ଓଡ଼ିଶାରେ ଚିନି କଳ ବନ୍ଦ, କିଏ ଦାୟୀ?

ମାସକ ଭିତରେ ଚିନି ଦର  କିଲୋ ପିଛା 20 ଟଙ୍କା ବଢ଼ିଗଲାଣି । ଏବେ 1 କିଲୋଗ୍ରାମ ଚିନିର ଦର 70 ଟଙ୍କାରେ ପହଞ୍ଚିଲାଣି । ଆଗକୁ ପାର୍ବଣର ଋତୁ ଆସୁଛି, ଚିନି ଦର ପୁଣି ବଢ଼ିପାରେ । ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର, ଅକ୍ଟୋବର 31 ତାରିଖ ମଧ୍ୟରେ 10 ଲକ୍ଷ ଟନ୍ Raw Sugar ବିଭିନ୍ନ ଦେଶରୁ ଆମଦାନୀ କରିବେ । ଆଉ ସେହି ଇମ୍ପୋଟେଟ୍ ସୁଗାର, Duty Free ଭାବେ ଆସିବ, Import Duty ଛାଡ ହେବ
କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ସୁଗାର ପଲିସରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି

  • ଆଖୁ ପ୍ରଚୁର ଅମଳର ଆଶା ରଖି ମାତ୍ର 10 ମାସ ପୂର୍ବରୁ, ମାନେ ନଭେମ୍ବର 2025ରେ, କେନ୍ଦ୍ର ସରକାର 15 ଲକ୍ଷ ଟନ୍ ଚିନି ବିଦେଶକୁ ରପ୍ତାନି ପାଇଁ ଅନୁମତି ଦେଇଥିଲେ
  • ପରବର୍ତ୍ତୀ ସମୟରେ 20 ଲକ୍ଷ ଟନକୁ ବୃଦ୍ଧି କରାଯାଇଥିଲା
  • କିନ୍ତୁ ମାତ୍ର 8 ଲକ୍ଷ ଟନ୍ ଚିନି ରପ୍ତାନି ହୋଇଛି ସେପଟେ ଘରୋଇ ଷ୍ଟକ୍ କମିଯିବା ଏବଂ ଦର ବୃଦ୍ଧି କାରଣରୁ ଚିନି ରପ୍ତାନି ଉପରେ କେନ୍ଦ୍ର ସରକାର କଟକଣା ଲଗାଇ ଦେଲେ
    କାହିଁକି ବଢ଼ୁଛି ଚିନି ଦର
    ଇଥାନଲର ବ୍ୟବହାର ବହୁତ ବଢିଛି । ସେଥିପାଇଁ ଚିନି ଉତ୍ପାଦନ କମିଯାଉଛି । ଅଭିଯୋଗକୁ କେନ୍ଦ୍ର ସରକାର ଅସ୍ୱୀକାର କରୁଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହୁଛନ୍ତି ଯେ ଚିନି ଉତ୍ପାଦନ ହ୍ରାସର କାରଣ ହେଉଛି Red Rot ରୋଗ ଏବଂ ଏଲ୍-ନିନୋ ପ୍ରଭାବ   । କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ କୃଷି ଓ ଚିନି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କର ସୂଚନା ଅନୁସାରେ, ଭାରତର ବାର୍ଷିକ ଆବଶ୍ୟକତା 280 ଲକ୍ଷ ଟନ୍ ।ବର୍ତ୍ତମାନ ଦେଶରେ 20ରୁ 25 ଲକ୍ଷ ଟନର ସର୍ପ୍ଲସ୍ ଚିନି ଉପଲବ୍ଧ ଅଛି  ।ଯଦି ଚିନି ସର୍ପ୍ଲସ୍ ଅଛି, ତାହାଲେ ଚିନି ଦର ମାସକ ମଧ୍ୟରେ 20 ଟଙ୍କା ବଢିଲା କାହିଁକି?

ଓଡ଼ିଶାରେ ବାର୍ଷିକ 2 ଲକ୍ଷ 33 ହଜାର ମେଟ୍ରିକ୍ ଚନ୍ ଚିନିର ଆବଶ୍ୟକତା ଅଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି ।  ବିଜେପି ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ଓଡ଼ିଶାରେ ଥିବା 2ଟି ଚିନି କଳରୁ ବାର୍ଷିକ ମାତ୍ର 29,412 ମେଟ୍ରିକ୍ ଟନ୍ ଚିନି ଉତ୍ପାଦନ ହେଉଛି । ଓଡ଼ିଶାର ଚାହିଦା ପୂରଣ କରିବା ପାଇଁ ବାକି 2ଲକ୍ଷ 4 ହଜାର କ୍ୱିଣ୍ଟାଲ ଚିନି ବାହାର ରାଜ୍ୟରୁ କିଣାଯାଉଛି।  ଆତ୍ମନିର୍ଭର ଭାରତ ଯେମିତି ସ୍ଲୋଗାନରେ ସୀମିତ, ଠିକ୍ ସେମିତି ଆତ୍ମନିର୍ଭର ଓଡ଼ିଶା ମଧ୍ୟ ଭାଷଣରେ ଅଟକି ରହିଯାଇଛି। ଏବେ ଓଡ଼ିଶାରେ ମାତ୍ର 2ଟି sugar mill operational– ଆସ୍କା ଏବଂ ଢେଙ୍କାନାଳ  । ଆଉ 4ଟି ଚିନିକଳ ବନ୍ଦ ବରଗଡ଼ ସୁଗାର ମିଲ୍, ବଲାଙ୍ଗୀରର ବିଜୟାନନ୍ଦ ସୁଗାର ମିଲ୍ ,ବଡ଼ମ୍ବା ସୁଗାର ମିଲ୍ ଏବଂ ନୟାଗଡ଼ ସୁଗାର କଂପ୍ଲେକ୍ସ ବନ୍ଦ ହୋଇ ପଡ଼ିଛି ।

ଓଡ଼ିଶାର 4ଟି sugar-mill closures ସବୁ BJD ସରକାର ଶାସନ କାଳରେ ଘଟିଛି   । ଯାହା ଦ୍ୱାରା ଆଖୁଚାଷୀ ପ୍ରଭାବିତ ହେଲେ ଏବଂ ଚିନିର ଦର ମଧ୍ୟ ଆଜି ବଢୁଛି  । ତେବେ  ବର୍ତ୍ତମାନର BJP ସରକାର କଣ କରୁଛି?

  • 2024ରୁ ମୋହନ ଚରଣ ମାଝୀଙ୍କ ଙ୍କ BJP ସରକାର ଆସିବା ପରେ ବନ୍ଦ sugar mills ପୁନରୁଦ୍ଧାର କି ପଦକ୍ଷେପ ନେଇଛନ୍ତି?
  • ଗତ 26 ମାସ ମଧ୍ୟରେ ମୋହନ ସରକାର କରିଛନ୍ତି କଣ?
  • ବଲାଙ୍ଗୀର ଜିଲ୍ଲାରେ ଥିବା ବିଜୟାନନ୍ଦ ସୁଗାର ମିଲର ପୁନରୁଦ୍ଧାର ପାଇଁ 2025ରେ ଓଡ଼ିଶା ସରକାର India Potash Limited (IPL) ମାଧ୍ୟମରେ approval ଦେଇ ଚୁପ୍ ବସି ପଡିଛନ୍ତି
  • ସେହିଭଳି ଅମିତ ଶାହ ଆସିଲେ ବଡ଼ମ୍ବା ସୁଗାର ମିଲର ପୁନରୁଦ୍ଧାର ହେବ ବୋଲି କେବଳ ଆୟୋଜନ ହେଉଛି
  • ₹352 କୋଟି ଟଙ୍କା ବ୍ୟୟ କରି India Potash Limited ବଡ଼ମ୍ବା ସୁଗାର ମିଲକୁ ପୁଣି ଆରମ୍ଭ କରିବ ବୋଲି ମୋହନ ସରକାର ପ୍ରଚାର କରୁଛନ୍ତି । କିନ୍ତୁ ଏଯାଅଁ ଫଳ ଶୂନ
  • ଯଦି 4ଟି ଚିନି କଳକୁ ମୋହନ ମାଝୀଙ୍କର ସରକାର ଆରମ୍ଭ କରିପାରନ୍ତେ, ଓଡ଼ିଶାର ପ୍ରାୟ 30,000 ଚାଷୀ ଅର୍ଥକାରୀ ଆଖୁ ଚାଷ କରି ଲାଭାନ୍ୱିତ ହୋଇପାରନ୍ତେ। ଆଉ ଚିନି କ୍ଷେତ୍ରରେ ଓଡ଼ିଶା ଆତ୍ମନିର୍ଭର କ୍ଷେତ୍ରରେ ଅଗ୍ରସର ହୋଇପାରନ୍ତା।
    ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ନୂଆ ଦାୟିତ୍ୱରେ ଓଡ଼ିଶା MP ଖୁସି ତ!

BJP ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି । 20 ଜାନୁଆରୀ 2026ରେ ସେ ସଭାପତି ଭାବେ ଦାୟିତ୍ୱ ନେଇଥିଲେ ।କିନ୍ତୁ ନିଜର ଟିମ୍ ଗଠନ କରିବା ପାଇଁ ପ୍ରାୟ 7 ମାସ ନେଇଗଲେ  । ସାଧାରଣତଃ ମାସେରୁ ଦେଢ ମାସ ଭିତରେ ଟିମ୍ ହୋଇଯିବା କଥା, କିନ୍ତୁ ନିଜକୁ ପାର୍ଟି ୱିଥ୍ ଡିଫରେନ୍ସ କହୁଥିବା ବିଜେପିର ନୂଆ ଟିମ୍ ଘୋଷଣା ହେବାକୁ ପ୍ରାୟ 7 ମାସ ଲାଗିଗଲା । ନିତିନ ନବୀନ 45 ବର୍ଷର ଯୁବକ, 5 ଥରର ବିଧାୟକର ଏକ୍ସପିରିଏନ୍ସ ସାଙ୍ଗକୁ ବିଜେପିର ରାଷ୍ଟ୍ରୀୟ ସଭାପତି, ହେଲେ ବି ଟିମ୍ ଘୋଷଣାରେ ବିଳମ୍ବ ।

