ଭରସା ଯୋଗ୍ୟ ନୁହନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କୁ ବିଶ୍ୱାସ କରିବା ଅର୍ଥ ନିଜ ପାଇଁ ବିପଦକୁ ନିମନ୍ତ୍ରଣ କରିବା । ପ୍ରଥମେ ଚୀନକୁ ବର୍ବାଦ କରିବାକୁ ଲଗାଇଲେ ୧୪୫ ପ୍ରତିଶତ ଟାରିଫ୍, ଆଉ ଏବେ ବନ୍ଧୁତାର ହାତ ବଢେଇଛନ୍ତି । ଆମେରିକା ଓ ଚୀନ ଉଭୟ ଉଭୟ ଦେଶ ଉପରେ ଅତିରିକ୍ତ ଟାରିଫ ଲଗାଇବାରୁ ଉଭୟ ଦେଶ ମଧ୍ୟରେ ୬୦୦ ଆରବ ଡଲାର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଏହାଫଳରେ ସପ୍ଲାଏ ଚେନ୍ ପ୍ରଭାବିତ ହେବା ସହ ଅନେକ କମ୍ପାନୀ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଚାପ ପଡିଥିଲା ।
ଅପ୍ରେଲ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଭଳି ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲଗାଇଲେ ତାହା ସାରା ବିଶ୍ୱକୁ ଚମକାଇଦେଲା । ଚୀନକୁ ବର୍ବାଦ କରିବାକୁ କହି ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଲାଗୁଥିଲା ଯେମିତ ଆମେରିକା ଚୀନର ସମସ୍ତ ବ୍ୟବସାୟକୁ ବର୍ବାଦ କରିଦେବ । ଟ୍ରମ୍ପ ତାଙ୍କ ଭାଷଣରେ ଚୀନକୁ ବର୍ବାଦ କରିଦେବା କଥା ମଧ୍ୟ କହିଥିଲେ।

କିନ୍ତୁ ଅଚାନକ୍ ଟ୍ରମ୍ପଙ୍କ ମନ ବଦଳିଯାଇଛି । ଏବେ ଟାରିଫ୍ ଲଗାଇ ଚୀନକୁ ବର୍ବାଦ କରିବା ପରିବର୍ତ୍ତେ ଚୀନ ସହ ବ୍ୟବସାୟକୁ ବ୍ୟାପକ କରୁଛନ୍ତି । ଏହାସହ ଏବେ ୧୪୫ ପ୍ରତିଶତ ଟାରିଫରୁ ୧୧୫ ପ୍ରତିଶତ ଟାରିଫ୍ ପ୍ରତ୍ୟାହାର କରିଛନ୍ତି। ଅର୍ଥାତ ଏବେ ଚୀନ ଉପରେ ମାତ୍ର ୩୦ ପ୍ରତିଶତ ଟାରିଫ୍ ଲଗାଇବ ଆମେରିକା । ୧୨୫ ପ୍ରତିଶତ ଟାରିଫ୍ ହ୍ରାସ କରି ମାତ୍ର ୧୦ ପ୍ରତିଶତ ଲଗାଇବ ବୋଲି ଘୋଷଣା କରିଛି ।
ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ମଧ୍ୟ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତର ଶକ୍ତି ସାମର୍ଥ୍ୟ ଥାଇ ସୁଦ୍ଧା ଟ୍ରମ୍ପଙ୍କ ପ୍ରସ୍ତାବ ଯୋଗୁଁ ଅସ୍ତ୍ରବିରତି ଘୋଷଣା କରିଛି ।

ତେବେ ପାକିସ୍ତାନକୁ ଭିତିରି ସମର୍ଥନ ଦେଉଥିବା ଆମେରିକା କଥାରେ ଭରସା କରି ଭାରତ ଆଉ ବିଶ୍ୱାସଘାତକତାର ଶିକାର ହେବନି ତ?