ଅସହାୟ ମନ୍ତ୍ରୀ,ଓଡ଼ିଶାର ଚାଉଳ ନେଉନି FCI

ଓଡ଼ିଶା ସରକାରଙ୍କର କଥା ଶୁଣୁନାହାଁନ୍ତି କେନ୍ଦ୍ର ସରକାରବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମଧ୍ୟ ସକ୍ସେସ ମିଳୁନି। ଓଡ଼ିଶା ପାଇଁ Food Corporation Of India ବା FCIର ଦରଦ ନାହିଁ  । ଠିକ୍ ଟାଇମରେ ଓଡ଼ିଶାରୁ ଚାଉଳ ଉଠି ପାରୁନି । ୨୦ MP ଜିତିବା ସତ୍ତ୍ୱେ ଓଡ଼ିଶା BJPର ହାତ ଯେମିତି ବନ୍ଧା ହୋଇ ପଡ଼ିଛି । ଏକଥା କହୁଛନ୍ତି ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀଙ୍କର କହିବା କଥା ଯେ ଅନ୍ୟ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଯେତିକି ଦରଦ ଅଛି, ଓଡ଼ିଶା ପାଇଁ ସେତିକି ନାହିଁ।
ମନ୍ତ୍ରୀଙ୍କୁ ମାନୁନି FCI                                                            
୩୦ ଲକ୍ଷ ଟନ୍‌ରୁ ମାତ୍ର ୭ ଲକ୍ଷ ୨୮ ହଜାର ଟନ୍‌ ଚାଉଳ ଉଠାଇଛି FCI । ବାକି ୨୨ ଲକ୍ଷ ୭୨ ହାଜାର ଟନ୍ ଚାଉଳ ବିଭିନ୍ନ ଗୋଦାମ ଏବଂ ମିଲରେ ପଡ଼ି ରହିଛି । ଚାଉଳ ନ ଉଠିଲେ ଆଗକୁ ଧାନ କିଣା କଷ୍ଟ ହୋଇପଡ଼ିବ ବୋଲି ଯୋଗାଣ ମନ୍ତ୍ରୀ ସ୍ୱୀକାର କରୁଛନ୍ତି ।
ଡବଲ ଇଞ୍ଜିନ୍ ଫେଲ୍
2024ରେ ଓଡ଼ିଶାବାସୀ ପାଇଲେ ଡବଲ ଇଞ୍ଜିନ ସରକାର। ଆଶା ଥିଲା ଡେଭଲପମେଣ୍ଟ ଡବଲ୍ ହେବ କିନ୍ତୁ ଡବଲ ଇଞ୍ଜିନ ସରକାରରେ ଯୋଗାଣ ମନ୍ତ୍ରୀ ନିଜେ ଅସହାୟ ଓଡ଼ିଶାକୁ FCI ଧପୋଉଛି ମାନେ ଚିଟ୍ କରୁଛି ବୋଲି ମାନୁଛନ୍ତି ଯୋଗାଣ ମନ୍ତ୍ରୀ । ଚାଉଳ ଉଠାଇବା ପାଇଁ ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଥିଲେ ବି କିଛି ଫଳ ମିଳୁନାହଁ ବୋଲି ଓଡ଼ିଶାର ଯୋଗାଣ ମନ୍ତ୍ରୀ କହୁଛନ୍ତି। ସେଥିପାଇଁ ପୁଣି ଥରେ ହାଇ ଲେଭେଲ ଟିମ୍ ନେଇ କେନ୍ଦ୍ରମନ୍ତ୍ରୀ ପାଖକୁ ଯିବାକୁ ପଡିବ ବୋଲି ଅସହାୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହୁଛନ୍ତି। ବାସ୍ତବ କଥା ହେଲା ସେପ୍ଟେମ୍ବର ଶେଷ ସୁଦ୍ଧା ମିଲ୍ ଏବଂ ଗୋଦାମରେ ଗଚ୍ଛିତ ଥିବା ଚାଉଳ ଯଦି FCI ନ ଉଠାଏ, ତେବେ ଆଗାମୀ ଖରିଫ ଧାନ କିଣିବା ସମ୍ଭବ ହେବ  ନାହିଁ। ଅନ୍ୟପଟେ ଚାଉଳ ନ ଉଠିବା ପାଇଁ FCIକୁ ଦୋଷ ଦେଇ ଖସି ପାରିବେନି ଓଡ଼ିଶା ସରକାର ।

ଖସି ପାରିବେନି ଓଡ଼ିଶା ସରକାର
ଭୋଟ ଆଶାରେ ଧାନ କ୍ୱିଣ୍ଟାଲ ଦର 3100 ଟଙ୍କା କରି ଓଡ଼ିଶାରେ ଧାନଚାଷ ବଢାଇଛି ବିଜେପିଫଳରେ ଏବେ ବର୍ଷକୁ ପ୍ରାୟ 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅଧିକ କିଣୁଛନ୍ତି ଓଡ଼ିଶା ସରକାର । ତଥ୍ୟ କହୁଛି 2023-24 ଖରିଫ ଓ ରବି ଋତୁରେ 70 ଲକ୍ଷ 78 ହଜାର 353 ମେଟ୍ରିକ୍ ଟନ୍ ଧାନ କିଣା ହୋଇଥିଲାକିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କାର ଇନପୁଟ୍ ସହାୟତା ରାଶି ପ୍ରଦାନ କରାଗଲାଫଳରେ 2024 ମସିହା ଖରିଫ ଏବଂ ରବି ଋତୁରେ 92 ଲକ୍ଷ 64 ହଜାର 235 କ୍ୱିଣ୍ଟାଲ ଧାନ କିଣାଗଲାଯାହାକି ବିଜେଡି ସରକାରଙ୍କ ସମୟର ଧାନ କିଣା ଅପେକ୍ଷା 22ଲକ୍ଷ 64ହଜାର 235 କ୍ୱିଣ୍ଟାଲ ଅଧିକ ହେଲା  । ସେହିଭଳି 2025-26 ଖରିଫ୍ ଓ ରବି ଋତୁର ଧାନକିଣା ତ 98 ଲକ୍ଷ ମେଟ୍ରିକ୍ ଟନକୁ ପାର କରିଯାଇଛିଧାନ କିଣାର ଏଭଳି ଭୁଲ୍ ନୀତି ପାଇଁ କେନ୍ଦ୍ର ସରକାର ବାରମ୍ବାର ତାଗିଦ୍ କରିଛନ୍ତି । ଧାନ କିଣାରେ ବୋନସ୍ ପ୍ରଦାନ ନକରିବା ପାଇଁ କେନ୍ଦ୍ର ସରକାର ଓଡ଼ିଶା ଭଳି ରାଜ୍ୟକୁ ଅନେକ ଥର କହିଛନ୍ତି କିନ୍ତୁ ନା କେନ୍ଦ୍ର ସରକାରଙ୍କର କଥା ଶୁଣିଛନ୍ତି ନା ନିଜେ ଚାଉଳ ସାଇତି ରଖିବା ପାଇଁ ଗୋଦାମ ଘର ନିର୍ମାଣ କରିଛନ୍ତି । ଏବେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଠା ବୋଳୁଛନ୍ତି FCI ମୁଣ୍ଡରେ
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *