Category Politics

BJDରୁ ହଟିଯିବ ସଂଗଠନ ସମ୍ପାଦକ ପଦ !

ବିଜୁ ଜନତା ଦଳରେ ବିବାଦ ଏବେ ଉଗ୍ର ଭୈରବ ପାଣ୍ଡିଆନଙ୍କୁ ନେଇ ବରିଷ୍ଠଙ୍କ ଟାର୍ଗେଟରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀଙ୍କ ପରି ବରିଷ୍ଠ BJD ନେତା, ନବୀନଙ୍କୁ ମିଛୁଆ ଉପାଧିରେ ସମ୍ବୋଧିତ କଲାବେଳେ, ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ସିନିୟର କହୁଛନ୍ତି- ନବୀନ ବାବୁ, ନାଲିଆଖି ଦେଖାନ୍ତୁ ନାହିଁ
କିନ୍ତୁ ଯାହା ପାଇଁ ଏତେ ସବୁ ନାଟ, ସେହି ପାଣ୍ଡିଆନ ମହାଶୟ, ନିଜ କୋଟରୀକୁ ଧରି BJD ସଂଗଠନ ନିର୍ବାଚନ କାମରେ ଲାଗିଛନ୍ତିଆସନ୍ତା 19 ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ BJD ରାଜ୍ୟ ସଭାପତି ଘୋଷଣା ହୋଇପାରନ୍ତିତାହାରି ଭିତରେ ନିଜର ସମସ୍ତ ବିରୋଧି ତଥା ପ୍ରତିଭାବାନ ନେତାଙ୍କୁ କୋଣଠେସା କରିବାରେ ଲାଗିଛନ୍ତି ପାଣ୍ଡିଆନଗୋଡ଼ାଣିଆଙ୍କୁ ଜିଲ୍ଲା ସଭାପତିର ଦାୟିତ୍ୱ ଦେଇ ଖୋସାମତିଆ ନେତାଙ୍କୁ ରାଜ୍ୟସ୍ତରୀୟ ପଦରେ ବସାଇବା ଯୋଜନାରେ ଅଛନ୍ତି ପାଣ୍ଡିଆନ।

                       ନମ୍ବର 2 ରେସରେ ସଞ୍ଜୟ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,
BJDରେ ଆଉ ସଂଗଠନ ସଂପାଦକ ପଦ ରହି ନପାରେ ! ଅଣଓଡ଼ିଆ ପାଣ୍ଡିଆନ ଏତେ ପାଓ୍ୱାରଫୁଲ୍ ଯେ ପୂର୍ବରୁ BJDମହାସଚିବ ପଦକୁ ଉଚ୍ଛେଦ କରିଥିଲେ । BJPକୁ କପି କରୁଥିବା ପାଣ୍ଡିଆନ ମହାଶୟ, BJDରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କଲେଫଳରେ 5 ମାର୍ଚ୍ଚ 2020 ବିଜୁ ଜୟନ୍ତୀରେ ପ୍ରଣବ ପ୍ରକାଶ ଦାସ ଓରଫ ବବି BJDର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହେଲେ। କିନ୍ତୁ 2024 ନିର୍ବାଚନରେ BJD ପରାଜିତ ହେବା ପରେ ହେଲିକପ୍ଟରରେ ଉଡୁଥିବା ପାଣ୍ଡିଆନ ବାବୁ ଏବେ ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିବା ଯୋଜନାରେ…।
                     ପଲିଟିକାଲ୍ ଆଫାୟାର୍ସ କମିଟି
ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ଦୁଇଟି ପଦକୁ ହଟାଇ ପଲିଟିକାଲ୍ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ ହେଉଛି ଯେଉଁଥିରେ ବରିଷ୍ଠ ଏବଂ ଯୁବ ନେତୃତ୍ୱ ସଦସ୍ୟ ରହିବେ । ନବୀନ ପଟ୍ଟନାୟକ ସେହି କମିଟିର ଅଧ୍ୟକ୍ଷ ହୋଇପାରନ୍ତି  BJDର ପଦ ମର୍ଯ୍ୟାଦାରେ ନବୀନଙ୍କ ପଛକୁ ସଞ୍ଜୟ ଦାସବର୍ମାଙ୍କୁ ଫିଟ୍ କରିପାରନ୍ତି ପାଣ୍ଡିଆନା । କାରଣ ପାଣ୍ଡିଆନା ଜାଣିଛନ୍ତି, ସଞ୍ଜୟ ଜଣେ ବିଫଳ ନେତା। ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରୁ ଲଢ଼ିବାକୁ ଭୟ କରି ସତ୍ୟବାଦୀରୁ ଲଢି, ପରାଜିତ ହୋଇଛନ୍ତି ସଞ୍ଜୟସେ କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ପାଇଁ ବିପଦ ହୋଇନପାରନ୍ତି! ବରଂ Yes Boss କହି ପାଣ୍ଡିଆନଙ୍କ ଆଜ୍ଞାଧିନ ହୋଇଯିବେ ସଞ୍ଜୟ ଦାସବର୍ମା।

               ପାଣ୍ଡିଆନଙ୍କ କଳା କାରନାମା ଜାଣନ୍ତି ବବି
କିନ୍ତୁ ପାଣ୍ଡିଆନଙ୍କ ସବୁ କଳା କାରନାମାର ମୁଖସାକ୍ଷୀ ବବି ଦାସ, ଭବିଷ୍ୟତରେ କଣ୍ଟା ହୋଇପାରନ୍ତି
ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆଗରେ ରଖି ବବି ଦାସ କିଛି ବି ଖେଳ କରିପାରନ୍ତି । ସିନିୟର ପଲିଟିଆସନଙ୍କ ପୁଅ ମାନଙ୍କୁ ମେଳି କରିବା ପାଇଁ ଆର୍ଥିକ ସହଯୋଗ ବି ଦେଇପାରନ୍ତି। ତେଣୁ ସବୁ ଜାଣୁଥିବା ପାଣ୍ଡିଆନଙ୍କ ଫୁର୍ମୂଲାରେ ରେଡ୍ ଜୋନକୁ ଆସି ଯାଇଛନ୍ତି ବବି। ସେଥିପାଇଁ ସାଙ୍ଗଠନିକ ସମ୍ପାଦକ ପଦ ହଟିପାରେ?
ପୂର୍ବରୁ ତ ବବିଙ୍କୁ ପାୱାରଲେସ୍ କରିବାକୁ ଚକ୍ରାନ୍ତ ହୋଇଥିଲା। ପାଣ୍ଡିଆନଙ୍କ ଚକ୍ରାନ୍ତରେ ସମ୍ବଲପୁର ଲଢ଼ିବାକୁ ଗଲେନି ଯେ, ଲୋକସଭା ତ ଦୂରର କଥା ବିଧାନସଭାର ରାସ୍ତା ବି ତାଙ୍କ ପାଇଁ ବନ୍ଦ ହୋଇଗଲା। ନିଜେ ଜିତିଥିବା ଯାଜପୁର ସିଟରେ ମା
ଙ୍କୁ ଲଢ଼ାଇ ଥିଲେ ହୁଏତ ଉପ-ନିର୍ବାଚନ ଜରିଆରେ ବିଧାନସଭା ଆସି ପାରିଥାଆନ୍ତେ ମାତ୍ର କୋରେଇରୁ ମାଙ୍କୁ ଲଢ଼ାଇ ପରାଜୟର ସ୍ୱାଦ ଚାଖିଲେ। ନା ବବି ଲୋକସଭା ଯାଇପାରିଲେ,ନା ମା ବିଧାନସଭା। ଆଉ ନିର୍ବାଚନ ପରେ ଭାଇ ଭବପ୍ରକାଶ ଦାସ ଗିରଫ ହୋଇ ଜେଲ୍ ଗଲେ।
ବବି ଦାସଙ୍କ ଭିତରେ କୁହୁଳୁ ଥିବା ନିଆଁକୁ ପ୍ରଶମିତ କରିବା ପାଇଁ ପାଣ୍ଡିଆନ, ବବିଙ୍କୁ ପାଓ୍ୱାରଲେସ୍ କରୁଛନ୍ତି। ଆଉ ବବି ଦାସଙ୍କୁ ଚେକମେଟ୍ ଦେବା ପାଇଁ ସଞ୍ଜୟ ଦାସବର୍ମାଙ୍କୁ ପ୍ରମୋଟ କରିପାରନ୍ତି ପାଣ୍ଡିଆନ !

BJDକୁ ବିକି ଦେଇଥାଆନ୍ତେ ପାଣ୍ଡିଆନ

ବିଜୁ ଜନତା ଦଳକୁ ନେଇ ବିଭିନ୍ନ ନେତାଙ୍କ ଅସନ୍ତୋଷ ଧିରେଧିରେ ପଦାକୁ ଆସୁଛି।ବିଶେଷକରି ବରିଷ୍ଠ ନେତା ଏବେ ନବୀନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି।ଦଳ ଭିତରେ ଥିବା ପ୍ରଫୁଲ୍ଲ ମଲ୍ଲିକ,ନୃସିଂହ ସାହୁଙ୍କ ଭଳି ନେତା ଟାର୍ଗେଟ କରିବା ସହ ଏ ଧାରାରେ ସାମିଲ ହେଲେଣି ଦଳରେ ନଥିବା ନେତା। ନବୀନଙ୍କୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଧିରେ ଧିରେ ପଦାକୁ ଆସୁଛି।ଯୋଉଥିରେ ସାମିଲ ହୋଇଛନ୍ତି ବିଜେଡି ଟିକେଟରେ ସାଂସଦ ହୋଇ ପରେ ଦଳ ଛାଡି ବିଜେପିରେ ମିଶିଥିବା ପ୍ରସନ୍ନ ପାଟ୍ଟଶାଣୀ।ନବୀନଙ୍କୁ ନେଇ ବିଷୋଦ୍ଗାର କରିଛନ୍ତି ପ୍ରସନ୍ନ।ବାବାଙ୍କ ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ। ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି BJDର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ। ଖାଲି ଏତିକି ନୁହେଁ BJD ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି। ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି,ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍‌ ଶୁଣେଇଛନ୍ତି ପ୍ରସନ୍ନ। 

Continue reading

    ପାଓ୍ୱାରଲେସ୍ ନବୀନ, BJD ଫାଟକୁ ଯୋଡି ପାରିବେ ତ?

17 ସେପ୍ଟେମ୍ବର 2002, ସଚିବାଳୟର ତୃତୀୟ ମହଲାରେ ବସିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ ବାଜିଲା, ଉଠାଇଲେ ନବୀନଖବର ଆସିଲା BJDର 6 ସାଂସଦ,ସ୍ୱତନ୍ତ୍ର ଗ୍ରୁପର ମାନ୍ୟତା ଦାବି କରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତିଏପରି ଶୁଣି ଗମ୍ଭୀର ହୋଇଗଲେ ନବୀନ।ଦିଲ୍ଲୀ ଫୋନରେ ମୃଦୁ ଭୂମିକମ୍ପ ହେଲା ଓଡ଼ିଶା ପଲିଟିକ୍ସରେ। ସମସ୍ତେ ଭାବିଲେ ତତ୍କାଳୀନ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ନେତୃତ୍ୱରେ BJD ଦି ଫାଳ ହେଇଯିବମୁଖ୍ୟମନ୍ତ୍ରୀ ପଦରୁ ହଟିଯିବେ ନବୀନ। କିନ୍ତୁ ସେହି ଫୋନର କିଛି ମିନିଟ ପରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଲେ, “Nothing is wrong. I am in command.”

ସେଥର ଲୋକସଭାରେ…

ତେବେ 2002 ସେପ୍ଟମ୍ବରରେ BJDର ଲୋକସଭା ସଂସଦୀୟ ଦଳରେ ଫାଟ ହୋଇଥିଲା। 10 ସାଂସଦଙ୍କ ମଧ୍ୟରୁ 6 ଜଣ ନବୀନଙ୍କ ନେତୃତ୍ୱକୁ ଚାଲେଞ୍ଜ କରିଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଭାତ ସାମନ୍ତରାୟ, କୁମୁଦିନୀ ପଟ୍ଟନାୟକ, ଭର୍ତ୍ତୃହରି ମହତାବ ଏବଂ ଜଗନ୍ନାଥ ମଲ୍ଲିକ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ।ସେମାନେ ପ୍ରକୃତ ବିଜୁ ଜନତା ଦଳ, ବ୍ରଜକିଶୋର ତ୍ରିପାଠୀଙ୍କୁ ହଟାଇ ଭର୍ତ୍ତୃହରି ମହତାବଙ୍କୁ ମୁଖ୍ୟ ସଚେତକ କରିବା ସହ ଅର୍ଜୁନ ସେଠୀଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସଂସଦୀୟ ଦଳ ନେତା କରାଯାଉ। ହେଲେ ତତ୍କାଳୀନ ବାଚସ୍ପତି ମନୋହର ଯୋଷୀ, ବିରୋଧି ପକ୍ଷରେ ଥିବା 4 BJD ସାଂସଦଙ୍କୁ ପ୍ରାଧାନ୍ୟ ଦେଲେ। ଫଳରେ ବ୍ରଜ ତ୍ରିପାଠୀ, ଅର୍ଜୁନ ସେଠୀ, ତ୍ରିଲୋଚନ କାନୁନଗୋ ଏବଂ ପଦ୍ମନାଭ ବେହେରାଙ୍କ ଗ୍ରୁପର ଜିତାପଟ ହୋଇଥିଲା।

ସବୁବେଳେ ସାମନ୍ତରାୟ…

ସେତେବେଳର ବିବାଦର ମୂଳରେ ଥିଲେ, ଅର୍ଜୁନ୍ ଚରଣ ସେଠୀଙ୍କୁ ବିରୋଧ କରିବାରୁ ପ୍ରଭାତ ସାମନ୍ତରାୟ, ଜଗନ୍ନାଥ ମଲ୍ଲିକ ଓ କୁମୁଦିନୀ ପଟ୍ଟନାୟକଙ୍କୁ ଅଗଷ୍ଟ 2002ରେ ଦଳରୁ ନିଲମ୍ବିତ କରାଯାଇଥିଲା। ସେତେବେଳେ ଟାର୍ଗେଟରେ ଥିଲେ BJD ଲୋକସଭା ସଂସଦୀୟ ଦଳର ନେତା ଅର୍ଜୁନ ସେଠୀ, ଆଉ ପ୍ରସଙ୍ଗ ଥିଲା ସଂସଦୀୟ ଦଳର ବୈଠକ କରାଯାଉ ଆଉ ଏବେ ଟାର୍ଗେଟରେ ଅଛନ୍ତି BJD ରାଜ୍ୟସଭା ସଂସଦୀୟ ଦଳର ନେତା ସସ୍ମିତ୍ ପାତ୍ରଆଉ ପ୍ରସଙ୍ଗ ରହିଛି, ୱାକଫ୍ ସଂଶୋଧନ ବିଲରେ BJDର ବିବେକାନୁମୋଦିତ ଭୋଟିଂସେ ସମୟରେ ନବୀନଙ୍କ ପାଇଁ କଣ୍ଟା ହୋଇଥିଲେ ପ୍ରଭାତ ସାମନ୍ତରାୟଏବେ ଆଉ ଜଣେ ସାମନ୍ତରାୟ, ଅର୍ଥାତ ଦେବାଶିଷଙ୍କ ପାଇଁ ନବୀନଙ୍କ ମାନସପୁତ୍ର କୁହାଯାଉଥିବା ପାଣ୍ଡିଆନ ଅଡ଼ୁଆରେ

ନାହାଁନ୍ତି ବାଜପେୟୀ

ତେବେ 2002 ସେପ୍ଟେମ୍ବର ମାସର ସ୍ଥିତି ଥିଲା ଭିନ୍ନ। ସେତେବେଳେ ଓଡ଼ିଶାରେ BJP-BJD ମେଣ୍ଟ ସରକାର ଥିଲା। ଆଉ ବାଜପେୟୀ-ଆଡଭାନୀଙ୍କ ପ୍ରିୟ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ ନବୀନଏବେ କିନ୍ତୁ ଚିତ୍ର ସଂପୂର୍ଣ୍ଣ ଅଲଗା। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାଁନ୍ତି,କି BJP-BJD ମଧ୍ୟରେ ମେଣ୍ଟ ନାହିଁ। ବରଂ ବାଜପେୟୀ-ଆଡଭାନୀଙ୍କ ସିଟରେ ଏବେ ମୋଦୀ-ଶାହଙ୍କ ଭଳି ହାର୍ଡକୋର ପଲିଟିସିଆନ୍।

ଫାଟିଯିବ ଶଙ୍ଖ

ଅନ୍ୟପଟେ ପ୍ରଭାତ ତ୍ରିପାଠୀ ନବୀନଙ୍କୁ ମିଛୁଆ ଭାବେ ପ୍ରମାଣିତ କରିଥିଲା ବେଳେ ପ୍ରଫୁଲ୍ଲ ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ କଲେଣି BJDର ଏଭଳି ଅବସ୍ଥା ଦେଖି କଂଗ୍ରେସରୁ ଆସି BJD ଟିକେଟରେ ବିଧାୟକ ହୋଇଥିବା ଗଣେଶ୍ୱର ବେହେରା, ସାରଦା ଜେନା, ସାରଦା ନାୟକ, ଯୋଗେଶ ସିଂହ, ଅଧିରାଜ ପାଣିଗ୍ରାହୀଙ୍କ ପରି ନେତା ହୁଏତ ନବୀନଙ୍କୁ ଆଉ ଭରସି ପାରିବେ ନାହିଁ । ସେପଟେ BJDର ଅନେକ ବିଧାୟକ 2029 ନିର୍ବାଚନରେ BJPରେ ନିଜର ଭବିଷ୍ୟତ ସୁରକ୍ଷିତ ଦେଖୁଛନ୍ତି

ଏଇ ଯେମିତି କେନ୍ଦୁଝର ଜିଲ୍ଲାର 3 BJD ବିଧାୟକ(ବଦ୍ରି ପାତ୍ର, ସନା ମହାକୁଢ଼ ଓ ଅଭିମନ୍ୟୁ ସେଠୀ) ନବୀନଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୁସମ୍ପର୍କରେ ଅଛନ୍ତି ଏଥିରୁ ବୁଝା ପଡୁଛି BJD ବିଧାୟକଙ୍କ ଉପରେ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣ ହ୍ରାସ ପାଉଛିତାହଲେ କଣ 2024 ନିର୍ବାଚନରେ ଓଡ଼ିଶା ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ଏବେ ନିଜ ଦଳକୁ ବଞ୍ଚାଇବାରେ ନବୀନ ପଟ୍ଟନାୟକ ବିଫଳ ହେବେ !

ନବୀନ ବାବୁ, ‘ଆମେ ତମ ପାଖରେ ଚାକିରି କରିନାହୁଁ’

‘‘ଆମେ କିଏ କୋଉଠି ବସିବୁ, ସେସବୁ ଆମ ବ୍ୟକ୍ତିଗତ କଥା। କିଏ ଆମକୁ କାହିଁକି ନାଲିଆଖି ଦେଖାଇବ? କେହି ବି ଆମକୁ ନାଲିଆଖି ଦେଖେଇ ପାରିବେ ନାହିଁ । ଆମର ବୟସ ହେଲାଣି, ଆମେ କଣ ଚାକିରି କରିଛୁ ? ଯେତେବେଳେ ଯୋଉଠି ମନ ହବ ବସିବୁ, ଆମକୁ କେହି ମନା କରି ପାରିବେ ନାହିଁ । ଆମେ କେତେବେଳେ କୋଉଠି ବସିବୁ ସେଥିରେ କ’ଣ ଅଛି? ଆମେ କଣ ହୋଟେଲରେ ବସି ପାରିବୁନି ? ନାଲିଆଖି ଦେଖାଅନି, ଆମେ ହୋଟେଲରେ ବସିବୁ, କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ।’’
ଏଭଳି ମୁହଁ ଚିଞ୍ଚଡ଼ା କଥା କହି ନବୀନ ପଟ୍ଟନାୟକଙ୍କୁ ନାଲିଆଖି ଦେଖାଇବା ବନ୍ଦ କରିବା ପାଇଁ ତାଗିଦ କରିଛନ୍ତି BJDର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କୁ ଖାତିର କରୁନଥିବା ପ୍ରଫୁଲ୍ଲଙ୍କ କଥାରୁ ସ୍ପଷ୍ଟ ହେଲାଣି ଯେ BJD କନ୍ଦଳ ଘମାସନ ହେଲାଣି। ଯେଉଁଥିରେ BJDର ବରିଷ୍ଠ ନେତା ନବୀନଙ୍କୁ କାଉଣ୍ଟର କରିବା ଆରମ୍ଭ କରିଦେଲେଣି।

  • ଭୈରବ ପାଣ୍ଡିଆନଙ୍କୁ ପାଇଁ ଓକିଲାତି କରୁଥିବା ନବୀନ ପଟ୍ଟନାୟକଙ୍କୁ ଜଣେ ମିଛୁଆ ବୋଲି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ କହିଲେ ।
  • ପ୍ରଭାତ ତ୍ରିପାଠୀ BJDରେ ନାହାନ୍ତି କହୁଥିବା ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରି ପ୍ରଭାତ କହିଲେ,ତାଙ୍କ ଉପରୁ 10 ନଭେମ୍ୱର 2017ରେ ନିଲମ୍ବନର ଆଦେଶ ଉଠା ଯାଇଛି9 ଏପ୍ରିଲ 2025ରେ ନବୀନ କହୁଛନ୍ତି ମୁଁ BJDରେ ନାହିଁ। ଏଥିରୁ ବୁଝା ପଡୁଛି ନବୀନ ଜଣେ ମିଛୁଆ।
Pravat Tripathy
  • ପୂର୍ବତନ ମନ୍ତ୍ରୀ ଅମର ଶତପଥି କହିଲେ,ପ୍ରଭାତ ତ୍ରିପାଠୀ BJDର ଆସେଟ୍, ନବୀନ ବାବୁଙ୍କ ସହ ସେ ଗତ ନିର୍ବାଚନରେ ଷ୍ଟେଜ୍ ସେୟାର୍ କରିଛନ୍ତି ପ୍ରଭାତଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ହଟିଛି। ପ୍ରଭାତ ଏବେ BJDରେ ନାହାନ୍ତି ବୋଲି ନବୀନ ବାବୁ କହିବା ଠିକ୍ ହୋଇନି।’’

ପ୍ରଭାତ-ଅମରଙ୍କ କାଉଣ୍ଟରକୁ 24ଘଣ୍ଟା ନପୁରୁଣୁ, ନବୀନଙ୍କୁ ତାଗିଦ୍ କଲେଣି ଆଉ ଜଣେ ନେତା
ହୋଟେଲରେ ନେତାଙ୍କ ବୈଠକକୁ ନେଇ ନବୀନ ମନା କରୁଥିଲା ବେଳେ, ପ୍ରଫୁଲ୍ଲ ମଲ୍ଲିକ କହିଲେଣି, ଆମ ତମ ପାଖରେ ଚାକିରି କରିନାହୁଁ । ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି

  • ‘‘ନବୀନ ବାବୁ ନାଲିଆଖି ଦେଖାଇ ପାରିବେ ନାହିଁ
  • କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବୁ
  • ଆମେ କେହି ଚାକିରି କରିନୁ, ଆମର ବୟସ ହେଲାଣି
  • ଆମେ କିଏ କୋଉଠି ବସିବୁ, ଆମ ବ୍ୟକ୍ତିଗତ କଥା
  • ଆମ ମନ ଯେତେବେଳେ ଯୋଉଠି ହବ ବସିବୁ
  • ଆମକୁ କେହି ମନା କରି ପାରିବେନି
  • ବରିଷ୍ଠ ନେତାମାନେ ହୋଟେଲରେ ମେଳି କରି ନାହାନ୍ତି
  • ଆମେ କେତେବେଳେ କୋଉଠି ବସିବୁ ସେଥିରେ କଣ ଅଛି
  • ଆମେ କଣ ହୋଟେଲରେ ବସି ପାରିବୁନି?
  • ମୁଁ ଦୁଇଟା ଦୃଷ୍ଟିରୁ ପାଣ୍ଡିଆନଙ୍କୁ ବିଚାର କରେ, 1- ସେ ନବୀନ ବାବୁଙ୍କ ପୂର୍ବତନ ପ୍ରାଇଭେଟ୍ ସେକ୍ରେଟାରୀ, 2- ସେ ଜଣେ ଅବସରପ୍ରାପ୍ତ IAS 
  • ପାଣ୍ଡିଆନ ସ୍ପଷ୍ଟ କରନ୍ତୁ, ସେ BJDରେ ହସ୍ତକ୍ଷେପ କରୁ ନାହାନ୍ତି ’’
    ଜଣକ ପରେ ଜଣେ ବରିଷ୍ଠ ନେତା ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରୁଥିଲା ବେଳେ, ପାଣ୍ଡିଆନ ପନ୍ଥୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ କେତେ ଲୋକହସା କରିବେ ?

