ଦକ୍ଷିଣ ଆଫ୍ରିକାରେ ନେଲସନ ମଣ୍ଡେଲା କହୁଥିଲେ….
ଶିକ୍ଷା ବ୍ୟବସ୍ଥାର ବିନାଶ ହିଁ ଏକ ରାଷ୍ଟ୍ରର ପତନର ମୁଖ୍ୟ କାରଣ
- ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି
- ରାଜ୍ୟରେ ଅଛି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ
- ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ୨୦୭୯
- ୧୪୩୪ ଅଧ୍ୟାପକ ପଦ ଖାଲି
- ଅର୍ଥାତ ୬୯% ପଦ ଖାଲି ପଡ଼ିଛି
- ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ୨୯୪୦
- ୨୧୭୧ ଅଣଶିକ୍ଷକ ପଦ ଖାଲି
କିନ୍ତୁ ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରୁଛନ୍ତି, ରାଜ୍ୟରେ ଖୋଲିବ ଆଉ 4ଟି ବିଶ୍ୱବିଦ୍ୟାଳୟ (ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଝାରସୁଗୁଡ଼ା)

ନାହାଁନ୍ତି ସ୍ଥାୟୀ କୁଳପତି
- ଉତ୍କଳ ବିଶ୍ୱବିଦ୍ୟାଳୟ
- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ
- ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ
- ମା‘ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ
- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
- ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
- ଓଡ଼ିଆ ବିଶ୍ୱବିଦ୍ୟାଳୟ
- ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ
- ରେଭେନ୍ସା ବିଶ୍ୱବିଦ୍ୟାଳୟ
- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ
- ଧରଣୀଧର ବିଶ୍ୱବିଦ୍ୟାଳୟ
- ଫକିର ମୋହନ ବିଶ୍ୱବିଦ୍ୟାଳୟ
- ସର୍ବ ପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳୁନି ସ୍ଥାୟୀ କୁଳପତି
- ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ନାହାଁନ୍ତି କୁଳପତି
- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଲୋକସଭା କ୍ଷେତ୍ର– ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନାହାଁନ୍ତି କୁଳପତି
- ବିନା କୁଳପତିରେ ରାଜ୍ୟର ଏକମାତ୍ର ଆଇନ ବିଶ୍ୱବିଦ୍ୟାଳୟ-ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
- ବିନା କୁଳପତିରେ ରାଜ୍ୟର ଏକମାତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ

ସ୍ଥାୟୀ କୁଳପତି
1-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
2-ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାୟ (Odisha State Open University)
3-ସମ୍ବଲପୁର ବିଶ୍ୱବିଦ୍ୟାଳୟ
- ୨୦୨୫ ଏପ୍ରିଲ ୧୪ରୁ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ
- ନୂଆ ଆଇନ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ ପ୍ରାଧ୍ୟାପକ ମନୋନୟନ କରି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ କମିଟି ଧାର୍ଯ୍ୟ ସମୟ ଭିତରେ ମନୋନୟନ କରିବାର ବ୍ୟବସ୍ଥା ରହିଛି
- କୁଳପତି ନିଯୁକ୍ତି ପାଇଁ ୨୦୨୫ ଜୁନରୁ ପର୍ଯ୍ୟାୟ କ୍ରମେ ସାକ୍ଷାତକାର
- ସଂକ୍ଷିପ୍ତ ସୂଚୀକୁ ମିଳୁନି ରାଜ୍ୟପାଳଙ୍କ ଅନୁମୋଦନ
ରାଜ୍ୟ ମନୋନୟନ ବୋର୍ଡ ଅନଲାଇନ ଆବେଦନ ଆମନ୍ତ୍ରଣ କରାଯାଇଛି
୪୩୪ଟି ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ କରିବ ରାଜ୍ୟ ମନୋନୟନ
ଓଡ଼ିଶାରେ ଉଚ୍ଚଶିକ୍ଷା ସଙ୍କଟ
- କୁଳପତି ନିଯୁକ୍ତିରେ ବିଳମ୍ବ: ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଗତ ବର୍ଷଠାରୁ ଅତି ମନ୍ଥର ଗତିରେ ଚାଲିଛି, ଯାହା ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରୁଛି।
- ଅଧ୍ୟାପକ ପଦ ଖାଲି: ନିୟମିତ କୁଳପତି ନଥିବା ହେତୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୪୩୪ ଅଧ୍ୟାପକ ପଦ ଖାଲି ପଡ଼ିଛି।
- ୨୦୨୦ ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ: ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଚୟନ କ୍ଷମତା କୁଳପତିଙ୍କ ହାତରୁ ନେଇ OPSC (ଓଡ଼ିଶା ଲୋକସେବା ଆୟୋଗ)କୁ ଦିଆଯାଇଥିଲା।
- ଆଇନଗତ ବିବାଦ: ଏହି ସଂଶୋଧିତ ଆଇନକୁ କିଛି ଗୋଷ୍ଠୀ ବିରୋଧ କରି ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, ଯାହାଫଳରେ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ (Stay order) ଜାରି ହୋଇଥିଲା।
- ବିଭାଗୀୟ ଉଦାସୀନତା: ଉଚ୍ଚଶିକ୍ଷା ବିଭାଗର ଅବହେଳା ଯୋଗୁଁ ସର୍ବୋଚ୍ଚ ନ୍ୟାୟାଳୟରେ ରହିତାଦେଶ ଉଠାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଗଲା ନାହିଁ, ଯାହା ଫଳରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ନିଯୁକ୍ତି ବନ୍ଦ ରହିଲା।
- ୨୦୨୫ର ନୂତନ ସଂଶୋଧନ: ନୂତନ ସରକାର ଆସିବା ପରେ ୨୦୨୦ର ଆଇନକୁ ବାତିଲ କରି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧିନିୟମ ୨୦୨୫ ପ୍ରଣୟନ କଲେ, ଯେଉଁଥିରେ ନିଯୁକ୍ତି କ୍ଷମତା ପୁଣିଥରେ କୁଳପତିଙ୍କୁ ପ୍ରଦାନ କରାଗଲା।
- ପ୍ରଶାସନିକ ଜଟିଳତା: ପୂର୍ବରୁ ଏକାଧିକ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଚୟନ କମିଟିର ବ୍ୟବସ୍ଥା ଥିଲା, କିନ୍ତୁ ଏବେ ପ୍ରତିଟି ପାଇଁ ଅଲଗା କମିଟି ଗଠନ ହେଉଥିବାରୁ ପ୍ରକ୍ରିୟା ଅଧିକ ସମୟ ସାପେକ୍ଷ ହୋଇପଡ଼ିଛି।
- ଶିକ୍ଷାଦାନରେ ବାଧା: ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ବିଭାଗ (ପଦାର୍ଥ ବିଜ୍ଞାନ, ଗଣିତ) ମାତ୍ର ଜଣେ ଲେଖାଏଁ ଅଧ୍ୟାପକରେ ଚାଲିଛି। ଠିକା ଅଧ୍ୟାପକଙ୍କ ଭରସାରେ ଶିକ୍ଷା ବ୍ୟବସ୍ଥା ବଞ୍ଚି ରହିଛି।
- ବୌଦ୍ଧିକ ପୁଞ୍ଜିର ଅଭାବ: ସରକାର ବିଶ୍ୱବିଦ୍ୟାଳୟର ଅଟ୍ଟାଳିକା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ‘ବୌଦ୍ଧିକ ପୁଞ୍ଜି‘ ବା ଅଧ୍ୟାପକ ନିଯୁକ୍ତିକୁ ଗୁରୁତ୍ୱ ଦେଉନାହାନ୍ତି।
- ଦୂରଗାମୀ କୁପ୍ରଭାବ: ଏହି ପରିସ୍ଥିତି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଛୁଆ କରିଦେବ। ନେଲସନ ମଣ୍ଡେଲାଙ୍କ ଉକ୍ତି ଅନୁସାରେ, ଶିକ୍ଷା ବ୍ୟବସ୍ଥାର ବିନାଶ ହିଁ ଏକ ରାଷ୍ଟ୍ରର ପତନର ମୁଖ୍ୟ କାରଣ।
Visited 1 times, 1 visit(s) today