ଓଡ଼ିଶାରେ କତା ଶିଳ୍ପ ବନ୍ଦ, କେରଳରୁ ଆସୁଛି ରଥ ଦଉଡ଼ି

  • ହାଇଦ୍ରାବାଦ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଟଙ୍କା ଆଣିବାକୁ,
  • Investors Meetରେ ଶିଳ୍ପପତିଙ୍କୁ ବୁଝାଉଛନ୍ତି, ଓଡ଼ିଶାରେ Industry କର, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବ
  • କିନ୍ତୁ ଓଡ଼ିଶାରେ ଥିବା ସରକାରୀ ପ୍ରତିଷ୍ଠାନ ଗୁଡିକ ଅଚଳ ହୋଇ ପଡିଲାଣି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନିଘା ନାହିଁ
  • ମୁଖ୍ୟମନ୍ତ୍ରୀ, ତାଙ୍କ ମନ୍ତ୍ରିମଣ୍ଡଳର 15 ସଦସ୍ୟ ଏବଂ ବିଜେପିର ସବୁ ବିଧାୟକ, ସାଂସଦ, ଏମିତିକି ଦଳର କୁଜି ନେତା ମଧ୍ୟ କହୁଛନ୍ତି ଆମେ ଶ୍ରୀମନ୍ଦିରର 4 ଦୁଆର ଖୋଲି ଦେଲୁ
  • ରତ୍ନଭଣ୍ଡାର ମରାମତି କରିଦେଲୁ,
  • କିନ୍ତୁ ସରକାର ଗଠନର 18 ମାସ ହୋଇଗଲା, ଜଗନ୍ନାଥଙ୍କ ରଥ ଦଉଡି, ଯେଉଁଠି ତିଆରି ହେଉଥିଲା, ସେହି କତା ଶିଳ୍ପ କେନ୍ଦ୍ରଟିକୁ ବନ୍ଦ କରିଦେଲେଣି,
  • ରାଜ୍ୟର ଏକମାତ୍ର କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର ଏବେ ବନ୍ଦ
  • ପୁରୀ ଜିଲ୍ଲା ପିପିଲି ତେଇଶିପୁର ଠାରେ ୧୯୭୫ ମସିହାରେ ପ୍ରତିଷ୍ଠା ହୋଇଥିଲା କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର
  • ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବକ-ଯୁବତୀ ମାନେ ଏଠାରେ ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେଉଥିଲେ
  • ପ୍ରତ୍ୟେକ ବର୍ଷ ଏହି ତାଲିମ କେନ୍ଦ୍ରରୁ ଅତି କମରେ 30 ଜଣ ଯୁବବର୍ଗ ଟ୍ରେନିଂ ନେଇ ଆତ୍ମନିର୍ଭରଶୀଳ ହୋଇ ପାରୁଥିଲେ
  • ଏହାସହ ତେଇଶିପୁର କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର ସହ ଜଡିତ ଥିଲେ 12ଟି ଜିଲ୍ଲାର 15ଟି ଜିଲ୍ଲା କତା ଶିଳ୍ପ କେନ୍ଦ୍ର
  • ସେହି ସବୁ କେନ୍ଦ୍ର ଗୁଡିକରୁ ମଧ୍ୟ ପ୍ରାୟ 15, 000 ଲୋକଙ୍କୁ ରୋଜଗାରକ୍ଷମ କରିଥିଲା,
  • କିନ୍ତୁ ତେଇଶିପୁର କତା ଶିଳ୍ପ ତାଲିମ ଓ ରୂପାଙ୍କନ କେନ୍ଦ୍ର ପରି ବାଲେଶ୍ଵର ଭୋଗରାଇ, ଜଗତସିଂହପୁରର ବାଲିକୁଦା ଓ ଗଞ୍ଜାମର ଗୋଳାବନ୍ଦ ଠାରେ ଥିବା ଜିଲ୍ଲା ସ୍ତରୀୟ କତା ଶିଳ୍ପ ତାଲିମ କେନ୍ଦ୍ର ଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି।
  • କାରଣ କଣ ଜାଣିଛନ୍ତି ? ଏହି ସବୁ କେନ୍ଦ୍ରରେ 25 Technical Post ଗୁଡିକରେ କାହାରିକୁ ନିଯୁକ୍ତି ମିଳୁନାହିଁ।
  • କାରଣ କଞ୍ଚାମାଲ, ମାନେ କତାର ଅଭାବ ନାହିଁ
  • ପୁରୀ ଜିଲ୍ଲାରେ ନଡ଼ିଆ ଗଛ ଘରେ ଘରେ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ହେଉଛି ନଡିଆ ଚାଷର ପେଣ୍ଠ
  • ପ୍ରଧାନମନ୍ତ୍ରୀ କହୁଛନ୍ତି ଭୋକାଲ୍ ଫର୍ ଲୋକାଲ୍
  • କିନ୍ତୁ ଓଡ଼ିଶାର BJP ସରକାର, କତା ଶିଳ୍ପକୁ ମାରି ଦେବାକୁ ବସିଛନ୍ତି
  • କତା ଶିଳ୍ପରେ ପ୍ରଦୂଷଣ ଆଦୌ ନାହିଁ, ତଥାପି ମୋହନ ମାଝୀଙ୍କ ସରକାରଙ୍କର ତେଇଶିପୁର କତା ଶିଳ୍ପ ତାଲିମ ଓ ରୂପାୟନ କେନ୍ଦ୍ରର ପୁନରୁଦ୍ଧାର ପ୍ରତି ଆଗ୍ରହ ନାହିଁ
  • ଏଠିକାର ପ୍ରସ୍ତୁତ ବିଭିନ୍ନ କତା ସାମଗ୍ରୀ, ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଥିଲା।
  • କତାରେ ପ୍ରସ୍ତୁତ ଗହଣାର ଚାହିଦା ସହିତ ରଥ ଯାତ୍ରା ପାଇଁ ରଥ ଦଉଡି଼ ଏଠାରେ ପ୍ରସ୍ତୁତ ହେଉଥିଲା।
  • ଓଡ଼ିଶା ସମବାୟ କତା ନିଗମକୁ କତା ରଶି ବିକୁଥିଲେ,
  • କିନ୍ତୁ ଗତ ଦୁଇ ବର୍ଷ ଧରି ଅଚଳ ହୋଇ ପଡିଛି ରାଜ୍ୟର ଏକମାତ୍ର କତାଶିଳ୍ପ ତାଲିମ କେନ୍ଦ୍ର ।
  • ଏଠାରେ 9 ଜଣ Technical Post ସମେତ 12ଟି ପଦ ରହିଛି। କିନ୍ତୁ କାମ କରିବାକୁ କେହି ନାହିଁ।
  • ଏପରିକି, ତାଲିମ କେନ୍ଦ୍ରରେ ଅବ୍ୟବହୃତ ହୋଇ ପଡ଼ିଥିବା ମେସିନରେ କଳଙ୍କି ଲାଗିଗଲାଣି।
  • ଦିନ ଥିଲା ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ତାଲିମ ଦିଆଯାଉଥିଲା। ଏହି ମହିଳାମାନେ କତା ରଶି, ପାପୋଛ, କତାରେ ନିର୍ମିତ ବିଭିନ୍ନ ଘର କରଣା ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଥିଲେI
  • ଓଡ଼ିଶା ସମବାୟ କତା ନିଗମ ଲିମିଟେଡ୍‌କୁ କତା ରଶି ବିକ୍ରୟ କରୁଥିଲେ। ସେହି କତା ରଶିରୁ କତା ନିଗମ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଦଉଡ଼ି ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହେଉଥିବା ରଥଯାତ୍ରାକୁ ଦଉଡ଼ି ଯୋଗାଉଥିଲା।
    ତେବେ ଗତ ଦୁଇବର୍ଷ ହବ ଏହି କତା ଶିଳ୍ପ ତାଲିମ କେନ୍ଦ୍ରଟି ବନ୍ଦ ହେବା ଫଳରେ ଓଡ଼ିଶାର ଶହଶହ  ଯୁବକ ଯୁବତୀ ନିଜର ରୋଜଗାର ହରାଇ ବସିଛନ୍ତି । 
    ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ

ମୁଖ୍ୟମନ୍ତ୍ରୀଙ୍କୁ ଶାହଙ୍କ ନିର୍ଦ୍ଦେଶ, ବଢିବନି ବିଧାୟକଙ୍କ ଦରମା!

ଓଡ଼ିଶା ରାଜନୀତିରେ ପୁନର୍ବିଚାର ନାଟକ। ବିଧାୟକଙ୍କ ବର୍ଦ୍ଧିତ ଦରମାର ପୁନର୍ବିଚାର ପ୍ରସଙ୍ଗ ଯେତିକି ହାସ୍ୟାସ୍ପଦ ସେତିକି ରୋମାଞ୍ଚକର । ଡିସେମ୍ବର 18 ତାରିଖରେ ଦରମା ବୃଦ୍ଧିକୁ ପୁନର୍ବିଚାର କରିବାକୁ ବିଜେପି ବିଧାୟକ ମାନଙ୍କ ନିବେଦନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ସୂଚନା ମିଳୁଛି ଏସବୁ ଅମିତ ଶାହଙ୍କ ଟ୍ୟୁସନ ଇଫେକ୍ଟ । ଯାହାକୁ ବାଧ୍ୟ ହୋଇ ବିଜେପି ବିଧାୟକ ପୁନର୍ବିଚାରର ନାଟକ କରୁଛନ୍ତି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ମୋହନ ମାଝୀଙ୍କୁ ତାଗିଦ୍ କରିଥିବାରୁ ଦରମା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ହେବା ନେଇ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା ଆଲୋଚନା ହେଉଛି ।

ଶୁଣିବାକୁ ମିଳୁଛି ଫାଷ୍ଟ ଟାଇମ୍ ସିଏମ୍ ମୋହନ ମାଝୀଙ୍କ ଭେରି ଫାଷ୍ଟ ଡିସିସନକୁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ବିରୋଧ କରିଛନ୍ତି । ଗୋଟାଏ ଦିନରେ 3 ଗୁଣା ଦରମା ବୃଦ୍ଧିକୁ ବିରୋଧ କରିବା ସହ ମୋହନଙ୍କୁ କଡ଼ା ଟ୍ୟୁସନ୍ ବି କରିଛନ୍ତି । ଶାହ ଜାଣନ୍ତି ଏମିତି ହେଲେ ବୋଧହୁଏ ପଦ୍ମ ଫୁଟିବା ଶେଷ ହେଇଯିବ ।ମୋହନ ମାଝୀ ସିନା ଫାଷ୍ଟ ଟାଇମ୍ ସିଏମ୍ କିନ୍ତୁ ଶାହ ତ ରାଜନୀତିର ନାଡ଼ି ଚିପିବାରେ ମାହିର । ଆଉ ଏମିତିରେ ବି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଗ୍ରହଣ ନ କରିବାର ଚିଠି ଦେଇ ମାଇଲେଜ୍ ନେଇ ସାରିଛନ୍ତି । ଯଦିଓ ପାର୍ଟି ମେମ୍ବରଙ୍କୁ ବିରୋଧ କରିବାକୁ ନ କହି ସମାଲୋଚିତ ମଧ୍ୟ ।

ଗୋଟାଏ ପଟେ ନବୀନଙ୍କ ଲୋକପ୍ରିୟତା ଆଉ ଗୋଟାଏ ପଟେ ହାଇଲାଇଟ ହେବା ପାଇଁ ମୋହନ ମାଝୀଙ୍କ ବିକଳ ମାନସିକତା ସବୁ କିଛିକୁ ପରଖି ଶାହ କଡ଼ା ଟ୍ୟୁସନ୍ ବି କରିଛନ୍ତି। ଖୋଦ୍ ସେଇଥିପାଇଁ ହାଇଦ୍ରାବାଦରେ ହେବାକୁ ଥିବା ଇନଭେଷ୍ଟର ମିଟିଂ କ୍ୟାନସେଲ କରି ମୋହନମାଝୀ ତରବରିଆ ଭାବରେ ପାର୍ଟି ଅଫିସରେ ଏ ପୁନର୍ବିଚାର ସ୍କ୍ରିପ୍ଟରେ ରୋଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନିଷ୍ପତ୍ତି ଏତେ ତରବରିଆ ଭାବରେ ହେଇଛି ଯେ ସମସ୍ତ ନେତା ଉପସ୍ଥିତ ହୋଇ ପାରି ନାହାନ୍ତି । ଏମିତିକି ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ଅନୁପସ୍ଥିତ । ଦରମା ଦେବାରେ ନମ୍ବର ୱାନ ହବାକୁ ଯୋଉ ସ୍ୱପ୍ନ ମୋହନମାଝୀ ଦେଖିଥିଲେ ତାକୁ ଶାହ ପସନ୍ଦ କରି ନାହାନ୍ତି ।ଲକ୍ଷେ 11 ହଜାରରୁ  3 ଲକ୍ଷ 45 ହଜାର ଦରମା ବୃଦ୍ଧି ବିଜେପି ପାିଁ କାଳ ହୋଇ ଥାଆନ୍ତା । ଯାହାକୁ ଆକଳନ କରି ନିଷ୍ପତ୍ତିରେ ବ୍ରେକ୍ ଲଗାଇଛନ୍ତି ଅମିତ ଶାହ ।

ହ୍ୱିଲ୍ ଚେୟାରରୁ ଜାତୀୟ ରେକର୍ଡ !

ଓଡ଼ିଶାର ସୁନା ଝିଅ। ଦୁଇଗୋଡ଼ ଅଚଳ ହେଲେ ବି ଗଢିଛନ୍ତି ସ୍ୱତନ୍ତ୍ର ପରିଚୟ। ହ୍ୱିଲ ଚେୟାରରେ ରହି ତିଆରି କରିଛନ୍ତି ପରିଚୟର ପାହାଡ଼। ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅସୁସ୍ଥତା। ଗାଁରେ ରହି ପାଇଛନ୍ତି ଜାତୀୟ ସ୍ତରର ସଫଳତା । ଭିନ୍ନକ୍ଷମ ହୋଇଥିବା ସତ୍ତ୍ୱେ ସେ ପାଲଟିଛନ୍ତି ଜଣେ ସଫଳ ସ୍ୱିମର। ଓଡ଼ିଶାର ସୀମାରେ ସୀମିତ ନ ରହି ପାଲଟିଛନ୍ତି ଦେଶର ଗୌରବ ।
ଏଭଳି ଜଣେ ଦିବ୍ୟାଙ୍ଗ ପାରା କ୍ରୀଡାବିତ୍‌ ହେଉଛନ୍ତି ଗଂଜାମ ହିଞ୍ଜିଳିକାଟୁ ଅଞ୍ଚଳର ଗିରିଆ ଗାଁର କବିତା ଦଳାଇବାପା ସ୍ୱରାଜ୍ୟ ଦଳାଇ ଓ ମାଆ ନର୍ମଦାଙ୍କ ସାନ ଝିଅ କବିତା । ଯାହାଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଜନ୍ମର ବର୍ଷେ ପରେ ପୋଲିଓରେ ଆକ୍ରାନ୍ତ ହୋଇ ଚାଲିବାର ସାମର୍ଥ୍ୟ ହରେଇଥିଲେ କବିତା । ଆର୍ଥିକ ଅସୁବିଧା ହେତୁ ଦଶମରେ ଅଟକିଥିଲେ, ଉଚ୍ଚ ଶିକ୍ଷାରେ ବନ୍ଧା ହେଲା ଡୋରି। ସ୍କୁଲସ୍ତରରେ ଜଣେ ଦକ୍ଷ ପାରା ଆଥଲେଟ୍‌ ଭାବେ ତାଙ୍କର ପ୍ରତିଭା ସାମ୍ନାକୁ ଆସିଥିଲାପହଁରା ସହିତ ହ୍ୟାଣ୍ଡ ବଲ୍‌ରେ ମାହିର  ସାଜିଛନ୍ତି କବିତା।

୨୦୧୯ରେ ଭୁବନେଶ୍ୱର ଆସି ଘରୋଇ କପଡା କମ୍ପାନୀରେ କାମ କରିବା ସହ ୨୦୨୩-୨୪ ମସିହାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ କରିଥିଲେ ସନ୍ତରଣ ଓ ହ୍ୟାଣ୍ଡ ବଲ୍‌ର ଅଭ୍ୟାସ । କବିତା ୨୦୦୨୩- ୨୪ରେ ଗ୍ୱାଲିଅରରେ ଅନୁଷ୍ଠିତ ଏକ ଜାତୀୟସ୍ତରୀୟ ପାରା ପ୍ରତିଯୋଗିତାରେ ସ୍ୱିମିଂ ବିଭାଗରେ ୩ଟି ରୌପ୍ୟ ପଦକ ଜିତିଥିଲେ । ଏହାପରେ ୨୦୨୪ରେ ଗୋଆରେ ଆୟୋଜିତ ଜାତୀୟ ପାରା ସ୍ୱିମିଂ ପ୍ରତିଯୋଗିତାରେ ୨ଟି ରୌପ୍ୟ, ଗୋଟିଏ ବ୍ରୋଞ୍ଜ ଓ ଚଳିତବର୍ଷ ହାଇଦ୍ରାବାଦରେ ଆୟୋଜିତ ପାରା କ୍ରୀଡା ପ୍ରତିଯୋଗିତାରେ ସ୍ୱିମିଂ ବର୍ଗରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ଜିତିଛନ୍ତି

ରାଜ୍ୟକୁ ଗୌରବାନ୍ୱିତ କରିଥିବା କବିତାଙ୍କୁ ନା କୌଣସି ପ୍ରୋତ୍ସାହନ ମିଳୁଛି, ନା ମିଳୁଛି ସୁଯୋଗ । ତଥାପି ତାଙ୍କ ଚେଷ୍ଟାରେ କେବେ ବ୍ରେକ୍ ଲାଗିନି । ଇଣ୍ଟରନ୍ୟାସନାଲ ଲେବଲରେ ଖେଳିବାକୁ ଆଗ୍ରହୀ ଅଛନ୍ତି କବିତା ଦଳାଇ । ସରକାରଙ୍କ ତରଫରୁ ତାଙ୍କୁ ପ୍ରୋତ୍ସାହନ ମିଳିଲେ ହୁଏତ ଅଧିକରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରନ୍ତେ

ରାଜାଙ୍କ ଚ୍ୟାଲେଞ୍ଜ, ପାଣ୍ଡିଆନଙ୍କୁ ବାନ୍ଧ

  • BJD ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ BJP ସରକାରକୁ ଚ୍ୟାଲେଞ୍ଜ
  • ତାମିଲ ନେଇ ଗଲା ତାମିଲ ନେଇଗଲା, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଲା ।
  • ପ୍ରଧାନମନ୍ତ୍ରୀ ଆସି କହିଥିଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !
  • ତେବେ କାହିଁକି ବାନ୍ଧୁନ?
  • CBI ତଦନ୍ତ କୁଆଡେ ଗଲା?
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ କି ଆମ ସରକାର ରାଜନୈତିକ ସୁରକ୍ଷା ଦିଆଯାଉନି। ତେବେ ଏଇଠି କଣ ହେଉଛି?
  • ରାଜା ସ୍ୱାଇଁଙ୍କ ଟାର୍ଗେଟରେ କେବଳ BJP ସରକାର ନୁହଁନ୍ତି, ନିଜ ଦଳ BJD ମଧ୍ୟ
  • BJD ସଭାପତି ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଭି.କେ.ପାଣ୍ଡିଆନଙ୍କୁ ବାନ୍ଧିବା ପାଇଁ BJP ସରକାରଙ୍କୁ ଉସୁକାଉଛନ୍ତି ରାଜା ସ୍ୱାଇଁ
  • ଭୈରବ ପାଣ୍ଡିଆନ ହେଉଛନ୍ତି, ତାମିଲିନାଡୁର ମୂଳବାସୀନ୍ଦା,
  • 2024 ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲା BJP
  • ସେତେବେଳେ ବନ୍ଦ ରହିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ପାଣ୍ଡିଆନ ନିଜ ରାଜ୍ୟ ତାମିଲନାଡୁକୁ ନେଇ ଯାଇଛନ୍ତି ବୋଲି BJP ପକ୍ଷରୁ ଅଭିଯୋଗ ହେଉଥିଲା।
  • BJP ସରକାର ସେହି ତାମିଲି ବ୍ୟକ୍ତିଙ୍କୁ ଏବେ ପର୍ଯ୍ୟନ୍ତ କାହିଁକି ଗିରଫ କରୁନାହିଁ  ବେଲି ରାଜା ସ୍ୱାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି

ପ୍ରତିଶୋଧ ନେବ ତ ଭାରତ!

ପ୍ରତିଶୋଧ ନେବ କି ଟିମ୍ ଇଣ୍ଡିଆ । ପରାଜୟର ଉତ୍ତର ଫେରାଇବାକୁ ପ୍ରସ୍ତୁତ ତ ଇଣ୍ଡିଆ ଟିମ୍ ।ବାରବାଟିର ମହାଲଢେଇରେ କିଏ ମାରିବ ବାଜିମାତ୍ ।କଟକର ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଖେଳାଯାଇଛି 3 ଟି ଟି ଟ୍ୱେଣ୍ଟି ମ୍ୟାଚ୍ । ଯେଉଁଥିରୁ କାଉଥ୍ ଆଫ୍ରିକା ସହ ଦୁଇଟି ମ୍ୟାଚ୍ ଖେଳିଛି ଟିମ୍ ଇଣ୍ଡିଆ । 2015 ଏବଂ 2022ରେ ସାଉଥ୍ ଆଫ୍ରିକା ସହ ମ୍ୟାଚ୍ ଖେଳିଥିଲା ବେଳେ 2017 ରେ ବାରବାଟିରେ ଶ୍ରୀଲଙ୍କାକୁ ସାମ୍ନା କରିଥିଲା ଟିମ୍ ଇଣ୍ଡିଆ । 2017ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ବେଳେ ବାକି ଦୁଇଟି ମ୍ୟାଚରେ ରହିଥଇଲା ବିଦେଶି ଦଳର ଦବଦବା ଉଭୟ 2015 ଏବଂ 2022ରେ ସାଉଥ୍ ଆଫ୍ରିକାଠାରୁ ପଛରେ ରହିଥଇଲା ଭାରତ । ଉଭୟ ମ୍ୟାଚରେ ବିଜୟ ହାସଲ କରିଥିଲା ସାଉଥ ଆଫ୍ରିକା । ଯାହାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଇଣ୍ଡିଆ ଟିମ୍ ।

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ‘କ୍ଲିନ୍ ସୁଇପ୍’ର ସାମ୍ନା କରିବା ପରେ ଭାରତୀୟ ଦଳ ଦିନିକିଆ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ବିଦେଶି ଦଳକୁ ୨-୧ରେ ପରାସ୍ତ କରି ସିରିଜ୍ କବଜା କରିଛି । ପୁରା ଭାରତର ନଜର ଏବେ ବାରବାଟୀ ଷ୍ଟାଡିୟମ ଉପରେ । ପରାଜୟର ପ୍ରତିଶୋଧକୁ ଅପେକ୍ଷା କରିଛି ଇଣ୍ଡିଆ।  ସାଉଥ ଆଫ୍ରିକା ସହ ୨୦୧୫ରେ ଏଠାରେ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା, ଯାହାକୁ ୬ ୱିକେଟରେ ଜିତିଥିଲା ସାଉଥ ଆଫ୍ରିକା। ୨୦୨୨ରେ ଉଭୟ ଦଳ ମଧ୍ୟରେ ହୋଇଥିବା ଅନ୍ୟ ଏକ ମ୍ୟାଚରେ ମଧ୍ୟ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ପରାସ୍ତ କରିଥିଲା । ଭାରତ ଏଠାରେ ଏକମାତ୍ର ଟି-୨୦ ମ୍ୟାଚ୍ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା । ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୯୩ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା ।
ବାରବାଟୀ ଟି-20 ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଅଭିଷେକ ଶର୍ମା ,ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଲଓ୍ୱା ମଧ୍ୟ ଦେଖିବାକୁ ମିଳିପାରେ । ଗୋଟିଏ ପଟେ ବାରବାଟୀରେ ଦକ୍ଷିଣ ଆଫ୍ରିକା 2ଟି ଯାକ ଟି-20ରେ ବିଜୟୀ ହୋଇ ନିଜ ଦବଦବା ରଖିଥିବା ବେଳେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ବଦଲା ନେବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା ।