Category Politics

ନବୀନ ଛାଡି ପାରୁନାହାଁନ୍ତି, ସଭାପତି ମୋହ

19 ଏପ୍ରିଲ 2025ରେ ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ ଲଗାତର ନବୀନଙ୍କ ନବମ ଇନିଂସକୁ ନେଇ ଚର୍ଚ୍ଚା ଆଲୋଚନା ଏଇଥିପାଇଁ ନୁହେଁ କି, ନବୀନ ସଭାପତି ହେଲେସିଏ ତ ପ୍ରତିଥର ସଭାପତି ହୁଅନ୍ତି ! ଏଥିରେ କିଛି ନୂଆ କାହାଣୀ ନାହିଁ । କଥାଟି ହେଉଛି CM in Waiting ରେସ୍ ବା ମୁଖ୍ୟମନ୍ତ୍ରୀ ଚେୟାରରେ ଥାଇ, ନବୀନ ଏଥର BJD ସଭାପତି ହୋଇନାହାଁନ୍ତି
                             BJD ପ୍ରତିଷ୍ଠା ସମୟରେ ଅର୍ଥାତ 26 ଡିସେମ୍ବର 1997ରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ, କିନ୍ତୁ ସେ ଦଳର ପ୍ରଥମ ସଭାପତି ହେଲେ । ଆଉ ବିଜୁ ଜନତା ଦଳ ସରକାର ଗଠନ କରିବା ପରେ, ସେ BJD ସଭାପତି ପଦ ବଜାୟ ରଖିଲେ । କିନ୍ତୁ ବିରୋଧି ଦଳ ନେତାଙ୍କ ଦାୟିତ୍ୱରେ ରହିବା ବେଳେ, ନବୀନ ପ୍ରଥମ ଥର ପାଇଁ BJD ସଭାପତି ଭାବେ ମନୋନୀତ ହୋଇଛନ୍ତି ବିରୋଧି ଦଳରେ ବସିବାର ଅଭିଜ୍ଞତା ନଥିବା ନବୀନ ପଟ୍ଟନାୟକଙ୍କର, ନା ବିଧାନସଭା ପ୍ରତି ସମ୍ମାନ ଅଛି ନା BJD ସଂଗଠନ ପ୍ରତି।

  • ଗୋଟାଏ ପଟେ ବିରୋଧୀଦଳ ନେତା ହୋଇ ମଧ୍ୟ ବଜେଟ୍ ଅଧିବେଶନରେ ବିଧାନସଭା ପ୍ରାୟତଃ ଗଲେ ନାହିଁ ଅନ୍ୟପଟେ ପାଣ୍ଡିଆନଙ୍କ ପାଇଁ BJD ବରିଷ୍ଠ ନେତାଙ୍କ ନାଁରେ ମିଛ କହୁଛନ୍ତି
  • ସେଥିପାଇଁ BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ, ନବୀନ ପଟ୍ଟନାୟକଙ୍କୁ ମିଛୁଆ ଭାବେ ପ୍ରମାଣିତ କରିଥିଲା ବେଳେ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କହିଲେଣି -ନବୀନ ବାବୁ ଆଉ ‘ନାଲି ଆଖି ଦେଖାନ୍ତୁନି’

 

BJDରେ ଗଣତନ୍ତ୍ର ନାହିଁ

ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ, ଆଉ ଭାରତୀୟ ରାଜନୀତିର ମୂଳ ଆଧାର ଗଣତନ୍ତ୍ର ମାତ୍ର ବିଜୁ ଜନତା ଦଳର ସଭାପତି ଲିଷ୍ଟ୍ କହୁଛି, BJDରେ ଗଣତନ୍ତ୍ର ଶବ୍ଦର କିଛି ମାନେ ନାହିଁ

  • କେବଳ ନବୀନ ହିଁ 9ଥର ସଭାପତି ହୋଇ BJDକୁ ପାରିବାରିକ ଓ ବ୍ୟକ୍ତିକୈନ୍ଦ୍ରିକ ଦଳର ସାର୍ଟିଫିକେଟ ଦେଇଛନ୍ତି
  • BJDରେ ଅନ୍ୟ ନେତାଙ୍କୁ ବଢିବାକୁ ପ୍ରଶୟ ଦେଇନାହାନ୍ତି ଖୋଦ୍ ନବୀନ
  • ଏମିତିରେ ଦେଖିବାକୁ ଗଲେ କେବଳ BJD ନୁହେଁ ସବୁ ଆଞ୍ଚଳିକ ଦଳ, ବ୍ୟକ୍ତି ଓ ପରିବାର ଜାଲରେ ଛନ୍ଦି ହୋଇ ରହିଛନ୍ତି
  • ସମାଜବାଦୀ ପାର୍ଟି ହେଉ ବା RJD, JMM, TMC, TDP, DMK, ନ୍ୟାସନାଲ କନଫରେନ୍ସ ଏବଂ PDP ପରି ଆଞ୍ଚଳିକ ଦଳ, ସବୁଠି ରହୁଛି ବ୍ୟକ୍ତିବାଦର ପ୍ରଭାବ
  • ସମାଜବାଦୀ ପାର୍ଟିରେ ମୁଲାୟମ୍ ସିହଂ ଯାଦବଙ୍କ ପରେ ମୁଖ୍ୟ ମଙ୍ଗୁଆଳ ପୁଅ ଅଖିଳେଶ ଯାଦବ,
  • ଲାଲୁ ଯାଦବଙ୍କ ପରେ ତାଙ୍କ ସ୍ତ୍ରୀ ରାବିଡି ଦେବୀ ମୁଖ୍ୟମନ୍ତ୍ରୀ ହେଲେ। ଏବେ ପୁଅ ତେଜସ୍ୱୀ ଯାଦବ କହୁଛନ୍ତି ସେ ବିହାରର ମୁଖ୍ୟମନ୍ତ୍ରୀ ହେବେ
  • TMCରେ ମମତା ବାନାର୍ଜୀଙ୍କ ପରେ ମଙ୍ଗୁଆଳ ଲିଷ୍ଟରେ ଅଛନ୍ତି, ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ,
  • ସେହିପରି କରୁଣାନିଧିଙ୍କ ନିଧନ ପରେ ତାଙ୍କ ପୁଅ ଷ୍ଟାଲିନ୍ ଏବେ DMKର ମଙ୍ଗୁଆଳ,
  • ପଡୋଶୀ ଝାରଖଣ୍ଡରେ ଶିବୁ ସୋରେନଙ୍କ ପରିବାର ନିୟନ୍ତ୍ରଣରେ ସରକାର ଏବଂ କାଶ୍ମୀରରେ ଚାଲିଛି ଅବଦୁଲ୍ଲା ପରିବାରର ସରକାର ।
  • ତେବେ ଆନ୍ଧ୍ରରେ ଯଦିଓ NTR ପରିବାରର ସରକାର ଚାଲିଛି । କିନ୍ତୁ ଜ୍ୱାଇଁ ଚନ୍ଦ୍ରବାବୁ ନାଇଡୁ, ଶ୍ୱଶୁର NTRଙ୍କୁ ଧୋକା ଦେଇ TDPକୁ ନିଜ ନିୟନ୍ତ୍ରଣକୁ ନେଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ।
    ଆଉ ଓଡ଼ିଶାରେ ବାପା ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଜନତା ଦଳ ତିଆରି କରି ଦୀର୍ଘ 24 ବର୍ଷ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଶାସନ କାଳରେ, ନା କ୍ଷମତାରୁ ବିଦା ହେବା ପରେ, କାହାକୁ BJD ସଭାପତି କଲେ ନବୀନ?

କେବଳ ଆଞ୍ଚଳିକ ଦଳ କାହିଁକି କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା ! ନେହରୁ ପରିବାରରୁ 5 ଜଣ କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି। ଗୋଟିଏ ପରିବାରରୁ ଜବାହରଲାଲ ନେହୁର, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି କଂଗ୍ରେସର ସଭାପତି ହୋଇଛନ୍ତି । କଂଗ୍ରେସ ଇତିହାସରେ ତ ଦଳର ସର୍ବକାଳୀନ ସଭାପତି ହେଉଛନ୍ତି ସୋନିଆ ଗାନ୍ଧି  ଦୁଇଟି କାର୍ଯ୍ୟକାଳରେ 22 ବର୍ଷ ପାଇଁ କଂଗ୍ରେସ ସଭାପତି ପଦର ଦାୟିତ୍ୱ ତୁଲାଇଛନ୍ତି ସୋନିଆ ଗାନ୍ଧି
ତେବେ BJP, CPI ଏବଂ  CPI(M) ପରି ରାଜନୈତିକ ପାର୍ଟିରେ କୌଣସି ପରିବାର ବା ବ୍ୟକ୍ତିଙ୍କର ଶତ ପ୍ରତିଶତ ନିୟନ୍ତ୍ରଣ ନଥାଏ। ଏସବୁ ଦଳରେ ନିରନ୍ତର ବ୍ୟବଧାନରେ ସଭାପତି ବା ମହାସଚିବ ପରିବର୍ତ୍ତନ ହୋଇଥାଆନ୍ତି।  

ବିଜୁଙ୍କ ସମାଧିକୁ ନେଇ ମିଛ କହିଛନ୍ତି ପାଣ୍ଡିଆନ

17 ଏପ୍ରିଲ 1997ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା। ବିଜୁ ବାବୁଙ୍କ ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ୱରରୁ ସ୍ୱର୍ଗ ଦ୍ୱାର ପର୍ଯ୍ୟନ୍ତ ଥିଲା ଜନସମୁଦ୍ର। ଯଦିଓ ଭୋଟରଙ୍କ ବିଶ୍ୱାସ ଜିଣିବାରେ ଶତ ପ୍ରତିଶତ ସଫଳ ନଥିଲେ, କିନ୍ତୁ ପ୍ରତ୍ୟେକ ଓଡ଼ିଆଙ୍କ ହୃହୟର ରାଜା ଥିଲେ ବିଜୁ ବାବୁ । ତାଙ୍କର ଶେଷ କୃତ୍ୟରେ ଉପସ୍ଥିତ ଥିଲେ, ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ। ସେଥିପାଇଁ ତ ବିଜୁଙ୍କ ଅନ୍ତିମ ଯାତ୍ରା ଏବଂ ଶେଷକୃତ୍ୟର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ ହୋଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ
ବିଜୁ ବାବୁଙ୍କ ଲୋକପ୍ରିୟତା ଦେଖି, ସାନ ପୁଅ ନବୀନ ପଟ୍ଟନାୟକ ଧାଇଁ ଆସିଲେ ଓଡ଼ିଶା। ବାପାଙ୍କ ଆସିକା ଆସନରୁ ଜିତି ଲୋକସଭାରେ ଏଣ୍ଟ୍ରି ମାରିଲେ। ଆଉ ତାପରେ ବାପାଙ୍କ ନାଁରେ ବିଜୁ ଜନତା ଦଳ(BJD) ଗଠନ କରି କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଭୁବନେଶ୍ୱର ୟୁନିଟ୍-6ର Qtr No. 6R-3କୁ ଥିବା ବାପା ବିଜୁଙ୍କର ଜନତା ଦଳ ଅଫିସକୁ BJDର ରାଜ୍ୟ କାର୍ଯ୍ୟାଳୟ କରିଦେଲେ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ BJDର ରାଜ୍ୟ କାର୍ଯ୍ୟାଳୟକୁ ଲାଗି ରହିଥିବା ଅନ୍ୟ 3ଟି ସରକାରୀ ପ୍ଲଟକୁ BJDକୁ ଆବଣ୍ଟିତ କଲେ ନବୀନ

ଶଙ୍ଖ ଭବନ ପାଇଁ ଆଇନ ବାଟବଣା

ନିୟମ କାନୁନକୁ ମୋଡି ମକଚି ରାସ୍ତା ବା ସଡ଼କ କିସମର ଜମିକୁ ଘରବାଡ଼ି କରି BJD ଅଫିସ ପାଇଁ ଆବଣ୍ଟିତ କଲେ। ଶେଷରେ 4ଟି ପ୍ଲଟକୁ ମିଶାଇ 1 ଏକର 183 ଡେସିମିଲି ଜାଗା ଉପରେ ନିର୍ମାଣ ହେଲା ଶଙ୍ଖ ଭବନ। ସାରା ବିଶ୍ୱ କରୋନା ଭୟରେ କ୍ୱାରଣ୍ଟାଇନରେ ଥିଲାବେଳେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା BJDର ଉଚ୍ଚ ଅଟ୍ଟାଳିକା ଶଙ୍ଖ ଭବନ ଏହାକୁ ଯେପରି ଅତ୍ୟାଧୁନିକ କରାଯାଇ ପାରିବ, ସେଥିପାଇଁ ଦାୟିତ୍ୱରେ ରହିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ
ତେବେ ଶଙ୍ଖ ଭବନକୁ ଭବ୍ୟ କରିବା ପାଇଁ ସବୁ ପ୍ରକାର ବେଆଇନ କାର୍ଯ୍ୟ କରି ପାଣି ପରି ଟଙ୍କା ଉଡ଼ାଇ ଥିବା ନବୀନ ପଟ୍ଟନାୟକ, ନିଜ ବାପା ବିଜୁ ବାବୁଙ୍କ ନିମନ୍ତେ ସମାଧିଟିଏ କରିବା ପାଇଁ କାହିଁକି ଅନିଚ୍ଛୁକ? ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନର କଥା କହି 24 ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ ନବୀନ ପଟ୍ଟନାୟକ । କିନ୍ତୁ ଜଣେ ପୁଅର କାର୍ଯ୍ୟ କରିବାକୁ ଉଚିତ ଭାବିଲେ ନାହିଁ। ନବୀନ ବାବୁ ଓ ତାଙ୍କ ପାର୍ଟି ବିଜୁଙ୍କୁ କେବଳ ରାଜନୀତି ପାଇଁ ବ୍ୟବହାର କରିଛନ୍ତି ।

ବିଜୁଙ୍କ ନାଁରେ ପାଣ୍ଡିଆନଙ୍କ ମିଛ
ନବୀନଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ବିଜୁ ପଟ୍ଟନାୟକଙ୍କ ନାଁରେ ବିଦେଶ ମାଟିରେ ଡାହା ମିଛ କହିଲେ ପାଣ୍ଡିଆନ ମିଥ୍ୟାବାଦୀ ପାଣ୍ଡିଆନ ଦୁବାଇରେ କହିଲେ ଯେତେବେଳେ ପୁରୀ ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ସମାଧି ଥିବା କଥା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ, ତତକ୍ଷଣାତ୍ ନବୀନ ପଟ୍ଟନାୟକ ପ୍ରତିକ୍ରିୟାଶୀଳ ହେଲେ ପରିବାରବାଦର ଉର୍ଦ୍ଧ୍ୱକୁ ଯାଇ ବିଜୁଙ୍କ ସମାଧି, ସ୍ୱର୍ଗ ଦ୍ୱାରରୁ ହଟେଇବାକୁ କହିଲେ
ମାତ୍ର ପାଣ୍ଡିଆନଙ୍କ କଥା ଥିଲା ମିଛ ପେଡିର କାହାଣୀ । ପ୍ରକୃତ କଥା ହେଲା, ବିଜୁ ବାବୁଙ୍କ ଦେହାନ୍ତର ଠିକ୍ 3 ମାସ ପରେ ଅର୍ଥାତ 17 ଜୁଲାଇ 1997ରେ ସ୍ୱର୍ଗଦ୍ୱାରରେ ତାଙ୍କର ସମାଧି କରାଗଲା। ବିଜୁ ବାବୁଙ୍କ ସମାଧି ରହିଲା ସର୍ବସାଧାରଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ସ୍ୱର୍ଗଦ୍ୱାରରେ ।

  • ଲୋକଙ୍କ ଭାବନକୁ ଦୃଷ୍ଟିରୁ କଂଗ୍ରେସ ମଧ୍ୟ ବିଜୁଙ୍କ ସମାଧି ନିର୍ମାଣକୁ ବିରୋଦ୍ଧ କରିନଥିଲା।
  • କିନ୍ତୁ 1999ରେ ଆଇନଜୀବୀ ରମେଶ ପ୍ରସାଦ ସିଂହ, ପୁରୀ ସିଭିଲ୍ କୋର୍ଟରେ କେସ୍ କଲେସର୍ବସାଧାରଣ ଜାଗାରେ ବିଜୁ ବାବୁଙ୍କର କାହିଁକି ସମାଧି ରହିବ ବୋଲି ପ୍ରଶ୍ନ କଲେ।
  • ମାମଲାର ଶୁଣାଣି କରି ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ 27 ଡିସେମ୍ବର 2014ରେ ସ୍ୱର୍ଗ ଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟେଇବାକୁ ଅର୍ଡର ଦେଲେ
  • ସେ ସମୟରେ ଭୈରବ ପାଣ୍ଡିଆନ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ।
    ପାଣ୍ଡିଆନ ବାବୁ ଏସବୁ ଜାଣି ମଧ୍ୟ 2023 ମେ ମାସରେ ଦୁବାଇରେ ଅନୁଷ୍ଠିତ ଓଡ଼ିଆ ମାନଙ୍କ ଏକ ସମ୍ମିଳନୀରେ ବିଜୁ ପଟ୍ଟନାୟକଙ୍କ ସମାଧି ସଂପର୍କରେ ମିଛ କହିଥିଲେ।
    କେବଳ ପାଣ୍ଡିଆନ କାହିଁକି ବିଜୁ ବାବୁଙ୍କ ନାଁ ବ୍ୟବହାର କରି ନବୀନ ପଟ୍ଟନାୟକ ଭୋଟ ହାତେଇଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ବିଜୁ ବାବୁ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା ବେଳେ ନବୀନ ମାତ୍ର 2ଥର ଦେଖିବାକୁ ଯାଇଥିଲେ। ମାତ୍ର ବାପାଙ୍କ ମୃତ୍ୟୁ ପରେ ପ୍ରତିବର୍ଷ ମାର୍ଚ୍ଚ 5ରେ ବିଜୁ ଜୟନ୍ତୀ ପାଳନଆଉ ଏପ୍ରିଲ 17ରେ ବିଜୁଙ୍କ ତିରୋଧାନ ଦିବସରେ ଗୁଣ କୀର୍ତ୍ତନ କରି ନବୀନ ଜଣେ ସ୍ୱାର୍ଥବାଦୀ ରାଜନେତାର କର୍ତ୍ତବ୍ୟ ସାରି ଦେଉଛନ୍ତି କିନ୍ତୁ 24 ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ବାବୁ ଚାହିଁଥିଲେ ଶଙ୍ଖ ଭବନ ପରି ନହେଲା ନାହିଁ ,ବାପାଙ୍କ ନାଁରେ ସମାଧିଟିଏ ତ କରି ପାରିଥାଆନ୍ତେ !

BJD ସଭାପତି ପାଇଁ ନୋମିନେସନ୍ କରିବେ ନବୀନ ପଟ୍ଟନାୟକ

ଏପ୍ରିଲ 17ରେ BJD ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ
୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ
BJD ଗଠନ ହେବା ଦିନରୁ ନିୟମିତ ସଭାପତି ରହି ଆସିଛନ୍ତି ନବୀନ
କେମିତି ପ୍ରତିଷ୍ଠା ହୋଇଥିଲା BJD

  • ୧୭ ଏପ୍ରିଲ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ବିରାଟ ଶୂନ୍ୟସ୍ଥାନ।
  • ବିଜୁଙ୍କ ବିରୋଧି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନପାରି ରାଜନୀତିକୁ ଏଣ୍ଟ୍ରି କରିଥିଲେ ନବୀନ ପଟ୍ଟନାୟକ ।
  • 1997 ଜୁନରେ ବିଧିବଦ୍ଧ ଭାବେ ଜନତା ଦଳରେ ସାମିଲ୍ ହୋଇ NDA ସହ ହାତ ନ ମିଳାଇ ଦଳର ସ୍ୱତନ୍ତ୍ରତା ବଜାୟ ରଖିବା ସହିତ, ଜନତା ଦଳ ପୂର୍ବରୁ ବାପାଙ୍କ ନାଁ ଯୋଡି ପ୍ରତିଷ୍ଠା କରିଥଇଲେ ବିଜୁ ଜନତା ଦଳ
  • 26 ଡିସେମ୍ବର 1997ରେ ଦଳରେ ଲାଗିଥିଲା ବିଜୁ ବ୍ରାଣ୍ଡ୍। ଯୋଉଥିରେ ମୁଖ୍ୟ ସହଯୋଗୀ ଥିଲେ ବିଜୟ ମହାପାତ୍ର,ରାମକୃଷ୍ଣ ପଟ୍ଟନାୟକ,ଦୀଲ୍ଲିପ ରାୟଙ୍କ ଭଳି ଭଳି ପୃଷ୍ଠପୋଷକ ।
  • ନୁଆ ଦଳ ଗଢିବାକୁ ଫଣ୍ଡିଂ କରିଥିଲେ ଅଟଳ ବିହାରୀ ବାଜପେୟୀ। ଓଡ଼ିଶାରୁ ଦୀଲ୍ଲିପ ରାୟଙ୍କର ମଧ୍ୟ ଏଥିରେ କମ୍ ସହଯୋଗ ନଥିଲା ।
  • ଭାରତୀୟ ଜନତା ପାର୍ଟି ସହ ମିଶି ମେଣ୍ଟ ରାଜନୀତିରେ ସମଝୋତା କରି 2000 ମସିହା ନିର୍ବାଚନ ବୈତରଣୀକୁ ଓହ୍ଲାଇଥିଲା ବିଜେଡି।
  • ବିଜେଡିର ମଙ୍ଗ ଧରିବା ପୁର୍ବରୁ ୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ।
  • BJD ଓ BJPର ଗଠବନ୍ଧନରେ କଂଗ୍ରେସ ଚିତପଟାଙ୍ଗ ମାରିଥିଲା
  • 2000 ନିର୍ବାଚନରେ BJD ଏକାକି 71 ସିଟ ହାତେଇବା ସହ BJP 38ଟି ଆସନ ହାସଲ କରେ। କଂଗ୍ରେସ ମାତ୍ର 26ଟି ଆସନରେ ସୀମିତ ଥିଲା।
  • 2009ରେ ଗଠବନ୍ଧନ ଭାଙ୍ଗି ଏକାକୀ ଲଢି ସରକାର କରିଥିଲା ବିଜେଡି
  • 2000ରୁ 2024 ଯାଏଁ ମୁଖ୍ୟମନ୍ତ୍ରୀ ଆସନରେ ବସି ଆସିଥିବା ନବୀନ 2024 ନିର୍ବାଚନରେ ପରାଜିତ ହୋଇ ବିରୋଧୀ ଦଳ ନେତା ଆସନରେ ବସିଛନ୍ତି ।
  • କ୍ରମାଗତ ଭାବେ ପାର୍ଟିର ପ୍ରେସିଡେଣ୍ଡ ହେଇ ଆସିଥିବା ନବୀନ ପଟ୍ଟନାୟକ ଦଳର ସଭାପତି ଆସନ ପାଇଁ ଏପ୍ରିଲ 17ରେ ନାମାଙ୍କନ ଭରିବେ,
  • 19 ତାରିଖରେ ରେଜଲ୍ଟ ସାମ୍ନାକୁ ଆସିବ ।

କଂଗ୍ରେସ ଛାଡି, ଜାତିଆଣ ରାଜନୀତି କରିବେ ବିଜୁଙ୍କ ଅବୁଝା ପୁଅ !

  • ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ ଭେଟିବା ନେଇ ଓଡ଼ିଶା ପଲିଟିକ୍ସର ଟେମ୍ପରେଚର ବଢିଛି
  • ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଓଡ଼ିଶା ଆସିବା ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଭୁବନେଶ୍ୱର ବାସଭବନକୁ ଯିବା, ନିଶ୍ଚିତ ଏକ ହଟ୍ ଟପିକ୍ ।
  • କାରଣ ଅଖିଳେଶ ହେଉଛନ୍ତି ସମାଜବାଦୀ ପାର୍ଟି(SP)ର ସଭାପତି ଓ ଶ୍ରୀକାନ୍ତ ହେଉଛନ୍ତି ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟର୍ସ କମିଟିର ସଦସ୍ୟ
  • ଦୁଇ ଜଣଙ୍କ ବୈଠକ ପରେ SPକୁ ଓଡ଼ିଶାରେ ସଙ୍ଗଠିତ କରିବା ପାଇଁ ଅଖିଳେଶଙ୍କ ବିବୃତ୍ତି, ନିଶ୍ଚିତ ପକ୍ଷେ ଆଲୋଚନାର ବିଷୟ ବସ୍ତୁ।
  • ଶ୍ରୀକାନ୍ତ ଜେନା କଣ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିବେ?

          ଓଡ଼ିଶାରେ SPର ନାହିଁ 1% ଭୋଟ
ଶ୍ରୀକାନ୍ତ ଜେନାଙ୍କୁ ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟାର୍ସ କମିଟିରେ ନିଯୁକ୍ତି ମିଳିଛିନିଯୁକ୍ତିର 24 ଘଣ୍ଟା ନ ପୁରୁଣୁ ଶ୍ରୀକାନ୍ତ, SP ମୁଖ୍ୟଙ୍କ ସହ ମିଟିଂକୁ ନେଇ ଅନେକ ସସ୍ପେନ୍ସଶ୍ରୀକାନ୍ତ କ’ଣ SPକୁ ଓଡ଼ିଶାରେ ଲିଡ୍ କରିବେ ? କାରଣ ଦଳ ପରିବର୍ତ୍ତନ କରିବା ଶ୍ରୀକାନ୍ତ ଜେନାଙ୍କ ପାଇଁ କିଛି ନୂଆ କଥା ନୁହେଁ ! 1977ରେ ଜନତା ପାର୍ଟି ଟିକଟେରେ ବରୀ-ଡେରାବିଶରୁ ବିଧାୟକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀକାନ୍ତ ପରେ ଜନତା ଦଳ, କଂଗ୍ରେସ ଟିକେଟରେ ଲଢି 3 ଥର ବିଧାୟକ ଓ 4 ଥର ସାଂସଦ ହୋଇଛନ୍ତି
 କଥା ଉଠୁଛି ଓଡ଼ିଶାରେ ଆଦୌ ସଙ୍ଗଠନ ନଥିବା SPକୁ ଶ୍ରୀକାନ୍ତ ଜେନା କ’ଣ ନେତୃତ୍ୱ ଦେଇ ପାରିବେ?
2024 ନିର୍ବାଚନର ଫଳାଫଳ କହୁଛି ଲୋକସଭା ନିର୍ବାଚନରେ
SPର ଓଡ଼ିଶାରେ ଭୋଟ୍ ହାର ଥିଲା ମାତ୍ର 0.03 % ଏବଂ ବିଧାନସଭାରେ ଥିଲା ମାତ୍ର 0.07% । ଓଡ଼ିଶାରେ ଜନାଧାର ନଥିବା ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନକୁ ଶ୍ରୀକାନ୍ତ କିଭଳି ଭୋଟରଙ୍କ ପାଖରେ ପହଞ୍ଚାଇବ !

ମନ୍ତ୍ରୀ ପଦ ହିଁ ସବୁକିଛି
ଯଦିଓ ଶ୍ରୀକାନ୍ତ ଜେନାଙ୍କ ଅତୀତର ନିର୍ବାଚନ ସଫଳତାର ଚିଠା ଖୁବ୍ ଲମ୍ବା ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ବରୀ-ଡେରାବିଶରୁ ଲଗାତର 3 ଥର ଜିତିଥିଲେ । ସେହିଭଳି କଟକ ଲୋକସଭା ଆସନରୁ 2 ଥର ଏବଂ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଥରେ ଜିତି 4 ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇଛନ୍ତି। ଭି.ପି.ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡାଆଇ.କେ ଗୁଜୁରାଲଙ୍କ କ୍ୟାବିନେଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କରିଥିଲେ ଶ୍ରୀକାନ୍ତ ଜେନା ଯାହା ଓଡ଼ିଶାର କୌଣସି ନେତା ହାସଲ କରିନାହାନ୍ତି।
ତେବେ 1996ରେ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ କରାଇ ନଦେବାର ଶ୍ରୀକାନ୍ତ ଜେନାଙ୍କ ଚକ୍ରାନ୍ତ ଥିଲା ବୋଲି ଚର୍ଚ୍ଚା ହୁଏ ବିଜୁ ବାବୁଙ୍କୁ ଧୋକା ଦେବା ପରେ ଶ୍ରୀକାନ୍ତ ଜେନା ନିନ୍ଦିତ ହେଲେ ଏବଂ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ମଧ୍ୟ ହେଲେ । କିନ୍ତୁ 2009 ନିର୍ବାଚନ ପୂର୍ବରୁ ପ୍ୟାରୀ ମହାପାତ୍ରଙ୍କ ସହ ଭିତିରି ବୁଝାମଣା କଲେ ବିଜୁ ବାବୁଙ୍କ ଅବୁଝା ପୁଅ ଶ୍ରୀକାନ୍ତ । ଆଉ BJDର ନୀରବ ସମର୍ଥନରେ ବାଲେଶ୍ୱର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହେଲେ ଯଦିଓ ଲୋକସଭାକୁ ଏଣ୍ଟ୍ରି ମିଳିଗଲା, କିନ୍ତୁ ଶ୍ରୀକାନ୍ତ ଜେନାଙ୍କ ପ୍ରୋଫାଇଲ୍ ହ୍ରାସ ପାଇଲା।
ଏକଦା ଦେବଗୌଡ଼ା ଓ ଗୁଜରାଲଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନା, କ୍ଷମତା ଲୋଭରେ ମନମୋହନ ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପଦର ଶପଥ ନେଲେ। ଆଉ ବିଶୃଙ୍ଖଳିତ ଆଚରଣ ପାଇଁ 2019ରେ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିଲେ । ତେବେ ଗତ ନିର୍ବାଚନ ପୂର୍ବରୁ 6 ମାର୍ଚ୍ଚ 2024ରେ କଂଗ୍ରେସକୁ ଫେରି ଆସିଥିଲେ ଶ୍ରୀକାନ୍ତ ଜେନା।
ଆଉ 2024 ନିର୍ବାଚନରେ ବାଲେଶ୍ୱର ଭୋଟରଙ୍କ ଦ୍ୱାରା ସେ ପ୍ରତ୍ୟାଖ୍ୟା ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ 3, 26, 858 ଭୋଟ ବ୍ୟବଧାନରେ ପରାଜିତ ହୋଇ ସେ ତୃତୀୟ ସ୍ଥାନରେ ଥିଲେ
               ଖୁସି ହେବେ ଭକ୍ତ
ଏବେ ସାମାଜିକ ନ୍ୟାୟ ପ୍ରଦାନ ନାଁରେ ଅଖିଳେଶଙ୍କ ସହ ବୈଠକ କଲେଣି ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିର ଗୁରୁତ୍ୱ ନଥିଲା ବେଳେ ହିନ୍ଦୁଙ୍କୁ ଜାତି ଭିତ୍ତିରେ ବାଣ୍ଟୁଥିବା SPକୁ ବଳ ଦେବାରେ ସକ୍ଷମ ହେବେ କି ଶ୍ରୀକାନ୍ତ ଜେନା ? ତେବେ ବିଚକ୍ଷଣ ଶ୍ରୀକାନ୍ତ କଂଗ୍ରେସ ଛାଡିଲେ, ସର୍ବାଧିକ ଖୁସି ହୋଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ । କାରଣ ଭକ୍ତ ଦାସ ଜାଣିଛନ୍ତି ଯିଏ ବିଜୁ ପଟ୍ଟନାୟକଙ୍କ ନହେଲା, ସେହି ଶ୍ରୀକାନ୍ତ ଜେନା କଂଗ୍ରେସରେ ରହିଲେ ତାଙ୍କ ବିରୁଦ୍ଧରେ ନିଶ୍ଚିନ୍ତ ଚକ୍ରାନ୍ତ କରିବେ !

ନବୀନଙ୍କ ପାଣ୍ଡିଆନ ପ୍ରେମ, BJDକୁ ଭାଙ୍ଗିଦେବ !

ଭୈରବ ପାଣ୍ଡିଆନଙ୍କୁ ନେଇ BJDରେ ଓପନ୍ ଲଢେଇ ଲୋକସଭାରେ ଶୂନ ଥିବା BJD, ପାଣ୍ଡିଆନଙ୍କ ପାଇଁ ରାଜ୍ୟସଭାରେ ଦି ଫାଳ ୱାକଫ୍ ସଂଶୋଧନ ବିଲରେ ପାଣ୍ଡିଆନଙ୍କ ବିବେକାନୁମୋଦିତ ଭୋଟିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ଥିଲେ ମଧ୍ୟ କେବଳ 2 ସାଂସଦ ନୁହେଁ, 12 ବିଧାୟକ ଖୋଲାଖୋଲି ବିରୋଧ କଲେଣି।

  • ପାଣ୍ଡିଆନଙ୍କୁ ଦୃଢ ବିରୋଧ କରୁଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବରିଷ୍ଠ ବିଧାୟକ
  • ଆଉ ପ୍ରସନ୍ନ ଆଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ନିରଞ୍ଜନ ପୂଜାରୀ, କ୍ଷମତାଚ୍ୟୁତ ପାଣ୍ଡିଆନଙ୍କୁ ଗ୍ରହଣ କରିବା ମୁଡରେ ନାହାଁନ୍ତି ।
  • ପାଣ୍ଡିଆନଙ୍କୁ ଇଙ୍ଗିତ କରି ଲଗାତର 8ଥର ବିଧାୟକ ହୋଇଥିବା ରାଜା ସ୍ୱାଇଁ କହିଲେଣି, BJDକୁ ହାଇଜାକ୍ କରିବା ପାଇଁ ଚେଷ୍ଟା ହେଉଛି।
  • ନବୀନଙ୍କ ବାଲ୍ୟବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ, ପାଣ୍ଡିଆନଙ୍କର ଜଣେ ଘୋର ବିରୋଧି ।
  • ନବୀନଙ୍କୁ ଜଣେ ମିଥ୍ୟାବାଦୀ ଭାବେ ପ୍ରମାଣିତ କରିଥିବା BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବିରୋଧି କ୍ୟାମ୍ପରେ।
  • ବଦ୍ରି ପାତ୍ର ଓ ସନା ମହାକୁଡଙ୍କ ଭଳି କେନ୍ଦୁଝର ଜିଲ୍ଲାର 3 BJD ବିଧାୟକ ପାଣ୍ଡିଆନଙ୍କ ନାଁ ଶୁଣିଲେ ଚିଡୁଛନ୍ତି ।
  • ନିର୍ବାଚନୀ ରାଜନୀତିରୁ ବାପା ପ୍ରଭାତ ବିଶ୍ୱାଳଙ୍କୁ ଦୂରେଇ ରଖାଯିବାକୁ ଗ୍ରହଣ କରୁନାହାଁନ୍ତି ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ।
  • ଆଉ ବିଜୟ ମହାପାତ୍ରଙ୍କ ପୁଅ ତଥା BJD ବିଧାୟକ ଅରବିନ୍ଦ ମହାପାତ୍ର କହୁଛନ୍ତି ପାଣ୍ଡିଆନ କିଏ ମୁଁ ଜାଣିନି
  • ସେହିଭଳି ଭେଟେରାନ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ପାଣ୍ଡିଆନଙ୍କ ନେତୃତ୍ୱକୁ ପସନ୍ଦ କରୁନାହାନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ (ଲକି) ଖୁଣ୍ଟିଆଙ୍କ ପ୍ରତି ପାଣ୍ଡିଆନଙ୍କ ଅହେତୁକ ସମର୍ଥନ, ସୁନିଲ ମହାନ୍ତିଙ୍କୁ ବିରୋଧ କରିବାକୁ ଖୋରାକ୍ ଯୋଗାଉଛି।
  • ଆଉ 2019 ମନ୍ତ୍ରିମଣ୍ଡଳରୁ ଅଧାରୁ ବିତାଡିତ ହୋଇଥିବା ଅରୁଣ ସାହୁ, ପାଣ୍ଡିଆନଙ୍କୁ ଘେରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ।

ତେବେ BJD ଟିକେଟରେ ପ୍ରଥମ ଥର ବିଧାୟକ ହୋଇଥିବା 15 ଜଣ, ପାଣ୍ଡିଆନଙ୍କୁ ନୀରବ ସମର୍ଥନ ଦେଉଛନ୍ତି। ପାଣ୍ଡିଆନଙ୍କ ଦୟାରୁ BJD ଟିକେଟ ପାଇ ବିଧାନସଭାକୁ ଏଣ୍ଟ୍ରି ମାରିଥିବା ସେହି ବିଧାୟକଙ୍କ ଚଏସ୍ ଅଣଓଡ଼ିଆ ଭୈରବ ହେବା ସ୍ୱାଭାବିକ।
ଅପର ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ନେତା ମାନୁଥିବା 23 ବିଧାୟକଙ୍କ ପରୋକ୍ଷ ସମର୍ଥନ ପାଉଛନ୍ତି ପାଣ୍ଡିଆନସେହି 23 ବିଧାୟକଙ୍କ ପସନ୍ଦ ଯଦିଓ ପାଣ୍ଡିଆନ ନୁହନ୍ତି, କିନ୍ତୁ ଶଙ୍ଖଚିହ୍ନ ଏବଂ ନବୀନଙ୍କ ନେତୃତ୍ୱରେ ସେମାନେ ବିଜୟ ହୋଇଥିବାରୁ ସେମାନେ ଏବେ ସାଇଲେଣ୍ଟ

କିନ୍ତୁ ସେମାନଙ୍କ ମଧ୍ୟରୁ ଗଣେଶ୍ୱର ବେହେରା, ଅଧୀରାଜ ପାଣିଗ୍ରାହୀ ଏବଂ ଯୋଗୋଶ ସିଂଙ୍କ ପରି ବିଧାୟକ, ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିବେ ନାହିଁ ବୋଲି ଏ ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ ।