Category News

ଆଧାର କାର୍ଡରୁ ହଟିବ ଫଟୋ, ଠିକଣା

ଆଧାର କାର୍ଡରୁ ହଟିବ ପର୍ସନାଲ ଡିଟେଲ୍ସ । ନାଁ, ଠିକଣା ଫୋନ୍ ନମ୍ବର ହେବନି ସାର୍ବଜନୀନ । Qr କୋର୍ଡରେ ରହିବ କାର୍ଡହୋଲ୍ଡରଙ୍କ ତଥ୍ୟ । ଆଧାର କାର୍ଡରେ କେବଳ ଫଟ ରଖିବାକୁ ଯୋଜନା । 2009ରୁ ଆଇଡେଣ୍ଟି ହିସାବରେ ଆରମ୍ଭ ହୋଇଥିବା ଆଧାରକାର୍ଡରେ ସଂଶୋଧନ ହେବାକୁ ଯାଉଛି। ଆଧାରକାର୍ଡରେ ନାଁ ,ଠିକଣା ଆଦିର ତଥ୍ୟକୁ ଗୋପନ ରଖିବାକୁ ଯୋଜନା ହେଉଛି। ଆଧାର କାର୍ଡ ଆଗକୁ ପୂର୍ବ ଭଳି ଦେଖାଯିବନି। କାର୍ଡରେ ପରିବର୍ତ୍ତନ କରିବାକୁ Unique Identification Authority of India ଯୋଜନା କରୁଛନ୍ତି।

ଏବେକାର ଆଧାର କାର୍ଡରେ ଫଟୋ ସହିତ ନାଁ, ଠିକଣା ରହୁଛି ବିଭିନ୍ନ ସମୟରେ ବିଭିନ୍ନ କାମପାଇଁ ଆଧାର କାର୍ଡ ବ୍ୟବହାର ହେଉଥିବାରୁ ପରିଚୟରେ ଗୋପନୀୟତା ରହୁନାହିଁ । ତଥ୍ୟ ଅପବ୍ୟବହାରର ଆଶଙ୍କା ରହୁଛି। ଆଧାରକୁ ଅନେକ ସ୍ଥାନରେ ପରିଚୟପତ୍ର ଭାବେ ବ୍ୟବହାର କରି ଜେରକ୍ସ ରଖାଯାଉଥିବାରୁ ବ୍ୟକ୍ତିଙ୍କର ପରିଚୟ ସାର୍ବଜନୀନ ହେଉଛି। ଯୋଉ ସମସ୍ୟାର ସମାଧାନ କରିବା ପାଇଁ ୟୁଆଇଡିଏଆଇ ପକ୍ଷରୁ କ୍ୟୁଆର୍ କୋଡ୍ ଆଧାରିତ ଆଧାର କାର୍ଡ ଜାରି କରିବାକୁ ଯୋଜନା ହେଉଛି ନୂଆ କାର୍ଡରେ କେବଳ ଲୋକଙ୍କ ଫଟୋ ଓ କ୍ୟୁଆର କୋଡ୍ ରହିବ ସମସ୍ତ ବ୍ୟକ୍ତିଗତ ତଥ୍ୟ  ଯେପରିକି ନାଁ,  ଠିକଣା, ଫୋନ ନମ୍ବରର ଡିଟେଲ୍ସ କ୍ୟୁଆର୍ କୋଡ୍‌ରେ ରହିବ ।  ଡିସେମ୍ବର ମାସରୁ ଆଧାର କାର୍ଡରେ ଏ ଚେଞ୍ଜ କରିବାକୁ ଯୋଜନା ଅଛି । ହୋଟେଲ ସହିତ ବିଭିନ୍ନ ସଂସ୍ଥା ଅଫଲାଇନରେ ଆଧାର ଯାଞ୍ଚ କରୁଛନ୍ତି।ଆଧାର ତଥ୍ୟ ସଂଗ୍ରହ, ସଂରକ୍ଷଣ ଓ ପ୍ରସାରକୁ ରୋକିବା ପାଇଁ କଡ଼ା ଆଇନ ଥିବା ସତ୍ତ୍ବେ ଅଫଲାଇନ୍‌ରେ ତାହାର ବ୍ୟାପକ ଅପବ୍ୟବହାର କରାଯାଉଛି। କ୍ୟୁଆର୍ କୋଡ୍‌ରେ ତଥ୍ୟ ରହିଲେ ଆଉ କେହି ଅଫଲାଇନ୍‌ରେ ପ୍ରଘଟ କରିପାରିବେ ନାହିଁ। ସବୁ କିଛି ଅନଲାଇନ୍‌ରେ ହେବଆଧାରକୁ ଦସ୍ତାବିଜ୍ ଭାବେ ବ୍ୟବହାର ନ କରି କେବଳ ପ୍ରମାଣୀକରଣ ପାଇଁ ବ୍ୟବହାର କରାଯିବ । ଡିସେମ୍ବର ପହିଲାରୁ ନୂଆ ଆଧାର ଆପ୍ ଜରିଆରେ ଡିଜିଟାଲ ପ୍ରମାଣୀକରଣ ହୋଇପାରିବା ନୂଆ କାର୍ଡରେ କ୍ୟୁଆର୍ ଆଧାରିତ ଡାଟା ଓ ଫଟ ରହିବ। ଯାହା ଫଳରେ ତଥ୍ୟର ଗୋପନୀୟତା ବଜାୟ ରହିବ ।

BJD ହାତରୁ ଖସି ଯିବେକି ରାଜ୍ୟସଭା ସାଂସଦ ଦେବାଶିଷ

BJDକୁ ଶକ୍ତ ଝଟକା ! ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର  ପଠାଇଛନ୍ତି । ଦେବାଶିଷ ପୋଷ୍ଟରୁ ଇସ୍ତଫା ଦେଲା ପରେ BJD ଉପରେ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି ।

ବିଜୁ ଲିଗାସିରେ ଚାଲୁନି BJD
ବିଜୁ ଜନତା ଦଳରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଛି । ଅତୀତରେ ଦଳରୁ ଲାଭବାନ୍ ହେଉଥିବା ଅନେକ ନେତା ଦଳ ଛାଡ଼ୁଛନ୍ତି। ଅନେକ ବରିଷ୍ଠ ନେତା ଦଳରେ ପଡ଼ି ରହିଥିଲେ ମଧ୍ୟ ଅନ୍ତରରେ ଅସନ୍ତୋଷ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ନିଜର ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ। ଦଳ ଏବେ ବିଜୁ ଲିଗାସିରେ ଚାଲୁନଥିବା ପ୍ରକାଶ କରିବା ସହିତ ବ୍ୟୁରୋକ୍ରାଟଙ୍କ ଦଳରେ ପରିବର୍ତ୍ତନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା। ହେଲ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି ।

କୁଆଡ଼େ ଯିବେ ଦେବାଶିଷ?

 ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ପରେ ଦେବାଶିଷ ସାମନ୍ତରାୟ ପାର୍ଟି ଚେଞ୍ଜ କରିବାର ଆଶଙ୍କା ବଢିଛି । ହୁଏତ ଏହା ତାଙ୍କର ପୂର୍ବସୂଚନା ବି ହୋଇଥାଇପାରେ ବୋଲି ଚର୍ଚ୍ଚା ।ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ। ଏମିତିରେ ବି ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି। ଓ୍ୱାକଫ୍ ବିଲ ପ୍ରସଙ୍ଗରେ ସେ ଭିନ୍ନ ମତ ଦେଇ ଦଳର କନ୍ଦଳକୁ ପଦାରେ ପକାଇଛନ୍ତି । ବିଜେଡି ବିରୁଦ୍ଧରେ କହୁଥିବା  ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି। କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ଦେବାଶିଷ । ଏବେ ସେ ପଦରୁ ଇସ୍ତଫା ଦେଳା ପରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା।

ସାବଧାନ୍, ଲିକ୍ ହେଉଛି WhatsApp ଡାଟା

ବିପଦରେ ହ୍ୱାଟ୍ସପ୍ ୟୁଜର୍ସ। ଲିକ୍ ହୋଇପାରେ ଡାଟାଭାଇରାଲ୍ ହୋଇପାରେ ପ୍ରୋଫାଇଲ୍ ଫଟ, ଷ୍ଟାଟସ। କେବଳ କଣ୍ଟାକ୍ଟ ଭିତରେ ସୀମିତ ନ ରହି ଭାଇରାଲ୍ ହୋଇପାରେ ଡିଟେଲ୍ସ।ହ୍ୱାଟ୍ସପର ଅପବ୍ୟବହାରକୁ ନେଇ ଚିନ୍ତାରେ ୟୁଜର୍ସ। ହ୍ୱାଟ୍ସପକୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି।ଦୈନନ୍ଦିନ ଜୀବନରେ ହ୍ୱାଟ୍ସପ ନିହାତି ଆବଶ୍ୟକ ହେଇପଡ଼ିଥଇଲା ବେଳେ ଏଥିରେ ଡାଟା ଲିକ୍ ହେବାର ସମ୍ଭାବନା ଧିରେ ଧିରେ ବଢିବାରେ ଲାଗିଛି। ବ୍ୟକ୍ତିଗତ ବାର୍ତ୍ତାଳାପ ପାଇଁ ଆମେ ହ୍ୱାଟ୍ସପ ବ୍ୟବହାର କରୁଥିଲା ବେଳେ ବର୍ତ୍ତମାନ ଏହାର ନିରାପତ୍ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୩୫୦ କୋଟି କ୍ୱାଟ୍ସଆପ୍ ୟୁଜରଙ୍କ ଡାଟା ବର୍ତ୍ତମାନ  ବିପଦରେସିକ୍ୟୁରୁଟିରେ ଅନିଶ୍ଚିନ୍ତତା କାରଣରୁ ୟୁଜରଙ୍କ ପ୍ରୋଫାଇଲ ଫୋଟୋ, ଷ୍ଟାଟସ୍ ସହିତ ଏବାଉଟ୍ ସେକ୍ସନ୍‌ର ଡିଟେଲ୍ସ ଲିକ୍ ହୋଇପାରେ। ଭିଏନା ୟୁନିଭର୍ସିଟିର ଗବେଷକମାନେ ଏହି ସାଙ୍ଘାତିକ ସତ ପଦାକୁ ଆଣିଛନ୍ତି।

ସେମାନଙ୍କ କହିବା ମୁତାବକ ହ୍ୟାକର୍ ଚାହିଁଲେ ଯେକୌଣସି ନମ୍ବରକୁ ଚେକ୍ କରି ଏହା ଆକ୍ଟିଭ ଅଛି କି ନାହିଁ ଜାଣିପାରିବା ସହ ଏହାପରେ ପ୍ରେଫାଇଲ ପିକ୍‌ଚର, ଷ୍ଟାଟସ୍ ଏବଂ ଆବାଉଟ୍ ସେକ୍ସନ ବିବରଣୀ ସହଜରେ ବାହାର କରିପାରିବେକେବଳ ଡାଟା ଜାଣିବେ ତାହା ନୁହେଁ, ଅପବ୍ୟବହାର ମଧ୍ୟ କରିପାରିବେ। ଏ ସବୁ ସମସ୍ୟ ସମସ୍ୟା ହ୍ଵାଟ୍‌ସ ଆପ୍‌ର କଣ୍ଟାକ୍ଟ ଡିସ୍‌ କଭରୀ ଫିଚର୍‌ରେ ରହିଛି। ୟୁଜରଙ୍କ ଫୋନ୍ ଆଡ୍ରେସ ବୁକ୍‌କୁ ସିଙ୍କ୍ କରି ଲୋକଙ୍କୁ ଖୋଜିବା ସହଜ ହେବ, ସେଥିପାଇଁ ଏହି ଫିଚରକୁ ପ୍ରସ୍ତୁତ କରଯାଇଥିଲା। କିନ୍ତୁ ଅଜାଣତରେ ଏହା ୟୁଜର ଡାଟାକୁ  ଲିକ୍ କରିବାରେ ବି ସହାୟକ ହେଉଛି ।ଭିଏନା ବିଶ୍ବବିଦ୍ୟାଳୟର ଗବେଷକମାନେ ଲିଲ୍‌ପୋନ୍‌ଜେନ୍‌  ୟୁଜ୍ କରି ୨୪୫ ଦେଶର ରିୟଲିଷ୍ଟିକ୍‌ ଫୋନ୍ ନମ୍ବର ଜେନେରେଟ୍ କରିଛନ୍ତି।  ଆଉ ୩୫୦ କୋଟି ୟୁଜରଙ୍କ ମଧ୍ୟରୁ ଭାରତରେ ସର୍ବାଧିକ ୟୁଜର୍ସ ଅଛନ୍ତି । ଯାହାଙ୍କ ସଂଖ୍ୟା ପାଖାପାଖି 75 କୋଟି ।ତେବେ ଏଥିରୁ ରକ୍ଷା ପାଇବା ପାଇଁ ୟୁଜରମାନେ ପ୍ରୋଫାଇଲ୍‌କୁ ପ୍ରାଇଭେଟ୍ ସେଟ୍ କରିପାରିବେ। ଆବାଉଟ୍‌ରେ ବ୍ୟକ୍ତିଗତ ବିବରଣୀ ନ ଦେଇ ଷ୍ଟାଟସ୍ ସେୟାରିଂକୁ ଲିମିଟ୍ କଲେ ସମସ୍ୟା କମିପାରେ ।

କଂଗ୍ରେସକୁ ହରାଇଲେ କଂଗ୍ରେସ ନେତା

ନୂଆପଡ଼ାରେ କଂଗ୍ରେସର ପରାଜୟ ପରେ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ କେବଳ ଯେ ବିଭୀଷଣ କହି ଆକ୍ଷେପ କରିଛନ୍ତି ତାହା ନୁହେଁ ବରଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସରେ ଚାପା ଉତ୍ତେଜନା ଆରମ୍ଭ ହୋଇଯାଇଛି । ନୂଆପଡ଼ା ବାଇ ଇଲେକ୍ସନର ରେଜଲ୍ଟ ଭକ୍ତଙ୍କୁ ନିରାଶ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1, 23, 869 ଭୋଟ ହାତେଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି 40,121 ଭୋଟ୍ । ଯଦିଓ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦୁଇ ନମ୍ବରରେ ରହିଛି କିନ୍ତୁ ନୂଆପଡ଼ା ସିଟ୍ ହାତେଇ ପାରିନି। ଯାହାକୁ ନେଇ ଭକ୍ତ ଦାସ କଂଗ୍ରେସ ପାର୍ଟିର କିଛି ନେତାଙ୍କୁ ଇସାରା କରିଛନ୍ତି । କଂଗ୍ରେସ ଟିକେଟରେ ଲଢିଥିବା ଘାସିରାମ ମାଝୀ ବି ଏ କଥା ସ୍ୱୀକାର କରିଛନ୍ତି କି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାରର ଅଭାବ ସାଙ୍ଗକୁ ଟଙ୍କା ଖର୍ଚ୍ଚ ନ କରିବା କଗ୍ରେସର ଭୋଟ କମାଇଥିଲା । 2024 ନିର୍ବାଚନରେ ସ୍ୱାଧୀନ ଭାବରେ ଲଢି ଘାସିରାମ ମାଝୀ 50 ହଜାରରୁ ଅଧିକ ଭୋଟ ପାଇଥିଲା ବେଳେ ବାଇ ଇଲେକ୍ସନରେ ତାଠାରୁ 10 ହଜାର କମ୍ ଭୋଟ୍ ପାଇଛନ୍ତି ।

କଂଗ୍ରେସର ଭୋଟ କମିବା ପଛରେ କଂଗ୍ରେସ ନେତାଙ୍କର ହିଁ ହାତ ଥିବା କହିଛନ୍ତି ଭକ୍ତ ଦାସ । ସିଧା ସିଧା ନାଁ ନନେଇ ବିଭୀଷଣ ଶବ୍ଦର ବ୍ୟବହାର କରିଛନ୍ତି ।ଦଳରେ ଥାଇ ଆତ୍ମଘାତୀ କାର୍ଯ୍ୟ କରି କ୍ଷତି ପହଞ୍ଚାଇଥିବା ବିଭୀଷଣମାନଙ୍କୁ କଦାପି ବରଦାସ୍ତ କରା‌ଯିବ ନାହିଁ ବୋଲି ଚେତାବନୀ ବି ଦେଇଛନ୍ତି।  ଏମିତିରେ ବି କଂଗ୍ରସର ଷ୍ଟାର ପ୍ରଚାରକ ତାଲିକାରେ କିଛି ପପୁଲାର ଲିଡରଙ୍କର ନାଁ ନଥିବାରୁ ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଭକ୍ତ ଦାସ ମାଇଲେଜ୍ ନେବାକୁ ଆଉ କାହାକୁ ଆଗକୁ ଛାଡ଼ୁ ନଥିବା କଥା ମଧ୍ୟ କୁହାଗଲା । ସାମ୍ନାକୁ ନ ଆସିଲେ ମଧ୍ୟ ଅନେକ ବରିଷ୍ଠ ନେତା ଏ କଥାରେ ସହମତ ଥିଲେ । ତେଣୁ ହୁଏତ ଭକ୍ତଙ୍କଠୁ ପ୍ରତିଶୋଧ ନେବାକୁ ନୂଆପଡ଼ା କ୍ଷେତ୍ରରେ ସେମାନେ ଆବଶ୍ୟକୀୟ ସାହାଯ୍ୟ କରି ନଥିଲେ ।  କଂଗ୍ରେସରେ ରହି କଂଗ୍ରେସର ବିଜୟ ଚାହୁଁ ନଥିଲେ । ଏମିତି କିଛି  ଟାର୍ଗେଟ କରି ଭକ୍ତଦାସ କଂଗ୍ରେସ ନେତାଙ୍କୁ  ବିଭୀଷଣ ବୋଳି କହିବା ସହିତ ଦୃଢ କାର୍ଯ୍ୟାନୁଷ୍ଟାନର କଥା ମଧ୍ୟ କହିଛନ୍ତି । ତେଣୁ ଭକ୍ତଙ୍କ ନେତୃତ୍ୱରେ  କଂଗ୍ରେସ ହୁଏତ ଏତର ପ୍ରତିକ୍ରିୟାଶୀଳ ହୋଇ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।

AI ନେବ ୨ କୋଟି ଚାକିରି

ଚାକିରୀ ପ୍ରତି ବିପଦ । ୨ କୋଟି ଚାକିରୀ ନେଇପାରେ AI । AI ଯୋଗୁଁ ୨ କୋଟି ଚାକିରି ଅସ୍ଥିରତା ଦେଇ ଗତି କରୁଛି। AIର ବହୁଳ ବ୍ୟବହାର ଦ୍ୱାରା ସହଜରେ କାମ ହେଇ ଯାଉଥିବାରୁ ୨ କୋଟି ଲୋକଙ୍କ ଛଟେଇର ସମ୍ଭାବନା ଦେଖାଦେଇଛି । ଯଦି ଏ ଆକଳନ ସତ ହୁଏ ତେବେ ଇଣ୍ଡିଆର ମିଡିଲ କ୍ଲାସ୍ ଫ୍ୟାମିଲିଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। ଚାକିରି ହରାଇବା ପରେ ସେମାନଙ୍କର ମାନସିକ ସନ୍ତୁଳନ ସାଙ୍ଗକୁ ପରିବାର ଚଳେଇବାରେ ସମସ୍ୟା ସୃଷ୍ଟି ହୋଇପାରେ । ମଧ୍ୟବିତ୍ତଙ୍କ ପାଇଁ ବଡ଼ ସଂକଟ ମାଡିଆସୁଛି । ନୀତି ନିର୍ମାତା ମାନେ ତୁରନ୍ତ ପଦକ୍ଷେପ ନ ନେଲେ ଚାକିରୀ କ୍ଷେତ୍ରରେ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ।

କମ୍ପାନିଗୁଡ଼ିକର କାରବାରରେ ଏଆଇର ମାତ୍ରାଧିକ ଇନଭଲପମେଣ୍ଟ ପାଇଁ ଚାକିରୀ ବିପଦରେ। ନିଯୁକ୍ତି ବଜାରରେ ଅନିଶ୍ଚିତତା ଧିରେଧିରେ ବଢୁଛି। ଆଇଟି, ବ୍ୟାଙ୍କିଙ୍ଗ୍ ଏବଂ ମିଡିଆ ଫିଲ୍ଡରେ ଗିଗ୍ ଜବ୍ ନେଇଯାଇପାରେ। ଭାରତକୁ ଏହାର ସମ୍ପୂର୍ଣ ପ୍ରଭାବ ସହିବା ପାଇଁ ଦୁଇରୁ ତିନି ବର୍ଷ ଲାଗିବ। ଏ ସମୟରେ ନିଯୁକ୍ତିର ଏକ ବଡ଼ ଅଂଶ ଉଭାନ ହୋଇଯାଇପାରେ।ସେତେବେଳେ ଭାରତ ଏକ ବଡ଼ ଗିଗ୍ ଅର୍ଥନୀତି ପାଲଟିବ। ଯୋଉ ସେକ୍ଟର କମ୍ ଖର୍ଚ୍ଚରେ ଦକ୍ଷତା ବଢ଼ାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଆପଣାଉଛନ୍ତି। ସେ ସେକ୍ଟରରେ ଛଟେଇର ସମ୍ଭାବନା ବେଶୀ। ଆଡଭାଟାଇଜ୍ ପାଇଁ ଡିଜାଇନ ବି ଏଆଇ ଦ୍ୱାରା ହେିଯାଥିବାରୁ ଡିଜାଇନର ମାନଙ୍କର ଚାକିରୀ ଯିବାକୁ ବସିଲାଣି । ସେହିଭଳି ବିଭିନ୍ନ ପ୍ରକାରର କାମ ଏଆଇ ଦ୍ୱାରା ସହଜରେ ହେଇଯାଉଥିବାରୁ ପାଖାପାଖି ୨ କୋଟି ଲୋକ  ଚାକିରୀ ହରେଇପାରନ୍ତି।