Posts by Bartaman Odisha

ସାବଧାନ୍, ଲିକ୍ ହେଉଛି WhatsApp ଡାଟା

ବିପଦରେ ହ୍ୱାଟ୍ସପ୍ ୟୁଜର୍ସ। ଲିକ୍ ହୋଇପାରେ ଡାଟାଭାଇରାଲ୍ ହୋଇପାରେ ପ୍ରୋଫାଇଲ୍ ଫଟ, ଷ୍ଟାଟସ। କେବଳ କଣ୍ଟାକ୍ଟ ଭିତରେ ସୀମିତ ନ ରହି ଭାଇରାଲ୍ ହୋଇପାରେ ଡିଟେଲ୍ସ।ହ୍ୱାଟ୍ସପର ଅପବ୍ୟବହାରକୁ ନେଇ ଚିନ୍ତାରେ ୟୁଜର୍ସ। ହ୍ୱାଟ୍ସପକୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି।ଦୈନନ୍ଦିନ ଜୀବନରେ ହ୍ୱାଟ୍ସପ ନିହାତି ଆବଶ୍ୟକ ହେଇପଡ଼ିଥଇଲା ବେଳେ ଏଥିରେ ଡାଟା ଲିକ୍ ହେବାର ସମ୍ଭାବନା ଧିରେ ଧିରେ ବଢିବାରେ ଲାଗିଛି। ବ୍ୟକ୍ତିଗତ ବାର୍ତ୍ତାଳାପ ପାଇଁ ଆମେ ହ୍ୱାଟ୍ସପ ବ୍ୟବହାର କରୁଥିଲା ବେଳେ ବର୍ତ୍ତମାନ ଏହାର ନିରାପତ୍ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୩୫୦ କୋଟି କ୍ୱାଟ୍ସଆପ୍ ୟୁଜରଙ୍କ ଡାଟା ବର୍ତ୍ତମାନ  ବିପଦରେସିକ୍ୟୁରୁଟିରେ ଅନିଶ୍ଚିନ୍ତତା କାରଣରୁ ୟୁଜରଙ୍କ ପ୍ରୋଫାଇଲ ଫୋଟୋ, ଷ୍ଟାଟସ୍ ସହିତ ଏବାଉଟ୍ ସେକ୍ସନ୍‌ର ଡିଟେଲ୍ସ ଲିକ୍ ହୋଇପାରେ। ଭିଏନା ୟୁନିଭର୍ସିଟିର ଗବେଷକମାନେ ଏହି ସାଙ୍ଘାତିକ ସତ ପଦାକୁ ଆଣିଛନ୍ତି।

ସେମାନଙ୍କ କହିବା ମୁତାବକ ହ୍ୟାକର୍ ଚାହିଁଲେ ଯେକୌଣସି ନମ୍ବରକୁ ଚେକ୍ କରି ଏହା ଆକ୍ଟିଭ ଅଛି କି ନାହିଁ ଜାଣିପାରିବା ସହ ଏହାପରେ ପ୍ରେଫାଇଲ ପିକ୍‌ଚର, ଷ୍ଟାଟସ୍ ଏବଂ ଆବାଉଟ୍ ସେକ୍ସନ ବିବରଣୀ ସହଜରେ ବାହାର କରିପାରିବେକେବଳ ଡାଟା ଜାଣିବେ ତାହା ନୁହେଁ, ଅପବ୍ୟବହାର ମଧ୍ୟ କରିପାରିବେ। ଏ ସବୁ ସମସ୍ୟ ସମସ୍ୟା ହ୍ଵାଟ୍‌ସ ଆପ୍‌ର କଣ୍ଟାକ୍ଟ ଡିସ୍‌ କଭରୀ ଫିଚର୍‌ରେ ରହିଛି। ୟୁଜରଙ୍କ ଫୋନ୍ ଆଡ୍ରେସ ବୁକ୍‌କୁ ସିଙ୍କ୍ କରି ଲୋକଙ୍କୁ ଖୋଜିବା ସହଜ ହେବ, ସେଥିପାଇଁ ଏହି ଫିଚରକୁ ପ୍ରସ୍ତୁତ କରଯାଇଥିଲା। କିନ୍ତୁ ଅଜାଣତରେ ଏହା ୟୁଜର ଡାଟାକୁ  ଲିକ୍ କରିବାରେ ବି ସହାୟକ ହେଉଛି ।ଭିଏନା ବିଶ୍ବବିଦ୍ୟାଳୟର ଗବେଷକମାନେ ଲିଲ୍‌ପୋନ୍‌ଜେନ୍‌  ୟୁଜ୍ କରି ୨୪୫ ଦେଶର ରିୟଲିଷ୍ଟିକ୍‌ ଫୋନ୍ ନମ୍ବର ଜେନେରେଟ୍ କରିଛନ୍ତି।  ଆଉ ୩୫୦ କୋଟି ୟୁଜରଙ୍କ ମଧ୍ୟରୁ ଭାରତରେ ସର୍ବାଧିକ ୟୁଜର୍ସ ଅଛନ୍ତି । ଯାହାଙ୍କ ସଂଖ୍ୟା ପାଖାପାଖି 75 କୋଟି ।ତେବେ ଏଥିରୁ ରକ୍ଷା ପାଇବା ପାଇଁ ୟୁଜରମାନେ ପ୍ରୋଫାଇଲ୍‌କୁ ପ୍ରାଇଭେଟ୍ ସେଟ୍ କରିପାରିବେ। ଆବାଉଟ୍‌ରେ ବ୍ୟକ୍ତିଗତ ବିବରଣୀ ନ ଦେଇ ଷ୍ଟାଟସ୍ ସେୟାରିଂକୁ ଲିମିଟ୍ କଲେ ସମସ୍ୟା କମିପାରେ ।

କଂଗ୍ରେସକୁ ହରାଇଲେ କଂଗ୍ରେସ ନେତା

ନୂଆପଡ଼ାରେ କଂଗ୍ରେସର ପରାଜୟ ପରେ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ କେବଳ ଯେ ବିଭୀଷଣ କହି ଆକ୍ଷେପ କରିଛନ୍ତି ତାହା ନୁହେଁ ବରଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସରେ ଚାପା ଉତ୍ତେଜନା ଆରମ୍ଭ ହୋଇଯାଇଛି । ନୂଆପଡ଼ା ବାଇ ଇଲେକ୍ସନର ରେଜଲ୍ଟ ଭକ୍ତଙ୍କୁ ନିରାଶ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1, 23, 869 ଭୋଟ ହାତେଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି 40,121 ଭୋଟ୍ । ଯଦିଓ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦୁଇ ନମ୍ବରରେ ରହିଛି କିନ୍ତୁ ନୂଆପଡ଼ା ସିଟ୍ ହାତେଇ ପାରିନି। ଯାହାକୁ ନେଇ ଭକ୍ତ ଦାସ କଂଗ୍ରେସ ପାର୍ଟିର କିଛି ନେତାଙ୍କୁ ଇସାରା କରିଛନ୍ତି । କଂଗ୍ରେସ ଟିକେଟରେ ଲଢିଥିବା ଘାସିରାମ ମାଝୀ ବି ଏ କଥା ସ୍ୱୀକାର କରିଛନ୍ତି କି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାରର ଅଭାବ ସାଙ୍ଗକୁ ଟଙ୍କା ଖର୍ଚ୍ଚ ନ କରିବା କଗ୍ରେସର ଭୋଟ କମାଇଥିଲା । 2024 ନିର୍ବାଚନରେ ସ୍ୱାଧୀନ ଭାବରେ ଲଢି ଘାସିରାମ ମାଝୀ 50 ହଜାରରୁ ଅଧିକ ଭୋଟ ପାଇଥିଲା ବେଳେ ବାଇ ଇଲେକ୍ସନରେ ତାଠାରୁ 10 ହଜାର କମ୍ ଭୋଟ୍ ପାଇଛନ୍ତି ।

କଂଗ୍ରେସର ଭୋଟ କମିବା ପଛରେ କଂଗ୍ରେସ ନେତାଙ୍କର ହିଁ ହାତ ଥିବା କହିଛନ୍ତି ଭକ୍ତ ଦାସ । ସିଧା ସିଧା ନାଁ ନନେଇ ବିଭୀଷଣ ଶବ୍ଦର ବ୍ୟବହାର କରିଛନ୍ତି ।ଦଳରେ ଥାଇ ଆତ୍ମଘାତୀ କାର୍ଯ୍ୟ କରି କ୍ଷତି ପହଞ୍ଚାଇଥିବା ବିଭୀଷଣମାନଙ୍କୁ କଦାପି ବରଦାସ୍ତ କରା‌ଯିବ ନାହିଁ ବୋଲି ଚେତାବନୀ ବି ଦେଇଛନ୍ତି।  ଏମିତିରେ ବି କଂଗ୍ରସର ଷ୍ଟାର ପ୍ରଚାରକ ତାଲିକାରେ କିଛି ପପୁଲାର ଲିଡରଙ୍କର ନାଁ ନଥିବାରୁ ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଭକ୍ତ ଦାସ ମାଇଲେଜ୍ ନେବାକୁ ଆଉ କାହାକୁ ଆଗକୁ ଛାଡ଼ୁ ନଥିବା କଥା ମଧ୍ୟ କୁହାଗଲା । ସାମ୍ନାକୁ ନ ଆସିଲେ ମଧ୍ୟ ଅନେକ ବରିଷ୍ଠ ନେତା ଏ କଥାରେ ସହମତ ଥିଲେ । ତେଣୁ ହୁଏତ ଭକ୍ତଙ୍କଠୁ ପ୍ରତିଶୋଧ ନେବାକୁ ନୂଆପଡ଼ା କ୍ଷେତ୍ରରେ ସେମାନେ ଆବଶ୍ୟକୀୟ ସାହାଯ୍ୟ କରି ନଥିଲେ ।  କଂଗ୍ରେସରେ ରହି କଂଗ୍ରେସର ବିଜୟ ଚାହୁଁ ନଥିଲେ । ଏମିତି କିଛି  ଟାର୍ଗେଟ କରି ଭକ୍ତଦାସ କଂଗ୍ରେସ ନେତାଙ୍କୁ  ବିଭୀଷଣ ବୋଳି କହିବା ସହିତ ଦୃଢ କାର୍ଯ୍ୟାନୁଷ୍ଟାନର କଥା ମଧ୍ୟ କହିଛନ୍ତି । ତେଣୁ ଭକ୍ତଙ୍କ ନେତୃତ୍ୱରେ  କଂଗ୍ରେସ ହୁଏତ ଏତର ପ୍ରତିକ୍ରିୟାଶୀଳ ହୋଇ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।

AI ନେବ ୨ କୋଟି ଚାକିରି

ଚାକିରୀ ପ୍ରତି ବିପଦ । ୨ କୋଟି ଚାକିରୀ ନେଇପାରେ AI । AI ଯୋଗୁଁ ୨ କୋଟି ଚାକିରି ଅସ୍ଥିରତା ଦେଇ ଗତି କରୁଛି। AIର ବହୁଳ ବ୍ୟବହାର ଦ୍ୱାରା ସହଜରେ କାମ ହେଇ ଯାଉଥିବାରୁ ୨ କୋଟି ଲୋକଙ୍କ ଛଟେଇର ସମ୍ଭାବନା ଦେଖାଦେଇଛି । ଯଦି ଏ ଆକଳନ ସତ ହୁଏ ତେବେ ଇଣ୍ଡିଆର ମିଡିଲ କ୍ଲାସ୍ ଫ୍ୟାମିଲିଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। ଚାକିରି ହରାଇବା ପରେ ସେମାନଙ୍କର ମାନସିକ ସନ୍ତୁଳନ ସାଙ୍ଗକୁ ପରିବାର ଚଳେଇବାରେ ସମସ୍ୟା ସୃଷ୍ଟି ହୋଇପାରେ । ମଧ୍ୟବିତ୍ତଙ୍କ ପାଇଁ ବଡ଼ ସଂକଟ ମାଡିଆସୁଛି । ନୀତି ନିର୍ମାତା ମାନେ ତୁରନ୍ତ ପଦକ୍ଷେପ ନ ନେଲେ ଚାକିରୀ କ୍ଷେତ୍ରରେ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ।

କମ୍ପାନିଗୁଡ଼ିକର କାରବାରରେ ଏଆଇର ମାତ୍ରାଧିକ ଇନଭଲପମେଣ୍ଟ ପାଇଁ ଚାକିରୀ ବିପଦରେ। ନିଯୁକ୍ତି ବଜାରରେ ଅନିଶ୍ଚିତତା ଧିରେଧିରେ ବଢୁଛି। ଆଇଟି, ବ୍ୟାଙ୍କିଙ୍ଗ୍ ଏବଂ ମିଡିଆ ଫିଲ୍ଡରେ ଗିଗ୍ ଜବ୍ ନେଇଯାଇପାରେ। ଭାରତକୁ ଏହାର ସମ୍ପୂର୍ଣ ପ୍ରଭାବ ସହିବା ପାଇଁ ଦୁଇରୁ ତିନି ବର୍ଷ ଲାଗିବ। ଏ ସମୟରେ ନିଯୁକ୍ତିର ଏକ ବଡ଼ ଅଂଶ ଉଭାନ ହୋଇଯାଇପାରେ।ସେତେବେଳେ ଭାରତ ଏକ ବଡ଼ ଗିଗ୍ ଅର୍ଥନୀତି ପାଲଟିବ। ଯୋଉ ସେକ୍ଟର କମ୍ ଖର୍ଚ୍ଚରେ ଦକ୍ଷତା ବଢ଼ାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଆପଣାଉଛନ୍ତି। ସେ ସେକ୍ଟରରେ ଛଟେଇର ସମ୍ଭାବନା ବେଶୀ। ଆଡଭାଟାଇଜ୍ ପାଇଁ ଡିଜାଇନ ବି ଏଆଇ ଦ୍ୱାରା ହେିଯାଥିବାରୁ ଡିଜାଇନର ମାନଙ୍କର ଚାକିରୀ ଯିବାକୁ ବସିଲାଣି । ସେହିଭଳି ବିଭିନ୍ନ ପ୍ରକାରର କାମ ଏଆଇ ଦ୍ୱାରା ସହଜରେ ହେଇଯାଉଥିବାରୁ ପାଖାପାଖି ୨ କୋଟି ଲୋକ  ଚାକିରୀ ହରେଇପାରନ୍ତି।

ୟୁନିଭରସିଟିରୁ ତିଆରି ହେଉଛନ୍ତି ଆତଙ୍କବାଦୀ

ୟୁନିଭରସିଟି ନାଁରେ ଆତଙ୍କବାଦ କାରଖାନା । ଡାକ୍ତରଙ୍କ ପରିବର୍ତ୍ତେ ତିଆରି ହେଉଛନ୍ତି ଆତଙ୍କବାଦୀ ।ଟେରରିଷ୍ଟଙ୍କ ଲିଙ୍କରେ ଅଲ୍‌-ଫଲାହ ୟୁନିଭରସିଟିଦିଲ୍ଲୀରେ ଘଟିଥିବା କାର୍‌ ବିସ୍ଫୋରଣ, ଯେତିକି ଭୟଙ୍କର ସେତିକି ଅମାନୁଷିକ। ଏ ଘଟଣା ସହ ରହିଛି ଫରିଦାବାଦର ଧୌଜ ଅଞ୍ଚଳରେ ଥିବା ଅଲ୍‌-ଫଲାହ ୟୁନିଭରସିଟିର ଲିଙ୍କ୍। ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କୀଙ୍କ ସହ ଏହି ୟୁନିଭରସିଟିର ସମ୍ପର୍କ ରହିଛି।

2014ରେ ଅଲ୍‌-ଫଲାହ ୟୁନିଭରସିଟିର ନିଜସ୍ୱ ମେଡିକାଲ କଲେଜ ଆରମ୍ଭ କରିଥିଲାଯେଉଁ କଲେଜରେ ମେଡିକାଲ ସାଇନ୍ସ ସହିତ ଆତଙ୍କୀ ଶିକ୍ଷା ମଧ୍ୟ ଦିଆଯାଉଥିବା ଖବର ଆସୁଛି । ଦିଲ୍ଲୀ ବିସ୍ଫୋରଣ ପରେ ପୁଲିସ ଏବଂ ଏନ୍‌ଆଇଏର ଏକ ମିଳିତ ଟିମ୍‌ ସେହି କଲେଜରେ ଚଢ଼ଉ କରିଥିଲେଆତଙ୍କୀ ସଙ୍ଗଠନ ଜୈସ୍‌-ଇମହମ୍ମଦ ଏବଂ ଅନ୍‌ସାର ଗଜୱାତୁଲ-ହିନ୍ଦ୍‌ର ଏକ ଆନ୍ତର୍ଜାତିକ ନେଟୱାର୍କ ଏ ୟୁନିଭରସିଟି  ସହ ଯୋଡିହୋଇ ରହିଥିବା ଯାଞ୍ଚରୁ ଜଣା ପଡ଼ୁଛି ।
ଏହି ନେଟୱାର୍କ ଶିକ୍ଷାନୁଷ୍ଠାନ ଆଢ଼ୁଆଳରେ ଫଣ୍ଡ ଟ୍ରାନ୍ସଫର, ଆତଙ୍କୀ ନିଯୁକ୍ତି ଓ ବିସ୍ଫୋରକ ସାମଗ୍ରୀ ଏକାଠି କରିବା ଭଳି କାର୍ଯ୍ୟ କରୁଥିଲା। ଏପରିକି ୟୁନିଭରସିଟି ଲ୍ୟାବରେ ଆରଡିଏକ୍ସ ଭଳି ବିସ୍ଫୋରକ ପ୍ରସ୍ତୁତ କରାଯାଉଥିବା ପୁଲିସ ସନ୍ଦେହ କରୁଛି । ତଦନ୍ତରୁ ଏକଥା ମଧ୍ୟ ସାମ୍‌ନାକୁ ଆସିଛି କି ଦିଲ୍ଲୀ ବିସ୍ଫୋରଣର ମାଣ୍ଡରମାଇଣ୍ଡ ଆତଙ୍କୀ ଡକ୍ଟର ମହମ୍ମଦ ଉମର ନବି ଏ ୟୁନିଭରସିଟିର ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ସେ ଏକ ହ୍ୟୁଣ୍ଡାଇ ଆଇ-୨୦ କାର୍‌ ନେଇ ସେଠାରୁ ବାହାରି ଯାଇଥିଲା ଏବଂ ଦିଲ୍ଲୀରେ ବିସ୍ଫୋରଣ କରିଥିଲା । କେବଳ ମହମ୍ମଦ ଉମର ନବି ନୁହେଁ ଅନେକ ଜଣ ଏ ୟୁନିଭରସିଟିରୁ ବାହାରି ଆତଙ୍କୀ କାର୍ଯ୍ୟରେ ଲିପ୍ତ ଥିବା ତଥ୍ୟ ସାମ୍ନାକୁ ଆସୁଛି ।

ବେଇମାନ କିଏ?

ନୂଆପଡ଼ା ବାଇ-ଇଲେକ୍ସନକୁ ଆଉ ମାତ୍ର 3 ଦିନ ବାକି। ବେଇମାନ ଶବ୍ଦ ବର୍ତ୍ତମାନ ପଲିଟିକାଲ ପାର୍ଟିଙ୍କ ପାଇଁ ମୁଖ୍ୟ ମୁଦ୍ଧା ପାଲଟିଛି। ନଭେମ୍ବର 3 ତାରିଖରେ ନୂଆପଡ଼ାରେ ନବୀନ ପଟ୍ଟନାୟକପ୍ରଚାର ସମୟରେ ବେଇମାନ ଶବ୍ଦ ବ୍ୟବହାର କରିଥିଲେ । ତାଙ୍କ ସହ ବେଇମାନୀ ହୋଇଥିବା କହିଥିଲେ ନବୀନ । ଯାହାର କାଉଣ୍ଟର ଆଟାକ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କିଏ ବେଇମାନ ବୋଲି କହି ତାତ୍ସଲ୍ୟ କରିଛନ୍ତି ।

ବେଇମାନର ସଂଜ୍ଞା କ? ବେଇମାନ କାହାକୁ କୁହାଯାଏ ?  ବୋଲି ପ୍ରଶ୍ନ କରିବା ସହ ବୋଧହୁଏ ନବୀନଙ୍କ ସ୍କ୍ରିପ୍ଟ ରାଇଟର୍ ବେଇମାନର ସଂଜ୍ଞା କ, ତାହା ବୁଝାଇ ନାହାନ୍ତି ବୋଲି ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ମୋହନ ମାଝୀ।
ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ଆଣି ପ୍ରାର୍ଥୀ କରିଥିଲା ବିଜେଡି କାକଟପୁରରେ ବିଜେପି ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ସାରିଥିଲା ପରେ ମନ୍ତ୍ରୀପଦର ଲୋଭ ଦେଖାଇ କିଏ ଚୋରି କରିଥିଲା ବୋଲି ପ୍ରଶ୍ନ କରିଥଇଲେ ମୋହନ ମାଝୀ।  ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜେଡି ନେଇଯାଇଥିଲା, ସେତେବେଳେ କିଏ ବେଇମାନି କରିଥିଲା? ବୋଲି କହିଛନ୍ତି ମୋହନ। ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି। ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ ନବୀନ । ତାହେଲେ କିଏ ବେଇମାନ କହି ପ୍ରଶ୍ନ କରିବା ସହିତ ପରୋକ୍ଷରେ ନବୀନଙ୍କୁ ବେଇମାନ କହିଛନ୍ତି ମୋହନ ମାଝୀ।

ତେବେ ବେଇମାକୁ ନେଇ ଏ ଲଢେଇ ନବୀନ-ମୋହନଙ୍କ ଭିତରେ ସୀମିତ ନ ରହି ତୃଣମୁଳ ସ୍ତରରେ ବି ଜାରି ରହିଛି । ଉଭୟ ବିଜେଡି ଓ ବିଜେପିର କର୍ମୀ ନେତା ପରସ୍ପରକୁ ବେଇମାନ କହିବାରେ ଲାଗିଛନ୍ତି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରୁ ଲଢୁଥିବାରୁ ତାଙ୍କୁ ବିଜେଡ଼ି ତରଫରୁ ଟାର୍ଗେଟ କରାଯାଉଥଇଲା ବେଳେ ନବୀନଙ୍କ ପୁରୁଣା ସମ୍ପର୍କର ହିସାବ ଦେଉଛନ୍ତି ବିଜେପି ସମର୍ଥକ ।