Posts tagged America

ଟ୍ରମ୍ପ୍ ନା କମଲା ହାରିସ୍? କିଏ ଜିତିଲେ ଲାଭରେ ରହିବ ଭାରତ

କାହାର ହେବ ହ୍ୱାଇଟ୍ ହାଉସ?କାହା ହାତରେ ରହିବ ଆମେରିକାର ଶାସନ ଡ଼ୋରୀ?ଆମେରୀକା ଲଢେଇ ଉପରେ କଡା ନଜର ରଖିଛି ଭାରତ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଭାରତରେ ବି ଚାଲିଛି ଅଙ୍କକଶା।ଟ୍ରମ୍ପ ନା କମଲା ହାରିସ୍ କିଏ ଜିତିଲେ ଭାରତ ପାଇଁ ଭଲ ହେବ ତାକୁ ନେଇ ଆଲୋଚନା ଜୋର୍ ଧରୁଛି।ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏଥର ବେଶ୍‌ ରୋଚକ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ  କମଳା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପାର୍ଟି କ୍ୟାଣ୍ଡିଡେଟ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଚାଲିଛି କଡ଼ା ମୁକାବିଲା।ଜାନୁୟାରୀ 6 ର ଘୋଷଣାକୁ ଅପେକ୍ଷା କରିଛି ଭାରତ।

ଏନ୍‌ବିସି ନ୍ୟୁଜ୍‌ ପୋଲ୍‌ ଅନୁସାରେ,ପ୍ରତ୍ୟେକଙ୍କ  ଭୋଟ ହାର ୪୯% ରହିବାକୁ ଥିବାବେଳେ ବାକି  ୨% ଭୋଟର ଦୁଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ  କରିବେ ।୫୦%ରୁ ସାମାନ୍ୟ ଅଧିକ ଭୋଟର ଟ୍ରମ୍ପ୍‌ଙ୍କ  ବିଜୟ ଚାହୁଁଥିବାବେଳେ ୪୯%ରୁ ସାମାନ୍ୟ ଅଧିକ ମତଦାତା କମଳାଙ୍କୁ ଚାହୁଁଥିବା ୟୁଏସ୍‌ଏ ଟୁଡେ ରିପୋର୍ଟ କହୁଛି।ତେବେ କିଏ ଜିତିଲେ ଭାରତ ଲାଭରେ ରହିବ ତାକୁ ନେଇ ଚର୍ଚ୍ଚା । ଯଦିଓ କମଲା ହାରିସ୍ ଭାରତୀୟ ବଂଶୋଭ୍ଭବ ତାଙ୍କର ବିଜୟ ଭାରତ ପାଇଁ ଲାଭଦାୟକ ହୋଇ ନପାରେ।ଜମ୍ମb କାଶ୍ମୀରରୁ ଧାରା 370 ହଟିବା ପ୍ରସଙ୍ଗରେ ବିବାଦୀୟ ବୟାନ୍ ଦେଇଥିଲେ କମଲା ହାରିସ୍। ଜମ୍ମୁ କାଶ୍ମୀର ଉପରେ ଆମେରୀକା ବି ନଜର ରଖିଥିବା ସେ ମନ୍ତବ୍ୟ ଦେଇଥିଲେ।ଏପରିକି ହସ୍ତକ୍ଷେପର ପ୍ରସଙ୍ଗ ମଧ୍ୟ ଉଠାଇଥିଲେତେବେ ଯଦିଓ କମଲା ହାରିସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଛନ୍ତି କିନ୍ତୁ ଉଭୟଙ୍କ ଭିତରେ ସେମିତି ଉଲ୍ଲେଖନୀୟ ବନ୍ଧୁତା ନାହିଁକମଳା ଜିତିଲେ ହୁଏତ ଭାରତ ବିଶେଷ ଲାଭବାନ୍ ହେବନାହିଁ।କାରଣ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ ଟିମ୍ ୱାଲଜ୍ ଚୀନର ଦୃଢ ସମର୍ଥକ।ତେଣୁ ଏ ଦୃଷ୍ଟିରୁ ଦେଖିବାକୁ ଗଲେ କମଲା ହାରିସଙ୍କ ପରାଜୟ ଭାରତକୁ ଲାଭ ଦେଇପାରେ।

