୨୦ କୋଟିର ବିଜ୍ଞାପନକୁ କାହିଁକି ନା କହିଥିଲେ ସଚିନ୍

ସଚିନ ତେନ୍ଦୁଲକରଙ୍କୁ ଖାଲିରେ କ୍ରିକେଟର ଗଡ୍ କୁହାଯାଏନି। ତାଙ୍କର ବ୍ୟକ୍ତିତ୍ୱ,ଚରିତ୍ର ସାଙ୍ଗକୁ ଖେଳିବାର ଶୈଳୀ ତାଙ୍କୁ ସବୁଦିନ ପାଇଁ ଚର୍ଚ୍ଚାରେ ରଖିଆସିଛି ।ତେବେ ଏପ୍ରିଲ 24 ହେଉଛି  ଗଡ୍‌ ଅଫ୍‌ କ୍ରିକେଟ୍‌’ ଅର୍ଥାତ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ଦିନଟିକୁ କେବଳ ଦେଶ ନୁହେଁ, ସାରା ବିଶ୍ୱ ପାଳନ କରେ। ଭାରତର ପ୍ରତ୍ୟେକ ଗଳିରେ କ୍ରିକେଟକୁ ପହଞ୍ଚାଇବାରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କରି ପାଇଁ ଲକ୍ଷ ଲକ୍ଷ ଯୁବକ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।ଯେତେ ବି କ୍ରିକେଟର କ୍ରିଜରେ ରାଜ୍ କରନ୍ତୁ ନା କାହିଁକି ସଚିନ କିନ୍ତୁ ଫ୍ୟାନ୍ସଙ୍କ ମନରେ ଖାସ୍ ଜାଗା ନେଇ ରହିବେ।

କ୍ରିକେଟକୁ ଏତେ ପ୍ରସିଦ୍ଧ କରିଥିବା ଏବଂ ଭାରତରେ ଏହି ଖେଳର ଭଗବାନ କୁହାଯାଉଥିବା ସଚିନ ୨୪ ଏପ୍ରିଲ ୨୦୨୫ ରେ ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ମରାଠି ପରିବାରରେ ସଚିନଙ୍କ ଜନ୍ମ । ବାପା ଜଣେ ଲେଖକ ଏବଂ କବି। ଭାଇ ମଧ୍ୟ ଜଣେ ଚିତ୍ରକର। ଫେମସ ସଂଗୀତଜ୍ଞ ସଚିନ୍ ଦେବ ବର୍ମନଙ୍କ ନାମ ଅନୁସାରେ ସଚିନଙ୍କ ନାମକରଣ ହୋଇଛି।୧୪  ବର୍ଷ ବୟସରେ ୧୯୮୭ ମସିହାରେ ଭାରତ-ଜିମ୍ବାୱେ ମଧ୍ୟରେ ହେଉଥିବା ବିଶ୍ୱ କପ୍‌ରେ ସଚିନ ବଲ୍‌-ବଏ ଥିଲେ। ୧୯୯୭, ୧୯୯୯, ୨୦୦୧, ୨୦୦୨, ୨୦୦୮, ୨୦୧୦ ମସିହାରେ ୧୦୦୦ ଲେଖାଏଁ ଟେଷ୍ଟ୍‍ ରନ୍‌ କରିଥିବା ସଚିନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ‘ରନ୍‌ ମେସିନ୍‌’ ନାମରେ ଲୋକେ ଜାଣିଲେ।ସମୟକ୍ରମେ ସେ ପାଲଟିଗଲେ କ୍ରିକେଟର ଗଡ୍ ।
                   ତେବେ ବିଭିନ୍ନ ସମୟରେ କ୍ରିକେଟର ଓ ଆକ୍ଟର ଆଡ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ବେଳେ ସଚିନ କିନ୍ତୁ ଏ କ୍ଷେତ୍ରରେ ନିଜ ନିଆରା ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ୨୦କୋଟି ଟଙ୍କା ପ୍ରତି ଲୋଭାଶକ୍ତ ନ ହୋଇ ନିଜ ବିବେକର ପରିଚୟ ଦେଇଛନ୍ତି । ୨୦୧୦ ମସିହାରେ ସଚିନଙ୍କୁ ଏକ ମଦ କମ୍ପାନୀର ବିଜ୍ଞାପନ କରିବାକୁ ୨୦ କୋଟି ଟଙ୍କାର ଅଫର୍‌ ଆସିଥିଲା। ମାତ୍ର ସେ ବାପାଙ୍କ ନିକଟରେ କରିଥିବା ଶପଥ ଯୋଗୁ ସେ  ବିଜ୍ଞାପନ ପାଇଁ ମନା କରିଦେଇଥିଲେ। ସଚିନ ତାଙ୍କ ବାପାଙ୍କୁ କଥା ଦେଇଥିଲେ କି ସେ କେବେ ବି ନିଶାଦ୍ରବ୍ୟର ବିଜ୍ଞାପନ କରିବେ ନାହିଁ ।ତେଣୁ ସେ ଏ ବିଜ୍ଞାପନରୁ ଦୂରେଇ ରହିଥିଲେ ।

Visited 3 times, 1 visit(s) today
Share this post

Leave A Comment

Your email address will not be published. Required fields are marked *