ପାଣ୍ଡିଆନଙ୍କ ଅଭେଦ୍ୟ ଦୁର୍ଗ ନବୀନ ନିବାସରେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ନାରାର ୪ ଘଣ୍ଟା ନ ପୁରୁଣୁ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଆସିଛନ୍ତି ୪ ରାଜ୍ୟସଭା ସାଂସଦ
- ଲାଗୁଛି ଯେମିତି ଗରିଲା ଯୁଦ୍ଧରେ ନିପୁଣ ଏହି ୪ ସାଂସଦ
- କେବଳ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଉନାହାନ୍ତି ବରଂ,ୱାକଫ୍ ବିଲରେ ବିପର୍ଯ୍ୟୟ ପାଇଁ ନିଜର ସହଯୋଗୀ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି
- ଭୈରବ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ମଧ୍ୟ ସୁରକ୍ଷିତ ଭାବେ ନବୀନ ନିବାସରୁ ପଲିଟିକ୍ସ କରୁଛନ୍ତି
- କିନ୍ତୁ ୱାକଫ୍ ବିଲରେ ବିଜେଡି ରାଜ୍ୟସଭା ସାଂସଦମାନଙ୍କର କାର୍ଯ୍ୟକଳାପ ସବୁ ବିଗାଡ଼ି ଦେଲା
ନିଜ ପାଇଁ ଅଭେଦ୍ୟ ଦୁର୍ଗର ଭାବୁଥିବା ନବୀନ ନିବାସରେ ପାଣ୍ଡିଆନ ଏବେ ଅସୁରକ୍ଷିତ।

- ସାଂସଦ ମୁନ୍ନା ଖାଁଙ୍କ ସମର୍ଥକ ମାନେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି
- ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଛନ୍ତି
ଉଚ୍ଚ ଅଭିଳାଶି ପାଣ୍ଡିଆନ ଅଣଓଡ଼ିଆ ବିଚଳିତ ହେଲା ଭଳି ଲାଗୁ ନାହାନ୍ତି ।
ନିଜକୁ ବିଜେଡିର ନମ୍ବର 2 ଭାବେ ଦେଖେଇବା ପାଇଁ ୪ ଜଣ ସାଂସଦଙ୍କୁ କାମରେ ଲଗାଇ ଦେଇଛନ୍ତି - କଂଗ୍ରେସରୁ ଆସି ରାଜ୍ୟସଭା ସାଂସଦ ହୋଇଥିବା ମାନସ ମଙ୍ଗରାଜ,ଏବେ ପାଣ୍ଡିଆନଙ୍କ ସପକ୍ଷରେ ସୋସିଆଲ ମିଡିଆରେ ଓକିଲାତି କରୁଛନ୍ତି

- ସେହିଭଳି ବିଜେଡି ସହ ସମ୍ପର୍କ ନଥାଇ ମଧ୍ୟ ନିରଞ୍ଜନ ବିଶି ପାଣ୍ଡିଆନଙ୍କ ଦୟାରୁ ରାଜ୍ୟସଭା ସାଂସଦ ହୋଇଥିବାରୁ ଋଣ ଶୁଝାଉଛନ୍ତି
- ରାଜ୍ୟସଭା ନିର୍ବାଚନରେ ବିଜେଡିର ଭୂମିକା ପାଇଁ ପାଣ୍ଡିଆନ ଦାୟୀ ନୁହନ୍ତି ବୋଲି ମାନସମଙ୍ଗରାଜ,ନିରଞ୍ଜନ ବିଶି ଓକିଲାତି କରୁଛନ୍ତି
- ଏପରିକି ନିଜ ଦଳର ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ପାଣ୍ଡିଆନଙ୍କ ପାଇଁ ଟାର୍ଗେଟ କରିଛନ୍ତି।
ସେହିଭଳି ଶୁଭାଶିଷ ଓରଫ୍ ଲକି ଖୁଣ୍ଟିଆ( ସାର୍) ସମ୍ବୋଧନ କରି ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି
ସେହିଭଳି ସୁଲତା ଦେଓ ମଧ୍ୟ ଦେବାଶିଷଙ୍କୁ ୱାକଫ୍ ବିଲ ଭୋଟିଂରୁ ନିଜକୁ ଦୁରେଇ ରଖିଥିବାରୁ ଟାର୍ଗେଟ୍ କରିଛନ୍ତି ।
Visited 10 times, 1 visit(s) today