ଚୟନ କରିବା ବଦଳରେ, ହାତେଇ ନେଲେ ଅଧ୍ୟକ୍ଷ ପଦ

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ବ୍ୟକ୍ତି ଏକ କିନ୍ତୁ ଅନେକ ପଦର ଅଧିକାରୀ ଓଡ଼ିଶାରେ ମୁଖ୍ୟ ଶାସନ ସଚିବ, ଦିଲ୍ଲୀରେ ମୁଖ୍ୟ ରେସିଡେନ୍ସ କମିଶନର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ମନୋଜ ଆହୁଜାନିୟମ କାନୁନକୁ ମାଡ଼ି ମକଚି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ମାଡ଼ି ବସିଛନ୍ତି । ପ୍ରଦୂଷଣ ବୋର୍ଡରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଓଡ଼ିଶା ପ୍ରଶାସନିକ ସେବାର ମୁଖ୍ୟ ଶ୍ରୀଯୁକ୍ତ ଆହୁଜା ମହାଶୟ। ଗତ ବର୍ଷ ନଭେମ୍ବର 25 ତାରିଖରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଥିଲାସେହି ବିଜ୍ଞପ୍ତି ଅନୁସାରେ ଦେଶର ସମସ୍ତ ରାଜ୍ୟର ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି ହେବା କଥା। ସେହି ବିଜ୍ଞପ୍ତି ଆଧାରରେ ଏକ ଚୟନ କମିଟି ଗଠନ ହେବପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ଚୟନ କମିଟି ତିନି ଜଣଙ୍କ ନାଁ ସୁପାରିଶ କରିବ । ସେହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଭାବେ ସର୍ବାଧିକ ତିନି ବର୍ଷ ପାଇଁ ନିଯୁକ୍ତି ଦେଇ ପାରିବେ । ଏପରିକି ତିନି ବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଯଦି ପଞ୍ଚଷଠି ବର୍ଷ ହେଇଯାଉଛି ତାହେଲେ ମଧ୍ୟ ତାଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିବ ।

କିନ୍ତୁ ବିଡ଼ମ୍ବନା, ଚୟନ କମିଟିର ଅଧ୍ୟକ୍ଷ ହେବାକୁ ଯୋଗ୍ୟ ବ୍ୟକ୍ତି ମନୋଜ ଆହୁଜା, ଏବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ହାତେଇ ନେଇଛନ୍ତି। ନିୟମ ଅନୁସାରେ ଚୟନ କମିଟିର ଅଧ୍ୟକ୍ଷ ହେବେ  ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ।  ଏହାସହ ସେହି ଚୟନ କମିଟିରେ ଚାରି ଜଣ ସଦସ୍ୟ ରହିବେ।
ଚୟନ କମିଟିର ସ୍ୱରୁପ
1. ମୁଖ୍ୟ ଶାସନ ସଚିବ-ଅଧ୍ୟକ୍ଷ
2.ରାଜ୍ୟ କାର୍ମିକ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
3.କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ ପାହିଆର ଜଣେ ଅଧିକାରୀ-ସଭ୍ୟ
4.ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ପରିବେଶ ବିଶେଷଜ୍ଞ-ସଭ୍ୟ
5.ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚେୟାରମ୍ୟାନ ଚୟନ କମିଟିର ଅଧ୍ୟକ୍ଷ ହେବା କଥା ଶ୍ରୀଯୁକ୍ତ ଆହୁଜା। କିନ୍ତୁ ଚୟନ କରିବା ପରିବର୍ତ୍ତେ ସେହି ପଦକୁ  ମାଡ଼ି ବସିଛନ୍ତି ମନୋଜ ଆହୁଜା

ଅପରପକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଇନ କାନୁନ ଜାଣି ମଧ୍ୟ ନିଜର ଫାଇଦା ପାଇଁ ଅତୀତରେ ଅନେକ ଥର ନିଜ ସ୍ୱାର୍ଥପର ମନୋଭାବର ପରିଚୟ ଦେଇଛନ୍ତି । ଓଡ଼ିଶାରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ  ନିଜ ସ୍ତ୍ରୀ ଆରତୀ ଆହୂଜାଙ୍କ ସମ୍ପୃକ୍ତି ଥିବା କନଭର୍ଜେନ୍ସ ଫାଉଣ୍ଡେସନ TCF ସହ MOU ସ୍ୱାକ୍ଷର ହୋଇଛି । TCFର ଶାଖା ଦ ଉଦଇତି ସଂସ୍ଥାର ପରାମର୍ଶଦାତା ବୋର୍ଡର ମେମ୍ବର ହେଉଛନ୍ତି ମନୋଜଙ୍କ ସ୍ତ୍ରୀଓଡ଼ିଶାର ବିଭିନ୍ନ ପ୍ରୋଜେକ୍ଟରେ ନିଜ ପରିବାରର ଫାଇଦା ଦେଖୁଥିବା ମନୋଜ ଆହୁଜା ସିଲେକ୍ସନ କରିବା ପରିବର୍ତ୍ତେ ନିଜକୁ ସିଲେକ୍ଟ କରୁଛନ୍ତି ।

Visited 91 times, 1 visit(s) today
Share this post

Leave A Comment

Your email address will not be published. Required fields are marked *