ସଞ୍ଜୟଙ୍କୁ ସାଂସଦଙ୍କ ପ୍ରଶ୍ନ: ଆମକୁ ନପଚାରି ଦିଲ୍ଲୀ କାହିଁକି ଆସିଲ ?

ସଞ୍ଜୟ ଦାସବର୍ମାଙ୍କୁ BJDର ରାଜ୍ୟସଭା ସାଂସଦ ପଚାରିଲେ, ଆମକୁ ନଜଣାଇ କାହିଁକି ଆସିଲ ଦିଲ୍ଲୀ? ଆମକୁ ନପଚାରି ନିର୍ବାଚନ କମିଶନଙ୍କୁ କାହିଁକି ଭେଟିଲ? ନିର୍ବାଚନ କମିଶନଙ୍କ ଭେଟିବା ପାଇଁ ପ୍ରସ୍ତୁତ ଲିଷ୍ଟରୁ ଆମ ନାଁ କାହିଁକି ବାଦ୍ ଦିଆଗଲା? କେଉଁ ଅଧିକାରରେ ଏପରି ଉଦ୍ୟମ କରିଛନ୍ତି ବୋଲି ସଞ୍ଜୟଙ୍କୁ ପଚାରିଲେ BJD ସାଂସଦ ସଞ୍ଜୟ ଦାସବର୍ମା ହେଉଛନ୍ତି ସେହି ନେତା, ଯାହାଙ୍କ ପାଇଁ ପୁରୀ ଜିଲ୍ଲା BJDରେ ଅନେକ ଗୋଷ୍ଠୀ ଲଗାତର ପରାଜିତ ହୋଇ ମଧ୍ୟ ଦଳରେ ଜାହିର କରୁଛନ୍ତି ନିଜର ସ୍ଥିତି । କେବଳ ସଞ୍ଜୟ ଦାସବର୍ମା ନୁହଁନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କୁ ମଧ୍ୟ ଘେରିଛନ୍ତି BJDର 6 ସାଂସଦ ।

ତେବେ ବିବାଦର ମୂଳବିନ୍ଦୁ ହେଲା-2024 ସାଧାରଣ ନିର୍ବାଚନରେ ମତଦାନରେ ଅନିୟମିତତାର ଅଭିଯୋଗକୁ ନେଇ ଏହି ପ୍ରସଙ୍ଗରେ ପୂର୍ବରୁ BJDର ପ୍ରତିନିଧି ଦଳ 23 ଡିସେମ୍ବର 2024 ଏବଂ 11 ମାର୍ଚ୍ଚ 2025ରେ 2 ଥର ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଉଭୟ ଥର ସାକ୍ଷାତ ପାଇଁ BJDର ସାଂସଦ ମାନେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ସମୟ ସ୍ଥିର କରିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। କିନ୍ତୁ 19 ଅଗଷ୍ଟ 2025(ଗତକାଲି)ରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସମୟରେ ସାଂସଦ ମାନଙ୍କୁ ପଚରା ଗଲା ନାହିଁ। ସଂସଦର ମୌସୁମୀ ଅଧିବେଶନ ଚାଲିଛି, ସମସ୍ତ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି, କିନ୍ତୁ ସୁଲତା ଦେଓଙ୍କ ବ୍ୟତୀତ ଅନ୍ୟ କାହାରିଙ୍କୁ ଅବଗତ କରାଯାଇ ନଥିଲା।
ଦେବୀ ମିଶ୍ର ହଟହଟା
ଏହାକୁ ନେଇ ବିଜୁ ଜନତା ଦଳରେ ଘମାସନ। ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ପ୍ରଦାନ ହୋଇଥିବା ତାଲିକାରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅମର ପଟ୍ଟନାୟକ, ଭୃଗୁ ବକ୍ସିପାତ୍ର ଏବଂ ସାଂସଦ ସୁଲତା ଦେଓଙ୍କ ନାମ ଥିଲା। ତେବେ ଦିଲ୍ଲୀରେ ଉପସ୍ଥିତ ଥାଇ ସୁଦ୍ଧା ଅନ୍ୟ ସାଂସଦଙ୍କୁ କାହିଁକି ଡକା ଯାଉନାହିଁ ବୋଲି ଦଳୀୟ ସାଂସଦ ମାନେ କହିବା ପରେ ଦେବୀ ମିଶ୍ର ଫୋନ କରି ଆସିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ଆମ ନାମ ପ୍ରଥମରୁ କାହିଁକି ନାହିଁ ବୋଲି କେତେ ଜଣ ସାଂସଦ ପଚାରିବାରୁ ଦେବୀ ମିଶ୍ର ଉତ୍ତର ଦେଇପାରି ନଥିଲେ। ଫଳରେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ସାମ୍ବାଦିକ ସମ୍ମିଳନୀକୁ ସାଂସଦ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ ଓ ଦେବାଶିଷ ସାମନ୍ତରାୟ ବର୍ଜନ କଲେ।

 ସାଂସଦମାନେ ଗଲେ କୁଆଡେ?
ଅନ୍ୟପଟେ ସାକ୍ଷାତ ବେଳେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର BJD ପ୍ରତିନିଧି ଦଳଙ୍କୁ ପଚାରିଲେ, ଦଳର ଅନ୍ୟ ସାଂସଦ କୁଆଡ଼େ ଗଲେ? ଏହାପରେ କନ୍‌ଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ 6 ସାଂସଦ ଅନୁପସ୍ଥିତ ରହିଲେ। ଶୁଣିବାକୁ ମିଳୁଛି ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ BJD ସାଂସଦଙ୍କୁ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ଏବଂ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

Visited 69 times, 1 visit(s) today
Share this post

Leave A Comment

Your email address will not be published. Required fields are marked *