Category News

ରାଜୁ ଢୋଲକିଆଙ୍କ ମୃତ୍ୟୁ ପାଇଁ BJD ଦାୟି

ନୂଆପଡ଼ା ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ନୂଆପଡ଼ାକୁ ନେଇ ସେତିକି ନୂଆ କଥା ଶୁଣିବାକୁ ମିଳୁଛି । 3 ପ୍ରମୁଖ ଦଳ ନିର୍ବାଚନ ଜିତିବା ପାଇଁ ଗୋଟି ଚାଳନା କରୁଥିବା ବେଳେ ସ୍ୱର୍ଗତଃ ରାଜୁ ଢୋଲକିଆଙ୍କୁ ନେଇ ଉଭୟ ବିଜେଡି ଓ ବିଜେପି ଭିତରେ ଟଣାଓଟଣା ଜାରି ରହିଛି । ପୋଷ୍ଟରରେ ଫଟ ମାରିବା ହେଉ କି ରାଜୁଙ୍କ ପକେଟ୍ ଭୋଟ ସବୁଠି ଦୁଇଦଳ ଭାଗ ବସାଉଛନ୍ତି। ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ବିଜେପିକୁ ପ୍ରାର୍ଥୀ ଚୋର କହିଥିଲେ। ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ୟା ପରେ ବିସ୍ଫୋରକ ବୟାନ ଦେଇଛନ୍ତି। କଳ୍ପନା କହିଛନ୍ତି ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ। ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଉଚିତ ସମ୍ମାନ ଦେଇନି ବୋଲି ସେ ଅସନ୍ତୋଷ ଝାଡ଼ିଛନ୍ତି। ଶେଷ ସମୟରେ ବି ତାଙ୍କ ପାଖରେ ବିଜେଡି ନଥିଲା ବୋଲି କଳ୍ପନା କହିଛନ୍ତି । ଯୋଉ ଦଳରେ ରାଜେନ୍ଦ୍ର ଢୋଲକିଆ ଶେଷ ପର୍ଯ୍ୟନ୍ତ ଥିଲେ ସେ ଦଳର ନେତା ରାଜୁଙ୍କ ସହ ନଥିଲେ । ଯାହା ରାଜୁଙ୍କୁ ଆଘାତ ଦେବା ସହ ମୃତ୍ୟୁର ଅନ୍ୟତମ କାରଣ ସାଜିଥିବା କଳ୍ପନା ସ୍ପଷ୍ଟ କରିଛନ୍ତି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଏ କଥା ପ୍ରକାଶ କରିଛନ୍ତି କି ରାଜୁଙ୍କ ଦେହ ଖରାପ ଥିଲା ବେଳେ ନବୀନ ପଟ୍ଟନାୟକ ଦେଖା କରିବାକୁ ଆସି ନଥିଲେ । ଏପରିକି ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ତାଙ୍କର ଦେଖା ନଥିଲା ।

ଜୟ ବିକ୍ରି ହୋଇନାହିଁ- କଳ୍ପନା ଢୋଲକିଆ
ରାଜେନ୍ଦ୍ର ଢୋଲକିଆ ବିଜେଡିରେ ବିଧାୟକ ଥିଲାବେଳେ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ବଦଳରେ ବିଜେପିରୁ ପ୍ରାର୍ଥୀ ହେବାର କାରଣ ବିଷୟରେ ଜୟଙ୍କ ମା କଳ୍ପନା ଉତ୍ତର ରଖିଛନ୍ତି । ଜୟ ଢୋଲକିଆ ଟଙ୍କା ପାଇଁ ବିଜେପି ପାଖରେ ବିକ୍ରି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜେଡି ରାଜୁଙ୍କୁ ଗୁରୁତ୍ୱ ଦେଇ ନଥିବାରୁ ଜୟ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ବିଜେପି ପୋଷ୍ଟରରେ ରାଜୁ ଢୋଲକିବଙ୍କ ଫଟ ରହିବା ନେଇ ସମାଲୋଚନା ହେଉଥିଲାବେଳେ କଳ୍ପନା କହିଛନ୍ତି କି ରାଜୁଙ୍କ ଫଟ କୋଉଠି ରହିବ ଏ ନିଷ୍ପତ୍ତି ପରିବାର ନେବେ। ବିଜେଡି ନୁହେଁ !

୨୦୨୭ ପରେ ନୂଆ ଜିଲ୍ଲା ଘୋଷଣା

ନୂଆ ଜିଲ୍ଲା ନିଷ୍ପତ୍ତିରେ ବିଳମ୍ବ । ପୂର୍ବ ସରକାର ଭଳି ନୂଆ ସରକାର ବି ନୂଆ ଜିଲ୍ଲା ଘୋଷଣାକୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଳମ୍ବ କରୁଛନ୍ତି। ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା ଘୋଷଣା କରିବାର ପ୍ରତିଶ୍ରୁତି ଦେଇ ନବୀନ ପଟ୍ଟନାୟକ ଠକି ଦେଇଥିଲେ । ନବୀନଙ୍କ ବାପା ବିଜୁ ପଟ୍ଟନାୟକ 13 ରୁ 30 ଜିଲ୍ଲା କରିଥିବା ବେଳେ ନବୀନ କିନ୍ତୁ 24 ବର୍ଷର ଶାସନକାଳ ଭିତରେ ଗୋଟାଏ ବି ଜିଲ୍ଲା ଘୋଷଣା କରିବାକୁ ସମର୍ଥ ହୋଇ ନଥିଲେ । ସେହିପରି  ବିଜେପି ସରକାରକୁ ଆସିବାକୁ ପୂର୍ବରୁ ପ୍ରଚାରରେ ଜିଲ୍ଲା ଘୋଷଣାକୁ ପ୍ରସଙ୍ଗ କରିଥିଲା । ମାତ୍ର ସରକାରକୁ ବର୍ଷେ ପରେ ବିତିଯାଇଥିଲେ ବି ସେ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଉଭୟ ସରକାର ଜିଲ୍ଲା ଗଠନକୁ ନେଇ ଦେଇଥିବା କଥା ରଖିବାରେ ବିଫଳ ହୋଇଛନ୍ତି।

୨୦୨୭ ପରେ ନିଷ୍ପତ୍ତି..
ନୂଆ ଜିଲ୍ଲା, ବ୍ଲକ୍, ତହସିଲ ଏବେ ଘୋଷଣା ହେବନାହିଁ । ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହେଉଛି। ବିଜେଡି ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ ବି କଥା ରଖି ପାରି ନଥିଲେ। ବିଜେପି ନିର୍ବାଚନ ପୂର୍ବରୁ ଜିଲ୍ଲାକୁ ପ୍ରସଙ୍ଗ କରିଥିଲେ ବି ଏଯାବତ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ। ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।  
       ପୂର୍ବରୁ ୨୮ଟି ଏନ୍‌ଏସି, ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା ହୋଇଛି । ନୂଆ ୱାର୍ଡ, ବ୍ଲକ୍ କିମ୍ବା ତହସିଲ କରିବାକୁ ହେଲେ ତାର ରିପୋର୍ଟ ଓ ନୋଟିଫିକେସନ୍ ଜନଗଣନା ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ । ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା , ୨୦୨୭ଫେବ୍ରୁଆରି ୧ରୁ ଫେବ୍ରୁଆରି ୨୮ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ସମୟରେ କେଉଁ ଗାଁ, ପଞ୍ଚାୟତ, ବ୍ଲକ୍, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କଣ ଅଛି ତାର ଅନୁଧ୍ୟାନ ହେବ । ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ । ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍‌ ଗଠନ ଯୋଜନା ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି

କାହିଁକି ଇନ୍ଦିରାଙ୍କୁ ଗୁଳି କରିଥିଲେ ବଡିଗାର୍ଡ

31 ଅକ୍ଟୋବର 1984 । ସକାଳ ପ୍ରାୟ 9 ଟାରେ ନିଜର ବାସଭବନ ସଫଦରଜଙ୍ଗ ରୋଡରୁ ବାହାରି ଆକବର ରୋଡ ଆଡ଼କୁ ଯାଉଥିଲେ ଇନ୍ଦିରା ଗାନ୍ଧୀସେଦିନ ବ୍ରିଟିସ ଡିରେକ୍ଟର ପିଟର ଅଷ୍ଟିନଭଙ୍କ ସହ ଇନ୍ଦିରାଙ୍କ ଇଣ୍ଟର୍ଭ୍ୟୁ ଥିଲା ଇନ୍ଦିରାଙ୍କ ସହ ଥିଲେ କନେଷ୍ଟବଳ ନାରାୟଣ ସିଂହ,ପର୍ସନାଲ ସେକ୍ରେଟାରୀ ଆର କେ ଧବନ, ରାମେଶ୍ୱର ଦୟାଲହଠାତ୍ ଇନ୍ଦିରାଙ୍କ ଉପରକୁ ଗୁଳି ଚଳାଇଥିଲେ ବଡ଼ିଗାର୍ଡ ବେୱ୍ୱନ୍ତ ସିଂହବେୱନ୍ତଙ୍କ ଗନରୁ ତିନୋଟି ଗୁଳି ବାଜିବା ମାତ୍ରେ ଅନ୍ୟ ଜଣେ ବଡ଼ିଗାର୍ଡ ସତୱନ୍ତ ସିଂହ ଫାଇରିଂ କରିଥିଲେ। ଇନ୍ଦିରାଙ୍କ ଦେହରେ ବାଜିଥିଲା 33 ଟି ଗୁଳି । ଦିଲ୍ଲୀ ଏମ୍ସରେ ଆଖି ବୁଜିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ।

ଇନ୍ଦିରାଙ୍କ ମୃତ୍ୟୁକୁ ନେଇ ଅନେକ କଥା କୁହାଯାଉଥିଲା ବେଳେ କିଛି ଜଣ ଏମିତି ବି କୁହନ୍ତି ଯେ ଯଦି ଇଣ୍ଟେଲିଜେନ୍ସ ଏଜେନ୍ସିର ପରାମର୍ଶକୁ ମାନି ଥାଆନ୍ତେ ହୁଏତ ଇନ୍ଦିରା ଗାନ୍ଧୀ ସେଦିନ ବଞ୍ଚି ଯାଇଥାଆନ୍ତେ। ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ମୁଖ୍ୟ କାରଣ ଥିଲା ଅପରେସନ୍ ବ୍ଲୁ ଷ୍ଟାର। ପଞ୍ଜାବର ସ୍ୱଣ୍ଣ ମନ୍ଦିରରେ ଅସ୍ତ୍ରଧାରୀ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ସେନା ଗୁଳିର ବର୍ଷା କରିଥିଲା। ଏ ଗୁଳିକାଣ୍ଡରେ ଖଲିସ୍ତାନୀ ଆତଙ୍କବାଦୀ ନିପାତ ହେବା ସହ ମନ୍ଦିରର କ୍ଷତି ହୋଇଥିଲା । ଯାହା ଶିଖ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିଲା । ଅପରେସନ୍ ବ୍ଲୁ ଷ୍ଟାର ପରେ ଇଣ୍ଟେଲିଜେନ୍ସ ଏଜେନ୍ସି ଇନ୍ଦିରାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଶିଖ୍ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଇନ୍ଦିରା ଗାନ୍ଧୀ ଏ କଥାକୁ ଗୁରୁତ୍ୱ ଦେଇ ନଥିଲେ । 10 ବର୍ଷ ହେବ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ବେୱନ୍ତ ସିଂହ ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଥିଲେ । ଯାହାଙ୍କ ସହ ଏ ଚକ୍ରାନ୍ତରେ ଜଡିତ ଥିଲେ ଅନ୍ୟ ଜଣେ ଶିଖ୍ ବଡ଼ିଗାର୍ଡ ସତୱନ୍ତ ସିଂହ।

ଅକ୍ଟୋବର 30 ରେ ନିର୍ବାଚନ ପ୍ରଚାରରେ ଆସିଥିଲେ ଇନ୍ଦିରା। ତା ପରଦିନ ଇନ୍ଦିରାଙ୍କ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ କରିବାକୁ ଡିରେକ୍ଟର ତାଙ୍କର ଇଣ୍ଟରଭ୍ୟୁ ନେବାର ଥିଲା। ଇନ୍ଦିରା ଗାନ୍ଧୀ ଆକବର ରୋଡ 1 ଆଡ଼କୁ ବଢୁଥିଲା ବେଳେ ୱେଟର କପ ପ୍ଲେଟ୍ ନେଇ ଯାଉଥିବାର ଦେଖି ଚେଞ୍ଜ କରିବାକୁ କହିଲେ । ଆଉ ଏ ସମୟରେ ଅଚାନକ ଗୁଳି ଚଳାଇଥିଲା ଇନ୍ଦିରାଙ୍କ ଫେଭରାଇଟ ବଡିଗାର୍ଡ ବେୱନ୍ତ ସିଂହ। ଇନ୍ଦିରା ତଳେ ପଡିଥିବା ଅବସ୍ଥାରେ ସତୱନ୍ତ ସିହଂ 30ଟି ଗୁଳି ଚଲେଇଲେ। ଏମ୍ସ ହସ୍ପିଟାଲରେ କିଛି ସମୟ ଚିକିତ୍ସିତ ହେବା ପରେ 2 ଟା 23ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲାଜାନୁୟାରୀ 6 1989ରେ ଏ ଘଟଣାରେ ସତୱନ୍ତଙ୍କୁଫାଶି ହୋଇଥିଲା ବେଳେ ଇନ୍ଦରାଙ୍କୁ ଗୁଳି ଚଳାଇବ ଦିନ ହିଁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଥିଲେ ବେୱନ୍ତ । ଇଣ୍ଟେଲିଜେନ୍ସ ରିପୋର୍ଟକୁ ନମାନି ଶିଖ କର୍ମଚାରୀଙ୍କୁ ପାଖରେ ରଖିବାରୁ ବଡ଼ ମୁଲ୍ୟ ଦେଇଥିଲେ ଇନ୍ଦିରା  ।

ନୂଆପଡ଼ାରେ AI ପ୍ରଚାର

ନୂଆପଡ଼ା ପଲିଟିକ୍ସରେ AI, କେଉଁଠି ସମ୍ପର୍କ  ଭାଙ୍ଗୁଛି ତ ପୁଣି କେଉଁଠି ଖେଳ ବିଗାଡ଼ୁଛି । ଅଡ଼ୁଆ ହେଉଛି ଏଆଇ ଫଟୋ ଏବଂ  ଡିପ୍ ଫେକ୍ ଭିଡିଓ।ବର୍ତ୍ତମାନ ସବୁ କ୍ଷେତ୍ରରେ ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବଢୁଥିଲାବେଳେ ସେଥିରୁ ବାଦ୍ ପଡ଼ିନି ନୂଆପଡ଼ା ବାଇ ଇଲେକ୍ସନ୍ ନିଜ ଦଳର ଭୋଟ୍ ବଢେଇବାକୁ ଏଆଇର ବ୍ୟବହାର ସାଙ୍ଗକୁ ଅପୋଜିସନ୍ ପାର୍ଟିର ଭୋଟ୍ କମାଇବାକୁ ମଧ୍ୟ ଏଆଇର ବ୍ୟବହାର କରାଯାଉଛି ।ଭୋଟ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ଏଆଇ ଜେନେରେଟେଡ୍ ଫଟୋ, ଭିଡ଼ିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ପ୍ରାର୍ଥୀମାନେ ଜିତିବା ପାଇଁ ନୂଆ ନୂଆ ସମୀକରଣ ତିଆରି କରୁଥିବା ବେଳେ ଏଆଇ ଜେନେରେଟେଡ ଗୋଟିଏ ଫଟୋ କିମ୍ବା ଭିଡିଓ ସବୁ ଖେଳ ବିଗାଡ଼ି ଦେଉଛି।

ନୂଆପଡ଼ା ଜିଲ୍ଲାର ବିଭିନ୍ନ ସୋସିଆଲ ମିଡ଼ିଆ ଗ୍ରୁପରେ ଭାଇରାଲ ହେଉଛି ଏଆଇ ଜେନେରେଟେଡ ଫଟୋ ଭିଡିଓଏକ ଭିଡିଓରେ ତ ଏମିତି ଦେଖାଯାଉଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏଥିରେ ସମସ୍ତେ ଚାମ୍ପିଅନ ହେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ବିଜୟୀ ହେଉଛନ୍ତି । ବିଜେଡିର ସମର୍ଥକ ଏହି ପ୍ରକାରର ଭିଡିଓ ପୋଷ୍ଟ କରି ଅପୋଜିସନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ସେହିପରି ବସନ୍ତ ପଣ୍ଡା, ଅଭିନଦନ ଏବଂ ଜୟ ଢୋଲକିଆଙ୍କୁ ନେଇ ଏକାଧିକ ଏଆଇ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଜୟ ଢୋଲକିଆ ଗୀତ ଗାଉଥିଲା ବେଳେ ଅଭିନନ୍ଦନ ତାଙ୍କ ମୁଣ୍ଡ ପୋଛିଦବା ଓ ରାଲିରେ ପାଣିବୋତଳ ଧରି ଜୟଙ୍କ ପଛରେ ବୁଲୁଥିବାର ଡିପ୍ ଫେକ୍ ଭିଡିଓ ଭାଇରାଲ ହେଉଛି ।
କିଛି ଫଟୋ ଏମିତି ଅଛି ଯେଉଠି ବିଜେପି ପ୍ରାର୍ଥୀ ଜୟ ଛିଡ଼ା ହୋଇ ହାତଯୋଡ଼ି ଜୁହାର କରୁଛନ୍ତି । ଜୟଙ୍କ ପାର୍ଶ୍ଵରେ ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା କାନ୍ଦୁଛନ୍ତି। ପଣ୍ଡା ବାପା-ପୁଅଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ଲେଖା ହୋଇଛି । ଅନ୍ୟ ଏକ ଫଟୋରେ ଜୟ ବିଜେପି ଟିକେଟ୍ ଧରି ହସୁଥିଲା ବେଳେ ପଣ୍ଡା ବାପପୁଅ ଶିଶୁପାଳ ବୋଲି ଲେଖାଯାଇଛି ।

କେବଳ ଏତିକି ନୁହେଁ ନବୀନଙ୍କ ସହ ରାଜୁ ଢୋଲକିଆଙ୍କ ସମର୍ଥନ ଦର୍ଶାଇ ଭିଡ଼ିଓ ଜାରି ହୋଇଛି ।ଆଉ କିଛି ଏମିତି ଫଟ ପୋଷ୍ଟ ହୋଉଛି ଯୋଉଥିରେ ଜୟ ଢୋଲକିଆ ଟିକେଟ ପାଇଁ ବିକ୍ରି ହୋଇଯାଇଥିବାର ବାର୍ତ୍ତା ଆସୁଛି ।ଏସବୁ ଫଟ ଏବଂ ଭିଡିଓ ଦେଖିବାକୁ ମଜା ଲାଗୁଥିଲେ ବି ରାଜନୀତିର ଘିଅରେ ନିଆଁ ଢାଳୁଛି। ବସନ୍ତ ପଣ୍ଡା ଏବଂ ଅଭିନନଦନ ପଣ୍ଡା ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ଜାରି ରଖିଥିଲା ବେଳେ ଡିଫ ଫେକ୍ ଭିଡ଼ିଓ ଏବଂ ଏଆଇ ଫଟ ଭିନ୍ନ ବାର୍ତ୍ତା  ଦେଉଛି । ଯାହା ପଣ୍ଡା ଫ୍ୟାମିଲି ସପୋର୍ଟରଙ୍କୁ କଷ୍ଟ ଦେଉଛି । ନୂଆପଡ଼ା ଉପନିର୍ବାଚନରେ ଏଆଇ ଜେନେରେଟେଡ ଫଟୋ ଓ ଭିଡ଼ିଓରେ ବ୍ରେକ୍ ନ ଲାଗିଲେ  ଏହା ନିର୍ବାଚନକୁ ପ୍ରଭାବିତ କରିପାରେ ।

