ଭିକ ମାଗୁଛନ୍ତି ଭତ୍ତା ହିତାଧିକାରୀ !

ବୟସ ପାଖାପାଖି ୭୦। ନା ଆଖିକୁ ଭଲରେ ଦିଶୁଛି ନା ଚଲାବୁଲା କରିବା ପାଇଁ ସାମର୍ଥ୍ୟ ଅଛି । ଯେଉଁ ବୟସରେ ଘରେ ବସି ଆରାମ କରିବା କଥା ସେଇ ବୟସରେ ଭିକ ମାଗୁଛନ୍ତି ବୃଦ୍ଧ ଦମ୍ପତ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତର ମୂଷାପାଲାର ଦୈତାରି ଭତ୍ରା ଓ ତାଙ୍କ ସ୍ତ୍ରୀ ବାଲ ଭତ୍ରା ବାଧ୍ୟ ହୋଇ ଭିକ ମାଗୁଛନ୍ତି । ଘରେ ରୋଜଗାର କରିବାକୁ କେହି ନାହାନ୍ତି । ୨ ପିଲା ମାନସିକ ରୋଗରେ ପୀଡ଼ିତ ହେଉଥିବାରୁ ପରିବାର ଭତ୍ତା ଉପରେ ନିର୍ଭରଶୀଳ । ତିନି ମାସ ହେବ ଭତ୍ତା ମିଳୁନି । ଖର୍ଚ୍ଚ କରିବା ତ ଦୂରର କଥା,ଖାଇବା ଗଣ୍ଡେ ଯୋଗାଡ଼ କରିବାକୁ ହାତ ପତେଇବାକୁ ପଡ଼ୁଛି। ଆଖିକୁ ଭଲ ନ ଦିଶିଲେ ବି ଜୀବନ ପାଇଁ ଚାଲିବାକୁ ପଡ଼ୁଛି ଅନେକ ବାଟ । ମୁଣ୍ଡଫଟା ଖରାରେ ଗାଁ ଗାଁ ବୁଲି ଜୀବନ ପାଇଁ କରୁଛନ୍ତି ସଙ୍ଘର୍ଷ। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବେ କଣ ଓଲଟା ଭିକାରୀ ସଜେଇ ସାରିଲେଣି ସରକାର । ସରକାରଙ୍କ ଅବହେଳା ପାଇଁ ଭିକ ମାଗିବା ହିଁ ପାଲଟିଛି ଶେଷ ଆଶା  । ଜୀବନ ପାଇଁ ଘରଘର ବୁଲି ଭିକ ମାଗିବା ସହ ମୂଷାପାଲାରୁ ଲକ୍ଷ୍ମୀ ବସରେ ମୈଦଲପୁର ଆସି ଯାତ୍ରୀଙ୍କୁ ଭିକ ମାଗିବାକୁ ପଡ଼ୁଛି ।

ସଙ୍କଳ୍ପ ନାଁ ରେ ଧୋକ୍କା
ନିର୍ବାଚନ ପୂର୍ବରୁ ବିଜେପି ସଙ୍କଳ୍ପପତ୍ରରେ ଭତ୍ତା ହିତାଧିକାରୀଙ୍କୁ ମିଛ ସ୍ୱପ୍ନ ଦେଖାଇଥିଲା । ୨୦୨୪ ମସିହା ମେ ୫ ତାରିଖରେ
BJPର ଘୋଷଣା ପତ୍ରର ୧୮ତମ ସଂକଳ୍ପ ଥିଲା- ଆମେ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା” ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟ ମାନଙ୍କୁ ୩୦୦୦ ଟଙ୍କାର ମାସିକ ପେନସନ୍ ପ୍ରଦାନ କରିବୁ । ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ୍ ଦେବୁ । କିନ୍ତୁ ଜାନୁଆରୀ ୨୦୨୫ରୁ ୮୦ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଛାଡ଼ିଦେଲେ କାହାରିକୁ ବି ୩୦୦୦ ଟଙ୍କାର ଭତ୍ତା ଦେଇନାହାନ୍ତି ସରକାର । ୩୦୦୦ ତ ଦୂରର କଥା ମାସିକ ୧୦୦୦ ଟଙ୍କାର ଭତ୍ତା ହିତାଧିକାରୀଙ୍କୁ ବି ଠିକ୍ ସମୟରେ ଭତ୍ତା ମିଳୁନି ।

୫୧,୪୫,୨୯୪ ଲୋକଙ୍କୁ ଠକିଦେଲେ
ନିଜ ସଂକଳ୍ପତ୍ରରେ ବୃଦ୍ଧ, ବୟସ୍କ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ବୃଦ୍ଧିର ଲିଖିତ ପ୍ରତିଶ୍ରୁତି ଦେଇଥିଲା ବିଜେପି । ରାଜ୍ୟରେ ପେନସନ୍ ପାଉଥ‌ିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୫୬,୩୦,୩୯୯   ଏମାନଙ୍କ ମଧ୍ୟରୁ ,୮୫,୧୦୫ ଜଣ ହିତାଧିକାରୀ ୩୫୦୦ ଟଙ୍କାର ପେନସନ୍ ପାଉଛନ୍ତି । ବଳକା ୫୧,୪୫,୨୯୪ ବ୍ୟକ୍ତିଙ୍କୁ ମାସିକ ଭତ୍ତା ୩୦୦୦ ଟଙ୍କା ମିଳୁ ନାହିଁ । ମିଛ ପ୍ରଲୋଭନ ଦେଖାଇ  ଭୋଟ୍ ନେଲାପରେ ୫୧,୪୫,୨୯୪ ଭତ୍ତା ହିତାଧିକାରୀଙ୍କୁ ବିଜେପି ସରକାର ଠକିଦେଇଛି । ଆଉ ଏବେ  ମାସ ହେଇଯିବ ରାଜ୍ୟବ୍ୟାପୀ ହିତାଧିକାରୀଙ୍କୁ ଭତ୍ତା ଦେଇ ନଥିବା ଅଭିଯୋଗ ଆସୁଛି । ରାଜ୍ୟର ଅଧିକାଂଶ ଭତ୍ତା ହିତାଧିକାରୀଙ୍କର ଭତ୍ତା ଟଙ୍କା ହିଁ ବଞ୍ଚିବାର ଏକମାତ୍ର ମାଧ୍ୟମ । ଟଙ୍କା ଦେବାର ଅନିୟମିତତା ହିତାଧିକାରୀଙ୍କୁ ସମସ୍ୟାରେ ପକାଉଛି ।ପରିସ୍ଥିତି ଏତେ ଶୋଚନୀୟ ଯେ ନବରଙ୍ଗପୁର ପରି ରାଜ୍ୟର ବିଭିନ୍ନ ହିତାଧିକାରୀ ଭିକ୍ଷାବୃତ୍ତି ଭରସାରେ ।

Visited 5 times, 5 visit(s) today
Share this post

Leave A Comment

Your email address will not be published. Required fields are marked *