ହ୍ରିତିକଙ୍କୁ ହିରୋ କରିବାକୁ ସମ୍ପତ୍ତି ବିକିଥିଲେ ବାପା

ହ୍ରିତିକ ରୋଶନ୍,ବଲିଉଡ଼୍ ଜଗତର ବେଶ୍ ଫେମସ୍ ଆକ୍ଟର।କୋଇ ମିଲ୍ ଗୟା,କହୋନା ପ୍ୟାର ହେ,କ୍ରିଷ ଆଦି ବ୍ଲକ୍ ବଷ୍ଟର ମୁଭିରେ ଦମଦାର ଆକ୍ଟିଂ କରିଛନ୍ତି ହ୍ରିତିକ ଯଦିଓ ହ୍ରିତିକଙ୍କ ବାପା ଫିଲ୍ମ ଲାଇନରେ ଯଥେଷ୍ଟ ପ୍ରତିଷ୍ଠା ଅର୍ଜନ କରି ସାରିଥିଲେ ତଥାପି ତାଙ୍କ ସକ୍ସେସ୍ ଜଣ୍ଣିଂ ଏତେ ସହଜ ନଥିଲାହ୍ରିତିକଙ୍କ ଫିଲ୍ମକୁ ଡେବ୍ୟୂ କରିବାକୁ ନିଜର ସର୍ବସ୍ୱକୁ ବନ୍ଧକ ରଖିଥିଲେ ହ୍ରିତିକଙ୍କ ବାପା

୨୫ ବର୍ଷ ପୂର୍ବେ, ଏହି ଅଭିନେତା ବଲିଉଡରେ ଡେବ୍ୟୁ କରି ସିନେମା ଜଗତକୁ ଦୋହଲାଇ ଦେଇଥିଲେ। ସେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଏକମାତ୍ର ଅଭିନେତା ଯିଏ ନିଜର ପ୍ରଥମ ଚଳଚ୍ଚିତ୍ରରୁ ହିଁ  ପ୍ରସିଦ୍ଧ ହୋଇଥିଲେ। ଏହି ଅଭିନେତାଙ୍କୁ ତାଙ୍କ ନିର୍ଦ୍ଦେଶକ ପିତା ତାଙ୍କର ସର୍ବସ୍ୱ ବନ୍ଧକ ରଖି ବଲିଉଡରେ ଲଞ୍ଚ କରିଥିଲେ। ସେହିପରି, ଏହି ଅଭିନେତାଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ଫିଲ୍ମ ହେଉଛି ତାଙ୍କର ଡେବ୍ୟୁ ଫିଲ୍ମ, ଯଦିଓ ଏହା ପରେ ସେ ଅନେକ ବ୍ଲକବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି। ୨୦୦୦ ମସିହାରେ, ଏହି ନିର୍ଦ୍ଦେଶକ ତାଙ୍କ ସାରା ଜୀବନର ରୋଜଗାରକୁ ତାଙ୍କ ପୁଅ ଉପରେ ବିନିଯୋଗ କରି ଏହି ପଦକ୍ଷେପ ନେଇଥିଲ।

ଆମେ ୨୦୦୦ ମସିହାର ମେଗା-ବ୍ଲକବଷ୍ଟର ଫିଲ୍ମ “କହୋ ନା ପ୍ୟାର୍ ହେ”ର ନିର୍ଦ୍ଦେଶକ ଏବଂ ହ୍ରିତିକ୍ ରୋଶନଙ୍କ ପିତା ରାକେଶ ରୋଶନଙ୍କ ବିଷୟରେ କହୁଛୁ। କହୋ ନା ପ୍ୟାର ହୈ ରାକେଶ ରୋଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରଯୋଜିତ ହୋଇଥିଲା। ଏହି ଫିଲ୍ମ ମାଧ୍ୟମରେ କେବଳ ହ୍ରିତିକ୍ ରୋଶନ ନୁହଁନ୍ତି ବରଂ ଅମିଷା ପଟେଲ ମଧ୍ୟ ଡେବ୍ୟୁ କରିଥିଲେ। ପ୍ରକୃତରେ, ସମ୍ପ୍ରତି ନେଟଫ୍ଲିକ୍ସର ଡକ୍ୟୁମେଣ୍ଟାରୀ ଦି ରୋଶନ୍ସରିଲିଜ୍ ହୋଇଛି, ଯାହା ରାକେଶ ରୋଶନଙ୍କ ପରିବାରର ଫିଲ୍ମ ଯାତ୍ରା ବିଷୟରେ ବର୍ଣ୍ଣନା କରେ। ଏଥିରେ ହ୍ରିତିକ୍ ରୋଶନ ଏବଂ କିଛି ପରିବାର ସଦସ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ବାପା ତାଙ୍କ କ୍ୟାରିଅର ଗଢ଼ିବା ପାଇଁ ସବୁକିଛି ବାଜି ଲଗାଇ ଦେଇଥିଲେ।

ସେହି ସମୟରେ,ହ୍ରିତିକ୍ ରୋଶନଙ୍କ ଡେବ୍ୟୁ ଫିଲ୍ମ “କହୋ ନା ପ୍ୟାର୍ ହୈ”ର ନିର୍ମାଣ ବଜେଟ୍ ୧୦ କୋଟି ଟଙ୍କା ଥିଲା ଏବଂ ଫିଲ୍ମଟି ସେତେବେଳେ ୭୮ କୋଟି ଟଙ୍କାର ରେକର୍ଡ ଭାଙ୍ଗି ବ୍ୟବସାୟ କରିଥିଲା। ଏହା ପରେ, ହ୍ରିତିକ୍ କେବେବି ଫିଲ୍ମ ଇଣ୍ଡଷ୍ଟ୍ରିକୁ ପଛକୁ ଚାହିଁ ନାହାଁନ୍ତି। ତାଙ୍କ ବାପାଙ୍କ ସହିତ, ହ୍ରିତିକ୍ କୋଇ ମିଲ୍ ଗୟା ଏବଂ କ୍ରିଶ୍ ଭଳି ଦୁଇଟି ମେଗା-ବ୍ଲକବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି।

ପୁରଣ ହୋଇ ପାରିବନି ଚାମ୍ପିଅନ୍ସ ଟ୍ରଫି ଡ୍ରିମ୍

ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଅପେକ୍ଷା ଶେଷ ହୋଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଘୋଷଣା ହୋଇଛି  । ଅନେକ ଷ୍ଟାର୍ ଖେଳାଳିଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଅନ୍ୟପଟେ କିଛି ଖେଳାଳିଙ୍କ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବା ସ୍ୱପ୍ନ ଭାଙ୍ଗି ଯାଇଛି । ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ଜୋର୍।

ସଞ୍ଜୁ ସାମସନ

ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍‌କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ୱାର୍ଲଡ୍ କପ୍ ୨୦୨୩ ଏବଂ ଟି-୨୦ ବିଶ୍ୱକପରୁ ବାହାରେ ରହିଥିବା ୩୦ ବର୍ଷୀୟ ଖେଳାଳିଙ୍କୁ ଚାମ୍ପିଅନ ଟ୍ରଫି ୨୦୨୫ରେ ବି ସୁଯୋଗ ମିଳି ପାରି ନାହିଁ, ଯାହା ଖେଳ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂର୍ଯ୍ୟକୁମାର ଯାଦବ

ଭାରତୀୟ ଟିମ୍ ପାଇଁ ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିବା ତଥା ଟି-୨୦ରେ ଭାରତୀୟ ଟିମ୍‌ର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ବି ଟିମ୍‌ରେ ସ୍ଥାନ ମିଳିପାରି ନାହିଁ।ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ହୋଇଥିବାରୁ ସୂର୍ଯ୍ୟଙ୍କୁ ବାଦ୍ ଦିଆଯାଇ ଥାଇପାରେ।

ମହମ୍ମଦ ସିରାଜ
ନିୟମିତ ଭାବେ ଟିମ୍ ଇଣ୍ଡିଆର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ବି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସୁଯୋଗ ମିଳି ନାହିଁ।ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସିରାଜଙ୍କ ପ୍ରଦର୍ଶନ ଭଲ ନଥିଲା।ଏହି କାରଣରୁ ବୋଧହୁଏ ତାଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇନାହିଁ।ଭାରତୀୟ ଟିମ୍‌ର ପେସ୍ ଆଟାକ୍‌ରେ ମହମ୍ମଦ ଶାମିଙ୍କ କମ୍‌ବ୍ୟାକ୍ ହୋଇଛି।

ନୀତୀଶ କୁମାର ରେଡ୍ଡି

ଟିମ୍ ଇଣ୍ଡିଆର ଯୁବ ପ୍ରତିଭାବାନ୍ ଖେଳାଳି ନୀତୀଶ କୁମାର ରେଡ୍ଡିଙ୍କୁ ବି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ସାମିଲ କରାଯାଇ ନାହିଁ । ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପାଇଁ ନୀତୀଶ ରେଡ୍ଡିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା।କିନ୍ତୁ ଏହି ଯୁବ ଖେଳାଳିଙ୍କୁ ନିରାଶ ହେବାକୁ ପଡ଼ିଛି।

କରୁଣ ନାୟର

ଘରୋଇ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରୁଥିବା କରୁଣ ନାୟରଙ୍କୁ ପୁଣି ଅଣଦେଖା କରାଯାଇଛି।ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍‌ରେ ୭୫୨ ରନ୍ କରିଥିବା କରୁଣ ନାୟରଙ୍କ ଟିମ୍ ଇଣ୍ଡିଆରେ କମ୍‌ବ୍ୟାକ୍ ହୋଇପାରେ ବୋଲି ଚର୍ଚ୍ଚା ହେଇଥିଲେ।ଟିମ୍ ଇଣ୍ଡିଆ ପୂର୍ବତନ ଖେଳାଳି ମଧ୍ୟ କରୁଣ ନାୟରଙ୍କ ପ୍ରତି ଚୟନକର୍ତ୍ତା ଦୃଷ୍ଟି ଦେବା ଦରକାର ବୋଲି କହିଥିଲେ।  

ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ

କଠୋର ହେବେ ବିସିସି୍ଆଇ। ଏଣିକି ଆଉ ଖେଳାଳିଙ୍କ ସାଙ୍ଗର ଯାଇପାରିବେନି ପତ୍ନୀ ତଥା ପରିବାର। ଗାର୍ଲଫ୍ରେଣ୍ଡମାନଙ୍କୁ ମଧ୍ୟ ଯିବାକୁ ମିଳିବନି ଅନୁମତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ହାରିବା ପରେ ଖେଳାଳିଙ୍କ ପାଇଁ ଏଭଳି କିଛି କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ।ନିକଟରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ହାରିଛି। ଅଷ୍ଟ୍ରେଲିଆ ଠାରୁ ସେ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ଅଧିନାୟକ, ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ କେବଳ ସମାଲୋଚନା କରାଯାଇ ନ ଥିଲା ବରଂ ବିସିସିଆଇ ମଧ୍ୟ ଟାର୍ଗେଟକୁ ଆସିଛନ୍ତି।ଏହାପରେ ଏବେ ଖେଳାଳିଙ୍କୁ ନେଇ କିଛି କଠୋର ନିୟମ ଆଣିବକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ। ଏହାଛଡ଼ା ସମସ୍ତ ଖେଳାଳି ଟିମ୍ ବସ୍‌ରେ ଯାତ୍ରା କରିବା ବାଧ୍ୟତାମୂଳକ। ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନିଜସ୍ୱ ମ୍ୟାନେଜରକୁ ଭିଆଇପି ବକ୍ସ କିମ୍ବା ଟିମ୍ ବସରେ ବସିବାକୁ ଅନୁମତି ମିଳିବ ନାହିଁ।ଖେଳାଳିଙ୍କ ଲଗେଜ୍ ଯଦି ୧୫୦ କିଲୋଗ୍ରାମରୁ ଅଧିକ ହୁଏ ତେବେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ପଇଠ କରିବ ନାହିଁ।

ବିଏମ୍‌ସି ଆଣିବ ହ୍ୱାଟସ୍‌ଆପ୍‌ ଚାଟ୍‌ବଟ୍‌

ନାଗରିକମାନଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ BMC ଆଣୁଛି ନୂଆ ଉପାୟ। ମୋବାଇଲ ହ୍ୱାଟ୍‌ସ ଆପ୍‌ ଚାଟ୍‌ବଟ୍‌ ଜରିଆରେ ଏଣିକି ନାଗରିକମାନେ ହୋଲ୍ଟି ଟାକ୍ସ, ଘର ଭଡ଼ା, ଦୋକାନ ଘର ଭଡ଼ା, ଆଦି ସମସ୍ତ ଟାସ୍କ ପୈଠ କରିବା ସହ ବିଭିନ୍ନ ସମସ୍ୟା ଉପସ୍ଥାପନ କରିପାରିବେ।ଏଥିପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ହ୍ୱାଟ୍‌ସଆପ୍‌ ଚାଟ୍‌ବଟ୍‌ ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱେୟାରରେ ନାଗରିକମାନେ ନିଜ ଘର କିମ୍ବା ଦୋକାନର ହୋଲ୍ଡିଂ ନମ୍ବର ଲେଖିଲେ, ଆପେ ଆପେ ତାଙ୍କର ସମସ୍ତ ତଥ୍ୟ ବାହାରିବ। କେତେ ଦିନ ହେଲା ଟିକସ ବା ଭଡ଼ା ଦେଇ ନାହାନ୍ତି, କେତେ ଟଙ୍କା ଦେବାକୁ ହେଉଛି,କାହା ପାଖକୁ ପଠାଇବାକୁ ପଡ଼ିବ ଆଦି ସମସ୍ତ ତଥ୍ୟ ଆସିବ। ତେଣୁ ନାଗରିକଙ୍କୁ ଆଉ ବାରମ୍ବାର ୱାର୍ଡ ଅଫିସ କିମ୍ବା ବିଏମ୍‌ସି ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। 

ସେହିପରି ଭେଣ୍ଡିଂ ଜୋନ୍‌, ବିଭିନ୍ନ ମାର୍କେଟ କମ୍ପେ୍ଲକ୍ସ, ମାର୍କେଟ୍‌ ଆଦି ପରିଚାଳନା ଓ ଟାକ୍ସ ବା ଭଡ଼ା ଆଦାୟ ପାଇଁ ଏମରଟେକ୍‌ ଆର୍‌ ଏନ୍‌ ଡି ସଲ୍ୟୁସନ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଏକ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି।ଏହା ମଧ୍ୟ ସେହି ହ୍ୱାଟ୍‌ସଆପ୍‌ ଚାଟ୍‌ବଟରେ ରହିବ।ଅର୍ଥାତ୍‌ ମୋବାଇଲରେ ଭୁବନେଶ୍ୱର ମହାନଗର ନିଗମର ନାଗରିକମାନେ ନିଜ ଟିପରେ ସମସ୍ତ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ବିଏମ୍‌ସି ଏକାମ୍ର ହଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କର୍ପୋରେଟରଙ୍କ ସହ ବିଏମ୍‌ସି ପକ୍ଷରୁ ମେୟର ସୁଲୋଚନା ଦାସ,କମିଶନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଅଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ବଲିଉଡ଼ରେ ଏଣ୍ଟ୍ରି କରିବେ ଅଲ୍ଲୁ ଅର୍ଜୁନ୍

ବଲିଉଡରେ ଏଣ୍ଟ୍ରି କରିବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍।ପୁଷ୍ପା ଫିଲ୍ମ ମାଧ୍ୟମରେ ରେକର୍ଡ ସୃଷ୍ଟି କରିଥିବା ଅଲ୍ଲୁ ଅର୍ଜୁନ ବଲିଉଡ଼ ସ୍କ୍ରିନରେ ନଜର ଆସିବେ।ତେଲୁଗୁ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର୍‌ ସାବ୍ୟସ୍ତ ହୋଇଛି। ଯଦିଓ ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଅଲ୍ଲୁ ଅର୍ଜୁନ୍  ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିଲେ, ଏହା କିନ୍ତୁ ତାଙ୍କୁ ବେଶ୍ ସଫଳତା ଦେଇଛି। ଏହା ସହିତ ପୁଷ୍ପା 2  ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ, ଯେଉଁଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି। ନିକଟରେ ଅଲ୍ଲୁଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା।ଏହି ସମୟରେ ଅଲ୍ଲୁ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲିଙ୍କୁ ଭେଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।ଭିଡିଓରେ ଅଲ୍ଲୁଙ୍କୁ ସଞ୍ଜୟଙ୍କ ଅଫିସ୍‌ ଆଗରେ ଦେଖିବାକୁ ମିଳିଛି। ସଞ୍ଜୟ ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମରେ ବ୍ରେକ୍‌ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।ତେବେ ସନ୍ଧ୍ୟା ଥିଏଟର୍‌ ଘଟଣା ପରେ ଅଲ୍ଲୁ ଏକ ଲମ୍ବା ବ୍ରେକ୍‌ ନେଇଛନ୍ତି।ଏହି ସମୟରେ ସେ ବଲିଉଡରେ ଡେବ୍ୟୁ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତି ବୋଲି କୁହାଯାଉଛି।

