ସାବାଡ଼ ହେବେ ନେତା, ମାସେ ଜେଲରେ ରହିଲେ କ୍ଷମତା ଯିବ

ମାସେ ଜେଲରେ ରହିଲେ ନେତାଙ୍କୁ ଦବାକୁ ପଡ଼ିବ ବଡ଼ ମୂଲ୍ୟ । ହରାଇବାକୁ ପଡ଼ିପାରେ ପଦ ।ଏମିତିକି ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ବି ବାଦ୍ ପଡ଼ିବେନି ।ଯେତେ କ୍ଷମତାର ଅଧିକାରୀ ହେଲେ ମଧ୍ୟ ଲାଗୁ ହେବ ସମାନ ନିୟମ।କୌଣସି ବି ରାଜନେତା, ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ ।୩୦ ଦିନରୁ ଅଧିକ ଜେଲ୍‌ରେ ରହିଲେ ଆସନ ଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ୩ଟି ବିଲ ଉପସ୍ଥାପନ କରିବେ। The Constitution (130th Amendment) Bill, 2025, The Jammu and Kashmir Reorganisation (Amendment) Bill, 2025 and The Government of Union Territories (Amendment) Bill, 2025 ଆଗତ ହେବ ।ଏହି ବିଲ ଅନୁଯାୟୀ 30 ଦିନ ଜେଲରେ ରହିଲେ 31 ଦିନରେ ହିଁ ନେତାଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିବ । ନେତାଙ୍କ ଆସନ, କ୍ଷମତା ସବୁ କିଛି ସେ ହରାଇବେ।

ଏହି ବିଲ୍‌ର ପ୍ରାବଧାନ ହେଉଛି , ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା କୌଣସି ବି ରାଜନେତା ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍‌ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍‌ରେ ୫ ବର୍ଷ ଜେଲ୍‌ ଦଣ୍ଡ ବିଧାନ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ ଷ୍ଟାଲିନ୍ ୨ ମାସ ଜେଲ୍‌ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ । କେବଳ ଏଇ ଦୁଇଜଣ ନୁହନ୍ତି ଦେଶର ଅନେକ ରାଜନେତା ଜେଲ୍ ଦଣ୍ଡ ଭୋଗିଥିଲେ ବି ପଦ  ନ ଛାଡ଼ିବାର ଉଦାହରଣ ରହିଛି । ନେତାମାନେ ସେମାନଙ୍କ ପାୱାରକୁ ହତିଆର କରି ବିଭିନ୍ନ ଆଇନବିରୋଧୀ କାମ କରିବା ଏବଂ ପଦ ନ ଯିବାର ସମ୍ଭାବନା ହେତୁ ଅପରାଧ ବଢୁଛି । ତେଣୁ ଏ ଆଇନ୍ କାର୍ଯ୍ୟକାରୀ ହେଲେ ନେତାଙ୍‌କ ଅପରାଧିକ ମାମଲାରେ ହୁଏତ ରୋକ୍ ଲାଗିପାରେ  ।

Visited 5 times, 1 visit(s) today
Share this post

Leave A Comment

Your email address will not be published. Required fields are marked *