କନ୍ଧମାଳ ହଳଦୀରେ ସିସା! ହୋଇପାରେ ହାର୍ଟ ଆଟାକ୍

ରୋଷେଇ କ୍ଷେତ୍ରରେ ହଳଦୀର ପ୍ରମୁଖ ବ୍ୟବହାର ହୁଏ । ଏଥିସହିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ମଧ୍ୟ ହଳଦୀକୁ ଔଷଧ ଭାବରେ ଆମେ ବ୍ୟବହାର କରୁ । ସ୍କିନ୍ ପ୍ରୋବ୍ଲେମ୍ ଠାରୁ ଆରମ୍ଭ କରି ଗୋରାପଣ ପାଇଁ ମଧ୍ୟ ହଳଦୀର ବ୍ୟବହାର ହୁଏ। ମାତ୍ର ହଳଦୀର ବ୍ୟବହାର ଏବେ ବିପଦ ଆଣିପାରେ। କାରଣ ହଳଦୀରେ ଥିବା ସିସା ଯୋଗୁଁ ହଳଦୀ ଭଲ ପରିବର୍ତ୍ତେ ଖରାପ ପ୍ରଭାବ ପକାଇପାରେ। ଓଡ଼ିଶା ହଳଦୀରେ ସିସା ବା ଲିଡ୍ ଥିବା ସନ୍ଦେହ କରାଯାଉଛି। ବିଶେଷ କରି କନ୍ଧମାଳ, କଟକ ଓ ଗଞ୍ଜାମ ହଳଦୀ  ଉତ୍ପାଦିତ ହଳଦୀରେ ସିସା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଶଙ୍କା କରୁଛି। ପରୀକ୍ଷା ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ଯଦି WHOର ଆକଳନ ସତ ହୁଏ ତେବେ ହଳଦୀ ବଡ଼ ବିପଦ ଆଣିପାରେ ।

ସିସା ଏକ ଭାରୀ ଧାତୁ ଯାହା ମଣିଷ ପାଇଁ କ୍ଷତିକାରକ। ବିଶେଷ କରି ଛୋଟପିଲାଙ୍କ ସ୍ନାୟୁରୋଗ ସୃଷ୍ଟି କରିବା ସହ ବ୍ରେନ୍ ଡେଭଲପମେଣ୍ଟରେ ବାଧକ ସାଜେ। ତେଣୁ ପିଲାଙ୍କୁ ହଳଦି ଲଗାଇଦେବା କ୍ଷତି ସାଧନ କରିପାରେ । ହଳଦୀ ପାଉଡରରେ ମିଶ୍ରଣ ହେଉଥିବାରୁ ଅନେକ ବ୍ୟକ୍ତି ଖଣ୍ଡ ହଳଦୀ ବ୍ୟବହାର କରୁଛନ୍ତି, ଯେଉଁଥିରେ ଥିବା ସିସା ଶରୀରକୁ କ୍ଷତି ପହଞ୍ଚାଇବ । ଏପରିକି ହାର୍ଟ ଆଟାକରେ ମଧ୍ୟ ଜୀବନ ଯାଇପାରେ । 2021 ମସିହାରେ ସିସା ପାଇଁ 15 ଲକ୍ଷ ଜୀବନ ଯାଇଛିଏହି ସିସା ପାଣି ଓ ମାଟି ମାଧ୍ୟମରେ ହଳଦୀର ପ୍ରବେଶ କରୁଛି ଯାହା ଧୋଇଲେ ମଧ୍ୟ ଯାଉ ନାହିଁ । ଏପରି ପରିସ୍ଥିତିରେ ଓଡ଼ିଶାର ହଳଦୀରେ ସିସା ଥିବା ଆଶଙ୍କାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ନମୁନା ପରୀକ୍ଷା ପରେ ଏହାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବମାତ୍ର ଯଦି WHO ର ଆକଳନ ସତ ହୁଏ ତେବେ କନ୍ଧମାଳର ହଳଦୀ ବେଶ୍ ପ୍ରଭାବିତ ହେବ।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *