Posts tagged Narendra Modi

ଓଡ଼ିଶାରେ ସ୍କୁଟରରେ ବୁଲୁଥିଲେ ମୋଦି

ପ୍ରାୟ ୫୦ ବର୍ଷ ତଳେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଯୁବ ପ୍ରଚାରକ, ପୁରୀ ଜିଲ୍ଲା କଣାସ ବ୍ଲକରେ ପହଞ୍ଚନ୍ତି। ଗୋଟିଏ ଦଦରା ସ୍କୁଟରରେ ଆସି, ବକୁ ଗାଁରେ ଥିବା ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରନ୍ତି। ରୁଟି-ଡାଲମା ଖାଇବା ପରେ କ୍ଷିର ପିଇ ନିକଟରେ ଥିବା ପୋଖରୀରେ ଗାଧାନ୍ତି। ଏହାପରେ ଓଡ଼ିଶା ଇତିହାସ ଓ ସଂସ୍କୃତି ଉପରେ ଆଲୋଚନାରେ ମଜ୍ଜିଯାନ୍ତି । RSSର“ଇତିହାସ ପୁର୍ନଲିଖନ ସଂକଳନ ସମିତି”ର ସଭ୍ୟ ଥିବା ସେହି ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଏବଂ ଐତିହ୍ୟକୁ ଅତି ନିଖୁଣ ଭାବରେ ଅନୁଧ୍ୟାନ କରିବା। ସେହି ବ୍ୟକ୍ତିଙ୍କ ନାମ ଥିଲା, ନରେନ୍ଦ୍ର ଦାମୋଦର ଦାସ ମୋଦି ।

ଓଡ଼ିଶା ସହ ନରେନ୍ଦ୍ର ମୋଦିଙ୍କର ୫୦ ବର୍ଷର ସମ୍ପର୍କ
ସେତେବେଳେ ଏଇ ନାମ ଏତେ ବଡ଼ ନଥିଲା। ଇଏ ସେହି ସମୟର କଥା ଯେତେବେଳେ ଇନ୍ଦିରା ଇଜ୍ ଇଣ୍ଡିଆ ଓ ଇଣ୍ଡିଆ ଇଜ୍ ଇନ୍ଦିରା ବୋଲି କଂଗ୍ରେସ ଚାଟୁକାର କହୁଥିଲେ। ଆଉ ନରେନ୍ଦ୍ର ମୋଦି ସେତେବେଳେ ଗାଁରୁ ଗାଁ ବୁଲୁଥିଲେ
।୧୯୭୫ ମସିହାରେ ଯେତେବେଳେ କଣାସ ବ୍ଲକକୁ ମୋଦି ଆସିଥିଲେ, ସେତେବେଳେ ତାଙ୍କ ସହିତ ଥିଲେ କୃଷ୍ଣଚନ୍ଦ୍ର ଜଗଦ୍ଦେବ। ମୋଦି, ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରିଥିଲେ । ସେହି ସମୟର କଥା ମନେ ପକାଇ କୃଷ୍ଣଚନ୍ଦ୍ର ଜଗଦ୍ଦେବ କୁହନ୍ତି, ଓଡ଼ିଶା ସହ ପ୍ରଧାନମନ୍ତ୍ରୀଙ୍କର ସଂପର୍କ ଆଜିର ନୁହେଁ , ୫୦ ବର୍ଷ ତଳର ।
ସ୍କୁଟରରେ ବସି ମୋଦି ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ ଏବଂ ବ୍ରହ୍ମଗିରି ଅଞ୍ଚଳରେ ବୁଲିଥିଲେ। ଶୁଣିଥିଲେ ୧୮୧୭ ପାଇକ ବିଦ୍ରୋହର କାହାଣୀ। ବକ୍ସିଙ୍କ ବିରତ୍ୱର ଗାଥା, ପାଇକଙ୍କ ଅଦମ୍ୟ ସାହାସ, ମୋଦିଙ୍କୁ ଅବିଭୂତ କରିଥିଲା। ଯାହାକୁ ସେ ନିଜ ଯାତ୍ରାର ଅନେକ ବର୍ଷ ପରେ ବି ଭୁଲି ନଥିଲେ । ୪ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ୨୦୧୭ରେ ଧୁମଧାମରେ ନୂଆଦିଲ୍ଲୀରେ ପାଳିତ ହୋଇଥିଲା ପାଇକ ବିଦ୍ରୋହର ୨ ଶହ ବର୍ଷପୂର୍ତ୍ତି । “ପାଇକ ବିଦ୍ରୋହ” ର ସମ୍ମାନରେ ସ୍ୱତନ୍ତ୍ର ଭାରତୀୟ ମୁଦ୍ରା ଏବଂ ଏକ ପୋଷ୍ଟାଲ୍ ଷ୍ଟାମ୍ପର ଶୁଭାରମ୍ଭ କଲେ। ରାଜଭବନର ଏକ ସ୍ୱତନ୍ତ୍ର ଉତ୍ସବରେ “ପାଇକ ବିଦ୍ରୋହ” ର ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ କଲେ, ନରେନ୍ଦ୍ର ମୋଦୀ।

ଜଗନ୍ନାଥ ପ୍ରେମୀ ମୋଦି
ଓଡ଼ିଆ ସଂସ୍କୃତି-ବୀରତ୍ୱର ପ୍ରଶଂସକ ନରେନ୍ଦ୍ର ମୋଦୀ, ଜଗନ୍ନାଥ ମହାପ୍ରଭୁଙ୍କର ପ୍ରଗାଢ଼ ବିଶ୍ୱାସୀ। କ୍ଷମତା-ବ୍ୟସ୍ତତା, ପଲିଟିକ୍ସ-ପାଓ୍ୱାର ମଧ୍ୟରେ ପ୍ରଭୁଙ୍କ ଆଶିଷ ଲାଭ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସିବାରେ କେବେବି ଅବହେଳା କରିନାହାଁନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀତ୍ୱ କାଳରେ ହେଉ ଅବା ପ୍ରଧାନମନ୍ତ୍ରୀ ଭାବେ, କାଳିଆ ସାଆନ୍ତେଙ୍କ ନିକଟରେ ମୋଦୀଜୀଙ୍କର ଶ୍ରଦ୍ଧାଭାବ ସେମିତି ଅତୁଟ ରହିଛି।

ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାର ଆଦି ଦେବତା। ଓଡ଼ିଶାର ଆଦିବାସୀଙ୍କ ଦେବତା। କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥଙ୍କ ପ୍ରତି ମୋଦିଙ୍କ ମନରେ ଯେତିକି ସମ୍ମାନ, ଓଡ଼ିଶାର ଆଦିବାସୀଙ୍କ ପ୍ରତି ମଧ୍ୟ ସେତିକି ଭାବ ରହିଛି ତାଙ୍କ ମନରେ। ଯାହାର ଉଦାହରଣ, ରାଷ୍ଚ୍ରପତି ଭାବେ ଜଣେ ଓଡ଼ିଆ ଆଦିବାସୀଙ୍କ ନାମ ଘୋଷଣା। ଓଡ଼ିଶାର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଏବେ ଦେଶର ମହାମହିମ ।
ଓଡ଼ିଆଙ୍କୁ ମୋଦିଙ୍କ ଗୁରୁତ୍ତ୍ୱ
ମୋଦି ’ଦଶକ’ ଅମଳ,  ଓଡ଼ିଆଙ୍କର ପ୍ରତିଷ୍ଠା ଓ ପାୱାର ’ଅମଳ’ର ଦଶକ କହିଲେ ଭୁଲ ହେବ ନାହିଁ। ରାୟସୀନା ହିଲରେ ଯଦି ଜଣେ ଓଡ଼ିଆ ଅଛନ୍ତି, ତେବେ ରିଜର୍ଭ ବ୍ୟାଙ୍କର ପ୍ରଥମ ଓଡ଼ିଆ ଗଭର୍ଣ୍ଣର ହୋଇଥିଲେ ଶକ୍ତିକାନ୍ତ ଦାସ। ସେମତି ଭାରତର ଚତୁର୍ଦ୍ଦଶ ସିଏଜି ଥିଲେ, ଆଉ ଜଣେ ଓଡ଼ିଆ ଗିରିଶ ଚନ୍ଦ୍ର ମୁର୍ମୁ।  ପ୍ରଧାନମନ୍ତ୍ରୀଙ୍କର ବର୍ତ୍ତମାନର 2 ଜଣ ପ୍ରଧାନ ପ୍ରମୁଖ ସଚିବ ଉଭୟ ଓଡ଼ିଆ।
ଓଡ଼ିଆଙ୍କୁ ପଦ୍ମଶ୍ରୀ ଉପହାର
କମଳା ପୂଜାରୀ, ଜିତେନ୍ଦ୍ରିୟ ହରିପାଲ, ଲୋକକବି ହଳଧର ନାଗ, ଚା ବିକାଳି-ପ୍ରକାଶ ରାଓ, ଶିକ୍ଷା ପାଇଁ ଉତ୍ସର୍ଗୀକୃତ ନନ୍ଦ ପୃଷ୍ଟିଙ୍କ ପରି ଅନେକ ସାଧାରଣ ବକ୍ତିଙ୍କ ଅସାଧାରଣ ପ୍ରତିଭାକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ନରେନ୍ଦ୍ର ମୋଦି।  ଓଡ଼ିଶାରେ ସବୁ ଅଛି । କିନ୍ତୁ ଏହା କେବଳ ‘ବେଷ୍ଟ କେପ୍ଟ ସିକ୍ରେଟ୍ ଅଫ୍ ଇଣ୍ଡିଆ’ ହୋଇ ରହିଯାଇଥିଲା। ସେହି ସିକ୍ରେଟକୁ ବିଶ୍ୱ ମଞ୍ଚରେ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଜି-୨୦ର ଶିଖର ସମ୍ମିଳନୀର ପ୍ରତୀକ, ଭାବେ କୋଣାର୍କ ଚକ୍ରକୁ ସ୍ଥାନିତ କରି, ପୁରା ଦୁନିଆକୁ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ବାବଦରେ ଜଣାଇଲେ । ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ କୋଣାର୍କ ଚକ୍ର ଆଗରେ ସ୍ୱାଗତ କରି ଓଡ଼ିଶା ଟୁରିଜମର ବ୍ରାଣ୍ଡ ଆମ୍ବାସଡର ହୋଇଗଲେ ମୋଦି।
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

PM-ଜନଧନକୁ ୧୧ ବର୍ଷ : ୫୬ କୋଟି ଲୋକଙ୍କ ଭରସା

PM-ଜନଧନ ଯୋଜନାକୁ 11 ବର୍ଷ ପୁରିଛି
ବ୍ୟାଙ୍କ ସେକ୍ଟରରେ ଆସିଛି, ବିରାଟ ରିଭୋଲ୍ୟୁସନ୍
56 କୋଟି 16 ଲକ୍ଷ ଲୋକଙ୍କ ଭରସା ଜିତିଛି
ଜମା ହେଲାଣି 2 କୋଟି 67 ଲକ୍ଷ କୋଟି ଟଙ୍କା
ଜମାକାରୀ ମଧ୍ୟରେ ଅଛନ୍ତି 56 % ମହିଳା, 67% ଗ୍ରାମବାସୀ
ମହିଳାଙ୍କୁ ସମୃଦ୍ଧ କରୁଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ବିଭିନ୍ନ ଯୋଜନାରେ ସାମିଲ ଗରିବ ଲୋକଙ୍କୁ ସିଧାସଳଖ ଟଙ୍କା ପଠାଇବାରେ ସଫଳ ହେଉଛନ୍ତି ସରକାର। 2025 ଅଗଷ୍ଟ ସୁଦ୍ଧାରେ ଖାତା ସଂଖ୍ୟା 56 କୋଟି 16 ଲକ୍ଷରେ ପହଞ୍ଚିଛି। ସେଥିରେ ଜମା ହୋଇଛି 2 କୋଟି 67 ଲକ୍ଷ କୋଟି।

ଗାଁ-ଗାଁରେ ବ୍ୟାଙ୍କ ସେବା
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳାଙ୍କୁ ସମୃଦ୍ଧ କରୁଛି । ବିଭିନ୍ନ ଯୋଜନାରେ ସାମିଲ ଗରିବ ଲୋକଙ୍କୁ ସିଧାସଳଖ ଟଙ୍କା ପଠାଇବାରେ ସରକାର ସଫଳ ହେଉଛନ୍ତି। 2025 ଅଗଷ୍ଟ ସୁଦ୍ଧାରେ ଖାତା ସଂଖ୍ୟା 56 କୋଟି 16 ଲକ୍ଷରେ ପହଞ୍ଚିଛି। ସେଥିରେ  2 କୋଟି 67 ଲକ୍ଷ କୋଟି ଜମା ହୋଇଛି।
11 ବର୍ଷ ପୂର୍ବରୁ ଯେଉଁ ବ୍ୟାଙ୍କ ସେବା ଲୋକଙ୍କ ପାଇଁ ସ୍ୱପ୍ନ ଥିଲା ତାହା ଆଜି ସହଜରେ ପୂରଣ ହୋଇଛି। ଧନୀ ଗରିବ, ପୁରୁଷ ମହିଳାର ଭେଦଭାବ ଦୁରେଇଛି PM-ଜନଧନ ଆକାଉଣ୍ଟ।ସାଧାରଣତଃ ଗାଁରେ ଆଗରୁ ଅନେକ ଲୋକ ବ୍ୟାଙ୍କରେ ଖାତା ଖୋଲୁ ନଥିଲା ବେଳେ PM-ଜନଧନ ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିଲା। ଗାଁ ଗାଁରେ ପହଞ୍ଚିଛି ବ୍ୟାଙ୍କ ସେବା। ୬୭% ଖାତା ଗ୍ରାମଞ୍ଚଳରେ ଖୋଲିଛି।
ଦୁର୍ନୀତିରେ ବ୍ରେକ୍
PM-ଜନଧନ ବ୍ୟାଙ୍କ ଖାତାରେ 327ଟି ସରକାରୀ ଯୋଜନାର ଅର୍ଥ ମିଳିପାରୁଛି। ଫଳରେ ବାଟମାରଣା ଏବଂ ଦଲାଲଙ୍କ ପାଦୁର୍ଭାବ ଦୂର ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପାଳିରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଥିଲେ। 2014 ମସିହା ସ୍ୱାଧିନତା ଦିବସରେ ଲାଲକିଲ୍ଲାରୁ PM-ଜନଧନ ଯୋଜନା ସଂପର୍କରେ ଘୋଷଣା କରିଥିଲେ  ପ୍ରଧାନମନ୍ତ୍ରୀ। ସେହି ବର୍ଷ ଅଗଷ୍ଟ ମାସ 28 ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେଲା। ଦେଖୁ ଦେଖୁ 2015 ମସିହାରେ PM-ଜନଧନ ବ୍ୟାଙ୍କ ଖାତାରେ 22,900 କୋଟି ଟଙ୍କା ଜମା ହୋଇଗଲା।
ବ୍ୟାଙ୍କ ଯେ କେବଳ ଧନୀ ଲୋକଙ୍କର, ଏ କଥା ଭୁଲ ପ୍ରମାଣିତ ହେଲା। 

ଦୁର୍ନୀତିରେ ବ୍ରେକ୍
ଏହି ଯୋଜନାରେ ସେଭିଙ୍ଗସ୍ ଆକାଉଣ୍ଟ ଖୋଲିଲେ ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନ‌ଥାଏ। ସଞ୍ଚୟ ଖାତାରେ ଟଙ୍କା ନଥିଲେ ବି ଫାଇନ୍ ଲାଗିବାର ଭୟ ନ‌ଥାଏ କିମ୍ବା ଆକାଉଣ୍ଟ ଡର୍ମାଟ ହେବାର ଚିନ୍ତା ନଥାଏ। ଟଙ୍କା ଉଠାଣ ପାଇଁ ଡେବିଟ୍ କାର୍ଡ ସହିତ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା, କ୍ଷୁଦ୍ର ଋଣ, ଓଭରଡ୍ରାଫ୍ଟ ପେନସନ୍ ସୁବିଧା ମିଳିପାରୁଛି। PM-ଆବାସ, ସୁଭଦ୍ରା, PM-କିଶାନ ସମ୍ମାନନିଧି, PM-ଜୀବନଜ୍ୟୋତି ବୀମା ଯୋଜନା, PM-ସୁରକ୍ଷା ବୀମା ଯୋଜନା, ମୁଦ୍ରା ପରି 327ଟି ସରକାରୀ ଯୋଜନାର ଅର୍ଥ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଛି। ପୂର୍ବରୁ ସମସ୍ତଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନଥିବା ହେତୁ ହାତରେ ପଇସା ଦିଆଯାଉଥିଲା ଫଳରେ ଦୁର୍ନୀତି ମଧ୍ୟ ହେଉଥିଲା। ଏବେ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବାରୁ ଏ ଭୟ ଆଉ ନାହିଁ ।

ନବୀନଙ୍କ ମୁମ୍ବାଇ ଗସ୍ତ, ଚିକିତ୍ସା ପାଇଁ ନା’ ଅନ୍ୟ କିଛି…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହୋଇପାରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ୍। ନବୀନଙ୍କ ଘରୋଇ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୨ରେ ସର୍ଜରୀ ହୋଇପାରେ। ଏଥିପାଇଁ ସୋସିଆଲ ମିଡିଆରେ ସୂଚନା ଦେଇ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ ।

କିନ୍ତୁ ନବୀନଙ୍କ ମୁମ୍ବାଇ ଗସ୍ତ ପଛରେ ପଲିଟିକ୍ସ ଅଧିକ ଥିବାର ଲାଗୁଛି। ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରର ରୋଡ୍ ସୋ’ର ପ୍ରାୟ 5 ଘଣ୍ଟା ପୂର୍ବରୁ BJDର କର୍ମୀ-ନେତା, ଏୟାରପୋର୍ଟରେ ଏକାଠି ହେବା, ନବୀନଙ୍କ ପଲିଟିକାଲ୍ ଏଜେଣ୍ଡାକୁ ଉଜାଗର କରିଛି। ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ’ର ସିଡ୍ୟୁଲ୍ ଆଗୁଆ ସ୍ଥିର ହୋଇଛି। କିନ୍ତୁ ମୋଦୀଙ୍କ ପପୁଲାରିଟିକୁ କାଉଣ୍ଟର କରିବାକୁ BJD ସଭାପତିଙ୍କ ଅସୁସ୍ଥତାକୁ ଫୋକସ୍ କରିଛନ୍ତି ନବୀନଙ୍କ କୋଟରୀ। ସେଥିପାଇଁ ହଠାତ୍ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ମହାନାଟକର ଆୟୋଜନ କରାଗଲା। ଅସୁସ୍ଥ ନବୀନ ପଟ୍ଟନାୟକ ଯେପରି ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି, ସେଥିପାଇଁ ମେଲାଣି ପର୍ବର ଆୟୋଜନ କରାଗଲା।
ହୁଳହୁଳି-ବନ୍ଦାପନାର ମହାନାଟକ
ପ୍ଲାନିଂ ଅନୁସାରେ ଏୟାରପୋର୍ଟ ଅଭିମୁଖେ ନବୀନ ପଟ୍ଟନାୟକ ଯିବାବେଳେ BJD ମହିଳା କର୍ମୀମାନେ ତାଙ୍କୁ ବନ୍ଦାପନା କରିବା ସହ ହୁଳହୁଳି ପକାଇଲେ। ଦଳର ବରିଷ୍ଠ ନେତା ଏବଂ ଭୁବନେଶ୍ୱରର ଆଖପାଖ ଅଞ୍ଚଳରୁ କର୍ମୀମାନଙ୍କୁ ବୋହି ଆଣି ଏୟାରପୋର୍ଟରେ ରୁଣ୍ଡ କଲେ। ମୋଦିଙ୍କ ତୁଳନାରେ ନବୀନ ଅଧିକ ଲୋକପ୍ରିୟ ବୋଲି ଦେଖାଇବାର ପ୍ରଚେଷ୍ଠା ହେଲା। BJDର ନେତା-କର୍ମୀ, ଆରୋଗ୍ୟ କାମନା କରି ନବୀନଙ୍କୁ ବିଦାୟ ଦେଲେ।

ମୁମ୍ବାଇ ଚିକିତ୍ସାର ପ୍ରଚାର କଣ ପାଇଁ
କିନ୍ତୁ ନବୀନ ପଟ୍ଟନାୟକଙ୍କ କୋଟରୀ ଭୁଲିଗଲେ ଯେ ସାଧାରଣତଃ ଜଣେ ମେଡିକାଲକୁ ଯିବା ସମୟରେ ସମସ୍ତେ ଚିନ୍ତାରେ ଥାଆନ୍ତି। ହେଲେ ନବୀନଙ୍କ ସ୍ୱାସ୍ଥ୍ୟ ଉପଚାରକୁ ପ୍ରଚାର-ପ୍ରସାରର ଉଚିତ ମାଧ୍ୟମ ଭାବିଲେ BJDର ଶୀର୍ଷ ନେତୃତ୍ୱ । କିନ୍ତୁ ସଚେତନ ଓଡ଼ିଆ ଜାଣିଛନ୍ତି ଯେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତି ନବୀନ କିମ୍ବା ହରିଆନା ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବାର ଉଦାହରଣ ଅଛି। କିନ୍ତୁ କେବେବି ଗଣମାଧ୍ୟମ ବା ସୋସିଆଲ୍ ମିଡିଆରେ ନିଜର ଚିକିତ୍ସା ସଂପର୍କରେ ଜଣାଇ ନାହାଁନ୍ତି ନବୀନ। ପ୍ରଥମଥର ଚିକିତ୍ସା ପାଇଁ ମୁମ୍ବାଇ ଗଲେ, କିନ୍ତୁ ସେ ସଂପର୍କରେ ସାରା ଦୁନିଆକୁ ଜଣାଇବା ପଛରେ ନବୀନଙ୍କର କି କାରଣ ରହିଛି ?

ତେବେ BJDର ନିଷ୍ପତ୍ତି ନେଉଥିବା ନେତୃତ୍ୱ ଜାଣିବା ଉଚିତ ଯେ 2024 ନିର୍ବାଚନ ନବୀନଙ୍କ ଲୋକପ୍ରିୟତାର ସାର୍ଟିଫିକେଟ୍ ଦେଇଛି। ନବୀନ ପଟ୍ଟନାୟକ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ନୁହଁନ୍ତି । କଣ୍ଟାବାଞ୍ଝି ଆସନରେ ଲକ୍ଷ୍ମଣ ବାଗଙ୍କ ଠାରୁ 16,344 ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ନବୀନ ପଟ୍ଟନାୟକ । ସେହିଭଳି ନିଜର ପାରମ୍ପରିକ ଆସନ ହିଞ୍ଜିଳରୁ ପ୍ରାୟ 60,000ରୁ ଅଧିକ ଭୋଟରେ ବିଜୟୀ ହେଉଥିବା ନବୀନ, ଗତ ନିର୍ବାଚନରେ ମାତ୍ର 4636 ଭୋଟରେ ଜିତିଛନ୍ତି।
ତେବେ ମୋଦୀଙ୍କୁ କାଉଣ୍ଟର କରିବା ନବୀନଙ୍କର ମୁମ୍ବାଇ ଗସ୍ତ ପ୍ରଥମ ଚାଲ୍ ନୁହେଁ । 5 ଅଗଷ୍ଟ 2021ରେ ଅଯୋଦ୍ଧାରେ ରାମ ମନ୍ଦିରର ଭୂମି ପୂଜନ ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ଓଡ଼ିଶାରେ ସାମୁହିକ “ବନ୍ଦେ ଉତ୍କଳ ଜନନୀ” ଗାନ କରାଇଥିଲେ ବିଜେଡି ସରକାର। ସେହିପରି ରାମ ମନ୍ଦିର ପ୍ରତିଷ୍ଠା ଆଗରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସହ ଗାଁ ଗାଁରୁ ଅର୍ପଣ ଚାଉଳ ସଂଗ୍ରହ କରିଥିଲେ ନବୀନ ଆଣ୍ଡ କମ୍ପାନୀ। ମୋଦୀଙ୍କୁ କାଉଣ୍ଟର କରିବାକୁ ଯାଇ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ଆୟୁଧ କରିବାର BJDର ପ୍ରୟାସକୁ ଓଡ଼ିଶାବାସୀ ବୁଝିପାରିବେ ନାହିଁ, ଏଭଳି ଭାବିବା ଠିକ୍ ନୁହେଁ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ IPL ଫାଇନାଲ

ଅପରେସନ୍ ସିନ୍ଦୂରକୁ ନେଇ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ହଟିଲା ପରେ ପୁଣି ଆରମ୍ଭ ହୋଇ ଯାଇଛି ସ୍ଥଗିତ ହୋଇଥିବା IPL । ଚଳିତ ଥର IPL ଫାଇନାଲ ମ୍ୟାଚ୍ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ହେବ। ତୃତୀୟ ଥର ପାଇଁ ଅହମଦାବାଦ IPL ଫାଇନାଲ ଆୟୋଜନ କରିବାକୁ ଯାଉଛି। ୨୦୨୨ ଓ ୨୦୨୩ ଆଇପିଏଲର ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା। ଭାରତ-ପାକିସ୍ତାନ ବିବାଦ ଯୋଗୁ IPL ପ୍ରାୟ ୧୦ ଦିନ ବନ୍ଦ ରହିଥିଲା। ଶନିବାର ଠାରୁ ବଳକା ମ୍ୟାଚ୍‌ଗୁଡ଼ିକ ଘୋଷଣା ହୋଇଥିବା ଭେନ୍ୟୁରେ ଖେଳା ଯାଉଛି।

 ପ୍ଲେ ଅଫ ଓ ଫାଇନାଲ କେଉଁଠି ଖେଳାଯିବ, ସେକଥା ଘୋଷଣା ହୋଇନଥିଲା। BCCI ଜୁନ ୩ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମ ଖେଳାଯିବ ବୋଲି ଘୋଷଣା କରିଛି।ପ୍ରକୃତରେ ୨୦୨୫ ଆଇପିଏଲର ଫାଇନାଲ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାର ଥିଲା। କିନ୍ତୁ କୋଲାକତାରେ ଜୁନ ମାସ ବେଳକୁ ବର୍ଷାର ଆଶଙ୍କା ରହିଛି। ତେଣୁ BCCI ଫାଇନାଲ ଭେନ୍ୟୁକୁ ବଦଳାଇ ଦେଇଛି।

ପଶାପାଲିରେ ପୋଲାଭରମ୍, ମିଟିଂ କରିବେ ପ୍ରଧାନମନ୍ତ୍ରୀ

ପୋଲାଭରମକୁ ନେଇ ଖୁବ୍ ଶୀଘ୍ର ବଡ଼ ଧରଣର ନିଷ୍ପତ୍ତି ଆସିବାକୁ ଯାଉଛି । ପୋଲାଭରମ୍ ବିବାଦ ତୁଟିବା ନେଇ ଗୋଟାଏ ପ୍ରକାରର ଗ୍ରୀନ୍ ସିଗନାଲ ମିଳି ସାରିଛି। ବନ୍ଦ ହୋଇ ପଡ଼ିଥିବା ପୋଲାଭରମ ପ୍ରକଳ୍ପକୁ ନେଇ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ମିଟିଂ ହେବାକୁ ଯାଉଛି। ଯେଉଁଥିରେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

କାହା ଫରରେ ଆସିବ ନିଷ୍ପତ୍ତି?
ଛତିଶଗଡ଼, ଓଡ଼ିଶା ତେଲେଙ୍ଗାନା ଓ ଆନ୍ଧ୍ରକୁ ନେଇ ବସିବ ବୈଠକ । ୪ ରାଜ୍ୟର ହାନିଲାଭ ଉପରେ ନିଆଯିବ ନିଷ୍ପତ୍ତି । ଆନ୍ଧ୍ରରେ ଏବେ NDA ସରକାର ରହିଥିଲା ବେଳେ ବାକି ରାଜ୍ୟରେ ଶାସନ କରୁଛି BJP । ଏ ଦୃଷ୍ଟିରୁ ଆପୋଷ ସମାଧାନ ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି । ଏ ଦିଗରେ  କେନ୍ଦ୍ର ଏବଂ ୪  ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ପୋଲାଭରମ୍ ବିବାଦ ବାଟ ଫିଟିବ ବୋଲି ଆଶା କରାଯାଉଛି । ତେବେ ଯଦିଓ ଏଥିରେ ଆନ୍ଧ୍ରପ୍ରଦେଶ ଲାଭବାନ ହେବ ଓଡ଼ିଶା କିନ୍ତୁ ବଡ଼ ଧରଣର କ୍ଷତି ସହିବ । ପୋଲାଭରମ୍‌ ପ୍ରକଳ୍ପ ଓଡ଼ିଶାର ମାଲକାନଗିରି ଅଞ୍ଚଳ ପାଇଁ ବିପଦ ଆଣିଦେବ । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଉପରେ ନିର୍ମିତ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାର ଉପଯୁକ୍ତ ପରିବେଶଗତ ଅନୁଧ୍ୟାନ, ଜନଶୁଣାଣି କରିନାହାନ୍ତି। ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ଯୋଗୁଁ ସୃଷ୍ଟ ଜଳଭଣ୍ଡାରର ପଛୁଆ ପାଣି ଗୋଦାବରୀର ଉପନଦୀ ଶାବେରୀ ଓ ସିଲେରୁ ଦେଇ ୧୫୦ କିମି ପଛଯାଏ ବୁଡ଼ି ଅଞ୍ଚଳ ସୃଷ୍ଟି କରିବାର ଆଶଙ୍କା ରହିଛି । ପୋଲାଭରମ୍‌ ଡ୍ୟାମ୍‌ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ତେଲେଙ୍ଗାନା ଓ ଛତିଶଗଡ଼ ପାଇଁ ସମସ୍ୟା ବଢ଼ାଇଛି। ଏହି ବିବାଦ ସମାଧାନ ପାଇଁ ମେ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ  ଆଲୋଚନା କରିବେ।
ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବନି
ପୋଲାଭରମକୁ ନେଇ ଓଡ଼ିଶାର ସ୍ୱାର୍ଥରେ କମ୍ପରମାଇଜ୍ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସବୁ ଦିଗକୁ ବିଚାର କରି ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କଲାଭଳି ନିଷ୍ପତ୍ତି ନିଆଯିବ ନାହିଁ । ତେବେ ବିଜୁ ଜନତା ଦଳର ସରକାରରେ ଏ ପ୍ରକଳ୍ପକୁ ବିରୋଧ କରାଯାଇଥିଲା ବେଳେ ଏବେ ରାଜ୍ୟରେ ଥିବା ବିଜେପି ସରକାରର ଏ ଦିଗରେ କି ଆଭିମୁଖ୍ୟ ଗ୍ରହଣ କରୁଛି ସେସବୁ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ।