Posts by Bartaman Odisha

ପ୍ରତିଶୋଧ ନେବ ତ ଭାରତ!

ପ୍ରତିଶୋଧ ନେବ କି ଟିମ୍ ଇଣ୍ଡିଆ । ପରାଜୟର ଉତ୍ତର ଫେରାଇବାକୁ ପ୍ରସ୍ତୁତ ତ ଇଣ୍ଡିଆ ଟିମ୍ ।ବାରବାଟିର ମହାଲଢେଇରେ କିଏ ମାରିବ ବାଜିମାତ୍ ।କଟକର ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଖେଳାଯାଇଛି 3 ଟି ଟି ଟ୍ୱେଣ୍ଟି ମ୍ୟାଚ୍ । ଯେଉଁଥିରୁ କାଉଥ୍ ଆଫ୍ରିକା ସହ ଦୁଇଟି ମ୍ୟାଚ୍ ଖେଳିଛି ଟିମ୍ ଇଣ୍ଡିଆ । 2015 ଏବଂ 2022ରେ ସାଉଥ୍ ଆଫ୍ରିକା ସହ ମ୍ୟାଚ୍ ଖେଳିଥିଲା ବେଳେ 2017 ରେ ବାରବାଟିରେ ଶ୍ରୀଲଙ୍କାକୁ ସାମ୍ନା କରିଥିଲା ଟିମ୍ ଇଣ୍ଡିଆ । 2017ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ବେଳେ ବାକି ଦୁଇଟି ମ୍ୟାଚରେ ରହିଥଇଲା ବିଦେଶି ଦଳର ଦବଦବା ଉଭୟ 2015 ଏବଂ 2022ରେ ସାଉଥ୍ ଆଫ୍ରିକାଠାରୁ ପଛରେ ରହିଥଇଲା ଭାରତ । ଉଭୟ ମ୍ୟାଚରେ ବିଜୟ ହାସଲ କରିଥିଲା ସାଉଥ ଆଫ୍ରିକା । ଯାହାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଇଣ୍ଡିଆ ଟିମ୍ ।

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ‘କ୍ଲିନ୍ ସୁଇପ୍’ର ସାମ୍ନା କରିବା ପରେ ଭାରତୀୟ ଦଳ ଦିନିକିଆ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ବିଦେଶି ଦଳକୁ ୨-୧ରେ ପରାସ୍ତ କରି ସିରିଜ୍ କବଜା କରିଛି । ପୁରା ଭାରତର ନଜର ଏବେ ବାରବାଟୀ ଷ୍ଟାଡିୟମ ଉପରେ । ପରାଜୟର ପ୍ରତିଶୋଧକୁ ଅପେକ୍ଷା କରିଛି ଇଣ୍ଡିଆ।  ସାଉଥ ଆଫ୍ରିକା ସହ ୨୦୧୫ରେ ଏଠାରେ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା, ଯାହାକୁ ୬ ୱିକେଟରେ ଜିତିଥିଲା ସାଉଥ ଆଫ୍ରିକା। ୨୦୨୨ରେ ଉଭୟ ଦଳ ମଧ୍ୟରେ ହୋଇଥିବା ଅନ୍ୟ ଏକ ମ୍ୟାଚରେ ମଧ୍ୟ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ପରାସ୍ତ କରିଥିଲା । ଭାରତ ଏଠାରେ ଏକମାତ୍ର ଟି-୨୦ ମ୍ୟାଚ୍ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା । ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୯୩ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା ।
ବାରବାଟୀ ଟି-20 ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଅଭିଷେକ ଶର୍ମା ,ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଲଓ୍ୱା ମଧ୍ୟ ଦେଖିବାକୁ ମିଳିପାରେ । ଗୋଟିଏ ପଟେ ବାରବାଟୀରେ ଦକ୍ଷିଣ ଆଫ୍ରିକା 2ଟି ଯାକ ଟି-20ରେ ବିଜୟୀ ହୋଇ ନିଜ ଦବଦବା ରଖିଥିବା ବେଳେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ବଦଲା ନେବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା । 

କେମିତି ୱେଟରରୁ ହିରୋ ହେଲେ ଅକ୍ଷୟ

ୱେଟରରୁ ସୁପରଷ୍ଟାର। ଜୀବନ ବଦଳାଇଦେଲା ବ୍ୟାଙ୍କକ। ପାଠରେ ପଛୁଆ ଥିବା ବ୍ୟକ୍ତି ଜଣଙ୍କ ପାଲଟିଗଲେ ଆଗଧାଡ଼ିର ନାୟକ । ୟେ କାହାଣୀ ହେଉଛି ବଲିଉଡ଼୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କର।  ଯିଏ କେବଳ ନିଜ ଜୀବିକା ବଦଳାଇନାହାନ୍ତି ବରଂ ନାଁ ରେ ବି ଆଣିଛନ୍ତି ପରିବର୍ତ୍ତନ । ଅକ୍ଷୟ କୁମାରଙ୍କ ପ୍ରକୃତ ନାଁ ଥିଲା ରାଜୀବହରିଓମ ଭାଟିଆ। ଗୋଟାଏ ଫିଲ୍ମରେ ଅକ୍ଷୟ ଚରିତ୍ରରେ ଅଭିନୟ କଲାପରେ ସେ ତାଙ୍କର ନାଁ ଚେଞ୍ଜ କରିଥିଲେ ତେବେ ଦିଲ୍ଲୀର    ଚାନ୍ଦିନୀଚୌକ ଗଳିରୁ ଆସିଥିବା ରାଜୀବ  ଅକ୍ଷୟ ପାଲଟିବାକୁ କିଛି କମ୍ ସମୟ ଲାଗି ନଥିଲ ଏଥିପାଇଁ ତାଙ୍କୁ କିଛି କମ ସଙ୍ଘର୍ଷ କରିବାକୁ ପଡ଼ିନି। ହୋଟେଲରେ ୱେଟର ଭଳି କଷ୍ଟକର କଷ୍ଟକର କାମ କରିଛନ୍ତି ଅକ୍ଷୟ।

ଅକ୍ଷୟ କୁମାରଙ୍କର ଛୋଟ ବେଳୁ ମାର୍ସାଲ୍ ଆର୍ଟ ପ୍ରତି ଆଗ୍ରହ ଥିଲା। ପାଠ ଭଲ ନ ହେବାରୁ ସେ ଏ ଦିଗରେ ମନ ଦେଲେ। ବ୍ୟାଙ୍କକ୍ ଯାଇ ମାର୍ସାଲ୍ ଆର୍ଟ ଶିଖିବା ସହ କିଛି ଦିନ ପରେ ପିଲାଙ୍କ ପାଇଁ ଟ୍ରେନିଂ ସେଣ୍ଟର କଲେ । ମାସକୁ 5 ହଜାର ରୋଜଗାର କରୁଥିବା ଅକ୍ଷୟଙ୍କ ଭାଗ୍ୟ ବଦଳିଗଲା । ଟ୍ରେନିଂ ନେଉଥିବା ଜଣେ ପିଲାର ବାପା ତାଙ୍କୁ ମଡେଲିଂ କରିବାକୁ ପରାମର୍ଶ ଦେଲେ। ତାଙ୍କ କଥାରେ ମଡେଲିଂ କରିଥିଲେ ଅକ୍ଷୟ। ମାସକୁ ପାଞ୍ଚ ହଜାର ଟଙ୍କା ଇନକମ୍ କରୁଥିବା ଅକ୍ଷୟ ଦି ଘଣ୍ଟାକୁ 21 ହଜାର ଟଙ୍କା ହାସଲ କରିଥିଲେ। ମଡେଲିଂ କଲାପରେ ଅକ୍ଷୟ କୁମାର ମଡେଲିଂ କୁ ହିଁ ତାଙ୍କର ପେଶାରେ ପରିଣତ କରିଦେଇଥିଲେ । ଥରେ ମଡେଲିଂ ପାଇଁ ବାହାରକୁ ଯିବାକୁ ଥିବା ସମୟରେ ଠିକ୍ ଟଟାଇମରେ ପହଞ୍ଚି ନ ପାରିବାରୁ ସେ ପ୍ରୋଜେକ୍ଟ ତାଙ୍କ ହାତରୁ ଖସି ଯାଇଥିଲା। ମଡେଲିଂର ଆସାଇନମେଣ୍ଟ କରି ପାରିନଥିଲେ ଅକ୍ଷୟ।  ଆଉ ଏହି ସମୟରେ ହିଁ ତାଙ୍କୁ ଫିଲ୍ମର ଅଫର ମିଳିଥିଲା। 1991ରେ “ସୌଗନ୍ଧ” ଫିଲ୍ମରେ ନଜର ଆସିଥିଲେ ଅକ୍ଷୟ । 1992ରେ ରିଲିଜ ହୋଇଥିବା ଖିଲାଡି ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା

ଆକ୍ସନ୍ ସାଙ୍ଗକୁ  ସିକ୍ୱେନ୍ସ, ଫିଟନେସ୍ ଓ ଡେଡିକେସନ୍‌ରେ ସେ ଲୋକଙ୍କ ମନ ଜିତିଥିଲେ। ଏହାପରେ ଗୋଟାଏ ପରେ ଗୋଟାଏ ହିଟ୍ ମୁଭିରେ ଲିଡ ରୋଲରେ ନଜର ଆସିଛନ୍ତି ଅକ୍ଷୟ କୁମାର । ସେଦିନ ୱେଟର ଭାବେ କାମ କରୁଥିବା ଅକ୍ଷୟ ଏବେ ବଲିଉଡର ସୁପରଷ୍ଟାର।

ଓଡ଼ିଶାରୁ ଓକିଲ ତିଆରି ହେବେ ତ?

ଲ‘ କଲେଜରେ ନାହାନ୍ତି ଆବଶ୍ୟକୀୟ ଲେକ୍ଚର। ଆଇନ ଶିକ୍ଷାକୁ ଅବହେଳା କରୁଛନ୍ତି ସରକାର।ସରକାର ବଦଳିଲେ ବି ବଦଳୁନି ପରିସ୍ଥିତି ।ଗେଷ୍ଟ ଲେକ୍ଚରରେ ଚାଲିଛି ପାଠପଢା।କୁଳପତିଙ୍କୁ ଛାଡ଼ି ନାହାନ୍ତି ଜଣେ ହେଲେ ପ୍ରଫେସର।ରାଜ୍ୟର ପୁରୁଣା ଲ ୟୁନିଭରସିଟିରେ ସାଙ୍ଘାତିକ ସ୍ଥିତିରେ ଚାଲିଛି ପାଠପଢା। ମହାପୁରୁଷ ମଧୁସୂଦନ ଦାସଙ୍କ ନାଁରେ 1869 ରେ ପ୍ରତିଷ୍ଠା ହୋଇଥିଲା ଲ କଲେଜ୍ । 2021 ଏପ୍ରିଲ 28 ରେ ମଧୁବାବୁଙ୍କ ଜନ୍ମଦିନରେ ୟୁନିଭରସିଟିର ମାନ୍ୟତା ପାଇଲା କଲେଜ। ମାତ୍ର ୟା ପରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। ଅଧ୍ୟାପକ ସଂକଟ ଯୋଗୁ ପଛେଇଛି ପାଠପଢ଼ା ଆଇନ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନର ଏଭଳି ପରିସ୍ଥିତି ଶିକ୍ଷା ବ୍ୟବସ୍ଥାର ବିକଳ ଚିତର ସାମ୍ନାକୁ ଆଣିଛି । ମଧୁସୂଦନ ଲ ୟୁନିଭରସିଟିରେ ଏଲ୍‌ଏଲ୍‌ବିଠୁ ଆରମ୍ଭ କରି ଏଏଲ୍‌ଏମ୍, ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲସହ ପିଏଚ୍‌ଡି ପାଠ୍ୟକ୍ରମ ରହିଛି । ବିଭିନ୍ନ ପାଠ୍ୟକ୍ରମରେ ଥିବା ସିଟ୍‌ରେ ଶତାଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଲେକ୍ଚର ନାହାନ୍ତି ।

ଏପରିକି କୁଳପତିଙ୍କୁ ଛାଡ଼ି ବିଶ୍ବବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର୍ ବି ନାହାନ୍ତି। ଯାହାଫଳରେ ପିଏଚ୍‌ଡି ତଥା ଗବେଷଣା ଆରମ୍ଭ ହୋଇପାରୁନାହିଁ। ସବୁଠୁ ଦୁଃଖର କଥା ହେଉଛି ୟୁନିଭରସିଟି ମାନ୍ୟତାକୁ ୪ ବର୍ଷ ବିତିଲାଣି ତଥାପି ନିଯୁକ୍ତି ହେଇ ପାରୁ ନାହାନ୍ତି ସ୍ଥାୟୀ ଅଧ୍ୟାପକ। ଗେଷ୍ଟ ଲେକ୍ଚରଙ୍କ ଭରସାରେ ଚାଲିଛି ପାଠପଢା।ଆଇନ ଭଳି ଗୁରୁତ୍ତର ଶିକ୍ଷାକୁ ହାଲକାରେ ନେଇ ମାତ୍ରାଧିକ ଅବହେଳା କରୁଛନ୍ତି ସରକାର। ପ୍ରଫେସର,ଲେକ୍ଚରଙ୍କ ଅଭାବରୁ ପାଠପଢାରେ ଉନ୍ନତି ଆସିପାରୁନାହିଁ ।
ଏମିତି ସ୍ଥିତିରେ ଆଇନ ଶିକ୍ଷାର ଅବନତି ହେବାରେ ଲାଗିଛି। ମହାପୁରୁଷ ମଧୁସୂଦନଙ୍କୁ ପରୋକ୍ଷରେ ଅପମାନ ଦେଉଛନ୍ତି ସରକାର। ବିଶ୍ୱବିଦ୍ୟାଳୟ ମାନ୍ୟତା ପରଠୁ କେବଳ କୁଳପତି ଏବଂ କୁଳସଚିବଙ୍କ ନିଯୁକ୍ତି ଛାଡ଼ି ଅନ୍ୟ କୌଣସି ନିଯୁକ୍ତି ହୋଇନାହିଁ। ଜଣେ ହେଲେ ପ୍ରଫେସର୍ ନିଯୁକ୍ତି ପାଇ ନାହାନ୍ତି । ୬ଟି ମଞ୍ଜୁରୀପ୍ରାପ୍ତ ପ୍ରାଧାପକ, ୧୨ଟି ସହଯୋଗୀ ଅଧ୍ୟାପକ ଏବଂ ୩୨ଟି ସହକାରୀ ଅଧ୍ୟାପକ ଭଳି ମୋଟ୍ ୫୦ଟି ପୋଷ୍ଟ ରହିଛି। ଏହି ପଦକୁ ସରକାରୀ ଅନୁମୋଦନ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇନାହିଁ। ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ୪୦ ଜଣ ଅତିଥି ଅଧ୍ୟାପକଙ୍କ ଭରସାରେ ବିଶ୍ଵବିଦ୍ୟାଳୟରେ ପାଠପଢ଼ା ଚାଲିଛି। ସ୍ଥାୟୀ କୂଳପତି ନଥିବାରୁ ନିଯୁକ୍ତି ପ୍ରକ୍ରିୟା ଅଟକିଛି।

ଏପଟେ କୁଳପତି ତାଙ୍କ ୪ ବର୍ଷ ୬ ମାସ କାର୍ଯ୍ୟକାଳ ମଧ୍ୟରେ ମାତ୍ର ଗୋଟିଏ କ୍ଳାସ୍ ନେଇଥିବା ସୂଚନା । ଅଧ୍ୟାପକ ଅଭାବ ପାଇଁ ପାଠପଢ଼ା ବିଳମ୍ବ ହେଉଥିବାରୁ ୨ ବର୍ଷିଆ ଏଲ୍‌ଏଲ୍‌ଏମ୍ ପାଠ୍ୟକ୍ରମ ସରିବାକୁ ୩ ବର୍ଷରୁ ଅଧିକ ସମୟ ଲାଗୁଛି । ୨ ବର୍ଷରେ ଛାତ୍ର ଛାତ୍ରୀମାନେ ସାର୍ଟିଫିକେଟ୍ ପାଇପାରୁ ନାହାନ୍ତି। ଏପରିକି ଅତିଥି ଅଧ୍ୟାପକ ନିଜେ ଗୋଟିଏ ବର୍ଷ ଏଲ୍‌ ଏଲ୍‌ଏମ୍ କରି ୨ ବର୍ଷିଆ ଏଲ୍‌ ଏଲ୍‌ ଏମ୍ ଛାତ୍ର ଛାତ୍ରୀଙ୍କୁ ପଢ଼ାଉଥିବା ଅଭିଯୋଗ ହେଉଛି । ଛାତ୍ର ଛାତ୍ରୀ ପିଏଚ୍ ଡି ପାଇଁ ଇଚ୍ଛୁକ ଥାଇ ମଧ୍ୟ ଏପରି ସ୍ଥିତି ପାଇଁ ନିରାଶ ହେଉଛନ୍ତି। ସେହିପରି ବିଶ୍ଵବିଦ୍ୟାଳୟରେ ଥିବା ୭୦ଟି ଅଣଶିକ୍ଷକ ପଦବି ମଧ୍ୟରୁ ୬ ଜଣ କର୍ମଚାରୀ ନିୟୋଜିତ ଥିବା ବେଳେ ୬୪ଟି ପଦବି ପୀଙ୍କା ପଡ଼ିଛି। ଖୁବ୍ ଶୀଘ୍ର ପୋଷ୍ଟ ପୂରଣ ନ କଲେ ଅ ଅନୁଷ୍ଠାନ ଆସ୍ଥା ହରେଇ ପାରେ ।

ଆଧାର କାର୍ଡରୁ ହଟିବ ଫଟୋ, ଠିକଣା

ଆଧାର କାର୍ଡରୁ ହଟିବ ପର୍ସନାଲ ଡିଟେଲ୍ସ । ନାଁ, ଠିକଣା ଫୋନ୍ ନମ୍ବର ହେବନି ସାର୍ବଜନୀନ । Qr କୋର୍ଡରେ ରହିବ କାର୍ଡହୋଲ୍ଡରଙ୍କ ତଥ୍ୟ । ଆଧାର କାର୍ଡରେ କେବଳ ଫଟ ରଖିବାକୁ ଯୋଜନା । 2009ରୁ ଆଇଡେଣ୍ଟି ହିସାବରେ ଆରମ୍ଭ ହୋଇଥିବା ଆଧାରକାର୍ଡରେ ସଂଶୋଧନ ହେବାକୁ ଯାଉଛି। ଆଧାରକାର୍ଡରେ ନାଁ ,ଠିକଣା ଆଦିର ତଥ୍ୟକୁ ଗୋପନ ରଖିବାକୁ ଯୋଜନା ହେଉଛି। ଆଧାର କାର୍ଡ ଆଗକୁ ପୂର୍ବ ଭଳି ଦେଖାଯିବନି। କାର୍ଡରେ ପରିବର୍ତ୍ତନ କରିବାକୁ Unique Identification Authority of India ଯୋଜନା କରୁଛନ୍ତି।

ଏବେକାର ଆଧାର କାର୍ଡରେ ଫଟୋ ସହିତ ନାଁ, ଠିକଣା ରହୁଛି ବିଭିନ୍ନ ସମୟରେ ବିଭିନ୍ନ କାମପାଇଁ ଆଧାର କାର୍ଡ ବ୍ୟବହାର ହେଉଥିବାରୁ ପରିଚୟରେ ଗୋପନୀୟତା ରହୁନାହିଁ । ତଥ୍ୟ ଅପବ୍ୟବହାରର ଆଶଙ୍କା ରହୁଛି। ଆଧାରକୁ ଅନେକ ସ୍ଥାନରେ ପରିଚୟପତ୍ର ଭାବେ ବ୍ୟବହାର କରି ଜେରକ୍ସ ରଖାଯାଉଥିବାରୁ ବ୍ୟକ୍ତିଙ୍କର ପରିଚୟ ସାର୍ବଜନୀନ ହେଉଛି। ଯୋଉ ସମସ୍ୟାର ସମାଧାନ କରିବା ପାଇଁ ୟୁଆଇଡିଏଆଇ ପକ୍ଷରୁ କ୍ୟୁଆର୍ କୋଡ୍ ଆଧାରିତ ଆଧାର କାର୍ଡ ଜାରି କରିବାକୁ ଯୋଜନା ହେଉଛି ନୂଆ କାର୍ଡରେ କେବଳ ଲୋକଙ୍କ ଫଟୋ ଓ କ୍ୟୁଆର କୋଡ୍ ରହିବ ସମସ୍ତ ବ୍ୟକ୍ତିଗତ ତଥ୍ୟ  ଯେପରିକି ନାଁ,  ଠିକଣା, ଫୋନ ନମ୍ବରର ଡିଟେଲ୍ସ କ୍ୟୁଆର୍ କୋଡ୍‌ରେ ରହିବ ।  ଡିସେମ୍ବର ମାସରୁ ଆଧାର କାର୍ଡରେ ଏ ଚେଞ୍ଜ କରିବାକୁ ଯୋଜନା ଅଛି । ହୋଟେଲ ସହିତ ବିଭିନ୍ନ ସଂସ୍ଥା ଅଫଲାଇନରେ ଆଧାର ଯାଞ୍ଚ କରୁଛନ୍ତି।ଆଧାର ତଥ୍ୟ ସଂଗ୍ରହ, ସଂରକ୍ଷଣ ଓ ପ୍ରସାରକୁ ରୋକିବା ପାଇଁ କଡ଼ା ଆଇନ ଥିବା ସତ୍ତ୍ବେ ଅଫଲାଇନ୍‌ରେ ତାହାର ବ୍ୟାପକ ଅପବ୍ୟବହାର କରାଯାଉଛି। କ୍ୟୁଆର୍ କୋଡ୍‌ରେ ତଥ୍ୟ ରହିଲେ ଆଉ କେହି ଅଫଲାଇନ୍‌ରେ ପ୍ରଘଟ କରିପାରିବେ ନାହିଁ। ସବୁ କିଛି ଅନଲାଇନ୍‌ରେ ହେବଆଧାରକୁ ଦସ୍ତାବିଜ୍ ଭାବେ ବ୍ୟବହାର ନ କରି କେବଳ ପ୍ରମାଣୀକରଣ ପାଇଁ ବ୍ୟବହାର କରାଯିବ । ଡିସେମ୍ବର ପହିଲାରୁ ନୂଆ ଆଧାର ଆପ୍ ଜରିଆରେ ଡିଜିଟାଲ ପ୍ରମାଣୀକରଣ ହୋଇପାରିବା ନୂଆ କାର୍ଡରେ କ୍ୟୁଆର୍ ଆଧାରିତ ଡାଟା ଓ ଫଟ ରହିବ। ଯାହା ଫଳରେ ତଥ୍ୟର ଗୋପନୀୟତା ବଜାୟ ରହିବ ।

