Posts by Bartaman Odisha

ବିମାନରେ ଚାଲିଗଲା ଉପମୁଖ୍ୟମନ୍ତ୍ରୀଙ୍କ ଜୀବନ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ନିର୍ବାଚନ ପ୍ରଚାର ପାଇଁ ବିମାନରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି।  ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ୬ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ବାରାମତି ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଚାଟାର୍ଡ ପ୍ଲେନରେ ଯାଉଥିଲେ। ଅବତରଣ ବେଳେ ବିମାନ ଖସିପଡ଼ି ସେଥିରେ ନିଆଁ ଲାଗିଯାଇଥିଲା।  ତେବେ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦୁର୍ଟଘଣାଗ୍ରସ୍ତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ବିମାନ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଜିତଙ୍କୁ  ମେଡିକାଲ ସ୍ଥାନାନ୍ତର  କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଅଜିତ୍ ପୱାର ମହାରାଷ୍ଟ୍ର NCPର ଜଣେ ବରିଷ୍ଠ ଓ ଅଭିଜ୍ଞତା ସମ୍ପନ୍ନ ନେତା।  ଦେବେନ୍ଦ୍ର ଫଡନାବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ମଙ୍ଗ ଧରିଥିଲେ।ମହାରାଷ୍ଟ୍ର ରାଜନୀତିର ଟାଣୁଆ ନେତା ଅଜିତ ପାୱାର।୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ରାଜନୀତିରେ ସକ୍ରିୟ ଭୂମିକାରେ ଥିଲେ ଅଜିତ। ସର୍ବାଧିକ ୬ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ରେ ଦୁଇ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ।୨୦୧୯ରେ ଫଡଣବିଶ ଓ ଉଦ୍ଧବ ଠାକରେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।୧୯୯୫ରୁ ଲଗାତାର ୨୦୨୪ ବାରାମତୀରୁ ବିଧାୟକ ନିର୍ବାଚିତ ହୋଇଛନ୍ତି।

ହାଇକୋର୍ଟ କ୍ଷୁବ୍‌ଧ : ହାଜିରା ଦେବେ ଉଷା ପାଢ଼ୀ

  • ହାଇକୋର୍ଟକୁ ମାନୁ ନାହାନ୍ତି ଉଷା ପାଢୀ
  • କୋର୍ଟଙ୍କୁ ମାନୁ ନାହାନ୍ତି IAS ଅଫିସର
  • ସଚିବ ଉଷା ପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ
  • ଜାନୁଆରୀ ୩୦’ରେ କୋର୍ଟରେ ଦେବେ ହାଜିରା
    IAS ଅଫିସର ମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବା ଅବସ୍ଥାରେ ନାହାଁନ୍ତି । ସେଥିପାଇଁ ଭୀଷଣ ବିରକ୍ତ ହେଉଛନ୍ତି ଓଡ଼ିଶା ହାଇକୋର୍ଟ । ପ୍ରଥମେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ଗିରଫ କରିବାକୁ କହିଲେ କୋର୍ଟ । ଡରି ମରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୨୪ ଘଣ୍ଟାରେ କାର୍ଯ୍ୟକାରୀ କରି ଗିରଫ ହେବାରୁ ବଞ୍ଚିଲେ ଅରବିନ୍ଦ ଅଗ୍ରଓ୍ୱାଲ। ଆଉ ଚଳିତ ମାସ ୨୨ ତାରିଖରେ ହାଇକୋର୍ଟରେ ହାଜିରା ଦେଇ ଭୁଲ ମାଗିଲେ IAS ଅଫିସର ଅରବିନ୍ଦ ଅଗ୍ରଓ୍ୱାଲ ।

ଏବେ IAS ଉଷା ପାଢୀଙ୍କ ଟର୍ମ..

