Date Archives October 2025

ପୁରୀରେ ମାଟି ତଳେ ହେବ ଚିଡ଼ିଆଖାନା

ପୁରୀରେ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ଟେରିୟମ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏନେଇ ପଦକ୍ଷେପ ନେଇଛି। ପ୍ରକଳ୍ପର ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ସମୁଦ୍ରକୂଳ ନିକଟରେ ଏ ପ୍ରୋଜେକ୍ଟ କରିବାକୁ ପ୍ଲାନ୍ କରାଯାଇଛି। ନଭେମ୍ବର ୪ ତାରିଖରେ ପ୍ରୋଜେକ୍ଟ  ଅନୁଧ୍ୟାନ କରାଯିବ ଓ ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ପ୍ଲାନ୍ କରୁଛି।

ପ୍ରକଳ୍ପ ନିମନ୍ତେ ସରକାର କମ୍ ମୂଲ୍ୟରେ ଜମି ଯୋଗାଇଦେବେ। ଘରୋଇ ସଂସ୍ଥା ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ଖର୍ଚ୍ଚ ଉଠାଇବ। ପ୍ରକଳ୍ପ କରିବାରେ ଆବଶ୍ୟକ ପାଣ୍ଠି ଯୋଗାଡ଼ରେ ମଧ୍ୟ ଆଗ୍ରହୀ ସଂସ୍ଥାକୁ ସରକାର ସାହାଯ୍ୟ କରିବେ। ପରିବେଶ ନିୟମକୁ ପାଳନ ସହ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଦର୍ଶନ ବ୍ୟବସ୍ଥା କରିବାକୁ ହେବ ।
ପୁରୀ ରେଲୱେ ଷ୍ଟେସନ ପାଖ ନୀଳାଚଳ ଅର୍ବାନ ହାଟ ସାମ୍ନା ଜମିରେ ଏ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା । ୨୦୦୯ରେ ସେ ସମୟର ମୁଖ୍ୟମନ୍ତ୍ରୀ ତତା ଏବେକାର ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର କରିଥିଲେ। ଦୁବାଇ ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ ଭଳି ଓଡ଼ିଶାରେ କରିବାକୁ ଯୋଜନା ହୋଇଥିଲା । ସି ବିଚ୍ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏ ପ୍ରୋଜେକ୍ଟ ପ୍ଲାନ୍ କରାଯାଇଥିଲା । ଏଥିପାଇଁ ନବୀନ ପଟ୍ଟନାୟକ  ୫ କୋଟି ଟଙ୍କା ସାଙ୍କସନ୍ ମଧ୍ୟ କରିଥିଲେ । ମାତ୍ର 15 ବର୍ଷ ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ସରକାର ଏ ପ୍ରକଳ୍ପ କାମ ଆଗକୁ ବଢାଇ ପାରିନଥିଲେ।

ବିଜ୍ଞପ୍ତିକୁ ୬ ମାସ, ଘୋଷଣାରେ ଅଟକିଛି ସାଇବର ଥାନା

ଓଡ଼ିଶାରେ ଦିନକୁ ଦିନ ସାଇବର କ୍ରାଇମ୍  ସହ ଅର୍ଥନୈତିକ ଅପରାଧ ବୃଦ୍ଧି ପାଉଛି । ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଥିଲାବେଳେ ଓଡ଼ିଶାର ୧୪ଟି ଜିଲ୍ଲାରେ ସାଇବର୍ ଥାନା ରହିଛି । ଫଳରେ ଅପରାଧିଙ୍କୁ ଧରିବାରେ ଥାନା ସାଙ୍ଗକୁ କର୍ମଚାରୀଙ୍କ ଅଭାବ ଦେଖାଯାଉଛି । ଏ ସବୁକୁ ଲକ୍ଷ କରି ଓଡ଼ିଶା ସରକାର ଗତ ଏପ୍ରିଲ ମାସରେ ୨୦ ଟି ନୂଆ ସାଇବର ଥାନା ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ଥିବା ସତ୍ତ୍ୱେ ଏଯାଏଁ ନୂଆ ସାଇବର ଥାନା ଖୋଲା ଯାଇ ପାରିନି । ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ଫଳ ଶୂନ ।

ସାଇବର୍ ଠକେଇ ଓ ଅର୍ଥନୈତିକ ଅପରାଧ ବଢୁଥିବାରୁ ୨୦ଟି ନୂତନ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।DSPଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର, SI, ASI ଓ ଅନ୍ୟ କର୍ମଚାରୀ ନିଯୁକ୍ତି ଲାଗି ଅର୍ଥ ବିଭାଗ ଅନୁମୋଦନ ମଧ୍ୟ ଦେଇଛି। ବିଜ୍ଞପ୍ତିକୁ ଇତିମଧ୍ୟରେ ୬ ମାସ ପୂରି ଥିଲେ ସୁଦ୍ଧା ଥାନା ଖୋଲିବାରେ ସରକାର ବିଫଳ ହୋଇଛନ୍ତି । ଅପରାଧ ବୃଦ୍ଧି ପାଉଥିବାରୁ ଆଉ ୨୦ଟି ପୁଲିସ ଜିଲ୍ଲାରେ ନୂଆ ଥାନା ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଥିଲେ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୋନପୁର, ନୂଆପଡ଼ା ଓ ଭଦ୍ରକରେ ନୂଆଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏ ଯାଏଁ ଜାଗା ଚିହ୍ନଟ ହୋଇପାରିନଥିଲା ବେଳେ ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ ।
               ନୂଆ ଓ ପୁରୁଣା ଥାନାରେ ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତରେ ପୁଲିସ ଅଫିସରଙ୍କୁ ସହାୟତା କରିବା ଲାଗି ୨ ଜଣ ଫରେନସିକ୍ ଏକ୍ସପର୍ଟ, ୨ ଜଣ ଆଇଟି ଏକ୍ସପର୍ଟ ଓ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟଙ୍କୁ ନିୟୋଜିତ କରାଯିବା ଲାଗି ବ୍ୟବସ୍ଥା ହୋଇଛି। ଏପରି ୬୮ ଜଣ ଆଇଟି ଏକ୍ସପର୍ଟ, ୪୮ ଜଣ ସାଇବର୍ ଫରେନସିକ୍ ଏକ୍ସପର୍ଟ, ୪୮ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟ୍ ମିଶି ୧୭୦ ଜଣଏକ୍ସପର୍ଟ ଘରୋଇ ସଂସ୍ଥାରୁ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସବୁ ନିଷ୍ପରି କାର୍ଯ୍ୟକାରୀ ହୋଇପାରିନାହିଁ। ଏଯାଏଁ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ । SP ମାନଙ୍କୁ ଅଫିସ ଘର ଯୋଗାଡ଼ ପାଇଁ ନିର୍ଦ୍ଦେଶ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭାଗର ଏ ଖାମଖିଆଲି ମନୋଭାବ ପାଇଁ ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ସାଇବର ଥାନା ଖୋଲି ପାରୁ ନାହିଁ ।

ଜୟଙ୍କୁ BJP ଟିକେଟ, ପାୱାର ରେସରେ ପଛରେ ରହିବେ କି ପଣ୍ଡା ଫ୍ୟାମିଲି

ନୂଆପଡ଼ା ଉପନିର୍ବାଚନ ପାଇଁ BJPର ପ୍ରାର୍ଥୀ ଘୋଷଣା ସରିଛି । ଜୟ ଢୋଲକିଆଙ୍କୁ  BJP ଟିକେଟ ଦେଇଛି । ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ  ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଜୟଙ୍କ ପାଇଁ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ବିଜେପିରୁ ଜୟ, କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇଥିଲା ବେଳେ ବିଜେଡିର ପ୍ରାର୍ଥୀ ଗଣିତ ଛିଡ଼ୁନି । ତେବେ ଗତ ନିର୍ବାଚନରେ ବିଜେପି ଟିକେଟରୁ ଲଢିଥିବା ଅଭିନନ୍ଦନ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେପ୍ଟେମ୍ବର 8 ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡ଼ିଛି । ନଭେମ୍ବର 11 ତାରିଖରେ ଏ ସିଟ୍ ପାଇଁ ଉପନିର୍ବାଚନ ହେବ । ରାଜୁ ଢୋଲକିଆ ବିଜୁ ଜନତା ଦଳରୁ ବିଧାୟକ ଥିଲେ, ତାଙ୍କର ଦେହାନ୍ତ ପରେ ପୁଅ ଜୟ ଢୋଲକିଆଙ୍କୁ ଅସ୍ତ୍ର କରି ନିର୍ବାଚନ ପାର ହେବାର ସ୍ୱପ୍ନ ଦେଖିଥିଲା ବିଜେଡି । ମାତ୍ର ଅକ୍ଟୋବର ୧୧ ତାରିଖରେ ନୂଆପଡ଼ା ରାଜନୀତିରେ ଏକ ବଡ଼ ହଟଚମଟ ଦେଖିବାକୁ ମିଳିଥିଲା। ନୂଆପଡ଼ା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ପ୍ରଚାର କରୁଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପିରେ ଯୋଗ ଦେଇଥିଲେ। ନୂଆପଡ଼ା ଉପନିର୍ବାଚନରେ ଜୟଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଏକପ୍ରକାର ନିଶ୍ଚିତ କରିଥିଲା ଓ କେବଳ ଘୋଷଣା ବାକି ଥିଲା। କିନ୍ତୁ ଜୟ ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଥିଲେ। ବିଜେପିରେ ସେ ମିଶିବା ଦିନଠୁ ହିଁ ତାଙ୍କୁ ଟିକେଟ ମିଳିବା ନେଇ ଅନୁମାନ କରାଯାଉଥିଲା । ଯାହା ସତରେ ପରିଣତ ହୋଇଛି । ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରିବାରେ ସଫଳ ହୋଇଛି ବିଜେପି। ସେ ସିଟରୁ 2024 ନିର୍ବାଚନରେ ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରତିଦ୍ୱନ୍ଦିତା କରିଥିଲା ବେଳେ ଉପନିର୍ବାଚନରେ ବିଜେପି ଟିକେଟରୁ ଲଢିବେ ଦିବଂଗତ ବିଜେଡି ବିଧାୟକ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ।

ନୂଆପଡ଼ାରେ ପ୍ରାର୍ଥୀ ଘୋଷଣାରେ ସବୁଠୁ ଆଗରେ ରହିଛି କଂଗ୍ରେସ। 2024 ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ଦୁଇ ନମ୍ବରରେ ଥିବା  ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନୂଆପଡ଼ାର 2024 ଇଲେକ୍ସନ୍ ରେଜଲ୍ଟ ଅନୁସାରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ 61,822 ଭୋଟ୍ ମିଳିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ଘାସିରାମଙ୍କୁ 50,941 ଭୋଟ୍ ମିଳିଥିଲା । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ 44,814 ଭୋଟ୍ ମିଳିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ 15,501  ଭୋଟରେ ସୀମିତ ଥିଲେ । ସ୍ୱାଧିନ ପ୍ରାର୍ଥୀ ଭାବେ ଘାଷୀରାମ 50 ହଜାରରୁ ଅଧିକ ଭୋଟ୍ ହାତେଇଥିଲା ବେଳେ କଂଗ୍ରେସର ସମର୍ଥନ ତାଙ୍କର ଭୋଟ୍ ବଢେଇପାରେ  । ଅନ୍ୟ ପାର୍ଶ୍ୱରେ ଢୋଲକିଆଙ୍କ ଫ୍ୟାମିଲି ଭୋଟ୍ ସାଙ୍ଗକୁ ସିମ୍ପାଥୀ ଭୋଟ ହାତେଇବେ ଜୟ ଢୋଲକିଆ । ବିଜେପି ସରକାରରେ ଥିବା ହେତୁ ଗତ ନିର୍ବାଚନ ଅପେକ୍ଷା ଏଥର ଭୋଟ୍ ବଢିବାର ସମ୍ଭାବନା ବେଶୀ  । ତେବେ ଏ ପରିସ୍ଥିତିରେ ବିଜେଡି ପ୍ରାର୍ଥୀ ଅଙ୍କ ଛିଡ଼ୁ ନଥିଲା ବେଳେ ନୂଆପଡ଼ା ସିଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା । ଯଦିବା ସେଠି ବିଜେପି ଜିତୁଛି ତେବେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ପଲିଟିକାଲ କ୍ୟାରିୟର କେଉଁ ମୋଡ଼ ନେବ ତାହା ଏବେ ବସନ୍ତ ପଣ୍ଡାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ନୂଆପଡ଼ାରେ ବିଜେପିର ମଙ୍ଗ ଧରିଥିବା ପଣ୍ଡା ପରିବାର ଢୋଲକିଆ ଫ୍ୟାମିଲିଙ୍କ ଆଗରେ ପାୱାର ରେସରେ ପଛରେ ରହି ଯିବେନି ତ?

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେଡ୍ ମାଷ୍ଟର ଅଭାବ

  • ଓଡ଼ିଶାରେ ଶିକ୍ଷାର ବିକଳ ଚିତ୍ର
  • ୮୦% ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ
  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ଚାଲିଛି ବିଦ୍ୟାଳୟ
  • ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବାକୁ ରାଜି ନୁହନ୍ତି ଶିକ୍ଷକ
  • ବିନା ପ୍ରଧାନ ଶିକ୍ଷକରେ ଚାଲୁଛି, ୧୮, ୨୦୯ ସ୍କୁଲ
    ବିଜେଡି ସରକାର ହେଉ କି, ବିଜେପିର ସରକାର, ଓଡ଼ିଶାର ଶିକ୍ଷାର ବିକଳ ଚିତ୍ରରେ ସୁଧାର ଆସୁନିପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ୪୫୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାରେ ୩୦୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଛି ଓଡ଼ିଶାର ୮୦ ପ୍ରତିଶତରୁ ଅଧିକ ପ୍ରାଥମିକ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ I ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ସ୍କୁଲ ଚାଲିଛିଶିକ୍ଷକଙ୍କୁ ବରିଷ୍ଠତା ଆଧାରରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଉ ଥିଲାବେଳେ ଅନେକ ସ୍ଥାନରେ ୱାର୍କ ଲୋଡ୍ ପାଇଁ  ଦାୟିତ୍ଵ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫ ମେ ୩୧ ତାରିଖ ସୁଦ୍ଧା ପ୍ରାଥମିକ ବିଦ୍ୟାଳୟରେ ୬୭୮ଟି ବରିଷ୍ଠ ପ୍ରଧାନ ଶିକ୍ଷକ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଉଚ୍ଚ ପ୍ରାଥମିକରେ ୧୨, ୫୨୫ଟି, ପ୍ରାଥମିକ ସ୍କୁଲରେ ୫୦୦୬ଟି ପ୍ରଧାନ ଶିକ୍ଷକ ପଦ ଖାଲି ରହିଛି ମୋଟ ୧୮ ହଜାର ୨୦୯ଟି ପ୍ରଧାନଶିକ୍ଷକ ପୋଷ୍ଟ ଖାଲି ପଡ଼ିଛି ଓଡ଼ିଶାରେ ୪୫ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି । ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଏବଂ ମାଧ୍ୟମିକ ବିଦ୍ୟାଳୟ ଅନ୍ତର୍ଭୁକ୍ତସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁଠି ହାଇସ୍କୁଲ ରହିଛି ସେଠାରେ ଅଧିକାଂଶ ସ୍କୁଲରେ ସ୍ୱତନ୍ତ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯାଇଛି ଓଡ଼ିଶା ଶିକ୍ଷା ସେବା ରାଙ୍କର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଯେଉଁ ସ୍କୁଲ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ମିଶି ରହିଛି ସେ ସ୍କୁଲରେ ଜଣେ ପ୍ରଧାନ ଶିକ୍ଷକ ଅଛନ୍ତି। ପ୍ରାଥମିକ, ଭଚ୍ଚ ପ୍ରାଥମିକ ସ୍କୁଲର ସ୍ୱତନ୍ତ୍ର ପ୍ରାଥମିକ ଶିକ୍ଷକ ନାହାନ୍ତି। ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଧାନଶିକ୍ଷକ ନିଯୁକ୍ତିର ପ୍ରାବଧାନ ନାହିଁ

ଅନ୍ୟପଟେ ଓଟିଇଟି  ପାସ୍ କରି ପାରୁନଥିବାରୁ  ହେଡ୍ ସାର ପୋଷ୍ଟକୁ ପ୍ରମୋସନ୍ ହୋଇପାରୁନାହିଁ । ଅନେକ ସ୍ଥାନରେ ତ ବୁଝାଶୁଝା କରି ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବାକୁ ରାଜି କରିବାକୁ ପଡ଼ୁଛି । ଅନେକ ସ୍କୁଲରେ ଗଣ ଶିକ୍ଷକ, ଶିକ୍ଷା ସହାୟକଙ୍କୁ ଏ ଗୁରୁ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି।

ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ୍, ମୋଦିଙ୍କୁ କରିଦେଲା ମୁଖ୍ୟମନ୍ତ୍ରୀ

ଅକ୍ଟୋବର 7, ଇଏ ହେଉଛି ସେହି ତାରିଖ ଯେଉଁ ତାରିଖରେ ଗୁଜୁରାଟର CM ସିଟରେ ବସିଥିଲେ ଜଣେ 51 ବର୍ଷିୟ ନେତା । ବିନା ବିଧାୟକରେ ମୁଖ୍ୟମନ୍ତ୍ରୀ ସିଟରେ ବସିଥିବା ଏହି ନେତା ଜଣଙ୍କ ଆଉ କେହି ନୁହନ୍ତି ବରଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆସନରେ ବସିବାର 24 ବର୍ଷ ବିତିଗଲାଣି । ତଥାପି ତାଙ୍କର ମୁଖ୍ୟମନ୍ତ୍ରୀ ହେବାର କାହାଣୀରେ ଏବେ ବି ଚାର୍ମ ଅଛି । ଅନ୍ତିମ ସଂସ୍କାରରେ ସେ ଯୋଗ ଦେଲାବେଳେ ଆସିଥିଲା ମୁଖ୍ୟମନ୍ତ୍ରୀ ସିଟର ଅଫର । ତତ୍କାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ ପରେ ବଦଳି ଯାଇଥିଲା ନରେନ୍ଦ୍ର ମୋଦିଙ୍କ ଭାଗ୍ୟ।

ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି
ଗୁଜୁରାଟର ସେ ସମୟର ମୁଖ୍ୟମନ୍ତ୍ରୀ  କେଶୁ ଭାଇ ପଟେଲଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ଗୁଜୁରାଟରେ 2001 ମସିହାରେ ବଡ଼ ଧରଣର ଭୂମିକମ୍ପରେ ପାଖାପାଖି 20 ହଜାର ଲୋକଙ୍କ ଦେହାନ୍ତ ସାଙ୍ଗକୁ ନିଜ କର୍ତ୍ତବ୍ୟରେ ଅବହେଳା, ବିକାଶରେ ବିଳମ୍ବ ଆଦି କେଶୁଭାଇ ପଟେଲଙ୍କୁ ବ୍ୟାକଫୁଟକୁ ଟାଣିନେଲା । ଜନଅସନ୍ତୋଷକୁ ଏଡ଼ାଇବାକୁ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ କେଶୁଭାଇ ପଟେଲ। ଗାନ୍ଧୀ ଜୟନ୍ତୀରେ ନିଜେ ମୁଖ୍ୟମନ୍ତ୍ରୀ ଆସନରୁ ହଟିଥିଲେ ।
ଆଉ ଏହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି।

ଗୁଜୁରାଟ BJPର ବୈଷ୍ଣବ ନେତା ହୋତୀ ସିଂହଙ୍କ ଅନ୍ତିମ ସଂସ୍କାରରେ ଥିଲାବେଳେ ଆସିଥିଲା ଅଟଳଙ୍କ ଫୋନ୍ କଲ୍ । ମୋଦିଙ୍କ ପ୍ରମୋସନ୍ କରି ତାଙ୍କୁ ଦେଇଥିଲେ CM ସିଟର ଗିଫ୍ଟ । ଗାନ୍ଧୀନଗରରେ ପହଞ୍ଚି ସଂନ୍ଧ୍ୟା 6 ଟାରେ ମିଟିଂ ପରେ ନିଆଯାଇଥିଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି 7 ଅକ୍ଟୋବର 2001ରେ
ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେସେତେବେଳେ ସେ ବିଧାୟକ ମଧ୍ୟ  ନଥିଲେ। ମଣିନଗର ବିଧାନସଭା ମଣ୍ଡଳୀରୁ ଉପନିର୍ବାଚନ ଲଢି 2002ରେ ବିଧାୟକ ହେଲେ, ଯାହା ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ଆଇନଗତ ଭାବେ ମଜବୁତ କରିଥିଲା । ପରେପରେ 2002, 2007 2012 ରେ ମଣିନଗରରୁ ତିନିଥର ନିର୍ବାଚନ ଜିତି ବିଧାୟକ ହେବାସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଛନ୍ତି ମୋଦି7 ଅକ୍ଟୋବର 2001ରୁ 22 ମେ 2014 ପର୍ଯ୍ୟନ୍ତ 13 ବର୍ଷ 7 ମାସ ମୁଖ୍ୟମନ୍ତ୍ରୀ ଥିଲେ। ମୋଦିଙ୍କର ମୁଖ୍ୟମନ୍ତ୍ରୀ ହେବାର ଘଟଣା ଏହିପରି ଗଟିଥିଲା । ଯେଉଁଥିରେ ବିନା ନିର୍ବାଚନ ଲଢି ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ।