ଡବଲ ଇଞ୍ଜିନ ସରକାରରେ ହାଇକୋର୍ଟକୁ ଡବଲ ଧୋକା

ଦେଶର 4ଟି ହାଇକୋର୍ଟ ପାଇଁ 14 ବିଚାରପତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସର୍ବାଧିକ 7 ଜଣ ବିଚାରପତି ନିଯୁକ୍ତି ପାଇବେ । କର୍ଣ୍ଣାଟକ ହାଇକୋର୍ଟରେ 3ଜଣ ଏବଂ ଛୋଟ ରାଜ୍ୟ ଝାଡ଼ଖଣ୍ଡ ହାଇକୋର୍ଟରେ 3ଜଣ ବିଚାରପତି ନିଯୁକ୍ତି ନିମନ୍ତେ ନୋଟିଫିକେସନ୍ ଜାରି ହୋଇଛି । ଆଉ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟ ପାଇଁ ଜଣେ ବିଚାରପତିଙ୍କ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଓଡ଼ିଶା ନିରାଶ ହୋଇଛି। ଗତ ଅଗଷ୍ଟ 8 ତାରିଖରେ 30 ଜଣ ଜଷ୍ଟିସଙ୍କୁ ଆପଏଣ୍ଟ କରିଥିଲେ ଭାରତ ସରକାର । ସେଥିରେ ଓଡ଼ିଶାର ଭାଗ ପଡ଼ିନଥିଲା, ଏହାପରେ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ୍, 4ଜଣ ଓଡ଼ିଆ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଥିଲା। ସୁପ୍ରିମକୋର୍ଟ କଲେଜିୟମର ସେହି ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ । ବୋଧହୁଏ ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ବିଚାର ପ୍ରକ୍ରିୟା ଗତିଶୀଳ ହେବାର ନାହିଁ । ନଚେତ କଂଗ୍ରେସ ଏବଂ ଇଣ୍ଡି ଆଲାଏନ୍ସ ଥିବା କର୍ଣ୍ଣାଟକ, ଝାଡଖଣ୍ଡ ଏବଂ ଜମ୍ମୁ-କାଶୀରରେ ବିଚାରପତି ନିଯୁକ୍ତି ହେବେ। ଅଥଚ ଓଡ଼ିଶାରେ ବିଜେପିର ସରକାର ଥାଇ ମଧ୍ୟ ଓଡ଼ିଶା ହାଇକୋର୍ଟରେ ଏବେ 19ଟି ବିଚାରପତି ପଦ ଖାଲି ପଡିଛି।

ଓଡ଼ିଶା ହାଇକୋର୍ଟରେ ମଞ୍ଜୁରପ୍ରାପ୍ତ 34ବିଚାରପତି ପଦରୁ 19ଟି ପଦ ଖାଲି ପଡ଼ିଛି। ଆସନ୍ତା ନଭେମ୍ବର 11 ତାରିଖରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେ।ନଭେମ୍ବର 15ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ସରିବ ।ବିଚାରପତିଙ୍କ ସଂଖ୍ୟା 13କୁ କମିଆସିବ।ଭାରତ ସରକାରଙ୍କର ଆଞ୍ଚଳିକ ବୈଷମ୍ୟବାଦର ଶିକାର ହେଉନାହିଁ ତ ଓଡ଼ିଶା ହାଇକୋର୍ଟ?

ପେଟ୍ରୋଲ ପମ୍ପରେ ବନ୍ଦ ହୋଇପାରେ UPI ପେମେଣ୍ଟ

2 ହଜାରରୁ ଅଧିକ ଟଙ୍କାର ପେଟ୍ରୋଲ କିମ୍ବା ଡିଜେଲ ବିକ୍ରି ହେଉଥିଲେ, ଟଙ୍କା ଗ୍ରାହକଙ୍କ ଠାରୁ UPIରେ ପେମେଣ୍ଟ ଆକ୍ସେପ୍ଟ କରିବେ ନାହିଁ ମଧ୍ୟପ୍ରଦେଶର କୌଣସି ପେଟ୍ରୋଲ ପମ୍ପ ଡିଲର । ଆଗାମୀ ଅକ୍ଟୋବର 15ତାରିଖରୁ 2ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ପେଟ୍ରୋଲ ପମ୍ପ ମାଲିକ ଗ୍ରହଣ କରିବେ ନାହିଁ । ଏଥିପାଇଁ ଗ୍ରାହକ ମାନଙ୍କୁ କ୍ୟାସରେ ପେମେଣ୍ଟ କରିବାକୁ ପଡିବ ।ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ମାଲିକ ସଂଘର ଏଭଳି ନିଷ୍ପତ୍ତି ପଛରେ ରହିଛି Merchant Discount Rate ବା MDR ।ମାନେ 2 ହଜାରରୁ ଅଧିକ ଟଙ୍କା UPIରେ ପେମେଣ୍ଟ କଲେ ପ୍ରତି ଟ୍ରାଞ୍ଜାକ୍ସନ୍‌ରେ 5 ଟଙ୍କାର MDR ଚାର୍ଜେସ୍ ଲାଗୁ ହେବ ତା ଉପରେ 18 ପ୍ରତିଶତର GST ।MDR ଚାର୍ଜେସ୍ ସହ GSTକୁ ମିଶାଇଲେ 2ହଜାରରୁ ଅଧିକ ଟଙ୍କାର ପେଟ୍ରୋଲ କିମ୍ବା ଡିଜେଲ ବିକ୍ରିରେ ପେଟ୍ରୋଲ ପମ୍ପ ମାଲିକଙ୍କୁ 5 ଟଙ୍କା 90 ପଇସା ବହନ କରିବାକୁ ପଡିବ

ଡିଲରଙ୍କର ହିସାବ ଅନୁଯାୟୀ, ଗୋଟିଏ ପେଟ୍ରୋଲ ପମ୍ପରେ ଦୈନିକ ପ୍ରାୟ 100 ଜଣ ଗ୍ରାହକ 2 ହଜାର ଟଙ୍କାରୁ ଅଧିକ ଅର୍ଥର ପେଟ୍ରୋଲ କିଣିଥାନ୍ତି। ଏହି ହିସାବରେ ଦିନକୁ ପ୍ରାୟ 590 ଟଙ୍କା ଏବଂ ମାସକୁ ପ୍ରାୟ 17 ହଜାର 700 ଟଙ୍କାର ଆର୍ଥିକ ବୋଝ ଡିଲରଙ୍କ ଉପରେ ପଡିବ।ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ସଂଘର ଆକଳନ ଅନୁସାରେ ସେଠିକାର ଡିଲର ମାନଙ୍କୁ ଦିନକୁ ପ୍ରାୟ 27 ଲକ୍ଷ 70 ହଜାର ଟଙ୍କା ଏକ୍ସଟ୍ରା ଖର୍ଚ୍ଚ କରିବାକୁ ପଡିବ। ମାନେ ମାସିକ ଖର୍ଚ୍ଚ ପ୍ରାୟ 8 କୋଟି 30 ଲକ୍ଷ ଟଙ୍କା ହୋଇପାରେ ଯୋଉଥିପାଇଁ ସେମାନେ UPI ପେମେଣ୍ଟ ଆକ୍ସେପ୍ଟ କରି ରିସ୍କ ନେବାକୁ ଚାହୁଁନାହାନ୍ତି। ମଧ୍ୟପ୍ରଦେଶର ଏହି ଡିସିସନ୍ ସାରା ଭାରତକୁ ପ୍ରଭାବିତ କରିପାରେ ।ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିପାରେସେଥିପାଇଁ ଉତ୍କଳ ପେଟ୍ରୋଲିୟମ୍ ଡିଲର ଆସୋସିଏନ୍ ଦାବି କରୁଛି MDR ଚାର୍ଜେସ୍ ହଟାଯାଉଯଦି UPI ପେମେଣ୍ଟ ବନ୍ଦ ହୁଏ, ତେବେ 2000 ଟଙ୍କାରୁ ଅଧିକ ପେମେଣ୍ଟ କ୍ୟାସ୍ ମୋଡରେ କରିବାକୁ ପଡ଼ିପାରେ। ମାନେ ଡିଜିଟାଲ୍ ଯୁଗରେ ପେଟ୍ରୋଲ-ଡିଜେଲ ବିଲ୍ ପାଇଁ ପୁଣି କ୍ୟାସ୍ ମୋଡକୁ ଫେରିବେ ଗ୍ରାହକ

ଦାରାଙ୍କ ପାଇଁ ମୋହନଙ୍କ ଦୁଇଟି ରୂପ

ଦାରା ସିଂହଙ୍କ ମୁକ୍ତି ମାମଲାରେ ସୁପ୍ରିମକୋର୍ଟରେ 3 ସପ୍ତାହ ପାଇଁ ଶୁଣାଣି ଘୁଞ୍ଚିଛି। ରାଜ୍ୟ Sentence Review Board, ଦାରାଙ୍କର ମୁକ୍ତି ସପକ୍ଷରେ ନାହିଁ ବୋଲି ସେପ୍ଟମ୍ବର 17 ତାରିଖରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ ହୋଇଛି। ଓଡ଼ିଶା ସରକାରଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ସୁପ୍ରିମକୋର୍ଟ, ଦାରାଙ୍କର ଓକିଲଙ୍କୁ 2 ସପ୍ତାହ ସମୟ ଦେଇଛନ୍ତି। State Sentence Review Boardର ଚେୟାରମ୍ୟାନ୍ ଥିବା ହୋମ୍ ସେକ୍ରେଟାରୀ ହେମନ୍ତ ଶର୍ମା ଚାହୁଁନାହାନ୍ତି ଦାରା ସିଂହ ମୁକ୍ତ ହୁଅନ୍ତୁ। ଅଗଷ୍ଟ 28 ତାରିଖରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟକୁ ଢ଼ାଲ କରି ଦାରାଙ୍କୁ ମୁକ୍ତି ନକରିବାକୁ ହେମନ୍ତ ଶର୍ମା ଏବଂ ତାଙ୍କର ଟିମ୍ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ।
ସ୍ୱାଧିନତା ଦିବସରେ ଦାରା ସିଂହଙ୍କୁ ମୁକ୍ତ କରାଯିବ ବୋଲି ପୂର୍ବରୁ ମିଡିଆରେ ପ୍ରଚାର ହୋଇଥିଲା । ଯାହାକୁ ନେଇ ଅଗଷ୍ଟ 15 ତାରିଖରେ ଦାରା ସିଂହଙ୍କ ସମର୍ଥକମାନେ କେନ୍ଦୁଝର ଜେଲ ଆଗରେ ଏକତ୍ରିତ ହୋଇ ଦାରା ସିଂହଙ୍କର ସମର୍ଥନରେ ଜେଲ୍ ଆଗରେ ସ୍ଲୋଗାନ ଦେଇଥିଲେ । ଏକଥା କେନ୍ଦୁଝର ଜିଲ୍ଲା ପ୍ରଶାସନ, ଗତ ଅଗଷ୍ଟ 28 ତାରିଖରେ Sentence Review Boardକୁ ଜଣାଇଲା। ଦାରାଙ୍କର ସମର୍ଥକମାନଙ୍କ ସ୍ଲୋଗାନ ସଂପର୍କରେ କେନ୍ଦୁଝର ଜିଲ୍ଲା ପ୍ରଶାସନର କୌଣସି ନିର୍ଦ୍ଧିଷ୍ଟ ସୁପାରିସ ନଥିଲା। ଏପରିକି ଜିଲ୍ଲା ପ୍ରଶାସନର ରିପୋର୍ଟ ଅଧାଖଣ୍ଡିଆ ଅର୍ଥାତ ଅସଂପୂର୍ଣ୍ଣ ଥିଲା ବୋଲି State Sentence Review Board ନିଜ ରିପୋର୍ଟରେ ଲେଖିଛନ୍ତି ।

କିନ୍ତୁ ଦାରାଙ୍କୁ ମୁକ୍ତି କରିବାକୁ ଚାହୁଁନଥିବା, Sentence Review Board ଦାରାଙ୍କ ସମର୍ଥକ ମାନଙ୍କର ସ୍ଲୋଗାନରୁ ମୌକା ପାଇଗଲା ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାର ବସିଥିବା ବୋର୍ଡ ମିଟିଂରେ ଅଗଷ୍ଟ 31 ତାରିଖରେ ନିଷ୍ପତ୍ତି ହେଲା ଯେ ଦାରାଙ୍କୁ ମୁକ୍ତ କରାଯିବ ନାହିଁ। ଅପରପକ୍ଷରେ ଅଭିଯୋଗ ହେଉଛି ଯେ ଖ୍ରୀଷ୍ଟିଆନ୍ ଲବି ଯୋଗୁ ହେମନ୍ତ ଶର୍ମା ଏବଂ ତାଙ୍କ ଟିମ୍, ଦାରା ସିଂହଙ୍କ ମୁକ୍ତ ସପକ୍ଷରେ ନାହାଁନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀ ଦଳରେ ଥିଲାବେଳେ ମୋହନ ମାଝୀ 2022 ସେପ୍ଟେମ୍ବର 21ରେ ଦାରା ସିଂହଙ୍କୁ ମୁକ୍ତ କରିବା ପାଇଁ କେନ୍ଦୁଝର ଜେଲ ଆଗରେ ଧାରଣା ଦେଇଥିଲେ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ମାଝୀତଥାପି ଦାରା ସିଂହ ମୁକୁଳି ପାରୁନାହାନ୍ତି ଦାରାଙ୍କର ମୁକ୍ତି ଆବେଦନକୁ 6 ଥର ଖାରଜ କଲେଣି ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ

 

 

 

ମାମଲାର ଶୁଣାଣି କରି 2003ରେ ଦାରାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ CBIକୋର୍ଟ।କିନ୍ତୁ 2005ରେ ଓଡ଼ିଶା ହାଇକୋର୍ଟ, ସେହି ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତନ କରିଥିଲେ। 26 ବର୍ଷ 7ମାସ କେନ୍ଦୁଝର ଜେଲ୍‌ରେ ଥିବା ଦାରା ସିଂଙ୍କୁ ମୁକ୍ତ କରିବାକୁ ଚାହୁଁଥିବା ମୋହନ ମାଝୀଙ୍କ ସରକାରଙ୍କ ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଆଗରେ ଗୃହସଚିବ ହେମନ୍ତ ଶର୍ମା ଅଧିକ ପାଓ୍ୱାରଫୁଲ୍ ହୋଇଯାଇଛନ୍ତି।

ମୋଦୀ ଗ୍ୟାରେଣ୍ଟି ପାଣିର ଗାର

ବିଜେପିରେ କାହା କଥାର ଭାଲ୍ୟୁ ବେଶୀ? ମୋଦୀ-ଶାହ ନା ପୃଥ୍ୱୀରାଜ ହରିଚନ୍ଦନ। ଇଣ୍ଡିଆର ପ୍ରାଇମ୍ ମିନିଷ୍ଟର, ହୋମ୍ ମିନିଷ୍ଟର ନା ଓଡ଼ିଶାର ଲ ମିନିଷ୍ଟର। ରତ୍ନଭଣ୍ଡାରକୁ ନେଇ ବର୍ତ୍ତମାନ ଏମିତି ସବୁ ଚର୍ଚ୍ଚା ସାମ୍ନାକୁ ଆସିଛି । ଇଲେକ୍ସନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇଛି, ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରର ଗଣତି ମଣତି ହେବ, ରିପୋର୍ଟ ସାର୍ବଜନୀନ ହେବ । ମାତ୍ର ବିଜେପି ସରକାର ନା ରତ୍ନଭଣ୍ଡାରର ଚାବି ହଜିବା ରିପୋର୍ଟ ସାର୍ବଜନୀନ କଲେ ନା ରତ୍ନଭଣ୍ଡାରର ରତ୍ନ ହିସାବ ଦେଉଛନ୍ତି । ଆଇନ ମନ୍ତ୍ରୀ କହିଲେଣି ରତ୍ନଭଣ୍ଡାରର ରତ୍ନର ହିସାବ ଦିଆଯିବନି।

ମେ 21 2024, କେନ୍ଦୁଝର ନିର୍ବାଚନୀ ସଭାରେ ଅମିତ ଶାହ କହିଲେ କି ବିଜେପି ସରକାରକୁ ଆସିଲେ 100 ଦିନ ଭିତରେ ରତ୍ନଭଣ୍ଡାର ରିପୋର୍ଟ ପ୍ରକାଶ ହେବ, ରତ୍ନଚୋରଙ୍କୁ ଦଣ୍ଡ ଦିଆଯିବ। ରାଉରକେଲା ରାଲିରେ ଘୋଷଣା କଲେ ସରକାରକୁ ଆସିବାର ମାସେ ଭିତରେ ଚାବି ହଜିବା ରିପୋର୍ଟ ସାର୍ବଜନୀନ କରିବ ବିଜେପି । ବିଜେପି ସରକାରକୁ ଆସିବାର ଅଢେଇବର୍ଷ ହେଲାଣି ତଥାପି ସାର୍ବଜନୀନ ହେଉନି ଚାବି ହଜିବା ରିପୋର୍ଟ । 2018 ନଭେମ୍ବର 29 ତାରିଖରୁ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ଦେଇ ସାରିଛନ୍ତି ଜଷ୍ଟିସ ରଘୁବୀର ଦାସ କମିଶନ୍ । ବିଜେଡି ସରକାର ଏ ରିପୋର୍ଟକୁ ସାର୍ବଜନୀନ କରିନଥିଲା । ୟା କୁ ନେଇ ହୋ ହାଲ୍ଲା କରୁଥିବା ବିଜେପି ଏବେ ସରକାରରେ , ତଥାପି ରିପୋର୍ଟ ସାର୍ବଜନିନ ହେଉନି । ଯୋଉ ରତ୍ନଭଣ୍ଡାର ଗଣତି ମଣତି ହେଉନି ବୋଲି କେନ୍ଦ୍ର ନେତୃତ୍ୱ ଟାର୍ଗେଟ କରୁଥିଲେ, ଏବେ ରତ୍ନଭଣ୍ଡାର ରତ୍ନ ହିସାବ ଦିଆ ଯିବନି ବୋଲି କହିଲେଣି ରାଜ୍ୟ ଆଇନମନ୍ତ୍ରୀ। ଏବେ ଦେଖିବା ବାକି ରହିଲା ବିଜେପିରେ କାହା ପଲ୍ଲା ଭାରି, ମୋଦୀ-ଶାହ ନା ପୃଥ୍ୱୀରାଜ ହରିଚନ୍ଦନ?

ରୋହିତଙ୍କ ନୂଆ ଇନିଂସ୍! କ୍ରିକେଟ୍ ପରେ ଟେଲି ପରଦାରେ ହିଟମ୍ୟାନ୍

କ୍ରିକେଟକୁ ବାଏ ବାଏ କହିବେ କି ରୋହିତ ଶର୍ମା? ଟେଲି ପରଦାରେ ହିଟମ୍ୟାନଙ୍କ ନୂଆ ଅବତାର, IPLକୁ ନେଇ ବଢୁଛି ସସପେନ୍ସ । କ୍ରିକେଟ୍ ପଡ଼ିଆରେ ନିଜ ନାଁରେ ‘ହିଟମ୍ୟାନ୍’ ଟ୍ୟାଗ୍ ଯୋଡ଼ିଥିବା ରୋହିତ ଏବେ ଏକଦମ୍ ନୂଆ ଅବତାରରେ ଆସୁଛନ୍ତି।  ଚଉକା-ଛକାରେ ଦର୍ଶକଙ୍କ ମନ ଜିତୁଥିବା ହିଟମ୍ୟାନ୍ ରୋହିତ ଶର୍ମା ଏବେ ଟେଲି ପରଦାରେ ଦେଖାଇବେ ନୂଆ ଜଲୱା। କିନ୍ତୁ ଏହା କ’ଣ ରୋହିତଙ୍କ କ୍ରିକେଟ୍ କ୍ୟାରିୟରର ଶେଷ ଆଡ଼କୁ ଇସାରା? ନା କ୍ରିକେଟ୍ ସହିତ ଟିଭିରେ ମଧ୍ୟ ଚାଲିବ ହିଟମ୍ୟାନଙ୍କ ଦ୍ୱିତୀୟ ଇନିଂସ୍? କ୍ରିକେଟ୍‌  ଛାଡ଼ିବେ କି ରୋହିତ? ନା ଜାରି ରଖିବେ କ୍ରିକେଟ୍ କ୍ୟାରିୟର? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ହିଟମ୍ୟାନଙ୍କ ନୂଆ ଅବତାରକୁ ନେଇ ବଢିଛି ଚର୍ଚ୍ଚା। ରୋହିତ ଶର୍ମା ଖୁବଶୀଘ୍ର ଟେଲିଭିଜନ ଏଣ୍ଟରଟେନମେଣ୍ଟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା ରିଆଲିଟି ଶୋ’ରେ ହୋଷ୍ଟ ଭାବେ ନଜର ଆସିବେ ହିଟମ୍ୟାନ୍। ସେପ୍ଟେମ୍ବର ୧୯ରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ସହ ସୋନି ଲାଇଭ୍‌ରେ ଏହି ଶୋ’ ଟେଲିକାଷ୍ଟ ହେବ।

ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ପରେ ରୋହିତଙ୍କ ନୂଆ ଅନ୍ଦାଜକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି। ଗାର୍ଡେନ୍ ସେ ରିପୋର୍ଟିଂ ଲାଇଭ୍, ଜର୍ସି ନମ୍ବର ୪୫ କହି ରୋହିତ ଶୋ’ର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ସିନିୟର ଆକ୍ଟର ରାକେଶ ବେଦୀଙ୍କ ସହ ତାଙ୍କ  ଫନୀ ଡାଇଲଗ ଦର୍ଶକଙ୍କ ପାଖରେ ତାଙ୍କର ପବ୍ଲିସିଟି ବଢ଼ାଉଛି । ଜଣେ କ୍ରିକେଟରଙ୍କୁ ଅଲଗା ଅନ୍ଦାଜରେ ଦେଖି ବେଶ୍ ଏଞ୍ଜୟ କରୁଛନ୍ତି ଫ୍ୟାନ୍ସ । ତେବେ ଟେଲି ପରଦାରେ ରୋହିତଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଶେଷକରି IPL ଖେଳିବେ କି ନାହିଁ  ଏହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ବଢ଼ୁଛି ସସପେନ୍ସ । ରୋହିତଙ୍କ ରିଟାୟାର୍ଡମେଣ୍ଟ ଚର୍ଚ୍ଚାକୁ ବିସିସିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ବୋର୍ଡ  ସେକ୍ରେଟାରୀ ଦେବଜୀତ ସାଇକିଆ କହିଛନ୍ତି ଯେ ରୋହିତଙ୍କ  ରିଟାୟାର୍ହକୁ ନେଇ ଆସୁଥିବା ଖବର ଭିତ୍ତିହୀନ। ସେ ଏବେ ବି ଦଳର ଜଣେ ପ୍ରମୁଖ ଓ ବରିଷ୍ଠ ବ୍ୟାଟର ଏବଂ ତାଙ୍କ ଉପରେ ବୋର୍ଡର ଭରସା ରହିଛି। ଏହା ସହ ଆଗାମୀ ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ ଭାରତୀୟ ଦଳ ପକ୍ଷରୁ ଖେଳିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। କ୍ରିକେଟ୍ ପଡ଼ିଆରୁ ଏବେ ଟେଲି ପରଦାକୁ ରୋହିତଙ୍କ ନୂଆ ଇନିଂସ୍ ଆରମ୍ଭ ହେବାକୁ ଯାଉଛି। ପଡ଼ିଆରେ ବ୍ୟାଟ୍‌ରେ ଧମାକା କରିଥିବା ହିଟମ୍ୟାନ୍ ଟିଭି ପରଦାରେ କେତେ ଧମାଲ୍ କରିବେ, ତାହା ଦେଖିବାକୁ ଏବେ ଦର୍ଶକଙ୍କ ଅପେକ୍ଷା। ତେବେ ଟେଲି ପରଦାରେ ହିଟମ୍ୟାନଙ୍କ ଧମାକା କେତେ ହିଟ୍ ହେବ? ଏହା ଉପରେ ଏବେ ସମସ୍ତଙ୍କ ନଜର।