Posts tagged Pandian

ନବୀନଙ୍କ ମାନସପୁତ୍ରଙ୍କ ଉପରେ ରାଗ ଶୁଝାଇଲେ ଅଂଶୁମାନ

ସ୍ୱର୍ଗତ ଦାମଦୋର ରାଉତଙ୍କ ପୁଅ କହିଲେ ପାଣ୍ଡିଆନ କିଏ ମୁଁ ଚିହ୍ନିନି । ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ କହିଲେଣି ପାଣ୍ଡିଆନ ଏବେ ଅତୀତ । ଯଦି ଦାମ ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତ ଏବଂ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ପାଣ୍ଡିଆନଙ୍କୁ ନେଇ ଏମିତି କହୁଛନ୍ତି, ତାହେଲେ ଅଣଓଡିଆ ଭୈରବ କଣ BJD ପାଇଁ ଅଲୋଡ଼ା ହୋଇଗଲେଣି ?
ସବୁ ବିଗାଡ଼ି ଦେଇଛି ୱାକଫ୍ ସଂଶୋଧନ ବିଲରେ ରାଜ୍ୟସଭାରେ BJDର ଭୋଟିଂ…
ପ୍ରଥମେ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପାଣ୍ଡିଆନଙ୍କ ନାଁ ନନେଇ କହିଲେ ନବୀନ ପଟ୍ଟନାୟକଙ୍କ ମାନସପୁତ୍ର ଦିଲ୍ଲୀରେ BJDକୁ ବିକି ଦେଇଛନ୍ତି

BJP-BJD Deal

ତା ପରେ ନବୀନ ନିବାସରେ Go Back ପାଣ୍ଡିଆନ୍ ନାରା ପଡିଲା। ଏବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ଆସନର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କହିଲେଣି…

  • ପାଣ୍ଡିଆନ ଏବେ ଅତୀତ । ପାଣ୍ଡିଆନଙ୍କ କଥା କାହିଁ ପଚାରୁଛ ? ସେ ସନ୍ନ୍ୟାସ ନେଇ ସାରିଛନ୍ତି,
  • ୱକ୍‌ଫ ସଂଶୋଧନ ବିଲ୍ ସଂପର୍କରେ BJD ସାଂସଦଙ୍କ ଅଭିମୁଖ୍ୟକୁ ନେଇ ଆମେ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ,
  • BJD ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସୁପ୍ରିମୋଙ୍କୁ ଅବଗତ କରିଛୁ,
  • ଯଦି ଡାକନ୍ତି, ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ,
  • ଏହି ଘଟଣା ପଛରେ କିଏ, କାର୍ଯ୍ୟାନୁଷ୍ଠାନ ଦାବି କରିଛୁ
  • ଦେବାଶିଷ ସାମନ୍ତରାୟଙ୍କ ବିରୁଦ୍ଧରେ ‘4 ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟ ଜନକ’ କହି ପାଣ୍ଡିଆନ ଏବଂ ତାଙ୍କ ସମର୍ଥକଙ୍କୁ ଧୋଇଛନ୍ତି ଅଂଶୁମାନ।
SAMBIT ROUT

ଅଂଶୁମାନଙ୍କ ବାପା ଦିବଂଗତ ନଳିନୀ ମହାନ୍ତିଙ୍କୁ ଛାୟା ଦୁର୍ନିତୀ ନାଁରେ ମନ୍ତ୍ରିମଣ୍ଡଳରୁ ହଟାଇ ଥିଲେ, ନବୀନ ପଟ୍ଟନାୟକ

  • ଯେଉଁ ଦୁର୍ନୀତିର ସତ୍ୟାସତ୍ୟ, BJDର 24 ବର୍ଷର ଶାସନ କାଳରେ ମିଳିପାରିଲା ନାହିଁ,
  • ଜୀବନରେ କେବେ ହାରିନଥିବା ନଳିନୀ ମହାନ୍ତିଙ୍କୁ ହରାଇବା ପାଇଁ ମଧ୍ୟ ଚଞ୍ଚକତା କରିଥିଲେ ନବୀନ,
  • ସୀମା ପୁନଃ ନିର୍ଦ୍ଧାରଣ ଆଢୁଆଳରେ 2009ରେ ରାଜନଗର ଆସନର ଭୌଗଳିକ ଚିତ୍ରକୁ ପରିବର୍ତ୍ତନ କଲେ,
  • ଫଳରେ ଅଜାତ ଶତ୍ରୁ ନଳିନୀ ମହାନ୍ତି, ଜୀବନରେ ପ୍ରଥମ ଥର ପାଇଁ ହାରିଲେ ଏବଂ ପରେ ତାଙ୍କର ମୃତ୍ୟୁ ହେଲା।
    ତେବେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କ ଉପରେ ଭରସା କଲେ ରାଜନଗର ଭୋଟର । 2014ରେ କଂଗ୍ରେସ ଟିକେଟରେ ବିଜୟୀ ହେଲେ ଅଂଶୁମାନ
  • କିନ୍ତୁ ଚାଲ୍ କରି ଅଂଶୁମାନଙ୍କୁ 2024 ନିର୍ବାଚନ ପୂର୍ବରୁ BJDରେ ସାମିଲ୍ କରାଇଲେ ପାଣ୍ଡିଆନ ଆଣ୍ଡ କଂପାନୀ,
  • ବିଧାୟକ ପ୍ରାର୍ଥୀ କରିବା ବଦଳରେ ଲୋକସଭା ଆସନରେ ଲଢ଼ାଇଲେ,
  • ଅଂଶୁମାନଙ୍କ ପଲିଟିକାଲ୍ କ୍ୟାରିଅରକୁ ଧୂଳିସାତ୍ କଲେ ନବୀନଙ୍କ ମାନସପୁତ୍ର ଭୈରବ ପାଣ୍ଡିଆନ ।

ଏବେ ବାପା ଏବଂ ତାଙ୍କ ସହ ହୋଇଥିବା ବିଶ୍ୱାସ ଘାତକର ଜବାବ ରଖୁଛନ୍ତି ଅଂଶୁମାନ। ତାଙ୍କ ଟାର୍ଗେଟରେ ପାଣ୍ଡିଆନ ଏବଂ ନିଶାନାରେ ବାପାଙ୍କ ରାଜନୈତିକ ହତ୍ୟାକାରୀ ନବୀନ ପଟ୍ଟନାୟକ।

ନବୀନଙ୍କୁ ଦିଲ୍ଲୀ ନେଇ BJP ସହ କିଏ କରିଛି ଡିଲ୍ ?

ଓ୍ୱାକଫ୍ ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ BJDର ଭୂମିକା ନେଇ କଂଗ୍ରେସର ଆକ୍ଷେପ।
କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଅଭିଯୋଗ

  • “BJP-BJD ମଧ୍ୟରେ ହୋଇଛି ଡିଲ୍‌,
  • ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍‌ କରିଛନ୍ତି ମାନସପୁତ୍ର,
  • BJP ନିକଟରେ ନବୀନଙ୍କୁ ବିକିଛନ୍ତି ମାନସପୁତ୍ର,
  • ଉଭୟେ BJPକୁ ଚାଲିଯିବେ, ବଳି ପଡିବେ ଅନ୍ୟ BJD ନେତା,
  • ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ୍ ହୋଇଥିବା କହିଲେ ଭକ୍ତ ଦାସ ।

ତେବେ BJD ସଭାପତି ନବୀନ ପଟ୍ଟନାୟକ ଅବିବାହିତ ।
ନବୀନଙ୍କ ମାନସପୁତ୍ର ଭାବେ ଭୈରବ ପାଣ୍ଡିଆନଙ୍କୁ ଇଙ୍ଗିତ କରିଥାଇ ପାରନ୍ତି ଭକ୍ତ ଦାସ
!

  • ୱାକଫ ବିଲକୁ ନେଇ BJDର 7 ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସମନ୍ୱୟ ନଥିଲା,
  • ଓ୍ୱାକଫ୍ ବିଲ୍ ସଂପର୍କରେ BJD ପକ୍ଷରୁ ହୁଇପ୍ ଜାରି ହୋଇନଥିଲା,
  • ବିବେକ ଅନୁସାରେ ଭୋଟ୍ ଦେବାକୁ ସାଂସଦ ମାନଙ୍କୁ ସ୍ୱାଧିନତା ଦିଆ ଯାଇଥିଲା,
  • ସାଂସଦ ମୁନା ଖାଁ ଓ୍ୱାକଫ୍ ବିଲକୁ ବିରୋଧ କରୁଥିଲେ,
  • କିନ୍ତୁ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି,
  • ଅନ୍ୟପକ୍ଷରେ ସାଂସଦ ଦେବାଶିଷ ସାମନ୍ତରାୟ ଭୋଟ୍ ଦେଲେ ନାହିଁ,
  • BJDର ଅନ୍ୟ 4 ଜଣ ସାଂସଦଙ୍କ ଭୂମିକା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ 5 ସେପ୍ଟମ୍ବର 2024ରେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ମାନଙ୍କୁ ଶଙ୍ଖ ଭବନରେ ଭେଟି ଓ୍ୱାକଫ୍ ସଂଶୋଧନ ବିଲକୁ BJD ବିରୋଧ କରିବ ବୋଲି ନବୀନ ପଟ୍ଟନାୟକ କହିଥିଲେ।
କିନ୍ତୁ ଖଣିଜ ପରିବହନ ଦୁର୍ନୀତିକୁ ନେଇ କେନ୍ଦୁଝର BJD ନେତା ରାଜା ଚକ୍ର ଗିରଫ ହେବା ପରେ ବିଧାନସଭା ବଜେଟ୍ ଅଧିବେଶନରେ ଅନୁପସ୍ଥିତ ରହି ନବୀନ ପଟ୍ଟନାୟକ ସଙ୍ଗେ ସଙ୍ଗେ ଦିଲ୍ଲୀ ଯାଇଥିଲେ । ଭୈରବ ପାଣ୍ଡିଆନ ମଧ୍ୟ ନବୀନଙ୍କ ସହ ଲଗାତର 2 ଥର ଦିଲ୍ଲୀ ଧାଇଁଥିଲେ।
ଯଦି ଭକ୍ତ ଦାସଙ୍କ BJP-BJDର ଡିଲ୍‌ ଅଭିଯୋଗରେ ସତ୍ୟତା ଅଛି, ତାହେଲେ ପାଣ୍ଡିଆନାଙ୍କ ପାଇଁ ନବୀନ ପଟ୍ଟନାୟକ, ଓ୍ୱାକଫ ବିଲ୍ ସଂପର୍କରେ ଜାଣିଶୁଣି ଗୋଳିଆ ପରିସ୍ଥିତି ସୃଷ୍ଟି କରିନାହାଁନ୍ତି ତ ?