ସେବାୟତଙ୍କ ପରିବାରରେ କମୁଛି ଝିଅ ସଂଖ୍ୟା

ସେବାୟତ ପରିବାରଙ୍କୁ  ଘାରିଲାଣି କନ୍ୟାରତ୍ନଙ୍କ ଚିନ୍ତାପୁଅଙ୍କ ସଂଖ୍ୟା ତୁଳନାରେ କନ୍ୟାରତ୍ନଙ୍କ ସଂଖ୍ୟା କମୁଛି । ବିଭିନ୍ନ ଯୋଜନା ସତ୍ତ୍ୱେ କନ୍ୟାରତ୍ନଙ୍କ ସଂଖ୍ୟାର ଅନୁପାତ ସମାନ ହେଉନାହିଁ। ତଥ୍ୟ ଅନୁସାରେ ହଜାରେ ପୁଅରେ ଅଛନ୍ତି ୮୭୩ ଝିଅ କନ୍ୟାରତ୍ନଙ୍କ ସଂଖ୍ୟା ବଢ଼ାଇବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ବିଭିନ୍ନ ନିଯୋଗ ଏଥିପାଇଁ ପଦକ୍ଷେପ ମଧ୍ୟ ନେଉଛନ୍ତି ଉଚ୍ଚଶିକ୍ଷାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସଂଖ୍ୟା ବହୁନାହିଁ । ଏଣୁ ପୁଅ ବିବାହକୁ ନେଇ ଚିନ୍ତାରେ ସେବାୟତ ପରିବାର

୨୦୦୫ରେ ହୋଇଥିବା ସେବାୟତ ଗଣନା ଅନୁଯାୟୀ ସେବାୟତ ପରିବାର ସଂଖ୍ୟା ୧୩୨୧ ରହିଥିବା ବେଳେ ସେବାୟତଙ୍କ ଜନସଂଖ୍ୟା ଥିଲା ୮୧୮୩ ।୨୦୧୩ରେ ପରିବାର ସଂଖ୍ୟା ୧୪୬୨କୁ ବୃଦ୍ଧି ପାଇଥିବା ବେଳେ ଜନସଂଖ୍ୟା ୮୧୧୦କୁ ହ୍ରାସ ପାଇଥିଲା। ଅର୍ଥାତ୍ ୭୦ ଜଣ ସଦସ୍ୟ କମି ଯାଇଥିଲେ । ୨୦୦୫ରେ ଲିଙ୍ଗ ଅନୁପାତ ୧୦୦୦ ପୁରୁଷରେ ୮୬୩ ମହିଳା ଥିବା ବେଳେ ୨୦୧୩ରେ ୧୦୦୦ ପୁରୁଷରେ ଥିଲେ ୮୭୩ ମହିଳା । ଏବେ ସୁଦ୍ଧା ଏ ଅନୁପାତରେ ଏତେଟା ପରିବର୍ତ୍ତନ ହୋଇନାହିଁ । ଖୁଣ୍ଟିଆ, ରୋଷ କୋଠଭୋଗ ପାଣିଆ, ପାଣିଆ, ରାଜଗୁରୁ, ପୁଷ୍ପାଳକ,ପ୍ରତିହାରୀ, ଆପଟ, ଦତ୍ତମହାପାତ୍ର, ଘଟୁଆରୀ, ଚୁନରା, ଯୋଗାଣିଆ ମେକାପ, ମହାଭୋଇ, ଦଳବେହେରା ବିମାନବଡୁ, ପ୍ରଧାନୀ, କୋଠସୁଆଁସିଆ ସେବାୟତ ପରିବାରରେ ସମାନ ଅବସ୍ଥା ।ଗରାବଡୁ ପରିବାରରେ କନ୍ୟାରତ୍ନ ଜନ୍ମ ନେଲେ, ପ୍ରଥମ ଜନ୍ମ ଦିନରେ ତାକୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି । ଖୁଣ୍ଟିଆ ପରିବାରରେ କନ୍ୟାରତ୍ନ ହେଲେ  ନିଯୋଗ ତରଫରୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ପୁଜାପଣ୍ଡା ନିଯୋଗ ମଧ୍ୟ ବର୍ଷକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛି। ତଥାପି ସଂଖ୍ୟା କମୁଛି ।

ତେବେ ସେବାୟତ ପରିବାରରେ ଅନ୍ୟ କୌଣସି ପରିବାର ବା ଜାତିରେ  ବିବାହ ଗ୍ରହଣୀୟ ହୋଇ ନଥିବାରୁ ଚିନ୍ତା ବଢୁଛି । ଯେଉଁଥିପାଇଁ ଝିଅ ଅଭାବରୁ ଅନେକ ଯୁବକ ଅବିବାହିତ ରହିପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦି ଏମିତି ହୁଏ ହୁଏତ ଆଗକୁ ସେବାୟତ ସମସ୍ୟା ସୃଷ୍ଟି ହୋଇପାରେ।