ମୁଖ୍ୟମନ୍ତ୍ରୀ ହେବେ ଅନୀଲ କପୁର !

ମୁଖ୍ୟମନ୍ତ୍ରୀ ଭାବେ ନଜର ଆସିବାକୁ ଯାଉଛନ୍ତି ଅନୀଲ। ୨୫ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶିବାଜୀ ରାଓ୨୦୦୧ ମସିହାରେ ଅନିଲ କପୁର ନାୟକ ଫିଲ୍ମରେ ନଜର ଆସିଥିଲେ। ହିଟ ହୋଇଥିବା ଫିଲ୍ମରେ ଖଳନାୟକ ଭାବେ ଅମରେଶ ପୁରି ନଜର ଆସିଥିଲା ବେଳେ  ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନିଲ ଗୋଟାଏ ଦିନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଶିବାଜୀ ରାଓଙ୍କର ଚରିତ୍ର ବେଶ୍ ଲୋକପ୍ରିୟ ହୋଇପାରିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ସଫଳତା ହାସଲ କରିଥିଲା। ୨୫ ବର୍ଷ ପରେ ପୁଣି ନାୟକ ଫିଲ୍ମ ଫେରୁଛି। ଘରେ ଘରେ ପରିଚିତ ନାୟକ ଫିଲ୍ମ ରିଲିଜ ହେଲା ପରେ ବେଶ୍ ଆଦୃତ ହୋଇଥିଲାଏ ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଥିଲେ। କେବଳ ସେ ସମୟରେ ନୁହେଁ ଏବେ ବି ଏ ଫିଲ୍ମ ଅନେକଙ୍କର ଫେଭରାଇଟ।

ନାୟକ ମୁଭିରେ ପାୱାରଫୁଲ ଡାଇଲଗ୍ ,ଆକ୍ସନ, ଡ୍ରାମା ଏବଂ ସୁପରହିଟ ସଙ୍ଗ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା । ଏହି ଫିଲ୍ମରେ ରାଣୀ ମୁଖାର୍ଜୀ, ଅମରେଶ ପୁରୀ, ପରେଶ ରାୱଲ, ସୌରଭ ଶୁକ୍ଳା, ଜନି ଲିଭରଙ୍କ ଭଳି ଅଭିନେତା ଲିଡ ରୋଲରେ ଥିଲେ। ଅନିଲଙ୍କ କ୍ୟାରିଅରର ସବୁଠୁ ବେଷ୍ଟ ମୁଭି ଭାବରେ ଏହାକୁ ବିବେଚନା କରାଯାଏ । ଚଳଚ୍ଚିତ୍ରରେ ଅନିଲ କପୁର ଜଣେ ସାମ୍ବାଦିକଙ୍କ ଚରିତ୍ରରେ ଅଭିନୟ କରିଥିଲେ ଯିଏ ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପୁରା ସିଷ୍ଟମ ଚେଞ୍ଜ କରିଦେଇଥିଲେ ଦେଶର ରାଜନୈତିକ ବ୍ୟବସ୍ଥାରେ ମାତ୍ରାଧିକ ପରିବର୍ତ୍ତନ ହୋଇଥିଲା ବେଳେ ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ତିଆରି ହୋଇଥିବା ପିଲ୍ମ ବେଶ୍ ଲୋକପ୍ରିୟତା ପାଇବ ବୋଲି ଆଶା । ଏସ୍. ଶଙ୍କରଙ୍କ ଡିରେକ୍ସନରେ ଫିଲ୍ମଟି ସୁପରହିଟ ହୋଇଥିଲା ବେଳେ ପାର୍ଟ 2 ରେ ଅନିଲ କପୁର ନିଜେ ସହ ପ୍ରଜୋଯନାରେ ରହିବା ସହ ଜୟ ମେହେତା ଡିରେକ୍ସନ୍ ଦେବେ।

ରାଜନୀତି ପାଇଁ ପ୍ରେମକୁ ଛାଡ଼ିଥିଲେ ଅମିତାଭ

ରିଲ ଲାଇଫରୁ ଯୋଡ଼ି ହେଇଥିବା ସମ୍ପର୍କ ରିୟଲ ଲାଇଫରେ ଚର୍ଚ୍ଚା ହେଲା ପରେ ବି ନେତା ହବାର ମୋହ ପାଇଁ ନେଇଥିଲେ ବୋଲ୍ଡ ଷ୍ଟେପ୍ । ବଲିଉଡ଼ର ସୁପରଷ୍ଟାର ଭାବରେ ପରିଚିତ ବିଗ୍ ବଚ୍ଚନ ଅର୍ଥାତ ଅମିତାଭ ବଚ୍ଚନଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯେଉଁ ପରିସ୍ଥିତିରେ ପଡ଼ି ସେ ତାଙ୍କର କ୍ଲୋଜ୍ ରିଲେସନରୁ ବିଦାୟ ନେଇଛନ୍ତି। ସୁଟିଂ ସେଟରୁ ପ୍ରେମରେ ପଡ଼ିଥିବା ଅମିତାଭ ସେ ସମ୍ପର୍କରୁ ମୁହଁ ଫେରାଇଛନ୍ତି। ଏମିତି ଏକ କାହାଣୀ ଆରମ୍ଭ ହୋଇଥିଲା 1974ରେ। ରେଖାଙ୍କ ସହ ତାଙ୍କର ଫାଷ୍ଟ ଫିଲ୍ମ ‘ଦୁନିୟା କା ମେଲା’ରେ ଗୋଟାଏ ପରଦାରେ ଅଭିନୟ କରିବାକୁ ସାଇନ୍ କରିଥିଲେ ଅମିତାଭ। ମାତ୍ର କୌଣସି କାରଣରୁ ସ୍କ୍ରିନରେ ନଜର ଆସି ନଥିଲେ ଅମିତାଭ। 1976ରେ ଦୋ ଅଞ୍ଜାନୀ ଫିଲ୍ମରେ ଉଭୟଙ୍କ ଯୋଡ଼ି ବଲିଉଡ଼ରେ ନୂଆ କ୍ରେଜ୍ ଆଣିଥିଲା । ଏହାର ଠିକ୍ ଗୋଟାଏ ବର୍ଷ ପରେ 1977ରେ 2 ଟି ଫିଲ୍ମରେ ନଜର ଆସିଥିଲେ ଅମିତାଭ-ରେଖା। ଆଳାପ ଏବଂ ଖୁନ୍ ପସିନା ଫିଲ୍ମରେ ଉଭୟଙ୍କୁ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା। 1978 ରେ ଗଙ୍ଗା କି ସୌଗନ୍ଧ ସାଙ୍ଗକୁ ମକଦର କି ସିକନ୍ଦର ଫିଲ୍ମରେ ଉଭୟ କାଷ୍ଟ କରିଥିଲେ। ଭଳିଭଳି ଭାବରେ ଗୋଟାଏ ବର୍ଷରେ 2 ଟି ଲେଖାଁ ହିଟ୍ ଫିଲ୍ମ ଭେଟି ଦେଉଥିବା ଏ ଯୋଡ଼ି ଧିରେଧିରେ ରିଲ୍ ସେଟରୁ ବାହାରି ରିୟଲ ଲାଇଫର ମଳାମିଶାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ।

ମିଷ୍ଟର ନଟବର ଲାଲ୍, ରାମ ବଳରାମ୍ ଫିଲ୍ମ ପରେ ଚର୍ଚ୍ଚା ଧିରେଧିରେ ବଢିବାକୁ ଲାଗିଲା। ଉଭୟଙ୍କ ମିଳାମିଶାକୁ ନେଇ ଏତେ ଚର୍ଚ୍ଚା ଚାଲିଥିଲା ଯେ ବିବାହିତ ଅମିତାଭଙ୍କ ଜୀବନରେ ଏହାର ପ୍ରଭାବ ବି ଦେଖିବାକୁ ପଡ଼ିଲା । ଏମିତିକି ସେ ସମୟରେ ବାହା ହୋଇନଥିବା ରେଖା ଶଙ୍ଖା ସିନ୍ଦୂର ପିନ୍ଧି ବିଭିନ୍ନ ଫଙ୍କସନ୍ ଆଟେଣ୍ଡ କରିବା ଓ ଅମିତାଭଙ୍କ ସହ ସେଇ ବେଶରେ କମ୍ଫର୍ଟେବଲ କଥା ହେବା ଚର୍ଚ୍ଚାକୁ ଅଧିକ ଖୋକାକ୍ ଦେଇଥିଲା । ଇଣ୍ଡଷ୍ଟ୍ରୀ ଉପରେ ଏହାର ଖରାପ ପ୍ରଭାବକୁ ବିଚାର ନେଇ ଅମିତାଭଙ୍କ କ୍ୟାରିୟର ଦୃଷ୍ଟିରୁ ଏ ପ୍ରଚାରରେ ରୋକ୍ ଲଗାଇବାକୁ କରିଥିଲେ ମାଷ୍ଟରପ୍ଲାନ୍। 1981ରେ ସିଲସିଲା ମୁଭିରେ ଉଭୟ ରେଖା ଏବଂ ଜୟା ବଚ୍ଚନଙ୍କୁ ନେଇ ତିଆରି କରିଥିଲେ ଫିଲ୍ମ ସିଲସିଲା। ଯାହା କିଛି ମାତ୍ରାରେ ଅମିତାଭଙ୍କ ସହ ରେଖାଙ୍କ ସମ୍ପର୍କ ଆଲୋଚନାରେ ବ୍ରେକ୍ ଲଗାଇଥିଲା । ଆଉ ଏମିତିରେ ବି ରାଜନୀତି ଆଡ଼କୁ ଢଳୁଥିବା ଅମିତାଭ ନିଜର ପଲିଟିକାଲ କ୍ୟାରିୟର ଗଢିବା ପାଇଁ ଏ ପ୍ରକାରର କଣ୍ଟ୍ରୋଭର୍ସିରେ ପଶିବାକୁ ଚାହୁଁ ନଥିଲେ। ରେଖା ଓ ଅମିତାଭଙ୍କ ସମ୍ପର୍କ ରାଜନୀତିରେ ତାଙ୍କୁ ପଛକୁ ଟାଣି ନେଇପାରେ ବୋଲି ଆକଳନ କରି ରେଖାଙ୍କ ଠାରୁ ଦୂରେଇଥିଲେ ଅମିତାଭ। 1984ରେ କଂଗ୍ରେସରେ ଯୋଗ ଦେଇ ଆଲହାବାଦ୍ ସିଟରୁ ସାଂସଦ ହୋଇଥିବା ଅମିତାଭ ରେଖାଙ୍କ ସହ କୌଣସି ଫିଲ୍ମରେ ନଜର ଆସି ନଥିଲେ।

ଜନ ନାୟକ ଜେ.ବି : ଓଡ଼ିଶାର ସବୁ ନେତାଙ୍କ ଠାରୁ ଉର୍ଦ୍ଧ୍ୱରେ

‘‘ଉଚ୍ଚକୂଳରେ ଜନ୍ମ ହେବା ଦୈବର ଅଧିନ, କିନ୍ତୁ ପୁରୁଷକାର ମୋର ଅଧିନ’’ ବେଣୀ ସଂହାରମର ସଂଳାପ ଥିଲାଜୀବନର ମୂଳମନ୍ତ୍ରସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି ୧୯୨୭ ଜାନୁୟାରୀ ୩ ରେ ଜନ୍ମଲାଭ କରି ୧୯୭୦ ଦଶକରେ କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜେ.ବି ନିଜର ବିଚକ୍ଷଣତା ବଳରେ ଇନ୍ଦିରା ଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ, ୧୯୭୭ରେ ରାଷ୍ଟ୍ରମନ୍ତ୍ରୀ  ହେବା ସହ ବେସାମରିକ ବିମାନ ଚଳାଚଳ ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ମାତ୍ର ୨୫ ବର୍ଷରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ବି ହୋଇଛନ୍ତି।

ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାର ତ୍ରିବେଣୀ ସଙ୍ଗମ ଜେ.ବି
ସାହିତ୍ୟ, ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ବିନ୍ଧାଣୀ ଜେ.ବି ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ସେ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାରନବୀନ ପଟ୍ଟନାୟକ ଯଦିଓ ଓଡ଼ିଶାର ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେ.ବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।
ଶିଳ୍ପର ସ୍ଥପତି ଜାନକୀ ବଲ୍ଲଭ ପଟ୍ଟନାୟକ ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଦେଇ ଏକ ବିପ୍ଳବ ଆରମ୍ଭ କରିଥିଲେତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ। ଯାହା ଏବେକା ସରକାରରେ ହୁଏତ ସମ୍ଭବ ନୁହେଁ। ଏମିତିରେ ବି ପୁର୍ବ ସରକାର ସହ ଏ ସରକାର ମଧ୍ୟ ସରକାର କଲେଜ୍ ଇଲେକ୍ସନ୍ ବନ୍ଦ କରି ଛାତ୍ର ନେତା ସୃଷ୍ଠିରେ ବାଧକ ସାଜିଛି ।

ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି, ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ, ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର  ସ୍ଥାପନା କରିଥିଲେ। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଶିଲ୍ପ ଆଣ୍ଠେଇ ପଡିଥିବା ବେଳେ ସେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
              ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣସି ନେତାଙ୍କ ପାଖରେ ନାହିଁ । ବିଜୁ ପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇ ନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରି ନାହାନ୍ତି। ନବୀନ ପଟ୍ଟନାୟକ ଯଦିଓ ସର୍ବାଧିକ ସମୟ କ୍ଷମତାରେ ରହି ମୁଖ୍ୟମନ୍ତ୍ରୀ ସହ ବିରୋଧୀ ଦଳ ନେତା ସାଜିଛନ୍ତି ତଥାପି ଜେ.ବିଙ୍କ ଭଳି ଏକାଧିକ କ୍ଷମତାର ଅଧିକାରୀ ହୋଇ ପାରି ନାହାନ୍ତି । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଜାନକୀ ବଲ୍ଲଭ ପଟ୍ଟନାୟକ ସମସ୍ତଙ୍କଠାରୁ ଢେର୍ ଆଗରେ ।

ଓଡ଼ିଶାରେ କତା ଶିଳ୍ପ ବନ୍ଦ, କେରଳରୁ ଆସୁଛି ରଥ ଦଉଡ଼ି

  • ହାଇଦ୍ରାବାଦ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଟଙ୍କା ଆଣିବାକୁ,
  • Investors Meetରେ ଶିଳ୍ପପତିଙ୍କୁ ବୁଝାଉଛନ୍ତି, ଓଡ଼ିଶାରେ Industry କର, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବ
  • କିନ୍ତୁ ଓଡ଼ିଶାରେ ଥିବା ସରକାରୀ ପ୍ରତିଷ୍ଠାନ ଗୁଡିକ ଅଚଳ ହୋଇ ପଡିଲାଣି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନିଘା ନାହିଁ
  • ମୁଖ୍ୟମନ୍ତ୍ରୀ, ତାଙ୍କ ମନ୍ତ୍ରିମଣ୍ଡଳର 15 ସଦସ୍ୟ ଏବଂ ବିଜେପିର ସବୁ ବିଧାୟକ, ସାଂସଦ, ଏମିତିକି ଦଳର କୁଜି ନେତା ମଧ୍ୟ କହୁଛନ୍ତି ଆମେ ଶ୍ରୀମନ୍ଦିରର 4 ଦୁଆର ଖୋଲି ଦେଲୁ
  • ରତ୍ନଭଣ୍ଡାର ମରାମତି କରିଦେଲୁ,
  • କିନ୍ତୁ ସରକାର ଗଠନର 18 ମାସ ହୋଇଗଲା, ଜଗନ୍ନାଥଙ୍କ ରଥ ଦଉଡି, ଯେଉଁଠି ତିଆରି ହେଉଥିଲା, ସେହି କତା ଶିଳ୍ପ କେନ୍ଦ୍ରଟିକୁ ବନ୍ଦ କରିଦେଲେଣି,
  • ରାଜ୍ୟର ଏକମାତ୍ର କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର ଏବେ ବନ୍ଦ
  • ପୁରୀ ଜିଲ୍ଲା ପିପିଲି ତେଇଶିପୁର ଠାରେ ୧୯୭୫ ମସିହାରେ ପ୍ରତିଷ୍ଠା ହୋଇଥିଲା କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର
  • ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବକ-ଯୁବତୀ ମାନେ ଏଠାରେ ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେଉଥିଲେ
  • ପ୍ରତ୍ୟେକ ବର୍ଷ ଏହି ତାଲିମ କେନ୍ଦ୍ରରୁ ଅତି କମରେ 30 ଜଣ ଯୁବବର୍ଗ ଟ୍ରେନିଂ ନେଇ ଆତ୍ମନିର୍ଭରଶୀଳ ହୋଇ ପାରୁଥିଲେ
  • ଏହାସହ ତେଇଶିପୁର କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର ସହ ଜଡିତ ଥିଲେ 12ଟି ଜିଲ୍ଲାର 15ଟି ଜିଲ୍ଲା କତା ଶିଳ୍ପ କେନ୍ଦ୍ର
  • ସେହି ସବୁ କେନ୍ଦ୍ର ଗୁଡିକରୁ ମଧ୍ୟ ପ୍ରାୟ 15, 000 ଲୋକଙ୍କୁ ରୋଜଗାରକ୍ଷମ କରିଥିଲା,
  • କିନ୍ତୁ ତେଇଶିପୁର କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର ପରି ବାଲେଶ୍ଵର ଭୋଗରାଇ, ଜଗତସିଂହପୁରର ବାଲିକୁଦା ଓ ଗଞ୍ଜାମର ଗୋଳାବନ୍ଦ ଠାରେ ଥିବା ଜିଲ୍ଲା ସ୍ତରୀୟ କତା ଶିଳ୍ପ ତାଲିମ କେନ୍ଦ୍ର ଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି।
  • କାରଣ କଣ ଜାଣିଛନ୍ତି ? ଏହି ସବୁ କେନ୍ଦ୍ରରେ 25 Technical Post ଗୁଡିକରେ କାହାରିକୁ ନିଯୁକ୍ତି ମିଳୁନାହିଁ।
  • କାରଣ କଞ୍ଚାମାଲ, ମାନେ କତାର ଅଭାବ ନାହିଁ
  • ପୁରୀ ଜିଲ୍ଲାରେ ନଡ଼ିଆ ଗଛ ଘରେ ଘରେ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ହେଉଛି ନଡିଆ ଚାଷର ପେଣ୍ଠ
  • ପ୍ରଧାନମନ୍ତ୍ରୀ କହୁଛନ୍ତି ଭୋକାଲ୍ ଫର୍ ଲୋକାଲ୍
  • କିନ୍ତୁ ଓଡ଼ିଶାର BJP ସରକାର, କତା ଶିଳ୍ପକୁ ମାରି ଦେବାକୁ ବସିଛନ୍ତି
  • କତା ଶିଳ୍ପରେ ପ୍ରଦୂଷଣ ଆଦୌ ନାହିଁ, ତଥାପି ମୋହନ ମାଝୀଙ୍କ ସରକାରଙ୍କର ତେଇଶିପୁର କତା ଶିଳ୍ପ ତାଲିମ ଓ ରୂପାୟନ କେନ୍ଦ୍ରର ପୁନରୁଦ୍ଧାର ପ୍ରତି ଆଗ୍ରହ ନାହିଁ
  • ଏଠିକାର ପ୍ରସ୍ତୁତ ବିଭିନ୍ନ କତା ସାମଗ୍ରୀ, ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଥିଲା।
  • କତାରେ ପ୍ରସ୍ତୁତ ଗହଣାର ଚାହିଦା ସହିତ ରଥ ଯାତ୍ରା ପାଇଁ ରଥ ଦଉଡି଼ ଏଠାରେ ପ୍ରସ୍ତୁତ ହେଉଥିଲା।
  • ଓଡ଼ିଶା ସମବାୟ କତା ନିଗମକୁ କତା ରଶି ବିକୁଥିଲେ,
  • କିନ୍ତୁ ଗତ ଦୁଇ ବର୍ଷ ଧରି ଅଚଳ ହୋଇ ପଡିଛି ରାଜ୍ୟର ଏକମାତ୍ର କତାଶିଳ୍ପ ତାଲିମ କେନ୍ଦ୍ର ।
  • ଏଠାରେ 9 ଜଣ Technical Post ସମେତ 12ଟି ପଦ ରହିଛି। କିନ୍ତୁ କାମ କରିବାକୁ କେହି ନାହିଁ।
  • ଏପରିକି, ତାଲିମ କେନ୍ଦ୍ରରେ ଅବ୍ୟବହୃତ ହୋଇ ପଡ଼ିଥିବା ମେସିନରେ କଳଙ୍କି ଲାଗିଗଲାଣି।
  • ଦିନ ଥିଲା ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ତାଲିମ ଦିଆଯାଉଥିଲା। ଏହି ମହିଳାମାନେ କତା ରଶି, ପାପୋଛ, କତାରେ ନିର୍ମିତ ବିଭିନ୍ନ ଘର କରଣା ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଥିଲେI
  • ଓଡ଼ିଶା ସମବାୟ କତା ନିଗମ ଲିମିଟେଡ୍‌କୁ କତା ରଶି ବିକ୍ରୟ କରୁଥିଲେ। ସେହି କତା ରଶିରୁ କତା ନିଗମ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଦଉଡ଼ି ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହେଉଥିବା ରଥଯାତ୍ରାକୁ ଦଉଡ଼ି ଯୋଗାଉଥିଲା।
    ତେବେ ଗତ ଦୁଇବର୍ଷ ହବ ଏହି କତା ଶିଳ୍ପ ତାଲିମ କେନ୍ଦ୍ରଟି ବନ୍ଦ ହେବା ଫଳରେ ଓଡ଼ିଶାର ଶହଶହ  ଯୁବକ ଯୁବତୀ ନିଜର ରୋଜଗାର ହରାଇ ବସିଛନ୍ତି । 
    ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ

ମୁଖ୍ୟମନ୍ତ୍ରୀଙ୍କୁ ଶାହଙ୍କ ନିର୍ଦ୍ଦେଶ, ବଢିବନି ବିଧାୟକଙ୍କ ଦରମା!

ଓଡ଼ିଶା ରାଜନୀତିରେ ପୁନର୍ବିଚାର ନାଟକ। ବିଧାୟକଙ୍କ ବର୍ଦ୍ଧିତ ଦରମାର ପୁନର୍ବିଚାର ପ୍ରସଙ୍ଗ ଯେତିକି ହାସ୍ୟାସ୍ପଦ ସେତିକି ରୋମାଞ୍ଚକର । ଡିସେମ୍ବର 18 ତାରିଖରେ ଦରମା ବୃଦ୍ଧିକୁ ପୁନର୍ବିଚାର କରିବାକୁ ବିଜେପି ବିଧାୟକ ମାନଙ୍କ ନିବେଦନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ସୂଚନା ମିଳୁଛି ଏସବୁ ଅମିତ ଶାହଙ୍କ ଟ୍ୟୁସନ ଇଫେକ୍ଟ । ଯାହାକୁ ବାଧ୍ୟ ହୋଇ ବିଜେପି ବିଧାୟକ ପୁନର୍ବିଚାରର ନାଟକ କରୁଛନ୍ତି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ମୋହନ ମାଝୀଙ୍କୁ ତାଗିଦ୍ କରିଥିବାରୁ ଦରମା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ହେବା ନେଇ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା ଆଲୋଚନା ହେଉଛି ।

ଶୁଣିବାକୁ ମିଳୁଛି ଫାଷ୍ଟ ଟାଇମ୍ ସିଏମ୍ ମୋହନ ମାଝୀଙ୍କ ଭେରି ଫାଷ୍ଟ ଡିସିସନକୁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ବିରୋଧ କରିଛନ୍ତି । ଗୋଟାଏ ଦିନରେ 3 ଗୁଣା ଦରମା ବୃଦ୍ଧିକୁ ବିରୋଧ କରିବା ସହ ମୋହନଙ୍କୁ କଡ଼ା ଟ୍ୟୁସନ୍ ବି କରିଛନ୍ତି । ଶାହ ଜାଣନ୍ତି ଏମିତି ହେଲେ ବୋଧହୁଏ ପଦ୍ମ ଫୁଟିବା ଶେଷ ହେଇଯିବ ।ମୋହନ ମାଝୀ ସିନା ଫାଷ୍ଟ ଟାଇମ୍ ସିଏମ୍ କିନ୍ତୁ ଶାହ ତ ରାଜନୀତିର ନାଡ଼ି ଚିପିବାରେ ମାହିର । ଆଉ ଏମିତିରେ ବି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଗ୍ରହଣ ନ କରିବାର ଚିଠି ଦେଇ ମାଇଲେଜ୍ ନେଇ ସାରିଛନ୍ତି । ଯଦିଓ ପାର୍ଟି ମେମ୍ବରଙ୍କୁ ବିରୋଧ କରିବାକୁ ନ କହି ସମାଲୋଚିତ ମଧ୍ୟ ।

ଗୋଟାଏ ପଟେ ନବୀନଙ୍କ ଲୋକପ୍ରିୟତା ଆଉ ଗୋଟାଏ ପଟେ ହାଇଲାଇଟ ହେବା ପାଇଁ ମୋହନ ମାଝୀଙ୍କ ବିକଳ ମାନସିକତା ସବୁ କିଛିକୁ ପରଖି ଶାହ କଡ଼ା ଟ୍ୟୁସନ୍ ବି କରିଛନ୍ତି। ଖୋଦ୍ ସେଇଥିପାଇଁ ହାଇଦ୍ରାବାଦରେ ହେବାକୁ ଥିବା ଇନଭେଷ୍ଟର ମିଟିଂ କ୍ୟାନସେଲ କରି ମୋହନମାଝୀ ତରବରିଆ ଭାବରେ ପାର୍ଟି ଅଫିସରେ ଏ ପୁନର୍ବିଚାର ସ୍କ୍ରିପ୍ଟରେ ରୋଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନିଷ୍ପତ୍ତି ଏତେ ତରବରିଆ ଭାବରେ ହେଇଛି ଯେ ସମସ୍ତ ନେତା ଉପସ୍ଥିତ ହୋଇ ପାରି ନାହାନ୍ତି । ଏମିତିକି ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ଅନୁପସ୍ଥିତ । ଦରମା ଦେବାରେ ନମ୍ବର ୱାନ ହବାକୁ ଯୋଉ ସ୍ୱପ୍ନ ମୋହନମାଝୀ ଦେଖିଥିଲେ ତାକୁ ଶାହ ପସନ୍ଦ କରି ନାହାନ୍ତି ।ଲକ୍ଷେ 11 ହଜାରରୁ  3 ଲକ୍ଷ 45 ହଜାର ଦରମା ବୃଦ୍ଧି ବିଜେପି ପାିଁ କାଳ ହୋଇ ଥାଆନ୍ତା । ଯାହାକୁ ଆକଳନ କରି ନିଷ୍ପତ୍ତିରେ ବ୍ରେକ୍ ଲଗାଇଛନ୍ତି ଅମିତ ଶାହ ।