- ସେପ୍ଟେମ୍ବର 9 ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି
- ନବୀନ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି, ଇଣ୍ଡି ମେଣ୍ଟକୁ ଦେଇଛି ଶକ୍ତ ଧକ୍କା
- ବିଜୁ ଜନତା ଦଳର 7 ଜଣ ରାଜ୍ୟସଭା ସାଂସଦମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଦୂରେଇ ରହିବେ
- ଫଳରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବା ସହଜ ହୋଇଗଲା
- କାରଣ ଲୋକସଭାରେ ଜିରୋ ଥିବା ବିଜୁ ଜନତା ଦଳର, ରାଜ୍ୟସଭା ସାଂସଦଙ୍କ ସମର୍ଥନର ଆଶା ରଖିଥିଲେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ
- ହେଲେ ସବୁ ପାଣିଚିଆ କରିଦେଲେ ନବୀନ ପଟ୍ଟନାୟକ
- ଭୟରେ ହେଉ, ଅବା ସମଦୂରତା, ଯାହାବି ହେଉ ବିଜେପିକୁ ନବୀନଙ୍କର ମିଳିଛି ପରୋକ୍ଷରେ ସମର୍ଥନ

ଅନ୍ୟପଟେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବାର କ୍ଷମତା ନଥିବା ଓଡ଼ିଶାର ସବୁ ବଡ଼ ନେତା ଏବେ ଦିଲ୍ଲୀରେ,
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତେ ଦିଲ୍ଲୀରେ,
- ସମସ୍ତଙ୍କର ଗୋଟାଏ ପ୍ରଶ୍ନ ଥିଲା, କାହାକୁ ସପୋର୍ଟ କରିବ ବିଜୁ ଜନତା ଦଳ
- ପୂର୍ବରୁ କ୍ଷମତାରେ ଥିଲାବେଳେ ନବୀନ ପଟ୍ଟନାୟକ ପ୍ରାୟ ସବୁ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଆସିଛନ୍ତି
- ରାଷ୍ଟ୍ରପତି ଭୋଟରେ ମଧ୍ୟ ବିଜୁ ଜନତାଦଳ NDA ପ୍ରାର୍ଥୀ ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିଛି
- ଏବେ ରାଜ୍ୟରେ ବିଜେପି ସରକାର
- ତେଣୁ ଏଥର ଉପରାଷ୍ଟ୍ରପତି ଭୋଟକୁ ନେଇ ବିଜେଡିର ଆଭିମୁଖ୍ୟକୁ ନେଇ ଅନୁମାନ କରି ହେଉନଥିଲା
- ଯଦିଓ ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡିର 5 ସାଂସଦ NDA ସହ ରହିଥିଲେ,
- ଏଥର କିନ୍ତୁ ଭୋଟ ଦାନରୁ ସଂପୂର୍ଣ୍ଣ ଦୂରେଇ ରହିବ ବିଜେଡି

ସଂଖ୍ୟା ଗଣିତକୁ ଦେଖିଲେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବାରେ ବଧା ନାହିଁ। ବିଜେଡି ସମର୍ଥନ ନକଲେ ମଧ୍ୟ ହାରିବାର ପ୍ରଶ୍ନ ଉଠୁନି।
- ଜିତିବା ପାଇଁ ବିଜେଡିର ସମର୍ଥନ ଯଦିଓ ସେତେଟା ଗୁରୁତ୍ୱ ରଖୁନଥିଲା, ତଥାପି NDA ବିଜେଡିର ସମର୍ଥନ ଲୋଡିଥିଲା
- ୱାକଫ୍ ସଂଶୋଧନ ବିଲ୍ ଭୋଟିଂରେ NDAକୁ ସମର୍ଥନ ଦେଇ ବିଜେଡି ସମାଲୋଚିତ ହୋଇଛି
- ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ NDA ସି.ପି. ରାଧାକ୍ରୀଷ୍ଣନ୍ ବଦଳରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥକମାନେ ଚାହୁଁଥିଲେ ।
ବିଜେଡି ଯଦି ଉପରାଷ୍ଟ୍ରପତି ଭୋଟରେ NDA ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତାହେଲେ ବିଜେଡି-ବିଜେପିର ଭିତିରି ବୁଝାମଣା ପଦାରେ ପଡ଼ିଥାନ୍ତା
ଅନ୍ୟପଟେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନି । ସେଣ୍ଟ୍ରାଲ ବିଜେପିର ନବୀନଙ୍କ ଭଲ ସେଟିଂ ପାଇଁ ବିଜେଡି ସରକାର ବିରୋଧରେ ବହୁ ଆରୋପ ଲଗା ଯାଇଥିଲେ ମଧ୍ୟ ସେ ଦିଗରେ ବିଜେପି ସରକାର ଚୁପ୍ ବସିଛନ୍ତି । ତେଣୁ ଏ ଦୃଷ୍ଟିରୁ ବିଚାର କଲେ NDA ପ୍ରାର୍ଥଙ୍କୁ ପରୋକ୍ଷ ସପୋର୍ଟ ଦେବା, ନବୀନ ପଟ୍ଟନାୟକଙ୍କର ଥିଲା ଶ୍ରେଷ୍ଠ ବିକଳ୍ପ।
Visited 15 times, 1 visit(s) today