RSSର ସୁଦୃଢ଼ ପ୍ରଭାବ

ସଂଗଠନ ସଂପାଦକ- ବି.ଏଲ୍. ସନ୍ତୋଷ
ସହ ସଂଗଠନ ସଂପାଦକସୌଦନ ସିଂ ଏବଂ ଶିବପ୍ରକାଶ
ଉପସଭାପତି- ରାମମାଧବ
ନିତିନ ନବୀନଙ୍କ ଟିମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦ ସଙ୍ଗଠନ ସମ୍ପାଦକ ବି.ଏଲ ସନ୍ତୋଷ ରହିଛନ୍ତି

  • ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଶିବ ପ୍ରକାଶ ଏବଂ ସୌଦାନ ସିଂହ ରହିଛନ୍ତି
  • ତେବେ କେନ୍ଦ୍ରୀୟ ଅର୍ଗାନାଇଜେସନକୁ ରାମମାଧବଙ୍କର ପ୍ରତ୍ୟାବର୍ତ୍ତନ ZENZର ପ୍ରଭାବ ବୋଲି ଧରି ନେବାକୁ ପଡ଼ିବ
  • RSSର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମମାଧବ ଭାରତର ଯୁବବର୍ଗଙ୍କ ନିକଟରେ ଅଧିକ ଗ୍ରହଣୀୟ

 ନିତିନ ନବୀନଙ୍କର ନୁଆ ଟିମରେ 3 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି

  • ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜ ସିନ୍ଧିଆ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସ୍ଥାନ

ନୀତିନ ନବୀନଙ୍କ ଟିମରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସ୍ଥାନ ମିଳିଛି

  • ଚାଟାର୍ଡ ଆକାଉଣ୍ଟାଟ୍ ପିୟୁଷ ଗୋଏଲଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି
    ସେହିଭଳି BJP IT cell chief ପଦରୁ Amit Malviyaଙ୍କୁ ହଟାଯାଇଛି । ଦିପକ ମାହସକେଙ୍କୁ IT cellର ମୁଖ୍ୟ ଭାବେ ଦାୟିତ୍ୱ ମିଳିଛି।

    ଓଡ଼ିଶା ଦୃଷ୍ଟିରୁ ବିଚାର କଲେ,  2 ଜଣ ଓଡ଼ିଆଙ୍କୁ ନିତିନ ନବୀନଙ୍କ ଟିମରେ ସ୍ଥାନ ମିଳିଛି

    • ସେମାନେ ହେଲେ ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ର
    • ପୂର୍ବଭଳି ଜୟ ପଣ୍ଡାଙ୍କୁ ଏଥର ମଧ୍ୟ ଭାଇସ୍ ପ୍ରେସିଡେଣ୍ଟ ପୋଷ୍ଟ ମିଳିଛି
    • ସମ୍ବିତ ପାତ୍ରଙ୍କୁ ନର୍ଥ ଇଷ୍ଟ ସଂଯୋଜକର ଦାୟିତ୍ୱ ଦିଆଯାଇଛି

    ମନ୍ତ୍ରୀ ରେସରୁ ଜୟ-ସମ୍ବିତ ଆଉଟ୍ !

    •  ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ର ଆଗକୁ କେନ୍ଦ୍ରମନ୍ତ୍ରୀ ହେବାର ଚାନ୍ସ ବହୁତ କମ୍
    • ଯେହେତୁ ଉଭୟ ବୈଜୟନ୍ତ ଓ ସମ୍ବିତ ଅର୍ଗାନାଇଜେସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଲେ ହୁଏତ ସେମାନଙ୍କୁ ଆଉ ମନ୍ତ୍ରିମଣ୍ଡଳରେ ନିଆଯାଇ ନପାରେ
    • ଏଣୁ ମନ୍ତ୍ରୀ ରେସରୁ କଟି ପାରନ୍ତି ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର
      ଷ୍ଟୋରୀ ଲେକିଛନ୍ତି- ବିଜୟ କେତନ ବରାଳ

ଓଡ଼ିଶା ହାଇକୋର୍ଟରେ ‘ତାରିଖ ପେ ତାରିଖ’

ସୁପ୍ରିମକୋର୍ଟ ଜଷ୍ଟିସ୍ ସଂଖ୍ୟା ବଢାଇବା ପାଇଁ ସଂସଦରେ ବିଲ୍ ପାସ୍ ହେଇଯାଇଛି। Supreme Court (Number of Judges) Amendment Bill, 2026 ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା 34ରୁ 38 ହେବ । ଅର୍ଥାତ୍ ଆଉ 4ଜଣ ଜଷ୍ଟିସ୍ ନିଯୁକ୍ତ ହୋଇପାରିବେ। କେସ୍ ପେଣ୍ଡେନ୍ସି କମାଇବା ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଓଡ଼ିଶା ହାଇକୋର୍ଟର ସ୍ଥିତି ସାଙ୍ଗାତିକ, କେସ୍ ସଂଖ୍ୟା ବଢୁଛି, ଆଉ ଜଷ୍ଟିସଙ୍କ ସଂଖ୍ୟା କମୁଛି । ୩୭ ଜଣ ଜଷ୍ଟିସଙ୍କ ବଦଳରେ କାମ କରୁଛନ୍ତି ୧୭ ଜଣ,ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।

ଓଡ଼ିଶାରେ ଯେତିକି ଦରକାର ତାର ଅଧା ଜଷ୍ଟିସ୍ ତ ନାହାନ୍ତି । ଅଗଷ୍ଟ 8 ତାରିଖରେ କେନ୍ଦ୍ର ସରକାର ଏକକାଳୀନ ୩୦ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ । ମାଡ୍ରାସା ହାଇକୋର୍ଟକୁ ସର୍ବାଧିକ 15 ଜଣ, କଲିକତା ହାଇକୋର୍ଟକୁ 8 ଜଣ, କର୍ଣ୍ଣାଟକ ହାଇକୋର୍ଟକୁ 6 ଜଣ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟକୁ ଜଣେ ଜଷ୍ଟିସ ଆପଏଣ୍ଟ ହେଲେ । କିନ୍ତୁ ଓଡ଼ିଶା ଭାଗରେ ଜଣେ ବି ଜଷ୍ଟିସ୍ ପଡ଼ିଲେ ନାହିଁ । ଖାଲି ପଡ଼ିଥିବା ପୋଷ୍ଟ ପୂରଣ ହେବ କଣ ଓଲଟା ଦୁଇ ଜଣଙ୍କୁ ବାହାରକୁ ପଠା ହେବ। ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।ଓଡ଼ିଶା ହାଇକୋର୍ଟରେ ସାଙ୍କସନ୍ ଜଷ୍ଟିସଙ୍କ ସଂଖ୍ୟା 37, 33 ପରମାନେଣ୍ଟ ଏବଂ 4 ଆଡିସନାଲ ଜଷ୍ଟିସ ପୋଷ୍ଟ ଅଛିମାତ୍ର ଏବେ ଅଛନ୍ତି 17 ଜଣ 2026 ନୂଆବର୍ଷ ଜାନୁଆରୀ 1 ତାରିଖରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସଙ୍ଗମ ସାହୁ ପାଟନା ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହେଲେ, ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ଦିଆଗଲା ନାହିଁ । ଏବେ ପୁଣି ହାଇକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜୁରାଟ ହାଇକୋର୍ଟକୁ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌ କୋର୍ଟ କଲେଜିୟମ୍ ସୁପାରିସ୍ କରିଛନ୍ତି ତେଣୁ ଏବେ ଓଡ଼ିଶା ହାଇକୋର୍ଟରେ ରହିବେ ୧୫ ଜଣ ବିଚାରପତିନଭେମ୍ବର 11 ରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେନଭେମ୍ବର 15 ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କର କାର୍ଯ୍ୟକାଳ ସରୁଛିଚିଫ୍ ଜଷ୍ଟିସ ପୋଷ୍ଟ ତ ଯାହା ବି ହେଲେ ପୂରଣ ହେବ, କିନ୍ତୁ ବାକି ପୋଷ୍ଟ କଥା କଣ?  ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୦ ହଜାର ୭୦୧ଜଣେ ବିଚାରପତି କଣ ହଜାରରୁ ଅଧିକ କେସ୍ ସମାଧାନ କରିଦେବେ ? ଯଦି ଓଡ଼ିଶାରେ ନୂଆ ବିଚାରପତି ନିଯୁକ୍ତି ଦିଆନଯାଏ ତେବେ ଆଇନ୍ ବ୍ୟବସ୍ଥା ଉପରୁ ଲୋକଙ୍କର ଭରସା ତୁଟିଯିବ ।

CMଙ୍କ ପସନ୍ଦ ଅଣଓଡ଼ିଆ IPS !

ଧର୍ମରାଜ ଯୁଧିଷ୍ଠିରଙ୍କର ବନବାସ 12 ବର୍ଷରେ ସରିଥିଲା । ନିଜ ବଂଶର ଭାଇଙ୍କ ପାଇଁ ହିଁ ତାଙ୍କୁ ବନବାସ ଭୋଗିବାକୁ ପଡ଼ିଥିଲା । ପୁଣି କୌରବଙ୍କ ସହ ଯୁଦ୍ଧରେ ଜିତିଲା ପରେ ସେ ହସ୍ତିନାପୁରର ରାଜା ହେଲେ କିନ୍ତୁ ଓଡ଼ିଆ ଆଇପିଏସ୍ ଅଫିସରଙ୍କର ବନବାସ ଶେଷ ହେଉନାହିଁ । 12 ବର୍ଷରୁ ଅଧିକ ସମୟ ହେଇଗଲାଣି କୌଣସି ଓଡ଼ିଆ ଆଇପିଏସ୍ ଅଫିସର ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ହୋଇ ପାରି ନାହାନ୍ତି । ଡିଜିପି ପଦରୁ ପ୍ରକାଶ ମିଶ୍ର 2014 ମସିହା ଜୁଲାଇ 6 ରେ ହଟିଥିଲେ । ଏହା ମଧ୍ୟରେ ଆଠ ଜଣ ଓଡ଼ିଶାର ଡିଜିପି ହୋଇଗଲେଣି । ସେମାନଙ୍କ ମଧ୍ୟରେ 6 ଜଣ ହେଉଛନ୍ତି ଅଣ ଓଡ଼ିଆ ଆଇ ପିଏସ୍ ଅଫିସର ଯଦିଓ ବିଜୟ ଶର୍ମା ଏବଂ ଅରୁଣ ଷଡ଼ଙ୍ଗୀ ଡିଜିପି ଦାୟିତ୍ୱରେ ରହିଥିଲେ କିନ୍ତୁ ସେମାନେ ପୂର୍ଣ୍ଣକାଳୀନ ଦାୟିତ୍ୱରେ ନଥିଲେ ଅର୍ଥାତ ସେମାନେ ଥିଲେ ଆକ୍ଟିଂ ଡିଜିପି । ପ୍ରକାଶ ମିଶ୍ର ହଟିବା ପରେ ପୂର୍ଣ୍ଣକାଳୀନ ଡିଜିପି ହୋଇଥିବା 6 ଜଣ ଅଣଓଡ଼ିଆ ଆଇ ପି ଏସ ଅଫିସର ହେଉଛନ୍ତି ସଞ୍ଜୀବ ମାରିକ, କେ ବି ସିଂହ, ରାଜେନ୍ଦ୍ର ପ୍ରସାଦ ଶର୍ମା, ଅଭୟ, ସୁନୀଲ ବଂଶଲ ଏବଂ ୱାଇ ଭି ଖୁରାନୀଆ ଆଶା କରାଯାଉଥିଲା ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଆ ଆଇପିଏସ ଅଫିସରଙ୍କ ଉପରେ ଆସ୍ଥା ପ୍ରକଟ କରିବ । କିନ୍ତୁ ମୋହନ ମାଝୀଙ୍କ ସରକାର ଓଡ଼ିଆ ଆଇପିଏସ ଅଫିସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସାଇଡ କରି ୱାଇ ଭି ଖୁରାନୀଆଙ୍କୁ ଡିଜିପି କରିଥିଲା ।

ପ୍ରକାଶ ମିଶ୍ର ହଟିବା ପରେ ପୂର୍ଣ୍ଣକାଳୀନ DGP ହୋଇଥିବା 6 ଅଣଓଡ଼ିଆ IPS ଅଫିସର ହେଉଛନ୍ତି ସଞ୍ଜୀବ ମାରିକ, କେ.ବି ସିଂହ, ରାଜେନ୍ଦ୍ର ପ୍ରସାଦ ଶର୍ମା, ଅଭୟ, ସୁନୀଲ ବଂଶଲ ଏବଂ ୱାଇ.ଭି. ଖୁରାନୀଆ । ଆଶା କରାଯାଉଥିଲା ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଆ IPS ଅଫିସରଙ୍କ ଉପରେ ଆସ୍ଥା ପ୍ରକଟ କରିବ କିନ୍ତୁ ମୋହନ ମାଝୀଙ୍କ ସରକାର ଓଡ଼ିଆ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସାଇଡ୍ କରି ୱାଇ ଭି ଖୁରାନୀଆଙ୍କୁ DGP କଲେ ।ଉଭୟ ଖୁରାନୀଆ ଏବଂ ସୁଧାଂଶୁ ଷଡ଼ଙ୍ଗୀ 1990 ବ୍ୟାଚର IPS ଅଫିସର,କିନ୍ତୁ 2024ରେ ଖୁରାନୀଆ DGP ହେଲାବେଳକୁ ଧର୍ମରାଜ ଯୁଧିଷ୍ଠିରଙ୍କ ପରି ଓଡ଼ିଆ IPS ଅଫିସର ମାନଙ୍କର 12 ବର୍ଷର ବନବାସ ଶେଷ ହୋଇନଥିଲା । ସେଥିପାଇଁ ବୋଧହୁଏ ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳରେ ହରିୟାଣାର ମୂଳନିବାସୀ ୱାଇ.ଭି ଖୁରାନୀଆଙ୍କୁ DGP କରିଥିଲେ ମୋହନ ମାଝୀ ସରକାର । ଆଉ ଆସନ୍ତା 16 ତାରିଖରେ, ଅର୍ଥାତ ଅଗଷ୍ଟ 16ରେ ଖୁରାନୀଆ ରିର୍ଟାୟଡ୍ କରୁଛନ୍ତି, ଏହା ଭିତରେ ଓଡ଼ିଆ IPS ଅଫିସରଙ୍କ DGP ପଦରୁ ଦୂରେଇ ରହିବାର ସମୟ ସୀମା ଧର୍ମରାଜ ଯୁଧିଷ୍ଠିରଙ୍କର ବନବାସ ସହ ସମାନ ହେଇଗଲାଣି, ତେବେ ଓଡ଼ିଆଙ୍କ ଭିତରେ ପ୍ରଶ୍ନ ପରବର୍ତ୍ତୀ DGP କ’ଣ ଜଣେ ଓଡ଼ିଆ ହେବେ? ବରିଷ୍ଠତା ଦୃଷ୍ଟିରୁ 3 ଜଣ IPS ଅଫିସରଙ୍କ ମଧ୍ୟରୁ ଜଣେ DGP ହେବା କଥା। ସେମାନେ ହେଲେ 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, 1993 ବ୍ୟାଚର ସୁଶାନ୍ତ ନାଥ ଏବଂ 1993 ବ୍ୟାଚର ବିନୟ ତୋଷ ମିଶ୍ର ଏବଂ ସେହି 1993 ବ୍ୟାଚର ଆର ପି କୋଚେ

  • ବିନୟତୋଷ ମିଶ୍ରଙ୍କ ଅବସର ସମୟ ହେଉଥିବାରୁ ସେ DGP ହୋଇପାରିବେ ନାହିଁ
  •  ଶୁଣିବାକୁ ମିଳୁଛି ସୁଶାନ୍ତ ନାଥ, DGP ହେବାକୁ ଅନିଚ୍ଛୁକ ବୋଲି ସରକାରଙ୍କୁ ଜଣାଇ ଦେଇଛନ୍ତି
  • ସେଥିପାଇଁ 1994 ବ୍ୟାଚର ସଞ୍ଜୀବ ପଣ୍ଡା ଏବେ DGP ରେସକୁ ଆସି ଯାଇଛନ୍ତି
    ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚହୁଁଥିଲା ବେଳେ RSS ମଧ୍ୟ ସମର୍ଥନ କରୁଛି । 

ମୁଖ୍ୟମନ୍ତ୍ରୀଙ୍କର ଆଡଭାଇଜର ପ୍ରକାଶ ମିଶ୍ର, ସଞ୍ଜୀବ ପଣ୍ଡାଙ୍କୁ DGP କରିବା ପାଇଁ ଲବି କରୁଛନ୍ତି ।  କିନ୍ତୁ ଅଣଓଡ଼ିଆ IPS ଅଫିସର ଆର ପି କୋଚେଙ୍କ ସହ CMଙ୍କର ସପୋର୍ଟ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ନଜର ରହିଛି । କାରଣ କେନ୍ଦ୍ର ହୋମ ଡିପାର୍ଟମେଣ୍ଟ ଯୋଉ ଅଫିସରରଙ୍କ ନାଁରେ ମୋହର ଲଗାଇବ ସେହି ବ୍ୟକ୍ତି ଓଡ଼ିଶାର ପରବର୍ତ୍ତୀ DGP ହେବେ । ତେବେ ସିନିୟରିଟି, ଦକ୍ଷତା ଏବଂ ଓଡ଼ିଆ ଅସ୍ମିତାରେ ସୁଧାଂଶୁ ଷଡ଼ଙ୍ଗୀ ଫିଟ୍ ହେଉଛନ୍ତି । କିନ୍ତୁ ଢେଙ୍କାନାଳ ଜିଲ୍ଲାର ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ରାଗ ଥିଲା ପରି ଲାଗୁଛି ।
ଢେଙ୍କାନାଉ ଉପରେ ମୁଖ୍ୟମନ୍ତ୍ରୀଙ୍କ ରାଗ

  • ପ୍ରଥମେ ଢେଙ୍କାନାଳର ମୂଳନିବାସୀ IAS ଅଫିସର ସତ୍ୟବ୍ରତ ସାହୁଙ୍କୁ ଚିଫ୍ ସେକ୍ରେଟାରୀ କରାଇ ଦେଲେ ନାହିଁ
  • ତାପରେ ଏଭଳି ପରିସ୍ଥିତି ସୃଷ୍ଟି କଲେ ଯେ ଢେଙ୍କାନାଳର ମୂଳନିବାସୀ ରିଟାୟାର୍ଡ ଚିଫ୍ ସେକ୍ରେଟାରୀ ପ୍ରଦୀପ ଜେନା, OERC ଅଧ୍ୟକ୍ଷ ପଦରୁ ରିଜାଇନ୍ କରିଦେଲେ
  • ଆଉ ଏବେ ଢେଙ୍କାନାଳ ଜିଲ୍ଲାର ମୂଳନିବାସୀ ସୁଧାଂଶୁ ଷଡ଼ଙ୍ଗୀ DGP ଦୌଡ଼ରେ
     ଏସବୁ ସତ୍ତ୍ୱେ ସଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପି ଯଦି ସୁଧାଂଶୁଙ୍କୁ ଗୁରୁତ୍ୱ ଦେବ ତେବେ ଢେଙ୍କାନାଳର ସମ୍ମାନ ରକ୍ଷା ହେଲା ବୋଲି ବୁଝିବାକୁ ପଡ଼ିବ । କେବଳ ଏତିକି ନୁହେଁ  ଓଡ଼ିଆ IPS ଅଫିସର ମାନଙ୍କର ବନବାସ ଶେଷ ହେଲା ବୋଲି ମଧ୍ୟ ଧରି ନବାକୁ ପଡ଼ିବ।
    ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ନିଜ ଲୋକଙ୍କୁ ମନ୍ତ୍ରୀ କରିବାକୁ ମୋହନଙ୍କ ଇଚ୍ଛା !

ଜୁଲାଇ 2 ତାରିଖରେ ଅମିତ ଶାହଙ୍କୁ ଦିଲ୍ଲୀରେ ସାକ୍ଷାତ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁଣି ଜୁଲାଇ 31 ତାରିଖରେ ନୂଆଦିଲ୍ଲୀରେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେଲା । ଆଉ ଏବେ ଶୁଣା ଯାଉଛି ରାଷ୍ଟ୍ରପତିଙ୍କ 3 ଦିନିଆ ଓଡ଼ିଶା ଗସ୍ତ ସରିବା ପରେ ପୁଣି ଅଗଷ୍ଟ 6 ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରୁଛି। 29 ଦିନ ମଧ୍ୟରେ ଦୁଇ ଥର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ  ଭେଟିଛନ୍ତି ମୋହନ ମାଝୀ । ବିଜେପି ଏକ ଜାତୀୟ ଦଳ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାରେ କିଛି ଅସୁବିଧା ନାହିଁ । ମାତ୍ର ଲଗାତର ଗସ୍ତ ପଲିଟିକାଲ ଚର୍ଚ୍ଚାକୁ ସରଗରମ କରୁଛି । ଜୁଲାଇ 2 ତାରିଖରେ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ । ଯେଉଁ ବୈଠକରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସରକାରୀ ସ୍କୁଲର ବହିରେ ବ୍ୟାପକ ତ୍ରୁଟିକୁ ନେଇ ଭୀଷଣ ବିରକ୍ତ ହୋଇଥିଲେ ଅମିତ ଶାହ । ଜୁଲାଇ 2 ତାରିଖରେ ଅମିତ ଶାହଙ୍କ ସହ ହୋଇଥିବା CMଙ୍କ ମିଟିଂର ଫଟୋ ବାହାରକୁ ଆସିଲା ନାହିଁ । ସେହି ବୈଠକର ଫଟୋ ନ ଉଠାଇବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କର ଅଫିସ ପକ୍ଷରୁ କଡ଼ା ନିର୍ଦ୍ଦେଶ ଥିଲା । ଏପରିକି ଓଡ଼ିଶାର BJP ନେତୃବର୍ଗଙ୍କୁ କୁହାଯାଇଥିଲା ଯେ ଶାହଙ୍କୁ ଭେଟିବା ସମୟରେ ଫୁଲତୋଡ଼ା ଉପହାର ଦେବେ ନାହିଁ । କିନ୍ତୁ ଜୁଲାଇ 31 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରୁ ଡ଼କରା ନଥିଲା ! ମୋହନ ମାଝୀ ନିଜ ଆଡୁ ଯାଇଥିଲେ। ଅମିତ ଶାହଙ୍କୁ ଭେଟିବା ସହ ଫୁଲତୋଡ଼ା ଏବଂ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଫଟୋଚିତ୍ର ଦେଉଥିବାର ଫଟୋ ଭାଇରାଲ ହୋଇଛି

ମନ୍ତ୍ରୀ ପଦ ଯିବା ପରେ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ 28 ତାରିଖରେ ଓଡ଼ିଶା ଆସିଥିଲେ । ଧର୍ମେନ୍ଦ୍ରଙ୍କର ପାଓ୍ୱାର ଶୋର 24 ଘଣ୍ଟା ପରେ ଅର୍ଥାତ ଜୁଲାଇ 29 ତାରିଖରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧର୍ମେନ୍ଦ୍ରଙ୍କୁ ରିସିଭ୍ କରିବାକୁ ଏୟାରପୋର୍ଟକୁ 21 ଜଣ ବିଧାୟକ ଏବଂ 5 ଜଣ ମନ୍ତ୍ରୀ ଯାଇଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କର ବାସଭବନ ଅନ୍ୟ 3 ଜଣ ବିଧାୟକ ଏବଂ 2 ଜଣ ମନ୍ତ୍ରୀ ଯାଇ ସାକ୍ଷାତ କଲେ । ଧର୍ମେନ୍ଦ୍ରଙ୍କ ପାୱାର ଶୋ ଦେଖି ମୋହନ ମାଝୀ ଚାଲ ଚଲୋଉଥଇବା ଚର୍ଚ୍ଚା ହେଉଛି । ଜୁଲାଇ 29 ତାରିଖରେ ଦିଲ୍ଲୀ ଯାଇ ନୀତି ଆୟୋଗର ଅଧିକାରୀଙ୍କୁ ଭେଟିଲେ, BJP ସାଂସଦ ମାନଙ୍କ ସହ ମିଟିଂ କଲେ ଏବଂ ମହାନଦୀର ଜଳ ବିବାଦର ସମାଧାନ କରିବା ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ କିନ୍ତୁ 30 ତାରିଖ ସଂଧ୍ୟାରୁ ମୁଖ୍ୟମନ୍ତ୍ରୀ ନିଜ ମିଶନରେ ଲାଗି ପଡିଲେ  । ପ୍ରଧାନମନ୍ତ୍ରୀଙ୍କର ପ୍ରିନିସପାଲ୍ ସେକେଟ୍ରାରୀ ପି.କେ.ମିଶ୍ର ଏବଂ ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ । ତାର ପରଦିନ ଅର୍ଥାତ ଜୁଲାଇ 31 ତାରିଖରେ Railway Minister ଅଶ୍ୱିନୀ ବୈଷ୍ଣବଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ସିରିୟସ୍ ବୈଠକ ଚାଲିଲା । ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସହ ମଧ୍ୟ ମିଟିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋହନଙ୍କୁ ମିଳୁନି ଶାହଙ୍କ ଗ୍ରୀନ୍ ସିଗନାଲ
ଓଡ଼ିଶାର ମନ୍ତ୍ରିମଣ୍ଡଳ ରିସଫଲ୍ କରିବା ପାଇଁ ଏକ ଲିଷ୍ଟ ଧରି ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଅମିତ ଶାହ ମାତ୍ର 5ରୁ 7ମିନିଟ୍ ସମୟ ଦେଇ ଏ ଆଲୋଚନାରେ ଆଗ୍ରହ ଦେଇ ନଥିବା ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳ Reshuffle ସଂପର୍କରେ ଅମିତ ଶାହଙ୍କ ଠାରୁ ଗ୍ରୀନ୍ ସିଗନାଲ୍ ମିଳିନି । ବରଂ BJPର ଅର୍ଗନାଇଜିଂ ସେକ୍ରେଟାରୀ B.L.ସନ୍ତୋଷଙ୍କୁ ଭେଟିବା ପାଇଁ ଶାହଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଗଲା  । ଫଳରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରି ନିଜ ଲୋକଙ୍କୁ ମିନ୍ତ୍ରୀ କରାଇ ଓଡ଼ିଶା ସରକାର ଉପରେ ଫୁଲ୍ କମାଣ୍ଡ ରଖିବାର ସ୍ୱପ୍ନ ଦେଖୁଥିବା ମୋହନ ମାଝୀଙ୍କର ଏଜେଣ୍ଡାକୁ ଝଟକା ଲାଗିଛି । ଅଗଷ୍ଟ 6ତାରିଖରେ ପୁଣି ଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସଂପର୍କରେ ଆଲୋଚନା କରିପାରନ୍ତି । କାରଣ ଅମିତ ଶାହଙ୍କ ଠାରୁ ଗ୍ରୀନ୍ ସିଗନାଲ୍ ନମିଳିବା ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଅସମ୍ଭବ ! ଅନ୍ୟପଟେ ବିଜେପିର ରାଜ୍ୟ ନେତା ଏବଂ କର୍ମକର୍ତ୍ତା ବିଭିନ୍ନ କର୍ପୋରେସନରେ ଅଧ୍ୟକ୍ଷ ନିଯୁକ୍ତି କରିବାରେ ବିଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାୟୀ କରୁଛନ୍ତି । ତେବେ ବିଜେପିର ଇଣ୍ଟରନାଲ୍ ଫାଇଟିଂ ଓଡ଼ିଶାର ବିକାଶକୁ କେବଳ ଅଟକାଉ ନାହିଁ ଅଫିସର ରାଜକୁ ସଂପୂର୍ଣ୍ଣ ବାଟ ଖୋଲି ଦେଇଛି ।
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ ବରାଳ