ଏମିତିରେ ବି ବଜାର ବିଶେଷଜ୍ଞଙ୍କ କହିବାନୁସାରେ,ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କମଳା ହାରିସ୍‌ଙ୍କ  ବିଜୟ ଅର୍ଥନୀତି, ଇକ୍ୱିଟି ଏବଂ ଅନ୍ୟାନ୍ୟ ଆସେଟ୍‌ କ୍ଲାସ୍‌ଗୁଡ଼ିକ ପାଇଁ ନ୍ୟୁଟ୍ରାଲ ରହିବ।କାରଣ  ବର୍ତ୍ତମାନ ଯାହା ଢ଼ାଞ୍ଚା ରହିଛି ତାହାକୁ କମଳା  ଜାରି ରଖିବେ।କିନ୍ତୁ ଟ୍ରମ୍ପଙ୍କ ବିଜୟ ବିକାଶମୁଖୀ  ବଜାର,ଇକ୍ୱିଟି ଏବଂ କରେନ୍ସିଗୁଡ଼ିକ ଉପରେ  ପ୍ରଭାବ ପକାଇବ।ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ବିଜୟ  ଭାରତ ଉପରେ ସକାରାତ୍ମକ ପ୍ରଭାବ ପକାଇବ।ଏହାର କାରଣ ହେଉଛି ଭାରତର ଘରୋଇ ଚାହିଦା-ପରିଚାଳିତ ଅଭିବୃଦ୍ଧି ମଡେଲ।କମୋଡିଟି ଦର ହ୍ରାସ,ସପ୍ଲାଏ ଚେନ୍‌ ସିଫ୍ଟ ଏବଂ ବୈଦେଶିକ ନୀତିର ସୁବିଧା ଭାରତକୁ  ମିଳିବ। ଅଶୋଧିତ ତୈଳ ଦର କମିବା ଦ୍ୱାରା  ବିପିସିଏଲ୍‌, ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌  ଭଳି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ପାଇଁ ଟ୍ରମ୍ପଙ୍କ ବିଜୟ ସକାରାତ୍ମକ ରହିବ। 

ଏମିତିରେ ବି ଦେଖିବାକୁ ଗଲେ ଟ୍ରମ୍ପଙ୍କ ସହ ମୋଦୀଙ୍କ ଖୁବ୍ ଭଲ ସମ୍ପର୍କ ରହିଛି।ପୂର୍ବ ନିର୍ବାଚନରେ ମୋଦି ଅବକି ବାର୍ ଟ୍ରମ୍ପ ସରକାରର ନାରା ମଧ୍ୟ ଦେିଥିଲେ। ଟ୍ରମ୍ପ ନିର୍ବାଚନ ଜିତିଲେ ଋଷ ୟୁକ୍ରେନ୍ ଯୁଦ୍ଧକୁ ବନ୍ଦ କରିଦେବାର ପ୍ରତିଶ୍ରୁତି ମଧ୍ଅ ଦେିଛନ୍ତି। ତେବେ ଟ୍ରମ୍ପଙ୍କ ଜିତିବା ଭାରତ ପାଇଁ ଲାଭଜନକ ହୋଇ ନପାରେ ବୋଲି ବି କିଛି ଗୋଷ୍ଠୀ ମତ ରଖୁଛନ୍ତି। ଟାରିଫ୍ ପ୍ରସଙ୍ଗକୁ ନେଇ ଟ୍ରମ୍ପଙ୍କ ଭାରତକୁ ସମାଲୋଚନା ପ୍ରସଙ୍ଗ ଓ ଟାରିଫ୍ କିଙ୍ଗର ଅଟ୍ଟହାସ୍ୟକୁ ଅନେକ ଭୁଲିନାହାନ୍ତି। ଆମଦାନୀ ଟିକସର ମାତ୍ରା ବଢେଇବା ପ୍ରସଙ୍ଗ ବି ଚର୍ଚ୍ଚରାର କାରଣ ହେଇଛି। ତେବେ ଏ ସବୁ ସତ୍ତ୍ୱେ ମୋଦୀଙ୍କ ସହ ବନ୍ଧୁତା ଦୃଷ୍ଟିରୁ ଡୋନାଲ୍ଡ ଟ୍ରମ୍ପ ଜିତିଲେ ଭାରତ ପାଇଁ ଅଧିକ ଲାଭଦାୟକ ହେବ ବୋଲି ଅନୁମାନ କରାଯାଉଛି।

କାହିଁକି ଅବିବାହିତ ରହିଗଲେ ରତନ ଟାଟା?

ଆରପାରିରେ ରତନ ଟାଟା। ରତନ ଟାଟାଙ୍କ ଦେହାନ୍ତରେ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୯ ତାରିଖ ସନ୍ଧ୍ୟାରେ ୮୬ ବର୍ଷ ବୟସରେ ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୭ରେ ପ୍ରସିଦ୍ଧ ଟାଟା ପରିବାରରେ ରତନ ଟାଟାଙ୍କ ଜନ୍ମ। ମାତ୍ର ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ବାପାମା’ଙ୍କ ବିବାହବିଚ୍ଛେଦ ଘଟିଥିଲା। ତାଙ୍କର ଲାଳନପାଳନ ଜେଜେମା’ କରୁଥିଲେ। ହାଇସ୍କୁଲ ଶିକ୍ଷା ପରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକଚରରେ ଡିଗ୍ରି ହାସଲ କରି ହାଭାର୍ଡ ବିଜିନେସ ସ୍କୁଲରେ ମ୍ୟାନେଜମେଣ୍ଟ ପଢ଼ିଥିଲେ। ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣି ଅନେକ ସଫଳତା ଦେଇଥିଲେ ବି ପ୍ରେମରେ ଫେଲ୍ ହେଇଥିବା ରତନ ଟାଟା ତାଙ୍କ ପ୍ରେମ ପାଇଁ ଉଦାହରଣ ହେଇ ରହିବେ।

ରତନ ଟାଟାଙ୍କ ପ୍ରେମ କାହାଣୀ
ମଣିଷ ହୁଏତ ଦିନେ ନା ଦିନେ ମରେ,କିନ୍ତୁ ସରେନା ପ୍ରେମ କାହାଣୀ। ସବୁ ପ୍ରେମ ନାଟକର ଅନ୍ତିମ ଅଧ୍ୟାୟ ସିନ୍ଦୁର ହେଇନଥାଏ। ବେଦୀ ନିଆଁ ପୂର୍ବରୁ କିଛି ପ୍ରେମ ଜଳିଯାଏ କ୍ୟାମ୍ପସର କ୍ୟାମ୍ପ ଫାୟାରରେ। ବ୍ୟକ୍ତି ଯେତେ ବି ସଫଳ ହେଉ ନା କାହିଁକି ପ୍ରେମରେ ହୁଏତ ସଫଳତା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏପରି ଅନେକ ସଫଳ ବ୍ୟକ୍ତି ଅଛନ୍ତି ଯିଏ ପ୍ରେମରେ ବିଫଳ ହେଇଛନ୍ତି। କିଏ ବାଧ୍ୟ ହେଇ ଅନ୍ୟ କାହାକୁ ବିବାହ କରିଛି ତ ଆଉ କିଏ ଏକା ଜୀବନ ଜିଇ ସାରା ଜୀବନ ପାଇଁ ଅବିବାହିତ ରହି ଯାଇଛନ୍ତି। ରତନ ଟାଟାଙ୍କ କାହାଣୀ ଠିକ୍ ଏମିତି।

ସଫଳ ବ୍ୟବସାୟୀ,ବିଫଳ ପ୍ରେମିକ
ଜଣେ ସଫଳ ବ୍ୟବସାୟୀ ଭାବେ ରତନ ଟାଟା ଯେତିକି ପରିଚିତି ତା ଠୁ ବେଶି ପରିଚିତ ନିଜ ମାନବିକତା ପାଇଁ। ମହାନୀୟତାର ମହାନାୟକ ଭାବେ ତାଙ୍କ ଚେହେରା ସ୍ବତନ୍ତ୍ର। ମାତ୍ର ସବୁଥିରେ ସଫଳ ହେଇଥିବା ରତନ ଟାଟା କାହିଁକି ଅବିବାହିତ ରହିଗଲେ ତାହା ବେଶ୍ ରୋଚକ।
ଯୁଦ୍ଧ ପାଇଁ  କରିପାରିଲେନି ସଂସାର
ରତନ ଟାଟା ବାହା ନହେବା ପଛର ମୁଖ୍ୟ କାରଣ ଥିଲା ନିଚ୍ଛକ ପ୍ରେମ। ନିଜ ମନରେ ସାଇତା ପ୍ରେମକୁ କବର ଦେଇ ନ ପାରି ସବୁଦିନ ପାଇଁ ଅବିବାହିତ ରହିଗଲେ। ଯାହା ତାଙ୍କୁ ଅବିବାହିତ ଉଦ୍ୟୋଗପତିର ପରିଚୟ ଦେଇଛି। ସବୁ ପ୍ରେମ ସିନ୍ଦୁରରେ ଶେଷ ସ୍ବାକ୍ଷର କରେନି,ସବୁ ପ୍ରେମ ବେଦୀର ହୋମ ନିଆଁରେ ସ୍ବୀକୃତି ପାଏନି। କିଛି ପ୍ରେମ ଅବଶୋଷ ପାଲଟି ସାରା ଜୀବନ ରହିଯାଏ। ରତନ ଟାଟାଙ୍କ ଜୀବନରେ କିଛି ଏମିତି ହିଁ ଘଟିଥିଲା। ୧୯୬୨ର ଇଣ଼୍ଡୋ-ଚାଇନା ଯୁଦ୍ଧ ତାଙ୍କ ପ୍ରେମକୁ ପ୍ରତାରଣାର ନାଁ ଦେଇଥିଲା। ଶେଷରେ ଯୁଦ୍ଧ କାଳୀନ ଭିତ୍ତିରେ ବନ୍ଧା ପଡିଥିଲା ରତନ ଟାଟାଙ୍କ ପ୍ରେମ କାହାଣୀ।

ରତନ ଆମେରିକାରେ ଥିଲା ବେଳେ ଲସ ଆଞ୍ଜେଲସ ସହରର ଜଣକୁ ଭଲ ପାଉଥିଲେ। ତାଙ୍କ ପ୍ରେମ ଏତେ ନିବିଡ ଥିଲା ଯେ ସେ ବିବାହ କରିବାକୁ ନିଷ୍ପତ୍ତି ବି ନେଇଥିଲେ। ମାତ୍ର ଗୋଟାଏ ଫୋନକଲରେ ସବୁ କିଛି ଚୁରମାର ହେଇଗଲାତାଙ୍କ ଜେଜେମାଙ୍କ ସ୍ବାସ୍ଥ୍ୟ ଖରାପ ଶୁଣି ସେ ଭାରତ ଆସିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପ୍ରେମିକା ଭାରତ ଆସିବାକୁ ରାଜି ଥିଲେ ସୁଦ୍ଧା ଯୁଦ୍ଧ ପାଇଁ ପରିବାର ଲୋକଙ୍କ ବାରଣ ପାଇଁ ଆସିପାରି ନଥିଲେ। ରତନ ଅଧିକ ଦିନ ଭାରତରେ ରହିବା ପରେ ବାଧ୍ୟ ହୋଇ ତାଙ୍କ ପ୍ରେମିକା ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ରତନ ବହୁଦିନ ପରେ ଜାଣିବାକୁ ପାଇଲେ ତାଙ୍କ ପ୍ରେମିକା ଅନ୍ୟ କାହାକୁ ବିବାହ କରିଛନ୍ତି। ଯାହା ଫଳରେ ସେ ସବୁଦିନ ପାଇଁ ଅବିବାହିତ ରହିଗଲେ।