ପୁଣି ଆରମ୍ଭ ହେବାକୁ ଯାଉଛି ବନ୍ଦ ପଡ଼ିଥିବା IPL । ପାକିସ୍ତାନ ସହ ଯୁଦ୍ଧ କାରଣରୁ ମେ ୯ ତାରିଖରୁ IPL ମ୍ୟାଚ୍ ବନ୍ଦ କରାଯାଇଥିଲା । ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବାକୁ ଠିକ୍ ଭାବିନଥିଲା BCCI । ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ। ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି BCCI ସୂଚନା ଦେଇଛି।

IPL ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା । ମେ‘ ୮ ତାରିଖ ପର୍ଯ୍ୟନ୍ତ ୫୮ ଟି ମ୍ୟାଚ୍ ଖେଳାଯାଇଛି। ୧୬ ଟି ମ୍ୟାଚ୍ ବାକି ରହିଛି। ୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି। ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି। ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି। ଧର୍ମଶାଳାରେ ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍ ଅଧାରୁ ବନ୍ଦ କରାଯିବା ସହିତ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି। IPL ଇତିହାସରେ ପ୍ରଥମ ଥର ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଛି । ଭାରତ ଏବଂ ପାକିସ୍ତାନ ଉଭୟ ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଅଧାରୁ ବନ୍ଦ ହୋଇଥିବା ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଖେଳାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।