Plain Crash ନେଉଛି ନେତାଙ୍କ ଜୀବନ

ଏୟାର-କ୍ରାସ୍ ଫୁଲ୍ ଷ୍ଟପ୍ ପକାଇଛି ୫ଜଣ ମୁଖ୍ୟମନ୍ତ୍ରୀଙ୍କର ପଲିଟିକାଲ୍ କ୍ୟାରିୟରରେ। ଲୋକସଭାର ସିଟିଂ ବାଚସ୍ପତିଙ୍କ କାର୍ଯ୍ୟକାଳକୁ ପୂରଣ ହେବାକୁ ଦେଲାନି ବିମାନ ଦୁର୍ଘଟଣା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅଙ୍କ ଜୀବନ ନେଇଛି ବିମାନ ପ୍ଲେନରେ ଏଣ୍ଡ ହୋଇଛି ଅନେକ ନେତାଙ୍କ ପଲିଟିକାଲ୍ କ୍ୟାରିୟର। ନିକଟରେ ଅହମଦବାଦଠାରେ ଏୟାର ଇଣ୍ଡିଆର ଇଣ୍ଟର ନ୍ୟାସନାଲ୍ ଫ୍ଲାଇଟ ଦୁର୍ଘଟଣା ଅତ୍ୟନ୍ତ ହୃହୟ ବିଦାରକ। ୨୦୨୫ ଜୁନ୍ ୧୨ରେ ଅହମଦାବାଦର ଏୟାର କ୍ରାସରେ ଆରପାରିକୁ ଯାତ୍ରା କରିଛନ୍ତି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ୨୦୧୬ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ବିଜୟ ରୂପାନୀ। ମେୟରରୁ ଚିଫ୍ ମିନିଷ୍ଟର ହୋଇଥିବା ରୂପାନୀଙ୍କର ପଲିଟିକାଲ୍ ଲାଇଫରେ ପୂଣ୍ଣଛେଦ ପଡ଼ିଛି। କେବଳ ବିଜୟ ରୂପାନୀ ନୁହନ୍ତି, ଭାରତର ଅନେକ ରାଜନେତା ଏୟାର୍ କ୍ରାସରେ ପ୍ରାଣ ହରେଇଛନ୍ତି କିଛି ଦୁର୍ଘଟଣାକୁ ଷଡ଼ଯନ୍ତ୍ର ବୋଲି କୁହାଯାଉଥିଲା ବେଳେ ଆଉ କିଛି ଥିଲା ଅପ୍ରତ୍ୟାଶିତ

ତେବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଫାଷ୍ଟ ଇଣ୍ଡିଆନ୍ ପଲିଟିସିଆନ୍ ହେଉଛନ୍ତି ବଲବନ୍ତରାୟ ମେହେଟ୍ଟା। ୧୯୬୫ରେ ଇଣ୍ଡୋ-ପାକ୍ ଯୁଦ୍ଧ ସମୟରେ ଗୁଜୁରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ବଳବନ୍ତରାୟ ମେହଟ୍ଟାଙ୍କର ବିମାନରେ ଦେହାନ୍ତ ହୋଇଥିଲା। ତାଙ୍କର ବିମାନକୁ ପାକିସ୍ତାନ ବାୟୁସେନାର ଜେଟ୍ ଖସାଇ ଦେଇଥିଲା। ଭାରତ-ପାକିସ୍ତାନ ବର୍ଡରରେ ଆୟୋଜିତ ଏକ ପୋଗ୍ରାମକୁ ଗଲାବେଳେ ଅଧାରେ ଅଟକି ଥିଲେ ବଳବନ୍ତରାୟ। ସେଇଠୁ ହିଁ ଆରମ୍ଭ ହେଲା ବିମାନରେ ନେତାଙ୍କ ଶେଷ ନିଶ୍ୱାସର ଯାତ୍ରା।ଏହା ପରେ ଥିଲା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁର୍ନମ ସିଂହଙ୍କର ପାଳି। ୧୯୭୩ ମେ ୩୧ ତାରିଖରେ ଦିଲ୍ଲୀରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରେଇଲେ ଗୁର୍ନମ ସିଂହଙ୍କର
ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଆନ୍ଧ୍ର ପ୍ରଦେଶର ସିଟିଂ ଚିଫ୍ ମିନିଷ୍ଟର ୱାଇ.ଏସ୍.ରାଜଶେଖର ରେଡ୍ଡି ପାଗ ଖରାପ ଯୋଗୁ YSRଙ୍କ ସ୍ୱତନ୍ତ୍ର ବିମାନ, ୨୦୦୯ ସେପ୍ଟେମ୍ବର ୨ରେ ଜଙ୍ଗଲରେ ଖସି ପଡିଥିଲା। ଫଳରେ ଆନ୍ଧ୍ରର ସିଟିଂ ଚିଫ୍ ମିନିଷ୍ଟରଙ୍କ ଦେହାନ୍ତ ହୋଇଥିଲା।

ସେହିଭଳି ୨୦୧୧ ଏପ୍ରିଲ ୩୦ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରେଇଥିଲେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁ । ଚୀନ୍ ସୀମାରେ ଖାଣ୍ଡୁଙ୍କ ସହ ଯାଇଥିଲା ୫ ସହଯାତ୍ରୀଙ୍କ ଜୀବନ।ଏୟାର କ୍ରାସରେ ପ୍ରାଣ ହରେଇଥିବା ନେତାଙ୍କ ଭିତରେ ରହିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ତଥା ବାଲଯୋଗୀ ୨୦୦୨ ମାର୍ଚ୍ଚ ୩’ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମଝି ଆକାଶରେ ଯାଇଥିଲା ଜୀବନ।
କିନ୍ତୁ ଏସବୁ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଅ ସଞ୍ଜୟଙ୍କର ଅକାଳ ବିୟୋଗ ହୋଇଥିଲା୧୯୮୦ ମସିହା ଜୁନ୍ ୩ର ସକାଳ ୮ଟା ୧୦ ସମୟରେ ସଫଦରଜଙ୍ଗ ଏୟାରପୋର୍ଟ ନିକଟରେ ସଞ୍ଜୟ ଗାନ୍ଧିଙ୍କ ପ୍ଲେନ୍ କ୍ରାସ୍ ହେବା ଫଳରେ ତାଙ୍କର ଦେହାନ୍ତ ହୋଇଥିଲା। ଦିଲ୍ଲୀ ଫ୍ଲାଇଂ କ୍ଲବର ଏକ ବିମାନରେ ଏରିଏଲ୍ ଷ୍ଟଣ୍ଟ ଦେଉଥିବା ବେଳେ ପ୍ରାଣ ହରେଇଥିଲେ ସଞ୍ଜୟ। ଅନ୍ୟପଟେ ସଞ୍ଜୟ ଗାନ୍ଧିଙ୍କ ବଡ଼ଭାଇ ରାଜୀବଙ୍କ ସାଙ୍ଗ ମାଧବରାଓ ସିନ୍ଧିଆ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୦୧ସେପ୍ଟେମ୍ବର ୩୦ରେ କାନପୁରକୁ ଏକ ରାଲିକୁ ଯାଉଥିଲା ବେଳେ ଅଧାରେ ଅଟକିଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କ ଯାତ୍ରା। ଉତ୍ତର ପ୍ରଦେଶ ମୈନପୁରି ଜିଲ୍ଲା ଭୋଗାଓଁରେ ଏକ ଚାଟାର୍ଟ ଫ୍ଲାଇଟ୍ ଦୁର୍ଘଟଣାରେ ସିନ୍ଧିଆଙ୍କର ମୃତ୍ୟୁ ହୋଇଥିଲା।

ବାଂଲାଦେଶୀଙ୍କୁ ତଡ଼ିବା ମୁଡରେ ନାହିଁ ମୋହନ ସରକାର

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବାଂଲାଦେଶ ଓ ମିଆଁମାରରୁ ଆସିଥିବା ସନ୍ଦିଗ୍ଧଙ୍କ ଭାରତୀୟ ନାଗରିକତା ଦାବିକୁ ଯାଞ୍ଚ କରିବା ପାଇଁ ୩୦ ଦିନର ଅବଧି ନିର୍ଦ୍ଧାରଣ କରିଥିଲେ ୩୦ ଦିନ ପରେ, ଯଦି ସେମାନଙ୍କ ଦସ୍ତାବିଜ ଯାଞ୍ଚ ହୋଇପାରେ ନାହିଁ, ତେବେ ସେମାନଙ୍କୁ ଦେଶାନ୍ତର କରାଯିବ, ଏହା ଜଣାପଡ଼ିଛି।
ମେ ୧୯ତାରିଖର ନିର୍ଦ୍ଦେଶନାମାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ଦେଶାନ୍ତର କରିବା ପାଇଁ ସେମାନଙ୍କର ବୈଧାନିକ କ୍ଷମତା ପ୍ରୟୋଗ କରିବାକୁ କହିଥିଲାଏହାସହ ଦେଶାନ୍ତର ପୂର୍ବରୁ ବ୍ୟକ୍ତିମାନଙ୍କୁ ରଖିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ଅଟକ କେନ୍ଦ୍ର ବା Detention Centre ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ Detention Centre ଖୋଲାଯାଇଛି। କିନ୍ତୁ ଓଡ଼ିଶାରେ ଖୋଲାଗଲାଣି କି ? ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟରେ ବାଂଲାଦେଶୀ ହଟାଓ ଅଭିଯାନ ଜୋର୍‍ ଧରିଥିବାବେଳେ ଓଡ଼ିଶା ଏତେ ନିଷ୍କ୍ରିୟତା ଦେଖାଇଛି କାହିଁକି? କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ୩୦ ଦିନିଆ କଣ୍ଟ ପୂରଣ କରିପାରିବେ କି ମୋହନ ମାଝୀଙ୍କ ସରକାର? ଡବଲ ଇଞ୍ଜିନ ସରକାର ହୋଇ ମଧ୍ୟ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଳନ କରିବା ବାବଦରେ କୌଣସି ଠୋସ୍‍ ପଦକ୍ଷେପ ନେଇନାହାଁନ୍ତି ଓଡ଼ିଶାର ବିଜେପି ସରକାର।

ଇତି ମଧ୍ୟରେ ଶାହଙ୍କ ନିର୍ଦ୍ଦେଶକୁ ସପ୍ତାହ ବିତିଲାଣି । ଆଉ ଏବେ ମୁଖ୍ୟମନ୍ତ୍ରୀ ମାତିଲେଣି ସରକାରଙ୍କ ବର୍ଷ ପୂର୍ତ୍ତିର ଉତ୍ସବରେ ଏଣୁ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କ କଥା କାହିଁକି ଚିନ୍ତା କରିବ ଭାଜପା ସରକାର? ବର୍ଷପୂର୍ତ୍ତି ଉତ୍ସବ ସରୁସରୁ ଆସିଯିବ ରଥଯାତ୍ରାରଥ ପରେ ବର୍ଷା। ବର୍ଷା ପରେ ବନ୍ୟା । ତେଣୁ ବାଂଲାଦେଶୀଙ୍କ କଥା ଭୁଲିଗଲେ ବି ଚଳିବ।ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ୧୨ ଜଣ ଚିହ୍ନଟ ପାକ୍‍ ନାଗରିକଙ୍କୁ ଦେଶାନ୍ତର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେକିନ୍ତୁ ମାତ୍ର ଜଣେ ପାକିସ୍ତାନକୁ ଗଲେ । ବାକି ୧୧ ଜଣଙ୍କ ପାଇଁ କେନ୍ଦ୍ର ଠାରୁ ନିର୍ଦ୍ଦେଶ ମଗାଯାଇଛି ବୋଲି ଉଚ୍ଚ ପୋଲିସ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ କେନ୍ଦ୍ର କ’ଣ କହିଲା ଏବଂ କାହିଁକି ୧୧ ପାକ୍‍ ନାଗରିକଙ୍କୁ ବହିଷ୍କାର କରାଯାଇ ପାରିଲା ନାହିଁ
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାରାତ୍ମକ ଭାବେ ଅଧିକ । କିନ୍ତୁ ୮ବର୍ଷ ପୂର୍ବେ ଯେଉଁ ସାଢ଼େ ୩ ହଜାରରୁ କିଛି ଅଧିକ ବାଂଲାଦେଶୀ କେନ୍ଦ୍ରାପଡ଼ା ଓ ଅନ୍ୟ କେତେକ ଉପକୂଳ ଜିଲାରୁ ଚିହ୍ନଟ ହୋଇଥିଲେ, ସେମାନଙ୍କ ଛଡ଼ା ଆଉ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ବି ହୋଇନାହିଁ । ଏକ ଅଟକଳ ଅନୁସାରେ ଓଡ଼ିଶାରେ ଲକ୍ଷାଧିକ ବାଂଲାଦେଶୀ ନାଗରିକ ବେଆଇନ ଭାବେ ରହୁଛନ୍ତି । ଭାରତରେ ଏମାନଙ୍କ ସଂଖ୍ୟା ୨କୋଟିରୁ ଅଧିକ । ତା’ଛଡ଼ା ରୋହିଙ୍ଗିଆ ମୁସଲମାନ ବି ଅଛନ୍ତି । ରୋହିଙ୍ଗିଆ ମାନଙ୍କୁ ତଡ଼ିବା ବେଳେ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ମେ ୮ ତାରିଖରେ ସ୍ପଷ୍ଟ କରିଦେଲେ ଯେ ଭାରତରେ ରହିବାର ଅଧିକାର ଭାରତୀୟ ନାଗରିକଙ୍କର ଅଛି। ରୋହିଙ୍ଗିଆଙ୍କର ନାହିଁ । ଭାରତ ଏକ ଧର୍ମଶାଳା ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ତଡ଼ିବା ନିମନ୍ତେ କହିଥିଲେ ।ଗତ ୬ ମାସରେ ଦିଲ୍ଲୀରୁ କେବଳ ୭୭୦ ଜଣ ବାଂଲାଦେଶୀଙ୍କୁ ଠାବ କରି ପଠାଇ ଦିଆଯାଇଛି । ସୀମା ସୁରକ୍ଷା ବାହିନୀ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଏସ୍‍ଏଫ୍‍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ପ୍ରେମୀ ନେତାଙ୍କ ସଂଖ୍ୟା କିଛି କମ ନୁହେଁ । ରାସନ କାର୍ଡ଼ ଓ ଭୋଟର ପରିଚୟ ପତ୍ରଧାରୀ ବାଂଲାଦେଶୀମାନେ ଆମ ଭାଇ ବୋଲି କହି ଭୁବନେଶ୍ୱର ମେୟର ସୁଲୋଚନା ଦାସ ବଡ଼ ହଟହଟା ହୋଇଛନ୍ତି ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱୀକାର କରିସାରିଛନ୍ତି ଯେ ବସ୍ତି ଗୁଡ଼ିକରେ ବାଂଲାଦେଶୀ ଆଡ୍ଡା ଜମାଇ ବସିଛନ୍ତି।ସେମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ଫେରିବାଲା, କବାଡ଼ିବାଲାଙ୍କ ଭିତରେ ବାଂଲାଦେଶୀଙ୍କ ସଂଖ୍ୟା ଅଧିକ ବିଭିନ୍ନ ବିଲ୍ଡର୍ସଙ୍କ ପାଖରେ କାମ କରୁଥିବା ଲୋକଙ୍କ ଭିତରେ ସେମାନଙ୍କ ସଂଖ୍ୟା କିଛି କମ ନୁହେଁ । ସେମାନେ ବଙ୍ଗଳା କହୁଥିବାରୁ ଅନେକଙ୍କର ଧାରଣା ଯେ ସେମାନେ ପଶ୍ଚିମବଙ୍ଗର ଲୋକ । ସେମାନେ ମଧ୍ୟ ମୁର୍ସିଦାବାଦ କିମ୍ବା ମେଦିନିପୁରର ଲୋକ କହି ଚକମା ଦେଖାଉଛନ୍ତି  ।
ଫିଙ୍ଗର ପ୍ରିଣ୍ଟ ଏବଂ ଫେସିଆଲ୍‍ ରେକଗ୍‍ନିସନ ସିଷ୍ଟମ ଅନୁସାରେ ବାଂଲାଦେଶର ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଯେଉଁ ବ୍ୟବସ୍ଥା ଦିଲ୍ଲୀ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗ୍ରହଣ କରାଯାଉଛି, ତାହା ମଧ୍ୟ ଓଡ଼ିଶାରେ ଲାଗୁ ହେବା ଜରୁରୀ । ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗୁଇନ୍ଦା ସୂତ୍ର, ସ୍ଥାନୀୟ ଲୋକ, ନଥିପତ୍ର ଯାଞ୍ଚ ଏବଂ ବାୟୋମେଟ୍ରିକ୍‍ ଚିହ୍ନଟ ପ୍ରକ୍ରିୟାରେ ଧରିହେବ ।

IPLରୁ ହଟିଲେ ପୁରୁଣା ଚମ୍ପିଅନ୍

ଏଥର IPLକୁ ମିଳିବ ନୂଆ ଚମ୍ପିଅନ। ରିପିଟ ହେବନି ପୁରୁଣା ଟିମ୍ । ଅନେକ ଥର ଟ୍ରଫି ହାତେଇଥିବା ଟିମ୍ ଏଥର ବାଦ୍ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ୍ ଆଦି ଫାଇନାଲରେ ନାହାନ୍ତି । ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ଜୁନ୍ 1ର ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠଥରର ବିଜୟ ଲକ୍ଷ ହାସଲ ହୋଇ ନ ପାରି ଏଥିରେ ବ୍ରେକ୍ ଲାଗିଛି ।


ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜୁନ୍ 3 ର ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚମ୍ପିଅନ୍ସ ଟ୍ରଫି ହାତେଇବାକୁ ଅନେକ ଟିମ୍ ଆଶା ରଖିଥିଲା ବେଳେ କେବଳ ଦୁଇଟି ଟିମ୍ ହିଁ ଏ କ୍ଷେତ୍ରରେ ଫାଇନାଲକୁ ଯାଇଛନ୍ତି ।ତେବେ ଫାଇନାଲ୍ ପୂର୍ବର ମ୍ୟାଚ୍ ରୋମାଞ୍ଚକର ଥିଲାବେଳେ    କିଏ ବାଜିମାତ୍ କରୁଛି ତାହା ଦେଖିବା ବାକି ।

ସରିଲା ଟ୍ରମ୍ପ-ଏଲନ୍ ମସ୍କ ଯୋଡ଼ି

ଏଲନ୍ ମସ୍କ ଓ ଟ୍ରମ୍ପଙ୍କ ଯୋଡ଼ିରେ ଫାଟ। ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କଙ୍କ ଯୋଡ଼ି । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ। ଏନେଇ x ରେ ଏଲନ୍ ମସ୍କ ସୂଚନା ଦେଇଛନ୍ତି । ଏଲନ୍ ଲେଖିଛନ୍ତି, ଟ୍ରମ୍ପ ପ୍ରଶାସନ ସହିତ ମୋର ସମୟ ଶେଷ ହେଲା। DOGE ବା Department of Government Efficiencyର ମୁଖ୍ୟ ପଦ ସମ୍ଭାଳିଥିଲେ ଏଲନ୍ ମସ୍କ । ଟ୍ରମ୍ପଙ୍କ ବଜେଟ୍ ବିଲକୁ ସମାଲୋଚନା କରିଥିଲେ ଏଲନ୍ ମସ୍କ । ବଜେଟ୍ ବିଲକୁ ସମାଲୋଚନା କରିବା ପରେ ସେ ଟ୍ରମ୍ପଙ୍କ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି ।

ଟ୍ରମ୍ପ ଦ୍ୱିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ DOGE ର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା। ମସ୍କ ଏହି ବିଭାଗର ଦାୟିତ୍ୱ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବା ବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା।ଏବେ ଉକ୍ତ ପଦବିକୁ ବାଏ ବାଏ କରିଛନ୍ତି ମସ୍କ। କୁହାଯାଉଛି, ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ବେଶ ବିବାଦୀୟ ହେଉଛି। ଆଉ ଏହି କାରଣରୁ ମସ୍କ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଯୁବରାଜଙ୍କ ପାଇଁ ସକ୍ସେସ୍ ଶୁଭମନ୍ ଗିଲ୍!

ଇଣ୍ଡିଆ ଟେଷ୍ଟ ଟିମର କ୍ୟାପ୍ଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଶୁଭମନ ଗିଲ୍। ରୋହିତ୍ ଶର୍ମାଙ୍କ ପରେ ଶୁଭମନଙ୍କୁ ମିଳିଛି ଗୁରୁଦାୟିତ୍ୱ। ଟେଷ୍ଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ କିଏ ରିପ୍ଲେସ୍ କରିପାରିବେ ସେ ନେଇ ଯୋଗ୍ୟତା ଓ ଦକ୍ଷତାର କଥା ଉଠିଥିଲା ବେଳେ ଉଭୟରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣ କରି ଶୁଭମନ୍ ଗିଲ୍ କ୍ୟାପ୍ଟେନସିପ୍ ହାତେଇଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜ ସିଂଙ୍କ ହାତ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ସିଂହ। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଥିବା କହିଛନ୍ତି ୟୋଗରାଜ।

ଯୁବରାଜଙ୍କ ପାଇଁ ସଫଳ ଗିଲ୍

ଶୁଭମନ୍ ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି ୟୋଗରାଜ ସିଂ। ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିକେଟର ୟୋଗରାଜ ସିଂ ଭାରତୀୟ ଟେଷ୍ଟ ଦଳର ନବନିଯୁକ୍ତ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ‘‘ଶୁଭମନ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିବେ। ତେବେ ଜଣେ ସଫଳ କ୍ରିକେଟର ହେବାକୁ ଯେଉଁ ଦିଗଦର୍ଶନ ଆବଶ୍ୟକ ତାହା ଯୁବରାଜଙ୍କ ଠାରୁ ପାଇଥିବା କାରଣରୁ ଗିଲ ଏତେ ବାଟ ଆସି ପାରିଛନ୍ତି।ଯୁବରାଜ ଜଣେ ଅତ୍ୟନ୍ତ ବୁଦ୍ଧିମାନ କ୍ରିକେଟର। ସେ ଗିଲଙ୍କୁ ନିଜ ଅଧୀନରେ ନେବା କାରଣରୁ ହିଁ ସେ ଜଣେ ଭଲ ଖେଳାଳି ଓ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି। ଗିଲ ସମସ୍ତ ଫର୍ମାଟରେ ନିଜର ଦକ୍ଷତା ଓ ଟେକନିକ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି।‘‘ ୨୫ ବର୍ଷୀୟ ଗିଲ ଟେଷ୍ଟ ଟିମର ଅଧିନାୟକ ଭାବେ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ସେ ସଫଳ ହେବା ନେଇ ୟୋଗରାଜ ଆଶା କରିଛନ୍ତି। ୨୦୨୪ରେ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଗିଲ ଭାରତର କ୍ୟାପଟେନ ରହିଥିଲେ ଶୁଭମନ୍ ଗିଲ୍। ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି। ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି। କ୍ୟାପ୍ଟେନ୍ ରେସରେ ଥିବା ସମସ୍ତଙ୍କୁ ପଛରେ ପକାଇ ଶୁଭମନ୍ ଏ ସଫଳତା ହାସଲ କରିଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜଙ୍‌କ ପ୍ରମୁଖ ଭୂମିକା ଥିବା ୟୋଗରାଜଙ୍କ ଷ୍ଟେଟମେଣ୍ଟକୁ ନେଇ ଏବେ କ୍ରିକେଟ ମହଲରେ ଚର୍ଚ୍ଚା।