BJD ହାତରୁ ଖସି ଯିବେକି ରାଜ୍ୟସଭା ସାଂସଦ ଦେବାଶିଷ

BJDକୁ ଶକ୍ତ ଝଟକା ! ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର  ପଠାଇଛନ୍ତି । ଦେବାଶିଷ ପୋଷ୍ଟରୁ ଇସ୍ତଫା ଦେଲା ପରେ BJD ଉପରେ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି ।

ବିଜୁ ଲିଗାସିରେ ଚାଲୁନି BJD
ବିଜୁ ଜନତା ଦଳରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଛି । ଅତୀତରେ ଦଳରୁ ଲାଭବାନ୍ ହେଉଥିବା ଅନେକ ନେତା ଦଳ ଛାଡ଼ୁଛନ୍ତି। ଅନେକ ବରିଷ୍ଠ ନେତା ଦଳରେ ପଡ଼ି ରହିଥିଲେ ମଧ୍ୟ ଅନ୍ତରରେ ଅସନ୍ତୋଷ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ନିଜର ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ। ଦଳ ଏବେ ବିଜୁ ଲିଗାସିରେ ଚାଲୁନଥିବା ପ୍ରକାଶ କରିବା ସହିତ ବ୍ୟୁରୋକ୍ରାଟଙ୍କ ଦଳରେ ପରିବର୍ତ୍ତନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା। ହେଲ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି ।

କୁଆଡ଼େ ଯିବେ ଦେବାଶିଷ?

 ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ପରେ ଦେବାଶିଷ ସାମନ୍ତରାୟ ପାର୍ଟି ଚେଞ୍ଜ କରିବାର ଆଶଙ୍କା ବଢିଛି । ହୁଏତ ଏହା ତାଙ୍କର ପୂର୍ବସୂଚନା ବି ହୋଇଥାଇପାରେ ବୋଲି ଚର୍ଚ୍ଚା ।ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ। ଏମିତିରେ ବି ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି। ଓ୍ୱାକଫ୍ ବିଲ ପ୍ରସଙ୍ଗରେ ସେ ଭିନ୍ନ ମତ ଦେଇ ଦଳର କନ୍ଦଳକୁ ପଦାରେ ପକାଇଛନ୍ତି । ବିଜେଡି ବିରୁଦ୍ଧରେ କହୁଥିବା  ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି। କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ଦେବାଶିଷ । ଏବେ ସେ ପଦରୁ ଇସ୍ତଫା ଦେଳା ପରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା।