Category News

ନୂଆପଡ଼ା ପଲିଟିକ୍ସ, ୨୪ ଘଣ୍ଟାରେ ୩ ଥର ଦଳ ପରିବର୍ତ୍ତନ

ଦୁଇ ଦିନରେ 3 ଥର ପାର୍ଟି ଚେଞ୍ଜ । ସକାଳେ କଂଗ୍ରେସ, ସନ୍ଧ୍ୟାରେ ବିଜେଡି ଛାଡ଼ି ପରଦିନ ପଦ୍ମଧରି ଚର୍ଚ୍ଚାରେ । ନୂଆପଡ଼ା ରାଜନୀତିରେ ଦିନକୁଦିନ ଘଟଣା ନୂଆ ମୋଡ଼ ନେଉଛି । କେତେବେଳେ ବିଜେଡି ଭାବିଥିବା ପ୍ରାର୍ଥୀଙ୍କୁ ବିଜେପି ନେଇଯାଉଛି ତ ପୁଣି କେତେବେଳେ ଜିଲ୍ଲା ବାହାରକୁ ଯାଇ ଜଣେ ହାରୁ ନେତ୍ରୀଙ୍କୁ ପ୍ରାର୍ଥୀ ଦେଇଛି ବିଜେଡି । ତେବେ ୟାରି ଭିତରେ ନୂଆପଡ଼ାର ଚର୍ଚ୍ଚାକୁ ଅଧିକ ସରଗରମ କରିଛନ୍ତି ଜଣେ ନିଆରା ବ୍ୟକ୍ତି । 2 ଦିନରେ କରିଛନ୍ତି ତିନିଥର ପାର୍ଟି ଚେଞ୍ଜ । ବିଜେଡି, କଂଗ୍ରେସ ଏବଂ ବିଜେପିରେ ମିଶିବାକୁ ତାଙ୍କୁ ବେଶୀ ସମୟ ଲାଗିନି । ଅକ୍ଟୋବର 9 ତାରିଖ ସକାଳେ କଂଗ୍ରେସର ହାତ ଧରି ସନ୍ଧ୍ୟାକୁ ଶଙ୍ଖ ଫୁଙ୍କିଥିବା ଏହି ବ୍ୟକ୍ତିଜଣଙ୍କ ରାତି ପାହିଲା ମାତ୍ରେ ବିଜେପିରେ ଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏ  ବ୍ୟକ୍ତି ଜଣଙ୍କ କୌଣସି ସାଧାରଣ ଲୋକ ନହନ୍ତି ବରଂ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପର୍ସନାଲ ଆସିଷ୍ଟାଣ୍ଡ ରାମଲାଲ ହଂସ । ନୂଆପଡ଼ାର ରାମଲାଲଙ୍କ ଦିନକୁ ଦିନ ନୂଆ ଇନିଂସ ପଲିଟିକାଲ କ୍ରିକେଟ ଗ୍ରାଉଣ୍ଡରେ ଚର୍ଚ୍ଚାର କାରଣ । ଦୁଇଦିନରେ ତିନିଟା ପାର୍ଟି ଚେଞ୍ଜ କରିଛନ୍ତି ରାମଲାଲ ।

ରାଜୁଙ୍କ ରାଇଟ ହ୍ୟାଣ୍ଡ- ରାମଲାଲ
ନୂଆପଡ଼ାର ରାମଲାଲ ହଂସ ହେଉଛନ୍ତି ଉତ୍କଳ ଯାଦବ ସମାଜର ରାଜ୍ୟ ସାଧାରଣ ସମ୍ପାଦକ । ଏଥିସହିତ ରାଜୁ ଢୋଲକିଆଙ୍କ ଖାସ୍ ଲୋକ ହିସାବରେ ତାଙ୍କର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି । ରାଜୁ ଢୋଲକିଆଙ୍କ ରିପ୍ରେଜେଣ୍ଟେଟିଭ୍ ଭାବେ ସେ ତାଙ୍କର ଅନୁପସ୍ଥିତିରେ ବିଭିନ୍ନ ପ୍ରୋଗ୍ରାମ , ଫଙ୍କସନ୍ ଆଟେଣ୍ଡ କରନ୍ତି ରାମଲାଲ । ରାଜୁ ଢୋଲକିଆଙ୍କ ଅନୁପସ୍ଥିତିରେ ଲୋକ ରାମଲାଲଙ୍କ ସହ ଯୋଗାଯୋଗ କରି କାମ କରାଇ ନିଅନ୍ତି । ରାଜୁଙ୍କ ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ରାମଲାଲ ଅନେକ ଲୋକଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି । ସେ ଦୃଷ୍ଟିରୁ ରାମଲାଲଙ୍କ ଯୋଗଦାନ ପାର୍ଟିକୁ ଭଲ ପ୍ରଫିଟ ଦେବ ବୋଲି ଅନୁମାନ କରାଯାଉଛି । ମାତ୍ର ରାମଲାଲ ଯେଉଁଭଳି ଭାବରେ , ପଲିଟିକାଲ ପାର୍ଟିକୁ ଚକମା ଦେଇ ଗୋଟାଏ ପରେ ଗୋଟାଏ ପାର୍ଟି ଚେଞ୍ଜ କରିଛନ୍ତି ଭୋଟ ସମୟରେ ସେ କାହା ପାଖରେ ରହିବେ ତାର ଅନୁମାନ କରାଯାଇପାରୁନାହିଁ ।

ତେବେ ଢୋଲକିଆ ପରିବାର ସହ ବ୍ୟକ୍ତିଗତ ସମ୍ପର୍କ ଥିବା ରାମଲାଳଲଙ୍କ ପାର୍ଟି ଚେଞ୍ଜ ପ୍ଲାନ୍ ଆଉ ବିଜେଡି କଂଗ୍ରେସର ପଲିଟିକାଲ ଏଜେଣ୍ଡା ଜାଣିବା ପାଇଁ ନଥିଲା ତ? ହୁଏତ ରାମଲାଲଙ୍କ ଏ ମାଷ୍ଟର ପ୍ଲାନ୍ ବିଜେପିକୁ ପ୍ରଫିଟ୍ ଦେବାକୁ ହୋଇଥାଇପାରେ । ବିଜେଡି କଂଗ୍ରେସ ଛାଡ଼ି ବିଜେପିରେ ଜଏନ୍ କରିଥିବା ରାମଲାଲଙ୍କ ଏ ଟ୍ରିକ୍ ବିଜେପିକୁ କେତେ ଫାଇଦା ଦେଉଛି ତାହା ଦେଖିବା ବାକି ।

ରିଜର୍ଭ ବ୍ୟାଙ୍କରେ ୧୦୦ ବିଲିୟନ୍ ଡଲାର ସୁନା

ରିଜର୍ଭ ବ୍ୟାଙ୍କରେ ପୁଳାପୁଳା ସୁନା। ସୁନା ଦର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କରେ ଥିବା ସୁନାର ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ହୋଇଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ ୯ ଲକ୍ଷ କୋଟି ଟଙ୍କା । ରିଜର୍ଭ ବ୍ୟାଙ୍କରେ ଥିବା ସୁନାର ମୂଲ୍ୟ ୧୦୨,୩୬୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ଏବଂ ବୈଦେଶିକ ମୁଦ୍ରା ପରିମାଣ ୨୧୮ କୋଟି ଡଲାର ହ୍ରାସ ପାଇ ୬୯୭.୭୮୪ କୋଟି ଡଲାରକୁ ଖସିଆସିଛି । ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ୧୪.୭ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ୧୯୯୬-୯୭ ପରେ ସର୍ବାଧିକ କୁହାଯାଉଛି। ରିଜର୍ଭ ବ୍ୟାଙ୍କରେସୁନାର ଭାଗ ୭ ପ୍ରତିଶତରୁ କମ ଥିଲା ଯାହା ଏବେ ଡବଲ ହୋଇଛି ।

ବୈଦେଶିକ ମୁଦ୍ରା କମିଲା
ରିଜର୍ଭ ବ୍ୟାଙ୍କ ଅଳ୍ପ ସୁନା କିଣିବା ସତ୍ତ୍ୱେ ଭଣ୍ଡାରରେ ଥିବା ସୁନା ମୂଲ୍ୟ ୧୦୨ ବିଲିୟନ ଡଲାରର ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ବିଶ୍ୱ ସୁନା ପରିଷଦ (WGC) ତଥ୍ୟ ଅନୁସାରେ ୨୦୨୫ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ମାତ୍ର ୪ ଟନ୍ ସୁନା ଜିଣିଛି । ଆମେରିକୀୟ ଡଲାରର ପ୍ରଭାବକୁ କମ କରିବା ଲାଗି ବିଶ୍ଵବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଭଣ୍ଡାରରେ ଅଧିକରୁ ଅଧିକ ସୁନା ରଖୁଛନ୍ତି । ବିଭିନ୍ନ ପ୍ରକାର ବାଣିଜ୍ୟ କଟକଣା, ଡଲାରର ଅଭାବ ଏବଂ ରାଜନୈତିକ ସଙ୍କଟ ଭଳି ସମୟରେ ସୁନା ହିଁ ଆମଦାନୀ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିବ।

ନୂଆପଡ଼ାରେ ପୋଷ୍ଟର ପଲିଟିକ୍ସ : BJD,BJP ପୋଷ୍ଟରରେ ରାଜେନ୍ଦ୍ର ଢୋଲକିଆ

ପୋଷ୍ଟର ରାଜନୀତିରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ  । ଉଭୟ ବିଜେଡି ଏବଂ ବିଜେପି ପୋଷ୍ଟରରେ ରହିଛି ରାଜୁ ଢୋଲକିଆଙ୍କ ଫଟସିମ୍ପାଥୀ ଭୋଟ୍ ପାଇଁ ରାଜୁଙ୍କୁ ୟୁଜ୍ କରୁଛନ୍ତି ଦୁଇ ଦଳ । ରାଜୁଙ୍କୁ ନେଇ ବିଜେଡ଼ି ଏବଂ ବିଜେପିରେ ଟଣା ଓଟରା ଚାଲିଛି । କେବଳ ନୂଆପଡ଼ା ନୁହେଁ ଓଡ଼ିଶା ସାରା ଗୋଟାଏ ଚର୍ଚ୍ଚା ରାଜୁ ଢୋଲକିଆ କାହାର? 2009ରୁ 2024 ନିର୍ବାଚନ ଯାଏଁ ବିଜେଡି ଟିକେଟରେ ଲଢିଥିଲେ ରାଜେନ୍ଦ୍ର । କେବଳ 2014 ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଥିଲା ବେଳେ 2009,2019 ଏବଂ 2024 ରେ ସେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମଧ୍ୟ ପାଇଛନ୍ତି । 15 ବର୍ଷ ଯାଏଁ ବିଜୁ ଜନତା ଦଳର ମଙ୍ଗ ଧରିଥିଲେ ରାଜୁ ଢୋଲକିଆ । ମାତ୍ର ତାଙ୍କର ଦେହାନ୍ତ ପରେ ରାଜେନ୍ଦ୍ରଙ୍କ ପରିବାର ବିଜୁ ଜନତା ଦଳ ସହ ସମ୍ପର୍କ କାଟି ବିଜେପି କ୍ୟାମ୍ପରେ ।

ନବୀନଙ୍କ ନୂଆପଡ଼ା ଯୋଦ୍ଧା ବ୍ୟାନରରେ ରାଜେନ୍ଦ୍ର
ଅକ୍ଟୋବର 11 ରେ ବିଜେପିରେ ଜଏନ୍ କରିଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଜୟ ବିଜେପିରୁ ପ୍ରାର୍ଥୀ ହୋଇଥିଲାବେଳେ ଅତାବିରାର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସ୍ନେହାଙ୍ଗିନୀ 2024 ନିର୍ବାଚନରେ 28 ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି । ବାହାରିଆ ନେତା ହିସାବରେ ସ୍ନେହାଙ୍ଗିନୀଙ୍କ ଅପେକ୍ଷା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥକ ବେଶୀ । ସେ ଦୃଷ୍ଟିରୁ ରାଜୁଙ୍କ ଅନୁଗତଙ୍କୁ ବିଜେଡି ହାତେଇବାକୁ ପୋଷ୍ଟରରେ ରାଜୁ ଢୋଲକିଆଙ୍କ ଫଟୋ ରଖିଛି ।

ନବୀନଙ୍କ ନୂଆପଡ଼ା ଯୋଦ୍ଧା ପୋଷ୍ଟରରେ ରାଜେନ୍ଦ୍ରଙ୍କ ଫଟୋ ଥିବାବେଳେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରଖିଛନ୍ତି ବାପାଙ୍କ ଫଟୋ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ଉପନିର୍ବାଚନକୁ ଆଉ ଅଳ୍ପ କେଇଟା ଦିନ ବାକି ଥିଲାବେଳେ  ନୂଆପଡ଼ାର ଏ  ରୋଚକ ଦୃଶ୍ୟ ଏବେ ଚର୍ଚ୍ଚାରେ ।ରାଜୁଙ୍କୁ ପାର୍ଟି ମେମ୍ବର ହିସାବରେ ବିଜେଡି ୟୁଜ୍ କରୁଥିଲା ବେଳେ ବଜେପି ସହ ରାଜୁ ଢୋଲକିଆଙ୍କର ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପୁଅକୁ ପ୍ରାର୍ଥୀ କରୁଥିବାରୁ ରାଜେନ୍ଦ୍ରଙ୍କ ଫଟକୁ ବିଜେପି ପୋଷ୍ଟରରେ ରଖାଯାଇଛି । ତେବେ ଏ ପୋଷ୍ଟର ରାଜନୀତିରେ କାହାକୁ କେତେ ପ୍ରଫିଟ ମିଳୁଛି ତାହା ଇଲେକ୍ସନ୍ ରେଜଲ୍ଟ କହିବ ।

ପୁରୀରେ ମାଟି ତଳେ ହେବ ଚିଡ଼ିଆଖାନା

ପୁରୀରେ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ଟେରିୟମ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏନେଇ ପଦକ୍ଷେପ ନେଇଛି। ପ୍ରକଳ୍ପର ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ସମୁଦ୍ରକୂଳ ନିକଟରେ ଏ ପ୍ରୋଜେକ୍ଟ କରିବାକୁ ପ୍ଲାନ୍ କରାଯାଇଛି। ନଭେମ୍ବର ୪ ତାରିଖରେ ପ୍ରୋଜେକ୍ଟ  ଅନୁଧ୍ୟାନ କରାଯିବ ଓ ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ପ୍ଲାନ୍ କରୁଛି।

ପ୍ରକଳ୍ପ ନିମନ୍ତେ ସରକାର କମ୍ ମୂଲ୍ୟରେ ଜମି ଯୋଗାଇଦେବେ। ଘରୋଇ ସଂସ୍ଥା ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ଖର୍ଚ୍ଚ ଉଠାଇବ। ପ୍ରକଳ୍ପ କରିବାରେ ଆବଶ୍ୟକ ପାଣ୍ଠି ଯୋଗାଡ଼ରେ ମଧ୍ୟ ଆଗ୍ରହୀ ସଂସ୍ଥାକୁ ସରକାର ସାହାଯ୍ୟ କରିବେ। ପରିବେଶ ନିୟମକୁ ପାଳନ ସହ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଦର୍ଶନ ବ୍ୟବସ୍ଥା କରିବାକୁ ହେବ ।
ପୁରୀ ରେଲୱେ ଷ୍ଟେସନ ପାଖ ନୀଳାଚଳ ଅର୍ବାନ ହାଟ ସାମ୍ନା ଜମିରେ ଏ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା । ୨୦୦୯ରେ ସେ ସମୟର ମୁଖ୍ୟମନ୍ତ୍ରୀ ତତା ଏବେକାର ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର କରିଥିଲେ। ଦୁବାଇ ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ ଭଳି ଓଡ଼ିଶାରେ କରିବାକୁ ଯୋଜନା ହୋଇଥିଲା । ସି ବିଚ୍ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏ ପ୍ରୋଜେକ୍ଟ ପ୍ଲାନ୍ କରାଯାଇଥିଲା । ଏଥିପାଇଁ ନବୀନ ପଟ୍ଟନାୟକ  ୫ କୋଟି ଟଙ୍କା ସାଙ୍କସନ୍ ମଧ୍ୟ କରିଥିଲେ । ମାତ୍ର 15 ବର୍ଷ ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ସରକାର ଏ ପ୍ରକଳ୍ପ କାମ ଆଗକୁ ବଢାଇ ପାରିନଥିଲେ।

ବିଜ୍ଞପ୍ତିକୁ ୬ ମାସ, ଘୋଷଣାରେ ଅଟକିଛି ସାଇବର ଥାନା

ଓଡ଼ିଶାରେ ଦିନକୁ ଦିନ ସାଇବର କ୍ରାଇମ୍  ସହ ଅର୍ଥନୈତିକ ଅପରାଧ ବୃଦ୍ଧି ପାଉଛି । ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଥିଲାବେଳେ ଓଡ଼ିଶାର ୧୪ଟି ଜିଲ୍ଲାରେ ସାଇବର୍ ଥାନା ରହିଛି । ଫଳରେ ଅପରାଧିଙ୍କୁ ଧରିବାରେ ଥାନା ସାଙ୍ଗକୁ କର୍ମଚାରୀଙ୍କ ଅଭାବ ଦେଖାଯାଉଛି । ଏ ସବୁକୁ ଲକ୍ଷ କରି ଓଡ଼ିଶା ସରକାର ଗତ ଏପ୍ରିଲ ମାସରେ ୨୦ ଟି ନୂଆ ସାଇବର ଥାନା ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ଥିବା ସତ୍ତ୍ୱେ ଏଯାଏଁ ନୂଆ ସାଇବର ଥାନା ଖୋଲା ଯାଇ ପାରିନି । ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ଫଳ ଶୂନ ।

ସାଇବର୍ ଠକେଇ ଓ ଅର୍ଥନୈତିକ ଅପରାଧ ବଢୁଥିବାରୁ ୨୦ଟି ନୂତନ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।DSPଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର, SI, ASI ଓ ଅନ୍ୟ କର୍ମଚାରୀ ନିଯୁକ୍ତି ଲାଗି ଅର୍ଥ ବିଭାଗ ଅନୁମୋଦନ ମଧ୍ୟ ଦେଇଛି। ବିଜ୍ଞପ୍ତିକୁ ଇତିମଧ୍ୟରେ ୬ ମାସ ପୂରି ଥିଲେ ସୁଦ୍ଧା ଥାନା ଖୋଲିବାରେ ସରକାର ବିଫଳ ହୋଇଛନ୍ତି । ଅପରାଧ ବୃଦ୍ଧି ପାଉଥିବାରୁ ଆଉ ୨୦ଟି ପୁଲିସ ଜିଲ୍ଲାରେ ନୂଆ ଥାନା ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଥିଲେ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୋନପୁର, ନୂଆପଡ଼ା ଓ ଭଦ୍ରକରେ ନୂଆଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏ ଯାଏଁ ଜାଗା ଚିହ୍ନଟ ହୋଇପାରିନଥିଲା ବେଳେ ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ ।
               ନୂଆ ଓ ପୁରୁଣା ଥାନାରେ ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତରେ ପୁଲିସ ଅଫିସରଙ୍କୁ ସହାୟତା କରିବା ଲାଗି ୨ ଜଣ ଫରେନସିକ୍ ଏକ୍ସପର୍ଟ, ୨ ଜଣ ଆଇଟି ଏକ୍ସପର୍ଟ ଓ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟଙ୍କୁ ନିୟୋଜିତ କରାଯିବା ଲାଗି ବ୍ୟବସ୍ଥା ହୋଇଛି। ଏପରି ୬୮ ଜଣ ଆଇଟି ଏକ୍ସପର୍ଟ, ୪୮ ଜଣ ସାଇବର୍ ଫରେନସିକ୍ ଏକ୍ସପର୍ଟ, ୪୮ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟ୍ ମିଶି ୧୭୦ ଜଣଏକ୍ସପର୍ଟ ଘରୋଇ ସଂସ୍ଥାରୁ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସବୁ ନିଷ୍ପରି କାର୍ଯ୍ୟକାରୀ ହୋଇପାରିନାହିଁ। ଏଯାଏଁ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ । SP ମାନଙ୍କୁ ଅଫିସ ଘର ଯୋଗାଡ଼ ପାଇଁ ନିର୍ଦ୍ଦେଶ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭାଗର ଏ ଖାମଖିଆଲି ମନୋଭାବ ପାଇଁ ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ସାଇବର ଥାନା ଖୋଲି ପାରୁ ନାହିଁ ।