Category Cinema

କାହା କଣ୍ଟ୍ରୋଲରେ ଅମିରଙ୍କ ସମ୍ପତ୍ତି?ଯିଏ ଚାହିଁଲେ କରିଦେବେ ଦେବାଳିଆ

ଅମିର ଖାଁ ଫିଲ୍ମ ଲାଇନରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତିବଲିଉଡ୍‌ରେ ଏମିତି ଜଣେ ଲୋକ ଅଛନ୍ତି, ଯିଏ ଚାହିଁଲେ ଗୋଟିଏ ସେକେଣ୍ଡରେ ଅମିର ଖାଁଙ୍କୁ କାଙ୍ଗାଳ କରିପାରିବେଏ କଥା ଆଉ କେହି ନୁହେଁ ବରଂ ଅମିର ଖାଁ ନିଜେ ସମସ୍ତଙ୍କ ଆଗରେ ସ୍ୱୀକାର କରିଛନ୍ତି । ଗଣମାଧ୍ୟମରେ ସାକ୍ଷାତକାରରେ ନିଜ ଚାଟାର୍ଡ ଆକାଉଣ୍ଟାଣ୍ଟ ବିମଳ ପାରେଖଙ୍କୁ ନେଇ ଏମିତି କିଛି କହିଛନ୍ତି ଅମିର ଖାଁ ।

ବିମଳଙ୍କ କଣ୍ଟ୍ରୋଲରେ ଅମିରଙ୍କ ସମ୍ପତ୍ତି
ବଲିଉଡ୍‌ର ସବୁଠୁ ବଡ଼ ତାରକାମାନଙ୍କ ଧନ-ସମ୍ପତ୍ତି ପଛରେ ଥିବା ଅଜଣା ମାଷ୍ଟରମାଇଣ୍ଡ ହେଉଛନ୍ତି ବିମଲ ପାରେଖ ।  ବିମଲ ପାରେଖ ବଲିଉଡ୍‌ର ପ୍ରାୟ ପ୍ରତ୍ୟେକ A1 ଷ୍ଟାରଙ୍କ ସମ୍ପତ୍ତି ପରିଚାଳନା କରୁଛନ୍ତି। ଅମିର ଖାଁ ତାଙ୍କୁ ମଦର ଫିଗରବୋଲି କହନ୍ତି,ଯିଏ ତାଙ୍କୁ ଆର୍ଥିକ ଭାବେ ସୁରକ୍ଷା ଦେବା ସହ ସମୟ ସମୟରେ ଟଙ୍କା କଥାରେ ଚାପ ମଧ୍ୟ ଦେଇଥାନ୍ତି। ୧୯୮୦ରୁ Chartered Accountant ବିମଳ ପାରେଖ ନିଜ ଚାକିରି ଛାଡ଼ି ଅମିରଙ୍କ ସମ୍ପତ୍ତି ପରିଚାଳନା କରୁଛନ୍ତି । ବଲିଉଡ୍‌ରେ ପ୍ରଫିଟ ସେୟାରିଙ୍ଗ ଡିଲ ଯେଉଁଠି ଫିଲ୍ମ ହିଟ୍ ହେଲେ ସମସ୍ତଙ୍କ ଲାଭ ସେହି ମଡେଲ୍‌ ପଛରେ ମଧ୍ୟ ବିମଲ ପାରେଖଙ୍କ ବଡ଼ ଭୂମିକା ରହିଛି। Dangal ଭଳି ଫିଲ୍ମ ଏହାର ଶ୍ରେଷ୍ଠ ଉଦାହରଣ। ବଲିଉଡ୍‌ର ବିଜନେସ୍ ମଡେଲରେ ରିଭୋଲ୍ୟୁସନ୍ ଆଣି ବମଳ ଅମିରଙ୍କୁ ବେଶ୍ ପ୍ରଫିଟ୍ ଦେଇଛନ୍ତି । ଯେହେତୁ ଅମିରଙ୍କର କେତେ ଟଙ୍କା କେଉଁଠି ଇନଭେଷ୍ଟ ହୋଇଛି ସେ ସବୁ ତଥ୍ୟ ଓ ଆଇଡ଼ିଆ ବିମଲ ପାରେଖଙ୍କର ତେଣୁ ସେ ଚାହିଁଲେ ଅମିରଙ୍କୁ କାଙ୍ଗାଳ କରିଦେଇ ପାରନ୍ତି ବୋଲି କହିଛନ୍ତି ଅମିର ଖାଁ ।

ଅମିତାଭଙ୍କୁ ରିପ୍ଲେସ୍ କରି ସଞ୍ଜୟ ଦତ୍ତ ହିଟ୍

ଅମିତାଭ ବଚ୍ଚନଙ୍କ କାମ ଛଡ଼ାଇ ନେଇଥିଲେ ସଞ୍ଜୟ ଦତ୍ତ । ଅମିତାଭଙ୍କ ପାଇଁ ଲେଖା ହୋଇଥିବା କାହାଣୀରେ ଅଭିନୟ କରିଥିଲେ ସଞ୍ଜୟ । ଅମିତାଭଙ୍କୁ ରିପ୍ଲେସ କରି ହିଟ୍ ବି ହୋଇଥିଲେ । ୧୯୯୩ ମସିହାରେ, ସୁଭାଷ ଘାଇଙ୍କ ଡିରେକ୍ସନରେ ରିଲିଜ ହୋଇଥିଲା ଫିଲ୍ମ ଖଳନାୟକଅମିତାଭଙ୍କୁ ଆଖି ଆଗରେ ରଖି ଡାଇଲଗ୍ ପ୍ରସ୍ତୁତ ହୋଇଥିଲା ମାତ୍ର କିଛି ବିବାଦ ଯୋଗୁଁ ଏଥିରେ ଏଣ୍ଟ୍ରି ମାରିଲେ ସଞ୍ଜୟ । ଅମିତାଭଙ୍କ ପରିବର୍ତ୍ତେ ସଞ୍ଜୟ ଦତ୍ତଙ୍କୁ ହିଁ ଲିଡ ରୋଲ ଦିଆଗଲା । ଏହା ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା।  ଫିଲ୍ମରେ ସଞ୍ଜୟ ଦତ୍ତ ଚମତ୍କାର ଚରିତ୍ରରେ ନଜର ଆସିଥିଲେ । ମାଧୁରୀ ଦୀକ୍ଷିତଜ୍ୟାକି ଶ୍ରଫ୍‌ଙ୍କ ଅଭିନୟ ମଧ୍ୟ ଫିଲ୍ମକୁ ଅଧିକ ସଫଳ କରିଥିଲା। ଏହା ଏତେ ଭଲ ପ୍ରଦର୍ଶନ କରିଥିଲା ଯେ  ୧୯୯୩ ମସିହାର ଦ୍ୱିତୀୟ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ହୋଇଥିଲା। ଫିଲ୍ମରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟର ବଲ୍ଲୁ ବଳରାମ ପ୍ରସାଦ ଭୂମିକାରେ ନଜର ଆସିଥିଲେ, ଯାହା ଆଜି ବି ଲୋକପ୍ରିୟ ଚଳଚ୍ଚିତ୍ର ହୋଇ ରହିଛି।

ସୁଭାଷ ଘାଇ ପ୍ରଥମେ ଅମିତାଭ ବଚ୍ଚନଙ୍କ ସହିତ ଏହି ଫିଲ୍ମ କରିବାକୁ ଚାହୁଁଥିଲେ, ଯାହାର ନାଁ ଦେବାହେବାର ଥିଲା। ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି ପରେ ସୁଭାଷ ଘାଇ ପରେ ନୂଆ ଷ୍ଟାରକାଷ୍ଟ, ଟାଇଟଲ୍  ଚେଞ୍ଜ କରି ଫିଲ୍ମର କାମ ପୁଣି ଆରମ୍ଭ କରିଥିଲେ। ଅମିତାଭଙ୍କ ପାଇଁ ଲେଖାଯାଇଥିବା ସେହି କାହାଣୀରେ ନଜର ଆସିଥିଲେ ସଞ୍ଜୟ ଦତ୍ତ। ୧୯୯୩ ମସିହାରେ ରିଲିଜ୍ ହୋଇଥିବା ସୁଭାଷ ଘାଇଙ୍କ ଫିଲ୍ମ ଖଳନାୟକବକ୍ସ ଅଫିସରେ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା।  ଏବେ ଖଳନାୟକ ୨ଘୋଷଣା ପରେ ପୁଣିଥରେ ଚର୍ଚ୍ଚାରେ ଆସିଛି ଏହି ସୁପରହିଟ୍ ଫିଲ୍ମର ଅଜଣା କାହାଣୀ। ଦେଖିବାକୁ ବାକି, ସିକ୍ୱେଲରେ ସଞ୍ଜୟ ଦତ୍ତ କେତେ ବଡ଼ ଧମାକା କରୁଛନ୍ତି।

୫୪ ହଲ୍ ଭରସାରେ ଓଡ଼ିଆ ଫିଲ୍ମ

1936 ଏପ୍ରିଲ 28ରେ ମୁକ୍ତିଲାଭ କରିଥିଲା ଓଡ଼ିଶାର ପ୍ରଥମ ସିନେମା ‘ସୀତା ବିବାହ’ । ଓଡ଼ିଆ ଫିଲ୍ମ ଜଗତ ୟା ଭିତରେ 90 ବର୍ଷ ଯାତ୍ରା କରିସାରିଛି। ‘ଦମନ’ ‘ପ୍ରତିକ୍ଷା’ ଭଳି ଫିଲ୍ମ ଦେଶରେ ପ୍ରଶଂସା ସାଉଁଟିବା ସହ ‘ବୋଉ ବୁଟୁ ଭୂତ’ ଭଳି ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରି ରେକର୍ଡ ଭାଙ୍ଗିଛି । କିନ୍ତୁ ଏସବୁ ଭିତରେ ଦୁଃଖ ହେଉଛି 90 ବର୍ଷରେ ଓଡ଼ିଶାରେ 90 ଟି ସିନେମା ହଲ୍ ନାହିଁ । ସିନେମା ଶିଳ୍ପର ସ୍ଥିତି ଏବେ ଚିନ୍ତାଜନକ ରହିଛି। ଓଡ଼ିଶା ସ୍ୱତନ୍ତ୍ର ଦିବସକୁ 2036ରେ ଶହେ ବର୍ଷ ପୂରିବ । ସମକାଳରେ ଓଡ଼ିଆ ସିନେମାକୁ ମଧ୍ୟ 100 ବର୍ଷ ପୂରିବ, ତାକୁ ନେଇ ସରକାରଙ୍କର କୌଣସି ସ୍ୱତନ୍ତ୍ର ପ୍ରସ୍ତୁତି ନାହିଁ । 1999 ମହାବାତ୍ୟା ବେଳକୁ ଓଡ଼ିଶାରେ 300 ସିନେମା ହଲ ଥିଲା । ବାତ୍ୟାରେ କିଛି କ୍ଷତିଗ୍ରସ୍ତ ହେବା ପରେ ପୁନଃ ମରାମତିକୁ ଧ୍ୟାନ ଦିଆଗଲା ନାହିଁ । ସମୟକ୍ରମେ ଏବେ ଓଡ଼ିଶାରେ ମୋଟ୍ 54ଟି ହଲ୍ ରହିଛି । ହଲର ଅଭାବ ହେତୁ ଅଲଗା ଫିଲ୍ମ ଆସିଲେ ଓଡ଼ିଆ ଫିଲ୍ମ ହଲ୍‌ରୁ ଉଠିଯାଉଛି

ଓଡ଼ିଶାର ପ୍ରଥମ ଫିଲ୍ମ ‘ସୀତାବିବାହ’ ପ୍ରଥମେ ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା । ସେଇଠି ହିଁ ପଡ଼ିଥିଲା ଓଡ଼ିଆ ସିନେମାର ମୂଳଦୁଆ । ଯେଉଁ ପୁରୀକୁ ଓଡ଼ିଆ ସିନେମାର ଅନ୍ତୁଡ଼ିଶାଳ କୁହାଯାଏ ସେଠି ଗୋଟାଏ ବି ସିନେମା ହଲ ନାହିଁ । ଓଡ଼ିଶାର ଅନ୍ୟ ଜିଲାର ହଲ ଅଧାରୁ ଅଧିକ ମାଟିରେ ମିଶି ଗଲାଣି । ଅନେକ ହଲ ଏବେ କଲ୍ୟାଣ ମଣ୍ଡପ କିମ୍ବା ଦୋକାନ ପାଲଟିଛି । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ସେଭଳି ଆକ୍ଟିଭ ନାହିଁ ।  କଳାକାର, ସଂଘ  କାହାରି ଚିନ୍ତା ନାହିଁ । ଓଡ଼ିଆ ସିନେମା ପାଇଁ ସ୍ୱତନ୍ତ୍ର ନିୟମ ମଧ୍ୟ ନାହିଁ । ସରକାର ୨୦୧୯ ମାର୍ଚ୍ଚ ୨ରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨ ମାର୍ଚ୍ଚ ୩୧ରେ ତାର ଅବଧି ସରିଗଲା । ଏବେ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଅଚଳ । ଏମିତିରେ ବି କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥାକୁ ଟେକିଦେଇଛନ୍ତି ସରକାର । ଫିଲ୍ମକୁ ନେଇ ସଂଘ ଭିତରେ ଫାଟ ବହୁତ । କିଏ କାହାକୁ କେତେବେଳେ କୋଉଥିରୁ ବ୍ୟାନ୍ କରୁଛି ବୁଝିବା କଷ୍ଟ । ୟା ଭିତରେ ଓଡ଼ିଆ ସିନେମା ପୂର୍ବ ସଫଳତା ଫେରି ପାଇଥିବା ବେଳେ ହଲର ପୁନରୁଦ୍ଧାର ଦାବୀ ହେଉଛି ।

ଭଲ ଫିଲ୍ମକୁ ଓଡ଼ିଶାରେ ଆୱାର୍ଡ ନାହିଁ

ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରି ପୁଣି ଥରେ ତା ଟ୍ରାକକୁ ଫେରିଛି । କପି ପେଷ୍ଟ ଷ୍ଟୋରୀର କଳଙ୍କ ହଟେଇ ପୁଣିଥରେ ଆମ ଓଡ଼ିଆ ଘରର କାହାଣୀ ଦର୍ଶକଙ୍କୁ ହଲ୍ ମୁହାଁ କରୋଉଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଯେଉଁ ଫିଲ୍ମ ଜାତୀୟ ସ୍ତରରେ ଆୱାର୍ଡ ଜିତୁଛି ରାଜ୍ୟ ସ୍ତରରେ ସେ ଫିଲ୍ମ ପୁରସ୍କାରରୁ କାଟ ଖାଉଛି । ଯଦିଓ ପୁରସ୍କାର କଳାକାରର ମାନଦଣ୍ଡ ନୁହେଁ ତଥାପି ପ୍ରୋତ୍ସାହନ ପାଇଁ ଜାତୀୟ ସ୍ତରରେ ଯେଉଁମାନେ ଲୋକପ୍ରିୟତା ସାଉଁଟୁଛନ୍ତି ରାଜ୍ୟ ସ୍ତରରେ ସେମାନେ ଅଲୋଡ଼ା , ଅଖୋଜା । ଜାତୀୟ ସ୍ତରରେ ଓଡ଼ିଆ ସିନେମା ପ୍ରଶଂସା ଓ ପୁରସ୍କାର ଜିତୁଛି କିନ୍ତୁ ରାଜ୍ୟ ସ୍ତରରେ ସେଇ ସିନେମା କାହିଁକି ଅବହେଳିତ? ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ  ବର୍ତ୍ତମାନ ବଡ଼ ପ୍ରଶ୍ନ ଜୁରିଙ୍କ ଚୟନ ପ୍ରକ୍ରିୟା ଏବେ ସନ୍ଦେହରେ ।

2023 ମସିହାରେ ପୁଷ୍କରା ଫିଲ୍ମ ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଆୱାର୍ଡ ପାଇଲା କିନ୍ତୁ ରାଜ୍ୟ ସ୍ତରରେ ସେ ସିନେମା ସେତିକି ସଫଳତା ପାଇପାରିଲା ନାହିଁ ।  ଠିକ୍ ସେମିତି ଯଦି ପ୍ରତିକ୍ଷା କଥା ବିଚାରକୁ ନେବେ ଯାହା ଜାତୀୟ ସ୍ତରରେ ପୁରସ୍କୃତ । ଏମିତି କି ଏ ଫିଲ୍ମକୁ ନେଇ ଅନୁପମ ଖେର ଚର୍ଚ୍ଚା ଆଲୋଚନା କଲେ ଏବଂ ହିନ୍ଦୀରେ ଏ ଫିଲ୍ମ ପାଇଁ ପ୍ରସଙ୍ଗ ଆସିଲା କିନ୍ତୁ ରାଜ୍ୟ ସ୍ତରରେ ଏ ସିନେମାକୁ ସେତିକି ସ୍ୱୀକୃତୀ ମିଳିଲା କି? ଖାଲି ଏତିକି ନୁହେଁ  ୧୯୮୫ରେ ଜାତୀୟ ପୁରସ୍କାର ପ୍ରାପ୍ତ ‘ହାକିମ ବାବୁ’ ୨୦୧୪ର ସବ୍ୟସାଚୀ ମହାପାତ୍ରଙ୍କ ‘ଆଦିମ ବିଚାର’, ‘ଶଲା ବୁଢ଼ାର ବଦଲା’ ହେଉ କି ‘ପାହାଡ଼ର ଲୁହ’ କାଲିର ଅତୀତ ଏମିତି ଅନେକ ଫିଲ୍ମ ଅଛି ଯେଉଁଠି ଜାତୀୟ ସ୍ତରରେ ବୱାର୍ଡ ମିଳିଥିଲେ ବି ରାଜ୍ୟ ସ୍ତରରେ ସେତିକି ସମ୍ମାନ ସ୍ୱୀକୃତି ମିଳି ପାରୁନାହିଁ ।

ହକି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାର କଳାକାରଙ୍କୁ ଗୁରୁତ୍ୱ ଦେଇ ଓଡ଼ିଶାର କଳାକାରଙ୍କୁ ଅଣଦେଖା କଲେ, ଏବେକାର ସରକାର ମଧ୍ୟ ବିଭିନ୍ନ ପ୍ରକାରର ମେଳା ମହୋତ୍ସବରେ ବାହାରର ଷ୍ଟାର ମାନଙ୍କୁ ମାତ୍ରାଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ଓଡ଼ିଶାର କଳାକାରଙ୍କ ପାଇଁ ଶୁଭଙ୍କର ନୁହେଁ । ସେମିତି ଯଦି ଆମେ ସିନେମା କଥା ବିଚାର କରିବା ତେବେ ଜାତୀୟ ସ୍ତରରେ ସୁନାମ ସାଉଁଟୁଥିବା ଓଡ଼ିଆ ସିନେମା, କିନ୍ତୁ ରାଜ୍ୟରେ କାଟ୍ ଖାଉଛି। ଯେଉଁ ସିନେମା ଦେଶରେ ପ୍ରଶଂସା ସାଉଁଟୁଛି ରାଜ୍ୟରେ ଚୟନ ପ୍ରକ୍ରିୟାରୁ କେମିତି କଟୁଛି ?ଜୁରିଙ୍କ ବିଜ୍ଞତା ଓ ଚୟନକୁ ନେଇ ପ୍ରଶ୍ନ ଉଠୁଛି । ପ୍ରିୟାପ୍ରୀତି ତୋଷଣରେ ଯୋଗ୍ୟ ବଳିପଡ଼ୁଛନ୍ତିପୁରସ୍କାର ଚୟନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ସହ କାଠଗଡ଼ାରେ ଛିଡ଼ା କରାଉଛି। ତେବେ ପ୍ରଶ୍ନ ଉଠୁଛି ମାପଦଣ୍ଡ କ? ଜୁରି ଚୟନ ଓ ସିନେମା ପୁରସ୍କାର ଲାଗି ମାପଦଣ୍ଡ ସ୍ଥିର ହେବା ଆବଶ୍ୟକ। ଏଥିପାଇଁ ଆୟୋଜକ କମିଟି ହୁଅନ୍ତୁ କି ପୁରସ୍କାର ପ୍ରଦାନ କରୁଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ( ଓ ଏଫ୍‌ଡିସି) ହେଉ କିମ୍ବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ପ୍ରଥମେ ନିର୍ଦ୍ଦେଶାବଳୀ ସହ ମାପଦଣ୍ଡ ଧର୍ଯ୍ୟ କରନ୍ତୁ । ନହେଲେ ସମସ୍ତେ ବିବାଦ ଘେରରେ ରହିବା ଧାର୍ଯ୍ୟ ।

ବିନା ଶବ୍ଦର ଫିଲ୍ମ “ଗାନ୍ଧୀ ଟକ୍‌ସ”

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଗାନ୍ଧୀଙ୍କ ନାଁ କୁ ନେଇ ପରଦାକୁ ଆସୁଛି ନୂଆ ଫିଲ୍ମ। ଯାହାର ନାଁ ରହିଛି ଗାନ୍ଧୀ ଟକ୍ସ। ଯଦିଓ ଏଥିରେ ମହାତ୍ମା ଗାନ୍ଧୀଙ୍କ ଜୀବନିକୁ ନେଇ କୌଣସି ଘଟଣାବଳୀ ନାହିଁ  ତଥାପି ଟାଇଟେଲ ମ୍ୟାଚ୍ କରୁଥିବାରୁ ଫିଲ୍ମର ଭଲ କ୍ରେଜ୍ ରହିଛି।ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀରେ ଏଭଳି ଫିଲ୍ମ ଆଣି ଗାନ୍ଧୀବାଦୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଫିଲ୍ମ ମେକର। ଜାନୁଆରୀ 30 ତାରିଖରେ ପ୍ରେକ୍ଷାଳୟକୁ ଆସିଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଗାନ୍ଧୀ ଟକ୍‌ସସବୁଠୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଏ ଫିଲ୍ମରେ କୌଣସି ଡାଏଲଗ୍ ବା ସଂଳାପ ନାହିଁ। ଫିଲ୍ମର କୌଣସି ଚରିତ୍ର କଥା କହୁ ନାହାନ୍ତି। ବିନା ସଂଳାପରେ ଗତିଶୀଳ ଏହା ଏକ ସାଇଲେଣ୍ଟ ଫିଲ୍ମଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ରହିଛି।ବିଜୟ ସେତୁପତି,ଅଦିତି ରାଓ ହାଇଦରି ଏବଂ ଅରବିନ୍ଦ ସ୍ଵାମୀଙ୍କ ଭଳି ଦକ୍ଷ କଳାକାରଙ୍କ ଅଭିନୟକୁ ନେଇ ସୋସିଆଲ ମିଡିଆରେ ପଜିଟିଭ୍ ରିଭ୍ୟୁର ସଂଖ୍ୟା ବଢୁଛି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ପାଣ୍ଡୁରଙ୍ଗ ବେଲେକରତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଦୁଇଟି ଭିନ୍ନ ସ୍ଥିତିର ମଣିଷଙ୍କୁ ନେଇ ଗତିଶୀଳ। ମୁମ୍ବାଇ ବସ୍ତିରେ ରହୁଥିବା ଜଣେ ବୃଦ୍ଧାଙ୍କ ସେବା କରୁଥିବା ବିଜୟ ସେତୁପତିଙ୍କୁ ଏକ ସରକାରୀ ଚାକିରି ପାଇଁ ୫୦,୦୦୦ ଟଙ୍କାର ଆବଶ୍ୟକତା ରହିଛି। ଅନ୍ୟପଟେ, ଜଣେ କୋଟିପତି ବ୍ୟବସାୟୀ (ଅରବିନ୍ଦ ସ୍ଵାମୀ) ଶତ୍ରୁଙ୍କ ଷଡ଼ଯନ୍ତ୍ର ଯୋଗୁଁ ସର୍ବସ୍ୱ ହରାଇ ଋଣରେ ବୁଡ଼ି ରହିଛନ୍ତି। ଏହି ଦୁଇ ଚରିତ୍ରଙ୍କ ସଂଘର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପରସ୍ପରକୁ କିଭଳି ଭେଟୁଛି, ତାହା ଚଳଚ୍ଚିତ୍ରରେ ଚମତ୍କାର ଢଙ୍ଗରେ ଦର୍ଶାଯାଇଛି। ବିଜୟ ସେତୁପତିଙ୍କ ଚମତ୍କାର ଅଭିନୟ ଏବଂ ଇମୋସନାଲ ଡ୍ୟାନ୍ସ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବବିଶେଷ କରି ଶ୍ରୀକୃଷ୍ଣ ବେଶରେ ତାଙ୍କର ଝଲକ ବେଶ୍ ଆକର୍ଷଣୀୟ ହୋଇଛି। ସେହିପରି ଅରବିନ୍ଦ ସ୍ଵାମୀଙ୍କ ଗମ୍ଭୀର ଅଭିନୟ ମଧ୍ୟ ପ୍ରଶଂସାଯୋଗ୍ୟ।

ସଂଳାପ ନ ଥିବା ଏହି ଚଳଚ୍ଚିତ୍ରର ଅସଲ ମେରୁଦଣ୍ଡ ସାଜିଛି ଏ.ଆର. ରହମାନଙ୍କ ସଙ୍ଗୀତ। ତାଙ୍କର ବ୍ୟାକଗ୍ରଉଣ୍ଡ ସଙ୍ଗୀତ କାହାଣୀର ଭାବନାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି।ଅରବିନ୍ଦ ସ୍ଵାମୀଙ୍କ ଘରେ ବିଜୟଙ୍କ ଚୋରି କରିବା ଦୃଶ୍ୟ ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ପ୍ରଥମ ଭେଟକୁ ଫିଲ୍ମର ଶ୍ରେଷ୍ଠ ଦୃଶ୍ୟ ଭାବେ ଗଣାଯାଉଛି। ଯାହା ଭରପୁର ମନୋରଞ୍ଜନର ମାଧ୍ୟମ। ଏହା ସହିତ ଏ ଫିଲ୍ମ ଏକ ସାଇଲେଣ୍ଟ ବ୍ଲାକ୍ କମେଡି ଡ୍ରାମା ଯାହା ଏକ ଯୁବ ଅସୁରକ୍ଷିତ ଗ୍ରାଜୁଏଟ ମହାଦେବଙ୍କ ଜୀବନ ସମସ୍ୟା, ଚାକିରୀ ପାଇଁ ସଙ୍ଘର୍ଷ ସହିତ ପରିବେଶରେ ଘଟୁଥିବା ଅର୍ଥନୈତିକ ଓ ନୀତିଗତ ପରିବର୍ତ୍ତନକୁ ଦେଖାଯାଏ। ଏହି ଫିଲ୍ମକୁ ଇଣ୍ଟରନାସନାଲ୍ ଫିଲ୍ମ ଫେସ୍ଟିଭାଲ ଅଫ୍ ଇଣ୍ଡିଆ (IFFI) 2023 ରେ ଦେଖାଯାଇଥିଲା ତିନି ବର୍ଷ ପରେ ଗାନ୍ଦୀଙ୍କ ତିରୋଧାନ ଦିବସରେ ହିଁ ଏ ଫିଲ୍ମକୁ ହଲକୁ ଅଣାଯାଇଛି । ଯାହାକୁ ନେଇ ଦର୍ଶକ ମଧ୍ୟ ବେଶ୍ ଉତ୍ସାହିତ।