ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ରାସ୍ତାରେ ପୂର୍ବତନ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ।
- 1997 ମସିହା ଏପ୍ରିଲ 17ରେ ଯେତେବେଳେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା, ସେ ସମୟରେ ଦିଲ୍ଲୀର ଏସକର୍ଟ ହସ୍ପିଟାଲ୍ ବିଲ୍ ଦେବାକୁ ପଛଘୁଞ୍ଚା ଦେଇଥିଲେ ବିଜୁ ବାବୁଙ୍କ ଦୁଇ ପୁଅ ପ୍ରେମ ଓ ନବୀନ ।
- ଏସକର୍ଟ ହସ୍ପିଟାଲ୍ ଅଧିକାରୀ, ଚିକିତ୍ସା ବିଲ୍ ମାଗିବା ବେଳେ, ଦୁଇ ଭାଇ ହାତ ଠାରି ଦେଇଥିଲେ ତତ୍କାଳୀନ ଜନତା ଦଳ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ଆଡ଼କୁ । କାରଣ ଶେଷ ସମୟରେ ବିଜୁ ବାବୁ ରହୁଥିଲେ, ଦିଲ୍ଲୀପ ରାୟଙ୍କ ପାଖରେ। ଦିଲ୍ଲୀପ ରାୟ ହିଁ ପୈଠ କରିଥିଲେ ଏସକର୍ଟ ହସ୍ପିଟାଲ ବିଲ୍ ।

ନବୀନଙ୍କ ରାସ୍ତାରେ ବବି
ଏହି ଘଟଣାର କିଛି ଅଂଶ ମିଶୁଛି, ନୂଆପଡାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ କ୍ଷେତ୍ରରେ । ହେଲେ ଏଠି ସ୍କ୍ରିପ୍ଟ ଟିକେ ଅଲଗା । ବିଜୁ ଜନତା ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚେନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପୁଅ ଜୟଙ୍କ ବ୍ୟାଙ୍କ କାରବାରକୁ ନେଇ ଅସୁବିଧା ଥିଲା ବୋଲି ଶୁଣିବାକୁ ମିଳୁଛି ।
- ସେଥିପାଇଁ ଜୟ କୁଆଡେ ବବି ଦାସଙ୍କୁ 15ରୁ 20 ଲକ୍ଷ ଟଙ୍କା ଧାର ମାଗିଥିଲେ । ବ୍ୟାଙ୍କ ଟ୍ରାଞ୍ଜାକସନ୍ ସ୍ୱାଭାବିକ ହେବା ମାତ୍ରେ ଟଙ୍କା ଫେରାଇ ଦେଇଥାନ୍ତେ । ସେହି ପ୍ରସ୍ତାବରେ ବବି ରାଜି ହୋଇଥିଲେ ବି ଚର୍ଚ୍ଚା ହେଉଛି ।
- କ’ଣ ହେଲା କେଜାଣି, ଆଉ ଜୟଙ୍କ ଫୋନ ଉଠାଇଲେ ନାହିଁ ବବି ଦାସ।
- ଅନ୍ୟ ଆଡୁ ଟଙ୍କା ଯୋଗାଡ଼ କରି ହସ୍ପିଟାଲ୍ ବିଲ୍ ପୈଠ କରିଥିଲେ ଜୟ। କିନ୍ତୁ ବାପାଙ୍କୁ ବଞ୍ଚାଇ ପାରିଲେ ନାହିଁ।
ବବି ଦାସଙ୍କ ଏହି ଦୋମୁହାଁ ଗୁଣ ଯୋଗୁଁ ଆଜି ଢୋଲକିଆ ପରିବାର, ବିଜେଡି ଉପରେ ଖପ୍ପା ଥିବା ଶୁଣୁବାକୁ ମିଳୁଛି । ସେପଟେ ବବି ଦାସଙ୍କୁ ଅଘୋଷିତ ଭାବେ ନୂଆପଡା ଦାୟିତ୍ୱ ଦେଇଛନ୍ତି ବିଜେଡିର ଛାୟା ସୁପ୍ରିମୋ ଭୈରବ ପାଣ୍ଡିଆନ । ଯାହାକୁ ବିରୋଧ କରୁଛନ୍ତି ଢୋଲକିଆ ପରିବାର । ଯଦି ବବି ଦାସ ନୂଆପଡା ଉପନିର୍ବାଚନ ଦାୟିତ୍ୱ ନେବେ, ଜୟ BJP ଯିବେ, ନ ହେଲେ BJP ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନୂଆପଡାରେ ଚର୍ଚ୍ଚା ହେଲାଣି ।

ହେଲିକପ୍ଟର ଭଡ଼ା କରିଥିଲେ
ତେବେ ବବି ଦାସଙ୍କ ଠାରୁ ଧାର ନେଇ ଟଙ୍କା ଫେରାଇ ଦେଇଥାନ୍ତେ ଜୟ, ଏ କଥାରେ ଦ୍ୱିମତ ନାହିଁ । କାରଣ ଢୋଲକିଆ ପରିବାର ଏକ ସମ୍ଭ୍ରାନ୍ତ ଇତାହାସ ରଖନ୍ତି । ବ୍ୟବସାୟୀ ପରିବାର, ଆର୍ଥିକ ଦୃଷ୍ଟିରୁ ଖୁବ ସ୍ୱଚ୍ଛଳ । 2014 ରେ ନିର୍ବାଚନ ହାରିବା ସତ୍ୱେ, ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ନିଜ ସ୍କୁଲ କାର୍ଯ୍ୟକ୍ରମରେ ହେଲିକପ୍ଟର ଭଡ଼ା କରି ନୂଆପଡ଼ା ନେଇଥିଲେ ରାଜେନ୍ଦ୍ର ଢୋଲକିଆ। କିନ୍ତୁ ବବି ଦାସ ନିଜ ଦଳର ବରିଷ୍ଠ ବିଧାୟକଙ୍କ ପରିବାରର ଅନୁରୋଧ ରଖିଲେନି । ଯେଉଁଠି ଆଜି ବି ବବିଙ୍କୁ ଅନେକ ବିଜେଡି ନେତା Closest to ପାଣ୍ଡିଆନ ମାନନ୍ତି ।
ଜୟ ନ ଲଢ଼ିବେ ପଛେ, ବବି ଦାସଙ୍କୁ ପାନେ ଚଖାଇ, ବିଜୁ ଜନତା ଦଳର ଅସ୍ତିତ୍ୱ ଦୋହଲାଇବାକୁ ବିଦ୍ରୋହୀ ହେବେ, ସେ କଥା ଏଡାଇ ହେବ ନାହିଁ !…
ଏହି ଷ୍ଟୋରୀକୁ ଲେଖିଛନ୍ତି-ଦେବେନ୍ଦ୍ର କୁମାର ନାୟକ