ନବୀନଙ୍କୁ ବାଏ-ବାଏ କରିବେ କି ଭୂପିନ୍ଦର

ଧିରେଧିରେ ବିଜୁ ଜନତା ଦଳକୁ ମୁହଁ ମୋଡ଼ୁଛନ୍ତି ବରିଷ୍ଠ ନେତା । ପାଣ୍ଡିଆନ ପଲିଟିକ୍ସ ପାଇଁ କିଛି ବରିଷ୍ଠ ନେତା ନବୀନଙ୍କୁ ସିଧାସିଧା ଅବଗତ କରୁଥିଲା ବେଳେ ଆଉ କିଛି ନେତା ଏବେ ଅନ୍ୟ ଦଳ ମୁହାଁ ହେଲେଣି । ୟାରି ଭିତରେ BJDର ବରିଷ୍ଠ ନେତା ଭୂପିନ୍ଦର ସିଂହ କଂଗ୍ରେସକୁ ପ୍ରଂଶସା କରିଛନ୍ତି। ରାଜ୍ୟ ସହିତ ଦେଶରେ କଂଗ୍ରେସ ବଢୁଛି। ଯଦି ବିଜେଡି ରାଜ୍ୟରେ ଠିକ୍ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ, ତେବେ କଂଗ୍ରେସ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। ଯେଉଁଥିପାଇଁ ସେ ବିଜେଡି ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । ଲୋକ ମୋ ପାଇଁ ଶ୍ରେଷ୍ଠ, କେଉଁ ଦଳ ନୁହେଁ । ଲୋକ ଯାହା ବି ନିଷ୍ପତ୍ତି ନେବେ, ତାଙ୍କର ଭବିଷ୍ୟତ ସେଇଆ ହେବ ବୋଲି କହି ପରୋକ୍ଷରେ ବିଜୁ ଜନତା ଦଳ ପ୍ରତି ମୋହ ତୁଟୁଥିବା ବାରି ହେଉଛି । ପୂର୍ବରୁ ମଧ୍ୟ କଂଗ୍ରେସ ନେତା ତାଙ୍କୁ ଡାକୁଥିବା କହି ସେ ଚର୍ଚ୍ଚାକୁ ଆସି ସାରିଛନ୍ତି ।

ବିଜେଡି-ବିଜେପି ଭିତରେ କିଛି ବି ଫରକ ନାହିଁ
ବିଜେଡିକୁ ତେରେଛା ତୀର ମାରି ଭୂପିନ୍ଦର କହିଛନ୍ତି

  • ବିଜେଡି-ବିଜେପି ଭିତରେ କିଛି ବି ଫରକ୍ ନାହିଁ ବୋଲି ଲୋକ ଅନୁଭବ କରୁଛନ୍ତି ।
  • ଯେହେତୁ ବିରୋଧୀ ଭାବେ ବିଜେଡି ଠିକ୍ ପ୍ରସଙ୍ଗ ଉଠାଉନି, ତେଣୁ କଂଗ୍ରେସ ଏହାର ଫାଇଦା ନେଉଛି ।
  • ୨୦୨୪ ପରଠୁ ଆଜି ପର୍ଯ୍ୟନ୍ତ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ହେଇପାରିନି ।

ପୁଣି କଂଗ୍ରେସ ଫେରିବେ କି ଭୂପିନ୍ଦର
କଂଗ୍ରେସ ଟିକେଟରେ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ଭୂପିନ୍ଦର ସିଂହ। 2009ରେ ନର୍ଲା ସିଟରେ କଂଗ୍ରେସ ଟିକେଟରେ ଜିତିଥିବା ଭୂପିନ୍ଦର ସିଂହ କଂଗ୍ରେସରେ ଥାଇ ବିରୋଧୀ ଦଳ ନେତା ଥିଲେ। 2014ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ରାଜ୍ୟସଭା ସାଂସଦ ହେବା ସହ 2019ରେ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି । ମାତ୍ର 2024ରେ ତାଙ୍କ ପରିବର୍ତ୍ତେ ବିଜେଡି ମନୋରମା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ଟିକେଟ ନ ପାଇବାର କ୍ଷୋଭ ସାଙ୍ଗକୁ ଦଳରେ ବରିଷ୍ଠଙ୍କ ଅବହେଳିତ ସ୍ଥିତି ହେତୁ ସେ ପୁଣି କଂଗ୍ରେସ ଫେରି ପାରନ୍ତି ବୋଲି ଚର୍ଚ୍ଚା ।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *