Posts tagged Pandian

Happy Birthday ନବୀନ ପଟ୍ଟନାୟକ

“ଆପଣମାନେ ଖୁସି ତ, ମୁଁ ବି ଖୁସି” ଏ ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସଂକ୍ଷିପ୍ତ ସ୍ଲୋଗାନ, କିନ୍ତୁ ଅତି ଲୋକପ୍ରିୟ। ନବୀନ ପଟ୍ଟନାୟକ ୧୬ ଅକ୍ଟୋବର ୨୦୨୬ରେ ୮୦ ବର୍ଷରେ ପାଦ ଥାପିଛନ୍ତି । ୫୧ ବର୍ଷ ବୟସ ପର୍ଯ୍ୟନ୍ତ ରାଜନୀତିର ଧାର ଧରିନଥିବା ନବୀନ ପଟ୍ଟନାୟକ, ବାପାଙ୍କର ଦେହାନ୍ତ ପରେ ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି । ୧୭ ଏପ୍ରିଲ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ଓଡ଼ିଶା ପଲିଟିକ୍ସରେ ସୃଷ୍ଟି ହୋଇଥିଲା ବିରାଟ ଶୂନ୍ୟସ୍ଥାନ। ଅନୁକମ୍ପାକୁ ଆଶ୍ରା କରି ଲୋଡ଼ା ପଡ଼ିଲେ ବିଜୁ ପରିବାର ସଦସ୍ୟ। ମାତ୍ର ବିଜୁଙ୍କ ବଡ଼ ପୁଅ ପ୍ରେମ୍, ଝିଅ ଗୀତା ମେହେଟ୍ଟା ଏବଂ ସ୍ତ୍ରୀ ଜ୍ଞାନ ପଟ୍ଟନାୟକ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ପଟ୍ଟନାୟକ ଶେଷ ସାହାରା ସାଜିଲେ।ବିଜୁଙ୍କ ସମର୍ଥକ ମାନଙ୍କର କଥା ଭାଙ୍ଗି ନପାରି ରାଜନୀତିକୁ ଏଣ୍ଟ୍ରି କଲେ ନବୀନ । ୧୯୯୭ ଜୁନରେ ଜନତା ଦଳରେ ସାମିଲ ହେଲେ । ଆସିକା ଲୋକସଭା ଆସନରୁ ବିଜୟୀ ହୋଇ ନିର୍ବାଚନ ପଲିଟିକ୍ସର ଫାଷ୍ଟ ଷ୍ଟେପ୍ ଚଢ଼ିଲେ। ତା’ପରେ ୨୬ ଡିସେମ୍ବର ୧୯୯୭ରେ ନବଗଠିତ ବିଜୁ ଜନତା ଦଳରେ ଯୋଗଦେଲେ । ବିଜୁ ଜନତା ଦଳ ଓ ବିଜେପି ମେଣ୍ଟର ପ୍ରାର୍ଥୀ ନବୀନ ପଟ୍ଟନାୟକ ୧୯୯୮ରେ ପୁଣି ଆସିକା ଭୋଟରଙ୍କ ଆସ୍ଥାଭାଜନ ହେଲେ । ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ୱାସ ଜିଣି କେନ୍ଦ୍ର ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କଲେ ନବୀନ ।

୧୯୯୯ରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଗାଦିରୁ ହଟି ସାରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।। ଅଞ୍ଜନାଙ୍କ ମାମଲା ଓଡ଼ିଶା କଂଗ୍ରେସକୁ ଢେର୍ ପଛକୁ ଠେଲିଦେଲା। ଅଞ୍ଜନାକୁ ମୁଦ୍ଦା କରି ବିଧାନସଭା ନିର୍ବାଚନକୁ ଓହ୍ଲାଇଲା ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି।୨୦୦୦ ମସିହାରେ ହିଞ୍ଜିଳି ଆସନରୁ ବିଧାନସଭାକୁ ଏଣ୍ଟ୍ରି କଲେ ନବୀନ। BJD–BJPର ମେଣ୍ଟ ଆଗରେ ଚିତପଟାଙ୍ଗ ମାରିଲା କଂଗ୍ରେସ। ୨୦୦୦ ନିର୍ବାଚନରେ BJD ଏକାକି ୬୮ ସିଟ ହାତେଇବା ସହ BJP ୩୮ଟି ଆସନ ହାସଲ କରେ । କଂଗ୍ରେସ ମାତ୍ର ୨୬ଟି ଆସନରେ ସୀମିତ ରୁହେ। ସେଇଠୁ ହିଁ ଆରମ୍ଭ ହେଲଷ ନବୀନଙ୍କର ମୁଖ୍ୟମନ୍ତ୍ରୀ ଇନିଂସ । ମାତ୍ର ୨୦୦୯ରେ ନବୀନଙ୍କ ପାଇଁ ଆସିଥିଲା ଅଗ୍ନୀ ପରୀକ୍ଷା। ବିଜେପି ଠାରୁ ଅଲଗା ହୋଇ ଇଲେକ୍ସନ୍ ଲଢିବାକୁ ନିଷ୍ପତ୍ତି ନେଲେ ବିଜେଡି ସୁପ୍ରିମୋ। ସେଥିରେ ସଫଳ ମଧ୍ୟ ହେଲେ। ବିଜେଡିକୁ ଏକାକୀ ୧୨୩ ଆସନ ମିଳିଲା। 2014 ଓ 2019 ନିର୍ବାଚନରେ ନବୀନଙ୍କୁ ମିଳିଲା ଅପ୍ରତିଦ୍ୱନ୍ଦ୍ୱୀର ମୁକୁଟ । କିନ୍ତୁ 2000 ମସିହାରୁ 2019 ନିର୍ବାଚନ ଯାଏଁ ନବୀନଙ୍କ ବିଜୟର ସିକ୍ରେଟ୍ ଥିବା ମଲିଟିପୁଲ୍ ପାଓ୍ୱାର ସେଣ୍ଟରରେ ପଡିଗଲା ତାଲା । 2020 ମସିହାରୁ ବିଜୁ ଜନତା ଦଳ ସରକାର ଏବଂ ପାର୍ଟିର ସମସ୍ତ ଡିସିସନ୍ ନେଲେ ଭୈରବ ପାଣ୍ଡିଆନ୍ । ବିଜେଡିର ବରିଷ୍ଠ ନେତାମାନଙ୍କର ଗୁରୁତ୍ୱ ରହିଲା ନାହିଁ, କିମ୍ବା ବରିଷ୍ଠ ଅଫିସର ମାନଙ୍କ ମତାମତ ଆଉ ଲୋଡିଲେ ନାହିଁ ନବୀନ । ଏକମାତ୍ର ଡିସିସିନ୍ ମେକର ହୋଇଗଲେ ପାଣ୍ଡିଆନ । ଅଣଓଡ଼ିଆ ଆଇଏଏସ ଅଫିସର ଭୈରବ ପାଣ୍ଡିଆନଙ୍କ ମୋହରେ ନବୀନ, ନିଜର ଅନ୍ୟ ସମସ୍ତ ବିଶ୍ୱସ୍ଥ ଲୋକଙ୍କୁ ହରାଇଲେ । ଯାହାର ଫଳ ଭୋଗିଲେ ନବୀନ ନିଜେ । ଅପରାଜୟ ନବୀନ 2024ରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ପରାଜୟର ସ୍ୱାଦ ଚାଖିଲେ । ଆଉ ଷଷ୍ଠ ଥରର ମୁଖ୍ୟମନ୍ତ୍ରୀ ହେବାର ଆଶା, ସ୍ୱପ୍ନରେ ରହିଗଲା। ଯଦି ପାଣ୍ଡିଆନଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ଭରସା କରିଥାନ୍ତେ, ହୁଏତ ନବୀନ ପଟ୍ଟନାୟକଙ୍କର ନିଜର 80 ତମ ଜନ୍ମଦିନ ବିରୋଧି ଦଳର ନେତା ଭାବେ ନୁହେଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପାଳନ କରିଥାନ୍ତେ ।

ଯିଏ ଭୁଲ ଧରିବେ, ସେ BJDରୁ ବିଦା ହେବେ

  • ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, BJDରୁ ନିଲମ୍ବିତ
  • BJD ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ୱନ
  • କିନ୍ତୁ ନିଲମ୍ବନ ପୂର୍ବରୁ BJDରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ
  • ଦଳ ଠିକ୍ ନ ଚାଲିଲେ, BJD ଛାଡ଼ିବେ ବୋଲି ସେପ୍ଟେମ୍ବର 11 ତାରିଖରେ କହିଥିଲେ ପ୍ରଫୁଲ୍ଲ
  • ବିରୋଧୀ ଦଳ ଭାବେ BJD ସଠିକ୍ ଭୂମିକା ନିର୍ବାହ କରୁନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ
  • ନିଜ ପ୍ରତିକ୍ରିୟାର ପରଦିନ ଅର୍ଥାତ ସେପ୍ଟେମ୍ବର 12 ସକାଳୁ ବ୍ୟକ୍ତିଗତ କାରଣ ଦର୍ଶାଇ, BJDର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଫୁଲ ମଲ୍ଲିକ
  • ତାଙ୍କ ଉପରେ BJD ଆସ୍ଥା ପ୍ରକଟ କରିଥିବାରୁ ଦଳ ପ୍ରତି କୃତଜ୍ଞତା ଜଣାଇ, BJD ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଲେ ।
PRAFULLA MALLIK RESIGHN
ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା

ଅନ୍ୟପଟେ ବିଜୁ ଜନତା ଦଳରେ ଥିବା ପାଣ୍ଡିଆନ ସମର୍ଥକ, ପ୍ରତାପ ଜେନାଙ୍କ ଦସ୍ତଖତରେ ସେପ୍ଟେମ୍ବର 12ରେ ଜାରି ହେଲା ଏକ ପ୍ରେସ ରିଲିଜ୍। BJD ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶାଗଲା ଯେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ପ୍ରଫୁଲ୍ଲ ମଲ୍ଲିକ।

କିନ୍ତୁ ବାସ୍ତବ କଥା ହେଉଛି BJDର ଅଧିକାଂଶ ବରିଷ୍ଠ ନେତାଙ୍କ ସହ ଭୈରବ ପାଣ୍ଡିଆନଙ୍କର ପଟୁ ନାହିଁ। ସେଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ବରିଷ୍ଠ ନେତାଙ୍କୁ କୋଣଠେସା କରିବାକୁ ଚାହୁଁଛନ୍ତି ପାଣ୍ଡିଆନ। ଆଉ ପାଣ୍ଡିଆନଙ୍କର ଢ଼ାଲ ହୋଇଛନ୍ତି ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କ ମୋହରେ ନବୀନ ଏମିତି ବାୟା ଯେ କାମକ୍ଷା ନଗର ଆସନରୁ 4 ଥରର ବିଧାୟକ ହୋଇଥିବା ପ୍ରଫୁଲ ମଲ୍ଲିକଙ୍କୁ ଦଳ ଛାଡିବା ଲାଗି ବାଧ୍ୟ କରାଗଲା।
ସେପଟେ ପାଣ୍ଡିଆନ ନିଜର ହୁକମାତି ଜାହିର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ପରେ, ତାଙ୍କୁ ଦଳରୁ ନିଲମ୍ବନ କରାଯିବାର ଭୁଲ ଖବରକୁ ବଜାରକୁ ଛଡା ଯାଉଛି। ଯେମିତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ନବୀନ ପଟ୍ଟନାୟକ ମିଛ କହିଥିଲେ।

ଗତ ଏପ୍ରିଲ 9 ତାରିଖରେ ନବୀନ ପଟ୍ଟନାୟକ କହିଲେ ଯେ ପ୍ରଭାତ ତ୍ରିପାଠୀ BJDରେ ନାହାଁନ୍ତି । ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଭାତଙ୍କୁ ନିଲମ୍ବନ କରାଯାଇଛି। କିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ ପ୍ରଭାତ ତ୍ରିପାଠୀଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ଉଠାଇଥିଲେ ନବୀନ । ଏପରିକି 2019ର ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ ଓ ପ୍ରଭାତ ତ୍ରିପାଠୀ ଏକାଠି ଭାଷଣ ଦେଇଥିଲେ। କିନ୍ତୁ 2025 ଏପ୍ରିଲରେ ନବୀନଙ୍କ ନୟନ ପିତୁଳା ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିଲେ ପ୍ରଭାତ ତ୍ରିପାଠୀ। ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀ ବିଜୁ ଜନତା ଦଳରେ ନାହାଁନ୍ତି ବୋଲି ମିଛ କହିଥିଲେ ନବୀନ ପଟ୍ଟନାୟକ ।ଆଉ ସେପ୍ଟମ୍ବର 12 ତାରିଖରେ ଇତିହାସର ହେଲା ପୁନରାବୃତ୍ତି । ପୁଣି ପାଣ୍ଡିଆନଙ୍କ ପାଇଁ ପ୍ରତାପ ଜେନା ମିଛ କହିଲେ । ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ BJDରୁ ନିଲମ୍ବନ କରାଯିବା ନାଟକ ରଚାଗଲା।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

ନବୀନଙ୍କ ମାନସପୁତ୍ରଙ୍କ ଉପରେ ରାଗ ଶୁଝାଇଲେ ଅଂଶୁମାନ

ସ୍ୱର୍ଗତ ଦାମଦୋର ରାଉତଙ୍କ ପୁଅ କହିଲେ “ପାଣ୍ଡିଆନ କିଏ ମୁଁ ଚିହ୍ନିନି” । ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ କହିଲେଣି “ପାଣ୍ଡିଆନ ଏବେ ଅତୀତ” । ଯଦି ଦାମ ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତ ଏବଂ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ପାଣ୍ଡିଆନଙ୍କୁ ନେଇ ଏମିତି କହୁଛନ୍ତି, ତା’ହେଲେ ଅଣଓଡିଆ ଭୈରବ କଣ BJD ପାଇଁ ଅଲୋଡ଼ା ହୋଇଗଲେଣି ?
ସବୁ ବିଗାଡ଼ି ଦେଇଛି ୱାକଫ୍ ସଂଶୋଧନ ବିଲରେ ରାଜ୍ୟସଭାରେ BJDର ଭୋଟିଂ…
ପ୍ରଥମେ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପାଣ୍ଡିଆନଙ୍କ ନାଁ ନନେଇ କହିଲେ “ନବୀନ ପଟ୍ଟନାୟକଙ୍କ ମାନସପୁତ୍ର ଦିଲ୍ଲୀରେ BJDକୁ ବିକି ଦେଇଛନ୍ତି”।

BJP-BJD Deal

ତା ପରେ ନବୀନ ନିବାସରେ Go Back ପାଣ୍ଡିଆନ୍ ନାରା ପଡିଲା। ଏବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ଆସନର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କହିଲେଣି…

  • ପାଣ୍ଡିଆନ ଏବେ ଅତୀତ । ପାଣ୍ଡିଆନଙ୍କ କଥା କାହିଁ ପଚାରୁଛ ? ସେ ସନ୍ନ୍ୟାସ ନେଇ ସାରିଛନ୍ତି,
  • ୱକ୍‌ଫ ସଂଶୋଧନ ବିଲ୍ ସଂପର୍କରେ BJD ସାଂସଦଙ୍କ ଅଭିମୁଖ୍ୟକୁ ନେଇ ଆମେ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ,
  • BJD ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସୁପ୍ରିମୋଙ୍କୁ ଅବଗତ କରିଛୁ,
  • ଯଦି ଡାକନ୍ତି, ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ,
  • ଏହି ଘଟଣା ପଛରେ କିଏ, କାର୍ଯ୍ୟାନୁଷ୍ଠାନ ଦାବି କରିଛୁ
  • ଦେବାଶିଷ ସାମନ୍ତରାୟଙ୍କ ବିରୁଦ୍ଧରେ ‘4 ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟ ଜନକ’ କହି ପାଣ୍ଡିଆନ ଏବଂ ତାଙ୍କ ସମର୍ଥକଙ୍କୁ ଧୋଇଛନ୍ତି ଅଂଶୁମାନ।
SAMBIT ROUT

ଅଂଶୁମାନଙ୍କ ବାପା ଦିବଂଗତ ନଳିନୀ ମହାନ୍ତିଙ୍କୁ ଛାୟା ଦୁର୍ନିତୀ ନାଁରେ ମନ୍ତ୍ରିମଣ୍ଡଳରୁ ହଟାଇ ଥିଲେ, ନବୀନ ପଟ୍ଟନାୟକ

  • ଯେଉଁ ଦୁର୍ନୀତିର ସତ୍ୟାସତ୍ୟ, BJDର 24 ବର୍ଷର ଶାସନ କାଳରେ ମିଳିପାରିଲା ନାହିଁ,
  • ଜୀବନରେ କେବେ ହାରିନଥିବା ନଳିନୀ ମହାନ୍ତିଙ୍କୁ ହରାଇବା ପାଇଁ ମଧ୍ୟ ଚଞ୍ଚକତା କରିଥିଲେ ନବୀନ,
  • ସୀମା ପୁନଃ ନିର୍ଦ୍ଧାରଣ ଆଢୁଆଳରେ 2009ରେ ରାଜନଗର ଆସନର ଭୌଗଳିକ ଚିତ୍ରକୁ ପରିବର୍ତ୍ତନ କଲେ,
  • ଫଳରେ ଅଜାତ ଶତ୍ରୁ ନଳିନୀ ମହାନ୍ତି, ଜୀବନରେ ପ୍ରଥମ ଥର ପାଇଁ ହାରିଲେ ଏବଂ ପରେ ତାଙ୍କର ମୃତ୍ୟୁ ହେଲା।
    ତେବେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କ ଉପରେ ଭରସା କଲେ ରାଜନଗର ଭୋଟର । 2014ରେ କଂଗ୍ରେସ ଟିକେଟରେ ବିଜୟୀ ହେଲେ ଅଂଶୁମାନ
  • କିନ୍ତୁ ଚାଲ୍ କରି ଅଂଶୁମାନଙ୍କୁ 2024 ନିର୍ବାଚନ ପୂର୍ବରୁ BJDରେ ସାମିଲ୍ କରାଇଲେ ପାଣ୍ଡିଆନ ଆଣ୍ଡ କଂପାନୀ,
  • ବିଧାୟକ ପ୍ରାର୍ଥୀ କରିବା ବଦଳରେ ଲୋକସଭା ଆସନରେ ଲଢ଼ାଇଲେ,
  • ଅଂଶୁମାନଙ୍କ ପଲିଟିକାଲ୍ କ୍ୟାରିଅରକୁ ଧୂଳିସାତ୍ କଲେ ନବୀନଙ୍କ ମାନସପୁତ୍ର ଭୈରବ ପାଣ୍ଡିଆନ ।

ଏବେ ବାପା ଏବଂ ତାଙ୍କ ସହ ହୋଇଥିବା ବିଶ୍ୱାସ ଘାତକର ଜବାବ ରଖୁଛନ୍ତି ଅଂଶୁମାନ। ତାଙ୍କ ଟାର୍ଗେଟରେ ପାଣ୍ଡିଆନ ଏବଂ ନିଶାନାରେ ବାପାଙ୍କ ରାଜନୈତିକ ହତ୍ୟାକାରୀ ନବୀନ ପଟ୍ଟନାୟକ।

ନବୀନଙ୍କୁ ଦିଲ୍ଲୀ ନେଇ BJP ସହ କିଏ କରିଛି ଡିଲ୍ ?

ଓ୍ୱାକଫ୍ ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ BJDର ଭୂମିକା ନେଇ କଂଗ୍ରେସର ଆକ୍ଷେପ।
କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଅଭିଯୋଗ
…

  • “BJP-BJD ମଧ୍ୟରେ ହୋଇଛି ଡିଲ୍‌,
  • ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍‌ କରିଛନ୍ତି ମାନସପୁତ୍ର,
  • BJP ନିକଟରେ ନବୀନଙ୍କୁ ବିକିଛନ୍ତି ମାନସପୁତ୍ର,
  • ଉଭୟେ BJPକୁ ଚାଲିଯିବେ, ବଳି ପଡିବେ ଅନ୍ୟ BJD ନେତା,
  • ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ୍” ହୋଇଥିବା କହିଲେ ଭକ୍ତ ଦାସ ।

ତେବେ BJD ସଭାପତି ନବୀନ ପଟ୍ଟନାୟକ ଅବିବାହିତ ।
ନବୀନଙ୍କ ମାନସପୁତ୍ର ଭାବେ ଭୈରବ ପାଣ୍ଡିଆନଙ୍କୁ ଇଙ୍ଗିତ କରିଥାଇ ପାରନ୍ତି ଭକ୍ତ ଦାସ
!

  • ୱାକଫ ବିଲକୁ ନେଇ BJDର 7 ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସମନ୍ୱୟ ନଥିଲା,
  • ଓ୍ୱାକଫ୍ ବିଲ୍ ସଂପର୍କରେ BJD ପକ୍ଷରୁ ହୁଇପ୍ ଜାରି ହୋଇନଥିଲା,
  • ବିବେକ ଅନୁସାରେ ଭୋଟ୍ ଦେବାକୁ ସାଂସଦ ମାନଙ୍କୁ ସ୍ୱାଧିନତା ଦିଆ ଯାଇଥିଲା,
  • ସାଂସଦ ମୁନା ଖାଁ ଓ୍ୱାକଫ୍ ବିଲକୁ ବିରୋଧ କରୁଥିଲେ,
  • କିନ୍ତୁ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି,
  • ଅନ୍ୟପକ୍ଷରେ ସାଂସଦ ଦେବାଶିଷ ସାମନ୍ତରାୟ ଭୋଟ୍ ଦେଲେ ନାହିଁ,
  • BJDର ଅନ୍ୟ 4 ଜଣ ସାଂସଦଙ୍କ ଭୂମିକା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ 5 ସେପ୍ଟମ୍ବର 2024ରେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ମାନଙ୍କୁ ଶଙ୍ଖ ଭବନରେ ଭେଟି ଓ୍ୱାକଫ୍ ସଂଶୋଧନ ବିଲକୁ BJD ବିରୋଧ କରିବ ବୋଲି ନବୀନ ପଟ୍ଟନାୟକ କହିଥିଲେ।
କିନ୍ତୁ ଖଣିଜ ପରିବହନ ଦୁର୍ନୀତିକୁ ନେଇ କେନ୍ଦୁଝର BJD ନେତା ରାଜା ଚକ୍ର ଗିରଫ ହେବା ପରେ ବିଧାନସଭା ବଜେଟ୍ ଅଧିବେଶନରେ ଅନୁପସ୍ଥିତ ରହି ନବୀନ ପଟ୍ଟନାୟକ ସଙ୍ଗେ ସଙ୍ଗେ ଦିଲ୍ଲୀ ଯାଇଥିଲେ । ଭୈରବ ପାଣ୍ଡିଆନ ମଧ୍ୟ ନବୀନଙ୍କ ସହ ଲଗାତର 2 ଥର ଦିଲ୍ଲୀ ଧାଇଁଥିଲେ।
ଯଦି ଭକ୍ତ ଦାସଙ୍କ BJP-BJDର ଡିଲ୍‌ ଅଭିଯୋଗରେ ସତ୍ୟତା ଅଛି, ତାହେଲେ ପାଣ୍ଡିଆନାଙ୍କ ପାଇଁ ନବୀନ ପଟ୍ଟନାୟକ, ଓ୍ୱାକଫ ବିଲ୍ ସଂପର୍କରେ ଜାଣିଶୁଣି ଗୋଳିଆ ପରିସ୍ଥିତି ସୃଷ୍ଟି କରିନାହାଁନ୍ତି ତ ?