ତେବେ  ଅଲ୍ଲୁ ଅର୍ଜୁନ୍‌ ଏବଂ ସଞ୍ଜୟ ଲୀଲା ଭଂସାଲିଙ୍କ ଏ ସାକ୍ଷାତ୍ ପ୍ରଥମ ଥର ନୁହେଁ ଭେଟିଛନ୍ତି।ଗତ ବର୍ଷ ମଧ୍ୟ ଦୁହେଁ ସାକ୍ଷାତ କରିଥିଲେ। ଏହା ପରେ ଖବର ଆସିଥିଲା ଯେ ଦୁହେଁ ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ହେଲେ ସାମ୍ପ୍ରତିକ ମିଟିଂ ପରେ ଏହି ଖବର ଆହୁରି ତାଜା ହୋଇଛି। କେଉଁ ପ୍ରୋଜେକ୍ଟ ପାଇଁ ଅଲ୍ଲୁ ଭଁସାଲିଙ୍କୁ ଭେଟିଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।ଭଁସାଲି ଏବେ ‘ଲଭ୍‌ ଆଣ୍ଡ୍‌ ୱାର୍‌’ ଉପରେ କାମ କରୁଛନ୍ତି। ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି।କୁହାଯାଉଛି ଯେ ଅଲ୍ଲୁ ଏହି ଫିଲ୍ମରେ କାମେ କରିପାରନ୍ତି।

ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ଓଡ଼ିଶା ଲୋକ

ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ଓଡ଼ିଶା ଲୋକ। ଏକଥାକୁ ନେଇ ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଦାନି ଭିକ୍ଷୁକ ତୁଳା ମାଉସୀ। ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଫୋଟ ଚିତ୍ରକୁ ସ୍ଥାନୀୟ ଅଞ୍ଚଳରେ ଢେର୍‌ ଚର୍ଚ୍ଚା ହେଉଛି। କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଅର୍ଥାତ ଜାନୁଆରୀ ମାସ ପେଜରେ ତାଙ୍କର ଫଟୋ ରହିଛି। ଏହି କ୍ୟାଲେଣ୍ଡରକୁ ଗତ ୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଯାହାକୁ ନେଇ ଦାନି ଭିକ୍ଷୁକ ତୁଳା ମାଉସୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।

କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଭିକ୍ଷୁକ ତୁଳା ମାଉସୀ ଭିକ ମାଗି ଜୀବନ ବ୍ୟାପୀ ଯାହା ସଂଚୟ କରିଥିଲେ, ସେଥିରୁ ଏକ ଲକ୍ଷ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ।ତାଙ୍କର ଏହି ମହାନତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଫୁଲବାଣୀ ଗସ୍ତରେ ଆସିଥିଲେ, ସେହି ସମୟରେ ଭରା ସଭାରେ ତୁଳା ମାଉସୀଙ୍କୁ ମଞ୍ଚକୁ ଡାକି ମୁଣ୍ଡିଆ ମାରି ପ୍ରଣାମ କରିଥିଲେ।ଏପରିକି ତାଙ୍କୁ ସମ୍ମାନିତ କରିଥିଲେ। ସେହି ଫଟ କ୍ୟାଲେଣ୍ଡରରେ ପ୍ରକାଶ ପାଇଛି।

କପିଲ ଦେବଙ୍କୁ ମ୍ୟାଚରୁ ଡ୍ରପ୍ କରିଥିଲେ ସୁନୀଲ ଗାଭାସ୍କର

କପିଲଙ୍କୁ ପରାଜୟର କାରଣ ଦର୍ଶାଇ ମ୍ୟାଚ୍ ଖେଳିବାକୁ ଦେଇ ନଥିଲେସୁନୀଲ ଗାଭାସ୍କର।ସୁନିଲଙ୍କୁ ଭାରି ପଡ଼ିଥିଲା କପିଲ୍ ବିରୋଧୀ ମନୋଭାବ।ଏମିତି ବି ସମୟ ଆସିଥିଲା ଯୋଉଥିପାଇଁ କପିଲ୍ ଦେବ ଖେଳୁଥିବା ଫିଲ୍ଡରେ ଖେଳି ନଥିଲେ ସୁନିଲ ଗାଭାସ୍କର।କପିଲଦେବଙ୍କୁ ହଇରାଣ କରିବା ସୁନୀଲ ଗାଭାସ୍କରଙ୍କୁ ଏତେ ଭାରି ପଡ଼ିଥିଲା ଯେ ସେ ଜନ ଆକ୍ରୋଶର ଶିକାର ବି ହୋଇଥିଲେ।କପିଲଙ୍କୁ ମ୍ୟାଚରୁ ଆଉଟ୍ କରି ପସ୍ତେଇଥିଲେ ସୁନୀଲ ଗାଭାସ୍କର।ଭାରତୀୟ କ୍ରିକେଟକୁ ଶିଖରରେ ପହଞ୍ଚେଇଥିବା କ୍ରିକେଟର ହେଉଛନ୍ତି କପିଲ ଦେବ।କ୍ରିକେଟ୍ ଲଭରଙ୍କ ପାଇଁ କପିଲ ଦେବଙ୍କ ଇମେଜ୍ ସ୍ୱତନ୍ତ୍ର। କପିଲ ଦେବ ହେଉଛନ୍ତି ସେହି ଅଲରାଉଣ୍ଡର ଯିଏ ବିଶ୍ୱ କ୍ରିକେଟ୍ ଛାତିରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା କରିଛନ୍ତି। ଇଏ ସେହି  କ୍ୟାପ୍ଟେନ୍ ଯିଏ ବିଶ୍ୱକୁ କହିଥିଲେ ଯେ ଭାରତ ମଧ୍ୟ ବିଶ୍ୱ ଚାମ୍ପିଅନ ହୋଇପାରିବ। କପିଲଙ୍କ ଏ ଦମ୍ଭୋକ୍ତି ସତ ମଧ୍ୟ ପ୍ରମାଣିତ ହୋଇଥିଲ।

ତେବେ କପିଲ୍ ଦେବ ତାଙ୍କ କ୍ରିକେଟ କ୍ୟାରୀୟରରେ ଏମିତି କିଛି ଘଟଣାର ଶିକାର ହୋଇଥିଲେ ଯାହା ତାଙ୍କୁ ଖୁବ୍ ଅପମାନ ଦେଇଥିଲା।ଏମିତି ବି ସମୟ ଆସିଥିଲା କପିଲଙ୍କୁ ଦଳରୁ ଡ୍ରପ୍ କରିଥିଲେ ସୁନିଲ ଗାଭାସ୍କର୧୯୮୪ ମସିହାରେ  ଇଂଲଣ୍ଡ ଦଳ ଭାରତ ଗସ୍ତରେ ଥିଲା। ୫ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା। ଯେଉଁଥିରେ କ୍ୟାପ୍ଟେନ୍ ଥଲେ ସୁନୀଲ ଗାଭାସ୍କାର। ୱାନଖେଡେ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୮ ୱିକେଟ୍ ନେଇ ଜିତିଥିଲା ଭାରତ। ତେବେ ଏହା ପରେ ଦିଲ୍ଲୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସେମାନଙ୍କୁ ୮ ୱିକେଟରେ ପରାସ୍ତ କରିଥିଲା।  କ୍ୟାପଟେନ ସୁନୀଲ ଗାଭାସ୍କର ଅନୁଭବ କରିଥିଲେ ଯେ ଏହି ପରାଜୟ ଥିଲା କପିଲ ଦେବଙ୍କ ବେପରୁଆ ଖେଳିବାର ଫଳାଫଳ। ତେଣୁ କୋଲକାତାରେ ଖେଳାଯିବାକୁ ଥିବା ପରବର୍ତ୍ତୀ ଟେଷ୍ଟରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ଏ ନିଷ୍ପତ୍ତି ପାଇଁ କ୍ରିକେଟ ଲଭରଙ୍କ ଆକ୍ରୋଶର ଶିକାର ହେଇଥିଲେ ସୁନୀଲ ଗାଭାସ୍କର।

୧୯୭୮ ରେ ପ୍ରଥମ ଟେଷ୍ଟ ଖେଳିଥିବା କପିଲ ଦେବଙ୍କ ପାଇଁ କ୍ରମାଗତ ୬୬ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ଏମିତି ପ୍ରଥମ ଥର ଘଟିଥିଲା ଯେତେବେଳେ ତାଙ୍କୁ ଦଳରୁ ଓହରିବାକୁ ପଡ଼ିଥିଲା। ଗାଭାସ୍କର କପିଲ ଦେବଙ୍କୁ ଛାଡି ସେସମୟରେ ୨୩ ବର୍ଷୀୟ ମହମ୍ମଦ ଅଜହରୁଦ୍ଦିନଙ୍କୁ ଡେବ୍ୟୁ କରିଥିଲେ।ତେବେ ତାଙ୍କୁ ତାଙ୍କ ନିଷ୍ପତ୍ତିର ପରିଣାମ ବି ଭୋଗିବାକୁ ପଡିଲା। ଗାଭାସ୍କରଙ୍କୁ ଇଡେନ୍ ଗାର୍ଡେନ୍ ଦର୍ଶକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା, କପିଲ ଦେବ  ନଥିଲେ ଟେଷ୍ଟ ହେବ ନାହିଁ ବୋଲି ଦର୍ଶକ ସ୍ପଷ୍ଟ କରିଥଇଲେ। ଏମିତିକି ଦର୍ଶକ କପିଲଙ୍କୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିବା ସହ ଗାଭାସ୍କରଙ୍କୁ ଗ୍ରାଉଣ୍ଡ ଛାଡିବାକୁ ବି କିଥିଲେ । ଯାହା ସୁନୀଲ ଗାଭାସ୍କରଙ୍କୁ ଭାରି ପଡ଼ିଥିଲା।

ପରବର୍ତ୍ତୀ ଟେଷ୍ଟରେ କପିଲ ଦେବ ଦଳକୁ ଫେରିଥିଲେ,ଯାହା ପରେ ସେ ପୁରା ଟେଷ୍ଟ କ୍ୟାରିୟରରେ ଆଉ ଦଳରୁ ଓହରି ନଥିଲେ। ଏହା ପରେ ସେ ଲଗାତାର ୬୫ ମ୍ୟାଚ୍ ଖେଳିଥିଲେ। ତେବେ ସେହି ଟେଷ୍ଟ ପରେ ସୁନୀଲ ଗାଭାସ୍କର ମଧ୍ୟ ଶପଥ ନେଇଥିଲେ। ଦର୍ଶକଙ୍କ ଆଚରଣ ଦେଖି ସେ ସ୍ଥିର କଲେ ଯେ ସେ ଆଉ କୋଲକାତାରେ ଖେଳିବେ ନାହିଁ। ଏବଂ ସମାନ ଘଟଣା ଘଟିଗଲା। ଯେଉଁଠାରେ ସେ କପିଲଙ୍କ ସହ ରାଜନୀତି କରୁଥିବା ଅଭିଯୋଗ ହୋଇଥିଲା। ସେ ସେଠାରେ ଆଉ ଖେଳିନଥିଲେ। କପିଲ ଦେବ ତାଙ୍କ ଟେଷ୍ଟ କ୍ୟାରିୟର ବିଷୟରେ  ୧୬ ବର୍ଷରେ ୧୩୧ ଟେଷ୍ଟ ଖେଳିଥିଲେ। ଯେଉଁଥିରେ ସେ ୪୬୨୩ ଓଭର ବୋଲିଂ କରି ୪୩୪ ୱିକେଟ୍ ନେଇଥିଲେ।ଏହା ସହ ୱାର୍ଲ୍ଡକପ୍ ବିଜୟର ପଛରେ ବି କପିଲଙ୍କ ଶ୍ରେୟ ରହିଛି। ଭାରତୀୟ କ୍ରିକେଟକୁ ନୂଆ ମୋଡ଼ ଦେବାରେ କପିଲ ଦେବଙ୍କ ଅବଦାନ ଅନେକ।

ମାର୍ଚ୍ଚ ୨୩ରେ IPL

IPLକୁ ନେଇ କ୍ରିକେଟ ଲଭରଙ୍କ ଭିତରେ ରହିଛି ଅଲଗା କ୍ରେଜ୍। ଚଳିତବର୍ଷ କ୍ରିକେଟ ଆଇପିଏଲର ୧୮ତମ ସଂସ୍କରଣ ଆୟୋଜନ ହେବ।BCCI ଏନେଇ ତାରିଖ ଘୋଷଣା କରିଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଆଇପିଏଲ ଆରମ୍ଭ ହେବ ବୋଲି ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ନିଶ୍ଚିତ କରିଛନ୍ତି।

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏହାର ବହୁ ପୂର୍ବରୁ ଅର୍ଥାତ ନଭେମ୍ବର ୨୪ ଓ ୨୫ରେ ସମସ୍ତ ୧୦ ପ୍ରାଞ୍ଚାଇଜ ନିଲାମ ପ୍ରକ୍ରିୟା ଜରିଆରେ ଖେଳାଳି କିଣି ସାରିଛନ୍ତି।୨୦୨୪ରେ ଆଇପିଏଲ ମାର୍ଚ୍ଚ ୨୨ରେ ଆରମ୍ଭ ହୋଇଥିଲା। ଫାଇନାଲ ମେ’ ୨୬ରେ ଖେଳାଯାଇଥିଲା। କିନ୍ତୁ ଏଥର ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ ହେବ।ଅତିରିକ୍ତ ଭାବେ ଆଇପିଏଲ ପକ୍ଷରୁ ଜଣେ ନୂଆ କମିଶନରଙ୍କୁ ବର୍ଷକ ପାଇଁ ନିଯୁକ୍ତ କରାଯିବ।ବିସିସିଆଇର ପରବର୍ତ୍ତୀ ବୈଠକ ଜାନୁଆରୀ ୧୮ରୁ ୧୯ରେ ଆୟୋଜନ ହେବ। ଏହି ସମୟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ସ୍କ୍ୱାଡ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ଆଳୁ ଖୋଳୁ ଖୋଳୁ ମହାଦେବ:ଅଡ଼ୁଆରେ ଅନନ୍ତ ନାରାୟଣ

ଭୁବନେଶ୍ୱର ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ରାଜଧାନୀ ରାଜନୀତି ସରଗରମ।ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି । ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାକୁ ରାଜନୀତିକ ରଙ୍ଗ ଦେବାକୁ ବିଜେଡି ପ୍ରୟାସ କରୁଥିବା କହି ବିଜେପି ମଧ୍ୟ ପାଲଟା ଜବାବ ଦେଇଛି । ବିଜେଡି ବିଜେପିର କଥାକଟାକଟି ଭିତରେ ଏବେ ଅଡ଼ୁଆରେ ଛନ୍ଦି ହୋଇଛନ୍ତି ଅନନ୍ତ ନାରାୟଣ ଜେନା।

ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପୁରୁଣା ଫାଇଲ୍ ଖୋଲିବ ବୋଲି ଚେତାବନୀ ଦେଇଛି।ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି କହିଛି।ବିଜେଡି ଏହି ହତ୍ୟା ଘଟଣାରେ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଆଳରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି । ପୁଲିସର ଭୂମିକାକୁ ସନ୍ଦେହଘେରକୁ ଟାଣି ୨୦୨୪ ନଭେମ୍ବର ୩ତାରିଖର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଛି।ତେବେ ସହଦେବଙ୍କ ହତ୍ୟା ମାମଲାରେ ବିଜେଡିର ଏଭଳି ରାଜନୈତିକ ବୟାନବାଜିର ପାଲଟା ଜବାବ ଦେଇଛି ବିଜେପି।

ଭୁବନେଶ୍ୱର ବିଜେପି ସଭାପତି ବିଧାୟକ ବାବୁ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ସହଦେବଙ୍କ ହତ୍ୟାରେ ଯିଏବି ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୋହନ ମାଝୀ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି।ବିଜେଡି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିଜର ରାଜନୀତିକ ରୁଟି ନସେକୁ ବୋଲି ସତର୍କ କରାଇ ଦେଇଛନ୍ତି।୧୦ବର୍ଷ ତଳର ଋଷି ହତ୍ୟାକାଣ୍ଡ ଓ ସେକ୍ସ ସ୍କାଣ୍ଡାଲ ଫାଇଲ ଖୋଲିବା ପାଇଁ ସରକାରଙ୍କ ନିକଟରେ ବିଜେପି ଦାବି ରଖିବ ବୋଲି ଚେତାବନୀ ଦେବାପରେ ବିଧାୟକ ଅନନ୍ତ ଜେନାଙ୍କ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି। ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରି ଋଷି ହତ୍ୟାବେଳେ ତା’ର ପରିବାରକୁ କ’ଣ ନ୍ୟାୟ ଦିଆଯାଇଛି ବୋଲି  ଟାର୍ଗେଟ କରିଛନ୍ତି।ଋଷି ହତ୍ୟା ଓ ସେକ୍ସ ସ୍କାଣ୍ଡାଲରେ ଅନନ୍ତଙ୍କ ଅଡ଼ୁଆ ବଢିପାରେ ବୋଲି ଚର୍ଚ୍ଚା।

ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ-ମୋଦୀ

ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ।ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପିଏମ ମୋଦି।ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି।ଏଥିସହ ସେ ଓଡ଼ିଶାର ଗୌରବମୟ ଐତିହ୍ୟ ବାଖ୍ୟା କରିବାକୁ ଭୁଲି ନାହାନ୍ତି।ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ।ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ପାଳନ ହୁଏ। ଓଡ଼ିଶା ମାଟିରେ ଥିବା ଧଉଳି ସ୍ତୁପ ହେଉଛି ଶାନ୍ତିର ପ୍ରତୀକ।

ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ବହୁ ନେତାଙ୍କ ସହ ମୋର ଭେଟ ହୋଇଛି। ସେମାନେ ନିଜ ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କର ଖୁବ୍‌ ପ୍ରଶଂସା କରିଥାନ୍ତି। ଏହା ପଛରେ ରହିଛି ସାମାଜିକ ମୂଲ୍ୟବୋଧ। ଆମେ କେବଳ ଗଣତନ୍ତ୍ରର ଜନନୀ ନୁହଁ, ଏହା ଆମ ଜୀବନର ଏକ ବଡ଼ ଅଂଶବିଶେଷ। ଆମ ଜୀବନ ହିଁ ବିବିଧତାରେ ପରିପୂର୍ଣ୍ଣ।