Category News

ବାହା ହେଉ ନାହାନ୍ତି ଓଡ଼ିଶାର ଅଧା ଯୁବପୀଢ଼ି

ସଂସାର କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଯୁବପୀଢି । ବାହାଘର ପାଇଁ ଇଛା କରୁନାହାନ୍ତି ଯୁବବର୍ଗ । ବାହାଘର ଓ ସଂସାର ପ୍ରତି ବିମୁଖ ହେବାର ମାନସିକତା ଦିନକୁ ଦିନ ବଢିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅବିବାହିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏମିତି ଦିଗକ ଗତି କରିଛି ଯେ ଜନସଂଖ୍ୟାର ଅଧା ଏବେ ବ୍ୟାଚଲର। ଜାତୀୟସ୍ତରରେ ଜନସଂଖ୍ୟାର ୫୧.୨%ଯୁବପୀଢ଼ି ଅବିବାହିତ । ୫୬.୪% ପୁରୁଷ ଅବିବାହିତ ରହିଥିଲା ବେଳେ ୪୫.୮% ମହିଳା ଅବିବାହିତ।

ଓଡ଼ିଶାର ଅଧା ଯୁବପୀଢ଼ିଙ୍କ ସଂସାର ପ୍ରତି ଆଗ୍ରହ ନାହିଁ
ଓଡ଼ିଶାରେ ଯୁବପୀଢ଼ି ସଂସାର ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମୁଦାୟ ଜନସଂଖ୍ୟାର ୪୬.୫% ବିବାହ କରି ନାହାନ୍ତି। ଓଡ଼ିଶାରେ ୫୧.୬% ପୁରୁଷ ଏବଂ ୪୧.୨% ମହିଳା ଅବିବାହିତ ଅଛନ୍ତି। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ବାହାଘର ପ୍ରତି ଅନାଗ୍ରହି। ଓଡ଼ିଶାରେ ୪୯.୨% ବିବାହିତ । ୪୨.୨% ପୁରୁଷ ଓ ୪୬.୭% ମହିଳା  ବର୍ଗ ବିବାହ କରିଛନ୍ତି।

ତେବେ କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଅବିବାହିତ ଯୁବପୀଢ଼ି ଏବେ ଜାତୀୟ ସମସ୍ୟାରେ ପରିଣତ ହୋଇଛି ।ଦେଶ ହେଉ ବା ରାଜ୍ୟ ବିବାହ ପ୍ରତି ପିଲାଙ୍କ ଆଗ୍ରହ କମୁଛି । ଏକାଏକା ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଦେଶରେ ଜନସଂଖ୍ୟାର ୪୫.୫% ବିବାହ କରିଥିଲା ବେଳେ ବାକି ଅବିବାହିତ। ୪୨.୫% ପୁରୁଷ ଓ ୪୯%  ମହିଳା ବର୍ଗ ବିବାହ କରିଛନ୍ତି ।         
                   
ରିପୋର୍ଟ ଅନୁଯାୟୀ ଜାମ୍ମୁ ଓ କଶ୍ମୀରରେ ସର୍ବାଧିକ ଅବିବାହିତ ଅଛନ୍ତି । ଜନସଂଖ୍ୟାର ୫୭.୩% ଅବିବାହିତ । ଏହି ରାଜ୍ୟ ପଛକୁ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ। ସେଠାରେ ୫୬.୮% ଅବିବାହିତ। ବିହାରରେ ସର୍ବାଧିକ ୬୩.୧% ପୁରୁଷ ଅବିବାହିତ । ସେହିପରି ଉତ୍ତରାଖଣ୍ଡରେ ୬୧.୭% ଯୁବପୀଢ଼ି ଅବିବାହିତ। ଅବିବାହିତ ପୁରୁଷ ବର୍ଗରେ ଓଡ଼ିଶା ୧୭ତମ ସ୍ଥାନରେ  ରହିଛି। ସେହିପରି ମହିଳାଙ୍କ କ୍ଷେତ୍ରରେ  ବିହାରରେ ମଧ୍ୟ ସର୍ବାଧିକ ମହିଳା ଅବିବାହିତ । ସେଠାରେ ୫୪.୫% ମହିଳା ଅଛନ୍ତି। ଏହି ବର୍ଗରେ ୧୬ତମ ସ୍ଥାନରେ ରହିଛି ଓଡ଼ିଶା।

