Posts tagged Congress

କାହିଁକି ଇନ୍ଦିରାଙ୍କୁ ଗୁଳି କରିଥିଲେ ବଡିଗାର୍ଡ

31 ଅକ୍ଟୋବର 1984 । ସକାଳ ପ୍ରାୟ 9 ଟାରେ ନିଜର ବାସଭବନ ସଫଦରଜଙ୍ଗ ରୋଡରୁ ବାହାରି ଆକବର ରୋଡ ଆଡ଼କୁ ଯାଉଥିଲେ ଇନ୍ଦିରା ଗାନ୍ଧୀସେଦିନ ବ୍ରିଟିସ ଡିରେକ୍ଟର ପିଟର ଅଷ୍ଟିନଭଙ୍କ ସହ ଇନ୍ଦିରାଙ୍କ ଇଣ୍ଟର୍ଭ୍ୟୁ ଥିଲା ଇନ୍ଦିରାଙ୍କ ସହ ଥିଲେ କନେଷ୍ଟବଳ ନାରାୟଣ ସିଂହ,ପର୍ସନାଲ ସେକ୍ରେଟାରୀ ଆର କେ ଧବନ, ରାମେଶ୍ୱର ଦୟାଲହଠାତ୍ ଇନ୍ଦିରାଙ୍କ ଉପରକୁ ଗୁଳି ଚଳାଇଥିଲେ ବଡ଼ିଗାର୍ଡ ବେୱ୍ୱନ୍ତ ସିଂହବେୱନ୍ତଙ୍କ ଗନରୁ ତିନୋଟି ଗୁଳି ବାଜିବା ମାତ୍ରେ ଅନ୍ୟ ଜଣେ ବଡ଼ିଗାର୍ଡ ସତୱନ୍ତ ସିଂହ ଫାଇରିଂ କରିଥିଲେ। ଇନ୍ଦିରାଙ୍କ ଦେହରେ ବାଜିଥିଲା 33 ଟି ଗୁଳି । ଦିଲ୍ଲୀ ଏମ୍ସରେ ଆଖି ବୁଜିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ।

ଇନ୍ଦିରାଙ୍କ ମୃତ୍ୟୁକୁ ନେଇ ଅନେକ କଥା କୁହାଯାଉଥିଲା ବେଳେ କିଛି ଜଣ ଏମିତି ବି କୁହନ୍ତି ଯେ ଯଦି ଇଣ୍ଟେଲିଜେନ୍ସ ଏଜେନ୍ସିର ପରାମର୍ଶକୁ ମାନି ଥାଆନ୍ତେ ହୁଏତ ଇନ୍ଦିରା ଗାନ୍ଧୀ ସେଦିନ ବଞ୍ଚି ଯାଇଥାଆନ୍ତେ। ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ମୁଖ୍ୟ କାରଣ ଥିଲା ଅପରେସନ୍ ବ୍ଲୁ ଷ୍ଟାର। ପଞ୍ଜାବର ସ୍ୱଣ୍ଣ ମନ୍ଦିରରେ ଅସ୍ତ୍ରଧାରୀ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ସେନା ଗୁଳିର ବର୍ଷା କରିଥିଲା। ଏ ଗୁଳିକାଣ୍ଡରେ ଖଲିସ୍ତାନୀ ଆତଙ୍କବାଦୀ ନିପାତ ହେବା ସହ ମନ୍ଦିରର କ୍ଷତି ହୋଇଥିଲା । ଯାହା ଶିଖ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିଲା । ଅପରେସନ୍ ବ୍ଲୁ ଷ୍ଟାର ପରେ ଇଣ୍ଟେଲିଜେନ୍ସ ଏଜେନ୍ସି ଇନ୍ଦିରାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଶିଖ୍ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଇନ୍ଦିରା ଗାନ୍ଧୀ ଏ କଥାକୁ ଗୁରୁତ୍ୱ ଦେଇ ନଥିଲେ । 10 ବର୍ଷ ହେବ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ବେୱନ୍ତ ସିଂହ ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଥିଲେ । ଯାହାଙ୍କ ସହ ଏ ଚକ୍ରାନ୍ତରେ ଜଡିତ ଥିଲେ ଅନ୍ୟ ଜଣେ ଶିଖ୍ ବଡ଼ିଗାର୍ଡ ସତୱନ୍ତ ସିଂହ।

ଅକ୍ଟୋବର 30 ରେ ନିର୍ବାଚନ ପ୍ରଚାରରେ ଆସିଥିଲେ ଇନ୍ଦିରା। ତା ପରଦିନ ଇନ୍ଦିରାଙ୍କ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ କରିବାକୁ ଡିରେକ୍ଟର ତାଙ୍କର ଇଣ୍ଟରଭ୍ୟୁ ନେବାର ଥିଲା। ଇନ୍ଦିରା ଗାନ୍ଧୀ ଆକବର ରୋଡ 1 ଆଡ଼କୁ ବଢୁଥିଲା ବେଳେ ୱେଟର କପ ପ୍ଲେଟ୍ ନେଇ ଯାଉଥିବାର ଦେଖି ଚେଞ୍ଜ କରିବାକୁ କହିଲେ । ଆଉ ଏ ସମୟରେ ଅଚାନକ ଗୁଳି ଚଳାଇଥିଲା ଇନ୍ଦିରାଙ୍କ ଫେଭରାଇଟ ବଡିଗାର୍ଡ ବେୱନ୍ତ ସିଂହ। ଇନ୍ଦିରା ତଳେ ପଡିଥିବା ଅବସ୍ଥାରେ ସତୱନ୍ତ ସିହଂ 30ଟି ଗୁଳି ଚଲେଇଲେ। ଏମ୍ସ ହସ୍ପିଟାଲରେ କିଛି ସମୟ ଚିକିତ୍ସିତ ହେବା ପରେ 2 ଟା 23ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲାଜାନୁୟାରୀ 6 1989ରେ ଏ ଘଟଣାରେ ସତୱନ୍ତଙ୍କୁଫାଶି ହୋଇଥିଲା ବେଳେ ଇନ୍ଦରାଙ୍କୁ ଗୁଳି ଚଳାଇବ ଦିନ ହିଁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଥିଲେ ବେୱନ୍ତ । ଇଣ୍ଟେଲିଜେନ୍ସ ରିପୋର୍ଟକୁ ନମାନି ଶିଖ କର୍ମଚାରୀଙ୍କୁ ପାଖରେ ରଖିବାରୁ ବଡ଼ ମୁଲ୍ୟ ଦେଇଥିଲେ ଇନ୍ଦିରା  ।

ନୂଆପଡ଼ା ପଲିଟିକ୍ସ, ୨୪ ଘଣ୍ଟାରେ ୩ ଥର ଦଳ ପରିବର୍ତ୍ତନ

ଦୁଇ ଦିନରେ 3 ଥର ପାର୍ଟି ଚେଞ୍ଜ । ସକାଳେ କଂଗ୍ରେସ, ସନ୍ଧ୍ୟାରେ ବିଜେଡି ଛାଡ଼ି ପରଦିନ ପଦ୍ମଧରି ଚର୍ଚ୍ଚାରେ । ନୂଆପଡ଼ା ରାଜନୀତିରେ ଦିନକୁଦିନ ଘଟଣା ନୂଆ ମୋଡ଼ ନେଉଛି । କେତେବେଳେ ବିଜେଡି ଭାବିଥିବା ପ୍ରାର୍ଥୀଙ୍କୁ ବିଜେପି ନେଇଯାଉଛି ତ ପୁଣି କେତେବେଳେ ଜିଲ୍ଲା ବାହାରକୁ ଯାଇ ଜଣେ ହାରୁ ନେତ୍ରୀଙ୍କୁ ପ୍ରାର୍ଥୀ ଦେଇଛି ବିଜେଡି । ତେବେ ୟାରି ଭିତରେ ନୂଆପଡ଼ାର ଚର୍ଚ୍ଚାକୁ ଅଧିକ ସରଗରମ କରିଛନ୍ତି ଜଣେ ନିଆରା ବ୍ୟକ୍ତି । 2 ଦିନରେ କରିଛନ୍ତି ତିନିଥର ପାର୍ଟି ଚେଞ୍ଜ । ବିଜେଡି, କଂଗ୍ରେସ ଏବଂ ବିଜେପିରେ ମିଶିବାକୁ ତାଙ୍କୁ ବେଶୀ ସମୟ ଲାଗିନି । ଅକ୍ଟୋବର 9 ତାରିଖ ସକାଳେ କଂଗ୍ରେସର ହାତ ଧରି ସନ୍ଧ୍ୟାକୁ ଶଙ୍ଖ ଫୁଙ୍କିଥିବା ଏହି ବ୍ୟକ୍ତିଜଣଙ୍କ ରାତି ପାହିଲା ମାତ୍ରେ ବିଜେପିରେ ଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏ  ବ୍ୟକ୍ତି ଜଣଙ୍କ କୌଣସି ସାଧାରଣ ଲୋକ ନହନ୍ତି ବରଂ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପର୍ସନାଲ ଆସିଷ୍ଟାଣ୍ଡ ରାମଲାଲ ହଂସ । ନୂଆପଡ଼ାର ରାମଲାଲଙ୍କ ଦିନକୁ ଦିନ ନୂଆ ଇନିଂସ ପଲିଟିକାଲ କ୍ରିକେଟ ଗ୍ରାଉଣ୍ଡରେ ଚର୍ଚ୍ଚାର କାରଣ । ଦୁଇଦିନରେ ତିନିଟା ପାର୍ଟି ଚେଞ୍ଜ କରିଛନ୍ତି ରାମଲାଲ ।

ରାଜୁଙ୍କ ରାଇଟ ହ୍ୟାଣ୍ଡ- ରାମଲାଲ
ନୂଆପଡ଼ାର ରାମଲାଲ ହଂସ ହେଉଛନ୍ତି ଉତ୍କଳ ଯାଦବ ସମାଜର ରାଜ୍ୟ ସାଧାରଣ ସମ୍ପାଦକ । ଏଥିସହିତ ରାଜୁ ଢୋଲକିଆଙ୍କ ଖାସ୍ ଲୋକ ହିସାବରେ ତାଙ୍କର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି । ରାଜୁ ଢୋଲକିଆଙ୍କ ରିପ୍ରେଜେଣ୍ଟେଟିଭ୍ ଭାବେ ସେ ତାଙ୍କର ଅନୁପସ୍ଥିତିରେ ବିଭିନ୍ନ ପ୍ରୋଗ୍ରାମ , ଫଙ୍କସନ୍ ଆଟେଣ୍ଡ କରନ୍ତି ରାମଲାଲ । ରାଜୁ ଢୋଲକିଆଙ୍କ ଅନୁପସ୍ଥିତିରେ ଲୋକ ରାମଲାଲଙ୍କ ସହ ଯୋଗାଯୋଗ କରି କାମ କରାଇ ନିଅନ୍ତି । ରାଜୁଙ୍କ ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ରାମଲାଲ ଅନେକ ଲୋକଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି । ସେ ଦୃଷ୍ଟିରୁ ରାମଲାଲଙ୍କ ଯୋଗଦାନ ପାର୍ଟିକୁ ଭଲ ପ୍ରଫିଟ ଦେବ ବୋଲି ଅନୁମାନ କରାଯାଉଛି । ମାତ୍ର ରାମଲାଲ ଯେଉଁଭଳି ଭାବରେ , ପଲିଟିକାଲ ପାର୍ଟିକୁ ଚକମା ଦେଇ ଗୋଟାଏ ପରେ ଗୋଟାଏ ପାର୍ଟି ଚେଞ୍ଜ କରିଛନ୍ତି ଭୋଟ ସମୟରେ ସେ କାହା ପାଖରେ ରହିବେ ତାର ଅନୁମାନ କରାଯାଇପାରୁନାହିଁ ।

ତେବେ ଢୋଲକିଆ ପରିବାର ସହ ବ୍ୟକ୍ତିଗତ ସମ୍ପର୍କ ଥିବା ରାମଲାଳଲଙ୍କ ପାର୍ଟି ଚେଞ୍ଜ ପ୍ଲାନ୍ ଆଉ ବିଜେଡି କଂଗ୍ରେସର ପଲିଟିକାଲ ଏଜେଣ୍ଡା ଜାଣିବା ପାଇଁ ନଥିଲା ତ? ହୁଏତ ରାମଲାଲଙ୍କ ଏ ମାଷ୍ଟର ପ୍ଲାନ୍ ବିଜେପିକୁ ପ୍ରଫିଟ୍ ଦେବାକୁ ହୋଇଥାଇପାରେ । ବିଜେଡି କଂଗ୍ରେସ ଛାଡ଼ି ବିଜେପିରେ ଜଏନ୍ କରିଥିବା ରାମଲାଲଙ୍କ ଏ ଟ୍ରିକ୍ ବିଜେପିକୁ କେତେ ଫାଇଦା ଦେଉଛି ତାହା ଦେଖିବା ବାକି ।

ସମୟ ନଥାଇ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

  • BJD ପାଇଁ ଭକ୍ତ ଦାସଙ୍କ ଷଡ଼ଯନ୍ତ୍ର
  • କେବଳ ସରକାର ନୁହେଁ, ବରଂ ବିରୋଧି ଦଳକୁ ହରଡ଼ଘଣାରେ ପକାଇବାକୁ ଚାହୁଁଛି କଂଗ୍ରେସ
  • ସମର୍ଥନ ଆଳରେ ବିଜୁ ଜନତା ଦଳ ପ୍ରତି, ସମାଲୋଚନାକୁ ନିମନ୍ତ୍ରଣ
  • BJDକୁ ଅଡୁଆରେ ପକାଇବାକୁ ଭକ୍ତଙ୍କ ଫର୍ମୁଲା ଅନାସ୍ଥା
  • ଅନାସ୍ଥା ପାଇଁ ସମୟ ନଥିଲା ବେଳେ କେବଳ ପଲିଟିକାଲ ଡ୍ରାମା କରୁଛି କଂଗ୍ରେସ
  • ମୌସୁମୀ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ବି ଚାଲି ପାରିଲାନି ବିଧାନସଭା

ଫେବୃଆରୀ 18 ରେ ସରକାର ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସର 14 ବିଧାୟକ ସହ CPM ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମିଶାଇ 15 ଜଣଙ୍କ ସମର୍ଥନ ରହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ସମର୍ଥନ ମଧ୍ୟ ମାଗିଥିଲେ। ମାତ୍ର କଂଗ୍ରେସର ଏ ଫନ୍ଦିରେ ପଡ଼ି ନଥିଲା ବିଜେଡି ।
ତେବେ ଏ ଅନାସ୍ଥା ପ୍ରସ୍ତାବ ଆଜିର ନୁହେଁ । ବହୁ ପୂର୍ବରୁ ଏ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତ ଦାସ। ଏମିତି କି ବିଜେଡି ପରି ସଂଖ୍ୟା ଗରିଷ୍ଠତା ଥିଲେ ବିଧାନସଭା ଚଲେଇ ଦିଅନ୍ତେ ନାହିଁ ବୋଲି ଖୋଲା ଧମକ ବି ଦେଇଥିଲେ । ଯାହାର ରେଜଲ୍ଟ ଏ ଅନାସ୍ଥା।

ମାତ୍ର ଏ ଅନାସ୍ଥା କଂଗ୍ରେସକୁ ଲୋକହସା କରାଇଛିସରକାରୀ ଦଳରେ ସ୍ୱାଧିନ ବିଧାୟକଙ୍କୁ ମିଶାଇ 81 ସଦସ୍ୟ ଥିଲା ବେଳେ ମାତ୍ର 15 ସଦସ୍ୟଙ୍କୁ ନେଇ କଂଗ୍ରେସର ଏ ପ୍ରହସନ କେବଳ ସମୟ ବର୍ବାଦର ବାର୍ତ୍ତା ଦେଉଛି । ମାତ୍ର 7 ଦିନର ସଂକ୍ଷିପ୍ତ ଅଧିବେଶନରେ ସଂଖ୍ୟାଗରିଷ୍ଠତା ଥିବା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି କଣ ପ୍ରମାଣ କରିବାକୁ ଚାହୁଁଛି କଂଗ୍ରେସ ? ରବିବାରକୁ ଛାଡ଼ି ବାକିଥିବା  6 ଦିନର କାର୍ଯ୍ୟଦିବସରୁ ଦୁଇ ଦିନ ମୁଲତବିରେ ଗଲାଣି। ଆଉ 4 ଦିନରେ କେଉଁ ନିଷ୍ପତ୍ତି  ଅପେକ୍ଷାରେ ଅଛି କଂଗ୍ରେସ। ଆଲୋଚନା ହେବାର ସମ୍ଭାବନା କ୍ଷୀଣ ଥିଲାବେଳେ କାହିଁକି ଏ ଅନାସ୍ଥା ଗେମ୍ ଖେଳୁଛି । କଣ କେବଳ ଭକ୍ତଦାସ ନିର୍ଦ୍ଦେଶ ଦେଲେ ବୋଲି?
          ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ଯଦିଓ କଂଗ୍ରେସ ବିଜେଡିର ସମର୍ଥନ ମାଗୁଛି କିନ୍ତୁ ଯେଉଁ ପ୍ରସ୍ତାବରେ ଆଲୋଚନାର ସମ୍ଭାବନା ନାହିଁ ତାକୁ କାହିଁକି ସମର୍ଥନ କରିବ ବିଜେଡି ? ଯାହାର ପସିବିଲିଟି କମ୍ ତାକୁ ନେଇ କି ପଲିଟିକ୍ସ? ଏମିତି କରି ବିଜୁ ଜନତା ଦଳକୁ ଲୋକଙ୍କ ଆଖିରେ ନୀଚ୍ଚା କରୁନି ତ କଂଗ୍ରେସ? ବିଜେଡି ବିରୋଧି ଦଳର ଭୂମିକା ଠିକରେ କରୁନାହିଁ ବୋଲି ପ୍ରମାଣ କରିବାକୁ ଏ କଂଗ୍ରେସର ଚାଲାକି ନୁହେଁ ତ?

ତେବେ କଥା ହେଉଛି କଂଗ୍ରେସର ଏ ନୋଟିସ ପ୍ରସ୍ତାବ ଆକାରରେ ବିଧାନସଭା  ଗୃହରେ ଆସିପାରିବ କି? ଯଦି ଆସିବ, କେବେ? ଅନାସ୍ଥା ପ୍ରସ୍ତାବ ପାଇଁ ସମୟ କାହିଁ ? ଯଦିବା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ସେ ପ୍ରକ୍ରିୟା ପାଇଁ 15 ଜଣ ସଭ୍ୟଙ୍କୁ ଉପସ୍ଥିତ ରହି ସମ୍ମତି ଦେବାକୁ ପଡ଼ିବ । ପ୍ରସ୍ତାବ ଗ୍ରହଣ ହେଲା ପରେ ଯାଇ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ ରହିବ । ଆଉ ଏମିତିରେ ଗୋଟାଏ ଦିନରେ ଏସବୁ କାମ ,ସମ୍ଭବ ନୁହେଁ । କଂଗ୍ରେସ ମଧ୍ୟ ବାଚସ୍ପତିଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିବ ନାହିଁ । ହାତରେ ଆଉ ମାତ୍ର 4 ଦିନର ସମୟ, ବାକି ଥିବା 5 ଦିନରେ ମଝିରେ ରବିବାର ପଡ଼ୁଥିବାରୁ କଂଗ୍ରେସର କାମ ହେବା ଏତେ ସହଜ ନୁହେଁ  । ଏଥିପାଇଁ ସର୍ଚନିମ୍ନ ୧୦ ଦିନ ସମୟ ଆବଶ୍ୟକ।
                          ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବାପରେ ୧୦ ଦିନ ବାଦ୍ ଆଲୋଚନା ହେବ ଏଥିପାଇଁ ସମୟ ନାହିଁ । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ କଂଗ୍ରେସ ନେତାଙ୍କୁ ଅଜଣା? କଂଗ୍ରେସ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କଲାନାହିଁ କାହିଁକି ? କଂଗ୍ରେସର ଏ ତରବରିଆ ନୀତି ଅପରିପକ୍ୱତାକୁ ଦର୍ଶାଉଛି । ଅନ୍ୟପଟରେ ଏସବୁ ଦେଖି ବିଜେପି ନେତା ବାବୁ ସିଂହ କହିଲେଣି ଜଗତେ କେବଳ ଜନେ ହସିବେ ବାଣ ମାରି ଜୟ ନାରାୟଣ ମିଶ୍ର କହୁଛନ୍ତି ଆମେ ତ ଗୋଲ୍ଡ ପାଇଛୁ, ସିଲଭର ମେଡାଲ ପାଇଁ ବିରୋଧିଙ୍କ ଏ ପ୍ରତିଯୋଗୀତା । ସତରେ ଏ ରାଜନୀତିର ଦୌଡ଼ରେ ଅନାସ୍ଥାକୁ ନେଇ କିଏ କେଉଁ ଆୱାର୍ଡ ପାଇବ ତାହା ସମୟ କହିବ ।

ନବୀନଙ୍କୁ ବାଏ-ବାଏ କରିବେ କି ଭୂପିନ୍ଦର

ଧିରେଧିରେ ବିଜୁ ଜନତା ଦଳକୁ ମୁହଁ ମୋଡ଼ୁଛନ୍ତି ବରିଷ୍ଠ ନେତା । ପାଣ୍ଡିଆନ ପଲିଟିକ୍ସ ପାଇଁ କିଛି ବରିଷ୍ଠ ନେତା ନବୀନଙ୍କୁ ସିଧାସିଧା ଅବଗତ କରୁଥିଲା ବେଳେ ଆଉ କିଛି ନେତା ଏବେ ଅନ୍ୟ ଦଳ ମୁହାଁ ହେଲେଣି । ୟାରି ଭିତରେ BJDର ବରିଷ୍ଠ ନେତା ଭୂପିନ୍ଦର ସିଂହ କଂଗ୍ରେସକୁ ପ୍ରଂଶସା କରିଛନ୍ତି। ରାଜ୍ୟ ସହିତ ଦେଶରେ କଂଗ୍ରେସ ବଢୁଛି। ଯଦି ବିଜେଡି ରାଜ୍ୟରେ ଠିକ୍ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ, ତେବେ କଂଗ୍ରେସ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। ଯେଉଁଥିପାଇଁ ସେ ବିଜେଡି ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । ଲୋକ ମୋ ପାଇଁ ଶ୍ରେଷ୍ଠ, କେଉଁ ଦଳ ନୁହେଁ । ଲୋକ ଯାହା ବି ନିଷ୍ପତ୍ତି ନେବେ, ତାଙ୍କର ଭବିଷ୍ୟତ ସେଇଆ ହେବ ବୋଲି କହି ପରୋକ୍ଷରେ ବିଜୁ ଜନତା ଦଳ ପ୍ରତି ମୋହ ତୁଟୁଥିବା ବାରି ହେଉଛି । ପୂର୍ବରୁ ମଧ୍ୟ କଂଗ୍ରେସ ନେତା ତାଙ୍କୁ ଡାକୁଥିବା କହି ସେ ଚର୍ଚ୍ଚାକୁ ଆସି ସାରିଛନ୍ତି ।

ବିଜେଡି-ବିଜେପି ଭିତରେ କିଛି ବି ଫରକ ନାହିଁ
ବିଜେଡିକୁ ତେରେଛା ତୀର ମାରି ଭୂପିନ୍ଦର କହିଛନ୍ତି

  • ବିଜେଡି-ବିଜେପି ଭିତରେ କିଛି ବି ଫରକ୍ ନାହିଁ ବୋଲି ଲୋକ ଅନୁଭବ କରୁଛନ୍ତି ।
  • ଯେହେତୁ ବିରୋଧୀ ଭାବେ ବିଜେଡି ଠିକ୍ ପ୍ରସଙ୍ଗ ଉଠାଉନି, ତେଣୁ କଂଗ୍ରେସ ଏହାର ଫାଇଦା ନେଉଛି ।
  • ୨୦୨୪ ପରଠୁ ଆଜି ପର୍ଯ୍ୟନ୍ତ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ହେଇପାରିନି ।

ପୁଣି କଂଗ୍ରେସ ଫେରିବେ କି ଭୂପିନ୍ଦର
କଂଗ୍ରେସ ଟିକେଟରେ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ଭୂପିନ୍ଦର ସିଂହ। 2009ରେ ନର୍ଲା ସିଟରେ କଂଗ୍ରେସ ଟିକେଟରେ ଜିତିଥିବା ଭୂପିନ୍ଦର ସିଂହ କଂଗ୍ରେସରେ ଥାଇ ବିରୋଧୀ ଦଳ ନେତା ଥିଲେ। 2014ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ରାଜ୍ୟସଭା ସାଂସଦ ହେବା ସହ 2019ରେ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି । ମାତ୍ର 2024ରେ ତାଙ୍କ ପରିବର୍ତ୍ତେ ବିଜେଡି ମନୋରମା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ଟିକେଟ ନ ପାଇବାର କ୍ଷୋଭ ସାଙ୍ଗକୁ ଦଳରେ ବରିଷ୍ଠଙ୍କ ଅବହେଳିତ ସ୍ଥିତି ହେତୁ ସେ ପୁଣି କଂଗ୍ରେସ ଫେରି ପାରନ୍ତି ବୋଲି ଚର୍ଚ୍ଚା ।

ବାଣୀବିହାରରୁ କେବେ ବିଦା ହେବେ ଅଣଛାତ୍ର

ଉତ୍କଳ ୟୁନିଭରସିଟିରେ ଅଣଛାତ୍ରଙ୍କ ପତିଆରା ବଢିବାରେ ଲାଗିଛି। ଅଣଛାତ୍ରଙ୍କ କବଜାରେ କ୍ୟାମ୍ପସ୍ । ଯାହାକୁ ଏବେ ଗମ୍ଭୀରତାର ସହ ନେଇ ଆକ୍ଟିଭ୍ ହେଉଛି ୟୁନିଭରସିଟି । ସେପ୍ଟେମ୍ବର ୪ ସୁଦ୍ଧା ଭଲରେ ଭଲରେ ହଷ୍ଟେଲ୍‌ ନ ଛାଡ଼ିଲେ କଠୋର ପଦକ୍ଷେପ ନେବାକୁ ୱାର୍ଣ୍ଣିଂ ଦିଆଯାଇଛି । କେବଳ ସେତିକି ନୁହେଁ, ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ର ଯଦି ତାହାକୁ ଭଡ଼ା କିମ୍ବା ବିକ୍ରି କରିଥିବାର ଜଣାପଡ଼େ, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ଚେତାବନୀ ଦିଆଯାଇଛି। ମାତ୍ର  ନୋଟିସ୍‌ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ଅଧିକାରୀଙ୍କୁ ପଥର ମାଡ଼ କରିଛନ୍ତି ଅଣଛାତ୍ର ।

1 ନମ୍ବର, 2 ନମ୍ବର ଓ 3 ନମ୍ବର ହଷ୍ଟେଲରେ ପ୍ରାୟ ୧୪୪ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ବିଜ୍ଞପ୍ତି ଆଧାରରେ ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ରଙ୍କୁ ଏକ ନମ୍ବର ଛାତ୍ରାବାସରେ ରଖିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଡେପୁଟି ୱାର୍ଡେନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟ ଏକ ନମ୍ବର(ଗୋପବନ୍ଧୁ) ଛାତ୍ରାବାସ ଯାଇଥିବା ବେଳେ ସେଠାରେ ଥିବା ଅଣଛାତ୍ରମାନେ ସେମାନଙ୍କୁ ଅଟକ ରଖିଥିଲେ। ହ‌ଷ୍ଟେଲ୍‌ ଲାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଅଣଛାତ୍ରମାନେ ଟେକାପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲା। ଘନ ଘନ ପଥର ମାଡ଼ କରିଥିଲେ। ଛାତ୍ରାବାସରେ ଦୌରାତ୍ମ୍ୟ କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ରାଜନୈତିକ ଦଳର ଛାତ୍ରନେତା ରହିଛନ୍ତି। ଏକ ନମ୍ବର ଛାତ୍ରାବାସର ୨୪ଟି, ଦୁଇ ନମ୍ବର ଛାତ୍ରାବାସର ୩୬ଟି ଓ ତିନି ନମ୍ବର ଛାତ୍ରାବାସର ଶତାଧିକ ରୁମ୍‌ ଏବେ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ରୁମ୍‌ ଭଡ଼ାରେ ଦେଇ ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଶିକ୍ଷାବର୍ଷ ଅଧାରୁ ଯଦି ଅଣଛାତ୍ରଙ୍କୁ କଢ଼ାଯାଏ ତେବେ ସେମାନଙ୍କ ବେପାର ଠପ୍‌ ହୋଇଯିବ।ବସ୍ତି ହଟାଇଲେ ଆମେ ହଷ୍ଟେଲ୍‌ ଛାଡ଼ିବୁ ବୋଲି ଯୁକ୍ତି କରିଛନ୍ତି ଅଣଛାତ୍ର ।

ତେବେ ଅଣଛାତ୍ରଙ୍କ କବଳରୁ ଯଦି ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁକ୍ତ କରା ନ ଯାଏ ତାହେଲେ ବିଶ୍ୱବିଦ୍ୟାଳୟର ଅପାରଗତା ବାହାରେ ପଡ଼ିବା ସହ ଉପଯୁକ୍ତ ଛାତ୍ର ହଷ୍ଟେଲ ସୁବିଧାରୁ ବଞ୍ଚିତ ହେବେ ।