ପାଣ୍ଡିଆନଙ୍କ ପାଇଁ ନବୀନ କାହିଁକି ମିଛ କହୁଛନ୍ତି?

BJD ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ। ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କୁ ନବୀନଙ୍କର ଖୋଲା ସମର୍ଥନକୁ ସେ ବିରୋଧ କରିଛନ୍ତି ପ୍ରଭାତ କହିଛନ୍ତି,ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ9 ଏପ୍ରିଲ(ଗତକାଲି)ରେ ତାଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକ ଦେଇଥିବା ବିବୃତିକୁ କାଉଣ୍ଟର କରି ପ୍ରଭାତ ତ୍ରିପାଠୀ କହିଲେ.. 

  • ନବୀନ ପଟ୍ଟନାୟକ, ମୋ ନାଁ ଯୋଡି ବିବୃତି ଦେଲେ ଯେ ମୁଁ BJDରେ ନାହିଁ,
  • ଗୋଟେ କେସ୍ ର ତଦନ୍ତ ଷ୍ଟେଜରେ BJD ମୋତେ ନିଲମ୍ବନ କରିଥିଲା,
  • ଆଜି ଯାଏଁ ମୁଁ ଦଳରେ ନାହିଁ ବୋଲି ବୋଧେ ନବୀନଙ୍କୁ, ତାଙ୍କ ଅଫିସ ଫିଡ୍ କରିଥିଲା,
  • କିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ 2017ରେ ମୋ ଉପରୁ ନିଲମ୍ବନ ଆଦେଶ ଉଠିଯାଇଛି,
  • ନିଲମ୍ବନ ପ୍ରତ୍ୟାହାର ପାଇଁ ମୁଁ ନିଜ ଆଡୁ କହି ନଥିଲି,
  • ମାନେ ଗତକାଲି ଯାଏଁ ମୁଁ BJDର ସଦସ୍ୟ ଥିଲି,
  • ଅପର ପକ୍ଷରେ ନବୀନ ବାବୁ କହିଲେ ପାଣ୍ଡିଆନ ବହୁତ ଭଲ କାମ କରିଛନ୍ତି ଯାହା ରାଜ୍ୟବାସୀ ଓ BJD କର୍ମୀଙ୍କୁ irritate କରିଛି
  • ମୁଁ ଦଳରେ ନାହିଁ ବୋଲି ମିଥ୍ୟା କଥା ନବୀନ ପଟ୍ଟନାୟକ କହିବା ଆଶା ନଥିଲା
  • ମୁଁ ନିଲମ୍ବନ ନହୋଇ ମୁଁ ଦଳରେ ନାହିଁ କହିବା ଅର୍ଥ ମୁଁ ଆଉ BJDରେ ସୁରକ୍ଷିତ ନୁହେଁ

ସେହିଭଳି ବିଭିନ୍ନ ନିର୍ବାଚନରେ BJD ତାଙ୍କୁ ପ୍ରଚାର କାର୍ଯ୍ୟରେ ଉପଯୋଗ କରିଛି । ଯଦି ସେ 2017ରେ BJDରୁ ନିଲମ୍ବିତ, ତାହେଲେ 2019ର ଏକ ନିର୍ବାଚନ ସଭାରେ ସେ ଭାଷଣ ଦେବା ସମୟରେ ନବୀନ ବାବୁ  କାହିଁକି ବସିଥିଲେ ବୋଲି ପ୍ରଭାତ ପ୍ରଶ୍ନ କରିଛନ୍ତି? ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିବା ପ୍ରଭାତ, ପାଣ୍ଡିଆନଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର କହି ଟାର୍ଗେଟ କରି କହିଛନ୍ତି…

  • ନିର୍ବାଚନ ସଭାରେ ମୋ ବିନା ଉପସ୍ଥିତିରେ ପାଣ୍ଡିଆନ ମୋ ସପକ୍ଷରେ କହିଥିଲେ,
  • ପ୍ୟାରୀ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ସମୟରେ BJD ପାଇଁ ମୋ ଯୋଗଦାନ କଣ ଥିଲା, 10 ହଜାର ଲୋକଙ୍କ ଆଗରେ ପାଣ୍ଡିଆନ ସ୍ୱୀକାର କରିଥିଲେ

ଅପର ପକ୍ଷରେ ୱାକଫ୍ ବିଲରେ BJD ସାଂସଦ ମାନଙ୍କ ଭୋଟିଂ ବିବାଦର ସମାଧାନ ପରିବର୍ତ୍ତେ, ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରି, ସ୍ଥିତିକୁ ଗୋଳିଆ କରାଗଲା ପାଣ୍ଡିଆନଙ୍କୁ ସମର୍ଥନ ଦେଇ ତାଙ୍କ ମୁଣ୍ଡ କାଟି ଏହା କରିବାକୁ ଚେଷ୍ଟା ହୋଇଛି ବୋଲି ପ୍ରଭାତ ଆକ୍ଷେପ କରି କହିଛନ୍ତି…

  • ଗତ ନିର୍ବାଚନରେ ଲୋକେ ଅଣଓଡ଼ିଆ ପାଣ୍ଡିଆନାଙ୍କ ରାଜନୈତିକ ପ୍ରାଧାନ୍ୟକୁ ଗ୍ରହଣ କଲେନି,
  • ଯଦି ସେ 10 ମାସ ହେବ ଦଳରେ ନାହାନ୍ତି, ଲୁଚୁଛି ନା ଗୋଡ଼ ଦୁଇଟା ଦିଶୁଛି ଯଦି ପାଣ୍ଡିଆନ ନିଷ୍ପତ୍ତି ନେଉଥିବେ ତେବେ BJDର ଭବିଷ୍ୟତ ଅନ୍ଧାର,
  • ଯିଏ କହୁଛନ୍ତି ପାଣ୍ଡିଆନ ଆମ ନେତା ଓ ତାଙ୍କ ଦୟାରୁ ନେତା ହୋଇଛନ୍ତି, ଲୋକେ ସେ ନେତା ମାନଙ୍କୁ ହଟାଇ ଦେବେ

ସେହିଭଳି ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ସୁଜାତାଙ୍କ ଦୃଢ଼ ସମର୍ଥକ ଅତନୁ ସବ୍ୟସାଚୀ ନାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରଭାତ। ସେ BJDରେ ନଥିବା କଥା କହୁଥିବା ଅତନୁଙ୍କୁ ପ୍ରଭାତଙ୍କ ପ୍ରଶ୍ନ…. 

  • “BJDର ନିର୍ବାଚନ ପ୍ରକ୍ରିୟା ଚାଲିଛି,
  • BJDରେ ସଦସ୍ୟ କିଏ ଅଛି କି ନାହିଁ, ଅତନୁ ବାବୁ କେମିତି ଆଗରୁ ଜାଣି ଗଲେ?
  • ମିଡନାଇଟ୍ ଅପରେସନ ପରେ ମୁଁ BJDର ନିର୍ବାଚନ ପରିଚାଳନା କରିଥିଲି,
  • ପ୍ୟାରୀ ବାବୁଙ୍କ ସହ ଅତନୁ ବାବୁ ମିଡନାଇଟ ଅପରେସନରେ ଥିଲେ

ମୋ ସମର୍ଥନରେ ନେତା ଆସିବେ ନା ନାହିଁ, ତାହା ସମୟ କହିବ । କିନ୍ତୁ ମୋତେ କହିବା ଜରିଆରେ ଅନ୍ୟ ବରିଷ୍ଠ ନେତାଙ୍କୁ ନବୀନ ୱାର୍ଣ୍ଣିଙ୍ଗ ଦେଇଛନ୍ତିତେବେ BJD ବିଧାୟକ ଥିବା ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଜଣେ adult, ପୁଅ BJDରେ ଯାହା କରିବ କରୁକିନ୍ତୁ ୱାକଫ୍ ବିଲ୍ ସମୟରେ BJD ସାଂସଦଙ୍କ ଭୋଟ୍ ସଂପର୍କରେ ଦଳର ନିଷ୍ପତ୍ତି କଣ ଥିଲା, ତାହା ନବୀନ ସ୍ପଷ୍ଟ କରନ୍ତୁ ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି ।