Posts tagged Orissa High Court

ହାଇକୋର୍ଟ ଆସିବେନି ଆଡଭୋକେଟ

ଓଡ଼ିଶା ହାଇକୋର୍ଟରେ କମୁଛନ୍ତି ବିଚାରପତି। ଅଧାରୁ ଅଧିକ ବିଚାରପତି ପଦ ଫାଙ୍କା। ଯାହାକୁ ବିରୋଧ କରି ଅକ୍ଟୋବର 1 ତାରିଖରେ କୋର୍ଟ ବର୍ଜନ କରିବେ ଆଇନଜୀବୀ। କେସ୍ ଲଢିବେନି କୌଣସି ଆଡଭୋକେଟ। ଏ ନେଇ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍। ଜଷ୍ଟିସ୍ ନିଯୁକ୍ତିରେ ଡବଲ ଇଞ୍ଜିନ୍ ସରକାରଙ୍କଠୁ ନିରାଶ ହେଲା ପରେ ରାଜ୍ୟପାଳଙ୍କୁ ଦେବେ ସ୍ମାରକୀ ପତ୍ର। କେବଳ ସେତିକି ନୁହେଁ ତୁରନ୍ତ ଜଷ୍ଟିସ୍ ନିଯୁକ୍ତି କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀ,ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଜଣେଇବେ। ଆଉ ଯଦି ଦାବି ପୂରଣ ନ ହୁଏ ଆନଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍। ହାଇକୋର୍ଟରେ ଜଷ୍ଟିସ୍ ନିଯୁକ୍ତି ନ ହେଲେ ଆନ୍ଦୋଳନ ତୀବ୍ର କରିବେ ହାଇକୋର୍ଟ ଓକିଲ। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରପ୍ରାପ୍ତ 34 ବିଚାରପତି ପଦରୁ 19ଟି ପଦ ଖାଲି ପଡ଼ିଛି। ଆସନ୍ତା ନଭେମ୍ବର 11 ତାରିଖରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେ।ନଭେମ୍ବର 15 ତାରିଖରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ସରିବ।ବିଚାରପତିଙ୍କ ସଂଖ୍ୟା 13 ହୋଇଯିବ।ହାଇକୋର୍ଟରେ ପାଖାପାଖି ୧୭ ଲକ୍ଷ କେସ୍ ପେଣ୍ଡିଂ ରହିଛି। ଜଷ୍ଟିସଙ୍କ ଅଭାବରୁ କେସର ବିଚାର ହୋଇପାରୁନି। ଫଳରେ ହଜାର ହଜାର ଆବେଦନକାରୀ ନିରାଶ ହେଉଛନ୍ତି। ପ୍ରୋବ୍ଲେମରେ ପଡୁଛନ୍ତି ଆଡଭୋକେଟ।

ବିଜେପି ସରକାରକୁ ଆସିବା ପରେ ହାଇକୋର୍ଟ ଜଷ୍ଟିସ୍ ନିଯୁକ୍ତି କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରରେ କିଛି ବି ଫାଇଦା ମିଳିନି। ଦୁଇ ଦୁଇ ଥର ନିରାଶ ହେଲାଣି ଓଡ଼ିଶା।  ଗତ ଅଗଷ୍ଟ 8 ତାରିଖରେ 30 ଜଣ ଜଷ୍ଟିସ ଓ ସେପ୍ଟେମ୍ବର 19 ତାରିଖରେ 14 ଜଣ ଜଷ୍ଟିସଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ମାତ୍ର ଦୁର୍ଭାଗ୍ୟ ଦୁଇ ଥର ଜାକ ଓଡ଼ିଶାର ଭାଗ ପଡ଼ିଲାନି।  ଏମିତିକି ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍, 4ଜଣ ଓଡ଼ିଆ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଥିଲା। ମାତ୍ର କୌଣସି ସଫଳତା ମିଳିଲାନି । ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାକୁ ମିଳିଲା ଡବଲ ଧୋକା। ଦିଲ୍ଲୀ, ଜାମ୍ମୁ କାଶ୍ମୀର ଓ ଲଦାଖ, ଝାଡ଼ଖଣ୍ଡ ଏବଂ କର୍ଣାଟକ ସେମତ ଅନ୍ୟ ହାଇକୋର୍ଟଗୁଡ଼ିକରେ ତୁରନ୍ତ ବିଚାରପତି ନିଯୁକ୍ତି କରାଯାଉଥିବା ବେଳେ ଓଡ଼ିଶା ହାଇକୋର୍ଟ ପ୍ରତି ଅବହେଳା କରାଯାଉଥିବା ନେଇ ବାର୍ ଆସୋସିଏସନ୍ କ୍ଷୁବ୍ଧ। ଜଷ୍ଟିସ ନିଯୁକ୍ତିକୁ ଗୁରୁତ୍ୱ ନ ଦେଲେ ଓଡ଼ିଶା ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ ଦେଖିବ।

 

 

ଡବଲ ଇଞ୍ଜିନ ସରକାରରେ ହାଇକୋର୍ଟକୁ ଡବଲ ଧୋକା

ଦେଶର 4ଟି ହାଇକୋର୍ଟ ପାଇଁ 14 ବିଚାରପତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସର୍ବାଧିକ 7 ଜଣ ବିଚାରପତି ନିଯୁକ୍ତି ପାଇବେ । କର୍ଣ୍ଣାଟକ ହାଇକୋର୍ଟରେ 3ଜଣ ଏବଂ ଛୋଟ ରାଜ୍ୟ ଝାଡ଼ଖଣ୍ଡ ହାଇକୋର୍ଟରେ 3ଜଣ ବିଚାରପତି ନିଯୁକ୍ତି ନିମନ୍ତେ ନୋଟିଫିକେସନ୍ ଜାରି ହୋଇଛି । ଆଉ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟ ପାଇଁ ଜଣେ ବିଚାରପତିଙ୍କ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଓଡ଼ିଶା ନିରାଶ ହୋଇଛି। ଗତ ଅଗଷ୍ଟ 8 ତାରିଖରେ 30 ଜଣ ଜଷ୍ଟିସଙ୍କୁ ଆପଏଣ୍ଟ କରିଥିଲେ ଭାରତ ସରକାର । ସେଥିରେ ଓଡ଼ିଶାର ଭାଗ ପଡ଼ିନଥିଲା, ଏହାପରେ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ୍, 4ଜଣ ଓଡ଼ିଆ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଥିଲା। ସୁପ୍ରିମକୋର୍ଟ କଲେଜିୟମର ସେହି ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ । ବୋଧହୁଏ ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ବିଚାର ପ୍ରକ୍ରିୟା ଗତିଶୀଳ ହେବାର ନାହିଁ । ନଚେତ କଂଗ୍ରେସ ଏବଂ ଇଣ୍ଡି ଆଲାଏନ୍ସ ଥିବା କର୍ଣ୍ଣାଟକ, ଝାଡଖଣ୍ଡ ଏବଂ ଜମ୍ମୁ-କାଶୀରରେ ବିଚାରପତି ନିଯୁକ୍ତି ହେବେ। ଅଥଚ ଓଡ଼ିଶାରେ ବିଜେପିର ସରକାର ଥାଇ ମଧ୍ୟ ଓଡ଼ିଶା ହାଇକୋର୍ଟରେ ଏବେ 19ଟି ବିଚାରପତି ପଦ ଖାଲି ପଡିଛି।

ଓଡ଼ିଶା ହାଇକୋର୍ଟରେ ମଞ୍ଜୁରପ୍ରାପ୍ତ 34ବିଚାରପତି ପଦରୁ 19ଟି ପଦ ଖାଲି ପଡ଼ିଛି। ଆସନ୍ତା ନଭେମ୍ବର 11 ତାରିଖରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେ।ନଭେମ୍ବର 15ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ସରିବ ।ବିଚାରପତିଙ୍କ ସଂଖ୍ୟା 13କୁ କମିଆସିବ।ଭାରତ ସରକାରଙ୍କର ଆଞ୍ଚଳିକ ବୈଷମ୍ୟବାଦର ଶିକାର ହେଉନାହିଁ ତ ଓଡ଼ିଶା ହାଇକୋର୍ଟ?

ଓଡ଼ିଶା ହାଇକୋର୍ଟରେ ‘ତାରିଖ ପେ ତାରିଖ’

ସୁପ୍ରିମକୋର୍ଟ ଜଷ୍ଟିସ୍ ସଂଖ୍ୟା ବଢାଇବା ପାଇଁ ସଂସଦରେ ବିଲ୍ ପାସ୍ ହେଇଯାଇଛି। Supreme Court (Number of Judges) Amendment Bill, 2026 ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା 34ରୁ 38 ହେବ । ଅର୍ଥାତ୍ ଆଉ 4ଜଣ ଜଷ୍ଟିସ୍ ନିଯୁକ୍ତ ହୋଇପାରିବେ। କେସ୍ ପେଣ୍ଡେନ୍ସି କମାଇବା ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଓଡ଼ିଶା ହାଇକୋର୍ଟର ସ୍ଥିତି ସାଙ୍ଗାତିକ, କେସ୍ ସଂଖ୍ୟା ବଢୁଛି, ଆଉ ଜଷ୍ଟିସଙ୍କ ସଂଖ୍ୟା କମୁଛି । ୩୭ ଜଣ ଜଷ୍ଟିସଙ୍କ ବଦଳରେ କାମ କରୁଛନ୍ତି ୧୭ ଜଣ,ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।

ଓଡ଼ିଶାରେ ଯେତିକି ଦରକାର ତାର ଅଧା ଜଷ୍ଟିସ୍ ତ ନାହାନ୍ତି । ଅଗଷ୍ଟ 8 ତାରିଖରେ କେନ୍ଦ୍ର ସରକାର ଏକକାଳୀନ ୩୦ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଲେ । ମାଡ୍ରାସା ହାଇକୋର୍ଟକୁ ସର୍ବାଧିକ 15 ଜଣ, କଲିକତା ହାଇକୋର୍ଟକୁ 8 ଜଣ, କର୍ଣ୍ଣାଟକ ହାଇକୋର୍ଟକୁ 6 ଜଣ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟକୁ ଜଣେ ଜଷ୍ଟିସ ଆପଏଣ୍ଟ ହେଲେ । କିନ୍ତୁ ଓଡ଼ିଶା ଭାଗରେ ଜଣେ ବି ଜଷ୍ଟିସ୍ ପଡ଼ିଲେ ନାହିଁ । ଖାଲି ପଡ଼ିଥିବା ପୋଷ୍ଟ ପୂରଣ ହେବ କଣ ଓଲଟା ଦୁଇ ଜଣଙ୍କୁ ବାହାରକୁ ପଠା ହେବ। ଅଧାରୁ ବି କମ୍ ଜଷ୍ଟିସରେ ଓଡ଼ିଶାର ହାଇକୋର୍ଟ ଚାଲିଛି ।ଓଡ଼ିଶା ହାଇକୋର୍ଟରେ ସାଙ୍କସନ୍ ଜଷ୍ଟିସଙ୍କ ସଂଖ୍ୟା 37, 33 ପରମାନେଣ୍ଟ ଏବଂ 4 ଆଡିସନାଲ ଜଷ୍ଟିସ ପୋଷ୍ଟ ଅଛି । ମାତ୍ର ଏବେ ଅଛନ୍ତି 17 ଜଣ । 2026 ନୂଆବର୍ଷ ଜାନୁଆରୀ 1 ତାରିଖରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସଙ୍ଗମ ସାହୁ ପାଟନା ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହେଲେ, ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ଦିଆଗଲା ନାହିଁ । ଏବେ ପୁଣି ହାଇକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜୁରାଟ ହାଇକୋର୍ଟକୁ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌ କୋର୍ଟ କଲେଜିୟମ୍ ସୁପାରିସ୍ କରିଛନ୍ତି । ତେଣୁ ଏବେ ଓଡ଼ିଶା ହାଇକୋର୍ଟରେ ରହିବେ ୧୫ ଜଣ ବିଚାରପତି । ନଭେମ୍ବର 11 ରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ରିଟାୟାର୍ଡ ହେବେ । ନଭେମ୍ବର 15 ରେ ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନଙ୍କର କାର୍ଯ୍ୟକାଳ ସରୁଛି।ଚିଫ୍ ଜଷ୍ଟିସ ପୋଷ୍ଟ ତ ଯାହା ବି ହେଲେ ପୂରଣ ହେବ, କିନ୍ତୁ ବାକି ପୋଷ୍ଟ କଥା କଣ?  ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୦ ହଜାର ୭୦୧ । ଜଣେ ବିଚାରପତି କଣ ହଜାରରୁ ଅଧିକ କେସ୍ ସମାଧାନ କରିଦେବେ ? ଯଦି ଓଡ଼ିଶାରେ ନୂଆ ବିଚାରପତି ନିଯୁକ୍ତି ଦିଆନଯାଏ ତେବେ ଆଇନ୍ ବ୍ୟବସ୍ଥା ଉପରୁ ଲୋକଙ୍କର ଭରସା ତୁଟିଯିବ ।

ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, ଲୋକାୟୁକ୍ତ ନିଯୁକ୍ତି କେବେ?

  • ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ
  • ଓଡ଼ିଶାର ଲୋକାୟୁକ୍ତ କେବେ ହେବେ ସଚଳ
  • ଓଡ଼ିଶାରେ BJP ସରକାର ଗଠନ ହେବା ପରେ ଲୋକାୟୁକ୍ତରେ ଅଚଳାବସ୍ଥା
  • 2024 ଅଗଷ୍ଟରୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପଡ଼ିଛି ଖାଲି
  • ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ନିମନ୍ତେ ହାଇକୋର୍ଟଙ୍କ ନୋଟିସ୍
  • 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
  • ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖା ଯାଇଥିଲା କି, ଲୋକାୟୁକ୍ତରେ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବାକୁ ଯାଉଛି।
  • କିନ୍ତୁ ସରକାରୀ ନିଷ୍ପତ୍ତି କେବେ ଓ କଣ ହେବ ଏବଂ ସେ ବାବଦରେ କି ପଦକ୍ଷେପ ନିଆଯାଉଛି,
    ସବୁର ବିସ୍ତୃତ ବିବରଣୀ, ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  • ଆବେଦନକାରୀ ତଥା ପ୍ରତିପକ୍ଷ ଯଦି ଚାହିଁବେ, ତେବେ ମାମଲା ସଂକ୍ରାନ୍ତରେ ପ୍ରତି ଜବାବ ଦାଖଲ କରି ପାରିବେ
  • 3 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣୀ
  • ଲୋକାୟୁକ୍ତଙ୍କୁ ସଚଳ କରିବା ସହ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ପ୍ରବୀର ଦାସ
  • ମୁଖ୍ୟ ବିଚାରପତି ଜଷ୍ଟିସ ହରିଷ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରାମଚନ୍ଦ୍ର ରାଓ ମାମଲାର କରୁଛନ୍ତି ଶୁଣାଣୀ
  • ଲୋକାୟୁକ୍ତର ଶେଷ ସଦସ୍ୟ ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅବସର ପରେ ଓଡ଼ିଶା ଲୋକାୟୁକ୍ତ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି ।
  • ପୂର୍ବରୁ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଥିବା ଜଷ୍ଟିସ ଅଜିତ୍ ସିଂହ 2024 ମାର୍ଚ୍ଚରେ ଅବସର ନେଇଛନ୍ତି
  • ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂହ 2019ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।
  • ସେ ତାଙ୍କର 5 ବର୍ଷିଆ କାର୍ଯ୍ୟକାଳ ଶେଷ କରି 2024 ମାର୍ଚ୍ଚରେ ଅବସର ଗ୍ରହଣ କରିଛନ୍ତି ।
  • ସେହିଭଳି ଲୋକାୟୁକ୍ତରେ ଜୁଡ଼ିସିଆଲ ମେମ୍ବର ହିସାବରେ ନିଯୁକ୍ତ ପାଇଥିବା ଜଷ୍ଟିସ୍ ବି.କେ ନାୟକଙ୍କର କାର୍ଯ୍ୟକାଳ 2024 ମାର୍ଚ୍ଚରେ ଶେଷ ହୋଇଯାଇଛି ।
  • ଲୋକାୟୁକ୍ତର ଅନ୍ୟ ଜଣେ ସଦସ୍ୟ ଦେବବ୍ରତ ସ୍ୱାଇଁଙ୍କ କାର୍ଯ୍ୟକାଳ ଏପ୍ରିଲ 2024ରେ ଶେଷ ହୋଇଯାଇଛି ।
  • ଓଡ଼ିଶା ଲୋକାୟୁକ୍ତ ଆଇନ୍ 2014 ଅନୁସାରେ ଲୋକାୟୁକ୍ତର ଅଧ୍ୟକ୍ଷଙ୍କ ସହ 5 ଜଣ ସଦସ୍ୟ ରହିବା କଥା ।
  • ଯାହା ମଧ୍ୟରୁ 2 ଜଣ ଜୁଡ଼ିସିଆଲ ମେମ୍ବର ହୋଇ ଥାଆନ୍ତି ।
  • ବର୍ତ୍ତମାନ ନା ଅଧ୍ୟକ୍ଷ ଅଛନ୍ତି ନା କୌଣସି ସଦସ୍ୟ ନିଯୁକ୍ତି ପାଇଛନ୍ତି 

      ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