ରାଜୁ ଢୋଲକିଆଙ୍କ ମୃତ୍ୟୁ ପାଇଁ BJD ଦାୟି

ନୂଆପଡ଼ା ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ନୂଆପଡ଼ାକୁ ନେଇ ସେତିକି ନୂଆ କଥା ଶୁଣିବାକୁ ମିଳୁଛି । 3 ପ୍ରମୁଖ ଦଳ ନିର୍ବାଚନ ଜିତିବା ପାଇଁ ଗୋଟି ଚାଳନା କରୁଥିବା ବେଳେ ସ୍ୱର୍ଗତଃ ରାଜୁ ଢୋଲକିଆଙ୍କୁ ନେଇ ଉଭୟ ବିଜେଡି ଓ ବିଜେପି ଭିତରେ ଟଣାଓଟଣା ଜାରି ରହିଛି । ପୋଷ୍ଟରରେ ଫଟ ମାରିବା ହେଉ କି ରାଜୁଙ୍କ ପକେଟ୍ ଭୋଟ ସବୁଠି ଦୁଇଦଳ ଭାଗ ବସାଉଛନ୍ତି। ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ବିଜେପିକୁ ପ୍ରାର୍ଥୀ ଚୋର କହିଥିଲେ। ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ୟା ପରେ ବିସ୍ଫୋରକ ବୟାନ ଦେଇଛନ୍ତି। କଳ୍ପନା କହିଛନ୍ତି ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ। ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଉଚିତ ସମ୍ମାନ ଦେଇନି ବୋଲି ସେ ଅସନ୍ତୋଷ ଝାଡ଼ିଛନ୍ତି। ଶେଷ ସମୟରେ ବି ତାଙ୍କ ପାଖରେ ବିଜେଡି ନଥିଲା ବୋଲି କଳ୍ପନା କହିଛନ୍ତି । ଯୋଉ ଦଳରେ ରାଜେନ୍ଦ୍ର ଢୋଲକିଆ ଶେଷ ପର୍ଯ୍ୟନ୍ତ ଥିଲେ ସେ ଦଳର ନେତା ରାଜୁଙ୍କ ସହ ନଥିଲେ । ଯାହା ରାଜୁଙ୍କୁ ଆଘାତ ଦେବା ସହ ମୃତ୍ୟୁର ଅନ୍ୟତମ କାରଣ ସାଜିଥିବା କଳ୍ପନା ସ୍ପଷ୍ଟ କରିଛନ୍ତି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଏ କଥା ପ୍ରକାଶ କରିଛନ୍ତି କି ରାଜୁଙ୍କ ଦେହ ଖରାପ ଥିଲା ବେଳେ ନବୀନ ପଟ୍ଟନାୟକ ଦେଖା କରିବାକୁ ଆସି ନଥିଲେ । ଏପରିକି ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ତାଙ୍କର ଦେଖା ନଥିଲା ।

ଜୟ ବିକ୍ରି ହୋଇନାହିଁ- କଳ୍ପନା ଢୋଲକିଆ
ରାଜେନ୍ଦ୍ର ଢୋଲକିଆ ବିଜେଡିରେ ବିଧାୟକ ଥିଲାବେଳେ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ବଦଳରେ ବିଜେପିରୁ ପ୍ରାର୍ଥୀ ହେବାର କାରଣ ବିଷୟରେ ଜୟଙ୍କ ମା କଳ୍ପନା ଉତ୍ତର ରଖିଛନ୍ତି । ଜୟ ଢୋଲକିଆ ଟଙ୍କା ପାଇଁ ବିଜେପି ପାଖରେ ବିକ୍ରି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜେଡି ରାଜୁଙ୍କୁ ଗୁରୁତ୍ୱ ଦେଇ ନଥିବାରୁ ଜୟ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ବିଜେପି ପୋଷ୍ଟରରେ ରାଜୁ ଢୋଲକିବଙ୍କ ଫଟ ରହିବା ନେଇ ସମାଲୋଚନା ହେଉଥିଲାବେଳେ କଳ୍ପନା କହିଛନ୍ତି କି ରାଜୁଙ୍କ ଫଟ କୋଉଠି ରହିବ ଏ ନିଷ୍ପତ୍ତି ପରିବାର ନେବେ। ବିଜେଡି ନୁହେଁ !

Visited 6 times, 1 visit(s) today
Share this post

Leave A Comment

Your email address will not be published. Required fields are marked *