Category Cinema

ମୁଖ୍ୟମନ୍ତ୍ରୀ ହେବେ ଅନୀଲ କପୁର !

ମୁଖ୍ୟମନ୍ତ୍ରୀ ଭାବେ ନଜର ଆସିବାକୁ ଯାଉଛନ୍ତି ଅନୀଲ। ୨୫ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶିବାଜୀ ରାଓ୨୦୦୧ ମସିହାରେ ଅନିଲ କପୁର ନାୟକ ଫିଲ୍ମରେ ନଜର ଆସିଥିଲେ। ହିଟ ହୋଇଥିବା ଫିଲ୍ମରେ ଖଳନାୟକ ଭାବେ ଅମରେଶ ପୁରି ନଜର ଆସିଥିଲା ବେଳେ  ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନିଲ ଗୋଟାଏ ଦିନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଶିବାଜୀ ରାଓଙ୍କର ଚରିତ୍ର ବେଶ୍ ଲୋକପ୍ରିୟ ହୋଇପାରିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ସଫଳତା ହାସଲ କରିଥିଲା। ୨୫ ବର୍ଷ ପରେ ପୁଣି ନାୟକ ଫିଲ୍ମ ଫେରୁଛି। ଘରେ ଘରେ ପରିଚିତ ନାୟକ ଫିଲ୍ମ ରିଲିଜ ହେଲା ପରେ ବେଶ୍ ଆଦୃତ ହୋଇଥିଲାଏ ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଥିଲେ। କେବଳ ସେ ସମୟରେ ନୁହେଁ ଏବେ ବି ଏ ଫିଲ୍ମ ଅନେକଙ୍କର ଫେଭରାଇଟ।

ନାୟକ ମୁଭିରେ ପାୱାରଫୁଲ ଡାଇଲଗ୍ ,ଆକ୍ସନ, ଡ୍ରାମା ଏବଂ ସୁପରହିଟ ସଙ୍ଗ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା । ଏହି ଫିଲ୍ମରେ ରାଣୀ ମୁଖାର୍ଜୀ, ଅମରେଶ ପୁରୀ, ପରେଶ ରାୱଲ, ସୌରଭ ଶୁକ୍ଳା, ଜନି ଲିଭରଙ୍କ ଭଳି ଅଭିନେତା ଲିଡ ରୋଲରେ ଥିଲେ। ଅନିଲଙ୍କ କ୍ୟାରିଅରର ସବୁଠୁ ବେଷ୍ଟ ମୁଭି ଭାବରେ ଏହାକୁ ବିବେଚନା କରାଯାଏ । ଚଳଚ୍ଚିତ୍ରରେ ଅନିଲ କପୁର ଜଣେ ସାମ୍ବାଦିକଙ୍କ ଚରିତ୍ରରେ ଅଭିନୟ କରିଥିଲେ ଯିଏ ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପୁରା ସିଷ୍ଟମ ଚେଞ୍ଜ କରିଦେଇଥିଲେ ଦେଶର ରାଜନୈତିକ ବ୍ୟବସ୍ଥାରେ ମାତ୍ରାଧିକ ପରିବର୍ତ୍ତନ ହୋଇଥିଲା ବେଳେ ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ତିଆରି ହୋଇଥିବା ପିଲ୍ମ ବେଶ୍ ଲୋକପ୍ରିୟତା ପାଇବ ବୋଲି ଆଶା । ଏସ୍. ଶଙ୍କରଙ୍କ ଡିରେକ୍ସନରେ ଫିଲ୍ମଟି ସୁପରହିଟ ହୋଇଥିଲା ବେଳେ ପାର୍ଟ 2 ରେ ଅନିଲ କପୁର ନିଜେ ସହ ପ୍ରଜୋଯନାରେ ରହିବା ସହ ଜୟ ମେହେତା ଡିରେକ୍ସନ୍ ଦେବେ।

ରାଜନୀତି ପାଇଁ ପ୍ରେମକୁ ଛାଡ଼ିଥିଲେ ଅମିତାଭ

ରିଲ ଲାଇଫରୁ ଯୋଡ଼ି ହେଇଥିବା ସମ୍ପର୍କ ରିୟଲ ଲାଇଫରେ ଚର୍ଚ୍ଚା ହେଲା ପରେ ବି ନେତା ହବାର ମୋହ ପାଇଁ ନେଇଥିଲେ ବୋଲ୍ଡ ଷ୍ଟେପ୍ । ବଲିଉଡ଼ର ସୁପରଷ୍ଟାର ଭାବରେ ପରିଚିତ ବିଗ୍ ବଚ୍ଚନ ଅର୍ଥାତ ଅମିତାଭ ବଚ୍ଚନଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯେଉଁ ପରିସ୍ଥିତିରେ ପଡ଼ି ସେ ତାଙ୍କର କ୍ଲୋଜ୍ ରିଲେସନରୁ ବିଦାୟ ନେଇଛନ୍ତି। ସୁଟିଂ ସେଟରୁ ପ୍ରେମରେ ପଡ଼ିଥିବା ଅମିତାଭ ସେ ସମ୍ପର୍କରୁ ମୁହଁ ଫେରାଇଛନ୍ତି। ଏମିତି ଏକ କାହାଣୀ ଆରମ୍ଭ ହୋଇଥିଲା 1974ରେ। ରେଖାଙ୍କ ସହ ତାଙ୍କର ଫାଷ୍ଟ ଫିଲ୍ମ ‘ଦୁନିୟା କା ମେଲା’ରେ ଗୋଟାଏ ପରଦାରେ ଅଭିନୟ କରିବାକୁ ସାଇନ୍ କରିଥିଲେ ଅମିତାଭ। ମାତ୍ର କୌଣସି କାରଣରୁ ସ୍କ୍ରିନରେ ନଜର ଆସି ନଥିଲେ ଅମିତାଭ। 1976ରେ ଦୋ ଅଞ୍ଜାନୀ ଫିଲ୍ମରେ ଉଭୟଙ୍କ ଯୋଡ଼ି ବଲିଉଡ଼ରେ ନୂଆ କ୍ରେଜ୍ ଆଣିଥିଲା । ଏହାର ଠିକ୍ ଗୋଟାଏ ବର୍ଷ ପରେ 1977ରେ 2 ଟି ଫିଲ୍ମରେ ନଜର ଆସିଥିଲେ ଅମିତାଭ-ରେଖା। ଆଳାପ ଏବଂ ଖୁନ୍ ପସିନା ଫିଲ୍ମରେ ଉଭୟଙ୍କୁ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା। 1978 ରେ ଗଙ୍ଗା କି ସୌଗନ୍ଧ ସାଙ୍ଗକୁ ମକଦର କି ସିକନ୍ଦର ଫିଲ୍ମରେ ଉଭୟ କାଷ୍ଟ କରିଥିଲେ। ଭଳିଭଳି ଭାବରେ ଗୋଟାଏ ବର୍ଷରେ 2 ଟି ଲେଖାଁ ହିଟ୍ ଫିଲ୍ମ ଭେଟି ଦେଉଥିବା ଏ ଯୋଡ଼ି ଧିରେଧିରେ ରିଲ୍ ସେଟରୁ ବାହାରି ରିୟଲ ଲାଇଫର ମଳାମିଶାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ।

ମିଷ୍ଟର ନଟବର ଲାଲ୍, ରାମ ବଳରାମ୍ ଫିଲ୍ମ ପରେ ଚର୍ଚ୍ଚା ଧିରେଧିରେ ବଢିବାକୁ ଲାଗିଲା। ଉଭୟଙ୍କ ମିଳାମିଶାକୁ ନେଇ ଏତେ ଚର୍ଚ୍ଚା ଚାଲିଥିଲା ଯେ ବିବାହିତ ଅମିତାଭଙ୍କ ଜୀବନରେ ଏହାର ପ୍ରଭାବ ବି ଦେଖିବାକୁ ପଡ଼ିଲା । ଏମିତିକି ସେ ସମୟରେ ବାହା ହୋଇନଥିବା ରେଖା ଶଙ୍ଖା ସିନ୍ଦୂର ପିନ୍ଧି ବିଭିନ୍ନ ଫଙ୍କସନ୍ ଆଟେଣ୍ଡ କରିବା ଓ ଅମିତାଭଙ୍କ ସହ ସେଇ ବେଶରେ କମ୍ଫର୍ଟେବଲ କଥା ହେବା ଚର୍ଚ୍ଚାକୁ ଅଧିକ ଖୋକାକ୍ ଦେଇଥିଲା । ଇଣ୍ଡଷ୍ଟ୍ରୀ ଉପରେ ଏହାର ଖରାପ ପ୍ରଭାବକୁ ବିଚାର ନେଇ ଅମିତାଭଙ୍କ କ୍ୟାରିୟର ଦୃଷ୍ଟିରୁ ଏ ପ୍ରଚାରରେ ରୋକ୍ ଲଗାଇବାକୁ କରିଥିଲେ ମାଷ୍ଟରପ୍ଲାନ୍। 1981ରେ ସିଲସିଲା ମୁଭିରେ ଉଭୟ ରେଖା ଏବଂ ଜୟା ବଚ୍ଚନଙ୍କୁ ନେଇ ତିଆରି କରିଥିଲେ ଫିଲ୍ମ ସିଲସିଲା। ଯାହା କିଛି ମାତ୍ରାରେ ଅମିତାଭଙ୍କ ସହ ରେଖାଙ୍କ ସମ୍ପର୍କ ଆଲୋଚନାରେ ବ୍ରେକ୍ ଲଗାଇଥିଲା । ଆଉ ଏମିତିରେ ବି ରାଜନୀତି ଆଡ଼କୁ ଢଳୁଥିବା ଅମିତାଭ ନିଜର ପଲିଟିକାଲ କ୍ୟାରିୟର ଗଢିବା ପାଇଁ ଏ ପ୍ରକାରର କଣ୍ଟ୍ରୋଭର୍ସିରେ ପଶିବାକୁ ଚାହୁଁ ନଥିଲେ। ରେଖା ଓ ଅମିତାଭଙ୍କ ସମ୍ପର୍କ ରାଜନୀତିରେ ତାଙ୍କୁ ପଛକୁ ଟାଣି ନେଇପାରେ ବୋଲି ଆକଳନ କରି ରେଖାଙ୍କ ଠାରୁ ଦୂରେଇଥିଲେ ଅମିତାଭ। 1984ରେ କଂଗ୍ରେସରେ ଯୋଗ ଦେଇ ଆଲହାବାଦ୍ ସିଟରୁ ସାଂସଦ ହୋଇଥିବା ଅମିତାଭ ରେଖାଙ୍କ ସହ କୌଣସି ଫିଲ୍ମରେ ନଜର ଆସି ନଥିଲେ।

କେମିତି ୱେଟରରୁ ହିରୋ ହେଲେ ଅକ୍ଷୟ

ୱେଟରରୁ ସୁପରଷ୍ଟାର। ଜୀବନ ବଦଳାଇଦେଲା ବ୍ୟାଙ୍କକ। ପାଠରେ ପଛୁଆ ଥିବା ବ୍ୟକ୍ତି ଜଣଙ୍କ ପାଲଟିଗଲେ ଆଗଧାଡ଼ିର ନାୟକ । ୟେ କାହାଣୀ ହେଉଛି ବଲିଉଡ଼୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କର।  ଯିଏ କେବଳ ନିଜ ଜୀବିକା ବଦଳାଇନାହାନ୍ତି ବରଂ ନାଁ ରେ ବି ଆଣିଛନ୍ତି ପରିବର୍ତ୍ତନ । ଅକ୍ଷୟ କୁମାରଙ୍କ ପ୍ରକୃତ ନାଁ ଥିଲା ରାଜୀବହରିଓମ ଭାଟିଆ। ଗୋଟାଏ ଫିଲ୍ମରେ ଅକ୍ଷୟ ଚରିତ୍ରରେ ଅଭିନୟ କଲାପରେ ସେ ତାଙ୍କର ନାଁ ଚେଞ୍ଜ କରିଥିଲେ ତେବେ ଦିଲ୍ଲୀର    ଚାନ୍ଦିନୀଚୌକ ଗଳିରୁ ଆସିଥିବା ରାଜୀବ  ଅକ୍ଷୟ ପାଲଟିବାକୁ କିଛି କମ୍ ସମୟ ଲାଗି ନଥିଲ ଏଥିପାଇଁ ତାଙ୍କୁ କିଛି କମ ସଙ୍ଘର୍ଷ କରିବାକୁ ପଡ଼ିନି। ହୋଟେଲରେ ୱେଟର ଭଳି କଷ୍ଟକର କଷ୍ଟକର କାମ କରିଛନ୍ତି ଅକ୍ଷୟ।

ଅକ୍ଷୟ କୁମାରଙ୍କର ଛୋଟ ବେଳୁ ମାର୍ସାଲ୍ ଆର୍ଟ ପ୍ରତି ଆଗ୍ରହ ଥିଲା। ପାଠ ଭଲ ନ ହେବାରୁ ସେ ଏ ଦିଗରେ ମନ ଦେଲେ। ବ୍ୟାଙ୍କକ୍ ଯାଇ ମାର୍ସାଲ୍ ଆର୍ଟ ଶିଖିବା ସହ କିଛି ଦିନ ପରେ ପିଲାଙ୍କ ପାଇଁ ଟ୍ରେନିଂ ସେଣ୍ଟର କଲେ । ମାସକୁ 5 ହଜାର ରୋଜଗାର କରୁଥିବା ଅକ୍ଷୟଙ୍କ ଭାଗ୍ୟ ବଦଳିଗଲା । ଟ୍ରେନିଂ ନେଉଥିବା ଜଣେ ପିଲାର ବାପା ତାଙ୍କୁ ମଡେଲିଂ କରିବାକୁ ପରାମର୍ଶ ଦେଲେ। ତାଙ୍କ କଥାରେ ମଡେଲିଂ କରିଥିଲେ ଅକ୍ଷୟ। ମାସକୁ ପାଞ୍ଚ ହଜାର ଟଙ୍କା ଇନକମ୍ କରୁଥିବା ଅକ୍ଷୟ ଦି ଘଣ୍ଟାକୁ 21 ହଜାର ଟଙ୍କା ହାସଲ କରିଥିଲେ। ମଡେଲିଂ କଲାପରେ ଅକ୍ଷୟ କୁମାର ମଡେଲିଂ କୁ ହିଁ ତାଙ୍କର ପେଶାରେ ପରିଣତ କରିଦେଇଥିଲେ । ଥରେ ମଡେଲିଂ ପାଇଁ ବାହାରକୁ ଯିବାକୁ ଥିବା ସମୟରେ ଠିକ୍ ଟଟାଇମରେ ପହଞ୍ଚି ନ ପାରିବାରୁ ସେ ପ୍ରୋଜେକ୍ଟ ତାଙ୍କ ହାତରୁ ଖସି ଯାଇଥିଲା। ମଡେଲିଂର ଆସାଇନମେଣ୍ଟ କରି ପାରିନଥିଲେ ଅକ୍ଷୟ।  ଆଉ ଏହି ସମୟରେ ହିଁ ତାଙ୍କୁ ଫିଲ୍ମର ଅଫର ମିଳିଥିଲା। 1991ରେ “ସୌଗନ୍ଧ” ଫିଲ୍ମରେ ନଜର ଆସିଥିଲେ ଅକ୍ଷୟ । 1992ରେ ରିଲିଜ ହୋଇଥିବା ଖିଲାଡି ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା

ଆକ୍ସନ୍ ସାଙ୍ଗକୁ  ସିକ୍ୱେନ୍ସ, ଫିଟନେସ୍ ଓ ଡେଡିକେସନ୍‌ରେ ସେ ଲୋକଙ୍କ ମନ ଜିତିଥିଲେ। ଏହାପରେ ଗୋଟାଏ ପରେ ଗୋଟାଏ ହିଟ୍ ମୁଭିରେ ଲିଡ ରୋଲରେ ନଜର ଆସିଛନ୍ତି ଅକ୍ଷୟ କୁମାର । ସେଦିନ ୱେଟର ଭାବେ କାମ କରୁଥିବା ଅକ୍ଷୟ ଏବେ ବଲିଉଡର ସୁପରଷ୍ଟାର।

କପି ମୁଭି କି ସୈୟାରା !

ବକ୍ସ ଅଫିସରେ ରେକର୍ଡ କରିଛି ସୈୟାରା ମୁଭି । ନିର୍ଦ୍ଦେଶକ ମୋହିତ ସୁରୀଙ୍କ ନୂଆ ଚଳଚ୍ଚିତ୍ର ସୈୟାରା’, ଜୁଲାଇ ୧୮ରେ ରିଲିଜ ହୋଇଛି ଅହାନ ପାଣ୍ଡେଅନୀତ ପଡ୍ଡା ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି  ଯଦିଓ ଏହି ମ୍ୟୁଜିକାଲ ରୋମାଣ୍ଟିକ ମୁଭି ବକ୍ସ ଅଫିସରେ ଦମଦାର ଆରମ୍ଭକରିଛି, କିଛି ଦର୍ଶକ କିନ୍ତୁ ଏହାକୁ କପି ମୁଭି ବୋଲି କହୁଛନ୍ତି । 21 ବର୍ଷ ପୂର୍ବରୁ  ୨୦୦୪ରେ ମୁକ୍ତିଲାଭ କରିଥିବା ଦକ୍ଷିଣ କୋରିଆନ ଚଳଚ୍ଚିତ୍ର ଏ ମୋମେଣ୍ଟ ଟୁ ରିମେମ୍ବର ଷ୍ଟୋରୀ ସହ ଏ ଫିଲ୍ମର କାହାଣୀ ମିଶୁଥିବା ଚର୍ଚ୍ଚା ହେଉଛି ।ସୈୟାରାର କାହାଣୀ କୋରିଆନ ଫିଲ୍ମ ସହ ସାମଞ୍ଜସ୍ୟ ଥିବା ଦର୍ଶକମାନେ ଦାବି କରୁଛନ୍ତିଏହି ଚଳଚ୍ଚିତ୍ରରେ କ୍ରିଶ କପୁର ଭୂମିକାରେ ଅଭିନୟ କରୁଥିବା  (ଅହାନ ପାଣ୍ଡେ) ଜଣେ ଉଗ୍ର ସ୍ୱଭାବର ସଙ୍ଗୀତଜ୍ଞ ଏବଂ ବାଣୀ ଭୂମିକାରେ ଅଭିନୟ କରୁଥିବା (ଅନୀତ ପଡ୍ଡା) ଜଣେ ସଂରକ୍ଷିତ ପତ୍ରକାର ଭାବେ ନଜର ଆସିଛନ୍ତିଉଭୟଙ୍କ ମଧ୍ୟରେ ପ୍ରେମ ହେବା ପରେ ବାଣୀଙ୍କୁ ପ୍ରାରମ୍ଭିକ ଆଲଜେଇମର୍ସ ରୋଗ ଜଣାପଡିବା ହେବା ସହ ସେମାନଙ୍କ ସମ୍ପର୍କ ଏକ ଭାବପ୍ରବଣ ମୋଡ଼ ନେଇଛି।

 ‘ଏ ମୋମେଣ୍ଟ ଟୁ ରିମେମ୍ବର’, ଯାହା ଜନ ଏଚ. ଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ, ସୁ-ଜିନ (ସନ ୟେ-ଜିନ) ଓ ଚୁଲ-ସୁ (ଜଙ୍ଗ ୱୁ-ସଙ୍ଗ)ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ସେଥିରେ ମଧ୍ୟ ଏହିପରି କାହାଣୀ ରହିଛି । ଯେଉଁଥିରେ ସୁ-ଜିନଙ୍କୁ ଆଲଜେଇମର୍ସ ରୋଗ ଜଣାପଡିବା ପରେ ସେମାନଙ୍କ ସମ୍ପର୍କରେ ଜଟିଳତା ଆସିଥାଏ। ଏହି ଫିଲ୍ମ ପ୍ରେମ ଓ ସ୍ମୃତିର ସମ୍ବେଦନଶୀଳ ଚିତ୍ରଣ ପାଇଁ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛି। ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି, “ସୈୟାରା ଏକ କୋରିଆନ ଫିଲ୍ମର ନକଲ।ମୋହିତ ସୁରୀ ଖୁବ କମ ମୌଳିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।ତେବେ, ‘ସୈୟାରାର ନିର୍ମାତାମାନେ ଏହି ତୁଳନା କିମ୍ବା ଫିଲ୍ମଟିଏ ମୋମେଣ୍ଟ ଟୁ ରିମେମ୍ବରର ଏକ ଆଡାପ୍ଟେସନ କି ନାହିଁ ସେ ନେଇ କୌଣସି ଆନୁଷ୍ଠାନିକ ବିବୃତି ଦେଇନାହାନ୍ତି।

ବିବାଦ ସତ୍ତ୍ୱେ, ‘ସୈୟାରାତାର ଅଭିନୟ ଓ ସଙ୍ଗୀତ ପାଇଁ ପ୍ରଶଂସା ସାଉଁଟିଛି। ଫିଲ୍ମର ସଙ୍ଗୀତ ମିଥୁନ, ସଚେତ-ପରମ୍ପରା, ଋଷଭ କାନ୍ତ, ବିଶାଲ ମିଶ୍ର, ତନିଷ୍କ ବାଗଚୀ, ଫହିମ ଅବଦୁଲ୍ଲା ଓ ଅରସ୍ଲାନ ନିଜାମୀଙ୍କ ଦ୍ୱାରା ପ୍ରସ୍ତୁତ। ଏହି ଚଳଚ୍ଚିତ୍ରଟି ଯଶରାଜ ଫିଲ୍ମସର ସିଇଓ ଅକ୍ଷୟ ଓ୍ଵିଧାନୀଙ୍କ ଦ୍ୱାରା ପ୍ରଯୋଜିତ ଏବଂ ସଙ୍କଳ୍ପ ସଦାନାଙ୍କ ଦ୍ୱାରା ଲିଖିତ ଓ ରୋହନ ଶଙ୍କରଙ୍କ ସଂଳାପ ରହିଛି । ଏହି ତୁଳନା ଏବଂ ବିବାଦ ସତ୍ତ୍ୱେ, ‘ସୈୟାରାଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି।

ରିଲରେ ହିରୋ,ରିୟଲରେ ମନି ଲଣ୍ଡର!

ରିଲ୍ ଓ ରିୟଲ ଲାଇଫ ଭିତରେ ଢେର୍ ତଫାତ୍ । ଅନ୍ ସ୍କ୍ରୀନରେ ରୋଲ୍ କରୁଥିବା ଆକ୍ଟର ଆକ୍ଟ୍ରେସଙ୍କ ଅଫ୍ ସ୍କ୍ରୀନର ବାସ୍ତବତା ଭିତର ଢେର୍ ତଫାତ୍ । ଅଭିନୟ ମାଧ୍ୟମରେ ବେଶ୍ ଲୋକପ୍ରିୟତା ପାଇଥିବା  ସୁରପଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED )ର ସମନ ହୋଇଛି । ରିଲରେ ଆଦର୍ଶ ଚରିତ୍ରରେ ଅଭିନୟ କରୁଥିବା ମହେଶଙ୍କୁ ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୭ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ କମ୍ପାନୀ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି ।

ମହେଶ ବାବୁଙ୍କୁ ସମନ, ୬କୋଟିର ଠକେଇ ଅଭିଯୋଗ

  • ମନି ଲଣ୍ଡ୍ରିଂ ମାମଲାରେ ମହେଶ ବାବୁଙ୍କୁ ସମନ ହୋଇଛି 
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି
  • ଏପ୍ରିଲ ୨୭ରେ ହାଜର ହେବାକୁ ଇଡିର ନିର୍ଦ୍ଦେଶ
  • ରିଅଲ ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲା
  • ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ
  • ସାଇ ସୂର୍ଯ୍ୟା ଡେଭଲପର୍ସସୁରାନା ଗ୍ରୁପ ଡେଭଲପର୍ସ ସହ ଜଡ଼ିତ ମାମଲା
  • ଗ୍ରାହକଙ୍କୁ ଠକିଥିବା ଅଭିଯୋଗ
  • ଏହି ୨ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ
  • ନିର୍ଦ୍ଧାରିତ ସମୟରେ କାମ ଶେଷ କରିନଥିବାରୁ ମାମଲା ହୋଇଛି 
  • ‘ଗ୍ରୀନ ମିଡୋଜ’ ନାମକ ଯୋଜନାକୁ ନେଇ ତଦନ୍ତ ହେଉଛି 
  • ସାଇ ସୂର୍ଯ୍ୟା ଡେଭଲପର୍ସ ମାଲିକ ସତୀଶ ଚନ୍ଦ୍ର ଗୁପ୍ତାଙ୍କ ନାଁରେ ଅଭିଯୋଗ ରହିଛି
  • ସାଇ ସୂର୍ଯ୍ୟା ଡେଭଲପର୍ସଠାରୁ ମହେଶ ବାବୁ ପାଖାପାଖି ୬କୋଟି ଟଙ୍କା ନେଇଛନ୍ତି 
  • ବିଜ୍ଞାପନ ଚୁକ୍ତି ବାବଦରେ ଏହି ଟଙ୍କା ନେଇଥିବା ଅଭିଯୋଗ