ନବୀନଙ୍କ ପାଣ୍ଡିଆନ ପ୍ରେମ, BJDକୁ ଭାଙ୍ଗିଦେବ !

ଭୈରବ ପାଣ୍ଡିଆନଙ୍କୁ ନେଇ BJDରେ ଓପନ୍ ଲଢେଇ ଲୋକସଭାରେ ଶୂନ ଥିବା BJD, ପାଣ୍ଡିଆନଙ୍କ ପାଇଁ ରାଜ୍ୟସଭାରେ ଦି ଫାଳ ୱାକଫ୍ ସଂଶୋଧନ ବିଲରେ ପାଣ୍ଡିଆନଙ୍କ ବିବେକାନୁମୋଦିତ ଭୋଟିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ଥିଲେ ମଧ୍ୟ କେବଳ 2 ସାଂସଦ ନୁହେଁ, 12 ବିଧାୟକ ଖୋଲାଖୋଲି ବିରୋଧ କଲେଣି।

  • ପାଣ୍ଡିଆନଙ୍କୁ ଦୃଢ ବିରୋଧ କରୁଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବରିଷ୍ଠ ବିଧାୟକ
  • ଆଉ ପ୍ରସନ୍ନ ଆଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ନିରଞ୍ଜନ ପୂଜାରୀ, କ୍ଷମତାଚ୍ୟୁତ ପାଣ୍ଡିଆନଙ୍କୁ ଗ୍ରହଣ କରିବା ମୁଡରେ ନାହାଁନ୍ତି ।
  • ପାଣ୍ଡିଆନଙ୍କୁ ଇଙ୍ଗିତ କରି ଲଗାତର 8ଥର ବିଧାୟକ ହୋଇଥିବା ରାଜା ସ୍ୱାଇଁ କହିଲେଣି, BJDକୁ ହାଇଜାକ୍ କରିବା ପାଇଁ ଚେଷ୍ଟା ହେଉଛି।
  • ନବୀନଙ୍କ ବାଲ୍ୟବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ, ପାଣ୍ଡିଆନଙ୍କର ଜଣେ ଘୋର ବିରୋଧି ।
  • ନବୀନଙ୍କୁ ଜଣେ ମିଥ୍ୟାବାଦୀ ଭାବେ ପ୍ରମାଣିତ କରିଥିବା BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବିରୋଧି କ୍ୟାମ୍ପରେ।
  • ବଦ୍ରି ପାତ୍ର ଓ ସନା ମହାକୁଡଙ୍କ ଭଳି କେନ୍ଦୁଝର ଜିଲ୍ଲାର 3 BJD ବିଧାୟକ ପାଣ୍ଡିଆନଙ୍କ ନାଁ ଶୁଣିଲେ ଚିଡୁଛନ୍ତି ।
  • ନିର୍ବାଚନୀ ରାଜନୀତିରୁ ବାପା ପ୍ରଭାତ ବିଶ୍ୱାଳଙ୍କୁ ଦୂରେଇ ରଖାଯିବାକୁ ଗ୍ରହଣ କରୁନାହାଁନ୍ତି ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ।
  • ଆଉ ବିଜୟ ମହାପାତ୍ରଙ୍କ ପୁଅ ତଥା BJD ବିଧାୟକ ଅରବିନ୍ଦ ମହାପାତ୍ର କହୁଛନ୍ତି ପାଣ୍ଡିଆନ କିଏ ମୁଁ ଜାଣିନି
  • ସେହିଭଳି ଭେଟେରାନ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ପାଣ୍ଡିଆନଙ୍କ ନେତୃତ୍ୱକୁ ପସନ୍ଦ କରୁନାହାନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ (ଲକି) ଖୁଣ୍ଟିଆଙ୍କ ପ୍ରତି ପାଣ୍ଡିଆନଙ୍କ ଅହେତୁକ ସମର୍ଥନ, ସୁନିଲ ମହାନ୍ତିଙ୍କୁ ବିରୋଧ କରିବାକୁ ଖୋରାକ୍ ଯୋଗାଉଛି।
  • ଆଉ 2019 ମନ୍ତ୍ରିମଣ୍ଡଳରୁ ଅଧାରୁ ବିତାଡିତ ହୋଇଥିବା ଅରୁଣ ସାହୁ, ପାଣ୍ଡିଆନଙ୍କୁ ଘେରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ।

