ଓଡ଼ିଶା ମୁଡର ସାର୍ଟିଫିକେଟ୍ ଦେବେ, ନୂଆପଡ଼ା ଭୋଟର

ବିଜୁ ଜନତା ଦଳ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି ନୂଆପଡ଼ା ଆସନରୁ ଚାରି ଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆସେ ଏତେ ପପୁଲାର ଯେ 2004 ନିର୍ବାଚନରେ ସ୍ୱାଧୀନ ଭାବେ ଲଢି  ବିଜେଡି-ବିଜେପିର ମେଣ୍ଟ ପ୍ରାର୍ଥୀଙ୍କୁ ପରାଜିତ କରାଇଥିଲେ। ଲୋକପ୍ରିୟ ଢୋଲକିଆଙ୍କୁ ନବୀନ ପଟ୍ଟନାୟକ, ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। କିନ୍ତୁ 69 ବର୍ଷ ବୟସରେ ତାଙ୍କର ଚେନାଇରେ ପରଲୋକ ହୋଇଛି।

ଫଳରେ ଆସନ୍ତା 6 ମାସ ମଧ୍ୟରେ ନୂଆପଡ଼ାରେ ହେବ ଉପନିର୍ବାଚନ। ତେବେ ପୂର୍ବରୁ 1997 ମସିହାରେ ନୂଆପଡ଼ାବାସୀ ଦେଖିଥିଲେ ପ୍ରଥମ ଉପନିର୍ବାଚନ। ନୂଆପଡ଼ାର 7 ଥରର ବିଧାୟକ ଘାସିରାମ ମାଝୀ(ବରିଷ୍ଠ)ଙ୍କ ଦେହାନ୍ତ ଯୋଗୁଁ ହୋଇଥିଲା ବାଇ-ଇଲେକ୍ସନ। ସେ ସମୟରେ ଓଡ଼ିଶାରେ ବିରୋଧି ଜନତା ଦଳର ବିଧାୟକ ଥିଲେ ଘାସିରାମ ମାଝୀ। ତାଙ୍କର ଦେହାନ୍ତ ପରେ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କ ସପକ୍ଷରେ ନୂଆପଡ଼ା ଭୋଟର ମତ ଦେଇଥିଲେ। ସେତେବେଳେ ଓଡ଼ିଶାରେ ଥିଲା କଂଗ୍ରେସର ସରକାର।

ଏବେ ଇତିହାସର ହୋଇଛି ପୁନରାବୃତ୍ତି…
ଏବେ ଅଛି ଓଡ଼ିଶାରେ ବିଜେପି ସରକାର। ମୃତ୍ୟୁବରଣ କରିଛନ୍ତି ବିରୋଧୀ ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବେ ପୁଣି ହେବ ଉପନିର୍ବାଚନ। ଯାହା ବିଜେପି ସରକାର ପାଇଁ ଅଗ୍ନିପରୀକ୍ଷା। ସରକାର ଗଠନ ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ଦେଖିବ ଭାରତୀୟ ଜନତା ପାର୍ଟି।ତେବେ ଏଠୁ ପ୍ରାର୍ଥୀ ହେବ କିଏ? ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ହେବେ ନା ତାଙ୍କର ପୁଅ ଅଭିନନ୍ଦନ ପଣ୍ଡା?
ବିଜେପିର ପସନ୍ଦ ବାପ ନା ପୁଅ
ନୂଆପଡ଼ାରୁ 2ଥର ବିଧାୟକ ହୋଇଥିବା ବସନ୍ତ ପଣ୍ଡା 2024 ନିର୍ବାଚନରେ ନିଜେ ଲଢି ନଥିଲେ। ପୁଅ ଅଭିନନ୍ଦନଙ୍କ ପାଇଁ ବାଟ ଛାଡ଼ିଥିଲେ। ହେଲେ ନୂଆପଡ଼ା ଭୋଟରଙ୍କର ତୃତୀୟ ପସନ୍ଦ ଥିଲେ ଅଭିନନ୍ଦନ ପଣ୍ଡା। ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦେଇଥିଲେ କଡ୍ଡା ଟକ୍କରତେଣୁ ଏଥର ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରି ନପାରେ। ରାଜ୍ୟରେ ବିଜେପି ସରକାର ଥିବାରୁ ବସନ୍ତ ପଣ୍ଡା ହୁଏତ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ଦେଖାଇ ପାରନ୍ତି।

BJDର ସିମ୍ପାଥି କାର୍ଡ
ଅନ୍ୟପଟେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ, ରାଜନୀତିରେ ଖୁବ୍ ସକ୍ରିୟ। ସିମ୍ପାର୍ଥୀ କାର୍ଡ ଖେଳି ବିଜୁ ଜନତା ଦଳ ଜୟ ଢୋଲକିଆଙ୍କୁ କ୍ୟାଣ୍ଡିଡେଟ କରିପାରେ ଅନ୍ୟପକ୍ଷରେ 2024 ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ  ହେବାର ସମ୍ଭାବନା ବହୁତ କମ୍। କାରଣ ବଲାଙ୍ଗିର ଜିଲ୍ଲାର ଶରତ ପଟ୍ଟନାୟକ ନୂଆପଡ଼ା ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରିଲେନି2024ରେ ଶରତଙ୍କୁ ମାତ୍ର 15,501 ଭୋଟ୍ ମିଳିଥିଲା।
ବାହାରିଆଙ୍କୁ ଭରସା କରିବନି କଂଗ୍ରେସ
ବାହାରିଆ ନେତାଙ୍କୁ ନୂଆପଡ଼ା ଭୋଟର ପସନ୍ଦ କରୁ ନଥିବାରୁ ହୁଏତ ବର୍ତ୍ତମାନର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ରିସ୍କ ନନେଇ ପାରନ୍ତି। ଭକ୍ତଙ୍କର ନିଜସ୍ୱ ସଂସଦୀୟ କ୍ଷେତ୍ର କଳାହାଣ୍ଡି ଅଧିନରେ ଆସୁଛି ନୂଆପଡ଼ା। ଭକ୍ତ ଦାସ ନୂଆପଡ଼ା ଆସନରୁ 2024 ନିର୍ବାଚନରେ ପରାଜିତ ହୋଇଥିବା ଜୁନିୟର ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ପାରନ୍ତି। ତେବେ ଯାହା ବି ହେଉ ନୂଆପଡ଼ା ଉପନିର୍ବାଚନ ହେବ ଓଡ଼ିଶାର ବିଜେପି ସରକାରଙ୍କ ପାଇଁ ଏସିଡ୍ ଟେଷ୍ଟ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

 

Visited 60 times, 1 visit(s) today
Share this post

Leave A Comment

Your email address will not be published. Required fields are marked *