ପାକିସ୍ତାନୀ ଫ୍ୟାନ୍ସଙ୍କ ଚିନ୍ତାରେ ବଲିଉଡ, ସରୁନି ପାକିସ୍ତାନ ପ୍ରେମ

ନାଁ କୁ ହିନ୍ଦୁସ୍ତାନୀ କିନ୍ତୁ ହୃଦୟ ପାକିସ୍ତାନୀ। ରହୁଛନ୍ତି ଭାରତରେ, ନୀରବରେ ସମର୍ଥନ କରୁଛନ୍ତି ପାକିସ୍ତାନକୁ। ଦେଶପ୍ରେମକୁ ନେଇ ତିଆରି ଫିଲ୍ମରେ ରିଲରେ ରୋଲ୍ ତ କରୁଛନ୍ତି, ମାତ୍ର ରିୟଲଟିରେ କରୁଛନ୍ତି କିଛି ଭିନ୍ନ କାମ। ବଲିଉଡ଼ର ପାକିସ୍ତାନ ପ୍ରେମ ଜଳଜଳ କରି ଦେଖୁଛନ୍ତି ଦେଶବାସୀ। ପାକିସ୍ତାନର ସେଲିବ୍ରେଟି ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ନିଜ ଦେଶ ସପକ୍ଷରେ ରହିଥିଲା ବେଳେ ଭାରତର ସୁପରଷ୍ଟାର କିନ୍ତୁ ବେଇମାନୀ କରୁଥିବା ନଜର ଆସୁଛି। ଦେଶରେ ରହି ଶତୃଦେଶ ପ୍ରତି ତାଙ୍କର ଭିତିରି ପ୍ରେମ ବାରି ହେଇ ଯାଉଛି ।

ସୁପରଷ୍ଟାରଙ୍କ ପାକିସ୍ତାନ ପ୍ରେମ
ପହେଲଗାମ୍ ଆକ୍ରମଣକୁ ନେଇ ଦେଶବ୍ୟାପୀ ନିନ୍ଦା କରାଯାଉଥିଲା ବେଳେ କିଛି ସୁପରଷ୍ଟାର ମୁହଁରେ ତାଲା ଦେଇ ବସିଛନ୍ତି। ଅପରେସନ ସିନ୍ଦୂରଏବଂ ପାକିସ୍ତାନର ଘୃଣ୍ୟ ଆକ୍ରମଣ ପ୍ରୟାସକୁ ନେଇ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ସଲମାନ ଖାନ କିଛି ବି କହୁ ନାହାଁନ୍ତି। ଏହି କାରଣରୁ ଏମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେଉଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟରରେ କିଛି ଲେଖି ନାହାଁନ୍ତି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ ମୁହଁ ଖୋଲୁ ନାହାନ୍ତି।

ନୀରବତାକୁ ନିନ୍ଦା,ଫୋକସରେ ପାକିସ୍ତାନୀ ଫ୍ୟାନ୍ସ
ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣ ସମ୍ପର୍କରେ ଶାହରୁଖ ଖାନ, ଅମିତାଭ ବଚ୍ଚନ, ସଲମନ ଖାନ୍ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇ ନଥିବାରୁ ସୋସିଆଲ ମିଡିଆରେ ଅଭିନେତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ଅପରପକ୍ଷରେ, କିଛି ପାକିସ୍ତାନୀ ୟୁଜର ଶାହରୁଖ ଖାନଙ୍କ ନୀରବତାକୁ ପ୍ରଶଂସା କରିଛନ୍ତି।
ଜଣେ ପାକିସ୍ତାନୀ ୟୁଜର ଲେଖିଛନ୍ତି, “ଆପଣ ଏହି ରାଜନୀତିରେ ସାମିଲ ନ ହୋଇଥିବାରୁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ସମ୍ମାନ। ଆପଣଙ୍କ ପାକିସ୍ତାନୀ ପ୍ରଶଂସକମାନେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ନୀରବତା ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।” ଅନ୍ୟପକ୍ଷରେ ଜଣେ ଭାରତୀୟ ୟୁଜର୍‌ ଲେଖିଛନ୍ତି, “ପହଲଗାମ ଏବଂ ଅପରେସନ ସିନ୍ଦୂରକୁ ନେଇ ଆପଣଙ୍କଠାରୁ ନୀରବତା ଆଶା କରାଯାଉ ନଥିଲା।ଲାଗୁଛି ଭାରତରେ ରହିବା ପରେ ମଧ୍ୟ ତାଙ୍କ ହୃଦୟ ପାକିସ୍ତାନୀ।’’ ଶାହରୁଖଙ୍କୁ ନିର୍ଲଜ ବୋଲି ବି କହିଛନ୍ତି ।
ପାକିସ୍ତାନ ବିରୁଦ୍ଧରେ କହିବାକୁ ସଲମନଙ୍କର ସାହସ ନାହିଁ

ଅପରେସନ୍ ସିନ୍ଦୁରଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣକୁ ନେଇ କିଛି କହି ନଥିବାରୁ ସଲମାନ ଖାନଙ୍କୁ ମଧ୍ୟ ୟୁଜର୍ସମାନେ ଟ୍ରୋଲ୍ କରୁଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, – ‘ଅପରେସନ୍ ସିନ୍ଦୂର???’, ଚାଲନ୍ତୁ, ଅପରେସନ ସିନ୍ଦୂରର ଷ୍ଟୋରୀ ପୋଷ୍ଟ କରନ୍ତୁ। ଆଉ ଜଣେ ଲେଖିଛନ୍ତି – ସାହସ ଅଛି ତ, ପାକିସ୍ତାନ ବିରୁଦ୍ଧରେ କହିକି ଦେଖାଅ।
ବିଗ୍ ବିଙ୍କର ଲଜ୍ଜା ନାହିଁ
ବିଗ୍ ବିଙ୍କର ଲଜ୍ଜା ନାହିଁ
 ବୋଲି କହି ଟ୍ରୋଲ୍ କରିଛନ୍ତି ଫ୍ୟାନ୍ସ। ଅମିତାଭ ବଚ୍ଚନ ଗତ ୧୫ ଦିନ ଧରି ସୋସିଆଲ ମିଡିଆରେ ନୀରବ ରହିଛନ୍ତି। ସେ ପହଲଗାମ ଆକ୍ରମଣ ବିଷୟରେ କିମ୍ବା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତ ଦ୍ୱାରା ହୋଇଥିବା ଆକ୍ରମଣ ବିଷୟରେ କିଛି କହି ନାହାନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅମିତାଭ ବଚ୍ଚନଙ୍କୁ ସମାଲୋଚନା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି – ଆଜି ବି କୌଣସି ଲଜ୍ଜା ନାହିଁ। ଆଉ ଜଣେ ଅମିତାଭଙ୍କୁ ଥଟ୍ଟା କରି ଲେଖିଛନ୍ତି – ସେ ରେଖା ଜୀଙ୍କ ସହ କୋଡ୍ ମାଧ୍ୟମରେ କଥା ହେଉଛନ୍ତି। କାରଣ ଜୟା ଜି ତାଙ୍କୁ ମେସେଜିଂ କରୁଥିବାର ଧରିନେଲେ। ଆଉ ଜଣେ ଲେଖିଛନ୍ତି – ତାଙ୍କର ଅଲଗା ପ୍ରକାରର ଯୁଦ୍ଧ ଚାଲିଛି। ଆଉ ଜଣେ ଲେଖିଛନ୍ତି – ପ୍ରଥମେ କେହି ତାଙ୍କଠାରୁ ଫୋନ୍ ଛଡ଼ାଇ ନିଅନ୍ତୁ।

ପାକିସ୍ତାନର ଭରସା, ଚୀନର ଡୁପ୍ଲିକେଟ ଅସ୍ତ୍ର

ଠକିଗଲା ପାକିସ୍ତାନ। ଚୀନ୍ ସହ ବନ୍ଧୁତା କରି ଯୁଦ୍ଧ କ୍ଷେତ୍ରରେ ଧୋକା ଖାଇଛି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଭାରତକୁ ସାମ୍ନା କରିବାକୁ ପ୍ରୟୋଗ କରୁଥିବା ଅସ୍ତ୍ରଶସ୍ତ୍ର ଧ୍ୱଂସ ହେବାକୁ ଖୁବ୍ କମ୍ ସମୟ ଲାଗୁଛି।  ପାକିସ୍ତାନକୁ ତା ମିତ୍ର ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମାତ୍ର କିଛି ମିନିଟରେ ଧ୍ୱଂସ କରାଯାଇଛି। ଏହି ଘଟଣା ପାକିସ୍ତାନର ସାମରିକ କ୍ଷମତା ଏବଂ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପାକିସ୍ତାନ ଚାଇନା ନିର୍ମିତ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ଜମ୍ମୁ, ପଠାନକୋଟ, ଚଣ୍ଡୀଗଡ଼ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଆକ୍ରମଣର ଚେଷ୍ଟା କରିଥିଲା। କିନ୍ତୁ ଭାରତର ଅତ୍ୟାଧୁନିକ S-400 ଏୟାର ଡିଫେନ୍ସ ସିଷ୍ଟମ ଏବଂ DRDO ଦ୍ୱାରା ବିକଶିତ ଆଣ୍ଟି-ଡ୍ରୋନ ଟେକ୍ନୋଲୋଜି ଏହି ସମସ୍ତ ଡ୍ରୋନ ଏବଂ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଛି।

ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଏହି ଡ୍ରୋନଗୁଡ଼ିକ ଅତ୍ୟନ୍ତ ଉନ୍ନତ ଏବଂ ଉଚ୍ଚ ଶକ୍ତିସମ୍ପନ୍ନ ଥିଲା ବୋଲି ଦାବି କରାଯାଉଥିଲେ ବି ଅସଲରେ ଏସବୁ ଡୁପ୍ଲିକେଟ। ଭାରତର ରାଡାର ସିଷ୍ଟମ ଏବଂ ଇନଟରସେପ୍ଟର ମିସାଇଲ ଏହାକୁ ସହଜରେ ଚିହ୍ନଟ କରି ନଷ୍ଟ କରିଦେଇଛି। ଏହି ଘଟଣା ପାକିସ୍ତାନକୁ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଅତ୍ୟଧିକ ନିର୍ଭରଶୀଳତାର ଏକ ବଡ଼ ଝଟକା ଦେଇଛି।ଏହି ଘଟଣା ଚାଇନା-ପାକିସ୍ତାନ ବନ୍ଧୁତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଚାଇନାର ଟେକ୍ନୋଲୋଜି ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆଗରେ ଫେଲ୍ ମାରିବା ପାକିସ୍ତାନକୁ ଏକ ବଡ଼ ଧୋକା ବୋଲି କୁହାଯାଉଛି ।

୪୮ ଘଣ୍ଟାରେ ଶେଷ ହେଇଯିବ ପାକିସ୍ତାନ

ପହେଲଗାମ ଆକ୍ରମଣର ପ୍ରତିଶୋଧ ନବାକୁ ଯାଇ ଅପରେସନ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତ। 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରି ହାସଲ କରିଛି ବଡ଼ ସଫଳତା । ଏ ସବୁକୁ ନେଇ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ହସ୍ତଗତ ହେଉଥିଲା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ଯୁଦ୍ଧ ହେବାର 48 ଘଣ୍ଟା ଭିତରେ ପାକିସ୍ତାନ ମାଟିରେ ମିଶିଯିବ ବୋଲି କହିଛନ୍ତି ଜୟନାରାୟଣ ।

ପାକିସ୍ତାନ ପାଗଳ ହେଇ ଗଲାଣି
ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ଶକ୍ତି ଓ ସାମର୍ଥ୍ୟକୁ ନେଇ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ । ପାକିସ୍ତାନକୁ ନଙ୍ଗା ଭୁଖାର ଦେଶ ବୋଲି କହି ଯୁଦ୍ଧ କରିବାକୁ ସେ ଅକ୍ଷମ ବୋଲି ଉପହାସ ବି କରିଛନ୍ତି । ଏଥିସହିତ ପାକିସ୍ତାନ ପାଗଳ ହୋଇଗଲାଣି ବୋଲି ବି କହିଛନ୍ତି । ଚାଇନା ବଳରେ ସେ ଯେତେ ଡେଇଁଲେ ବି ଦୁର୍ବଳ । ଯୁଦ୍ଧ ହେଲେ 48 ଘଣ୍ଟା ଭିତରେ ପୃଥିବୀପୃଷ୍ଠରୁ ପାକିସ୍ତାନ ଲୋପ ପାଇଯିବ। ଭୂଗୋଳରୁ ହଟିକି ଇତିହାସକୁ ପଳେଇବ। ୪୮ ଘଣ୍ଟା ବି ତିଷ୍ଠିବନି।
ତାଙ୍କର ସୈନ୍ୟ ବାହିନୀକୁ ଆମେ ମାରିନୁ, ଉଗ୍ର ପନ୍ଥୀଙ୍କୁ ମାରିଛୁ ସେ ଆମର ସାଧାରଣ ଲୋକଙ୍କୁ ମାରିଛନ୍ତି । ବିମାନ ତ ଯାଇନି,କୋଉ ଯୁଦ୍ଧ ବିମାନ ସେ ଖସେଇଛନ୍ତି କୁହନ୍ତୁ ବୋଲି କହି ମିଛୁଆ ପାକିସ୍ତାନ ମୁଖ୍ୟଙ୍କୁ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ ।

ଅପରେସନ ସିନ୍ଦୂର, କିଏ ଦେଇଥିଲା ଆତଙ୍କିଙ୍କ ଠିକଣା

ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ଆକ୍ରମଣ କରି ପାକିସ୍ତାନ ଏବଂ ପିଓକେରେ 9ଟି ଆତଙ୍କବାଦୀ ଆଡ୍ଡା ନଷ୍ଟ କରିବା ସହ ପ୍ରାୟ ୮୦ ରୁ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ହୋଇଛି।ପହେଲଗାମ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କିଙ୍କ ଆଡ୍ଡା ନଷ୍ଟ ହୋଇଛି ।ତେବେ  ଏହାରି ମଧ୍ୟରେ, ଏହା ମଧ୍ୟ ଜଣାପଡିଛି ଯେ, ଭାରତ ଆତଙ୍କବାଦୀଙ୍କ ବିଷୟରେ ଏତେ ସଠିକ୍ ସୂଚନା କିପରି ପାଇଲା।

ଆତଙ୍କି ଆଡ୍ଡାକୁ ଧ୍ୱଂସ କରିବା ପଛରେ National Technical Research Organisation (NTRO)ର ପ୍ରମୁଖ ଭୂମିକା ରହିଛି । ପାକିସ୍ତାନ ଏବଂ PoKରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟ୍ରାକ୍ କରିଥିଲା NTRO । ଗୁଇନ୍ଦା ସଂସ୍ଥା NTRO ନିଜେ ଭାରତକୁ ଆତଙ୍କବାଦୀଙ୍କ ବିଷୟରେ ନିଶ୍ଚିତ ସୂଚନା ଦେଇଥିଲା। ଭାରତର ଏହି ଆକ୍ରମଣରେ ଶୀର୍ଷ ଆତଙ୍କବାଦୀ କମାଣ୍ଡରମାନେ ନିହତ ହେବାର ସମ୍ଭାବନା ରହିଛି। NTRO ହେଉଛି ଭାରତର ଏକ ବୈଷୟିକ ଗୁଇନ୍ଦା ସଂସ୍ଥା, ଯାହା 2004 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ବ୍ୟବହାର ଭାରତର ଜାତୀୟ ସୁରକ୍ଷା ପାଇଁ, ବିଶେଷକରି ଆତଙ୍କବାଦ, ସାଇବର ଆକ୍ରମଣ ଏବଂ ସୀମାପାର ବିପଦର ମୁକାବିଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆତଙ୍କବାଦୀଙ୍କୁ ଠାବ କରିବାରେ NTRO ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ବ୍ୟବହାରରେ NTRO ଆତଙ୍କି ଠାବରେ ସଫଳ ହୋଇଛି ।