Category News

ଖୋଲୁଛି ସମୀରଙ୍କ କଳାଚିଠା,ଭୁବନରୁ ମାଡ଼ ଚମ୍ପୁଆରୁ ତଡ଼ା

ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜନୀତି ତେଜୁଛିସୌମ୍ୟାଶ୍ରୀ ବିଶିଙ୍କ ପାଇଁ ନ୍ୟାୟ ଦାବିରେ ଚାଲିଛି ରାଜ୍ୟବ୍ୟାପୀ ଆନ୍ଦୋଳନ  ।ବିଜୁ ଜନତା ଦଳ ୧୬ ତାରିଖରେ ଲୋକସେବା ଭବନ ଘେରାଉ କରିଥିଲା ବେଳେ କଂଗ୍ରେସ ଓଡ଼ିଶା ବନ୍ଦ କରିଛି । ସୌମ୍ୟାଶ୍ରୀଙ୍କ ଆତ୍ମାହୁତିର ମୁଖ୍ୟ ଅଭିଯୁକ୍ତ ସମୀର ସାହୁଙ୍କ ମୁଖା ଖୋଲୁଛି  । ସୌମ୍ୟାଶ୍ରୀ ବିଶିଷ୍ଟ ଅଭିଯୋଗ ଆଧାରରେ ଯାହା ପାଇଁ ସେ ଆତ୍ମାହୁତି ଦେଇଥିଲେ ସେ ଯୌନ ରାକ୍ଷସଙ୍କ କଳାଚିଠାରେ କଳଙ୍କ ଭର୍ତ୍ତିକେବଳ ସୌମ୍ୟାଶ୍ରି ନୁହଁନ୍ତି ଏମିତି ଅନେକ ଛାତ୍ରୀଙ୍କୁ ଧମକେଇଥିଲେ ସମୀରଧିରେ ଧିରେ ଏ ତଥ୍ୟ ସାମ୍ନାକୁ ଆସୁଛିସମୀରଙ୍କ ଯୌନ ଲାଳସାର ଶିକାର ହୋଇଛନ୍ତି ଅନେକ ଛାତ୍ରୀସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସମୀରଙ୍କ ବିକୃତ ମାନସିକତା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛିକେବଳ ଏଫ୍ ଏମ୍ ନୁହେଁ ସବୁ ଅନ୍ୟ କଲେଜର ବି ଲମ୍ବିଛି କଳା କାରନାମାର ଚେରକୋଉଠି ମାଡ଼ ଖାଇଛନ୍ତି ତ ପୁଣି କୋଉଠି ତଡା ଖାଇଛନ୍ତି । ଚାକିରୀ ଆରମ୍ଭରୁ ହିଁ ନିଜ ଯୌନ ଲାଳସା ପାଇଁ ମାଡ଼ ଖାଇଛନ୍ତି। ସମୀର ଢେଙ୍କାନାଳ ଜିଲ୍ଲାର ବାଜିରାଉତ ମେମୋରିଆଲ କଲେଜରେ ଚାକିରି ଆରମ୍ଭ କରିଥିଲେ। ଝିଅଙ୍କୁ ଖରାପ ନଜରରେ ଦେଖିବା ଏତେ ମହଙ୍ଗା ପଡିଥିଲା ଯେ ସାରଙ୍କ ଗୋଡ ଭାଙ୍ଗିଥିଲେ ଛାତ୍ରଛାତ୍ରୀ। ଭୁବନରୁ ତଡା ଖାଇ ଚମ୍ପୁଆ ଚନ୍ଦ୍ର ଶେଖର କଲେଜକୁ ଯାଇ ସେଠି ମଧ୍ୟ ନିଜର ବ୍ଲାକ ଫାଇଲ ଓପନ୍ କରି ଧରା ପଡ଼ିଥିଲେ।

ଚମ୍ପୁଆରେ ଦେଢ ବର୍ଷର ଚାକିରିରେ କ୍ଲାସ ବାହାନାରେ ଛାତ୍ରୀଙ୍କୁ ଅଟକାଇ ରଖୁଥିଲେ ସମୀର। ସରଳତାର ସୁଯୋଗ ନେଇ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । କେବଳ କ୍ଲାସ ରୁମ ନୁହେଁ ଲେଡିଜ ହଷ୍ଟେଲ ରେ ବି ଅବାଧ ପ୍ରବେଶ କରୁଥିଲେ ।  ପାଠ ବୁଝେଇବା ଆଳରେ ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଛାତ୍ରୀଙ୍କ ସହ ଅନେକଥର ବାହାରେ ବୁଲି ଧରା  ମଧ୍ୟ ପଡ଼ିଛନ୍ତି ତେବେ ପ୍ରଶ୍ନ ଉଠୁଛି ଏତେ ସବୁ ଅଭିଯୋଗ ପରେ କେମିତି ତିଷ୍ଠିଲେ ଏଭଳି ଚରିତ୍ରହୀନ ଅଧ୍ୟାପକ? ବଦଳି କରି ଆଉ ଏକ ଶିକ୍ଷାନୁଷ୍ଠାନକୁ କେମିତି ବିପଦକୁ ଠେଲି ଦେଉଥିଲା ଶିକ୍ଷା ବିଭାଗ ? ସବୁ ଜାଣିବା ପରେ ବି କାହିଁକି ସମୀରଙ୍କ ପ୍ରତି ନିଆଯାଇନଥିଲା ଦୃଢ଼ କାର୍ଯ୍ୟାନୁଷ୍ଠାନ? ଯଦି ସମୀରଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରା ଯାଇଥାଆନ୍ତା ହୁଏତ ସୌମ୍ୟାଶ୍ରୀଙ୍କ ଏ ପରିସ୍ଥିତି ଦେଖିବାକୁ ପଡ଼ି ନ ଥାଆନ୍ତା ।

ଟାଟା ପାୱାରର ମନମାନି ଛଡ଼େଇବ OERC

ଟାଟା ପାଓ୍ୱାର ସଂସ୍ଥାର ମନମାନି ବିରୁଦ୍ଧରେ ଅଭିଯୋଗ ଶୁଣିବ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC)ଟାଟାର ବିଦ୍ୟୁତ୍ ସେବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥ‌ିବା ବେଳେ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି OERC ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି ଟାଟା ପାଓ୍ୱାରର ମନମାନିକୁ ନେଇ ଏକ ମାମଲାର ଶୁଣାଣି ବେଳେ OERCର ପୂର୍ବତନ ସଭ୍ୟ ବିଜୟ ଚନ୍ଦ୍ର ଜେନା ଟାଟାର ବିଦ୍ୟୁତସେବା ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଅଧ୍ୟକ୍ଷ ପ୍ରଦୀପ ଜେନା ମଧ୍ୟ ଅସନ୍ତୋଷ ଝାଡ଼ିଥିଲେ। ବିଦ୍ୟୁତ ସଷ୍ଟେଶନ, ଖୁଣ୍ଟ ଓ ତାର ଉପରେ ଗଛ ମାଡିଯିବାରୁ କିଭଳି ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇଛି ତାର ଅସଲ ଚିତ୍ର ଏଲଇଡି ମାଧ୍ୟମରେ ଦେଖାଯାଇଥିଲା। ବିଦ୍ୟୁତସେବାର ଅବ୍ୟବସ୍ଥାକୁ ନେଇ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ପ୍ରବଳ ବର୍ଷିବା ସହିତ ଏହା ଉପରେ ଅଧ‌ିକରୁ ଅଧ‌ିକ ଉପଭୋକ୍ତାଙ୍କ ମତାମତର ଆବଶ୍ୟକତା ଅନୁଭବ କରି ସାଧାରଣ ବିଜ୍ଞପ୍ତି ପ୍ରକାଶ କରାଇଛନ୍ତି । ଓଡ଼ିଶାର ଏକ କୋଟି ଉପଭୋକ୍ତା ଟାଟାର ବିଦ୍ୟୁତସେବା ଉପରେ ମତାମତ ଦେଇପାରିବେ ।

ଆସନ୍ତା 30 ଦିନ ମଧ୍ୟରେ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ମାନେ, ବିଦ୍ୟୁତ୍ ବିତରଣ ସଂସ୍ଥା-ଟାଟା ପାଓ୍ୱାର ସଂପର୍କରେ OERC ନିକଟରେ ଲିଖିତ ଅଭିଯୋଗ ଦାଖଲ କରିପାରିବେ। ନିମ୍ନମାନର ବିଦ୍ୟୁତ୍ ସେବା, ମନଇଚ୍ଛା ବିଦ୍ୟୁତ୍ କାଟ୍, ବଳପୂର୍ବକ ସ୍ମାର୍ଟ ମିଟର ସ୍ଥାପନ, ମିଟର ଚେକିଂ ନାଁରେ ଅତ୍ୟଧିକ ଫାଇନ୍ ଆଦାୟ ଭଳି ଗୁରୁତର ଅଭିଯୋଗ ଟାଟା ପାଓ୍ୱାର ବିରୁଦ୍ଧରେ ରହିଛି । ଅଭିଯୋଗକାରୀ ବି.ସି ଜେନାଙ୍କ ପିଟିସନକୁ ଭିତ୍ତି କରି, ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବାକୁ OERCକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ପାଇବାରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ନିଜ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଅଭିଯୋଗ ପତ୍ର ଆହ୍ୱାନ କରିଛନ୍ତି । ପୂର୍ବରୁ ଉତ୍କଳ ଚାମ୍ବର୍ସ ଅଫ କମର୍ସ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ଟାଟା ପାଓ୍ୱାର ବିରୁଦ୍ଧରେ ସରକାରଙ୍କୁ ଅବଗତ କରାଇଥିଲେ। ଟାଟା ପାୱାରର ମନମାନି ବିରୁଦ୍ଧରେ ଷ୍ଟ୍ରଙ୍ଗ ଆକ୍ସନ ନେବ OERC ।

 

FM କଲେଜ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଦାବି

ଅପରେସନ୍ ସିନ୍ଦୂର ସମୟରେ ପ୍ରତିଦିନ ଗଣମାଧ୍ୟମକକୁ ସୂଚନା ଦେଉଥିବା ଭାରତୀୟ ସେନାର ଅଧିକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଗତ ମେ 14 ତାରିଖରେ ମଧ୍ୟପ୍ରଦେଶର ମନ୍ତ୍ରୀ ତଥା BJPର ବରିଷ୍ଠ ନେତା ବିଜୟ ଶାହ, କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ। ନିଜ ଆଡୁ ସେହି ମାମଲାକୁ ହାତକୁ ନେଇ ବିଜୟ ଶାହଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟସେହିଭଳି ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଭଳି ସ୍ପର୍ଶକାତର ପ୍ରସଙ୍ଗକୁ ନିଜ ଆଡୁ ଓଡ଼ିଶା ହାଇକୋର୍ଟ ହସ୍ତକ୍ଷେପ କରିବେ କି? ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅଥବା ଅନେକ ହାଇକୋର୍ଟ ନିଜ ପକ୍ଷରୁ ହସ୍ତକ୍ଷେପ ନେଉଥିବା ବେଳେ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ପ୍ରସଙ୍ଗରେ ହସ୍ତକ୍ଷେପ କରିବେ କି? ଶିକ୍ଷୟିତ୍ରୀ ହେବା ପୂର୍ବରୁ ଜୀବନ ହରାଇଥିବା ଏଜୁକେସନ୍ ବିଭାଗର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେବେ କି?

ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହକୁ ନେଇ ସାରା ଦେଶ ଚକିତ। ଅଧ୍ୟାପକ ସମୀର ସାହୁଙ୍କ ଅଶାଳୀନ ବ୍ୟବହାର ସୌମ୍ୟାଶ୍ରୀଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଛିସୋସିଆଲ ମିଡ଼ିଆରେ ଆତ୍ମପ୍ରଚାରରେ ମାତିଥିବା ଓଡ଼ିଶା ସରକାର ସୌମ୍ୟାଶ୍ରୀଙ୍କ ପରିବାରକୁ 20 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ଦୋଷ ଛଡ଼େଇବା ପାଇଁ ପ୍ରୟାସ କରୁଛନ୍ତି। ଜନ ଅସନ୍ତୋଷକୁ ପ୍ରଶମିତ କରିବାକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଉଛନ୍ତି । ମାତ୍ର ରେକର୍ଡ କହୁଛି କ୍ରାଇମବ୍ରାଞ୍ଚ ତଦନ୍ତର ସଫଳତା ହାର ଅତି ନଗଣ୍ୟ। 2011 ମସିହାରେ ରାୟଗଡ଼ା ଜିଲ୍ଲା ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ କିରୋସିନ ଢାଳି ହତ୍ୟା କରାଯାଇଥିଲାସେହି ଘଟଣାର ତଦନ୍ତ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ଦ୍ୱାରା କରାଇଥିଲେ। କିନ୍ତୁ ଫଳ ଶୁନ ଥିଲା। ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପରେ ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ,CBI ଦ୍ୱାରା କରାଯାଇଥିଲା। ହେଲେ ସେତେବେଳକୁ ଅନେକ ପ୍ରମାଣପତ୍ର ନଷ୍ଟ କରାଯାଇଥିଲା। ଯଦି ଆରମ୍ଭରୁ କୋର୍ଟଙ୍କ ହସ୍ତକ୍ଷେପ ରହି ଥାଆନ୍ତା, ତାହେଲେ ହୁଏତ ଇତିଶ୍ରୀ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ଥାଆନ୍ତା।

ସେହିଭଳି ଏବେ ଯଦି ଓଡ଼ିଶା ହାଇକୋର୍ଟ ନିଜ ପକ୍ଷରୁ ସୌମ୍ୟାଶ୍ରୀଙ୍କ ହତ୍ୟା ମାମଲଲାକୁ ହାତକୁ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତେ ତାହେଲେ ଏଫ୍ ଏମ୍ କଲେଜର ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ମିଳି ପାରନ୍ତା। ଅନ୍ୟପକ୍ଷରେ ଅନେକ ସମୟରେ ଜନ ଅଶାନ୍ତିକୁ ଏଡ଼େଇବା ପାଇଁ ଓଡ଼ିଶା ସରକାର ବିଚାର ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ସମୟରେ ସେହି  ବିଚାର ବିଭାଗୀୟ କମିଶନ, ତାଙ୍କର ରିପୋର୍ଟ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ଯେପରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଓ କନ୍ଧମାଳ ଦଙ୍ଗା ମାମଲାରେ ଜଷ୍ଟିସ୍  ଏ.ଏସ୍ ନାଇଡ଼ୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଓଡ଼ିଶା ସରକାର ସେହି ରିପୋର୍ଟକୁ  ନା’ ବିଧାନସଭାରେ ଉପସ୍ଥାପନ କରିଛନ୍ତି ନା’ ରିପୋର୍ଟ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସେଥିପାଇଁ ସାମ୍ବିଧାନିକ ଦୃଷ୍ଟି କୋଣରୁ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ନିଜ ପକ୍ଷରୁ ହସ୍ତକ୍ଷେପ କରିବା ସଠିକ ହେବ ବୋଲି ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ କହିଛନ୍ତି।

କର୍ମସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନରେ ମହିଳା ନିର୍ଯ୍ୟାତନା ରୋକିବା ପାଇଁ 1997 ମସିହାରେ  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ 2013ରେ ଭାରତ ସରକାର, The Sexual Harassment of Women at Workplace (Prevention, Prohibition and Redressal) ଆଇନ ପ୍ରଣୟନ କରିଥିଲେ। ସେହି ନିୟମ ଅନୁଯାୟୀ ସମସ୍ତ କର୍ମସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ହେବା ଜରୁରୀ। କିନ୍ତୁ ଅନେକ ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ ବା ସଠିକ୍ ଭାବେ କାର୍ଯ୍ୟ କରୁନାହିଁ। ଯାହାର ଫଳସୂରପ ସୌମ୍ୟାଶ୍ରୀଙ୍କୁ ଆତ୍ମଦାହ କରିବାକୁ ବାଧ୍ୟ କଲା।

BJDର ଲୋକସେବା ଭବନ ଘେରାଉ, ବବି-ଡ଼ାନୀଙ୍କୁ ପୋଲିସର ଗୁଳିମାଡ଼

ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ବିଜେଡ଼ି। ନ୍ୟାୟ ଦାବିରେ ଲୋକସେବା ଭବନ ଘେରାଉ କରୁଥିବା ବେଳେ ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼ ସହ ନେତାଙ୍କୁ ଗୁଳିମାଡ଼ କରିଛି ପୋଲିସ। ଅନେକ ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେବା ସହ ବିଜେଡି ନେତାଙ୍କୁ ରବର ବୁଲେଟ ଫାୟାରିଂ କରିଛି । ପୋଲିସର ଲୁହବୁହା ଗ୍ୟାସ ମାଡ଼ରେ ଅନେକ ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ବେଳେ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) , ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନୀ) ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଣବ ପ୍ରକାଶ ଦାସ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ଛାତିରେ ରବର ବୁଲେଟ ବାଜିଛି ।

ପୋଲିସ ଟାର୍ଗେଟରେ ବିଜେଡି ନେତା
ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ପୋଲିସ ରବର ବୁଲେଟ ଫାୟାରିଂ କରିଥିବା ଅଭିଯୋଗ ହେଉଛି । ବାଲେଶ୍ୱରରେ ଏ ଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ନ୍ୟାୟ ଦାବୀ ନେଇ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ବେଳେ ପୋଲିସ ବର୍ବରତାର ସୀମା ଟପିଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଆଦିଙ୍କୁ ଉଠାଇ ନେଇଥିଲା ବେଳେ ଅନେକଙ୍କୁ ଗୁଳି ମାଡ଼ ବି କରିଛି। ବିରୋଧୀ ଦଳ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ବିଜେଡି ତରଫରୁ ଘୋର ବିରୋଧ କରାଯାଉଛି।

           ସମ୍ବଲପୁର ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ସ୍ୱଭାବ କବି ଗଙ୍ଗାଧରଙ୍କ ପ୍ରତି ସମ୍ମାନ ନା ଅପମାନ ?  

କବି ଗଙ୍ଗାଧର ମେହେର ଓଡ଼ିଆ ଜାତିର ଗର୍ବ ଓ ଗୌରବ ତଥା ଆମ ସଂସ୍କୃତି ର ଆଧାର ଓ ପ୍ରତୀକପ୍ରାତଃ ସ୍ମରଣୀୟ ବିଭୂତି, ତାଙ୍କର ବିସ୍ମୟକର ମୌଳିକ ପ୍ରତିଭା ତଥା କୃତି ଏବଂ କିର୍ତ୍ତିରେ ସମଗ୍ର ବିଶ୍ଵକୁ ଉଦଭାସିତ କରିଥିବା ବେଳେ ସମ୍ବଳପୁର ବିଶ୍ଵବିଦ୍ୟାଳୟ ତାଙ୍କୁ ଏକ ଆଦର୍ଶ ରୂପେ ଗ୍ରହଣ କରିଅଛି। ଏହି ଅମର କାବ୍ୟ ଶିଳ୍ପୀ, ପ୍ରକୃତି ପୂଜକ ଗଙ୍ଗାଧରଙ୍କ ସମ୍ମାନରେ ତାଙ୍କର ପୂଜ୍ୟ ପୂଜା, ଜୀବନୀ, ଆଦର୍ଶ, ତଥା ତାଙ୍କରି ସାରସ୍ଵତ ସମ୍ଭାରର ପ୍ରସାର ସକାଶେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ୧୯୮୯ ମସିହାରେ “ଗଙ୍ଗାଧର ଜାତୀୟ ସମ୍ମାନ–କବିତା” (Gangadhar National Award for Poetry) ପ୍ରତିଷ୍ଠା କରାଯାଅଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ତତ୍କାଳୀନ ପ୍ରଶାସକ ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା ଏହି ସମ୍ମାନର ପରିକଳ୍ପନା କରିବା ସଙ୍ଗେ ସଙ୍ଗେ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେଏହି ସମ୍ମାନ ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରର ସାହିତ୍ୟିକ ଓ କବିଙ୍କ ବିଚାର ବିମର୍ଶରେ ଏକ ଆଇନ ପ୍ରଣୟନ ସହ ଅନୁମୋଦିତ କରିଥିଲେଏହି ଆଇନ “Conferment of Award Rules” ନାମରେ ନାମିତ। ଉକ୍ତ ନିୟମ ଅନୁସାରେ ସମ୍ମାନର ନାମ ‘ଗଙ୍ଗାଧର ଜାତୀୟ ସମ୍ମାନ’ କବିତା ରଖାଯାଇଥିଲା। ନିୟମ ଅନୁସାରେ ଏହି ସମ୍ମାନର ଚୟନ ନିମନ୍ତେ ଏକ “ବିଚାରକ ପରିଷଦ” ରହିଛିଭାରତ ବର୍ଷର ବିଭିନ୍ନ ଭାଷାରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମି ଦ୍ଵାରା ପୁରସ୍କୃତ କବି ସମୁହ ଏହି ପରିଷଦର ସଭ୍ୟ ରହିଅଛନ୍ତି। ନିୟମାବଳୀ ଅନୁସାରେ ଏହାର ଚୟନ କେବଳ କବିତା ପାଇଁ ଉଦ୍ଧିଷ୍ଟ । Rule for 4.1 ଅନୁସାରେ “The Object of the Gangadhar National Award for poetry is to give recognition to an Indian poet for distinguished creative excellence and attainment in Indian Poetry”
                                ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ଯେ ଗତ ତା ୨୫.୦୬.୨୦୨୫ରିଖ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍ ସଭା ଦ୍ୱାରା ଉକ୍ତ ଜାତୀୟ କବିତା ସମ୍ମାନକୁ ନ୍ୟୁନ କରାଯାଇ ମୂଳ କବିତା ସମ୍ମାନ”ଙ୍କୁ ରଦ୍ଧ କରାଯାଇ “ଗଙ୍ଗାଧର ମେହେର ସାହିତ୍ୟ ସମ୍ମାନ” କରାଯାଇଛି । ଏହା ଫଳରେ ଭବିଷ୍ୟତରେ କାବ୍ୟ, କବିତା, ସହିତ ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, ଶିଶୁସାହିତ୍ୟ, ରମ୍ୟ ରଚନା, ଅନୁବାଦ ପାଇଁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇ ପାରିବ । ଏଣୁ ଏହି ନିୟମାବଳୀ ଗୁଡ଼ିକ କୋହଳ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।

ପ୍ରକାଶ ଥାଉ କି, ମୂଳ ନୀୟମାବଳୀ ଅନୁସାରେ ଭାରତୀୟ କାବ୍ୟଧାରାର ବିଭିନ୍ନ ଭାଷାର ବିଶିଷ୍ଟ କବି ମାନେ (ପ୍ରାୟ ତିରିଶରୁ ଉର୍ଦ୍ଧ୍ୱ ଗଙ୍ଗାଧର ଜାତୀୟ ସମ୍ମାନକବିତାରେ ସମ୍ମାନିତ ହୋଇ ଆସିଛନ୍ତି ଯାହା ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରରେ ଗୌରବ ଆଣିଛିକିନ୍ତୁ ଆଜି କେଉଁ ପରିସ୍ଥିତିରେ ଉକ୍ତ ନିୟମାବଳୀକୁ ବଦଳାଇବାର ପ୍ରୟୋଜନ ଅଛି, ତାହା କେବଳ ବିଶ୍ୱବିଦ୍ୟାଳୟ ଅଧିକାରୀ ହିଁ ଜାଣିଛନ୍ତିଏତଦ୍ ଦ୍ୱରା ଅମୃତର କବି, ମଧୁମୟ ଚେତନାର କବି ଗଙ୍ଗାଧର ସମ୍ମାନ ପ୍ରତି ଏହା ଅପମାନ ତଥା ଏକ ପ୍ରଚଣ୍ଡ ଧକ୍କାଏହି ପରିବର୍ତ୍ତିତ ବ୍ୟବସ୍ଥା ଅଞ୍ଚଳର ବୁଦ୍ଧିଜୀବୀ, ସାହିତ୍ୟିକ ତଥା ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ଗଭୀର ଭାବରେ ମର୍ମାହତ କରିଛି । ତେଣୁ ମୂଳ ଚୟନ ନିୟମ ବ୍ୟବସ୍ଥାର ପୁନଃ ସ୍ଥାପନ ନହେଲେ ଏହି ଅସନ୍ତୋଷର ବହ୍ନି ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚି, ବିରାଟ ଆକାର ଧାରଣ କରିବ ଏଥରେ ସନ୍ଦେହ ନାହିଁ ।