ତେବେ BJD ଟିକେଟରେ ପ୍ରଥମ ଥର ବିଧାୟକ ହୋଇଥିବା 15 ଜଣ, ପାଣ୍ଡିଆନଙ୍କୁ ନୀରବ ସମର୍ଥନ ଦେଉଛନ୍ତି। ପାଣ୍ଡିଆନଙ୍କ ଦୟାରୁ BJD ଟିକେଟ ପାଇ ବିଧାନସଭାକୁ ଏଣ୍ଟ୍ରି ମାରିଥିବା ସେହି ବିଧାୟକଙ୍କ ଚଏସ୍ ଅଣଓଡ଼ିଆ ଭୈରବ ହେବା ସ୍ୱାଭାବିକ।
ଅପର ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ନେତା ମାନୁଥିବା 23 ବିଧାୟକଙ୍କ ପରୋକ୍ଷ ସମର୍ଥନ ପାଉଛନ୍ତି ପାଣ୍ଡିଆନସେହି 23 ବିଧାୟକଙ୍କ ପସନ୍ଦ ଯଦିଓ ପାଣ୍ଡିଆନ ନୁହନ୍ତି, କିନ୍ତୁ ଶଙ୍ଖଚିହ୍ନ ଏବଂ ନବୀନଙ୍କ ନେତୃତ୍ୱରେ ସେମାନେ ବିଜୟ ହୋଇଥିବାରୁ ସେମାନେ ଏବେ ସାଇଲେଣ୍ଟ

କିନ୍ତୁ ସେମାନଙ୍କ ମଧ୍ୟରୁ ଗଣେଶ୍ୱର ବେହେରା, ଅଧୀରାଜ ପାଣିଗ୍ରାହୀ ଏବଂ ଯୋଗୋଶ ସିଂଙ୍କ ପରି ବିଧାୟକ, ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିବେ ନାହିଁ ବୋଲି ଏ ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ ।

ଋତୁରାଜ ଗାଏକ୍ୱାଡଙ୍କ ସ୍ଥାନ ପୂରଣ କରିବେ ୧୭ ବର୍ଷୀୟ ଖେଳାଳୀ

  • IPLକୁ ନେଇ କ୍ରିକେଟ ଲଭରଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଥିଲା ବେଳେ ବିଶେଷ କରି ମାହିଙ୍କ ଟିମକୁ ନେଇ ରହିଛି ବିଶେଷ ଆଗ୍ରହ ।
  • ଧୋନୀଙ୍କ ନେତୃତ୍ୱରେ ପରିଚାଳିତ Chennai Super Kings (CSK) ଟିମକୁ ନେଇ ବେଶ୍ ଉତ୍ସାହିତ କ୍ରିକେଟ ପ୍ରେମୀ।
  • ତେବେ ଚର୍ଚ୍ଚାରେ ରହି ଆସୁଥିବା CSK ଏବେ ଆଉ ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ହିଟ୍ କରିଛି।
  • CSKରେ ସାମିଲ ହେବାକୁ ଯାଉଛନ୍ତି ୧୭ ବର୍ଷୀୟ ମୁମ୍ବାଇ ବ୍ୟାଟର ଆୟୁଷ ମହାତ୍ରେ ।
  • IPL ପ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ବଦଳରେ ଆୟୁଷଙ୍କୁ ସିଲେକ୍ଟ କରିଛି।
  • କହୁଣୀ ଜନିତ ଆହତ ସମସ୍ୟା ଯୋଗୁ ଗାଏକ୍ୱାଡ ୨୦୨୫ ଆଇପିଏଲରେ ଆଉ ନଜର ଆସିବେ ନାହିଁ।ତେଣୁ ଚେନ୍ନାଇ ତାଙ୍କ ବଦଳରେ ୧୭ ବର୍ଷୀୟ ମୁମ୍ବାଇ ବ୍ୟାଟର ଆୟୁଷ ମହାତ୍ରେଙ୍କ ସହ ଚୁକ୍ତି କରିଛି।
  • ଏପ୍ରିଲ ୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆୟୁଷ ଚେନ୍ନାଇ ଟିମରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
  • ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଆୟୁଷଙ୍କୁ ପ୍ରଥମେ ଚେନ୍ନାଇ ପକ୍ଷରୁ ଟ୍ରାଏଲ ପାଇଁ ଡକା ଯାଇଥିଲେ।ଟ୍ରାଏଲରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଥିଯୋଗୁ ଚେନ୍ନାଇ ୨୦୨୫ ଆଇପିଏଲ ପାଇଁ ତାଙ୍କ ସହ ଚୁକ୍ତି କରିଛି।
  • ଏପ୍ରିଲ ୧୦ରେ ଗାଏକ୍ୱାଡ ଆହତ ସମସ୍ୟା ଯୋଗୁ ଆଇପିଏଲ ୨୦୨୫ରୁ ବାଦ ପଡ଼ିଥିଲେ।
  • ଆୟୁଷ ନିଜ ହୋମ ଟାଉନରେ ଆର୍ଥାତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ବେଳକୁ ଚେନ୍ନାଇ ଟିମରେ ଯୋଗ ଦେବେ।

ଆୟୁଷ ମହାତ୍ରେ କିଏ?

  • ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ ଜିତିବାର କିଛି ମାସ ପୂର୍ବରୁ ଅର୍ଥାତ ୨୦୦୭ ମସିହା ଜୁଲାଇ ମାସରେ ଆୟୁଷ ମହାତ୍ରେ ଜନ୍ମ ଗ୍ରହଣ କରିଥିଲେ।
  • ମୁମ୍ବାଇ ଉପକଣ୍ଠରେ ଥିବା ବିରାରରେ ଆୟୁଷଙ୍କ ଜନ୍ମ,୬ ବର୍ଷ ବୟସରୁ ଆୟୁଷ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।
  • ୨୦୨୩ ଡିସେମ୍ବର ମାସରେ ୧୭ ବର୍ଷୀୟ ଆୟୁଷ ମୁମ୍ବାଇକୁ ଅଣ୍ଡର ୨୩ ବର୍ଗରେ ପ୍ରଥମଥର ପ୍ରତିନିଧିତ୍ୱ କରିଥିଲେ। ଏହାର ୧୦ ମାସ ମଧ୍ୟରେ ସେ ମୁମ୍ବାଇର ସିନିୟର ଟିମ ପାଇଁ ଖେଳିଥିଲେ। ବର୍ତ୍ତମାନ ସୁଦ୍ଧା ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୦୪ ରନ କରିଛନ୍ତି। ରଣଜୀ ଟ୍ରଫିରେ ସେ ୨ଟି ଶତକ ମାରିଛନ୍ତି।
  • ମୁମ୍ବାଇ ପାଇଁ ସେ ୭ଟି ୫୦ ଓଭର ଫର୍ମାଟ ମ୍ୟାଚ୍‌ରେ ୪୫୮ ରନ କରିଛନ୍ତି। ଏହି ଫର୍ମାଟରେ ବି ସେ ୨ଟି ଶତକ ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୫.୫୦ ରହିଥିବା ବେଳେ ଆଭରେଜ ୬୫.୪୨। ୨୦୨୪ ଡିସେମ୍ବର ମାସରେ ନାଗାଲାଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫିରେ ଆୟୁଷ ୧୧୭ ବଲରେ ୧୮୧ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

BJDରୁ ହଟିଯିବ ସଂଗଠନ ସମ୍ପାଦକ ପଦ !

ବିଜୁ ଜନତା ଦଳରେ ବିବାଦ ଏବେ ଉଗ୍ର ଭୈରବ ପାଣ୍ଡିଆନଙ୍କୁ ନେଇ ବରିଷ୍ଠଙ୍କ ଟାର୍ଗେଟରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀଙ୍କ ପରି ବରିଷ୍ଠ BJD ନେତା, ନବୀନଙ୍କୁ ମିଛୁଆ ଉପାଧିରେ ସମ୍ବୋଧିତ କଲାବେଳେ, ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ସିନିୟର କହୁଛନ୍ତି- ନବୀନ ବାବୁ, ନାଲିଆଖି ଦେଖାନ୍ତୁ ନାହିଁ
କିନ୍ତୁ ଯାହା ପାଇଁ ଏତେ ସବୁ ନାଟ, ସେହି ପାଣ୍ଡିଆନ ମହାଶୟ, ନିଜ କୋଟରୀକୁ ଧରି BJD ସଂଗଠନ ନିର୍ବାଚନ କାମରେ ଲାଗିଛନ୍ତିଆସନ୍ତା 19 ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ BJD ରାଜ୍ୟ ସଭାପତି ଘୋଷଣା ହୋଇପାରନ୍ତିତାହାରି ଭିତରେ ନିଜର ସମସ୍ତ ବିରୋଧି ତଥା ପ୍ରତିଭାବାନ ନେତାଙ୍କୁ କୋଣଠେସା କରିବାରେ ଲାଗିଛନ୍ତି ପାଣ୍ଡିଆନଗୋଡ଼ାଣିଆଙ୍କୁ ଜିଲ୍ଲା ସଭାପତିର ଦାୟିତ୍ୱ ଦେଇ ଖୋସାମତିଆ ନେତାଙ୍କୁ ରାଜ୍ୟସ୍ତରୀୟ ପଦରେ ବସାଇବା ଯୋଜନାରେ ଅଛନ୍ତି ପାଣ୍ଡିଆନ।

                       ନମ୍ବର 2 ରେସରେ ସଞ୍ଜୟ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,
BJDରେ ଆଉ ସଂଗଠନ ସଂପାଦକ ପଦ ରହି ନପାରେ ! ଅଣଓଡ଼ିଆ ପାଣ୍ଡିଆନ ଏତେ ପାଓ୍ୱାରଫୁଲ୍ ଯେ ପୂର୍ବରୁ BJDମହାସଚିବ ପଦକୁ ଉଚ୍ଛେଦ କରିଥିଲେ । BJPକୁ କପି କରୁଥିବା ପାଣ୍ଡିଆନ ମହାଶୟ, BJDରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କଲେଫଳରେ 5 ମାର୍ଚ୍ଚ 2020 ବିଜୁ ଜୟନ୍ତୀରେ ପ୍ରଣବ ପ୍ରକାଶ ଦାସ ଓରଫ ବବି BJDର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହେଲେ। କିନ୍ତୁ 2024 ନିର୍ବାଚନରେ BJD ପରାଜିତ ହେବା ପରେ ହେଲିକପ୍ଟରରେ ଉଡୁଥିବା ପାଣ୍ଡିଆନ ବାବୁ ଏବେ ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିବା ଯୋଜନାରେ…।
                     ପଲିଟିକାଲ୍ ଆଫାୟାର୍ସ କମିଟି
ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ଦୁଇଟି ପଦକୁ ହଟାଇ ପଲିଟିକାଲ୍ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ ହେଉଛି ଯେଉଁଥିରେ ବରିଷ୍ଠ ଏବଂ ଯୁବ ନେତୃତ୍ୱ ସଦସ୍ୟ ରହିବେ । ନବୀନ ପଟ୍ଟନାୟକ ସେହି କମିଟିର ଅଧ୍ୟକ୍ଷ ହୋଇପାରନ୍ତି  BJDର ପଦ ମର୍ଯ୍ୟାଦାରେ ନବୀନଙ୍କ ପଛକୁ ସଞ୍ଜୟ ଦାସବର୍ମାଙ୍କୁ ଫିଟ୍ କରିପାରନ୍ତି ପାଣ୍ଡିଆନା । କାରଣ ପାଣ୍ଡିଆନା ଜାଣିଛନ୍ତି, ସଞ୍ଜୟ ଜଣେ ବିଫଳ ନେତା। ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରୁ ଲଢ଼ିବାକୁ ଭୟ କରି ସତ୍ୟବାଦୀରୁ ଲଢି, ପରାଜିତ ହୋଇଛନ୍ତି ସଞ୍ଜୟସେ କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ପାଇଁ ବିପଦ ହୋଇନପାରନ୍ତି! ବରଂ Yes Boss କହି ପାଣ୍ଡିଆନଙ୍କ ଆଜ୍ଞାଧିନ ହୋଇଯିବେ ସଞ୍ଜୟ ଦାସବର୍ମା।

               ପାଣ୍ଡିଆନଙ୍କ କଳା କାରନାମା ଜାଣନ୍ତି ବବି
କିନ୍ତୁ ପାଣ୍ଡିଆନଙ୍କ ସବୁ କଳା କାରନାମାର ମୁଖସାକ୍ଷୀ ବବି ଦାସ, ଭବିଷ୍ୟତରେ କଣ୍ଟା ହୋଇପାରନ୍ତି
ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆଗରେ ରଖି ବବି ଦାସ କିଛି ବି ଖେଳ କରିପାରନ୍ତି । ସିନିୟର ପଲିଟିଆସନଙ୍କ ପୁଅ ମାନଙ୍କୁ ମେଳି କରିବା ପାଇଁ ଆର୍ଥିକ ସହଯୋଗ ବି ଦେଇପାରନ୍ତି। ତେଣୁ ସବୁ ଜାଣୁଥିବା ପାଣ୍ଡିଆନଙ୍କ ଫୁର୍ମୂଲାରେ ରେଡ୍ ଜୋନକୁ ଆସି ଯାଇଛନ୍ତି ବବି। ସେଥିପାଇଁ ସାଙ୍ଗଠନିକ ସମ୍ପାଦକ ପଦ ହଟିପାରେ?
ପୂର୍ବରୁ ତ ବବିଙ୍କୁ ପାୱାରଲେସ୍ କରିବାକୁ ଚକ୍ରାନ୍ତ ହୋଇଥିଲା। ପାଣ୍ଡିଆନଙ୍କ ଚକ୍ରାନ୍ତରେ ସମ୍ବଲପୁର ଲଢ଼ିବାକୁ ଗଲେନି ଯେ, ଲୋକସଭା ତ ଦୂରର କଥା ବିଧାନସଭାର ରାସ୍ତା ବି ତାଙ୍କ ପାଇଁ ବନ୍ଦ ହୋଇଗଲା। ନିଜେ ଜିତିଥିବା ଯାଜପୁର ସିଟରେ ମା
ଙ୍କୁ ଲଢ଼ାଇ ଥିଲେ ହୁଏତ ଉପ-ନିର୍ବାଚନ ଜରିଆରେ ବିଧାନସଭା ଆସି ପାରିଥାଆନ୍ତେ ମାତ୍ର କୋରେଇରୁ ମାଙ୍କୁ ଲଢ଼ାଇ ପରାଜୟର ସ୍ୱାଦ ଚାଖିଲେ। ନା ବବି ଲୋକସଭା ଯାଇପାରିଲେ,ନା ମା ବିଧାନସଭା। ଆଉ ନିର୍ବାଚନ ପରେ ଭାଇ ଭବପ୍ରକାଶ ଦାସ ଗିରଫ ହୋଇ ଜେଲ୍ ଗଲେ।
ବବି ଦାସଙ୍କ ଭିତରେ କୁହୁଳୁ ଥିବା ନିଆଁକୁ ପ୍ରଶମିତ କରିବା ପାଇଁ ପାଣ୍ଡିଆନ, ବବିଙ୍କୁ ପାଓ୍ୱାରଲେସ୍ କରୁଛନ୍ତି। ଆଉ ବବି ଦାସଙ୍କୁ ଚେକମେଟ୍ ଦେବା ପାଇଁ ସଞ୍ଜୟ ଦାସବର୍ମାଙ୍କୁ ପ୍ରମୋଟ କରିପାରନ୍ତି ପାଣ୍ଡିଆନ !

କାହା ପାଇଁ ରାଜଧାନୀ ହୋଇଛି ଭୁବନେଶ୍ୱର

  • ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ୱର।ରାଜଧାନୀର ଏ ରାଜକୀୟ ଉତ୍ସବକୁ ନେଇ ରହିଛି ଢେର୍ ଉତ୍ସାହ।77 ତମ ପ୍ରତିଷ୍ଠା ଦିବସକୁ ନେଇ ବେଶ୍ ଚଳଚଞ୍ଚଳ ଭୁବନେଶ୍ୱର।
  • ଏପ୍ରିଲ 13,1948ରେ ଭୁବନେଶ୍ୱର ରାଜଧାନୀର ଶିଳାନ୍ୟାସ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ,ଯେଉଁ ଘଟଣାକୁ ବିତିଗଲାଣି ଅନେକ ବର୍ଷ।
  • ଭୁବନେଶ୍ୱରକୁ ରାଜଧାନୀ କରାଇବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ସମୟରେ ମୁଖ୍ୟମନ୍ତ୍ରୀ ଥିବା ଡକ୍ଟର ହରେକୃଷ୍ଣ ମହତାବ।
  • ମହତାବଙ୍କ ନିମନ୍ତ୍ରଣ କ୍ରମେ ଶିଳାନ୍ୟାସ କରିଥିଲେ ସେ ସମୟର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ।
  • ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେବା ପୂର୍ବରୁ କଟକ ହିଁ ଓଡ଼ିଶାର ରାଜଧାନୀ ଥିଲା
  • କଟକରେ ବିଭିନ୍ନ କାର୍ଯ୍ୟାଳୟ ପାଇଁ ଜାଗାର ଅଭାବ ହିଁ ଭୁବନେଶ୍ୱରକୁ ରାଜଧାନୀ କରାଇବାର ବାଟ ଫିଟେଇଥିଲା ।
  • କଟକରେ ଅଫିସ୍ ପରିଚାଳନା ଗତ ଅସୁବିଧା ସାଙ୍ଗକୁ ନୂଆ ଅଫିସ ଖୋଲିବାର ପ୍ରତିବନ୍ଧକ ରାଜଧାନୀ ନିଷ୍ପତ୍ତିକୁ ପ୍ରଶ୍ନଘେରକୁ ଆଣିଥିଲା ।
  • ରାଜଧାନୀ ସ୍ଥାନାନ୍ତରିକରଣ ସେ ସମୟରେ ପ୍ରମୁଖ ଆବଶ୍ୟତା ପାଲଟିଥିବା ବେଳେ ବିଭିନ୍ନ ଅଞ୍ଚଳକୁ ନେଇ ଭିନ୍ନ ଭିନ୍ନ ପ୍ରସ୍ତାବ ଆସିଥିଲା ।
  • ପାଇକମାଟି ଖୋର୍ଦ୍ଧାକୁ କିଛି ନେତା ତାର ଐତିହାସିକ ଗୁରୁତ୍ତ୍ୱ ଦର୍ଶାଇ ରାଜଧାନୀ କରାଇବାକୁ ପ୍ରସ୍ତାବ ଦେଇଥିଲା ବେଳେ ଆଉ କିଛି ନେତା କଟକରେ ହିଁ ରାଜଧାନୀ ରହିବାକୁ ଦିଆଯାଉ କହି ଯୁକ୍ତି ବାଢିଥିଲେ ।
  • ସେ ସମୟରେ ରାଜଧାନୀ ପାଇଁ ସ୍ଥାନ ଚୟନ ଗୁରୁ ଗମ୍ଭୀର ସମସ୍ୟା ପାଲଟି ସାରିଥିଲା,ଯେଉଁ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଏତେଟା ସହଜସାଧ୍ୟ ନ ଥିଲା।
  • ମାତ୍ର ସେ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରି ସମସ୍ତ ପ୍ରସ୍ତାବକଙ୍କୁ ନିଜ ଯୁକ୍ତିରେ ନୀରବ କରାଇ ପାରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବ ।
  • ସର୍ବସମ୍ମତି କ୍ରମେ ଭୁବନେଶ୍ୱରକୁ ହିଁ ଓଡ଼ିଶାର ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା ।
  • 1948 ଏପ୍ରିଲ 13 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଏହାର ଶୁଭ ଶିଳାନ୍ୟାସ କରିଥିଲେ ।

BJDକୁ ବିକି ଦେଇଥାଆନ୍ତେ ପାଣ୍ଡିଆନ

ବିଜୁ ଜନତା ଦଳକୁ ନେଇ ବିଭିନ୍ନ ନେତାଙ୍କ ଅସନ୍ତୋଷ ଧିରେଧିରେ ପଦାକୁ ଆସୁଛି।ବିଶେଷକରି ବରିଷ୍ଠ ନେତା ଏବେ ନବୀନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି।ଦଳ ଭିତରେ ଥିବା ପ୍ରଫୁଲ୍ଲ ମଲ୍ଲିକ,ନୃସିଂହ ସାହୁଙ୍କ ଭଳି ନେତା ଟାର୍ଗେଟ କରିବା ସହ ଏ ଧାରାରେ ସାମିଲ ହେଲେଣି ଦଳରେ ନଥିବା ନେତା। ନବୀନଙ୍କୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଧିରେ ଧିରେ ପଦାକୁ ଆସୁଛି।ଯୋଉଥିରେ ସାମିଲ ହୋଇଛନ୍ତି ବିଜେଡି ଟିକେଟରେ ସାଂସଦ ହୋଇ ପରେ ଦଳ ଛାଡି ବିଜେପିରେ ମିଶିଥିବା ପ୍ରସନ୍ନ ପାଟ୍ଟଶାଣୀ।ନବୀନଙ୍କୁ ନେଇ ବିଷୋଦ୍ଗାର କରିଛନ୍ତି ପ୍ରସନ୍ନ।ବାବାଙ୍କ ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ। ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି BJDର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ। ଖାଲି ଏତିକି ନୁହେଁ BJD ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି। ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି,ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍‌ ଶୁଣେଇଛନ୍ତି ପ୍ରସନ୍ନ। 

Continue reading