ମାସକୁ ୧୦୦୦ କୋଟି GST ହରାଇବ ଓଡ଼ିଶା

GST (Goods and Services Tax) କୁ ନେଇ ଓଡ଼ିଶା ବଡ଼ ଧରଣର କ୍ଷତି ସହିବାକୁ ଯାଉଛି । ସେପ୍ଟେମ୍ବର 3 ଓ 4 ରେ GST ପରିଷଦ ବୈଠକ ହେବ । ଯେଉଁଥିରେ ଚାରିଥାକିଆ GST ସ୍ଲାବକୁ 2 ଥାକିଆ କରିବାକୁ ଯୋଜନା ହେବ । GST ସ୍ଲାବରେ ହ୍ରାସ ଘଟିଲେ ରାଜ୍ୟକୁ କ୍ଷତି ସହିବାକୁ ପଡ଼ିବ। ରାଜ୍ୟର ରାଜସ୍ୱ ହାନୀ ହେଲେ ସେ ସବୁକିଏ ଭରଣା କରିବ ଏ ପର୍ଯ୍ୟନ୍ତ ସେ ନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଏସବୁର କ୍ଷତିପୂରଣ କିଏ ଭରଣା କରିବ ତାହା ଏବେ ବଡ଼ ପ୍ରସଙ୍ଗ । GST ସ୍ଲାବ୍ ହ୍ରାସ ହେଲେ  GST କ୍ଷେତ୍ରରେ 20 % ଲସ୍ ହେବ। ସେ ଆଧାରରେ ଦେଖିଲେ ଡ଼ିଶାରେ ମାସକୁ 5000 କୋଟି GST ସଂଗ୍ରହ ହେଉଛି । ସ୍ଲାବ୍ କମିଲେ ମାସକୁ 1000 କୋଟିର ରାଜସ୍ୱ ଡ଼ିଶାକୁ ହରାଇବାକୁ ପଡ଼ିବ।

8 ଟି ଅଣ NDA ଶାସିତ ରାଜ୍ୟ ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ, ତେଲେଙ୍ଗାନା, କଣ୍ଣାଟକ, କେରଳ, ପଞ୍ଜାବ, ପଶ୍ଚିମବଙ୍ଗର ଫାଇନାନ୍ସ ମିନିଷ୍ଟର କ୍ଷତିପୂରଣ ଭରଣା ନେଇ GST ପରିଷଦକୁ ପ୍ରଶ୍ନ କରିବାର ଯୋଜନା ରହିଛି । ମାତ୍ର ଏନେଇ ଓଡ଼ିଶାର ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହୋଇନି । ଅଗଷ୍ଟ 29ରେ ଭୁବନେଶ୍ୱରରେ ଆୟୋଜିତ ବିକଶିତ ଓଡ଼ିଶା 2026 ସମ୍ମୀଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟରୁ ଆଭିମୁଖ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । GST କମିଲେ କଣ ଲାଭ ମିଳିବ ସେ ନେଇ ଆଲୋଚନା କରିଥିଲା ବେଳେ ରାଜସ୍ୱ କ୍ଷତିପୂରଣ ବାବଦରେ କିଛି ବି କହିନାହାନ୍ତି ।

ରିପୋର୍ଟ ଅନୁଯାୟୀ 2017-18 ରେ ଓଡ଼ିଶାକୁ 2348 କୋଟି, 2018-19 ରେ 4241 କୋଟି, 2019-20 ରେ 5332 କୋଟି, 2020-21 ରେ 4243 କୋଟି ଟଙ୍କାର GST କ୍ଷତିପୂରଣ ମିଳିଛି2017 ମସିହାରୁ ଏ ପର୍ଯ୍ୟନ୍ତ ଓଡ଼ିଶା ପ୍ରାୟ 16,165 କୋଟି ଟଙ୍କା GST କ୍ଷତିପୂରଣ ପାଇଥିଲା ବେଳେ 2023 ଓ 2024 ରେ କୌଣସି GST କ୍ଷତିପୂରଣ ମିଳିନାହିଁ । 2025-26 ଆର୍ଥିକ ବର୍ଷରେ ଏହି କ୍ଷତିପୂରଣ ବାବଦ ସରକାର 3000 କୋଟି ପାଇବା କଥା । ତେବେ GST କ୍ଷେତ୍ରରେ 3000 କୋଟି ବକେୟା ଥିଲା ବେଳେ ମାସକୁ 1000 କୋଟିର ଲସ୍ ଅର୍ଥନୀତିକୁ ପ୍ରଭାବିତ କରିବ।

ଅଦ୍ଭୁତ ଇଞ୍ଜିନ:୧ ଲିଟରରେ ୧୭୬ କି.ମି ମାଇଲେଜ୍

ଗୋଟାଏ ଲିଟର ତେଲରେ ୧୭୬ କିଲୋ ମିଟରର ମାଇଲେଜ୍। ମାତ୍ର ଗୋଟେ ଲିଟର ତେଲ ପକେଇ ଅନ୍ୟ ଗାଡ଼ି ତୁଳନାରେ ୪ ରୁ ୫ ଗୁଣ ଅଧିକ ଦୂର ଯାଇହେବାର ସମ୍ଭାବନା । ଯାହା ଏବେ ଅଟୋମୋବାଇଲ କ୍ଷେତ୍ରରେ ବିରାଟ ବଡ଼ ରିଭୋଲ୍ୟୁସନ୍ ଆଣିବାକୁ ଯାଉଛି । ତେଲ ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ତିଆରି ହୋଇଛି ନିଆରା ବାଇକ୍ । ଯାହାକୁ ନେଇ ଅଟୋମୋବାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଚର୍ଚ୍ଚା ବଢିବାରେ ଲାଗିଛି ।ତେବେ ଏ ଗାଡ଼ିର ମାଇଲେଜ୍ ଏତେ ଯେ ଏହା ଯେ କୌଣସି 2 ହ୍ୱିଲରକୁ ପଛରେ ପକାଇଦେବ । ଇଲେକ୍ଟ୍ରିକ୍ ବାଇକରୁ ବି ଏଥିରେ କମ୍ ଖର୍ଚ୍ଚ ହେବ । ଏ ଗାଡ଼ି ମାର୍କେଟକୁ ଆସିଲେ ସମସ୍ତଙ୍କର ମାର୍କେଟ ଡାଉନ ହେବ । ଗାଡ଼ିର ଡ଼ିମାଣ୍ଡ ସମସ୍ତଙ୍କଠୁ ଅଧିକ ବି  ରହିବ ।

ପ୍ରୟାଗରାଜରେ ଏ ଅସମ୍ଭବ କାମ ସମ୍ଭବ ହୋଇଛି। ସେଠାରେ ରହୁଥିବା ଶୈଳେନ୍ଦ୍ର ସିଂ ଗୌର ଏହାକୁ ସଫଳ କରି ଦେଖାଇଛନ୍ତି । ୧୮ ବର୍ଷ ଧରି ପରିଶ୍ରମ କରି ସେ ଏଥରେ ସଫଳ ହୋଇଛନ୍ତି । ଏହା କୌଣସି ଇଲେକ୍ଟ୍ରିକ୍ ଇଞ୍ଜିନ୍ ନୁହେଁ ବରଂ ଘରୋଇ ଗାଡ଼ିରୁ ସେ ଏହାକୁ ପ୍ରସ୍ତୁତି କରିଛନ୍ତି । ଗୋଟାଏ 4 ଷ୍ଟ୍ରୋକ୍ ଇଞ୍ଜିନକୁ 6 ଷ୍ଟ୍ରୋକ୍ ଇଞ୍ଜିନରେ ପରିଣତ କରିଛନ୍ତି ,ଏ ଇଞ୍ଜିନରେ କେବଳ ପେଟ୍ରୋଲ୍ ନୁହେଁ ଡିଜେଲ ସହ ସିଏନଜି ବି ବ୍ୟବହାର ହେଇପାରିବ। ସବୁ କ୍ଷେତ୍ରରେ ଏ ଇଞ୍ଜିନର ଚାହିଦା ରହିଛି ।
ତେବେ କେବଳ ବାଇକ୍ ନୁହେଁ,କାର୍ ଏବଂ ଟ୍ରକରେ ମଧ୍ୟ ଏ ଇଞ୍ଜିନ୍ ଫିଟ୍ କରିହେବ। କମ୍ ତେଲରେ ଅଧିକ ମାଇଲେଜ୍ ଦେଉଥିବା ଏ ଇଞ୍ଜିନ୍ ପରିବେଶ ପ୍ରଦୂଷଣ ହେବାକୁ ଦେବ ନାହିଁ। ତେବେ ସ୍ପିଡ଼, ମାଇଲେଜ ଏବଂ ପଲ୍ୟୁସନ୍ କଣ୍ଟ୍ରୋଲ ଦୃଷ୍ଟିରୁ ସବୁ କ୍ଷେତ୍ରରେ ଆଗରେ ଥିବା ଏ ଇଞ୍ଜିନ୍ ଏବେ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରିରେ ବିରାଟ ରିଭୋଲ୍ୟୁସନ୍ ଆଣିବା ଥୟ।

ମୁହଁ ମୋଡ଼ିଲେ ଭୋଟର, ମୁଣ୍ଡରେ ବସାଇଛି ଦଳ

ଓଡ଼ିଶା ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲେ, କିନ୍ତୁ ସେମାନଙ୍କୁ ତାଙ୍କ ଦଳ ମୁଣ୍ଡରେ ବସାଇଛି। ଏଭଳି ଚିତ୍ର କେବଳ ବିଜେଡିରେ ନୁହେଁ, ବରଂ ନ୍ୟାସନାଲ ପାର୍ଟି ବିଜେପି ଏବଂ କଂଗ୍ରେସରେ ମଧ୍ୟ । ଆମେ କହୁଛୁ, 3 ଜଣ ହାରୁ ନେତାଙ୍କର କଥାଅପରାଜୟର ଟ୍ୟାଗ୍ ନେଇ ବୁଲୁଥିବା ନବୀନ ପଟ୍ଟନାୟକ, ଏବେବି ବିଜୁ ଜନତା ଦଳର ସଭାପତି । କିନ୍ତୁ 2024 ନିର୍ବାଚନରେ କଣ୍ଟାବାଞ୍ଝିର ଭୋଟର, ନବୀନଙ୍କ ଠାରୁ ମୁହଁ ମୋଡ଼ି ନେଲେ ଆଉ ହାରୁ ହାରୁ ଅଳ୍ପକେ ବର୍ତ୍ତିଗଲେ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ।
କଣ୍ଟାବାଞ୍ଝି ଆସନରେ ନବୀନଙ୍କ ଠାରୁ 16,344 ଅଧିକ ଭୋଟ ପାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ । ଅନ୍ୟପକ୍ଷରେ ହିଞ୍ଜିଳି ସିଟରେ ମାତ୍ର 4,636 ଖଣ୍ଡ ଭୋଟ ବ୍ୟବଧାନରେ ଜିତିଲେ ନବୀନ ଜିତିବା ଠାରୁ ହାରିବା ଭୋଟର ପରିମାଣ ଥିଲା 4 ଗୁଣା ଅଧିକା। କେବଳ କଣ୍ଟାବାଞ୍ଝି ନୁହେଁ ନବୀନ ପଟ୍ଟନାୟକଙ୍କୁ ଶାସନରୁ ମଧ୍ୟ ଓହ୍ଲାଇ ଦେଲେ ଓଡ଼ିଶାବାସୀ କିନ୍ତୁ ସଭାପତି ପଦ ମୋହରେ ନବୀନ ପଟ୍ଟନାୟକ ଏତେ ବିଭୋର ଯେ  ବିଜୁ ଜନତା ଦଳର ଆଜନ୍ମ ସଭାପତି ହୋଇ ରହିବାକୁ ଚାହୁଁଛନ୍ତି ।

BJPର ଲକିମ୍ୟାନ୍
ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଅବସ୍ଥା ମଧ୍ୟ ଠିକ୍ ସେଇଆ । ଚାନ୍ଦବାଲି ଆସନରୁ ଲଗାତର ପରାଜିତ ହେଉଥିବା ମନମୋହନ ସାମଲ ବିଜେପି ସଭାପତି ଭାବେ ରିପିଟ୍ ହୋଇଛନ୍ତି।  ଯଦିଓ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବାରେ ମନମୋହନଙ୍କର ଗୁରୁତ୍ତ୍ୱପୂର୍ଣ୍ଣ  ଭୂମିକା ରହିଲା, କିନ୍ତୁ ସେ ଭୋଟରଙ୍କ ମନ ଜିଣିବାରେ ବିଫଳ ହେଲେହୁଏତ ମନମୋହନ ଓଡ଼ିଶା ବିଜେପି ପାଇଁ ଲକି ମ୍ୟାନ୍ କିନ୍ତୁ ନିଜ ପାଇଁ ସେ ଏତେଟା ଶୁଭଙ୍କର ନୁହନ୍ତି ।

ରେକର୍ଡ କହୁଛି ପ୍ରଥମ ଥର ପାଇଁ 2000 ମସିହାରେ ବିଜେପି-ବିଜେଡିର ମେଣ୍ଟ ସରକାର ସମୟରେ ମନମୋହନ ଭାରତୀୟ ଜନତା ପାର୍ଟିର ସଭାପତି ଥିଲେଆଉ 2024ରେ  ନିଜ ଦମରେ ବିଜେପି ଏକାକୀ ସରକାର ଗଠନ କଲାବେଳେ ମନମୋହନ ହିଁ ପାର୍ଟିର ସଭାପତି । କିନ୍ତୁ ଇତିହାସ ରିପିଟ୍ ହେଲା । 2000 ମସିହାରେ ଧାମନଗରରୁ ହାରିଲେ ଆଉ 2024ରେ ଚାନ୍ଦବାଲି ଭୋଟରଙ୍କ ମନ ଜିଣି ପାରିଲେନି 2000 ମସିହାରେ ଧାମନଗର ଆସନରୁ ସ୍ୱାଧିନ ପ୍ରାର୍ଥୀ ମାନସ ରଞ୍ଜନ ମଲ୍ଲିକଙ୍କ ଠାରୁ 1703 ଖଣ୍ଡ ଭୋଟରେ ହାରିଥିଲା ବେଳେ 2024ରେ  ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ଠାରୁ 1916 ଭୋଟ ବ୍ୟବଧାନରେ ହାରିଲେ ମନମୋହନ
ରାହୁଲଙ୍କ ଫେଭରାଇଟ୍ ପରାଜିତ
କଂଗ୍ରେସରେ ବି ସେହି ଏକା ଅବସ୍ଥାଫାୟାର୍ ବ୍ରାଣ୍ଡ ଭକ୍ତ ଚରଣ ଦାସ ଏବେ ଓଡ଼ିଶା କଂଗ୍ରେସ ସଭାପତିସଙ୍ଗଠନ ଚଳାଇବାର ଭରପୁର  କ୍ଷମତା ଭକ୍ତଙ୍କ ପାଖରେ ରହିଛି ମାତ୍ର 27 ବର୍ଷ ବୟସରେ ଭବାନୀ ପାଟଣା ଭଳି ହଟ୍ ସିଟରୁ ବିଧାନସଭାକୁ ଏଣ୍ଟ୍ରି ମାରିଥିଲେବିଜୁ ପଟ୍ଟନାୟକଙ୍କର ବ୍ଲୁ ଆଏଡ ବୟ ମଧ୍ୟ ଥିଲେଉ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ଅତି ପ୍ରିୟ ଥିଲେ90 ବେଳକୁ ମାତ୍ର 32 ବର୍ଷ ବୟସରେ ରେଳମନ୍ତ୍ରୀ ହୋଇ ନ୍ୟାସନାଲ୍ ପଲିଟିକ୍ସରେ ନିଜର ଛାପ ଛାଡ଼ିଛନ୍ତିକିନ୍ତୁ ଏବେ ସେ ଜଣେ ହାରୁ ନେତା କାଟାଗୋରୀରେ

ପୁତ୍ର ମୋହରେ ନିଜର ପାରମ୍ପରିକ ସିଟ ଭବାନୀ ପାଟଣାକୁ ଛାଡ଼ି ନର୍ଲାରେ ପ୍ରତିଦ୍ୱନ୍ଦ୍ୱିତା କଲେ । ପୁଅ ସାଗର ଦାସ ସିନା ବିଜୟୀ ହେଲେ, ମାତ୍ର ଭକ୍ତ ଦାସ 2024 ନିର୍ବାଚନରେ ଚିତ୍ ପଟ୍ଟାଙ୍ଗ ମାରିଲେବିଜେଡି କ୍ୟାଣ୍ଡିଡେଟ୍ ମନୋରମା ମହାନ୍ତିଙ୍କ ଠାରୁ 5,205 ଖଣ୍ଡ ଭୋଟ ପଛରେ ରହି ପରାଜିତ ହେଲେ ତଥାପି ରାହୁଲ ଗାନ୍ଧୀଙ୍କୁ ଇମ୍ପ୍ରେସ୍ କରାଇ ନେଲେ ଭକ୍ତ ଦାସ । ହାରିବା ସତ୍ତ୍ୱେ  ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହୋଇଗଲେ ।
ତେବେ ପରାଜିତ ନବୀନ, ମନମୋହନ ଏବଂ ଭକ୍ତଙ୍କୁ ସେମାନଙ୍କର ଦଳ ସିନା ସମ୍ମାନୀତ କଲାଓଡ଼ିଶାବାସୀ ଗ୍ରହଣ କରୁଛନ୍ତି ତ ? ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ, ଆଗାମୀ ପଞ୍ଚାୟତ ଇଲେକ୍ସନର ଫଳାଫଳ ପର୍ଯ୍ୟନ୍ତ

ଖାତିର କରୁନାହାନ୍ତି ପାଣ୍ଡିଆନ… ସାବାଡ଼ କରିପାରିବେ କି ବରିଷ୍ଠ!

  • ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଟାର୍ଗେଟରେ ପାଣ୍ଡିଆନ
  • ଭୈରବ ପାଣ୍ଡିଆନଙ୍କ ନାଁ ନେଲେ ନାହିଁ, କିନ୍ତୁ ଗଣେଶ ପୂଜାରେ ଅଣଓଡ଼ିଆ ରିଟାୟର୍ଡ ଅଫିସରଙ୍କୁ ନିର୍ଧୁମ ଧୋଇଛନ୍ତି ବଦ୍ରି ପାତ୍ର
  • ଆଉ ସୀମା ନଟପିବାକୁ ବି ଦେଇଛନ୍ତି ଚେତାବନୀ
    କେବଳ ବଦ୍ରି ପାତ୍ରଙ୍କଠି ଏ ଅସନ୍ତୋଷ ଅସୀମିତ ହେଇ ରହିନାହିଁ। ଗଣେଶ ପୂଜା ପରଦିନ, ନୂଆଁଖାଇରେ, ପାଣ୍ଡିଆନଙ୍କୁ ଛିଗୁଲାଇଛନ୍ତି ଅଶୋକ ପଣ୍ଡା ନବୀନ ପଟ୍ଟନାୟକ ଓଡ଼ିଶାର ସମ୍ପତ୍ତି, କାହାର ବ୍ୟକ୍ତିଗତ ନୁହଁନ୍ତି। ଲକ୍ଷ୍ମଣରେଖା ଭିତରେ ରହିବାକୁ ଭୈରବଙ୍କୁ ଇନ୍‌ଡାଇରେକ୍ଟେଲି ଚେତାଇ ଦେଇଛନ୍ତି ଏକାମ୍ର ବିଧାୟକ ଅଶୋକ

ନବୀନଙ୍କୁ ରାଜା ସ୍ୱାଇଁଙ୍କ ଚିଠି, ଦଳ ହାଇଜାକ୍ ନ ହେଉ
ପାଣ୍ଡିଆନଙ୍କୁ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ରିଆକ୍ଟିଭ । ସହଜେ ଆଠଗଡ଼ର ରାଜା ବାବୁ, ସେ ତ 8 ଥରର ବିଧାୟକ। ସେ କାହିଁକି ପାଣ୍ଡିଆନଙ୍କୁ ଖାତିରି କରିବେ ଗତ ଏପ୍ରିଲ 9 ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ରାଜା ସ୍ୱାଇଁପାଣ୍ଡିଆନଙ୍କ କୋଟରୀକୁ ଟାର୍ଗେଟ କରି କିଛି ବ୍ୟକ୍ତିଙ୍କ ଦ୍ୱାରା ବିଜେଡି ହାଇଜାକ୍ ନହେଉ ବୋଲି ନବୀନଙ୍କୁ ଜଣାଇଥିଲେ। ଆଉ ଏବେ ପାଣ୍ଡିଆନଙ୍କୁ ଚିଡ଼ାଇବା ପାଇଁ ଆଇ ଆମ ଡାଉନ, ନଟ୍ ଆଉଟ ବୋଲି ଆଠଗଡ଼ର ଏକ ଜନସଭାରେ କହିଛନ୍ତି।

ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌ ଡ୍ୟାମେଜ୍‌
କିନ୍ତୁ ଅଣ ଓଡ଼ିଆ ପାଣ୍ଡିଆନ, କିଚକେ ବାହୁବଳେ ବିରାଟ ରାଜା ପରି, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ମାତିଛନ୍ତି। ଅସୁସ୍ଥ ନବୀନଙ୍କୁ ମେଡିକାଲରେ ଭେଟିବାକୁ ଆସିଥିବା ରାଜା ସ୍ୱାଇଁଙ୍କ ଉପରେ ତୋଢ଼ ଦେଖାଇଥିଲେ। ରାଜା ସ୍ୱାଇଁ ମେଡିକାଲରୁ ଗଲା ପରେ, ତାଙ୍କୁ ଦଳରୁ  ସସ୍‌ପେଣ୍ଡ କରିଦେବେ ବୋଲି ପାଣ୍ଡିଆନ ଧମକ ଦେଇଥିଲେ । ଯାହାକି ଏବେ ବୁମେରାଂ ହେଲାଣି । ଆଉ ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌କୁ ଡ୍ୟାମେଜ୍‌ କଲାଣି।
ପାଣ୍ଡିଆନ ଦମ୍ପତ୍ତିଙ୍କୁ ବରିଷ୍ଠ ନେତାଙ୍କ ବିରୋଧ
ବିଜୁ ଜନତା ଦଳର ସଦସ୍ୟ ନହୋଇ ଦଳୀୟ ବ୍ୟାପାରରେ ମୁଣ୍ଡ ପୁରାଉଛନ୍ତି ଭୈରବ ପାଣ୍ଡିଆନ । ଏପରିକି ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ପରାଜିତ ନେତା ବବି ଦାସ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ଅତନୁ ସବ୍ୟସାଚୀଙ୍କ ସହ ବୈଠକ କରୁଛନ୍ତି। ପାଣ୍ଡିଆନ ଦମ୍ପତ୍ତିଙ୍କର ଏଭଳି କାର୍ଯ୍ୟକଳାପକୁ ଘୋର ବିରୋଧ କରୁଛନ୍ତି ବିଜେଡିର ବରିଷ୍ଠ ନେତାଏ

ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ ସହ ସ୍ୱର ମେଳାଇଛନ୍ତି BJD ସାଂସଦ ଦେବାଶିଷ ସାମନ୍ତରାୟ। ଓଡ଼ିଆ ଖବର କାଗଜ ସମ୍ବାଦକୁ ସାକ୍ଷାତକାର ଦେଇ, ପାଣ୍ଡିଆନଙ୍କୁ ଜଣେ ଅହଂକାରୀ ବୋଲି କହିଛନ୍ତି। ଓଡ଼ିଶା ପାଇଁ ପାଣ୍ଡିଆନଙ୍କର ଅବଦାନ କିଛି ନାହିଁ। କିନ୍ତୁ କ୍ଷମତା ଲୋଭରେ ପାଣ୍ଡିଆନ ଏତେ ମସୁଗୁଲ୍ ଯେ ସେ ଭୁଲି ଯାଉଛନ୍ତି, ସରକାରୀ ଚାକିରୀ ଏବଂ ରାଜନୀତି ସମାନ ନୁହେଁ । ସେ ନବୀନ ପଟ୍ଟନାୟକଙ୍କର ପ୍ରିୟ ହୋଇପାରନ୍ତି, କିନ୍ତୁ ବିଜୁ ଜନତା ଦଳର ନୁହଁ…

PM-ଜନଧନକୁ ୧୧ ବର୍ଷ : ୫୬ କୋଟି ଲୋକଙ୍କ ଭରସା

PM-ଜନଧନ ଯୋଜନାକୁ 11 ବର୍ଷ ପୁରିଛି
ବ୍ୟାଙ୍କ ସେକ୍ଟରରେ ଆସିଛି, ବିରାଟ ରିଭୋଲ୍ୟୁସନ୍
56 କୋଟି 16 ଲକ୍ଷ ଲୋକଙ୍କ ଭରସା ଜିତିଛି
ଜମା ହେଲାଣି 2 କୋଟି 67 ଲକ୍ଷ କୋଟି ଟଙ୍କା
ଜମାକାରୀ ମଧ୍ୟରେ ଅଛନ୍ତି 56 % ମହିଳା, 67% ଗ୍ରାମବାସୀ
ମହିଳାଙ୍କୁ ସମୃଦ୍ଧ କରୁଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ବିଭିନ୍ନ ଯୋଜନାରେ ସାମିଲ ଗରିବ ଲୋକଙ୍କୁ ସିଧାସଳଖ ଟଙ୍କା ପଠାଇବାରେ ସଫଳ ହେଉଛନ୍ତି ସରକାର। 2025 ଅଗଷ୍ଟ ସୁଦ୍ଧାରେ ଖାତା ସଂଖ୍ୟା 56 କୋଟି 16 ଲକ୍ଷରେ ପହଞ୍ଚିଛି। ସେଥିରେ ଜମା ହୋଇଛି 2 କୋଟି 67 ଲକ୍ଷ କୋଟି।

ଗାଁ-ଗାଁରେ ବ୍ୟାଙ୍କ ସେବା
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳାଙ୍କୁ ସମୃଦ୍ଧ କରୁଛି ବିଭିନ୍ନ ଯୋଜନାରେ ସାମିଲ ଗରିବ ଲୋକଙ୍କୁ ସିଧାସଳଖ ଟଙ୍କା ପଠାଇବାରେ ସରକାର ସଫଳ ହେଉଛନ୍ତି2025 ଅଗଷ୍ଟ ସୁଦ୍ଧାରେ ଖାତା ସଂଖ୍ୟା 56 କୋଟି 16 ଲକ୍ଷରେ ପହଞ୍ଚିଛି। ସେଥିରେ  2 କୋଟି 67 ଲକ୍ଷ କୋଟି ଜମା ହୋଇଛି।
11 ବର୍ଷ ପୂର୍ବରୁ ଯେଉଁ ବ୍ୟାଙ୍କ ସେବା ଲୋକଙ୍କ ପାଇଁ ସ୍ୱପ୍ନ ଥିଲା ତାହା ଆଜି ସହଜରେ ପୂରଣ ହୋଇଛି। ଧନୀ ଗରିବ, ପୁରୁଷ ମହିଳାର ଭେଦଭାବ ଦୁରେଇଛି PM-ଜନଧନ ଆକାଉଣ୍ଟ।ସାଧାରଣତଃ ଗାଁରେ ଆଗରୁ ଅନେକ ଲୋକ ବ୍ୟାଙ୍କରେ ଖାତା ଖୋଲୁ ନଥିଲା ବେଳେ PM-ଜନଧନ ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିଲା। ଗାଁ ଗାଁରେ ପହଞ୍ଚିଛି ବ୍ୟାଙ୍କ ସେବା। ୬୭% ଖାତା ଗ୍ରାମଞ୍ଚଳରେ ଖୋଲିଛି।
ଦୁର୍ନୀତିରେ ବ୍ରେକ୍
PM-ଜନଧନ ବ୍ୟାଙ୍କ ଖାତାରେ 327ଟି ସରକାରୀ ଯୋଜନାର ଅର୍ଥ ମିଳିପାରୁଛି ଫଳରେ ବାଟମାରଣା ଏବଂ ଦଲାଲଙ୍କ ପାଦୁର୍ଭାବ ଦୂର ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପାଳିରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଥିଲେ। 2014 ମସିହା ସ୍ୱାଧିନତା ଦିବସରେ ଲାଲକିଲ୍ଲାରୁ PM-ଜନଧନ ଯୋଜନା ସଂପର୍କରେ ଘୋଷଣା କରିଥିଲେ  ପ୍ରଧାନମନ୍ତ୍ରୀ ସେହି ବର୍ଷ ଅଗଷ୍ଟ ମାସ 28 ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେଲା। ଦେଖୁ ଦେଖୁ 2015 ମସିହାରେ PM-ଜନଧନ ବ୍ୟାଙ୍କ ଖାତାରେ 22,900 କୋଟି ଟଙ୍କା ଜମା ହୋଇଗଲା
ବ୍ୟାଙ୍କ ଯେ କେବଳ ଧନୀ ଲୋକଙ୍କର, ଏ କଥା ଭୁଲ ପ୍ରମାଣିତ ହେଲା 

ଦୁର୍ନୀତିରେ ବ୍ରେକ୍
ଏହି ଯୋଜନାରେ ସେଭିଙ୍ଗସ୍ ଆକାଉଣ୍ଟ ଖୋଲିଲେ ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନ‌ଥାଏସଞ୍ଚୟ ଖାତାରେ ଟଙ୍କା ନଥିଲେ ବି ଫାଇନ୍ ଲାଗିବାର ଭୟ ନ‌ଥାଏ କିମ୍ବା ଆକାଉଣ୍ଟ ଡର୍ମାଟ ହେବାର ଚିନ୍ତା ନଥାଏଟଙ୍କା ଉଠାଣ ପାଇଁ ଡେବିଟ୍ କାର୍ଡ ସହିତ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା, କ୍ଷୁଦ୍ର ଋଣ, ଓଭରଡ୍ରାଫ୍ଟ ପେନସନ୍ ସୁବିଧା ମିଳିପାରୁଛି। PM-ଆବାସ, ସୁଭଦ୍ରା, PM-କିଶାନ ସମ୍ମାନନିଧି, PM-ଜୀବନଜ୍ୟୋତି ବୀମା ଯୋଜନା, PM-ସୁରକ୍ଷା ବୀମା ଯୋଜନା, ମୁଦ୍ରା ପରି 327ଟି ସରକାରୀ ଯୋଜନାର ଅର୍ଥ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଛି। ପୂର୍ବରୁ ସମସ୍ତଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନଥିବା ହେତୁ ହାତରେ ପଇସା ଦିଆଯାଉଥିଲା ଫଳରେ ଦୁର୍ନୀତି ମଧ୍ୟ ହେଉଥିଲା। ଏବେ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବାରୁ ଏ ଭୟ ଆଉ ନାହିଁ ।