ ନିଆଁରେ ଜଳି ପ୍ରାଣ ହରାଇବା ଘଟଣାରେ ସୋସିଆଲ ମିଡ଼ିଆରେ ସମବେଦନା ଜଣାଇବା ସହ ଏଥିପାଇଁ BJP କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୋଟାଏ ମାସ ଭିତରେ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ, ବଳଙ୍ଗା ପୀଡ଼ିତା, ପଟ୍ଟାମୁଣ୍ଡାଇ ଯୁବତୀଙ୍କ ସହ ବରଗଡ଼ ଗାଇସିଲେଟର ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରେଇଛନ୍ତି। ରାଜ୍ୟରେ ଏଭଳି ଘଟଣା ବଢୁଥିବାରୁ କ୍ଷୋଭ ପ୍ରକାଶ କରିବା ସହ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ‘‘ବିଜେପିର ଶାସନ, ବ୍ୟବସ୍ଥା ଉପରେ ଭରସା ବଜାୟ ରଖିବାରେ ବିଫଳ ହୋଇଛି। ଝିଅମାନଙ୍କ ପାଇଁ ସୁନିଶ୍ଚିତ ହେବା ସମ୍ଭବ ହେଉନି । ଯେଉଁଠି ସେମାନେ ସୁରକ୍ଷିତ ଥିବେ, ସେମାନଙ୍କ କଥା ଶୁଣା ଯାଉଥିବ ଏବଂ ସେମାନଙ୍କ ଗୁରୁତ୍ୱ ଥିବ। ଏପରି ହୃଦୟବିଦାରକ ଧାରାକୁ ରୋକିବା ପାଇଁ ବିଜେପି ସରକାର ଆଉ କେତେ ସମୟ ଅପେକ୍ଷା କରିବ? ବିଜେପି ସରକାରର ଏପରି ଅସ୍ୱାଭାବିକ ନୀରବତା ଏବଂ ସ୍ଥାଣୁତା ଓଡ଼ିଶାର ଝିଅମାନଙ୍କୁ ଆହୁରି ଅସୁରକ୍ଷିତ କରିଦେଉଛି।’’

ଓ୍ୱାକଫ୍ ବିଲକୁ BJDର ସମର୍ଥନ : ଭୟ ନା’ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ

  • ବଡ଼ ଖୁଲାସା… ଧରାପଡ଼ିଲା ନବୀନ ପଟ୍ଟନାୟକଙ୍କ ମିଛ,
  • ରାଜ୍ୟସଭା ତଥ୍ୟ ଖୋଲିଲା ନବୀନଙ୍କ ମୁଖା,
  • ନବୀନ କହିଥିଲେ ୱାକଫ୍‌‌ ସଂଶୋଧନ ବିଲକୁ ସମର୍ଥନ କର
  • କିନ୍ତୁ ନବୀନଙ୍କ ନିର୍ଦ୍ଦେଶକୁ ମାନି ନଥିଲେ ସାଂସଦ ମୁନା ଖାଁ !
  • ସସ୍ମିତ ପାତ୍ରଙ୍କ ଟ୍ୱିଟ୍‌ ଥିଲା ଡ଼ାହା ମିଛ !
    ରାଜ୍ୟସଭା ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଛ ନାଟକରୁ ପରଦା ହଟିଛି । ଭୋଟ୍ ବ୍ୟାଙ୍କ ମ୍ୟାନେଜ୍ କରିବାକୁ ମୁସଲମାନଙ୍କୁ ମିଛ କହିଛନ୍ତି ନବୀନ । ଇଫତାର୍ ପାର୍ଟିରେ କହିଥିଲେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍‌‌କୁ BJD ବିରୋଧ କରିବ । କିନ୍ତୁ ୱାକଫ୍‌ ବିଲକୁ ସପୋର୍ଟ କରିବା ପାଇଁ ବିଜେଡି ସାଂସଦ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
    ଯାହାର ପ୍ରମାଣ ହେଉଛି ରାଜ୍ୟସଭାରୁ ପ୍ରକାଶ ପାଇଥିବା ଏହି ତାଲିକା।

ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଦେବାଶିଷ ସାମନ୍ତରାୟ ଗତ ଏପ୍ରିଲ 4 ତାରିଖର ମଧ୍ୟରାତ୍ରିର ଭୋଟିଂ ସମୟରେ ଉପସ୍ଥିତ ନଥିବା ବେଳେ ୫ ସାଂସଦଙ୍କ ଭୋଟ୍ ଯାଇଛି ୱାକଫ୍ ସମର୍ଥନରେ । କେବଳ ମୁଜ୍ଜିବୁଲ୍ଲା ଓରଫ ମୁନା ଖାଁଙ୍କୁ ଛାଡ଼ି ଦେଲେ,

  1. ନିରଞ୍ଜନ ବିଶି
  2. ସୁଲତା ଦେଓ
  3. ଶୁଭାଶିଷ ଖୁଣ୍ଟିଆ
  4. ମାନସ ମଙ୍ଗରାଜ ଏବଂ
  5. ସସ୍ମିତ ପାତ୍ରଙ୍କ ପରି, ଅନ୍ୟ ୫ BJD ସାଂସଦ ୱାକଫ୍‌ ବିଲକୁ ସମର୍ଥନ କରିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି, କ’ଣ ୫ BJD ସାଂସଦଙ୍କ ବିବେକ କଣ ସମାନ କଥା କହିଥିଲା ? ନାଁ ଏଠି ନବୀନଙ୍କ ନିର୍ଦ୍ଦେଶ ଥିଲା ? କାରଣ ଭୋଟିଂ ପୂର୍ବରୁ ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମ ଆଗରେ କହିଥିଲେ ‘ୱାକଫ୍‌‌ ବିଲକୁ BJD ବିରୋଧ କରିବ, ଏହା ନବୀନଙ୍କ ନିର୍ଦ୍ଦେଶ’ । ଏହାର କିଛି ଘଣ୍ଟା ପରେ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡଲରେ ସସ୍ମିତ ପାତ୍ର ଲେଖିଥିଲେ, “ନବୀନ କହିଛନ୍ତି ବିବେକ ଅନୁସାରେ ଭୋଟ ଦେବେ ସାଂସଦ”।
ଏବେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ୫ BJD ସାଂସଦ ୱାକଫ୍‌ ସଂଶୋଧନ ବିଲ‌କୁ ସମର୍ଥନ କରିଥିବାର ପ୍ରମାଣ ରହିଛି । ଏଠି ପ୍ରଶ୍ନ ଯେଉଁ BJD ସାଂସଦମାନେ କ୍ୟାମେରା ଆଗରେ ଗଳା ଫଟାଇ BJP ବିରୋଧରେ ଚିତ୍କାର କରୁଛନ୍ତି, ସେମାନଙ୍କ ବିବେକ କେମିତି କହିଲା BJP ଆଣିଥିବା ଏହି ବିଲ୍‌କୁ ସମର୍ଥନ କରିବାକୁ ? ବାସ୍ତବରେ ଏହା ବିବେକ ଭୋଟ ଥିଲା ନା ନବୀନଙ୍କ ନିର୍ଦ୍ଦେଶ ଥିଲା?

କାରଣ ସେତେବେଳ ସସ୍ମିତ ପାତ୍ରଙ୍କ ଏଭଳି ଦି-ଆଡ଼ିଆ କଥାକୁ ନେଇ ନାନା ଆଲୋଚନା ହୋଇଥିଲା। ଏଭଳି ମତ ବଦଳିବା ପଛରେ, ପାଣ୍ଡିଆନଙ୍କ ହାତ ଥିବା କଥା ମଧ୍ୟ ଉଠିଥିଲା। ଯାହାକି ପର ମୂହୁର୍ତ୍ତରେ ସତ ବୋଲି କିଛିକାଂଶରେ ପ୍ରମାଣିତ ହୋଇଥିଲା। କାରଣ ମୁନା ଖାଁ, ନବୀନ ନିବାସରେ ପହଞ୍ଚି, BJD ସଭାପତିଙ୍କୁ ଭେଟିଥିଲେ। ଆଉ ପାଣ୍ଡିଆନ ମୁର୍ଦ୍ଦାବାଦ ନାରା ଦେଇଥିଲେ । ସେହି ଘଟଣା ପରେ ମୁନା ଖାଁ ଏବେ ବିଜୁ ଜନତା ଦଳରେ ଏକଘରିଆ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସସ୍ମିତଙ୍କ ମତ ବଦଳିବା ପଛରେ ପାଣ୍ଡିଆନଙ୍କ ହାତ ରହିଥିଲା । ଆଉ ଏହାକୁ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ ।

ନବୀନଙ୍କ ମୁମ୍ବାଇ ଗସ୍ତ, ଚିକିତ୍ସା ପାଇଁ ନା’ ଅନ୍ୟ କିଛି…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହୋଇପାରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ୍। ନବୀନଙ୍କ ଘରୋଇ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୨ରେ ସର୍ଜରୀ ହୋଇପାରେ। ଏଥିପାଇଁ ସୋସିଆଲ ମିଡିଆରେ ସୂଚନା ଦେଇ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ ।

କିନ୍ତୁ ନବୀନଙ୍କ ମୁମ୍ବାଇ ଗସ୍ତ ପଛରେ ପଲିଟିକ୍ସ ଅଧିକ ଥିବାର ଲାଗୁଛି। ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରର ରୋଡ୍ ସୋ’ର ପ୍ରାୟ 5 ଘଣ୍ଟା ପୂର୍ବରୁ BJDର କର୍ମୀ-ନେତା, ଏୟାରପୋର୍ଟରେ ଏକାଠି ହେବା, ନବୀନଙ୍କ ପଲିଟିକାଲ୍ ଏଜେଣ୍ଡାକୁ ଉଜାଗର କରିଛି। ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ’ର ସିଡ୍ୟୁଲ୍ ଆଗୁଆ ସ୍ଥିର ହୋଇଛି। କିନ୍ତୁ ମୋଦୀଙ୍କ ପପୁଲାରିଟିକୁ କାଉଣ୍ଟର କରିବାକୁ BJD ସଭାପତିଙ୍କ ଅସୁସ୍ଥତାକୁ ଫୋକସ୍ କରିଛନ୍ତି ନବୀନଙ୍କ କୋଟରୀ। ସେଥିପାଇଁ ହଠାତ୍ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ମହାନାଟକର ଆୟୋଜନ କରାଗଲା। ଅସୁସ୍ଥ ନବୀନ ପଟ୍ଟନାୟକ ଯେପରି ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି, ସେଥିପାଇଁ ମେଲାଣି ପର୍ବର ଆୟୋଜନ କରାଗଲା।
ହୁଳହୁଳି-ବନ୍ଦାପନାର ମହାନାଟକ
ପ୍ଲାନିଂ ଅନୁସାରେ ଏୟାରପୋର୍ଟ ଅଭିମୁଖେ ନବୀନ ପଟ୍ଟନାୟକ ଯିବାବେଳେ BJD ମହିଳା କର୍ମୀମାନେ ତାଙ୍କୁ ବନ୍ଦାପନା କରିବା ସହ ହୁଳହୁଳି ପକାଇଲେ। ଦଳର ବରିଷ୍ଠ ନେତା ଏବଂ ଭୁବନେଶ୍ୱରର ଆଖପାଖ ଅଞ୍ଚଳରୁ କର୍ମୀମାନଙ୍କୁ ବୋହି ଆଣି ଏୟାରପୋର୍ଟରେ ରୁଣ୍ଡ କଲେ। ମୋଦିଙ୍କ ତୁଳନାରେ ନବୀନ ଅଧିକ ଲୋକପ୍ରିୟ ବୋଲି ଦେଖାଇବାର ପ୍ରଚେଷ୍ଠା ହେଲା। BJDର ନେତା-କର୍ମୀ, ଆରୋଗ୍ୟ କାମନା କରି ନବୀନଙ୍କୁ ବିଦାୟ ଦେଲେ।

ମୁମ୍ବାଇ ଚିକିତ୍ସାର ପ୍ରଚାର କଣ ପାଇଁ
କିନ୍ତୁ ନବୀନ ପଟ୍ଟନାୟକଙ୍କ କୋଟରୀ ଭୁଲିଗଲେ ଯେ ସାଧାରଣତଃ ଜଣେ ମେଡିକାଲକୁ ଯିବା ସମୟରେ ସମସ୍ତେ ଚିନ୍ତାରେ ଥାଆନ୍ତି। ହେଲେ ନବୀନଙ୍କ ସ୍ୱାସ୍ଥ୍ୟ ଉପଚାରକୁ ପ୍ରଚାର-ପ୍ରସାରର ଉଚିତ ମାଧ୍ୟମ ଭାବିଲେ BJDର ଶୀର୍ଷ ନେତୃତ୍ୱ । କିନ୍ତୁ ସଚେତନ ଓଡ଼ିଆ ଜାଣିଛନ୍ତି ଯେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତି ନବୀନ କିମ୍ବା ହରିଆନା ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବାର ଉଦାହରଣ ଅଛି। କିନ୍ତୁ କେବେବି ଗଣମାଧ୍ୟମ ବା ସୋସିଆଲ୍ ମିଡିଆରେ ନିଜର ଚିକିତ୍ସା ସଂପର୍କରେ ଜଣାଇ ନାହାଁନ୍ତି ନବୀନ। ପ୍ରଥମଥର ଚିକିତ୍ସା ପାଇଁ ମୁମ୍ବାଇ ଗଲେ, କିନ୍ତୁ ସେ ସଂପର୍କରେ ସାରା ଦୁନିଆକୁ ଜଣାଇବା ପଛରେ ନବୀନଙ୍କର କି କାରଣ ରହିଛି ?

ତେବେ BJDର ନିଷ୍ପତ୍ତି ନେଉଥିବା ନେତୃତ୍ୱ ଜାଣିବା ଉଚିତ ଯେ 2024 ନିର୍ବାଚନ ନବୀନଙ୍କ ଲୋକପ୍ରିୟତାର ସାର୍ଟିଫିକେଟ୍ ଦେଇଛି। ନବୀନ ପଟ୍ଟନାୟକ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ନୁହଁନ୍ତି । କଣ୍ଟାବାଞ୍ଝି ଆସନରେ ଲକ୍ଷ୍ମଣ ବାଗଙ୍କ ଠାରୁ 16,344 ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ନବୀନ ପଟ୍ଟନାୟକ । ସେହିଭଳି ନିଜର ପାରମ୍ପରିକ ଆସନ ହିଞ୍ଜିଳରୁ ପ୍ରାୟ 60,000ରୁ ଅଧିକ ଭୋଟରେ ବିଜୟୀ ହେଉଥିବା ନବୀନ, ଗତ ନିର୍ବାଚନରେ ମାତ୍ର 4636 ଭୋଟରେ ଜିତିଛନ୍ତି।
ତେବେ ମୋଦୀଙ୍କୁ କାଉଣ୍ଟର କରିବା ନବୀନଙ୍କର ମୁମ୍ବାଇ ଗସ୍ତ ପ୍ରଥମ ଚାଲ୍ ନୁହେଁ । 5 ଅଗଷ୍ଟ 2021ରେ ଅଯୋଦ୍ଧାରେ ରାମ ମନ୍ଦିରର ଭୂମି ପୂଜନ ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ଓଡ଼ିଶାରେ ସାମୁହିକ “ବନ୍ଦେ ଉତ୍କଳ ଜନନୀ” ଗାନ କରାଇଥିଲେ ବିଜେଡି ସରକାର। ସେହିପରି ରାମ ମନ୍ଦିର ପ୍ରତିଷ୍ଠା ଆଗରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସହ ଗାଁ ଗାଁରୁ ଅର୍ପଣ ଚାଉଳ ସଂଗ୍ରହ କରିଥିଲେ ନବୀନ ଆଣ୍ଡ କମ୍ପାନୀ। ମୋଦୀଙ୍କୁ କାଉଣ୍ଟର କରିବାକୁ ଯାଇ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ଆୟୁଧ କରିବାର BJDର ପ୍ରୟାସକୁ ଓଡ଼ିଶାବାସୀ ବୁଝିପାରିବେ ନାହିଁ, ଏଭଳି ଭାବିବା ଠିକ୍ ନୁହେଁ।

PAC-ବିଜୟଙ୍କ ପରେ ଭାଙ୍ଗିଥିଲା, ପାଣ୍ଡିଆନଙ୍କ ପାଇଁ ଗଢ଼ା ହେଲା

25 ବର୍ଷ ପରେ ବିଜୁ ଜନତା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ପଲିଟିକାଲ୍ ଆଫେୟାର୍ସ କମିଟି ବା PACର ପୁର୍ନଗଠନ କରାଯାଇଛି । BJDର ଆଜନ୍ମ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ PAC ଗଠନ ହୋଇଛି । ସେହି କମିଟିରେ ଅନ୍ୟ 9 ଜଣ ସଦସ୍ୟ ରହିଛନ୍ତି। ବିଶ୍ୱାସଘାତକତା କରି ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ପରେ 2000 ମସିହାରୁ ପଲିଟିକାଲ୍ ଆଫେୟାର୍ସ କମିଟିକୁ ଭାଙ୍ଗି ଦେଇଥିଲେ ନବୀନ। ତେବେ ବିଜୁ ଜନତା ଦଳର ପୁର୍ନଗଠିତ PACରେ ଅଛନ୍ତି ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଣିଂ, ଟୁକୁନୀ ସାହୁ, ସସ୍ମିତ୍ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର। ଏହି ନବଗଠିତ କମିଟିକୁ ଦେଖିଲେ ଲାଗୁଛି ଏହା ପଲିଟିକାଲ୍ ଆଫେୟାର୍ସ କମିଟି ନୁହେଁ ଏଇଟା ହେଉଛି ପାଣ୍ଡିଆନ ଆଫେୟାର୍ସ କମିଟି। କାରଣ PACର ସମସ୍ତ ସଦସ୍ୟ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ କଥାରେ ଉଠବସ୍ ହେଉଛନ୍ତି । ତେଣୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି PACକୁ BJD ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି ପାଣ୍ଡିଆନ୍।

କାରଣ ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇ BJDକୁ ଲୋକହସା କରିଥିବା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, PACରେ ରହିବା ପାଣ୍ଡିଆନଙ୍କ ଦବଦବାକୁ ସୂଚାଉଛି । ସେହିଭଳି ରାଜନୀତିରେ ବର୍ଷେ ପୂରଣ କରି ନଥିବା ସନ୍ତୃପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କର ଜଣେ ଦୃଢ ସମର୍ଥକ । ପ୍ରଣବ ପ୍ରକାଶ ଦାସ ଏବଂ ପାଣ୍ଡିଆନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଜାଣିଛି ସାରା ଓଡ଼ିଶା । ଏବେ ପ୍ରଣବଙ୍କର ନିକଟତର ସଞ୍ଜୟ ଦାସବର୍ମାଙ୍କୁ PACରେ ସ୍ଥାନ ମିଳିବା, ପାଣ୍ଡିଆନଙ୍କ ବିନା ଇସାରାରେ ଏହା ଅସମ୍ଭବ । ପ୍ରମିଳା ମଲ୍ଲିକ, ସୁଦାମ ମାର୍ଣ୍ଣିଂ ଓ ଟୁକୁନୀ ସାହୁ ପାଣ୍ଡିଆନଙ୍କ ହଁ’ରେ YES କହିବା ନେତା। ସେହିଭଳି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ଓ ନିରଞ୍ଜନ ପୂଜାରୀ ସେମାନଙ୍କର ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ । ସାରା ଓଡ଼ିଶାର ରାଜନୀତିକୁ ଭଲ ଭାବରେ ବୁଝିନଥିବା ଏହି 9 ଜଣଙ୍କୁ PACର ସଦସ୍ୟ କରାଇ BJDକୁ ହାଇଜାକ୍ କରିନେଲେ ପାଣ୍ଡିଆନ୍ ।
ଚର୍ଚ୍ଚା ହେଉଥିଲା BJD ବିଧାୟକ ଦଳର ଉପନେତା  ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଅରୁଣ ସାହୁ, ପ୍ରତାପ କେଶରୀ ଦେବ,  ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଜେନା PACର ମେମ୍ବର ହେବେ ।
BJDର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ PACର ନମ୍ବର-2ର ଦାୟିତ୍ୱ ମିଳିବ । କିନ୍ତୁ ବିଗତ ଦିନରେ ଦଳୀୟ ସଙ୍ଗଠନକୁ ନେଇ ଭିନ୍ନ ମତ ରଖୁଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପାଣ୍ଡିଆନଙ୍କ ରୋଷର ଶିକାର ହେବାକୁ ପଡ଼ିଲା। ଶେଷରେ BJD ରାଜ୍ୟ କୃଷକ ମୋର୍ଚ୍ଚାର ଆବାହକ ହେଲେ ପ୍ରସନ୍ନ ଆଚାର୍ଯ୍ୟ।

ବିଚକ୍ଷଣ ଅରୁଣ ସାହୁଙ୍କୁ OBC ସେଲର ଆବାହକ କରାଯାଇ ସାବାଡ୍ କରାଯାଇଛି । ତାଙ୍କୁ ରଗେଇବା ପାଇଁ BJD OBC ସେଲ୍ ଆବାହକ ପଦକୁ ଦଳର ଉପସଭାପତି ପଦ ସହ ସମତୁଲ କରିବାର ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ସେହିଭଳି ଦେବୀ ମିଶ୍ରଙ୍କୁ ସିନିୟର୍ ଭାଇସ୍ ପ୍ରେସିଡେଣ୍ଟ (ମୁଖ୍ୟାଳୟ) ପଦ ଦେଇ ଶଙ୍ଖଭବନ ଜଗିବାର ଦାୟିତ୍ୱ ଦିଆଯାଇଛି । ଆଉ ପ୍ରତାପ ଜେନା, ଅତନୁ ସବ୍ୟସଚୀ ନାୟକଙ୍କୁ ଉପସଭାପତିର ଲଲିପପ୍ ଦିଆଯାଇଛି। ଅପରପକ୍ଷରେ BJD ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ତୁଲାଉଥିବା ପ୍ରତାପ ଦେବଙ୍କୁ ନା’ PACରେ ଜାଗା ମିଳିଲା ନା’ ସଙ୍ଗଠନରେ।
ଏସବୁକୁ ଦେଖିଲେ ଲାଗୁଛି ସିନିୟରଙ୍କୁ ଆଉଟ୍ କରିବା ଯୋଜନାରେ ସଫଳ ହୋଇଛନ୍ତି ପାଣ୍ଡିଆନ । ବିଜୁ ଜନତା ଦଳର ଅଧିକାଂଶ ପ୍ରତିଷ୍ଠାତା ସଭ୍ୟଙ୍କୁ ନବୀନ ପଟ୍ଟନାୟକ ଯେପରି ବିଦା କରିଥିଲେ, ଠିକ୍ ସେମିତି ସିନିୟର ମାନଙ୍କୁ କୋଣଠେସା କରିଛନ୍ତି ପାଣ୍ଡିଆନ।