  • ଅଦାଲତ ଅବମାନନା ମାମଲାରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କୁ ହାଇକୋର୍ଟ ନୋଟିସ ହୋଇଛି
  • କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ଉଷା ପାଢୀ, ବ୍ୟକ୍ତିଗତ ଭାବେ ହାଜିରା ଦେବେ ହାଇକୋର୍ଟରେ
  • କେବଳ ଉଷା ପାଢୀ ନୁହନ୍ତି, ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଏବଂ ଆଠଗଡ଼ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କ ଉପରେ ହାଇକୋର୍ଟ ଭୀଷଣ ବିରକ୍ତ ।
  • ଜାନୁଆରି ୩୦ରେ ହାଇକୋର୍ଟରେ ହାଜର ହୋଇ କୋର୍ଟଙ୍କ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ତାହର ସ୍ପଷ୍ଟୀକରଣ ରଖିବେ ଉଷା ପାଢୀ।

ତେବେ ବିବାଦ ଆରମ୍ଭ ହୋଇଛି ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠର ରାୟକୁ ନେଇ । ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଚାକିରି ନିୟମିତ କରିବାକୁ ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ଏହି ରାୟ ଦେଇଥିଲେ ଯାହାକୁ ୨୦୨୫ ଜୁଲାଇରେ ଦୁଇ ଜଣିଆ ଖଣ୍ଡପୀଠ ମଧ୍ୟ କାଏମ ରଖିଥିଲେ।

  • ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିଲା ଯେ ୮ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କର
  • ୨୨ ସପ୍ତାହ ବିତିଗଲା, କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
  • ଆବେଦନକାରୀ ଧାଇଁଲେ ପୁଣି ହାଇକୋର୍ଟକୁ..
  • ଅମାନିଆ ଅଫିସର ମାନେ କିପରି ଅଦାଲତ ଅବମାନନା କରୁଛନ୍ତି, ସେ ନେଇ ଏକ ମାମଲା ଦାୟର କଲେ ।
  • ଯାହାକୁ ନେଇ ହାଇକୋର୍ଟ ଦେଲେ କଡ଼ା ଚେତାବନୀ
            ତେବେ ଜାନୁଆରି ୩୦ ପୂର୍ବରୁ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଏବଂ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଗାଯିବ ତାହେଲେ ସେମାନଙ୍କ ଉପସ୍ଥିତି ଆବଶ୍ୟକ ହୋଇନପାରେ। ଆଉ ଯଦି ତାହା ନ ହୁଏ ତେବେ ଏ ମନମାନୀ ଉଷାପାଢୀଙ୍କୁ ଭାରି ପଡ଼ିପାରେ ।ପାୱାରର ଅପବ୍ୟବହାର କରି ଲୋକଙ୍କୁ ଅଡ଼ୁଆରେ ପକାଉଥିବା ଅଫିସର ମାନଙ୍କୁ ହାଇକୋର୍ଟ ହିଁ କେବଳ ସାବାଡ୍ କରିପାରିବେ।

ନବୀନ ଫେରାଇ ଆଣିଲେ ‘ବିଜୁବାବୁ’ଙ୍କ ଡାକୋଟା:କେବେ ଫେରିବ ନେତାଜୀଙ୍କ Ford କାର

ନବୀନ ପଟ୍ଟନାୟକ ଫେରାଇ ଆଣିଲେ ବିଜୁବାବୁଙ୍କ ଡାକୋଟା, କିଏ ଆଣିବେ ନେତାଜୀଙ୍କ ଫୋର୍ଡ କାର୍? 24 ବର୍ଷର ଲଗାତର ଶାସନ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ସହ ଜଡ଼ିତ ଫୋର୍ଡ କାରକୁ ବିଜୁ ଜନତା ଦଳର ସରକାର ଫେରାଇ ଆଣିବାରେ ଆଗ୍ରହ ଦେଖାଇ ନଥିଲା ବେଳେ ପଦକ୍ଷେପ ନେବେ କି ବିଜେପି ସରକାର? ନବୀନ ପଟ୍ଟନାୟକ କରି ପାରିନଥିବା କାମକୁ ପୂରଣ କରିବେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ? ନା ଓଡ଼ିଶା ବାହାରେ ରହିବ ନେତାଜୀଙ୍କ ସନ୍ତକ? ନେତାଜୀ ଜୟନ୍ତୀରେ ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳୁଛି ସାରା ଦେଶ। ନେତାଜୀଙ୍କ 129 ତମ ଜନ୍ମଜୟନ୍ତୀ ପାଳନରେ ଭାରତର ଉପରାଷ୍ଟ୍ରପତି ସି ପି ରାଧାକ୍ରୀଷ୍ଣନ୍ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। କଟକ ସ୍ଥିତ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିଛନ୍ତି। ନେତାଜୀଙ୍କ ସମ୍ମାନାର୍ଥେ ଜନ୍ମତିଥିକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ମାତ୍ର ଓଡ଼ିଶା ସରକାର ନେତାଜୀଙ୍କ ସ୍ମୃତି ଓ ସନ୍ତକକୁ ନେଇ ସେତିକି ଯତ୍ନଶୀଳ ତ? ବିଜୁ ପଟ୍ଟନାୟକଙ୍କ ନାଁରେ ରାଜ୍ୟର ସିଂହଭାଗ ଯୋଜନା କରିଥିବା ନବୀନ ପଟ୍ଟନାୟକ ଏବେ କ୍ଷମତାରେ ନାହାନ୍ତି। ଯଦିଓ ଶାସନର ଶେଷଭାଗରେ କଟକରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ କରିଛନ୍ତି ତଥାପି ଦୀର୍ଘ ବର୍ଷର ଲଗାତର ଶାସନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ସହ ଜଡ଼ିତ ଫୋର୍ଡ କାର ଫେରାଇ ଆଣିବାକୁ ବାରମ୍ବାର ଦାବି ହୋଇଥିଲେ ବି ସେ ଏ ପ୍ରସଙ୍ଗକୁ ଧ୍ୟାନ ଦେଇ ନାହାନ୍ତି।

2023 ମସିହା ଜାନୁଆରୀ 18 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାପା ବିଜୁ ପଟ୍ଟନାୟକ ବ୍ୟବହାର କରୁଥିବା Dakota DC-3 Aircraftକୁ କୋଲକାତାରୁ ଫେରାଇ ଆଣିବା ପରେ ନେତାଜୀଙ୍କ କାର୍ ଫେରାଇ ଆଣିବାକୁ ଦାବି ହୋଇଥିଲା। ମାତ୍ର ଏ ଦାବିକୁ ପୂର୍ବ ସରକାର ସେତିକି ଗୁରୁତ୍ତ୍ୱ ଦେଇ ନଥିଲେ। ଏପରିକି ନୂଆ ସରକାରକୁ ଦେଢ ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ସୁଦ୍ଧା ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ।  ଧାନବାଦରେ ପଡ଼ି ରହିଛି ନେତାଜୀଙ୍କ ଫୋର୍ଡ କାର୍। ଯାହା ତାଙ୍କର ଅନେକ ସ୍ମୃତି ସହ ଜଡ଼ିତ। 1930 ରୁ 1941 ପର୍ଯ୍ୟନ୍ତ ନେତାଜୀ ଏହି କାରକୁ ବ୍ୟବହାର କରିଥିଲେ। ନିଜ ଜୀବନର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାମ ସେ ଏହି କାରରେ ହିଁ କରିଛନ୍ତି। ମହମ୍ମଦ ଜିଆଉଦ୍ଦିନବେଶରେ ଭାରତ ଛାଡ଼ି ବିଦେଶ ଯାଇ ସଂଗ୍ରାମ ଜାରୀ ରଖିବାରେ ଏ ଗାଡ଼ିର ବେଶ୍ ଭୂମିକା ରହିଛି। ସେ ଦୃଷ୍ଟିରୁ ଏ ସନ୍ତକକୁ ସୁଭାଷ ବୋଷଙ୍କ ଜନ୍ମସ୍ଥାନ କଟକ  ଫେରାଇ ଆଣିବାକୁ ଦାବି ହେଉଛି।

ଅତନୁ-ଲେନିନ୍ ମିଛୁଆ: ପାଟକୁରାରେ କାହାକୁ ମୁଖିଆ କରିବେ ନବୀନ

ଯେଉଁ ବିଜେଡି ସୁପ୍ରିମୋଙ୍କ ଗୋଟାଏ ଇଙ୍ଗିତରେ ଦିନେ ଦଳର ବଡ଼ବଡ଼ ମୁଣ୍ଡ ଗଡ଼ୁଥିଲା, ଆଜି ତାଙ୍କର ଅସହାୟ ସ୍ଥିତି ପଦାରେ ପଡ଼ିଛି। ବିଜୁ ଜନତା ଦଳର ଇତିହାସରେ ପ୍ରଥମଥର ନିଜର ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣ କରିବାକୁ ବାଧ୍ୟ ହୋଇଛନ୍ତି ନବୀନ ପଟ୍ଟନାୟକ। ପ୍ରେସ ରିଲିଜ ଦେବାର 6 ଦିନ ପରେ ଗଣମାଧ୍ୟମ ସାମ୍ନାକୁ  ଆସିଛନ୍ତ ନବୀନ। ପାଟକୁରାବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ସମର୍ଥନ ନ ମିଳିବାରୁ ନବୀନ ନିଜେ ପଦାକୁ ବାହାରିଛନ୍ତି। ମିଡିଆକୁ ପ୍ରତିକ୍ରିୟା ଦେଇ ଅତନୁ ସବ୍ୟସଚୀ ନାୟକ ଓ ବିଜେଡି ମୁଖପାତ୍ର ଲେନୀନ୍ ମହାନ୍ତି ଜଣେଜଣେ ମିଛୁଆ ବୋଲି ପ୍ରମାଣିତ କରି ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିବାସୀଙ୍କୁ ଭେଟୁ ନାହାନ୍ତି କିନ୍ତୁ ବିଧାୟକ ଅରବିନ୍ଦ ମହାପାତ୍ର ପାଟକୁରା ବାସୀଙ୍କ କଥା ବୁଝୁ ନଥିବା ମିଡ଼ିଆ ଆଗରେ କହିଛନ୍ତି।

ବିଧାନସଭା ଯାଉ ନଥିବା ନବୀନ ପଟ୍ଟନାୟକ ନିଜର ସାମନ୍ତ ବାଦୀ ଚିନ୍ତାଧାରାକୁ ମିଡ଼ିଆ ଆଗରେ ରଖିଛନ୍ତି। ପାଟକୁରା କଥା ବୁଝିବାକୁ ସେ ଜଣେ ମୁଖିଆକୁ ପଠେଇବେ ବୋଲି କହିଛନ୍ତି। 24 ବର୍ଷ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଜଣେ ମୁଖିଆ ଉପରେ ଏତେ ଭରସା କାହିଁକି? ଅନ୍ୟପଟେ   ଜାନୁଆରୀ 15 ତାରିଖରେ ଅରବିନ୍ଦ ମହାପାତ୍ରଙ୍କ ବିଜେଡିରୁ ନିଲମ୍ବନ ପରେ  ଅତନୁ ସବସଚୀ ନାୟକ କହିଥିଲେ ଯେ ପାଟକୁରା ବିଧାୟକ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତ । ଅତନୁଙ୍କ ସହ ସ୍ୱର ମିଳାଇଥିଲେ  ବିଜେଡି ମୁଖପାତ୍ର ଲେନୀନ ମହାନ୍ତି ,ପ୍ରମିଳା ମଲ୍ଲିକ, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଅମରେଶ ପତ୍ରୀ। ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ହାରିବା ପଛରେ ଅରବିନ୍ଦଙ୍କର ହାତ ଥିଲା ବୋଲି କହିଥିଲେ ବିଜେଡି ନେତା। ଯୋଉ ଅଭିଯୋଗକୁ ବାଏଁବାଏଁ ଉଡ଼େଇ ଦେଇଛନ୍ତି ନବୀନ ପଟ୍ଟନାୟକ। ଅତନୁ ଓ ଲେଲିନଙ୍କୁ ମିଛୁଆ ପ୍ରମାଣିତ କରିବାକୁ ନବୀନଙ୍କ ବକ୍ତବ୍ୟ ହିଁ ଯଥେଷ୍ଟ।

ଅପର ପକ୍ଷରେ ନବୀନ ପ୍ରଥମ ଥର ପାଇଁ ନିଜର ଡିସିସନକୁ ନେଇ ବିଜୁ ଜନତା ଦଳ ଓ ଲୋକଙ୍କ ମଧ୍ୟରେ ନିନ୍ଦିତ ହୋଇଛନ୍ତି। ବିଜୟ ମହାପାତ୍ରଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପୁଅ ଅରବିନ୍ଦଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି। ସେଥିପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରାୟୋଜିତ ବୈଠକ କରୁଛନ୍ତି । ସେଠିକାର ଲୋକଙ୍କୁ ଭୁବନେଶ୍ୱରକୁ ଡକାଇ ନିଜ ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ନବୀନ। ଅପରପକ୍ଷରେ ଦଳରୁ ନିଲମ୍ବିତ ହୋଇଥିବା ଅନ୍ୟଜଣେ ବିଧାୟକ ସନାତନ ମହାକୁଡଙ୍କୁ ନେଇ ନବୀନ ପଟ୍ଟନାୟକ ପୁରା ଚୁପ୍ । କ୍ଷମତାରୁ ଗଲାପରେ ସତରେ କେତେ ଅସହାୟ ନବୀନ?

ନିମାପଡ଼ା ଫାଇଟ୍:କ୍ଷତି ସହିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

  • ଚର୍ଚ୍ଚାରେ ନିମାପଡ଼ା BJP ଫାଇଟ୍
  • ଲଢ଼େଇ ଚାଲିଛି ଡେପୁଟି CM ପ୍ରଭାତୀ ପରିଡ଼ାଙ୍କ ସହ BJP ମୁଖପାତ୍ର ସମୀର ଦାଶଙ୍କର
  • ସମୀରଙ୍କ ଫୋନ୍ ଉଠାଉ ନାହାନ୍ତି ପ୍ରଭାତୀ
  • ସମୀର କଲେଣି ଅଭିଯୋଗ ଶୁଣାଣି
  • ରୋଚକ ହେଉଛି ହାରିବାରେ ହ୍ୟାଟ୍ରିକ୍ ମାରିଥିବା ପ୍ରଭାତୀଙ୍କ ସହ ଜିତିବାରେ ହ୍ୟାଟିକ୍ ମାରିଥିବା ସମୀରଙ୍କର ଲଢ଼େଇ।
    ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ଏହି ଲଢେଇ ଏବେ ରାଜ୍ୟ BJP ପାଇଁ ଟେନସନ୍।
  • ରାଜ୍ୟ BJP ମୁଖପାତ୍ର ସମୀର ଦାଶଙ୍କ ଫୋନ୍ କଲ୍ ରିସଭ୍ କରୁନାହାନ୍ତି କି ମେସେଜର ରିପ୍ଲାଏ ଦେଉନାହାନ୍ତି ମାଡାମ୍ ଡେପୁଟି CM
  • ନିମାପଡ଼ାର ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିରୁଦ୍ଧରେ ଅଭିଯୋଗ ସେ BJP କାର୍ଯ୍ୟକର୍ତ୍ତାଙ୍କୁ କରୁଛନ୍ତି ଅଣଦେଖା।
  • ମାଡାମ୍ ଡେପୁଟି CMଙ୍କ ଅଣଦେଖାକୁ ଜବାବ ଦେବାକୁ ରେଡି ହେଉଛନ୍ତି ସମୀର ସେନା
  • ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିମାପଡ଼ା ଓ ଗୋପ ବ୍ଲକରେ ଜନଶୁଣାଣୀ କଲେଣି ସମୀର ଦାଶ।

ଅବଶ୍ୟ ଏ ଲଢେଇ ନୂଆ ନୁହେଁ । ଆଗରୁ ମଧ୍ୟ ସମୀର ଦାଶ, ପ୍ରଭାତୀଙ୍କ PC ରାଜନୀତିର ଗୁମର ଖୋଲିଛନ୍ତି । ମାଡାମ୍ ଡେପୁଟି CM ମଧ୍ୟ ସମୀର ଦାଶଙ୍କ ବିଧାୟକ ପିରିୟଡରେ ନିମାପଡ଼ା-ଗୋପର କିଛି ବିକାଶ ହୋଇନାହିଁ ବୋଲି କହିଛନ୍ତି ।

  • କିନ୍ତୁ ସମୀର ଜଣେ ଦୃଢ଼ ସଂଗଠକ ଏବଂ ତାଙ୍କର ଜନସଂପର୍କ ଅଧିକ ଏକଥାକୁ ଅସ୍ୱୀକାର କରିହେବ ନାହିଁ ।
  • ସେପଟେ ରାଜ୍ୟ ସାରା ସୁଭଦ୍ରା ଦିଦିଙ୍କୁ ଟଙ୍କା ବାଣ୍ଟି ବାଣ୍ଟି ପ୍ରଭାତୀ ପରିଡ଼ା ନିମାପଡ଼ାରୁ ଦୂରେଇ ଗଲେଣି।
  • ତାହର ଫାଇଦା ନେଇ ସମୀର ଦାଶ ପ୍ରତି ସପ୍ତାହରେ 2ଥର ଜନଶୁଣାଣୀ ଆରମ୍ଭ କରିଦେଲେଣି।
  • ବୁଧବାର ଏବଂ ଶନିବାର ବ୍ଲକ ଚେୟାରମ୍ୟାନଙ୍କ କାର୍ଯ୍ୟାଳୟରେ ବସି ନିର୍ବାଚନ ମଣ୍ଡଳୀବାସୀଙ୍କର ସମସ୍ୟାର ସମାଧାନ କରୁଛନ୍ତି।
  • ନୂଆ କାମ ନୁହେଁ ବରଂ ତାଙ୍କ ବିଧାୟକ ସମୟରେ ହେଇଥିବା କାମକୁ ନେଇ ପ୍ରଭାତୀ କ୍ରେଡିଟ୍ ନେଉଥିବା କଥା ସମୀର କହିଛନ୍ତି ।

ଏମିତିରେ ବି ଦେଖିବାକୁ ଗଲେ ପ୍ରଭାତୀଙ୍କ ବିଜୟରେ ସମୀରଙ୍କର ସମର୍ଥନ ଥିଲାସମୀର ଦାଶ BJD ଛାଡ଼ି BJPକୁ ସମର୍ଥନ କରିନଥିଲେ ହୁଏତ ରେଜଲ୍ଟ ପ୍ରଭାତୀଙ୍କ ସପକ୍ଷରେ ଆସି ନଥାଆନ୍ତା।

  • ପ୍ରଭାତୀଙ୍କ ଟ୍ରାକ୍ ରେକର୍ଡ କହୁଛି ସେ ହାରିବାରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି
  • 2009, 2014 ଓ 2019ରେ ସମୀରଙ୍କ ଠାରୁ ହାରିଥିଲେ ପ୍ରଭାତୀ
  • BJP ଟିକେଟରେ ଲଢ଼ି 2019ରେ 32,008 ଏବଂ 2014 ନିର୍ବାଚନରେ 29,637 ଭୋଟ ବ୍ୟବଧାନରେ ସମୀରଙ୍କ ଠାରୁ ହାରିଛନ୍ତି ପ୍ରଭାତୀ ପରିଡ଼ା
  • 2009ରେ ସମୀର ଦାଶ ପ୍ରଥମ ଥର ବିଧାୟକ ହୋଇଥିଲା ବେଳେ ସ୍ୱାଧିନ ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କୁ ମିଳିଥିଲା ମାତ୍ର 6,820 ଖଣ୍ଡ ଭୋଟ୍
  • ନିମାପଡ଼ା ଓ ଗୋପ ଭୋଟରଙ୍କ ଦ୍ୱରା ଲଗାତର ପ୍ରତ୍ୟାଖାତ ହେଉଥିବା ପ୍ରଭାତୀଙ୍କୁ 2024ରେ ସମୀରଙ୍କ ସମର୍ଥନ ମିଳିବା ସତ୍ତ୍ୱେ ମାଡାମ୍ ଡେପୁଟି CMଙ୍କର ବିଜୟ ବ୍ୟବଧାନ ଥିଲା ମାତ୍ର 4,588

ସବୁ ପରେ ବି ସମୀର-ପ୍ରଭାତୀଙ୍କ ସଂପର୍କ ତିକ୍ତ ହେଲା। ତେବେ ବିଚକ୍ଷଣ ସମୀର, ରାଜ୍ୟ ସଭାପତି ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲଗାଇ BJP ସଭା କରୁଛନ୍ତି।

  • BJD ଛାଡ଼ି BJPରେ ଯୋଗ ଦେଲା ପରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଆକ୍ଟିଭ ମେମ୍ବର କରିବାରେ ସମୀର ଆଗରେ ଅଛନ୍ତି
  • 400ରୁ ସକ୍ରିୟ ସଦସ୍ୟରୁ 259 ସମୀରଙ୍କର, ବାକି 141 ପ୍ରଭାତୀଙ୍କର
  • ବିଜେପିରେ କ୍ୟାରିୟର ଆରମ୍ଭ କରିଥିବା ପ୍ରଭାତୀ ସକ୍ରିୟ ସଦସ୍ୟ କରିବାରେ ବି ପଛୁଆ
  • ମାତ୍ର ସମୀର ଦାଶ କରିଥିବା ଆକ୍ଟିଭ ମେମ୍ବରଙ୍କୁ BJP ମିଟିଂକୁ ଡାକୁ ନାହାନ୍ତି ପ୍ରଭାତୀ
  • ନିମାପଡ଼ା ନିର୍ବାଚନ ମଣ୍ଡଳୀରେ 20ହଜାରରୁ ଅଧିକ BJP ସଭ୍ୟ କରାଇଥିବା ସମୀର ଦାଶଙ୍କ କଣ୍ଟାକ୍ଟରେ ରହୁ ନାହାନ୍ତି ପ୍ରଭାତୀ ପରିଡ଼ା। ଯାହା ଆଗାମୀ ଦିନରେ ତାଙ୍କୁ ଭାରି ପଡ଼ିପାରେ।

ସୁଭଦ୍ରାକୁ ନେଇ  ମାଡାମ୍ ଡେପୁଟି CM ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବି ନିଜର ବ୍ୟବହାର ପାଇଁ ତାଙ୍କର ପ୍ରାଇଭେଟ୍ ସେକ୍ରଟାରୀ ଏବଂ OSD ମାନେ ଅତିଷ୍ଠ ହୋଇ ଅନ୍ୟ ବିଭାଗକୁ ବଦଳି ହୋଇଯାଉଛନ୍ତି ଏପଟେ ନିମାପଡ଼ାରେ ସମୀରଙ୍କର ବିଦ୍ରୋହ, ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରଭାତୀ ପରିଡ଼ାଙ୍କୁ ମହଙ୍ଗା ହେବ ।