ରୋହିତଙ୍କ ଅବସର ପଛରେ କିଏ?

ଆଉ ଧଳା ଡ୍ରେସରେ ନଜର ଆସିବେନି ସଫଳ କ୍ୟାପ୍ଟେନ୍ । ଅଧିନାୟକ ଭାବେ ଟେଷ୍ଟ ଫର୍ମାଟରୁ ବିଦାୟ ନେଇଛନ୍ତି ହିଟ୍‌ମ୍ୟାନ୍ ରୋହିତ ଶର୍ମା । ୩୮ ବର୍ଷ ବୟସରେ କରିଛନ୍ତି ଟେଷ୍ଟକୁ ଅଲବିଦା । ରୋହିତଙ୍କ ଫ୍ୟାନ୍ସ ଏ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ନାହାନ୍ତି । ତେବେ ବହୁତ ଭଲ ରେକର୍ଡ ଥାଇ ରୋହିତ ଶର୍ମା କାହିଁକି କ୍ୟାପ୍ଟେନସିପ୍ ଛାଡ଼ିଲେ ତାକୁ ନେଇ ଚର୍ଚ୍ଚା । 
                             ଟେଷ୍ଟରେ ରୋହିତ ଶର୍ମା ଟ୍ରାକ୍ ରେକର୍ଡ ଯଦିଓ ବେଶ୍‌ ଭଲ ରହିଥିଲା । କିନ୍ତୁ କିଛି ଦିନ ହେଲା ଫର୍ମକୁ ନେଇ ସେ ସଂଘର୍ଷ କରୁଥିଲେ । ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ BCCI କାଳେ ଟେଷ୍ଟ ଫର୍ମାଟରେ ନେବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି । ସେହି କାରଣରୁ ହୁଏତ ହଠାତ୍ ଟେଷ୍ଟରୁ ଅବସର ନେଇଥାଇପାରନ୍ତି ରୋହିତ ।

ଟେଷ୍ଟ ରେକର୍ଡ
ଭାରତ ପାଇଁ ମୋଟ ୬୭ଟି ଟେଷ୍ଟ ଖେଳିଥିବା ରୋହିତ ଶର୍ମା ୪୦.୫୭ ହାରରେ ମୋଟ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୧୨ ରନ୍ । ଏହା ଛଡା ଗୋଟିଏ ଓ୍ୱିକେଟ ବି ନେଇଛନ୍ତି । ରୋହିତ ମୋଟ ୧୫୯ଟି T-20 ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ମୋଟ ୪୨୩୧ ରନ୍ କରିଛନ୍ତି । ଆଉ ଏହି ରନ୍ ମଧ୍ୟରେ ୫ଟି ଶତକ ଏବଂ ୩୨ଟି ଅର୍ଦ୍ଧଶତକ ରହିଛି । ଟି୨୦ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୨୧ ରନ୍ । ଓ୍ୱାନଡେରେ ହିଟମ୍ୟାନ୍‌ଙ୍କ ସର୍ବାଧିକ ସ୍କୋର ହେଉଛି ୨୬୪ ରନ୍ । ଯାହାକି ଏବେ ବି କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି ।

ପହଲଗାମ ପ୍ରତିଶୋଧ,ଆତଙ୍କୀ ନିପାତ

ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ କଡ଼ା ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ସିନ୍ଦୂର’ ପରିଚାଳନା କରି ଭାରତ ସଫଳ ହୋଇଛି । ପାକିସ୍ତାନ ଭିତରେ ପଶି ଭୟଙ୍କର ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଏ ଆକ୍ରମଣରେ ଟାର୍ଗେଟ କରାଯାଇନି । ଅପରେସନ୍ ସିନ୍ଦୂରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ଆକ୍ରମଣ ହୋଇଛି । ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ।

ସକାଳୁ ସର୍ବନାଶ
 ରାତି ୧ଟା ୫୪ ଆରମ୍ଭ ହୋଇଛି ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବୋମା ବର୍ଷିଛି । ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଛି ଆତଙ୍କୀ ଗଡ଼ । ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ଠିକଣା ଉପରେ ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରିଛି ଭାରତୀୟ ସଶସ୍ତ୍ର ବଳ । ଟାର୍ଗେଟ୍‌ରେ ଥିଲା ଜୈସ୍‌-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ଆଡ୍ଡା । ମୋଟ ୯ଟି ଠିକଣାରେ ପ୍ରଚଣ୍ଡ ଆକ୍ରମଣ ହୋଇଛି । ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।         ହେଡକ୍ୱାର୍ଟର ସର୍ବନାଶ
ଜୈସ୍-ଏ-ମହମ୍ମଦର(JeM) ଗଡ଼ ପାକିସ୍ତାନର ବହାବଲପୁର ସହର ଆତଙ୍କୀଙ୍କ  ହେଡକ୍ୱାର୍ଟର । ଏହି ସହର ଲାହୋରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ । ଏଠି ‘ଜମିୟା ମସଜିଦ୍ ସୁହାନ ଅଲ୍ଲା’ ପରିସରରେ JeM ହେଡ ଅଫିସ  ରହିଛି । ୧୮ ଏକର ଜମିରେ ନିର୍ମିତ ହୋଇଥିବା ଏହି ଆତଙ୍କୀ ଶିବିର JeM ସଂଗଠନ ପାଇଁ ଭର୍ତ୍ତି, ଫଣ୍ଡିଂ, ଟ୍ରେନିଂର କେନ୍ଦ୍ର ଅଟେ । ଭାରତର ଅପରେସନ ଟାର୍ଗେଟରେ ଏହି ମସଜିଦ୍‌ ରହିଥିଲା । JeMର ପ୍ରତିଷ୍ଠାତା ମସୁଦ ଆଝାରର ଏଠାର କଡ଼ା ସୁରକ୍ଷା ଭିତରେ ଥାଏ । ଆକ୍ରମଣରେ ତାର ବଂଶନାଶ ହୋଇଛି ।

ଭୋଟ୍ ପାଇଁ ମନ୍ଦିର,ନୀତିରେ ନିଘା ନାହିଁ

ଜଗନ୍ନାଥଙ୍କ ପ୍ରତି ଭକ୍ତି ଥିବା ଦର୍ଶାଇ ଦୀଘାରେ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି ମମତା ବାନାର୍ଜୀ । ସରକାରୀ ରାଜକୋଷରୁ 250 କୋଟି ଟଙ୍କା ଖର୍ଚ୍ଚ କରି ହିନ୍ଦୁ ଭୋଟ ହାତେଇବାକୁ ଖେଳିଛନ୍ତି  ସ୍ପିରିଚୁଆଲ୍ କାର୍ଡ । ଏଥିରେ ସେ ସଫଳ ହେବେ କି ବିଫଳ ହେବେ ତାହା ତ ପରକଥା, କିନ୍ତୁ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ହାଇଜାକ୍ କରିବାକୁ ଚକ୍ରାନ୍ତର ଚେର ଲମ୍ବେଇବାରେ ଲାଗିଛନ୍ତି ମମତା । ଏପରିକି ଚାରିଧାମ ଭିତରୁ ପ୍ରସିଦ୍ଧ ଧାମ ଜଗନ୍ନାଥ ଧାମ ଓଡ଼ିଶାରେ ଥିଲା ବେଳେ ମମତା ଚାଲାକି କରି ଦୀଘା ମନ୍ଦିରର ନାଁ ଦେଇଛନ୍ତି ଜଗନ୍ନାଥ ଧାମ । ଯାହାକୁ ନେଇ ଯେତେ ବିବାଦ ସୃଷ୍ଟି ହେଲେ ବି ଜଗନ୍ନାଥ ଧାମର ନାଁ ହଟାଉ ନାହାନ୍ତି ମମତା ।

ଗ୍ୟାସ ଚୁଲିରେ ଜଗନ୍ନାଥଙ୍କ ପ୍ରସାଦ
 ଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଓ ରୀତିନୀତି ରହିଛି । ଶ୍ରୀକ୍ଷେତ୍ରରେ ବର୍ଷ ବ୍ୟାପୀ ସେ ରୀତି ନୀତିକୁ ନିର୍ଭୁଲ ଭାବେ ପାଳନ କରାଯାଏ । ଏପରିକି କୌଣସି ନୀତିକାନ୍ତିରେ ବିଭ୍ରାଟ ହେଲେ ସେ ନେଇ ଅନେକ ସୁଧାରଗତ ବିଧି ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିରରେ ମହା ପ୍ରସାଦକୁ ନେଇ ସ୍ୱତନ୍ତ୍ର ମହିମା ରହିଥିଲାବେଳେ ଅନ୍ୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ଏ ନିୟମ ପରିପାଳନ କରାଯାଉଛି । ମାତ୍ର ଦୀଘା ମନ୍ଦିରରେ ଏନେଇ ଆରମ୍ଭରୁ ବିଭ୍ରାଟ ଦେଖାଦୋଣି । ଗ୍ୟାସ ଚୁଲାରେ ମହାପ୍ରଭୁଙ୍କ ପ୍ରସାଦ ରନ୍ଧା ହେବାର ଫଟ ଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗୋଟାଏ ପଟେ ଗ୍ୟାସ ଚୁଲାରେ ଭୋଗ ରନ୍ଧା ହେବା ନୀତି ବିରୁଦ୍ଧ ହୋଇଥିଲା ବେଳେ ମମତା ବାନାର୍ଜୀଙ୍କ ଦ୍ୱାରା ଏ ଇଚ୍ଛାକୃତ ଚକ୍ରାନ୍ତ ନୁହେଁ ତ? ଜଗନ୍ନାଥଙ୍କ ଭକ୍ତ କହି ମନ୍ଦିର ନିର୍ମାଣ କରୁଥିବା ମମତା କଣ ଜାଣି ନାହାନ୍ତି ଗ୍ୟାସ ଚୁଲାରେ ପ୍ରସାଦ ପ୍ରସ୍ତୁତ ହୁଏନି ବୋଲି, ନା ତାଙ୍କୁ ଓଡ଼ିଶାରୁ ଯାଇ ମନ୍ଦିର ପ୍ରତିଷ୍ଠା କରିଥିବା ଟିକିପୁଅ ଏ କଥା କହି ନାହାନ୍ତି । ପଥରରେ ବିଗ୍ରହ ନିର୍ମାଣ କଲ ପରେ ବି ୟାଙ୍କ ମନ ବୁଝିଲାନି ଯେ ଗ୍ୟାସ ଚୁଲାରେ ରୋଷେଇ କରି ଭଗବାନଙ୍କୁ ଅର୍ପଣ କଲେଣି ।

PAC-ବିଜୟଙ୍କ ପରେ ଭାଙ୍ଗିଥିଲା, ପାଣ୍ଡିଆନଙ୍କ ପାଇଁ ଗଢ଼ା ହେଲା

25 ବର୍ଷ ପରେ ବିଜୁ ଜନତା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ପଲିଟିକାଲ୍ ଆଫେୟାର୍ସ କମିଟି ବା PACର ପୁର୍ନଗଠନ କରାଯାଇଛି BJDର ଆଜନ୍ମ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ PAC ଗଠନ ହୋଇଛି ସେହି କମିଟିରେ ଅନ୍ୟ 9 ଜଣ ସଦସ୍ୟ ରହିଛନ୍ତି। ବିଶ୍ୱାସଘାତକତା କରି ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ପରେ 2000 ମସିହାରୁ ପଲିଟିକାଲ୍ ଆଫେୟାର୍ସ କମିଟିକୁ ଭାଙ୍ଗି ଦେଇଥିଲେ ନବୀନ। ତେବେ ବିଜୁ ଜନତା ଦଳର ପୁର୍ନଗଠିତ PACରେ ଅଛନ୍ତି ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଣିଂ, ଟୁକୁନୀ ସାହୁ, ସସ୍ମିତ୍ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର। ଏହି ନବଗଠିତ କମିଟିକୁ ଦେଖିଲେ ଲାଗୁଛି ଏହା ପଲିଟିକାଲ୍ ଆଫେୟାର୍ସ କମିଟି ନୁହେଁ ଏଇଟା ହେଉଛି ପାଣ୍ଡିଆନ ଆଫେୟାର୍ସ କମିଟିକାରଣ PACର ସମସ୍ତ ସଦସ୍ୟ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ କଥାରେ ଉଠବସ୍ ହେଉଛନ୍ତି । ତେଣୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି PACକୁ BJD ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି ପାଣ୍ଡିଆନ୍।

କାରଣ ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇ BJDକୁ ଲୋକହସା କରିଥିବା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, PACରେ ରହିବା ପାଣ୍ଡିଆନଙ୍କ ଦବଦବାକୁ ସୂଚାଉଛି । ସେହିଭଳି ରାଜନୀତିରେ ବର୍ଷେ ପୂରଣ କରି ନଥିବା ସନ୍ତୃପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କର ଜଣେ ଦୃଢ ସମର୍ଥକ । ପ୍ରଣବ ପ୍ରକାଶ ଦାସ ଏବଂ ପାଣ୍ଡିଆନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଜାଣିଛି ସାରା ଓଡ଼ିଶା । ଏବେ ପ୍ରଣବଙ୍କର ନିକଟତର ସଞ୍ଜୟ ଦାସବର୍ମାଙ୍କୁ PACରେ ସ୍ଥାନ ମିଳିବା, ପାଣ୍ଡିଆନଙ୍କ ବିନା ଇସାରାରେ ଏହା ଅସମ୍ଭବ ପ୍ରମିଳା ମଲ୍ଲିକ, ସୁଦାମ ମାର୍ଣ୍ଣିଂ ଓ ଟୁକୁନୀ ସାହୁ ପାଣ୍ଡିଆନଙ୍କ ହଁରେ YES କହିବା ନେତା। ସେହିଭଳି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ଓ ନିରଞ୍ଜନ ପୂଜାରୀ ସେମାନଙ୍କର ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ସାରା ଓଡ଼ିଶାର ରାଜନୀତିକୁ ଭଲ ଭାବରେ ବୁଝିନଥିବା ଏହି 9 ଜଣଙ୍କୁ PACର ସଦସ୍ୟ କରାଇ BJDକୁ ହାଇଜାକ୍ କରିନେଲେ ପାଣ୍ଡିଆନ୍
ଚର୍ଚ୍ଚା ହେଉଥିଲା BJD ବିଧାୟକ ଦଳର ଉପନେତା  ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଅରୁଣ ସାହୁ, ପ୍ରତାପ କେଶରୀ ଦେବ,  ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟପ୍ରତାପ ଜେନା PACର ମେମ୍ବର ହେବେ
BJDର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ PACର ନମ୍ବର-2ର ଦାୟିତ୍ୱ ମିଳିବ କିନ୍ତୁ ବିଗତ ଦିନରେ ଦଳୀୟ ସଙ୍ଗଠନକୁ ନେଇ ଭିନ୍ନ ମତ ରଖୁଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପାଣ୍ଡିଆନଙ୍କ ରୋଷର ଶିକାର ହେବାକୁ ପଡ଼ିଲା। ଶେଷରେ BJD ରାଜ୍ୟ କୃଷକ ମୋର୍ଚ୍ଚାର ଆବାହକ ହେଲେ ପ୍ରସନ୍ନ ଆଚାର୍ଯ୍ୟ।

ବିଚକ୍ଷଣ ଅରୁଣ ସାହୁଙ୍କୁ OBC ସେଲର ଆବାହକ କରାଯାଇ ସାବାଡ୍ କରାଯାଇଛି । ତାଙ୍କୁ ରଗେଇବା ପାଇଁ BJD OBC ସେଲ୍ ଆବାହକ ପଦକୁ ଦଳର ଉପସଭାପତି ପଦ ସହ ସମତୁଲ କରିବାର ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ସେହିଭଳି ଦେବୀ ମିଶ୍ରଙ୍କୁ ସିନିୟର୍ ଭାଇସ୍ ପ୍ରେସିଡେଣ୍ଟ (ମୁଖ୍ୟାଳୟ) ପଦ ଦେଇ ଶଙ୍ଖଭବନ ଜଗିବାର ଦାୟିତ୍ୱ ଦିଆଯାଇଛି ଆଉ ପ୍ରତାପ ଜେନା, ଅତନୁ ସବ୍ୟସଚୀ ନାୟକଙ୍କୁ ଉପସଭାପତିର ଲଲିପପ୍ ଦିଆଯାଇଛି। ଅପରପକ୍ଷରେ BJD ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ତୁଲାଉଥିବା ପ୍ରତାପ ଦେବଙ୍କୁ ନା PACରେ ଜାଗା ମିଳିଲା ନା ସଙ୍ଗଠନରେ।
ଏସବୁକୁ ଦେଖିଲେ ଲାଗୁଛି ସିନିୟରଙ୍କୁ ଆଉଟ୍ କରିବା ଯୋଜନାରେ ସଫଳ ହୋଇଛନ୍ତି ପାଣ୍ଡିଆନ ବିଜୁ ଜନତା ଦଳର ଅଧିକାଂଶ ପ୍ରତିଷ୍ଠାତା ସଭ୍ୟଙ୍କୁ ନବୀନ ପଟ୍ଟନାୟକ ଯେପରି ବିଦା କରିଥିଲେ, ଠିକ୍ ସେମିତି ସିନିୟର ମାନଙ୍କୁ କୋଣଠେସା କରିଛନ୍ତି ପାଣ୍ଡିଆନ

ଆସୁଛି SOP, ଶ୍ରୀମନ୍ଦିର ବାହାରେ ପୂଜା କରିବେନି ସେବାୟତ

ଦୀଘାରେ ତିଆରି ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଧିରେଧିରେ ଉଗ୍ର ରୂପ ନେବାରେ ଲାଗିଛି । ରାଜନୈତିକ ତୁମ୍ବି ତୋଫାନର ବେଗ ମଧ୍ୟ ବଢିବାରେ ଲାଗିଛି । ଗୋଟାଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀକ୍ଷେତ୍ରକୁ ପୁରୀ ମନ୍ଦିର ଓ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହି ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ କରିଥିଲା ବେଳେ ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଲେଣି ମମତା ବାନାର୍ଜୀ ହିନ୍ଦୁ ବିରୋଧି,ତାଙ୍କ ଭକ୍ତି କେତେ ମୁଁ ଜାଣିଛି । ରାମକୃଷ୍ଣ ଦାସ ମହାପାତ୍ରଙ୍କ କାର୍ଯ୍ୟଧାରାକୁ ଅନୁଧ୍ୟାନ କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେଣି ଶ୍ରୀମନ୍ଦିର ସେବାୟତ ବାହାରକୁ ଯାଇ ପୂଜା କରିବା ଠିକ୍ ନୁହେଁ, ଏନେଇ ମୁକ୍ତିମଣ୍ଡପ ସଭାରେ ଆଲୋଚନା କରି ଜାରି ହେବ ମାର୍ଗଦର୍ଶିକା ।
ମମତାଙ୍କ ପ୍ରଶ୍ନ-ଏତେ ରାଗ କାହିଁକି?
ଦୀଘାର ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ବଢୁଥିଲା ବେଳେ ନିଆଁରେ ଘିଅ ଢାଳିଛନ୍ତି ମମତା ବାନାର୍ଜୀ । ଚକ୍ରାନ୍ତ କରି ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବା ଓ ଶ୍ରୀମନ୍ଦିର ଆସିବାକୁ ବଙ୍ଗୀୟ ଭକ୍ତଙ୍କୁ ଅଟକାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିର ତିଆରି କରିବା ସହ ଚାରିଧାମ ମଧ୍ୟରେ ଥିବା ଶ୍ରୀମନ୍ଦିରକୁ ହାଇଜାକ କରିବାକୁ ନାଁ ଦେଇଛନ୍ତି ‘ଦୀଘା ଜଗନ୍ନାଥ ଧାମ’। ଦୀଘା ମନ୍ଦିରକୁ ନେଇ ଜଗନ୍ନାଥ ପ୍ରେମୀ ପ୍ରତିକ୍ରିୟାଶୀଳ ହେଉଥିଲା ବେଳେ ନିଜ ଉଗ୍ର ମାନସିକତାର ପରିଚୟ ଦେଇ ମମତା କହିଛନ୍ତି “ପୁରୀ ମନ୍ଦିରକୁ ଆମେ ଇଜ୍ଜତ ଦେଉ,ଜଗନ୍ନାଥ ଧାମକୁ ବି ଇଜ୍ଜତ ଦେଉ । କାଳୀ ମନ୍ଦିର,ଶିବ ମନ୍ଦିର ସବୁଠି ଅଛି ସବୁ ମନ୍ଦିର ସବୁ ଜାଗାରେ ଅଛି ବିଜେପି କଲାବେଳେ ତ ଆମେ ବିରୋଧ କରୁନୁ,ତ ଏତେ ରାଗ କାହିଁକି?’’
ମମତା ବାନାର୍ଜୀ ହିନ୍ଦୁ ବିରୋଧି-ସୁରେଶ ପୁଜାରୀ
ପଶ୍ଚିମବଙ୍ଗର ଦୀଘାକୁ ଜଗନ୍ନାଥ ଧାମ ଭାବେ ମମତା ବାନାର୍ଜୀ ସମ୍ବୋଧନ କଲା ପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁରେଶ ବାନାର୍ଜୀ । ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଥିବା ମନ୍ତବ୍ୟ ଦେଇଛନ୍ତି ସୁରେଶ । ମମତାଙ୍କ ମନ୍ତବ୍ୟକୁ ବିରୋଧ କରି ସୁରେଶ ପୁଜାରୀ କହିଛନ୍ତି
‘‘ମମତା ବାନାର୍ଜୀ କେତେ ଜଗନ୍ନାଥ ଭକ୍ତ ମୁଁ ଦେଖିଛି,
-ମୁଁ 6 ବର୍ଷ ପଶ୍ଚିମବଙ୍ଗର ପ୍ରଭାରୀ ଭାବରେ କାମ କରିଛି
-ସେ ଜଣେ ହିନ୍ଦୁ ବିରୋଧି ମୁଖ୍ୟମନ୍ତ୍ରୀ
-ସତ କହିବାର ସାହସ ତାଙ୍କର ନାହିଁ
-ଗଣତନ୍ତ୍ରକୁ  ମମତା ବାନାର୍ଜୀ ରକ୍ତାକ୍ତ କରୁଛନ୍ତି
-ପଶ୍ଚିମବଙ୍ଗରେ କେତେ ଯେ ସୁଭଦ୍ରା କ୍ଷତିଗ୍ରସ୍ତ ହେିଛନ୍ତି ତାର ହିସାବ ନାହିଁ,ମମତାଙ୍କୁ ଲୋକ କ୍ଷମା ଦେବେ ନାହିଁ ।’’

ବାହାରେ ପୁଜା କରିପାରିବେନି ଶ୍ରୀମନ୍ଦିର ସେବାୟତ-ପୃଥ୍ୱୀରାଜ ହରିଚନ୍ଦନ
ରାମକୃଷ୍ଣ ଦାସ ମହାପାତ୍ର ନବକଳେବର ସମୟର ବଳକା ଦାରୁରେ ପଶ୍ଚିମବଙ୍ଗରେ ବିଗ୍ରହ ନିର୍ମାଣ କଥା ମିଛ ବୋଲି ସ୍ପଷ୍ଟୋକ୍ତି ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରେସମିଟରେ ପୃଥ୍ୱୀରଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି କି-
’’ଧାମ ଶବ୍ଦ କେବଳ ଚାରି ଧାମରେ ଲାଗି ପାରିବ,ଆଉ କୌଣସି ଜାଗାରେ ଲାଗି ପାରିବ ନାହିଁ ।
-ସେ ଦୃଷ୍ଟିରୁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଧାମ ଶବ୍ଦର ବ୍ୟବହାର ନ କରିବା ପାଇଁ କହିବୁ।
-ଦୀଘାରେ ଯୋଉ ବେଳାଭୂମି ଅଛି ତାକୁ ମହୋଦଧି କହିବା ବନ୍ଦ କରନ୍ତୁ
-ଏ ବାବଦରେ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ ।
-ଯଦି ଏ କଥାକୁ ଅସ୍ୱୀକାର କରନ୍ତି ବା ଗ୍ରହଣ ନ କରନ୍ତି ତେବେ ଆମେ ଆଇନଗତ ଦିଗକୁ ବିଚାର ବିମର୍ଷ କରିବୁ
-ସେବକମାନେ ହେଉଛନ୍ତି ଜଗନ୍ନାଥଙ୍କ ସେବାୟତ,ସେମାନେ ଅନ୍ୟ ଜାଗାକୁ ଯିବାର ବିଧି ନାହିଁ । ଏ ବାବଦରେ ମୁକ୍ତିମଣ୍ଡପରେ ଆଲୋଚନା କରି ଏକ ମାର୍ଗଦର୍ଶିକା ଜାରୀ କରାଯିବ । ଶ୍ରୀମନ୍ଦିର ସେବାୟତ ମାନେ କୋଉଠିକୁ ଯାଇ ପାରିବେ କୋଉଠିକୁ ଯାଇ ପାରିବେ ନାହିଁ ସେ ଦିଗରେ ସ୍ପଷ୍ଟ କରାଯିବ ।
-ପୁରୀରୁ ଦାରୁ ଯାଇ ପଶ୍ଚିମବଙ୍ଗରେ ଦିଅଁ ନିର୍ମାଣ ହେବା କଥା ମିଛ ବୋଲି ସ୍ପଷ୍ଟ ହୋଇଛି। ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ ଆଗରେ ନିଜର ତଥ୍ୟ ଉପସ୍ଥାପନ କରିଛନ୍ତି। ବଳକା ଦାରୁରେ ଫଶ୍ଚିମବଙ୍ଗର ବିଗ୍ରହ ନିର୍ମାଣ ହୋଇ ନାହିଁ । ଭୁବନେଶ୍ୱରର ସୁଦର୍ଶନ ମହାରଣାଙ୍କ ଠାରୁ ସେ ବିଗ୍ରହ ନିର୍ମାଣ କରି ନେଇଛନ୍ତି । ମନ୍ଦିର  ପ୍ରଶାସନ ପାଖରୁ ଏ ନେଇ ତଦନ୍ତ ମଧ୍ୟ ହୋଇଥିଲା । ସୁଦର୍ଶନ ମହାରଣା ଏ କଥା ସ୍ୱିକାର କରିଛନ୍ତି । ଲିମ୍ବ କାଠରେ ସେ ପଶ୍ଚିମବଙ୍ଗ ମନ୍ଦିର ପାଇଁ ବିଗ୍ରହ ତିଆରି କରିଛନ୍ତି । ଏହା ଦାରୁର ଅଂଶ ବିଶେଷ ନୁହେଁ । ଧର୍ମୀୟ ଭାବନାକୁ କୁଠାରଘାତ କରିବା ନେଇ ଦେଇଥିବା ମନ୍ତବ୍ୟ ବିଷୟରେ ତାଙ୍କୁ ତଥ୍ୟ ମଗାଯାଇଛି, ଉତ୍ତରରେ ସନ୍ତୁଷ୍ଟ ନ ହେଲେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ ।
– ଦାରୁକାଠ ବାବଦରେ ମହାରଣା ସେବକଙ୍କ ସହ ଆଲୋଚନାରୁ ଯାହା ଜଣା ପଡ଼ିଛି ବଳକା କାଠ ଯୋଉ ଥାଏ ସେଥିରେ ଅଢେଇ ଫୁଟର ମୂର୍ତ୍ତି ନିର୍ମାଣ କରିବା ସମ୍ଭବ ନୁହେଁ । ସତ୍ତ୍ୱଲିପି ଅନୁସାରେ ମହାପ୍ରଭୁଙ୍କ ବଳକା କାଠ ଦାରୁଘରେ ରହେ । 1996 ରେ ସରକାରଙ୍କ ଗୋଟାଏ ଭୁଲ୍ ନିଷ୍ପତ୍ତି କ୍ରମେ ସେଥିରୁ କିଛି କାଠ ଦଇତାପତି ନିଯୋଗରେ ରଖାଯାଇଥିଲା । ଏବେ ସବୁ କାଠର ଗଣନା କରାଯାଇ କାଠକୁ ଆଣି ଦାରୁଘରେ ରଖାଯିବ । କୌଣସି କାଠ ଦାରୁଘର ବାହାରେ ରହିବ ନାହିଁ । ଛତିଶା ନିଯୋଗ ସହ ଆଲୋଚନା ହେଇଛି  । 
– ଶ୍ରୀମନ୍ଦିରକୁ ନେଇ କୌଣସି ସେବାୟତ ବେପରୁଆ ମନ୍ତବ୍ୟ ଦେଇ ପାରିବେ ନାହିଁ ।