ମୁଖ୍ୟମନ୍ତ୍ରୀ ହେବେ ଅନୀଲ କପୁର !

ମୁଖ୍ୟମନ୍ତ୍ରୀ ଭାବେ ନଜର ଆସିବାକୁ ଯାଉଛନ୍ତି ଅନୀଲ। ୨୫ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶିବାଜୀ ରାଓ। ୨୦୦୧ ମସିହାରେ ଅନିଲ କପୁର ନାୟକ ଫିଲ୍ମରେ ନଜର ଆସିଥିଲେ। ହିଟ ହୋଇଥିବା ଫିଲ୍ମରେ ଖଳନାୟକ ଭାବେ ଅମରେଶ ପୁରି ନଜର ଆସିଥିଲା ବେଳେ  ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନିଲ। ଗୋଟାଏ ଦିନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଶିବାଜୀ ରାଓଙ୍କର ଚରିତ୍ର ବେଶ୍ ଲୋକପ୍ରିୟ ହୋଇପାରିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ସଫଳତା ହାସଲ କରିଥିଲା। ୨୫ ବର୍ଷ ପରେ ପୁଣି ନାୟକ ଫିଲ୍ମ ଫେରୁଛି। ଘରେ ଘରେ ପରିଚିତ ‘ନାୟକ’ ଫିଲ୍ମ ରିଲିଜ ହେଲା ପରେ ବେଶ୍ ଆଦୃତ ହୋଇଥିଲା। ଏ ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଥିଲେ। କେବଳ ସେ ସମୟରେ ନୁହେଁ ଏବେ ବି ଏ ଫିଲ୍ମ ଅନେକଙ୍କର ଫେଭରାଇଟ।

ନାୟକ ମୁଭିରେ ପାୱାରଫୁଲ ଡାଇଲଗ୍ ,ଆକ୍ସନ, ଡ୍ରାମା ଏବଂ ସୁପରହିଟ ସଙ୍ଗ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା । ଏହି ଫିଲ୍ମରେ ରାଣୀ ମୁଖାର୍ଜୀ, ଅମରେଶ ପୁରୀ, ପରେଶ ରାୱଲ, ସୌରଭ ଶୁକ୍ଳା, ଜନି ଲିଭରଙ୍କ ଭଳି ଅଭିନେତା ଲିଡ ରୋଲରେ ଥିଲେ। ଅନିଲଙ୍କ କ୍ୟାରିଅରର ସବୁଠୁ ବେଷ୍ଟ ମୁଭି ଭାବରେ ଏହାକୁ ବିବେଚନା କରାଯାଏ । ଚଳଚ୍ଚିତ୍ରରେ ଅନିଲ କପୁର ଜଣେ ସାମ୍ବାଦିକଙ୍କ ଚରିତ୍ରରେ ଅଭିନୟ କରିଥିଲେ ଯିଏ ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପୁରା ସିଷ୍ଟମ ଚେଞ୍ଜ କରିଦେଇଥିଲେ । ଦେଶର ରାଜନୈତିକ ବ୍ୟବସ୍ଥାରେ ମାତ୍ରାଧିକ ପରିବର୍ତ୍ତନ ହୋଇଥିଲା ବେଳେ ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ତିଆରି ହୋଇଥିବା ପିଲ୍ମ ବେଶ୍ ଲୋକପ୍ରିୟତା ପାଇବ ବୋଲି ଆଶା । ଏସ୍. ଶଙ୍କରଙ୍କ ଡିରେକ୍ସନରେ ଫିଲ୍ମଟି ସୁପରହିଟ ହୋଇଥିଲା ବେଳେ ପାର୍ଟ 2 ରେ ଅନିଲ କପୁର ନିଜେ ସହ ପ୍ରଜୋଯନାରେ ରହିବା ସହ ଜୟ ମେହେତା ଡିରେକ୍ସନ୍ ଦେବେ।

Visited 20 times, 1 visit(s) today
Share this post

Leave A Comment

Your email address will not be published. Required fields are marked *