ଯଶପ୍ରୀତ ବୁମ୍ରାଙ୍କ ବୋଲିଂରେ ହଠାତ୍ ବ୍ରେକ୍! ୨୬ ଓଭର ବୋଲିଂ, ହେଲେ ମିଳିଲାନି ଗୋଟିଏ ବି ୱିକେଟ୍। ଯେଉଁ ବୁମ୍ରାଙ୍କ ବଲ୍କୁ ସାମ୍ନା କରିବା ବ୍ୟାଟରଙ୍କ ପାଇଁ କଷ୍ଟକର, ସେହି ବୁମ୍ରା ଏବେ ଫର୍ମରେ ନଥିବା ନେଇ ଚର୍ଚ୍ଚା। ନ୍ୟୁଜଲାଣ୍ଡ ବିପକ୍ଷ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟରେ ୨୬ ଓଭର ବୋଲିଂ କରି ୪୯ ରନ୍ ଦେଇଛନ୍ତି, କିନ୍ତୁ ଖାତା ଖୋଲିପାରିନାହାନ୍ତି। ଏହା ତାଙ୍କ ୫୪ ଟେଷ୍ଟ ମ୍ୟାଚ୍ର କ୍ୟାରିୟରର ସବୁଠୁ ଲମ୍ବା ୱିକେଟ୍ଶୂନ୍ୟ ସ୍ପେଲ୍। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ବୁମ୍ରାଙ୍କ ବୋଲିଂ ସ୍ପିଡ୍ ମଧ୍ୟ କମୁଛି। ଏପରିକି ସେ ନିଜର ପୁରୁଣା ବୋଲିଂ ଆକ୍ସନ୍କୁ ଫେରାଇ ଆଣିବାକୁ ପ୍ରୟାସ କରୁଥିବା ଦେଖାଯାଇଛି।ଅନ୍ୟପଟେ ଆକାଶ ଦୀପ ୫ଟି ୱିକେଟ୍ ନେଇ ଭାରତର ସଫଳ ବୋଲର ହୋଇଛନ୍ତି। ତେବେ ପ୍ରଶ୍ନ ଉଠୁଛି, ନ୍ୟୁଜଲାଣ୍ଡ ମାଟିରେ କାହିଁକି ଫିକା ପଡୁଛି ବୁମ୍ରାଙ୍କ ଯାଦୁ? କଣ ଫର୍ମ ହରାଇଛନ୍ତି କି ଭାରତର ଏହି ଫେମସ ବୋଲର? ୨୬ ଓଭରରେ ଗୋଟିଏ ବି ୱିକେଟ୍ ହାତେଇ ପାରି ନାହାନ୍ତି। ନ୍ୟୁଜଲାଣ୍ଡ ବିପକ୍ଷରେ କ୍ୟାରିୟରର ସବୁଠୁ ଖରାପ ପ୍ରଦର୍ଶନ କରିଛନ୍ତି ବୁମ୍ରା।ଟେଷ୍ଟ କ୍ରିକେଟ୍ରେ ଇନିଂସରେ ସବୁଠୁ ଅଧିକ ୱିକେଟ୍ଶୂନ୍ୟ ଓଭର ବୋଲିଂ କରିଛନ୍ତି ଯଶପ୍ରୀତ ବୁମ୍ରା।

ନ୍ୟୁଜଲାଣ୍ଡ ବିପକ୍ଷ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟରେ ଇଣ୍ଡିଆ ଟିମର ସ୍ପିଡ୍ ବୋଲର ବୋଲର ଯଶପ୍ରୀତ ବୁମ୍ରାଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। ପାଞ୍ଚଟି ସେସନ୍ରୁ ଅଧିକ ସମୟ ଧରି ବୋଲିଂ କରିବା ସତ୍ତ୍ୱେ ତାଙ୍କୁ ଗୋଟିଏ ବି ୱିକେଟ୍ ମିଳିନାହିଁ। ତାଙ୍କ ବୋଲିଂରେ ପୂର୍ବଭଳି ସ୍ପିଡ୍, କଣ୍ଟ୍ରୋଲ ଓ ଆକ୍ୟୁରେସି ଦେଖିବାକୁ ମିଳିନଥିଲା।ଭାରତୀୟ ବୋଲରଙ୍କୁ ୧୦୦ରୁ ଅଧିକ ଓଭର ପର୍ଯ୍ୟନ୍ତ ପଡ଼ିଆରେ ରଖି ନ୍ୟୁଜିଲାଣ୍ଡ ୩୫୬ ରନ୍ ସଂଗ୍ରହ କରିଥିଲା। ଆକାଶ ଦୀପ ୯୯ ରନ୍ ଦେଇ ୫ଟି ୱିକେଟ୍ ନେଇ ଭାରତର ସଫଳ ବୋଲର ସାଜିଥିଲେ। ଅନ୍ୟପଟେ ବୁମ୍ରା ୨୬ ଓଭର ବୋଲିଂ କରି ୪୯ ରନ୍ ଦେଇଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ। ଏହାର ପ୍ରଭାବ ତାଙ୍କ ବୋଲିଂ ରେଟ୍ ଉପରେ ମଧ୍ୟ ପଡ଼ିଛି। ଗତ ଦୁଇ ବର୍ଷ ଧରି ୧୯ ତଳେ ରହିଥିବା ବୁମ୍ରାଙ୍କ ବୋଲିଂ ଆଭରେଜ୍ ଏହି ଇନିଂସ ଶେଷ ସୁଦ୍ଧା ୨୦ ଉପରକୁ ଚାଲିଯାଇଛି। ଟେଷ୍ଟ କ୍ୟାରିୟରର ୫୪ଟି ମ୍ୟାଚ୍ରେ ଏହା ତାଙ୍କର ସବୁଠୁ ଅଧିକ ଓଭର ୱିକେଟ୍ଶୂନ୍ୟ ବୋଲିଂ ସ୍ପେଲ୍। ଦୀର୍ଘ ବିରତି ପରେ ଜାତୀୟ ଦଳକୁ ଫେରିଥିବା ବୁମ୍ରା ଏବେ ଫର୍ମରେ ନଥିବା ଚର୍ଚ୍ଚା ହେଉଛି। ସାଧାରଣତଃ ବୁମ୍ରା ରନ୍ଅପ୍ ସମୟରେ ଦୁଇ ହାତକୁ ଏକାଠି ରଖି ବୋଲିଂ ଆକ୍ସନ୍ ଆରମ୍ଭ କରନ୍ତି। କିନ୍ତୁ ଏହି ମ୍ୟାଚ୍ରେ ସେ ଅନ୍ୟ ଦ୍ରୁତ ବୋଲରଙ୍କ ଭଳି ହାତକୁ ଅଲଗା ରଖି ବୋଲିଂ କରୁଥିବା ଦେଖାଯାଇଥିଲା। ତାଙ୍କ ବୋଲିଂର ଗତି ମଧ୍ୟ ଘଣ୍ଟାପ୍ରତି ୧୨୦ କିଲୋମିଟରକୁ ଖସି ଆସିଥିଲା। ନ୍ୟୁଜଲାଣ୍ଡ ମାଟିରେ ୪ଟି ଟେଷ୍ଟ ଖେଳି ବୁମ୍ରା ୩୩.୯୦ ଆଭରେଜ୍ରେ ୱିକେଟ୍ ନେଇଛନ୍ତି। ଯାହା କୌଣସି ଟେଷ୍ଟ ଖେଳୁଥିବା ଦେଶରେ ତାଙ୍କର ସର୍ବାଧିକ ବୋଲିଂ ଆଭରେଜ୍।