Posts tagged Indian Cricket

ରୋହିତଙ୍କ ଅବସର ପଛରେ କିଏ?

ଆଉ ଧଳା ଡ୍ରେସରେ ନଜର ଆସିବେନି ସଫଳ କ୍ୟାପ୍ଟେନ୍ । ଅଧିନାୟକ ଭାବେ ଟେଷ୍ଟ ଫର୍ମାଟରୁ ବିଦାୟ ନେଇଛନ୍ତି ହିଟ୍‌ମ୍ୟାନ୍ ରୋହିତ ଶର୍ମା । ୩୮ ବର୍ଷ ବୟସରେ କରିଛନ୍ତି ଟେଷ୍ଟକୁ ଅଲବିଦା । ରୋହିତଙ୍କ ଫ୍ୟାନ୍ସ ଏ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ନାହାନ୍ତି । ତେବେ ବହୁତ ଭଲ ରେକର୍ଡ ଥାଇ ରୋହିତ ଶର୍ମା କାହିଁକି କ୍ୟାପ୍ଟେନସିପ୍ ଛାଡ଼ିଲେ ତାକୁ ନେଇ ଚର୍ଚ୍ଚା । 
                             ଟେଷ୍ଟରେ ରୋହିତ ଶର୍ମା ଟ୍ରାକ୍ ରେକର୍ଡ ଯଦିଓ ବେଶ୍‌ ଭଲ ରହିଥିଲା । କିନ୍ତୁ କିଛି ଦିନ ହେଲା ଫର୍ମକୁ ନେଇ ସେ ସଂଘର୍ଷ କରୁଥିଲେ । ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ BCCI କାଳେ ଟେଷ୍ଟ ଫର୍ମାଟରେ ନେବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି । ସେହି କାରଣରୁ ହୁଏତ ହଠାତ୍ ଟେଷ୍ଟରୁ ଅବସର ନେଇଥାଇପାରନ୍ତି ରୋହିତ ।

ଟେଷ୍ଟ ରେକର୍ଡ
ଭାରତ ପାଇଁ ମୋଟ ୬୭ଟି ଟେଷ୍ଟ ଖେଳିଥିବା ରୋହିତ ଶର୍ମା ୪୦.୫୭ ହାରରେ ମୋଟ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୧୨ ରନ୍ । ଏହା ଛଡା ଗୋଟିଏ ଓ୍ୱିକେଟ ବି ନେଇଛନ୍ତି । ରୋହିତ ମୋଟ ୧୫୯ଟି T-20 ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ମୋଟ ୪୨୩୧ ରନ୍ କରିଛନ୍ତି । ଆଉ ଏହି ରନ୍ ମଧ୍ୟରେ ୫ଟି ଶତକ ଏବଂ ୩୨ଟି ଅର୍ଦ୍ଧଶତକ ରହିଛି । ଟି୨୦ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୨୧ ରନ୍ । ଓ୍ୱାନଡେରେ ହିଟମ୍ୟାନ୍‌ଙ୍କ ସର୍ବାଧିକ ସ୍କୋର ହେଉଛି ୨୬୪ ରନ୍ । ଯାହାକି ଏବେ ବି କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି ।

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ : ୩୪ ଖେଳାଳି,୪ଟି ଗ୍ରେଡ୍

  • BCCI କ୍ରିକେଟରଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି। ନୂତନ ଚୁକ୍ତିନାମାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
  • ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି।
    ୩୪ଖେଳାଳି,୪ଟି ଗ୍ରେଡ୍
  • BCCIର ବାର୍ଷିକ ଚୁକ୍ତିନାମାରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି।
  • ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ BCCIର ବାର୍ଷିକ ଏକ ରାଶି ପ୍ରଦାନ କରିବ।
  • A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ପ୍ରଦାନ କରାଯାଏ। A ଗ୍ରେଡ୍ ୱାନରେ ୫ କୋଟି,B ଗ୍ରେଡ୍ ଖେଳାଳିମାନେ ୩ କୋଟି,C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି।

 

କେଉଁ ଖେଳାଳିମାନେ A+ ଏବଂ A ଗ୍ରେଡରେ ସ୍ଥାନ ପାଇଛନ୍ତି?

  • BCCI ବାର୍ଷିକ ଚୁକ୍ତିନାମାର A+ ଗ୍ରେଡରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି।  ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏହି ଗ୍ରେଡରେ ସ୍ଥାନ ପାଇଛନ୍ତି।
  • ସେହିପରି, ୬ ଜଣ ଖେଳାଳିଙ୍କୁ A ଗ୍ରେଡରେ ସାମିଲ କରାଯାଇଛି, ଯେଉଁଥିରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଏବଂ ରିଷଭ ପନ୍ତ ଅଛନ୍ତି।
  • ଶ୍ରେୟସ ଆୟର B ଗ୍ରେଡକୁ ଫେରିଲେ, ଈଶାନଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି
  • ନୂତନ ବାର୍ଷିକ ଚୁକ୍ତିନାମାରେ ଶ୍ରେୟସ ଆୟରଙ୍କୁ B ଗ୍ରେଡରେ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି। ଶ୍ରେୟସଙ୍କ ବ୍ୟତୀତ, ଏହି ଗ୍ରେଡରେ ଅନ୍ତର୍ଭୁକ୍ତ ଅନ୍ୟ ଚାରି ଜଣ ଖେଳାଳି ହେଲେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟୱାଲ।
  • ମୋଟ ୧୯ ଜଣ ଖେଳାଳିଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି, ସେମାନଙ୍କ ମଧ୍ୟରେ ଇଶାନ କିଶନ,ରିଙ୍କୁ ସିଂ, ତିଲକ ଭର୍ମା, ରୁତୁରାଜ ଗାଇକୱାଡ, ଶିବମ ଦୁବେ, ରବି ବିଷ୍ଣୁ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ୍ଧର, ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷିତ ରାଣା ରହିଛନ୍ତି ।