Posts tagged Pahalgam

ପହଲଗାମ ପ୍ରତିଶୋଧ,ଆତଙ୍କୀ ନିପାତ

ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ କଡ଼ା ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ସିନ୍ଦୂର’ ପରିଚାଳନା କରି ଭାରତ ସଫଳ ହୋଇଛି । ପାକିସ୍ତାନ ଭିତରେ ପଶି ଭୟଙ୍କର ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଏ ଆକ୍ରମଣରେ ଟାର୍ଗେଟ କରାଯାଇନି । ଅପରେସନ୍ ସିନ୍ଦୂରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ଆକ୍ରମଣ ହୋଇଛି । ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ।

ସକାଳୁ ସର୍ବନାଶ
 ରାତି ୧ଟା ୫୪ ଆରମ୍ଭ ହୋଇଛି ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବୋମା ବର୍ଷିଛି । ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଛି ଆତଙ୍କୀ ଗଡ଼ । ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ଠିକଣା ଉପରେ ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରିଛି ଭାରତୀୟ ସଶସ୍ତ୍ର ବଳ । ଟାର୍ଗେଟ୍‌ରେ ଥିଲା ଜୈସ୍‌-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ଆଡ୍ଡା । ମୋଟ ୯ଟି ଠିକଣାରେ ପ୍ରଚଣ୍ଡ ଆକ୍ରମଣ ହୋଇଛି । ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।         ହେଡକ୍ୱାର୍ଟର ସର୍ବନାଶ
ଜୈସ୍-ଏ-ମହମ୍ମଦର(JeM) ଗଡ଼ ପାକିସ୍ତାନର ବହାବଲପୁର ସହର ଆତଙ୍କୀଙ୍କ  ହେଡକ୍ୱାର୍ଟର । ଏହି ସହର ଲାହୋରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ । ଏଠି ‘ଜମିୟା ମସଜିଦ୍ ସୁହାନ ଅଲ୍ଲା’ ପରିସରରେ JeM ହେଡ ଅଫିସ  ରହିଛି । ୧୮ ଏକର ଜମିରେ ନିର୍ମିତ ହୋଇଥିବା ଏହି ଆତଙ୍କୀ ଶିବିର JeM ସଂଗଠନ ପାଇଁ ଭର୍ତ୍ତି, ଫଣ୍ଡିଂ, ଟ୍ରେନିଂର କେନ୍ଦ୍ର ଅଟେ । ଭାରତର ଅପରେସନ ଟାର୍ଗେଟରେ ଏହି ମସଜିଦ୍‌ ରହିଥିଲା । JeMର ପ୍ରତିଷ୍ଠାତା ମସୁଦ ଆଝାରର ଏଠାର କଡ଼ା ସୁରକ୍ଷା ଭିତରେ ଥାଏ । ଆକ୍ରମଣରେ ତାର ବଂଶନାଶ ହୋଇଛି ।

ଆକ୍ସନ ମୋଡରେ ସରକାର,ଭାଙ୍ଗିଲା ଆତଙ୍କବାଦୀର ଘର

ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ କଡ଼ା ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀଆତଙ୍କବାଦୀଙ୍କ ଭୂଖଣ୍ଡ ମାଟିରେ ମିଶାଇଦେବାକୁ ପଞ୍ଚାୟତିରାଜ ଦିବସ ଅବସରରେ ବିହାର ମାଟିରୁ ଦେଇଥିଲେ  ରଣହୁଙ୍କାର । ଆକ୍ରମଣକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ, କଳ୍ପନାଠୁ ବି ଅଧିକ ଦଣ୍ଡ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବ, ବିନା ଦଣ୍ଡରେ ଆତଙ୍କବାଦୀ ଖସି ପାରିବେନି ବୋଲି କହିଥିଲେ ମୋଦୀ। ଆତଙ୍କବାଦୀଙ୍କ ସମର୍ଥନକାରୀଙ୍କୁ ମଧ୍ୟ କଠୋର ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲା ବେଳେ ମାଟିରେ ମିଶିଛି ଆତଙ୍କବାଦୀ ଆସିଫ୍ ଶେଖ୍‌ଆଦିଲ ଗୁରିର ଘର।

ଆଇଡି ବିସ୍ଫୋରଣରେ ଆତଙ୍କବାଦୀଙ୍କ ଘର ଉଡାଇ ଦିଆଯାଇଛି । ଜମ୍ମୁ-କାଶ୍ମୀରର ତ୍ରାଲ ଓ ବିଜ୍‌ବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଭାରତୀୟ ସେନା । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଆସିଫ୍‌ର ସମ୍ପୃକ୍ତି ଥିବା ସନ୍ଦେହରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେଉଁ ସ୍କେଚ୍ ଓ ଫଟୋ ଜାରି କରାଯାଇଥିଲା। ସେଥିରେ ଆସିଫ୍‌ ଓ ଆଦିଲ ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି । ମୋଦିଙ୍କ କଥାକୁ 24 ଘଣ୍ଟା ନ ପୁରୁଣୁ ମାଟିରେ ମିଶିଛି ଆତଙ୍କବାଦୀଙ୍କ ଭୂଖଣ୍ଡ ।