ଓ୍ୱାକଫ୍ ବିଲକୁ BJDର ସମର୍ଥନ : ଭୟ ନା’ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ

  • ବଡ଼ ଖୁଲାସା… ଧରାପଡ଼ିଲା ନବୀନ ପଟ୍ଟନାୟକଙ୍କ ମିଛ,
  • ରାଜ୍ୟସଭା ତଥ୍ୟ ଖୋଲିଲା ନବୀନଙ୍କ ମୁଖା,
  • ନବୀନ କହିଥିଲେ ୱାକଫ୍‌‌ ସଂଶୋଧନ ବିଲକୁ ସମର୍ଥନ କର
  • କିନ୍ତୁ ନବୀନଙ୍କ ନିର୍ଦ୍ଦେଶକୁ ମାନି ନଥିଲେ ସାଂସଦ ମୁନା ଖାଁ !
  • ସସ୍ମିତ ପାତ୍ରଙ୍କ ଟ୍ୱିଟ୍‌ ଥିଲା ଡ଼ାହା ମିଛ !
    ରାଜ୍ୟସଭା ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଛ ନାଟକରୁ ପରଦା ହଟିଛି ଭୋଟ୍ ବ୍ୟାଙ୍କ ମ୍ୟାନେଜ୍ କରିବାକୁ ମୁସଲମାନଙ୍କୁ ମିଛ କହିଛନ୍ତି ନବୀନ ଇଫତାର୍ ପାର୍ଟିରେ କହିଥିଲେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍‌‌କୁ BJD ବିରୋଧ କରିବ । କିନ୍ତୁ ୱାକଫ୍‌ ବିଲକୁ ସପୋର୍ଟ କରିବା ପାଇଁ ବିଜେଡି ସାଂସଦ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ
    ଯାହାର ପ୍ରମାଣ ହେଉଛି ରାଜ୍ୟସଭାରୁ ପ୍ରକାଶ ପାଇଥିବା ଏହି ତାଲିକା।

ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଦେବାଶିଷ ସାମନ୍ତରାୟ ଗତ ଏପ୍ରିଲ 4 ତାରିଖର ମଧ୍ୟରାତ୍ରିର ଭୋଟିଂ ସମୟରେ ଉପସ୍ଥିତ ନଥିବା ବେଳେ ୫ ସାଂସଦଙ୍କ ଭୋଟ୍ ଯାଇଛି ୱାକଫ୍ ସମର୍ଥନରେ । କେବଳ ମୁଜ୍ଜିବୁଲ୍ଲା ଓରଫ ମୁନା ଖାଁଙ୍କୁ ଛାଡ଼ି ଦେଲେ,

  1. ନିରଞ୍ଜନ ବିଶି
  2. ସୁଲତା ଦେଓ
  3. ଶୁଭାଶିଷ ଖୁଣ୍ଟିଆ
  4. ମାନସ ମଙ୍ଗରାଜ ଏବଂ
  5. ସସ୍ମିତ ପାତ୍ରଙ୍କ ପରି, ଅନ୍ୟ ୫ BJD ସାଂସଦ ୱାକଫ୍‌ ବିଲକୁ ସମର୍ଥନ କରିଛନ୍ତି

ଏଠି ପ୍ରଶ୍ନ ଉଠୁଛି, କ’ଣ ୫ BJD ସାଂସଦଙ୍କ ବିବେକ କଣ ସମାନ କଥା କହିଥିଲା ? ନାଁ ଏଠି ନବୀନଙ୍କ ନିର୍ଦ୍ଦେଶ ଥିଲା ? କାରଣ ଭୋଟିଂ ପୂର୍ବରୁ ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମ ଆଗରେ କହିଥିଲେ ‘ୱାକଫ୍‌‌ ବିଲକୁ BJD ବିରୋଧ କରିବ, ଏହା ନବୀନଙ୍କ ନିର୍ଦ୍ଦେଶ’ଏହାର କିଛି ଘଣ୍ଟା ପରେ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡଲରେ ସସ୍ମିତ ପାତ୍ର ଲେଖିଥିଲେ, ନବୀନ କହିଛନ୍ତି ବିବେକ ଅନୁସାରେ ଭୋଟ ଦେବେ ସାଂସଦ
ଏବେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ୫ BJD ସାଂସଦ ୱାକଫ୍‌ ସଂଶୋଧନ ବିଲ‌କୁ ସମର୍ଥନ କରିଥିବାର ପ୍ରମାଣ ରହିଛି । ଏଠି ପ୍ରଶ୍ନ ଯେଉଁ BJD ସାଂସଦମାନେ କ୍ୟାମେରା ଆଗରେ ଗଳା ଫଟାଇ BJP ବିରୋଧରେ ଚିତ୍କାର କରୁଛନ୍ତି, ସେମାନଙ୍କ ବିବେକ କେମିତି କହିଲା BJP ଆଣିଥିବା ଏହି ବିଲ୍‌କୁ ସମର୍ଥନ କରିବାକୁ ? ବାସ୍ତବରେ ଏହା ବିବେକ ଭୋଟ ଥିଲା ନା ନବୀନଙ୍କ ନିର୍ଦ୍ଦେଶ ଥିଲା?

କାରଣ ସେତେବେଳ ସସ୍ମିତ ପାତ୍ରଙ୍କ ଏଭଳି ଦି-ଆଡ଼ିଆ କଥାକୁ ନେଇ ନାନା ଆଲୋଚନା ହୋଇଥିଲା। ଏଭଳି ମତ ବଦଳିବା ପଛରେ, ପାଣ୍ଡିଆନଙ୍କ ହାତ ଥିବା କଥା ମଧ୍ୟ ଉଠିଥିଲା। ଯାହାକି ପର ମୂହୁର୍ତ୍ତରେ ସତ ବୋଲି କିଛିକାଂଶରେ ପ୍ରମାଣିତ ହୋଇଥିଲା। କାରଣ ମୁନା ଖାଁ, ନବୀନ ନିବାସରେ ପହଞ୍ଚି, BJD ସଭାପତିଙ୍କୁ ଭେଟିଥିଲେ ଆଉ ପାଣ୍ଡିଆନ ମୁର୍ଦ୍ଦାବାଦ ନାରା ଦେଇଥିଲେ । ସେହି ଘଟଣା ପରେ ମୁନା ଖାଁ ଏବେ ବିଜୁ ଜନତା ଦଳରେ ଏକଘରିଆ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସସ୍ମିତଙ୍କ ମତ ବଦଳିବା ପଛରେ ପାଣ୍ଡିଆନଙ୍କ ହାତ ରହିଥିଲା । ଆଉ ଏହାକୁ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ

Visited 12 times, 1 visit(s) today
Share this post

Leave A Comment

Your email address will not be published. Required fields are marked *