ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ରକ୍ତଚାଉଳ ଚୋବାଉଛି ସାରା ଭାରତ । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନିଜର କଠୋର ଆଭିମୁଖ୍ୟର ପରିଚୟ ଦେଇଛନ୍ତି ଅମିତ ଶାହ। ଆତଙ୍କବାଦୀଙ୍କ ଆଗରେ ଭାରତ ନଇଁବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ। “ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି । ଭାରତ ସବୁ ପରିସ୍ଥିତିକୁ ସାମ୍ନା କରିବ,କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ ।”

ଆହତଙ୍କ ପରିବାରକୁ ଭେଟି ଶାହ ଆଲୋଚନା କରିଛନ୍ତି । ଶାହଙ୍କ ସହ ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁକାଶ୍ମୀରରେ ସ୍ଥିତି ବୁଝିବା ପରେ ଅପରାହ୍ଣରେ ଦିଲ୍ଲୀ ଫେରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ୟାବିନେଟ୍ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ। ଏଥିସହ ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର। ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଫେରିବା ପରେ ତୁରନ୍ତ ବିମାନ ବନ୍ଦରରେ ବୈଠକ କରିଛନ୍ତି ।
ସ୍ଥିତି ସମ୍ପର୍କର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଓ ଏନ୍ଏସ୍ଏ ଅଜିତ ଡୋଭାଲ । ଆଗକୁ ସରକାର କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇଆଲର୍ଟ ଜାରୀ ହୋଇଛି । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି। ଆତଙ୍କୀଙ୍କ ସ୍କେଚ୍ ଜରୀ ହୋଇ ସାରିଛି। ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।